( )ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ର ଅମ୍ରିତ ମହାନ୍ତି ରବିବାର ବାରିପଦା ଠାରେଆୟୋଜିତ ପ୍ରଥମ ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା (ଗେମ୍ସ ଆଣ୍ଡ ସ୍ପୋର୍ଟ୍ସ)ରେ ପୁରୁଷ ବ୍ୟାଡମିନ୍ଟନ୍ରେ ବିଜୟୀହୋଇଛନ୍ତି ।ସୋଆର କମ୍ପ୍ୟୁଟର ସାଇନ୍ସେସ୍ର ପ୍ରଥମ ବର୍ଷ ଛାତ୍ର ଅମ୍ରିତ ଫାଇନାଲ୍ରେ ଫକିର ମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ୨୧-
୧୫,୨୧-୧୬ ରେ ପରାସ୍ତ କରିଥିଲେ । ସେ ପୂର୍ବରୁ ମଧ୍ୟ ତାଙ୍କର ଅନ୍ୟ ପ୍ରତିଯୋଗୀମାନଙ୍କୁ ସିଧାସଳଖ ପରାସ୍ତ କରିଥିଲେ ।
ଅମ୍ରିତ୍ଙ୍କୁ ସୋମବାର ୩୦ ହଜାର ଟଙ୍କାର ପୁରସ୍କାର ରାଶି ଏବଂ ଟ୍ରଫି ପ୍ରଦାନ କରାଯାଇଛି ।ସେହିପରି ସୋଆର ଅନ୍ୟ ଜଣେ ଛାତ୍ର ଅବିନାଶ ତ୍ରିପାଠୀ ଟେବୁଲ୍ ଟେନିସ୍ ପୁରୁଷ ସିଙ୍ଗଲ୍ସରେ ରନର ଅପ୍ ଟ୍ରଫି ହାସଲକରିଛନ୍ତି । ତାଙ୍କ ବିରୋଧୀଙ୍କ ଠାରୁ ସେ ୧୧-୭,୯-୧୧, ୭-୧୧, ୧୧-୮, ୯-୧୧, ୮-୧୧ରେପରାଜିତ ହୋଇଥିଲେ । ସେ ୨୫ହଜାର ଟଙ୍କାର ପୁରସ୍କାର ରାଶି ଓ ଟ୍ରଫି ହାସଲ କରିଛନ୍ତି ।ବ୍ୟାଡମିନ୍ଟନ୍ ଓ ଟେବୁଲ୍ ଟେନିସ୍ ବ୍ୟତୀତ ଏହି ପ୍ରତିଯୋଗିତାରେ ବାସ୍କେଟବଲ୍, ଭଲିବଲ୍, କ୍ରିକେଟ୍, ଚେସ୍, ଫୁଟବଲ୍, କବାଡିଏବଂ କ୍ୟାରମ୍ ଆୟୋଜନ କରାଯାଇଥିଲା ।ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନିତା ବର୍ମା ଦୁଇ ଛାତ୍ରଙ୍କୁ ତାଙ୍କର କୃତିତ୍ୱ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଥମ ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ସୋଆ ଛାତ୍ରଙ୍କର କୃତିତ୍ୱ
ଏକ ତରଫା ବିଜୟ ଆଡକୁ ବିଜେଡି : ଯାଜପୁରବାସୀଙ୍କ ମିଶନ ୧୮ରୁ ୧୮
