ମହିଳାଙ୍କୁ ସଶକ୍ତ କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ପ୍ରୟାସ।

0

ବୃହତ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା କାର୍ଯ୍ୟକ୍ରମ ।

ଭାରତୀୟ ଷ୍ଟେଟବ୍ୟାଙ୍କ, ଯାଜପୁର ରୋଡ଼ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବୃହତ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା କାର୍ଯ୍ୟକ୍ରମ ସ୍ଥାନୀୟ କ୍ରିଷ୍ଣା ଗାର୍ଡେନ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ SBI ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ଶ୍ରୀମତୀ ବିଦ୍ୟା କ୍ରିଷ୍ଣନ୍, ଭୁବନେଶ୍ୱର ନେଟୱର୍କ ମୁଖ୍ୟ ଶ୍ରୀ ଅଭୟ କୁମାର ପାଣ୍ଡେ, ମଣ୍ଡଳ ମୁଖ୍ୟ ଶ୍ରୀ କୁନ୍ଦନ ଜ୍ୟୋତି ଏବଂ ଯାଜପୁର ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଅତିଥି ମାନଙ୍କ ଉପସ୍ଥିତିରେ ବହୁ ହିତାଧିକାରୀମାନଙ୍କୁ ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ କ୍ରିଷ୍ଣନ୍ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଅଧିକରୁ ଅଧିକ ପରିମାଣରେ ସ୍ୱାବଲମ୍ବୀ ହେବାପାଇଁ ପରାମର୍ଶ ଦେଇଥିଲେ। ଯାଜପୁର ଜିଲ୍ଲାପାଳ ଶ୍ରୀ ରାଠୋର ଜାତୀୟ ଅର୍ଥନୀତିରେ ନାରୀ ସଶକ୍ତିକରଣ ଜରୁରୀ ଏବଂ SBIର ସହଯୋଗରେ ସେମାନେ ତାଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଯାଜପୁର ଆଞ୍ଚଳିକ କାର୍ଯ୍ୟାଳୟ ମୁଖ୍ୟ ଶ୍ରୀ ପ୍ରବୀର ଚନ୍ଦ୍ର ସାହୁ SHGଙ୍କୁ ଡିଜିଟାଲ ମାଧ୍ୟମରେ ଦେଣନେଣ କରିବାପାଇଁ 1000 QR Code ପ୍ରଦାନ ତଥା ନୂତନ ଋଣ ପ୍ରଦାନ କରିବା କଥା ସୂଚନା ଦେଇଥିଲେ। ଏଥିରେ ଯାଜପୁର ରୋଡ଼ ଅଂଚଳର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ Solar Panel ପ୍ରଦାନ କରାଯାଇଥିଲା। ଏହା ଶ୍ରୀମତୀ ବିଦ୍ୟ କ୍ରିଷ୍ଣନଙ୍କର ଯାଜପୁର ଜିଲ୍ଲାକୁ ପ୍ରଥମ ପରିଦର୍ଶନ ହୋଇଥିବାରୁ ଯାଜପୁର ରୋଡ଼ ଶାଖାର ଭୂମିପୂଜନ, ଜିନ୍ଦଲ କ୍ୟାମ୍ପସ ଶାଖାର ଉଦଘାଟନ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ଯାଜପୁର ରୋଡ଼ର ଦାନଗଦିରେ ଏକ society connect କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ରଙ୍ଗୋଲି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ କାର୍ଯ୍ୟାଳୟ,LDM ଓ ଯାଜପୁର region ର ଶାଖା ଅଧିକାରୀମାନେ ସହଯୋଗ କରିଥିଲେ।

BSKY ଯୋଜନାରେ ସାମିଲ ହେଲା ଝାରସୁଗୁଡା …

( )ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ଝାରସୁଗୁଡା ଜିଲ୍ଲା

ଜିଲ୍ଲାର ୧ ଲକ୍ଷ ୧୫ ହଜାର ପାଇବେ ସ୍ମାର୍ଟ କାର୍ଡର ସୁବିଧା

ହୀରାକୁଦ ବିସ୍ଥାପିତଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ
୨୦୦୦ ବିସ୍ଥାପିତଙ୍କୁ ଘରଡିହ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

୨୦୨୨ ଜୁନ୍‌ ସୁଦ୍ଧା ଜିଲ୍ଲାର ୧.୨୨ ଲକ୍ଷ ପରିବାରକୁ ପାଇପ ପାଣିର ସୁବିଧା

ଝାରସୁଗୁଡା ୩୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧.୧୫ ଲକ୍ଷ ଲୋକ ଏହି ସୁବିଧା ପାଇବେ । ଝାରସୁଗୁଡା ସହିତ ରାଜ୍ୟର ୧୨ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ହୀରାକୁଦ ନଦୀ ବନ୍ଧ ପ୍ରକଳ୍ପ ଦ୍ବାରା ଝାରସୁଗୁଡାର ୨୦୦୦ ବିସ୍ଥାପିତ ପରିବାରକୁ ଘରଡିହ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହାଦ୍ବାରା ବିସ୍ଥାପିତଙ୍କର ଦୀର୍ଘ ଦିନର ସମସ୍ୟା ଦୂର ହେବ ।ଆଜି ମୁଖ୍ୟମନ୍ତ୍ରୀ ଝାରସୁଗୁଡାର ୨୯୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୪୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୧୫୩ କୋଟି ଟଙ୍କାର କାମ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ଝାରସୁଗୁଡା ଓ ବ୍ରଜରାଜନଗର ପାଇଁ ଦୁଇଟି warer treatment plant ର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଏହି ଦୁଇଟି ସହରର ଲୋକମାନେ ଭଲ ପିଇବା ପାଣି ପାଇପାରିବେ।ଝାରସୁଗୁଡା ଜିଲ୍ଲାର ସବୁ ଗାଁ ଓ ସବୁ ସହରକୁ ଭଲ ପିଇବା ପାଣି ଯୋଗାଇ ଦେବାପାଇଁ ୬୧୮ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୨ ଜୁନ୍‌ ସୁଦ୍ଧା ଜିଲ୍ଲାର ୧ ଲକ୍ଷ ୨୨ ହଜାର ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ।ଜିଲ୍ଲାରେ ଜଳସେଚନ ପ୍ରକଳ୍ପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାର୍ବତୀଗିରି ମେଗା ଲିଫ୍‌ଟ ଜଳସେଚନ ପ୍ରକଳ୍ପରେ ଏକ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଦିଆଯାଇଛି । ଏହାସହିତ ଜିଲ୍ଲାରେ ୧୮୬ କୋଟି ଟଙ୍କାର ୪ଟି ମେଗା ଲିଫ୍ଟ ଜଳସେଚନ କାମ ଚାଲିଛି ଏବଂ ଜିଲ୍ଲାର ସବୁ ଅଞ୍ଚଳକୁ ଜଳସେଚନ ର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଖୁବ ଶୀଘ୍ର ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଝାରସୁଗୁଡାରେ ନିର୍ମାଣଧୀନ ୧୦୦ ଶଯ୍ୟା ବିଶିଷ୍ଟ ହୃଦରୋଗ ଚିକିତ୍ସାଳୟର ନିର୍ମାଣ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଏହାଦ୍ବାରା ଲୋକମାନେ ଉନ୍ନତମାନର ଚିକିତ୍ସା ମିଳିପାରିବ ବୋଲି ସେ କହିଥିଲେ । ଏଥିପାଇଁ ୧୦୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ୧ ଲକ୍ଷ ୧୫ ହଜାର ଲୋକ ସ୍ମାର୍ଟ ହେଲ୍‌ଥ କାର୍ଡ ପାଇବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସିବ୍ୟକ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ମହାନ୍‌ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ତାଙ୍କର ଆଦର୍ଶ, ସଂଗ୍ରାମ ଓ ଦେଶପ୍ରେମ ଯୁଗ ଯୁଗ ଧରି ଆମକୁ ପ୍ରେରଣା ଦେଉଥିବ । ସ୍ବାଧୀନତା ସଂଗ୍ରାମୀ ବିହାରୀ ରାମ ତନ୍ତୀ, ଲକ୍ଷ୍ମୀ ନାରାୟଣ ମିଶ୍ର ଓ ଚିନ୍ତାମଣି ପୂଜାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ, ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ ଓ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଝାରସୁଗୁଡା ଜିଲ୍ଲାର ବିକାଶ ଉପରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସବୁ କ୍ଷେତ୍ରରେ ରାଜ୍ୟର ବିକାଶକୁ ଏକ ନୂଆ ସ୍ତରକୁ ଆଣିବା ସହିତ ଗରିବ ଲୋକଙ୍କ ସୁରକ୍ଷା ପାଇଁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି, ତାହା ସମଗ୍ର ଦେଶରେ ବିରଳ।

