ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ୱାଇଜ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ…

{ }ପଞ୍ଚାୟତ ନିର୍ବାଚନ ଆଉ ପାଦେ ଆଗକୁ ବଢିଲେ ରାଜ୍ୟ ନିର୍ବାଚନ ଆୟୋଗ । ୱାର୍ଡ ୱାଇଜ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଘୋଷଣା ହେଲା ତାରିଖ । ନଭେମ୍ବର 1, 2021 ସୁଦ୍ଧା ଯେଉଁ ମାନଙ୍କୁ 18 ବର୍ଷ ହୋଇଥିବ ସେମାନେ ଯୋଗ୍ୟ ଭୋଟର ଭାବେ ଆବେଦନ କରି ପାରିବେ । ବାଲେଶ୍ଵର ଜିଲ୍ଲା ବ୍ୟତୀତ ଅନ୍ୟ 29 ଟି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରାଯିବ । 16 ନଭେମ୍ବରରେ ସମସ୍ତ ଗ୍ରାମ ପଞ୍ଚାୟତରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯିବ । କୌଣସି ଦାବି କିମ୍ବା ଆପତ୍ତି ଓ ଅଭିଯୋଗ 23 ତାରିଖ ସୁଦ୍ଧା ଇଲେକଟ୍ରୋରାଲ ରେଜିଷ୍ଟ୍ରଆର ଅଫିସର ନିକଟରେ ଦାଖଲ କରି ପାରିବେ । 24 ରୁ 26 ନଭେମ୍ବର ମଧ୍ୟରେ ସମ୍ପୃକ୍ତ ଅଧିକାରୀ ଏହାର ଫଇସଲା କରିବେ । ଚିଠା ଭୋଟର ତାଲିକାକୁ ନେଇ ଯେଉଁମାନେ ଅସନ୍ତୋଷ ପ୍ରକାଶ କରିବେ ସେମାନେ 29 ରୁ 30 ନଭେମ୍ବର ମଧ୍ୟରେ ବିଡ଼ିଓ ପାଖରେ ଦରଖାସ୍ତ ଆବେଦନ କରିବେ । 1 ଡିସେମ୍ବର ରୁ 2 ଭିତରେ ବିଡ଼ିଓ ଏହି ଅଭିଯୋଗର ଫଇସଲା କରିବେ । 4 ଡିସେମ୍ବରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । 6 ଡିସେମ୍ବର ଚୂଡାନ୍ତ ଭୋଟର ତାଲିକା କମିଶନଙ୍କ ନିକଟରେ ଦାଖଲ ହେବ । 14 ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଆସିବ ।

ବାଇଟ – ଆଦିତ୍ୟ ପ୍ରସାଦ ପାଢ଼ୀ,ରାଜ୍ୟ ନିର୍ବାଚନ ଆୟୋଗ

ପ୍ରତ୍ୟେକ ପ୍ରସଙ୍ଗରେ ଶସ୍ତା ରାଜନୀତି କରିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି

( )ପ୍ରତ୍ୟେକ ପ୍ରସଙ୍ଗରେ ଶସ୍ତା ରାଜନୀତି କରିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି
{} ପ୍ରତ୍ୟେକ ପ୍ରସଙ୍ଗର ରାଜନୀତିକରଣ କରିବା ଏବଂ ଶସ୍ତା ରାଜନୀତି କରିବା ଓଡିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଛି । ଏମଏନ୍‍ଆରଇଜିଏ ପ୍ରସଙ୍ଗରେ ବିଜେପି ନେତାଙ୍କ ବିବୃତ୍ତିର ଜବାବରେ ଏହା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ଆଧାର କରି ଭାରତ ସରକାର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଅନୁଯାୟୀ ଏହି ଅର୍ଥ ମଞ୍ଜୁର କରିସାରିଛନ୍ତି । ତେଣୁ ଏହା ଭଲ ହୋଇଥାନ୍ତା ଯଦି ଓଡିଶା ବିଜେପି ନେତାମାନେ ଗଣମାଧ୍ୟମରେ ବିବୃତ୍ତି ଦେବା ପୂର୍ବରୁ ଏବଂ ନଜି କୁ ଲାଜ ଲାଗିବା ପୂର୍ବରୁ ହୋମୱାର୍କ କରିଥାନ୍ତେ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ।

ସହରାଞ୍ଚଳର ସମସ୍ତ ବାସହୀନଙ୍କ ଯତ୍ନ ନେବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ..

( )ରାତ୍ରୀ ସମୟରେ ଆଶ୍ରୟକୁ ଗୁରୁତ୍ୱ ସହରାଞ୍ଚଳରେ ରହୁଥିବା ବାସହୀନ ଲୋକେ ଯେଭଳି ଶୀତରାତିରେ ହଇରାଣ ହରକତ ନହୁଅନ୍ତିତାହା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏସଂକ୍ରାନ୍ତରେ ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା) ଜିଲ୍ଲାପାଳମାନଙ୍କୁ କହିଥିବାବେଳେ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନଲାଗି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।ରାଜ୍ୟର ସହରାଞ୍ଚଳରେ ୧୩ହଜାରରୁ ଅଧିକ ଘର ଦ୍ୱାର ନଥିବା ବ୍ୟକ୍ତି ରହିଛନ୍ତି । ଏମାନଙ୍କ ୧୨ହଜାରରୁ ଅଧିକଲୋକଙ୍କର ସ୍ଥାୟୀ ଭାବେ ଘରଦ୍ୱାର ନଥିବା ଜଣାଯାଇଛି । ରାଜ୍ୟର ୧୧୪ ପୌରାଞ୍ଚଳରେ ଦୁଇଟି ସଂସ୍ଥା ଦ୍ୱାରାବାସହୀନମାନଙ୍କର ସର୍ବେକ୍ଷଣ କରାଯାଇଥିଲା । ଏଥିରୁ ଜଣାଯାଇଛି ଯେ କେନ୍ଦ୍ରାଞ୍ଚଳ ରାଜସ୍ୱ ପାର୍ଷଦଙ୍କ ଅଧିନରେ ଥିବାଦଶଟି ଜିଲ୍ଲାରେ ସର୍ବାଧିକ ୭୯୧୧ ବାସହୀନ ଥିବାବେଳେ ଉତ୍ତରାଞ୍ଚଳ ରାଜସ୍ୱ ପାର୍ଷଦଙ୍କ ଅଧିନରେ ଆସୁଥିବାଜିଲ୍ଲାଗୁଡିକରେ ୧୦୮୦ ବାସହୀନ ଏବଂ ଦକ୍ଷିଣାଞ୍ଚଳ ରାଜସ୍ୱ ପାର୍ଷଦଙ୍କ ଅଧିନରେ ଥିବା ୧୦ଟି ଜିଲ୍ଲାରେ ୪୬୬୦ ବାସହୀନ ରହିଛନ୍ତି ।ତେବେ ମୋଟ୍‍ ୧୩,୬୫୧ ବାସହୀନଙ୍କ ମଧ୍ୟରୁ ୯୦୯ ଜଣ ଅସ୍ଥାୟୀଭାବେ ବାସହୀନ ଅଟନ୍ତି । ବିଭିନ୍ନ ଋତୁରେ ଏମାନେକାମ ଅନ୍ୱେଷଣରେ ସହରାଞ୍ଚଳକୁ ଆସୁଥିବା ସମୟରେ ହି ରହିବାପାଇଁ ଘରଟିଏ ପାଇନଥାନ୍ତି । ଏହି ବାସହୀନମାନେବିଶେଷକରି ଶ୍ରମିକ ଶ୍ରେଣୀର ହୋଇଥିବାରୁ ଦିନ ସାରା ଖଟି ଖଟି ରାତିରେ ସହରର ଏଣେ ତେଣେ ଶୋଇ ପଡିଥାନ୍ତି ।ଏହିଭଳି ବାସହୀନଙ୍କ ପାଇଁ ସହରାଞ୍ଚଳରେ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ
ଆରୋପ କରିଛନ୍ତି ।ଇତି ମଧ୍ୟରେ ଶୀତଦିନରେ ବାସହୀନମାନେ ଯେଭଳି ରାତ୍ରୀ ସମୟରେ ବାହାରେ ନଶୁଅନ୍ତି କିମ୍ବା କଷ୍ଟ ନପଆନ୍ତି ସେଥିପାଇଁପଦକ୍ଷେପ ନେବାକୁ ସୁଡା ପକ୍ଷରୁ ଜିଲ୍ଲା ପ୍ରଶାସନମାନଙ୍କୁ କୁହାଯାଇଛି । ବାସହୀନ ଲୋକେ ଯେଭଳି ରାତ୍ରୀ ସମୟରେଭଲରେ ଶୋଇ ପାରିବେ ସେଥିପାଇଁ ଆଶ୍ରୟସ୍ଥଳ ପ୍ରସ୍ତୁତ ସହିତ ସେଠାରେ ଅନ୍ୟାନ୍ୟ ସୁବିଧା ସୁଯୋଗର ବନ୍ଦୋବସ୍ତ ଲାଗି
ନିର୍ଦ୍ଦେଶ ଦିଆଯାଇଛି । ତେବେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ପୌର ପ୍ରଶାସନଗୁଡିକ ଅଧିକ ତତ୍ପର ହେବା ସଂଗେସଂଗେ ସହରାଞ୍ଚଳରେ ରାତ୍ରୀ ସମୟରେ ବାହାରେ ଆଶ୍ରୟ ନେଉଥିବା ଲୋକଙ୍କ ନିକଟରେ ପହଞ୍ଚିବା ସହିତ ସେମାନଙ୍କୁସୁରକ୍ଷିତ ଆଶ୍ରୟସ୍ଥଳକୁ ଆଣିବାପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି । ଯେଉଁଠାରେ ସରକାରୀ ଆଶ୍ରୟସ୍ଥଳ ନାହିଁ ବାଆଶୟସ୍ଥଳରେ ରାତ୍ରୀଯାପନ ଲାଗି ସୁବିଧା ସୁଯୋଗ ନାହିଁ ।

ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସଫଳ ଅସ୍ତ୍ରୋପଚାର ସୁସ୍ଥ ହେଲେ ୧୧ ବର୍ଷର ବାଳିକା…