() ଘନଘନ ବୈଠକ । ମାରାଥନ ପ୍ରଚାର । ସ୍ବପ୍ନର ସହରକୁ ରାଜ୍ୟର ୧ନମ୍ବର ସହର ଭାବେ ଗଢି ତୋଳିବାକୁ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଦେଖିଥିବା ସ୍ବପ୍ନକୁ ପୂରଣ କରିବା ପାଇଁ ଯାଜପୁର ସହରବାସୀ ପ୍ରସ୍ତୁତ ।
ଯୁବନେତା ଭବ ପ୍ରସାଦ ଦାସ (ଲଲ) କାଉନସିଲର ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ଓ୍ବାର୍ଡ଼ରେ ଭୋଟଭିକ୍ଷା କରୁଥିବା ସମୟରେ ଯାଜପୁର ସହରବାସୀ ଅଜାଡ଼ି ଦେଉଛନ୍ତି ଆର୍ଶୀବାଦ । ନୂଆ ଯାଜପୁର ଗଢିତୋଳି ଚାଲିଥିବା ବିଧାୟକଙ୍କ ବିକାଶମୂଳକ କାମକୁ ସହରବାସୀ ଭୂ-ପ୍ରଶଂସା କରିବା ସହ ବିଜେଡିକୁ ଏକ ତରଫା ବିଜୟ କରିବାକୁ ମନସ୍ତ କରିଛନ୍ତି ।
ସହରର ଷ୍ଟ୍ରିଟ ଲାଇଟ, ସ୍ମାର୍ଟ ସ୍କୁଲ, ଘରେଘରେ ପିଇବା ପାଣି ସଂଯୋଗ , ସ୍ବଚ୍ଛତା ଓ ପରିଷ୍ମାର , ପରିମଳ ସହ ଯାଜପୁର ସହର ବିକାଶ ପାଇଁ ବିଧାୟକ ଯେଭଳି ପ୍ରୟାସ ଓ ପରିଶ୍ରମ କରୁଛନ୍ତି ତାହାକୁ ଯାଜପୁରବାସୀ ବେଶ ପ୍ରଶଂସା କରିଛନ୍ତି । ୧୪ ବର୍ଷ ଭିତରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଯେପରି ଯାଜପୁର ଜିଲ୍ଲାର ନକ୍ସା ବଦଳାଇ ନୂଆ ଯାଜପୁର ଗଢିତୋଳିଛନ୍ତି ତାହା ଏବେ ଯାଜପୁର କାହିଁକି ପୁରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ।
ବିଶେଷ କରି ସହରବାସୀଙ୍କ ସୁଖ ଦୁଃଖ ସାଥିୀ ହୋଇ ବବି ଓ ଭବ ଯେପରି ଦିନରାତି ଏକ କରି ଜନସେବାକୁ ଗୁରୁତ୍ବ ଦେଇଛନ୍ତି ତାହା ପ୍ରତ୍ୟେକ ଯାଜପୁରବାସୀଙ୍କ ହୃଦୟ ଜିତିଛନ୍ତି । ସହରରେ ଥିବା ପ୍ରତି ସମସ୍ୟା କିପରି ଦୂର ହେବ ଓ କୌଣସି ଲୋକ ଯେମିତି ମୌଳିକ ସୁବିଧା ବଂଚିତ ନରହିବେ ତାହାକୁ ବିଧାୟକ ସବୁବେଳେ ଗୁରୁତ୍ବ ଦେଇଛନ୍ତି । ନିର୍ବାଚନ ସମୟରେ ବିଧାୟକଙ୍କ ଗୋଟେ ଆହ୍ବାନରେ ସହରବାସୀ ଏକ ହୋଇ ୧୮ରୁ ୧୮ ଓ୍ବାର୍ଡ଼ରେ ବିଜୟ କରିବା ପାଇଁ ସଂକଳ୍ପ ନେଇଛନ୍ତି ।