ଓଡ଼ିଶା ସାମ୍ବାଦିକ ୟୁନିୟନ୍‌ର ସୁବର୍ଣ୍ଣ ଜୟନ୍ତୀ ସମାରୋହ…

( )ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନ୍ ସଂଘ ଦ୍ୱାରା ଆୟୋଜିତ ଓଡ଼ିଶା ସାମ୍ବାଦିକ ୟୁନିୟନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ସୁବର୍ଣ୍ଣ ଜୟନ୍ତୀ ସମାରୋହ ରବିବାର ଦିନ ମା’ ବିରଜାଙ୍କ ପୀଠ ତଥା ଯାଜପୁର ସହର ମଧ୍ୟସ୍ଥ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଏକ ବୈର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣ ଜୟନ୍ତୀ ସମାରୋହାରେ ମୁଖ୍ୟବକ୍ତାଭାବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଯୋଗଦେଇ ସାମାଜିକ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ନିୟମ ଆଣୁଛନ୍ତି ଏବଂ ସାମ୍ବାଦିକମାନେ ଲକ୍ଷ୍ମଣରେଖା ପାର ନହେବା ପାଇଁ ବକ୍ତବ୍ୟ ମାଧ୍ୟମରେ ପରାମର୍ଶ ଦେଇଥିଲେ । ଅଯଥା ମିଡିଆମାନେ ପ୍ରଚାରକ ନସାଜିବା ପାଇଁ ସତର୍କ କରାଇଥିଲେ । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଶ୍ରୀ ମଙ୍ଗରାଜ କହିଥିଲେ । ଏହାବ୍ୟତୀତ ରାଜ୍ୟସରକାର ଭାରତ ବର୍ଷରେ ପ୍ରଥମେ ରାଜ୍ୟରେ ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧାଭାବେ ଘୋଷଣା କରି କରୋନାରେ ମୃତ୍ୟୁବରଣ କରିଥିôବା ସାମ୍ବାଦିକମାନଙ୍କୁ ସହାୟତା ରାଶି ପ୍ରଦାନ କରିବା ସହ ଦୁରାରୋଗ କିମ୍ବା ଅକସ୍ମାତ୍ ମୃତ୍ୟୁ ହେଲେ ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ସହାୟତା ସହଯୋଗ କରିଆସୁଛନ୍ତି । ଆଦିବାସୀ ଅଧ୍ୟୁସିତ ଅଂଚଳରେ ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ଅଗ୍ରାଧିକାର ଭାବେ ସାହାର୍ଯ୍ୟ କରୁଛନ୍ତି । ଏତଦ୍‌ବ୍ୟତୀତ ଓଡ଼ିଶା ସାମ୍ବାଦିକ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ଦାବିଗୁଡିକ ଉପରେ ବକ୍ତବ୍ୟ ରଖି କହିଥିଲେ ସାମ୍ବାଦିକମାନଙ୍କର ବୀମାରାଶି ୨ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରିବା ଏବଂ ସେଥିରେ ପିତା, ମାତାଙ୍କ ନାମକୁ ଅର୍ନ୍ତଭୂତ କରିବା ଓ ଖୁବ୍ ଶୀଘ୍ର କର୍ତବ୍ୟରତ ସାମ୍ବାଦିକମାନଙ୍କୁ ପେନ୍‌ସନ୍ ଯୋଗାଇଦେବାକୁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ବୋଲି କହିଥିଲେ । ଏହି ଅବସରରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମାଜକୁ ଭଲଭାବେ ଗଢିବା ଓ ଆଗାମୀ ପିଢୀପାଇଁ ଦୀଗଦର୍ଶକ ଦେବା ଗଣମାଧ୍ୟମର ଗୁରୁ ଦାୟିତ୍ୱ ରହିଛି ବୋଲି କହିଥିଲେ । ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ପାର୍ଲାମେଂଟରେ ଚୁକ୍ତି ଉପସ୍ଥାପନ କରି ସାମ୍ବାଦିକଙ୍କ ନାର୍ଯ୍ୟ ଦାବିକୁ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିବେ ବୋଲି ସାଂସଦ ଶ୍ରୀମତୀ ସେଠୀ ବକ୍ତବ୍ୟ ରଖିଥିଲେ । ସତ୍ୱନ୍ତ୍ର ଅତିଥିଭାବେ ଯୋଗଦେଇ ରାଜ୍ୟ ମାନବ ଅଧିକାର କମିଶନ୍‌ର ସଦସ୍ୟ ଅସିମ ଅମିତାଭ ଦାସ ନିର୍ଭିକ ଓ ନିର୍ଭୟ ଭାବେ କାର୍ଯ୍ୟ କରିବା ପାଇଁ ସାମ୍ବାଦିକମାନଙ୍କ ପାଖରେ ସାହସ ହେଉନାହିଁ । ଯଦି କଲେ ଅକାରଣେ ଆକ୍ରୋଶର ଶିକାର ହେଉଛନ୍ତି ଏବଂ ନିର୍ଭିକ ସାମ୍ବାଦିକଙ୍କୁ ହତ୍ୟା ମଧ୍ୟ କରାଯାଉଛି । ପ୍ରେସ୍ ହେଉଛି ଜାତୀୟ ଜୀବନରେଖା କିନ୍ତୁ ଆଜି ସେଥିରେ ବିଚ୍ୟୁତ ଘଟିଛି । ପ୍ରେସର ସ୍ୱାଧିନତା ଉପରେ ଚାପ ସୃଷ୍ଟି କରାଯାଇ ସାମ୍ବାଦିକମାନଙ୍କୁ ନିର୍ଭୟ ଭାବରେ ଆଜିର ଦିନରେ କାମ କରିବାକୁ ଦିଆଯାଉନଥିବାରୁ ପ୍ରେସର ସ୍ୱାଧିନତା ଧିରେ ଧିରେ ହରାଇବସିଛି ବୋଲି ଶ୍ରୀ ଦାସ କହିଥିଲେ । ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ସମାରୋହରେ ଯୋଗଦେଇ ସାମ୍ବାଦିକମାନଙ୍କୁ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ ।ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ସମ୍ମାନୀତ ଅତିଥିଭାବେ ଯୋଗଦେଇ ପ୍ରାକୃତିକ ଦୁର୍ବିପାକ ହେଉ କିମ୍ବା ମହାମାରୀ ହେଉ ଯେତେବେଳେ ସାଧାରଣ ଜନତା ଘର ଭିତରେ ସୁରକ୍ଷାରେ ଥାଏ ସେତେବେଳେ ସାମ୍ବାଦିକଟିଏ ତା ନିଜ ଜୀବନକୁ ବିପନ୍ନ କରି ଖବର ପ୍ରସାରଣ କରି ଜନତାଙ୍କୁ ସତର୍କ ଏବଂ ସଚେତନତା କରାଇଥାଏ । ଆଜିର ଦିନରେ ମୁଁ କାହିଁକି ସାମ୍ବାଦିକଟିଏ ହେଲି, ସାମ୍ବାଦିକମାନେ ମାନସମନ୍ଥନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ । ଓଡ଼ିଶା ସାମ୍ବାଦିକ ୟୁନିୟନର ସଭାପତି ତଥା ଜାତୀୟ ପ୍ରେସ କାଉନସିଲର ସଦସ୍ୟ ପ୍ରସନ୍ନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯାଜପୁର ପାଇଁ ଗର୍ବ ଓ ଗୌରବ ଆଣିଥିବା ଓ ଭାରତ ବର୍ଷକୁ ଦିଗଦର୍ଶନ ଦେଖାଇଥିବା ପଦ୍ମଶ୍ରୀ ପୁରସ୍କୃତ ନନ୍ଦ କିଶୋର ପୃଷ୍ଟିଙ୍କୁ ସମାରୋହରେ ଅତିଥିମାନେ ତାଙ୍କର ଆଶିର୍ବାଦ ନେବା ସହ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜୟନ୍ତୀ ସମାରୋହରେ କୀର୍ତିମାନ ସୃଷ୍ଟି କରିଥିବା ବିସ୍ମୟ ବାଳକ ଦେଢ ବର୍ଷର ଶିଶୁ ଶ୍ରୀମାନ୍ ସାଇ ଦିବ୍ୟାଂଶ ମହାଳିକ, ଅଢେଇ ବର୍ଷର ଶିଶୁ ପ୍ରିୟାଙ୍ଗୀ ନାଥ, ଦୁଇବର୍ଷ ଆଠ ମାସର ଶିଶୁ ବିଏନ୍ କ୍ରିଷ୍ଣା ଦେବାଶିଷଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରିବା ସହ ଉତରୋତର କାମନା କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କର୍ଣ୍ଣାଟ କେଶରୀ ଦାସ, ଡଃ ଗୋପାଳ ଚନ୍ଦ୍ର ମହାପାତ୍ର, ଶଶି ଭୂଷଣ ତ୍ରିପାଠୀ, ରବିନ୍ଦ୍ର ପରିଡା, ଅଧ୍ୟାପିକା ବିନ୍ଦୁରେଖା ମହାପାତ୍ର, ଡଃ ସୁ ପ୍ରକାଶ ଶତପଥୀ, ଆଇନଜୀବି ଦେବାଶିଷ ସାମଲ, ମଂଚ ଅଭିନେତା ସଚ୍ଚି ଦାସ, ଇଂ ସବ୍ୟସାଚୀ ମହାପାତ୍ର, ପରିବେଶବିତ୍ ଗଣ୍ଠି ଜେନା, ଡାଃ ଅଭୟ ପତି, ଯାଜପୁର ଥାନାର ଭାରପ୍ରାପ୍ତ ଅଧିକାରୀ ମାନସ ଚକ୍ର, ଜନପ୍ରତିନିଧି ସୁଧାଂଶୁ ଶେଖର ଆଚାର୍ଯ୍ୟ, ପ୍ରଣବ କୁମାର ଆଇଚ, ଗୋପାଳ ଚନ୍ଦ୍ର ମିଶ୍ର, ଜତିନ୍ଦ୍ର କୁମାର ରାଉତ, ସୁଶାନ୍ତ କୁମାର ଦାସ, ହିଂମାଶୁ ସାହୁ, ନବ କିଶୋର ବେହେରା, ଶ୍ରୀକାନ୍ତ ସାହୁ, ପ୍ରଭଞ୍ଜନ ପତି ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଯାଜପୁର ସହରର ସାମ୍ବାଦିକ ଉତ୍କଳ ଜେନାଙ୍କୁ ମରୋଣତର ଭାବେ ତାଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ସାମ୍ବାଦିକମାନଙ୍କ ବିଭିନ୍ନ ଦାବିକୁ ଉପସ୍ଥାପନ କରିବା ସହ ସରକାର ଗୁରୁତ୍ୱ ଦେବାକୁ ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ସଂଘ ଓ ରାଜ୍ୟ ସଂଘ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବିଭିନ୍ନ ସଂଘର ସାମ୍ବାଦିକମାନେ ଓଡ଼ିଶା ସାମ୍ବାଦିକ ୟୁନିୟନରେ ଯୋଗଦାନ କରିଥିଲେ । ରାଜ୍ୟ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ରାଜୀବ ମହାନ୍ତି ଓଡ଼ିଶାରେ ଏକାମାତ୍ର ସଂଗଠନ ଓଡ଼ିଶା ସାମ୍ବାଦିକ ୟୁନିୟନ୍ ସାମ୍ବାଦିକମାନଙ୍କ ସୁରକ୍ଷା ଓ ଦାବିକୁ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବା ସହ ଆଜି ସାମ୍ବାଦିକମାନେ ଯେଉଁ ସୁବିଧା ସୁଯୋଗ ପାଉଛନ୍ତି ତା’ର ଶ୍ରେୟ ପ୍ରସନ୍ନ ମହାନ୍ତି କହିବା ସହ ସୁରକ୍ଷାର ଘର ଓଡ଼ିଶା ସାମ୍ବାଦିକ ୟୁନିୟନ୍ ବୋଲି କହିଥିଲେ । ରାଜ୍ୟ ସଂଘର ସଂପାଦକ ଅଶୋକ ନନ୍ଦ ରାଜ୍ୟସଂଘର ସଂପାଦକୀୟ ବିବରଣୀ ପାଠ କରିଥିôବା ବେଳେ ଉପସଭାପତି କିଶାନ ରାଉତ ସଂଘକୁ ସୁଦୃଢ କରିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ । ଜିଲ୍ଲା ସଂଘର ସଭାପତି ଆଦିତ୍ୟ ମେକାପ ଓଡ଼ିଶା ସାମ୍ବାଦିକ ୟୁନିୟନର ସହଯୋଗରେ ଜିଲ୍ଲା ସଂଘର ସମସ୍ତ ସଦସ୍ୟମାନେ ସୁବର୍ଣ୍ଣ ଜୟନ୍ତୀ ସମାରୋହାକୁ ସଫଳଭାବେ ଆୟୋଜନ କରିଥିôବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତଙ୍କ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସାମ୍ବାଦିକ ଜୟନ୍ତ ଗୋସ୍ୱାମୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘର ସଂପାଦକ ଦେବ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ୩୦ ଗୋଟି ଜିଲ୍ଲାର ସାମ୍ବାଦିକମାନେ ଯୋଗଦେଇ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସଭାପତି ପ୍ରସନ୍ନ ମହାନ୍ତିଙ୍କୁ ବିଭିନ୍ନ ଜିଲ୍ଲାର ସାମ୍ବାଦିକମାନେ ପୁଷ୍ଣଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମାରୋହ ସଭା ପୂର୍ବରୁ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହେବା ସହ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା । ଆଗାମୀ ଡିସେମ୍ବର ୨୨ ତାରିଖରେ ଭୂବନେଶ୍ୱରରେ ହେବାକୁ ଥିବା ରାଜ୍ୟ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସଫଳ କରିବା ପାଇଁ ସାମ୍ବାଦିକମାନଙ୍କୁ ଆହ୍ୱାନ ଦେଇଥିଲେ । ଏଥିସହ ରାଜ୍ୟରୁ ଜିଲ୍ଲା ପର୍ଯ୍ୟନ୍ତ ସଂଘ ମାନଙ୍କରେ ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛତା କରିବା ପାଇଁ ନିର୍ବାଚନ କମିଟି ଗଠନ ହୋଇଥିଲା । ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସଫଳ କରିବାରେ ପ୍ରଚ୍ଛଦପଟ୍ଟ ନାୟକ ଯାଜପୁର ବିଧାୟକ ତଥା ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସମସ୍ତ ଅତିଥିବୃନ୍ଦ, ରାଜ୍ୟ ସଂଘ ଓ ଜିଲ୍ଲା ସଂଘ କୃତଜ୍ଞତା ଜ୍ଞାପନ କରିଥିଲେ । (ଫଟୋ)