{} କୋଭିଡ୍ ସଂକ୍ରମିତ ଜଣେ ୧୧ ବର୍ଷୀୟ ବାଳିକାଙ୍କର ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସଫଳ ଅସ୍ତ୍ରୋପଚାରକରାଯାଇଛି । ଆପେଣ୍ଡିସାଇଟିସ୍ ସମସ୍ୟା ଥିବା ଏହି ବାଳିକାଙ୍କର ଅସ୍ତ୍ରୋପଚାର କରି ତାଙ୍କୁ ସୁସ୍ଥ କରିଛନ୍ତି ସମ୍ ଶିଶୁରୋଗଅସ୍ତ୍ରୋପଚାର ବିଭାଗର ଡାକ୍ତର ।
ଭୁବନେଶ୍ୱର ପଟିଆ ଅଂଚଳର ୧୧ ବର୍ଷର ବାଳିକାର ତଳି ପେଟରେ ଯନ୍ତ୍ରଣା ହେବା ଯୋଗୁଁ ସେ ଚିକିତ୍ସା ପାଇଁ ଗତ ୨୭ ତାରିଖଦିନ ସମ୍ ହସ୍ପିଟାଲ୍‌କୁ ଆସିଥିଲେ । ସେଠାରେ ପରୀକ୍ଷା ନିରୀକ୍ଷା ସମୟରେ ସେ କୋଭିଡ୍ ସଂକ୍ରମିତ ଥିବା ଜଣାପଡ଼ିବା ପରେତାଙ୍କୁ ସମ୍ କୋଭିଡ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଚିକିତ୍ସା କରିବାପରେ ତୁରନ୍ତ ଅସ୍ତ୍ରୋପଚାର କରାଯିବାର ନିଷ୍ପତି ନେଇଥିଲେ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ଅସ୍ତ୍ରୋପଚାର ବିଭାଗର ଆସୋସିଏଟ୍‌ ପ୍ରଫେସର ଡଃ ଲଳିତ ପରିଡା ।କୋଭିଡ୍ ହସ୍ପିଟାଲ୍‌ରେ ସମସ୍ତ କୋଭିଡ୍ ନିୟମକୁ ପାଳନ କରି ବାଳିକାଟିର ଆପେଣ୍ଡେକ୍ଟୋମି କରାଯାଇଥିଲା । ଯଦିଓ ପୂର୍ବରୁକରାଯାଇଥିବା ଅଲ୍ଟ୍ରାସାଉଣ୍ଡରେ କେବଳ ଆପେଣ୍ଡିସାଇଟିସ୍ ଚିହ୍ନଟ ହୋଇଥିଲା ତେବେ ଅପରେସନ୍ ସମୟରେ ପେଟରେ ପ୍ରାୟ ଦେଢ଼ ସେମିର ଷ୍ଟୋନ୍ ମଧ୍ୟ ଥିବାର ଜଣାପଡ଼ିଥିଲା । ଡାକ୍ତରୀ ଭାଷାରେ ଏହାକୁ ପର୍ଫୋରେଟେଡ୍ ଆପେଣ୍ଡିସାଇଟିସ୍ ୱିଥ୍‌ଫେକୋଲିଥ୍ ଓ ପ୍ୟାୟୋପେରିଟୋନିୟମ୍ ବୋଲି ଡାକ୍ତର ପରିଡା କହିଛନ୍ତି । ତେବେ ସର୍ଜରୀ ଦ୍ୱାରା ବାଳିକାଟିର ଶରୀରରୁ ଏହାକଢ଼ା ହୋଇଯାଇଛି ।ଡାକ୍ତର ପରିଡାଙ୍କୁ ଏହି ସର୍ଜରୀରେ ଆନାସ୍ଥେସିଓଲୋଜି ବିଭାଗର ପ୍ରଫେସର ଡଃ ସ୍ୱସ୍ତିକା ସ୍ୱାରୋ ସହାୟତା କରିଥିଲେ । ସେହିପରି ସର୍ଜରୀ ପରେ ଆଇସିୟୁରେ ତା’ର ଚିକିତ୍ସା ଓ ଯତ୍ନ ନେଇଥିଲେ ଶିଶୁରୋଗ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତରମୃଣ୍ମୟ ଦାସ ମହାପାତ୍ର ଓ ଡଃ ଶୁଭଶ୍ରୀ ବେଉରା ।ଡଃ ପରିଡା ଚଳିତ ବର୍ଷ ମେ ମାସରେ ଅନ୍ୟ ଜଣେ କୋଭିଡ ସଂକ୍ରମିତ ୧୪ ବର୍ଷୀୟ ବାଳିକାର ସେ ସଫଳ ଆପେଣ୍ଡିସାଇଟିସ୍‌
ସର୍ଜରୀ କରିଥିଲେ ବୋଲି କହିଛନ୍ତି ।ଡଃ ପରିଡାଙ୍କ ମତରେ କୋଭିଡ୍ ସଂକ୍ରମିତ ଶିଶୁଙ୍କ ନିକଟରେ ଆପେଣ୍ଡିସାଇଟିସ୍ ଦେଖାଦେଲେ ଏହା ଗୁରୁତର ହୋଇପାରେ ଏବଂଏଥି ନିମନ୍ତେ ତୁରନ୍ତ ଅସ୍ତ୍ରୋପଚାରର ଆବଶ୍ୟକ । ଖୁବ୍ ଶୀଘ୍ର ଝିଅଟି ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବ ବୋଲି ସେ କହିଛନ୍ତି ।
ଝିଅଟି ସୁସ୍ଥ ହେବା ପରେ ସମ୍ କୋଭିଡ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତାଜଣାଇଛନ୍ତି ତାଙ୍କର ବାପା ଶ୍ରୀ ଅଜୟ ନାୟକ । ଝିଅ ଅସୁସ୍ଥ ହୋଇପଡ଼ିବା ସହ କୋଭିଡ୍ ସଂକ୍ରମିତ ହେବା ପରେ ଆମେ ଭୟଭୀତହୋଇପଡ଼ ିଥିଲୁ । ତେବେ ଯେଉଁଭଳି ଭାବେ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଝିଅର ତୁରନ୍ତ ଅସ୍ତ୍ରୋପଚାର କରାଯିବା ସହ ଚିକିତ୍ସା କରାଗଲା ସେଥିପାଇଁ ଆମେ କୃତଜ୍ଞ ବୋଲି ଶ୍ରୀ ନାୟକ କହିଛନ୍ତି । ଅସ୍ତ୍ରୋପଚାର ସହ କୋଭିଡ୍‌ର ମଧ୍ୟ ଉତମ ଚିକିତ୍ସା
କରାଯାଉଥିଲା ଏବଂ ହସ୍ପିଟାଲ୍ ପକ୍ଷରୁ ଝିଅ ବିଷୟରେ ଆମକୁ ସବୁ ସମୟରେ ସୂଚନା ଦିଆଯାଉଥିଲ । ସମ୍ କୋଭିଡ୍ ହସ୍ପିଟାଲ୍‌ରଏହି ଉପକାର ଭୁଲି ହେବ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି ।

ବିଭିନ୍ନ ରାଜନୈତିକ ଦଳ ମାନଙ୍କ ସହିତ ରାଜ୍ୟ ନିର୍ବାଚନ କମିଶନଙ୍କ ଆଲୋଚନା ପରେ କମିଶନ ଆଦିତ୍ୟ ପାଢ଼ୀଙ୍କ ପ୍ରତିକ୍ରିୟା…

( )ବିଭିନ୍ନ ରାଜନୈତିକ ଦଳ ମାନଙ୍କ ସହିତ ରାଜ୍ୟ ନିର୍ବାଚନ କମିଶନଙ୍କ ଆଲୋଚନା ପରେ କମିଶନ ଆଦିତ୍ୟ ପାଢ଼ୀଙ୍କ ପ୍ରତିକ୍ରିୟା । ଭୋଟର ତାଲିକା ନିର୍ଭୁଲ ଭାବେ ପ୍ରସ୍ତୁତ କରିବା ପାଇଁ ଆଲୋଚନା ହୋଇଛି । ୱାର୍ଡ଼ ସ୍ତରରେ ଭୋଟର ତାଲିକା ପ୍ରସ୍ତୁତ ହେବ। ନାଁ ସହିତ ଲୋକଙ୍କ ଏପିକି ଭୋଟର ଆଇଡି ନମ୍ବର ରହିବ । ନଭେମ୍ବର 1 2021 ସୁଦ୍ଧା ଯେଉଁମାନଙ୍କୁ 18 ବର୍ଷ ହୋଇଥିବ ସେମାନେ ଭୋଟ ଦେବା ପାଇଁ ଆମେ ପ୍ରସ୍ତାଵ ରଖିଛୁ । ଭୋଟ ଗ୍ରହଣର ଅବଧି ପୂର୍ବରୁ 7 ଟା ରୁ 12 ଟା ରହିଥିଲା । ତାକୁ ବଢ଼ାଇବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ପ୍ରାଥିଙ୍କ ନିର୍ବାଚନ ଖର୍ଚ୍ଚ ବଢ଼ାଇବା ବି ରାଜନୈତିକ ଦଳ ମାନେ ପ୍ରସ୍ତାଵ ଦେଇଛନ୍ତି ତାହା ଉପରେ ଆଲୋଚନା ହୋଇଛି ।