ପୌର ନିର୍ବାଚନ ସମୟରେ ବିରୋଧୀ ଦଳର ସଦସ୍ୟମାନେ ସହରବାସୀଙ୍କ ପାଖକୁ ଯାଇ ସେମାନଙ୍କ ଭଲମନ୍ଦ କଥା ବୁଝୁଥିବା ବେଳେ ବବି ଓ ଭବ ୩୬୫ ଦିନ ଲୋକଙ୍କ ସହ ରହି ସେମାନଙ୍କ ସମସ୍ୟା ଦୂର କରିଛନ୍ତି । ଯାହା ଏବେ ଭୋଟ ସମୟରେ ବଡ଼ ଆର୍ଶୀବାଦ ବୋଲି ସହରର ବରିଷ୍ଠ ନାଗରିକ ଓ ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।
ଯାଜପୁର ସହର ବିକାଶ ମୂଳକ କାର୍ଯ୍ୟକ୍ରମ ଉପରେ ନଜର ପକାନ୍ତୁ l ଯାଜପୁରରେ ଅତ୍ୟାଧୁନିକ ମ୍ୟୁଜିୟମ, ବରାହନାଥ ମନ୍ଦିରରେ ୧୨୫ ଫୁଟ ଶିବଲିଙ୍ଗ ସହ ଦ୍ବିତୀୟ କୁସୁମା, ଦଶାଶ୍ଵମେଧ ଘାଟରେ ବ୍ୟାରେଜ, ବିରଜା ମନ୍ଦିର ସୌନ୍ଦଯ୍ୟକରଣ, ବିଭିନ୍ନ ପଯ୍ୟଟନ କ୍ଷେତ୍ରର ବିକାଶ, ମିନି ସଚିବାଳୟ , ରିଙ୍ଗରୋଡ଼ ଓ କୁସୁମା ଜିଲ୍ଲାର ବିକାଶ ମୁଖବନ୍ଧ ସାଜିଛି । ସହରର ଗଳିକନ୍ଧିରେ ରାସ୍ତାଘାଟ, ସ୍ବଚ୍ଛ ପାନୀୟ ବ୍ୟବସ୍ଥା, ସୌନ୍ଦଯ୍ୟକରଣ ପରି ଲମ୍ବା ବିକାଶ ଏଜେଣ୍ଡାକୁ ପୌର ନିର୍ବାଚନ ଇସ୍ତାହାରାରେ ସ୍ଥାନୀତ କରିଛି ବିଜେଡ଼ି ।
ଆଉ ଏସବୁ ସମମ୍ଭ ହୋଇପାରିଛି ସହରବାସୀଙ୍କ ସହଯୋଗ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) କଠିନ ପରିଶ୍ରମ ଆଉ ଉଦ୍ୟମ ବଳରେ । ଏସବୁ ବିକାଶମୂଳକ କାଯ୍ୟକ୍ରମ ନକ୍ସା ପ୍ରସ୍ତୁତ ହେବା ଓ ଏହାକୁ ବାସ୍ତବ ରୂପ ଦେବା ବିଧାୟକଙ୍କ ପରିଶ୍ରମକୁ କେବଳ ଯାଜପୁର ବାସୀ ନୁହେଁ, ପୁରା ଓଡ଼ିଶା ପ୍ରଶଂସା କରିଛି । ଏସବୁ ପାଇଁ ଏବେ ପୌର ନିର୍ବାଚନରେ ବଡ଼ ବ୍ୟବଧାନରେ ବିଜେଡି ବିଜୟ କରିବ l ଉଭୟ ବ୍ୟାସନଗର ଓ ଯାଜପୁର ପୌର ପରିଷଦ ବିଜେଡ଼ିକୁ ବ୍ୟବଧାନରେ ଜିତାଇବା ପାଇଁ ଦୁଇ ସହରବାସୀ ମନସ୍ଥ କରିଥିବା ଶାସକ ଦଳ କହିଛି । ନିର୍ବାଚନ ନୁହେଁ, ବିକାଶର ଧାରାକୁ ଆହୁରୀ ଆଗେଇ ନେବା ସହ ବିଧାୟକ ବିକାଶମୂଳକ କାଯ୍ୟକ୍ରମରେ ପ୍ରତ୍ୟେକ ଯାଜପୁରିଆ ସାମିଲ ହେବା ପାଇଁ ସଂକଳ୍ପ ନେଇଛନ୍ତି ।