କରୋନା ଲକ୍ଷଣରେ ପରିବର୍ତ୍ତନକୁ ନେଇ ଡ଼ଃ ନିରୋଜ ମିଶ୍ରଙ୍କ ପ୍ରତିକ୍ରିୟା…

( )କରୋନାର ଏବେ ଲକ୍ଷଣ ପରିବର୍ତ୍ତନ ହେଉଥିବାର ଦେଖାଯାଉଛି। କରୋନା ଯେଉଁ ଲକ୍ଷଣ ପରିବର୍ତ୍ତନ କରୁଛି ତାହା ବିପଦ ସୃଷ୍ଟି DX କରିବା ସମ୍ଭାବନା ନାହିଁ। ଯେପରିକି ତଣ୍ଟି ବଥା, ଅଧିକ ଜ୍ୱର, ଖାସ, ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଦେଖାଦେବା। ମାଇଲଡ଼ ଲକ୍ଷଣ ରହୁଛି। ଏହାଦ୍ୱାରା ସଂକ୍ରମଣ ବଢିବା ସମ୍ଭାବନା ନାହିଁ। ପାର୍ବଣ ଋତୁ ପରେ ସଂକ୍ରମଣ ବଢିବ ବୋଲି କୁହାଯାଉଥିଲା। କିନ୍ତୁ ତାହା ଦେଖାଗଲା ନାହିଁ। ସଂକ୍ରମଣ ର ଲକ୍ଷଣ ପରିବର୍ତ୍ତନ ହେଲେ ବଡ ଧାରଣର ସଂକ୍ରମଣର ଧାରା ଆସିବନାହିଁ। ବୁଷ୍ଟର ଡୋଜକୁ ନେଇ କହିଛନ୍ତି ଯେ ବୁଷ୍ଟର ଡୋଜର ଆବ୍ୟଶକତା ରହିଛି। ସାରା ପୃଥିବୀରେ 6 ମାସ ବେଳକୁ 50 ପ୍ରତିସତ ଇମ୍ୟୁନୀଟିକୁ ଖସି ଆସୁଛି। ବିଭିନ୍ନ ଦେଶ ଏନେଇ ବୁଷ୍ଟର ଡୋଜର ବ୍ୟବହାର କଲେଣି। ଆମ ଦେଶ ଟିକେ ଅଲଗା। ଆମର ଇମ୍ୟୁନୀଟି ଲଙ୍ଗ ଲାଷ୍ଟିଂଗ। ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ଲୋକ, ଯେଉଁ ମାନଙ୍କର କୋମରବିଟ କାଣ୍ଡିସନ ମାନଙ୍କୁ ବୁସ୍ଟର ଆବଶ୍ୟକତା ପଡିବ। 2022 ପହିଲାରେ ବୁସ୍ଟର ଡୋଜ ପାଇଁ ସରକାର ପରମିଶନ ଦେଇପାରନ୍ତି। ଏବେ ଆମ ପାଖରେ ଅନେକ ଲୋକ ଅଛନ୍ତି ଯାହା ଟୀକା ନେଇନାହାନ୍ତି ବା ନେଉନାହାନ୍ତି।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ବରଗଡ…