କମୁଛି ସଂକ୍ରମଣ…

() ବର୍ତ୍ତମାନ ଯେଉଁଭଳି ଭାବରେ ସଂକ୍ରମଣ କମୁଛି ଏହା ଆମମାନଙ୍କ ପାଇଁ ଏକ ଭଲ ଲକ୍ଷଣ l ସ୍ୱାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ ସହଯୋଗ ରେ ଆଜି ଏପରି ସଂକ୍ରମଣ କମିଛି l କିଛି ଦେଶରେ ସଂକ୍ରମଣ ବଢୁଛି ଯାହା ଚିନ୍ତାଜନକ କିନ୍ତୁ ଚାଇନା ରେ ଯେତେବେଳେ ସଂକ୍ରମଣ ବଢିଥିଲା, ତାର ବହୁତ ଦିନ ପରେ ଆମ ଦେଶ ମାନଙ୍କରେ ସଂକ୍ରମଣ ହୋଇଥିଲା l ଆମେ କିପରି ଆଗାମୀ ଦିନ ରେ ସଂକ୍ରମଣ ବଢିବା ଦିଗରେ କିଛି ଯଦି ସେପରି ଜଣାପଡେ ତେବେ ତାକୁ କିପରି ଆମେ ପ୍ରତିହତ କରିବା ସେ ଦିଗରେ କୋଭିଡ ର ନିୟମାବଳୀ ପାଳନ ଆମେ ବର୍ତ୍ତମାନ ପରି ପାଳନ କରିବା l କୋଭିଡ ସମୟ ଆମକୁ ବହୁତ କିଛି ଶିଖାଇଛି ତେଣୁ ଜନସାଧାରଣ ସେ ସବୁ କୁ ବୁଝିପାରିଛନ୍ତି ତେଣୁ ଆଗାମୀ ଦିନରେ ସେ ସବୁକୁ ଆମେ ଜାରିରହିଲେ ସଂକ୍ରମଣ ଭୟ ରହିବ ନାହିଁ l ବିଭାଗ ମଧ୍ୟ ସର୍ଭିଲାନ୍ସ ଜାରି ରଖିଛି, ଲୋକମାନେ ମଧ୍ୟ ସଚେତନ ରୁହନ୍ତୁ l

ସ୍କୁଲ ଖୋଲିବା ପ୍ରସଙ୍ଗ -: ପିଲାମାନଙ୍କ ଜେନେରାଲ ଏମ୍ୟୁନିଟି ଅଲଗା ଯେଉଁଥିପାଇଁ ଶିଶୁ ଙ୍କ ଉପରେ ସତେ ବାହ୍ୟ ପ୍ରଭାବ ରୁହେ ନାହିଁ l ସ୍କୁଲ ଖୋଲିବା ଦରକାର କିନ୍ତୁ ନିଜେ ନିଜ ହିସାବ ରେ ସଚେତନ ରହିବା ଦରକାର l ଶିକ୍ଷକ ମାନେ ସ୍ଥିତି ତଦାରଖ କରିବା ସହ ଅଭିଭାବକ ମଧ୍ୟ ଦାୟିତ୍ୱବାନ ହେବା ସହ ଶିଶୁ ମାନେ ନିଜେ ସଚେତନ ରହିବା ଦରକାର l ବାକି ଶିଶୁ ଙ୍କ ଟୀକାକାରଣ ପ୍ରକ୍ରିୟା ଉଚ୍ଚସ୍ତର ରେ ଅଛି, ଆମର ସବୁ ପ୍ରକାର ବ୍ୟବସ୍ଥା ପ୍ରସ୍ତୁତ ଅଛି ଫାଇନାଲ ନିର୍ଦେଶ ଆସିଲେ ଆମେ ଶିଶୁ ଙ୍କ ଟୀକାକାରଣ କୁ ମଧ୍ୟ ଯଥାଶୀଘ୍ର କରିବୁ l

ପାଖାପାଖି 73 ପ୍ରତିଶତ ଲୋକଙ୍କ ଦେହ ରେ ରୋଗପ୍ରତିରୋଧକ ଶକ୍ତି ବଢିଛି ଓ ଦୈନିକ ପାଖାପାଖି 70 ହଜାର ଟେଷ୍ଟିଙ୍ଗ କରାଯାଉଛି ସେହିଅନୁସାରେ ଏବେ କାର୍ଯ୍ୟ ଜାରି ରହିଛି
ବାଇଟ – ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