( )ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ବରଗଡ ଜିଲ୍ଲା

ଜିଲ୍ଲାର ୩ ଲକ୍ଷ ୬୪ ହଜାର ପାଇବେ ସ୍ମାର୍ଟ କାର୍ଡର ସୁବିଧା।

ବିଜେପୁରର ୭୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ।

ବରଗଡରେ ୩୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

୨୦୨୩ ସେପ୍ଟେମ୍ବର ସୁଦ୍ଧା ଗଙ୍ଗାଧର ମେହେର
ଉଠା ଜଳସେଚନ ପ୍ରକଳ୍ପରୁ ଚାଷୀ ପାଇବେ ପାଣି।

ବରଗଡର ଚାଷୀ ଓ ବୁଣାକାରମାନଙ୍କ ଦକ୍ଷତାକୁ ମୋର ପ୍ରଣାମ – ମୁଖ୍ୟମନ୍ତ୍ରୀ।

{}ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୩.୬୪ ଲକ୍ଷ ଲୋକ ଏହି ସୁବିଧା ପାଇବେ । ବରଗଡ ସହିତ ରାଜ୍ୟର ୧୧ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ବିଜେପୁରର ୭୧ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ ।

ଆଜି ମୁଖ୍ୟମନ୍ତ୍ରୀ ବରଗଡରେ ପ୍ରାୟ ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସେହିପରି ଜିଲ୍ଲାରେ ୨୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏଥିରେ ରହିଛି – ୨୦୯୦ କୋଟି ଟଙ୍କାର ଗୁରୁତ୍ବପୂର୍ଣ୍ଣ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ ୨୦୨୩ ସେପ୍ଟେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ ଏବଂ ଚାଷୀମାନେ ଏଥିରୁ ପାଣି ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବରଗଡ ହେଉଛି ମା ଲକ୍ଷ୍ମୀଙ୍କ ପବିତ୍ର ଭୂମି । ଓଡିଶାର ଭାତ ହାଣ୍ଡି । ବରଗଡର ବୁଣାକାର ମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି କହିଲେ ଯେ ଚାଷୀଙ୍କ ପରି ବରଗଡର ବୁଣାକାର ମଧ୍ୟ ସାରା ବିଶ୍ବକୁ ସମ୍ବଲପୁରୀ ଶାଢୀ ଉପହାର ଦେଇଛନ୍ତି । ବରଗଡର ଚାଷୀ ଓ ବୁଣାକାରମାନଙ୍କ ଦକ୍ଷତାକୁ ମୋର ପ୍ରଣାମ ବୋଲି ସେ କହିଥିଲେ ।ବରଗଡ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଜିଲ୍ଲାର ୩ ଲକ୍ଷ ୬୪ ହଜାର ଲୋକ ଉପକାର ପାଇବେ ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ,ଏମ୍ ପି.ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ .ବିଧାୟିକା ଶ୍ରୀମତୀ.ରୀତା ସାହୁ, ଶ୍ରୀମତୀ..ସ୍ନେହାଙ୍ଗୀନୀ ଛୁରିଆ .. ପ୍ରମୁଖ ଉଦ୍ବୋଧନ ଦେଇ ବିଭିନ୍ନ କ୍ଷେତ୍ରରେ ବିଜେପୁରର ବିକାଶ ଉପରେ ଆଲୋକପାତ କରିଥିଲେ। ଯେଉଁଭଳି ଦୂରଦର୍ଶିତାର ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାରେ ଏହି ସ୍ମାର୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ସେଭଳି ବ୍ୟବସ୍ଥା ଭାରତବର୍ଷରେ ଆଉ କେଉଁ ଠାରେ ନାହିଁ ବୋଲି ସେମାନେ କହିଥିଲେ । ଏହି ଯୋଜନା ଗରିବ ଲୋକଙ୍କର, ବିଶେଷ କରି ମହିଳା ମାନଙ୍କର ଏକ ବଡ ଚିନ୍ତା ଦୂର କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।ମନ୍ତ୍ରୀ ଶ୍ରୀ ସୁଶାନ୍ତ ସାହୁ ସ୍ବାଗତ ଭାଷଣ ଦେଇଥିଲେ ।ମନ୍ତ୍ରୀ ଶ୍ରୀ ନିରଞନ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ସେ କହିଲା ଆଜି ପଞ୍ଚୁକ …

Friends Sky Friendship Group Together Silhouettes

() ଚିକୁ, ପିଣ୍ଟୁ, ମୁନା, ନବ , ରାକେଶ ଓ  ଗୌତମ । ହଠାତ ସମସ୍ତେ ଇଚ୍ଛା କଲେ  ଭୋଜି କରିବାକୁ ।  ଜଣକା ୩ଶହ ଟଙ୍କା ଲେଖାଏଁ ଚାନ୍ଦା କଲେ ।  ଭୋଜିରେ ଆଇଟମ ହେଲା, ମଟନ , ଭାତ, ସାଲଟ  ଆଉ ପାମ୍ପଡ଼ । ରାଜଧାନୀର ଶିଖରଚଣ୍ଡି ରେ  ଭୋଜି କଲେ । ନବ ଭଲ ରୋଷେଇ କରେ ।  ତେଣୁ ସେ ମଟନ କଷିଲା । ଏହି ସମୟରେ ଗପରେ ମାତିଥିବା  ଅନ୍ୟସାଙ୍ଗ ମାନଙ୍କ ଭିତରୁ ଚିକୁ କହିଲା  ବେ ନବ  ଭଲ ମଟନ ଟା ଦେଇଛି  ସେ  ଦୋକାନି । କଷୁ କଷୁ ବାସ୍ନା ଆସିଲାଣି ।  ନବ କହିଲା ସେ ଆମର ଚିହ୍ନା ଦୋକାନ । ପୁରା ଦେଶୀ ଖାସି ଟା ଦେଇଛି । ଠିକ ଏତିକି ବେଳେ  ଚିକୁର ଗାଲଫେଣ୍ଡ   ଫୋନ କଲା । କହିଲା ତମୁକ ମୋ ରାଣ । ଆଜିଠୁ ପଞ୍ଚୁକ ଆରମ୍ଭ  ହୋଇଛି । ଭୋଜିରେ ଆମିଷ ଖାଇବନି । ଏକଥା  ଶୁଣି ଚିକୁ କହିଲା ହୋଉ  ଟିକେ ରହ , ମୁଁ ବ୍ୟସ୍ତ ଅଛି, ତତେ ପରେ କଲ କରୁଛି । ..ବାସ ଏତିକିରେ ଚିକୁ ନବକୁ କହିଲା ଆରେ , ଆଜିଠାରୁ ପଞ୍ଚୁକ ଆରମ୍ଭ ହେଲା କି? ନବ କହିଲା ନା ରେ କାଲିଠାରୁ । କିଛି ସମୟ ଦୁଇ ଜଣଙ୍କ ମଧ୍ୟରେ ଏକଥା ଚାଲିଲା । ଆଉ ତାପରେ ନବ ତାଙ୍କ ଘରକୁ ଫୋନ କରି ପଚାରିଲା ମା ପଞ୍ଚୁୂକ କେଉଁ ଦିନ ଠାରୁ । ତା ମା କହିଲେ ଆଜିଠାରୁ । ତୁ ଆମୀଷ ଖାଇବୁନି  । ଚତୁର ନବ ସଙ୍ଗେସଙ୍ଗେ ଚିକୁକୁ କହିଲା ଶୁଣ  ସାଙ୍ଗ ଠିକ କହିଛୁ , ଆଜିଠୁ ପଞ୍ଚୁକ ।  ହେଉ ଶୁଣ , କାହାକୁ କିଛି କହନା । ଭୋଜି ସରୁ କଥା ହେବା ।  ଚିକୁ ଓ ନବ ମନ କଥା ମନରେ ରଖି ରୋଷେଇରେ ମାତିଲେ ।  କାରଣ ଧର୍ମ ସହ ମଟନ ଖାଇବାର ଲୋଭ ଉଭୟଙ୍କ ଅଛି । ତେଣୁ ମିଳିମିଶି ସମସ୍ତେ ଖାଇଲେ  । ଖାଇ ସାରିବା ପରେ ଚିକୁ କହିଲା ଆରେ ଜାଣିଛ ନା ଆଜି ପା ପଞ୍ଚୁକ ।  ଏକଥା ଶୁଣି କିଛି  ସାଙ୍ଗ କହିଲେ କଣ ହେଲା, ମଟନ ତ ଆମେ ଖାଇଲେ । ହେଲେ ଗୌତମ ଓ   ମୁନା କିନ୍ତୁ ଦ୍ୱନ୍ଦରେ ପଡ଼ି କହିଲେ ଆବେ ଖାଇସାରିବା  ପରେ କଣ କହୁଛି  ବେ । ଛାଡ ଏପରି କଥାବାର୍ତ୍ତା  ହେଉହେଉ ସବୁ ସାଙ୍ଗ ଚିକୁ ଉପରେ ଦୋଷ  ଦେଲେ ତୁ ଜାଣିକି ଆମକୁ କହିଲୁନି ।