ଜଣେ ଆଉ ଜଣଙ୍କ ପାଇଁ …

() ସଚିନ । ଜଣେ ଧନୀଘରର ପିଲା । ତା ପାଖରେ କିଛି ଅଭାବ ନାହିଁ । ଉଚ୍ଚଶିକ୍ଷା ପାଇଁ ରାଜଧାନୀ ଭୁବନେଶ୍ୱରରେ ରହି ପଢାପଢି କରୁଛି । ସମୟର ମୂଲ୍ୟ ବୁଝିବା ସହ ସବୁ ଜିନିଷର ମହତ୍ୱ ବୁଝିଛି ସେ । ଖାଦ୍ୟ କିଣିଖାଇବା ପାଇଁ ତାହା ପାଖରେ ପଇସା ବି ଅଛି, ସେ ଅଳସୁଆ ନୁହେଁ । ହେଲେ ତା ସାଙ୍ଗ ଲିଜାଠୁ ପ୍ରତ୍ୟେକ ଦିନ ସକାଳୁ ବାସୀ ରୁଟି ନେଇକି ଆସେ । ଆଉ ତାକୁ ଖାଏ । ଲିଜା କେଉଁ ବଡ଼ଘର ଝିଅ ନୁହେଁ ମ ଲିଜାର ବାପା ଜଣେ ତଜେରାତି ଦୋକାନୀ । ଆରେ ଛାଡନ୍ତୁ ସଚିନ ଓ ଲିଜା କଥା । କଥାଟି ହେଉଛି ପାରସ୍ପାରିକତାର କଥା । ଆମେ ଟିକେଟିକେ ପାରସ୍ପାରିକତାକୁ ବୁଝିଦେଲେ ଦୁନିଆର ଅନେକ ଜିନିଷ ସଂଞ୍ଚିତ ହୋଇ ରହିପାରିବ ଓ ନଷ୍ଟ ହେବ ନାହିଁ ତାହାର ସଚିନ ହେଉଛି ବଡ଼ ଉଦାହରଣ । କାରଣ ଲିଜା ଯେଉଁ ହଷ୍ଟେଲରେ ରହୁଛି ତାକୁ ତାହାର ମେସରେ ପ୍ରତ୍ୟେକ ଦିନ ରାତିରେ ୪ଟା ରୁଟି ଓ ତରକାରୀ ରାତି ଭୋଜନ ପାଇଁ ମିଳେ । ସେଥିରୁ ଲିଜା ମାତ୍ର ୨ଟି ରୁଟି ଖାଏ । ଆଉ ପ୍ରତ୍ୟେକ ଦିନ ୨ଟା ରୁଟି ଡ଼ଷ୍ଟିବିନରେ ପକାଇଦିଏ । ଯେହେତୁ ଲିଜା ଓ ସଚିନ ଗୋଟେ କ୍ଲାସରେ ପଡ଼ନ୍ତି ତେଣୁ ଏମିତି ଦିନେ କଥା ଛଳରେ ସଚିନ କହିଲା ଲିଜା କାଲି ରାତିରେ ବୋଧେ ଅଧିକ ଖାଇଦେଇ ଶୋଇପଡ଼ିଥୀଲୁ । ଆଜି ସେଥିପାଇଁ କ୍ଲାସକୁ ଡ଼େରୀରେ ଆସିଛୁ । ସଙ୍ଗେ ସଙ୍ଗେ ସବୁ ଝିଅ ପରି ଫୁଲେଇ ଛଳରେ ଲିଜା କହିବା ନାଇ ମ । ମୁଁ ତ ସବୁ ଦିନ ରାତିରେ ୨ ପଟ ରୁଟି ଖାଏ ଓ ୨ ପଟ ଡ଼ଷ୍ଟବିନରେ ପକାଇଦିଏ । ଭାରିବାଧେ ମତେ , ହେଲେ କଣ କରିବି ଇଚ୍ଛା ନଥିଲେ ମଧ୍ୟ ମୁଁ ନଷ୍ଟ କରେ ଖାଦ୍ୟ । ଯେଉଁ ମେସରୁ ଖାଦ୍ୟ ମଗାଏ ସେ ୪ଟା ରୁଟି ଦିଏ । ୨ଟା କହିଲେ ବି ଦେଉନି । ବାସ ଏତିକି ଶୁଣି ସଚିନ କହିଲା ତମେ କାଲିଠାରୁ ଆଉ ରୁଟି ଡ଼ଷ୍ଟବିନରେ ପକାଇବ ନାହିଁ , ମତେ ସକାଳୁ ଦେବ , ମୁଁ ଖାଇବି । ଲିଜା କହିଲା ନା ମ , ବାସି ରୁଟି କାହିକିଁ ଦେବି ତମକୁ । ହେଲେ ସଚିନର ଜିଦ ଆଗରେ ହାର ମାନିଲା ଲିଜା । ସବୁଦିନ ସକାଳୁ ମଣ୍ଣିୱାର୍କ ସାରି ସଚିନ ରୁଟି ଆଣେ , ଆଉ ଖାଏ । କାରଣ ସେ ବୁଝିଛି ଖାଦ୍ୟର ମୂଲ୍ୟ । ଆଜି ସାରା ବିଶ୍ୱରେ ଧୀରଧୀରେ ଖାଦ୍ୟ ସଙ୍କଟ ଦେଖାଦେଲାଣୀ । ତେଣୁ ଖାଦ୍ୟ ନଷ୍ଟ କରିବା ଯେ କେତେବଡ଼ ଭୂଲ ତାହା ବୁଝିଛି ସଚିନ । କେବଳ ସଚିନ କି ଲିଜାର ଏ କାହାଣୀ ନୁହେଁ, ଟିକେ ଆମେ ଯଦି ଅନ୍ୟ ଜଣକ ସହ ପାରସ୍ପାରିକତାରହିବ ତେବେ ବହୁତ ଜିନିଷ ସଞ୍ଚୟ ହୋଇପାରିବ । ସେମିତି ମୁନି ଆଉ ସୋନି । ଦୁହେଁ ଗୋଟେ ଅଫିସରେ କାମ କରିନ୍ତି, ସବୁଦିନ ମୁନି ଭାତ , ଡ଼ାଲି କରିକି ନିଏ , ଆଉ ସୋନି ତରକାରି । ବାସ ମିଳିମିଶି ପ୍ରତ୍ୟେକ ଦିନ ଆନନ୍ଦରେ ଖାଆନ୍ତି । ଏବେ ପେଟ୍ରୋଲ , ଡ଼ିଜେଲ ଦର ଯେପରି ବୃଦ୍ଧି ପାଇଛି ସେଥରୁ ମଧ୍ୟ ଆମେ ଟିକେ ଚିନ୍ତା କଲେ ନିଜ ସ୍ତରରେ ମଧ୍ୟ ଅନେକ କିଛି ସଚଂୟ କରିପାରିବା । ଏ ସଂଚୟ ନିଜ ପାଇଁ ନୁହେଁ, ବଂର ପରପିଢ଼ୀ ପାଇଁ । ଯେମିତି ମୁନା ଓ କୁନା କରନ୍ତି । ଦୁହେଁ, ଗୋଟିଏ କୋଚିଙ୍ଗ ସେଣ୍ଟରେ ପଢନ୍ତି । ଘର ବି ପାଖାପାଖି । ଦୁହିଁଙ୍କର ବାଇକ ଅଛି । ହେଲେ ଦୁହେଁ, କିନ୍ତୁ ଗୋଟିଏ ଗାଡ଼ିରେ ଆସନ୍ତି ପ୍ରତ୍ୟେକ ଦିନ । ଏଭଳି ଅନେକ ଉଦାହରଣ ସମାଜରେ ରହିଛି । କେବଳ ଆମେ ତାକୁ ଦେଖି ପାରିଲେ ହେଲା । କାରଣ ଦୁନିଆରେ ପରିବର୍ତ୍ତନ ଆଣିବାକୁ ହେଲେ ନିଜକୁ ଆମେ ପରିବର୍ତ୍ତନ କରିବାକୁ ପଡ଼ିବ । ପରସ୍ପରକୁ ବୁଝିବାକୁ ପଡ଼ିବ । ଛୋଟିଆ ଛୋଟିଆ କଥାରେ ଯଦି ମନ ମିଶି ଯାଆନ୍ତା ଦୁନିଆରେ କେତେ ଜିନିଷ ସଞ୍ଚୟ ହୋଇପାରନ୍ତା । ତେଣୁ ସବୁ କଥା ଭୂୁଲି ଚାଲନ୍ତୁ ଜଣେ ଆଉ ଜଣଙ୍କ ପାଇଁ ବଂଚିବା । ତେବେ ଯାଇ ଏ ଦୁନିଆଟା କେତେ ସୁନ୍ଦର ତାହା ନିଜେ ଅନୁଭବ କରି ଶାନ୍ତିରେ ରହିପାରିବା ।

ରାଜ୍ୟ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତା ଓ ଜିଲ୍ଲା ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା…

( ) ରାଜ୍ୟରେ ମହିଳା କଂଗ୍ରେସକୁ ସୁଦୃଢ଼ କରିବାପାଇଁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଅଖିଳ ଭାରତ ମହିଳା କଂଗ୍ରେସ କମିଟି କାର୍ଯ୍ୟବାହୀ ସଭାନେତ୍ରୀ ସୁଶ୍ରୀ ନେତା ଡି. ସୌଳା ରାଜ୍ୟ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତା ଏବଂ ୩୩ ସାଂଗଠନିକ ଜିଲ୍ଲା ସଭାନେତ୍ରୀ ତାଲିକାକୁ ଅନୁମୋଦନ କରିଛନ୍ତି ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏହି କମିଟିରେ ୭୦ ଜଣ ମହିଳା ବିଭିନ୍ନ ପଦଦପବୀରେ ସ୍ଥାନ ପାଇଥିବା ବେଳେ ୨୨ ଜଣଙ୍କୁ କାର୍ଯ୍ୟକାରୀଣି ସଭ୍ୟ ଭାବେ ଏବଂ ୧୫ ଜଣଙ୍କ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ରଖିଛନ୍ତି । ଶ୍ରୀମତୀ ନିର୍ମଳା ମଲ୍ଲିକ କୋଷାଧ୍ୟକ୍ଷ ଭାବେ ରହିଥିବା ବେଳେ ମୋତି କୈବର୍ତ, ଆଇସା ବାନୁ, କୁସୁମ ପ୍ରଧାନ, ସ୍ଵରୂପା ତ୍ରିପାଠୀ, କନକଲତା ମଲ୍ଲିକ, ଚୌଧୁରୀ ସ୍ନେହଲତା ରାୟ, ଚାରୁଲତା ସାହୁ, ନିରୁପମା ଦାସ, ସର୍କିବା ଧୁର, ରୁପାଦିପ୍ତ ମହାପାତ୍ର ପ୍ରମୁଖ ୧୦ ଜଣଙ୍କୁ ଉପସଭାପତି ଭାବେ ନିଆଯାଇଛି । ସେହିପରି ଶ୍ରୀୟା ସମ୍ବେଦନା, ସବିତା ଆପଟ, ରୀନା ସ୍ଵାର୍କ, ଏମ୍ଏ ପରବିନ୍, ମୁନି ଆଜ୍ଞା, ସରୋଜିନୀ ବାଙ୍କୀ, ବୈତାଳୀ ପଟ୍ଟନାୟକ, ବିଶ୍ଵକଲ୍ୟାଣୀ କର, ଅନ୍ନପୂର୍ଣ୍ଣା ସାହୁ, ଏଲ୍‌ ମାଣିକ ପ୍ରଭା ଓ ଦୀପ୍ତିରାଣୀ ପ୍ରଧାନ ପ୍ରମୁଖ ୧୧ ଜଣଙ୍କୁ ସାଧାରଣ ସଂପାଦିକା ଭାବେ ଦାୟୀତ୍ବ ଦିଆଯାଇଥିବା ବେଳେ ସୁନନ୍ଦା ସାହୁ, ବୈଶାଳୀ ବେହେରା, କିରଣବାଳା ମହାନ୍ତି, ହେଲେନା ବାଘେ, ସୁଜ୍ଞାନୀ ପଟ୍ଟନାୟକ, କଲ୍ୟାଣୀ ପୃଷ୍ଟି, କୁନି ହରିଚନ୍ଦନ, ମାଣିକ ସୁନା, ସାଇବାଣି କହଁର, ସ୍ଵର୍ଷଲତା ବାନାରା, ଶ୍ରୀୟାସ୍ମିତା ପଣ୍ଡା, ଅନିତା ମଲ୍ଲିକ, ମୋନାଲିସା ଦାସ, ଆସା ମିଞ୍ଜ୍, ଫିଲିସିଟା ଚେରୁଆ, ରାଧା ବରୁଆ, ଅନ୍ନପୂର୍ଣ୍ଣା ଦାସ, ମମତା ନାୟକ, ଗାୟତ୍ରୀ ଶର୍ମା, ରୂପାଲି ଭୋଇ, ଶ୍ରଦ୍ଧାଞ୍ଜଳି ଚୈତନ୍ୟ, ଦେବେ ମାଢ଼ୀ, ଗୀତାରାଣୀ ସାମନ୍ତ, ମମତା ମହାପାତ୍ର, ସଂଯୁକ୍ତା ମହାପାତ୍ର, ରେଣୁବାଳା ରାଉତ, ସରିତା ରଥ, ବିନ୍ଧାବିନୀ ସାହୁ, ରଞ୍ଜିତା ହେମ୍ବ୍ରମ, ଅନିତା ନାୟକ, ଇବ୍ରତ କର, ଦୌପ୍ରଦୀ ମାଝୀ, ପ୍ରତିମା ପଣ୍ଡା, ସିଲି ସେଠୀ, ଉର୍ବଶୀ ମିଶ୍ର, ବିଷ୍ଣୁପ୍ରିୟା ଚାନ୍ଦ, ଶୁଭଦ୍ରା ମିଶ୍ର, ଲତା ନାୟକ, ଅଙ୍ଗରି ବେଗମ୍, ସରସ୍ଵତୀ ପାତ୍ର, ବିଦ୍ୟୁତଲତା ଆଚାର୍ଯ୍ୟ, ମଂଜୁଲତା ବାରିକ, ବନ୍ଦିବା ପଟ୍ଟନାୟକ, କାଜଲ ସାହୁ, ସ୍ନେହଲତା ନାଗ, ସୁପ୍ରଭା ଦାସ, ପ୍ରିୟମ୍ବଦା ସ୍ବାଇଁ, ଲିଳାରାଣୀ ରାଉତ ପ୍ରମୁଖ ୪୮ ଜଣଙ୍କୁ ସଂପାଦିକା ଭାବେ ଦାୟୀତ୍ବ ପ୍ରଦାନ କରାଯାଇଛି । ଏହି କମିଟିରେ କାର୍ଯ୍ୟକାରିଣୀ ସଭ୍ୟ ଭାବେ ପ୍ରତିମା କର, ନଳିନୀପ୍ରଭା ଉଦ୍‌ଗାତା, ସ୍ବାତୀ ଦାସ, ଶତାବ୍ଦୀ ସୂର୍ଯ୍ୟକାନ୍ତ, ଶୋଭାରାଣୀ ଦାସ, ଦେବୀଦାସୀ ମହାତି, ମଧୁଦ୍ରିତା ସେଠୀ, ଆରତୀ ସ୍ବାଇଁ, ଶୁଭଶ୍ରୀ ପଣ୍ଡା, ପ୍ରଭାବତି ପଟ୍ଟନାୟକ, ରଞ୍ଜିତା ରାଉତ, ରଶ୍ମି ମହାପାତ୍ର, ବିଣାପାଣି ସାମଲ, ସଂଗିତା ସିଂ, ଶୁଭାସୀନ ମହାକୁଡ଼, ପ୍ରଭାତି ମିଶ୍ର, ମମତା ମଞ୍ଜୁରି ଦେବୀ, ପ୍ରତିମା ମଲ୍ଲିକ, ଅର୍ଚ୍ଚନା ନନ୍ଦୀ, ଲଳିତା ସାହୁ, ସୁଲୋଚନା ନାୟକ, ମମତା କୁଣ୍ଡୁ ପ୍ରମୁଖ ୨୨ ଜଣଙ୍କୁ ନିଆଯାଇଥିବା ବେଳେ ପ୍ରାୟୀ ନିମଜ୍ଜିତ ସଦସ୍ୟା ଭାବେ ଯେଉଁ ୧୫ ଜଣଙ୍କୁ ନିଆଯାଇଛି ସେମାନେ ହେଲେ ଜୟନ୍ତୀ ପଟ୍ଟନାୟକ, ସୁଶିଳା ତିରିଆ, ଉମାରାଣି ପାତ୍ର, ସରସ୍ଵତୀ ହେମ୍ବ୍ରମ, ବିଜୟଲକ୍ଷ୍ମୀ ସାହୁ, ପରମା ପୂଜାରୀ, ସସ୍ମିତା ବେହେରା, ସାବିତ୍ରୀ ଚୌଧୁରୀ, ମଞ୍ଜୁ ମହାନ୍ତି, କିରଣ ପଣ୍ଡା, ଅଳୟନ୍ତୀ ପ୍ରଧାନ, ରତ୍ନମଣୀ ଉଲ୍ଲାକା,ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ପ୍ରଣତୀ ମିଶ୍ର ଓ ସ୍ଵାଧୀନବାଳା ଦାସ