ପଞ୍ଚୁକ କଣ । କାହିକିଁ ହୁଏ ଓ ଏହାର ବିଶେଷତ୍ତ୍ୱ ହୁଏତ ଚିକୁ, ନବ ଓ ତାର ସାଙ୍ଗମାନେ ଜାଣନ୍ତିନି ।   ଏକଥା ତ ଯିଏ ନାହିଁ ସେ କହିବ , ଆରେ ଏ ବୟସରେ କଣ ଏତେ ଧର୍ମ ଚିନ୍ତା ।  ଆଧୁନିକ ଜୀବନଶୈଳୀରେ ତ ଧର୍ମ  ଚର୍ଚ୍ଚା ନକରିବା ଭଲ ।  ହେଲେ ଚିକୁ ଓ ମୁନା  ଗାଁଉଲି ପିଲା , ତେଣୁ ସେ  ଜାଣିଛନ୍ତି ପଞ୍ଚୁକରେ ବଗ ବି ଆମିଷ ଖାଏ ନାହିଁ । ବାସ ସେଥିଲାଗି ତ ଏତେ କଥା ।

ଭୋଜି ସରିଲା । ମନ ଖୁସିରେ ସଭିଁଏ ଫେରିଲେ । ହେଲେ ଭୋଜି ଘଟଣା ଯେତେବେଳେ  ନବ ତା ବଡ଼ଭାଇଙ୍କୁ ସବୁ କଥା  କହିଲା । ସେତେବେଳେ  ସେ  ବଡ଼ ଭାଇଙ୍କ ମନରେ ଗୋଟେ  ପ୍ରଶ୍ନ ଆସିଲା , ପ୍ରକୃତରେ ଆମେ ଧର୍ମକୁ  ଦେଖୁଛନ୍ତି , ନା ମନକୁ ବୁଝାଉଛନ୍ତି ।  ସତରେ କଣ ଧର୍ମ ଓ ପରମ୍ପରା ପାଇଁ ଆମ ମନରେ କିଛି ଅଛି ନା  ଏହା କେବଳ ଏକ ଭାବନା । ..

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଜାରି : ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

( )ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ମୁଦାୟ ୧୩୦।

{ }ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଆସିଛନ୍ତି। ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଅନୁଯାୟୀ ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଜାରି ରଖିଛନ୍ତି।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏବେ ଆଉ ୮ ଜଣ ସରକାରୀ ଅଧିକାରୀଙ୍କୁ ସେମାନଙ୍କର ଅନୈତିକତା, ଅପାରଗତା ଓ ଦୁର୍ନୀତି ଯୋଗୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୮ ଜଣଙ୍କୁ ମିଶାଇ ବର୍ତ୍ତମନ ସୁଦ୍ଧା ୧୩୦ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରୀରୁ ବହିସ୍କାର କରାଗଲା ।

ଏହି ୮ ଜଣଙ୍କ ମଧ୍ୟରୁ ନିମାପଡାର ପୂର୍ବତନ ତହସିଲଦାର ତଥା ସବ୍‌ ରେଜିଷ୍ଟର ଦାୟିତ୍ବରେ ଥିବା ଓ.ଏ.ଏସ୍‌ ଅଧିକାରୀ ଶ୍ରୀ ରାମଚନ୍ଦ୍ର ଜେନାଙ୍କ ବିରୁଦ୍ଧରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି । ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତଲାସି କରାଯାଇଥିବା ସମୟରେ ତାଙ୍କ ନିକଟରୁ ଏକାଧିକ ପ୍ୟାନ୍‌ କାର୍ଡ ସହିତ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଏହାପର ଠାରୁ ସେ ଚାକିରୀରୁ ନିଲମ୍ବିତ ହୋଇଥିଲେ ।

ସେହିପରି ଜଗତସିଂହପୁରର ପୂର୍ବତନ ଡ଼େପୁଟି କଲେକ୍ଟର ଓ.ଏ.ଏସ୍‌ ଅଧିକାରୀ ଶ୍ରୀ ଗୌରାଙ୍ଗ ଚରଣ ମହାନ୍ତିଙ୍କ ବିରୁଦ୍ଧରେ ୭ଟି ଦୁର୍ନୀତି ଅଭିଯୋଗ ଥିଲା । ତାଙ୍କ ନାମରେ ସରକାରୀ ପାଣ୍ଠି ଆତ୍ମସାତ ତଥା ସରକାରୀ ଯୋଜନାର ସୁବିଧା ଆବଣ୍ଟନରେ ଅନିୟମିତତାର ଅଭିଯୋଗ ଥିଲା ।