ଅନୁରୂପ ଭାବେ ନିତା ହିଁ ସୌଜା ରାଜ୍ୟର ୩୩ଟି ସାଂଗଠନିକ ଜିଲ୍ଲାର ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି । ସେମାନଙ୍କ ନାମ ନିମ୍ନରେ ପ୍ରଦତ କରାଗଲା । ଅନୁଗୁଳ – ତପସ୍ବିନୀ ବିଶ୍ବାଳ, ଅନୁଗୁଳ ସହର- କଶିଦ ବିବି, ବାଲେଶ୍ବର- ପ୍ରଜ୍ଞା ପରମିତା ମହାତି, ବଲାଙ୍ଗୀର – ମିଲନି ସାହୁ, ବରଗଡ଼ – ପିକେଶ୍ଵର ଛତର, ଭଦ୍ରକ – ସବିତା ଚାନ୍ଦ, ଭୁବନେଶ୍ବର- ଗୀତାଞ୍ଜଳି ମହାନ୍ତି, ବୌଦ୍ଧ କବିତା ମହାକୁଡ଼, କଟକ ସହର- ଶୈଳବାଳା ଜେନା, କଟକ- ଖୋଲାମୟୀ ସିଂ, ଢେଙ୍କାନାଳ- ମମତାଞ୍ଜଳି ବେହେରା, ଦେଓଗଡ଼ ମଞ୍ଜୁଲତା ନାୟକ, ଗଜପତି – ସସ୍ମିତା ରାଇକା, ଗଞ୍ଜାମ- ବନଳା ପଣ୍ଡା, ଯାଜପୁର- ରିତାଶ୍ରୀ ମହାନ୍ତ, ଜଗତସିଂହପୁର- ସୁଚିତ୍ରା ବେଉରା, ଝାରସୁଗୁଡ଼ା- ପ୍ରଦୀପ୍ତ ପାତ୍ର, କନ୍ଧମାଳରୁଦା ମଲ୍ଲିକ, କୋରାପୁଟ- ନଳିନୀ ରଥ, କଳାହାଣ୍ଡି-ମାହେନ୍ଦ୍ର ସାହୁ, କେନ୍ଦ୍ରାପଡ଼ା- ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା- ଜ୍ୟୋର୍ତିମୟୀ ଛୋଟରାୟ, ମୟୁରଭଞ୍ଜ- ସୁସ୍ମିତା ଘୋଷାଲ, ନୟାଗଡ଼– ପ୍ରତିମା ଜେନା, ନୂଆପଡ଼ା- ଉଷା ଚନ୍ଦ୍ରକାର, ପୁରୀ- ନିରୁପମା ପାତ୍ର, ରାଉରକେଲା- ନିରୁପମା ବଳିଆର ସିଂ, ରାୟଗଡ଼ା- ଇପିଲି ନାଗଲକ୍ଷ୍ମୀ, ନବରଙ୍ଗପୁର- ପି ନାଗରତୁମ, ସୁନ୍ଦରଗଡ଼ ସବିତା ଟପୋ, ସମ୍ବଲପୁର- ସୁତପା ମିତ୍ର, ସୋନପୁର- ସୂର୍ଯ୍ୟକାନ୍ତ ବାଗ ଏବଂ ମାଲାକାନାଗିରି- ଜମଳା ବରାଳଙ୍କୁ ନିଯୁକ୍ତି କରାଯାଇଛି ।