ସୁନ୍ଦରଗଡ ଲାଠିକଟାର ପୂର୍ବତନ ତହସିଲଦାର ଏବଂ ବର୍ତ୍ତମାନ ବରଗଡର ଅମ୍ବାଭୋନାରେ ବି.ଡି.ଓ ଥିବା ଓ.ଏ.ଏସ୍‌ ଅଧିକାରୀ ଶ୍ରୀ ଆଲଫୋନ୍‌ସ ବିଲୁଙ୍ଗଙ୍କ ନାମରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି । ସେ ଜମିର କିସମ ପରିବର୍ତ୍ତନ ତଥା ରାଜସ୍ବ ଆଦାୟ କ୍ଷେତ୍ରରେ ଅନୁଚିତ ଅନୁଗ୍ରହ ପ୍ରଦାନ କରି ସରକାରଙ୍କୁ କ୍ଷତି ପହଞ୍ଚାଇଥିଲେ ।

ସେହିପରି କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ଶ୍ରୀ ବିଧାନ ଚନ୍ଦ୍ର ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ୨୦୨୧ ଅକ୍ଟୋବର ମାସରେ ସେ ବହୁ ପରିମାଣର ଟଙ୍କା ଧରି ଯାଉଥିବାର ଖବର ପାଇ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ହଠାତ୍‌ ଯାଞ୍ଚ କରାଯାଇଥିଲା ଏବଂ ତାଙ୍କ ନିକଟରୁ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହାପରେ ତାଙ୍କ ସମ୍ପତ୍ତି ଉପରେ ଚଢଉ କରାଗଲା ବେଳେ ଅନେକ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିଲା ।

କଳାହାଣ୍ଡି ଲାଞ୍ଜିଗଡ ବ୍ଲକ୍‌ର ବିଶ୍ବନାଥପୁରଠାରେ ସମନ୍ବିତ ଶିଶୁ ବିକାଶ ଯୋଜନାର ସିଡିପିଓ ଶ୍ରୀମତୀ ମୀନା ପାତ୍ର ୨୦୨୧ ଅକ୍ଟୋବର ୪ ତାରିଖରେ ଦୁଇଟି ସ୍ବୟଂ ସହାୟତା ଗୋଷ୍ଠୀ ଠାରୁ ଛତୁଆ ଯୋଗାଣ ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ, ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ କରି ତାଙ୍କୁ ଧରା ଯାଇଥିଲା । ଭବାନୀପାଟଣାରେ ତାଙ୍କର ଦୁଇଟି କୋଠାଘର ଓ ୬ଟି ପ୍ଲଟ୍‌ ରହିଛି । ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସେହିପରି କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକ୍‌ର ସମନ୍ବିତ ଶିଶୁ ବିକାଶ ଯୋଜନାର ସିଡିପିଓ ଶ୍ରୀମତୀ ପୁଷ୍ପାଞ୍ଚଳୀ ରଥ ୨୦୨୧ ଅକ୍ଟୋବର ୨୫ ତାରିଖରେ ଗୋଟିଏ କର୍ମୀ ନିଯୁକ୍ତି ପାଇଁ ୧ ଲକ୍ଷ ଟଙ୍କା ଦାବୀ କରି ଲାଞ୍ଚ ଗ୍ରହଣ କରୁଥିବା ବେଳେ, ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ଧରା ଯାଇଥିଲା । ତଲାସୀ ସମୟରେ ତାଙ୍କ ନିକଟରେ ବହୁ ପରିମାଣର ସମ୍ପତ୍ତି ଠାବ କରାଯାଇଥିଲା । ସେଥିମଧ୍ୟରୁ ବଲାଙ୍ଗୀରରେ ଗୋଟିଏ ଦ୍ବିତଳ ପ୍ରାସାଦ, ଗୋଟିଏ ଟାଟା ନେକ୍‌ସନ କାର୍‌, ୩ଟି ପ୍ଲଟ୍‌ ଏବଂ ତାସହିତ ନିଜର ଓ ପରିବାରର ସଦସ୍ୟଙ୍କ ନାମରେ ଅନେକ ପୁଞ୍ଜି ବିନିଯୋଗ କରାଯାଇଛି।

ଓଡିଶା ଅବକାରୀ ସେବା ଅଧିନରେ କାମ କରୁଥିବା ଦେବଗଡର ପୂର୍ବତନ ଡେପୁଟି ଅବକାରୀ ସୁପରିଟେଣ୍ଡେଣ୍ଟ ଶ୍ରୀ ଅଜିତ କୁମାର ମହାପାତ୍ର ୨୦୨୧ ସେପ୍ଟେମ୍ବର ୨୯ ତାରିଖ ଦିନ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଧରା ଯାଇଥିଲା । ତଳାସୀ ସମୟରେ ବର୍ତ୍ତମାନ ସୁଦ୍ଧା ତାଙ୍କ ନିକଟରୁ ଧରା ଯାଇଥିବା ସଂପତି ଗୁଡିକ ହେଉଛି (୧) ବ୍ରହ୍ମପୁର ସହରରେ ୬୦ ଲକ୍ଷ ଟଙ୍କା ବିଶିଷ୍ଟ ଏକ ମହଲା ବିଶିଷ୍ଟ କୋଠାଘର, (୨) ବ୍ରହ୍ମପୁର ତହସିଲରେ ତାଙ୍କ ପତ୍ନୀଙ୍କ ନାମରେ ଦୁଇଟି ପ୍ଲଟ ଓ ଅନେକ ସୁନା ଅଳଙ୍କାର ।

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ରେ କ୍ୟାସିଅର ଭାବରେ କାମ କରୁଥିବା ଶ୍ରୀ ପ୍ରଭାକର ପ୍ରଧାନ ବିଭିନ୍ନ ହିତାଧିକାରୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ । ସେ ସରକାରୀ ଅର୍ଥକୁ ତାଙ୍କ ପତ୍ନୀ ଓ ବନ୍ଧୁବାନ୍ଧବଙ୍କ ଆକାଉଣ୍ଟରେ ଜମା କରିଦେଇଥିଲେ । ତାଙ୍କ ନାମର ଦୁଇଟି ଅଭିଯୋଗ ରହିଛି । ତାଙ୍କ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତରେ ରଖାଯାଇଛି ।ଉପରୋକ୍ତ ୮ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ ୧୩୦ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।

କଂଗ୍ରେସର ବନ୍ଦ ଡାକରା ନେଇ ବିଜେଡିର ପ୍ରତିକ୍ରିୟା ବନ୍ଦ ସମ୍ପୂର୍ଣ୍ଣ ପ୍ରଭାବ ହୀନ:ବୋଲି କହିଲେ ବିଜେଡି ନେତା ପଦ୍ମନାଭ ବେହେରା …

( )କଂଗ୍ରେସର ବନ୍ଦ ଡାକରା ନେଇ ବିଜେଡିର ପ୍ରତିକ୍ରିୟା । ବନ୍ଦ ସମ୍ପୂର୍ଣ୍ଣ ପ୍ରଭାବ ହୀନ । କାହିଁ କେଉଁଠି ତ କିଛି ଜଣା ପଡୁନି ସବୁ ଠିକ ଚାଲିଛି ବୋଲି କହିଲେ ବିଜେଡି ନେତା ପଦ୍ମନାଭ ବେହେରା । ସେମାନେ ଲୋକମାନନଙ୍କୁ ପଚାରନ୍ତୁ ଲୋକମାନେ ହିଁ କହିବେ ଏହା ପ୍ରଭାବ ହୀନ । ଗାଁ ଗହଳିର ଲୋକମାନେ ବିରକ୍ତ ହେଲେଣି ଏ ବନ୍ଦକୁ ନେଇ । କୌଣସି କାରଣ ନଥାଇ ଏମିତି ବନ୍ଦ କରିବା ଲୋକେ ଗ୍ରହଣ କରୁ ନାହାନ୍ତି ।ମମିତା ପରିବାର ନିଶ୍ଚିତ ଭାବେ ନ୍ୟାୟ ପାଇବେ । ସେମାନେ କହି ସାରିଲେଣି ଆମକୁ ଠିକ ନ୍ୟାୟ ମିଳୁଛି ଓ ମିଳିବ । ଆଉ କିଏ କଣ କହିଲେ ସେଥିରେ ଆମର କିଛି ଯାଏ ଆସେ ନାହିଁ ।ରାଜ୍ୟରେ ଇ-ଭେଇକିଲ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏଥିଲାଗି ପ୍ରୋତ୍ସାହନ ଦିଆଯିବା ପାଇଁ ଦରକାର ହେଉଥିବା ଅର୍ଥ ଖୁବଶୀଘ୍ର ଆମେ ଅତିରିକ୍ତ ବଜେଟରେ ଆଣିବୁ ।

ବାଇଟ – ପଦ୍ମନାଭ ବେହେରା, ମନ୍ତ୍ରୀ,

ଟୀକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା…

() ଟୀକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା। ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ସାରିବାକୁ ଟାର୍ଗେଟ। ରାଜ୍ୟରେ ବଢିଲା ଟୀକାକରଣ କେନ୍ଦ୍ର। 1600ରୁ ବଢି 2400 କେନ୍ଦ୍ର ଖୋଲାଗଲା। ବିଶେଷ କରି ଗ୍ରାମାଞ୍ଚଳରେ ଫୋକସ୍ କରି କେନ୍ଦ୍ର ଖୋଲା ଯାଉଛି। ଯେଉଁ ଗ୍ରାମରେ 100ରୁ ଅଧିକ ଟୀକା ନେଇ ନ ଥିବା ଲୋକ ଅଛନ୍ତି ସେଠାରେ କେନ୍ଦ୍ର ଖୋଲା ଯାଇଛି। ବର୍ତ୍ତମାନ ସୁଦ୍ଧା 3 କୋଟି 98 ଲକ୍ଷ 74 ହଜାର 285 ଡୋଜ୍ ଦିଆ ହୋଇଛି ଯାହା ଆଜି 4 କୋଟି ଛୁଇଁ ଯିବ। 2 କୋଟି 66 ଲକ୍ଷ 54 ହଜାର 193 ପ୍ରଥମ ଡ଼ୋଜ୍ ଏବଂ 1 କୋଟି 32 ଲକ୍ଷ 20 ହଜାର 092 ଦ୍ବିତୀୟ ଡ଼ୋଜ୍ ଦିଆ ହୋଇଛି। 31 ଲକ୍ଷ ଦ୍ବିତୀୟ ଡୋଜ ଅପେକ୍ଷାରେ। 2ରୁ ହର୍ ଘର କାର୍ଯ୍ୟକ୍ରମ ପରେ ଦ୍ବିତୀୟ ଡ଼ୋଜ 35% ରୁ ବଢି 40% ହୋଇଛି। ସେହି ପରି ପ୍ରଥମ ଡୋଜ୍ 82 ପ୍ରତିଶତ ଲୋକ ନେଇଥିବା ବେଳେ 41 ପ୍ରତିଶତ ଉଭୟ ଡୋଜ୍ ଦିଆ ସରିଛି।
ବାଇଟ୍- ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ

ଅନ୍ୟଦେଶ ରେ ସଂକ୍ରମଣ ବଢୁଛି…

() ୩ରୁ ୪ ମାସ ଆମକୁ ସତର୍କ ରହିବାକୁ ପଡିବ l ଅନ୍ୟଦେଶ ରେ ସଂକ୍ରମଣ ବଢୁଛି, ହେଲେ ଆମ ଦେଶ ରେ ଯେହେତୁ ବଢିନି ଆମକୁ ସତର୍କ ରହିବାକୁ ପଡିବ l ଯେଉଁ ଅଲଗା ଜାଗାରେ ସଂକ୍ରମଣ ହେଉଥିଲା ତାର 3-4ପରେ ଆମ ଦେଶ ରେ ହୋଇଥିଲା ତେଣୁ ଏହି ସମୟ ଆମପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ l ରାଜ୍ୟରେ ସ୍ଥିତି ଭଲ ଅଛି l ଜୁଲାଇ ମାସରୁ ଯେଉଁ ପ୍ଲାଟୁ ଷ୍ଟେଜ ରେ ରହିଆସିଥିଛେ ତାହା ଏବେ କମୁଛି କିନ୍ତୁ କମ ରେଟ ରେ କମୁଛି l ଆମେ କେବଳ ପଜେଟିଭ ରୋଗୀ ଦେଖିବାନି କେତେ ସିରିୟସ ରୋଗୀ ଙ୍କୁ ଦେଖିକି ସ୍ଥିତି ତର୍ଜମା କରିବା l ସବୁ ଇମୁନାଇଜେସନ ର ପ୍ରାୟ ବୁଷ୍ଟର ଦେବାର ଦରକାର ଥାଏ l ଅନ୍ୟ ଯେଉଁ ବୁଷ୍ଟର ଦିଆଯଉଛି ତାହା ବହୁ ପରୀକ୍ଷିତ l ଯେହେତୁ କୋଭିଡ ଗୋଟେ ନୂଆ ଜିନିଷ ତେଣୁ ବର୍ତ୍ତମାନ ବୁଷ୍ଟର ଉପରେ ତର୍ଜମା ଚାଲିଛି ଗବେଷଣା ଚାଲିଛି ତେଣୁ ଇଣ୍ଟରନ୍ୟାସିନାଲ ବଡି କହିବ ଓ WHO ବଡି କହିବ l ତେଣୁ ବୁଷ୍ଟର ଦେବା ବାବଦ ରେ ଟେକ୍ନିକାଲ ବଡି କହିବା ପର୍ଯ୍ୟନ୍ତ ଅପେକ୍ଷା କରିବା l
ବାଇଟ – ଡାକ୍ତର ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

Follow us

20,832FansLike
0FollowersFollow
14,700SubscribersSubscribe

Latest news