ରାଜ୍ୟ ମହିଳା କଂଗ୍ରେସ କମିଟି ଅନୁମୋଦନ ପାଇଥିବାରୁ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପରିଡ଼ା କଂଗ୍ରେସ ସଭାନେତ୍ରୀ ଶ୍ରୀମତା ସୋନିଆ ଗାନ୍ଧୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ, ଅଞ୍ଚଳ ଭାରତ ମିହଳା କଂଗ୍ରେସ କାର୍ଯ୍ୟବାହୀ ସଭାନେତ୍ରୀ ସୁଶ୍ରୀ ଦି ମୌକା ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ।

 

ସଂକ୍ରମଣ କମି ଥିଲେ ବି ଆମକୁ ସତର୍କ ରହିବାକୁ ପଡିବ…

() ସଂକ୍ରମଣ କମି ଥିଲେ ବି ଢିଲା ହେବା ଉଚିତ ନୁହେଁ। ସମସ୍ତେ ସତର୍କ ରହିବା ଉଚିତ।କୋଭିଡ ନିୟମ ମାନିବା ଉଚିତ। ବାହାର ଦେଶରେ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ବଢୁଛି।ବଢିବାର ବିଭିନ୍ନ କାରଣ ହୋଇପାରେ। ସେ ଦୃଷ୍ଟିରୁ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ସରକାର ବେଡ଼,ଚିକିତ୍ସା ସୁବିଧା ସହ ଅକ୍ସୀଜେନ ମହଜୁଦ ରଖିଛନ୍ତି। ଦୁଇ ତିନିଦିନରେ ସମୀକ୍ଷା କରାଯାଉଛି। ପୂର୍ବରୁ ଡେ଼ଲ୍ଟା ଭାଇରସ ମୁକାବିଲା ନେଇ ଅଭିଜ୍ଞତା ଅଛି। ତେଣୁ ଜନସାଧାରଣ ଭୟଭୀତ ହେବାର କାରଣ ନାହିଁ। ବର୍ତ୍ତମାନ ସ୍ଥିତି ର ଉନ୍ନତି ଆସୁଛି କିନ୍ତୁ ରିଲାକ୍ସ ହେବା କଥା ନୁହେଁ। ଆସ୍ୱସ୍ତିକର ରହିଛି ବର୍ତ୍ତମାନ ର ସଂକ୍ରମଣ କିନ୍ତୁ ସାବଧାନ ରହିବା ଉଚିତ ।ତୃତୀୟ ଲହର ଆସିପାରେ। ସମ୍ଭାବ୍ୟ ଦୃଷ୍ଟିରୁ ସତର୍କ ରହିବା ଉଚିତ ଯାହା ଫଳରେ ପ୍ରତିହତ କରିପାରିବ।
ବାଇଟ-ରମା ରମଣ ମହାନ୍ତି,ଡିଏମଇଟି

ପଞ୍ଚାୟତ ନିର୍ବାଚନ କୁ ନଜରରେ ରଖି ପ୍ରତିଟି ପଞ୍ଚାୟତ ପାଇଁ ଇସ୍ତାହାର ଜାରି କରିବ କଂଗ୍ରେସ…

{ }ବିଜେଡି ସରକାର ପଞ୍ଚାୟତ ରାଜ ବ୍ୟବସ୍ତା ମାଟିରେ ମିଶେଇ ଦେଇଛନ୍ତି। ପଞ୍ଚାରାଜ ବ୍ୟବସ୍ଥାରେ ସରପଞ୍ଚ ସବୁ ନିଷ୍ପତ୍ତି ନେବାର କ୍ଷମତା ରହିଛି। କିନ୍ତୁ ନବୀନ ସରକାର ତାଙ୍କ ହାତରୁ କ୍ଷମତା କାଢି ନେଇଛନ୍ତି। ସରପଞ୍ଚ ମାନଙ୍କୁ ବିଡିଓଙ୍କ ଅଧସ୍ତନ କରିଦିଆଯାଇଛି। ବିଡ଼ିଓଙ୍କ ବିନା ଅନୁମତିରେ ସେମାନେ କୌଣସି ନିଷ୍ପତି ନେଇ ପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ କହୁଛନ୍ତି, ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଯୋଜଣା ପରେ ଯୋଜନା କରୁଛନ୍ତି। କିନ୍ତୁ ବିଜେଡିର ନେତା ମନ୍ତ୍ରୀ ବିଧାୟକ ସରପଞ୍ଚ ମାନଙ୍କୁ କାଠ କଣ୍ଢେଇ କରି ଟଙ୍କା ହରିଲୁଟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦେବେ କି ? ବିଜେଡି କହୁଛି ରାଜ୍ୟରେ ଦୁର୍ନୀତିମୁକ୍ତ ସରକାର। କିନ୍ତୁ ତାଳୁରୁ ତଳିପା ପିସି କାରବାର ଚରମସିମାରେ। ସେପଟେ ରଜ୍ୟ ସରକାର ପଂଚାୟତ ନିର୍ବାଚନ ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ତାହା ଦଳକୁ ଶୁହାଇଲା ପରି କରିଛନ୍ତି। ପୁରାପୁରି ପକ୍ଷପତିତା କରାଯାଇଛି। ଅନେକ ପଂଚାୟତରେ ଓବିସି କ୍ୟାଟେଗରି ପାଇଁ ବ୍ୟବସ୍ଥା ନାହିଁ। st/sc ପାଇଁ ମଧ୍ୟ ଟାକୁଟଲ ନୀତି ଅବଳମ୍ବନ କରିଛି।

କଂଗ୍ରେସ ପଞ୍ଚାୟତ ନିର୍ବାଚନ ନଜରରେ ରଖି ପ୍ରତିଟି ପଂଚାୟତ ପାଇଁ ଇସ୍ତାହାର ଜାରି କରିବ।

ଆସନ୍ତା କାଲି ନିର୍ବାଚନ କମିଶନ ପକ୍ଷରୁ ଡ଼କାଯାଇଥବା All ପାର୍ଟି ମିଟିଂରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବ ବୋଲି ଦଳର ମୁଖପାତ୍ର ସୁଦର୍ଶନ ଦାସ  କହିଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news