ମାର୍ଚ୍ଚ ୨୪ ତାରିଖରେ ଯାଜପୁର ପୌର ପରିଷଦ ପାଇଁ ପଡ଼ିବ ଭୋଟ । ନିର୍ବାଚନରେ ୧୮ରୁ ୧୮ ମିଶନକୁ ବଡ଼ ବିଜୟ ସହ ସଫଳ କରିବା ପାଇଁ ଯାଜପୁର ସହରବାସୀ ପଣ କରିଛନ୍ତି ବିଜେଡି ଯୁବନେତା ମନୋଜ ସାହୁ କହିଛନ୍ତି l
ଆସ ସଭିଁଏ ଟିକେ ରଙ୍ଗୀନ ହୋଇଯିବା …❤️
() ଆସ ସଭିଁଏ ଟିକେ ରଙ୍ଗୀନ ହୋଇଯିବା ..❤️
ହୋଲି ସେବେ, ଆଉ ଏବେ …
ଦେହରେ ରଙ୍ଗ ଲାଗିଲା ପୂର୍ବରୁ ମଣ୍ଟୁର ମନ ରଙ୍ଗୀନ ହୋଇଯାଇଛି । ଏବର୍ଷ ହୋଲିକୁ ବଡ଼ ଆନନ୍ଦରେ ପାଳିବା ଲାଗି ସବୁ ପ୍ରକାର ମୋଉକାକୁ ହାତଛଡ଼ା କରିବାକୁ ଚାହିନାହିଁ ମଣ୍ଟୁ । ରଙ୍ଗର ପର୍ବ ଏବର୍ଷ ନଆରା ଭାବେ ପାଳନ କରିବା ପାଇଁ ସବୁ ଯୋଜନା କରିଥାଏ । ସାଧାରଣତ ହୋଲି ପୂର୍ବରୁ ସମସ୍ତଙ୍କ ଘରେ ଓ ବାହାରେ ରହୁଥିବା ଯୁବକ ଓ ଯୁବତୀମାନେ ପୁରୁଣା ଡ୍ରେସ ଖୋଜାଖୋଜି କରନ୍ତି । ହୋଲି ଖେଳିସାରିବା ପରେ ସେ ଡ୍ରେସର ଅବସ୍ଥା କଣ ହୋଇଥାଏ ତାହା ଅଳ୍ପ ବହୁତ ସମସ୍ତଙ୍କୁ ଜଣା । ସାଙ୍ଗମାନେ ଦେହରେ ରଙ୍ଗ ଲଗାନ୍ତୁ କି ନାହିଁ ପିନ୍ଧିଥିବା ଡ୍ରେସ ଚରିବା ଗୋଟେ ବଡ଼ ନିୟମ । ସେ ପିଲା ହୁଅନ୍ତୁ କି ବୁଢା । ଯେମିତି ନିଜ ସାଙ୍ଗସାଥୀମେଳରେ ହୋଲି ପାଇଁ ଏ ନିୟମ ସମାନ । କାରଣ ଏଥିରେ ଥାଏ ଆନନ୍ଦ । ତେଣୁ ପୁରୁଣା ଡ୍ରେସ ଖଣ୍ଡେ ପିନ୍ଧି ରଙ୍ଗ ଖେଳିଲେ ଚିନ୍ତା ନାହିଁ । କାରଣ ସବୁ କଣ ଧନୀ ଘର ପିଲା ନା ସିନେମା ଅଭିନେତା ଯେ ଧଳା ରଙ୍ଗର ଟାଉଜର ,ଶାଢୀ ଓ ଡ୍ରେସ ପିନ୍ଧି ରଙ୍ଗ ଖେଳିବା । ସେ ରଙ୍ଗ ଖେଳ କେବଳ ଅବିରରେ । କେବଳ ଲୋକ ଦେଖାଣିଆ ଭାବେ ଖେଳାଯାଏ । ହେଲେ ମଣ୍ଟୁର ହୋଲି ତ ପୁରା ଦେଶୀ । ସେଥିରେ ଲୋକ ଦେଖାଣିଆ ମନଭାବ ନଥାଏ କି ସ୍ବାର୍ଥ ନାହିଁ । ସେ ଆତ୍ମୀୟତାର ସହ ରଙ୍ଗ ଖେଳେ । ଛଳନା କଣ ସେ ବୁଝେନା । ଏମିତି ମନଭାବ ନେଇ ରଙ୍ଗ ଖେଳିଲେ ଦେହରେ ରଙ୍ଗ ଲାଗିଲା ପୂର୍ବରୁ ମନ ଆପେଆପେ ରଙ୍ଗୀନ ହୋଇଯାଏ । ଆରେ ମଣ୍ଟୁ କଥା ଛାଡ । ମୁଖ୍ୟ କଥା ହେଲା ମଣ୍ଟୁର ରଙ୍ଗଖେଳ ପ୍ରତି ଆଗ୍ରହ ଦେଖି ତା ଜେଜେ କହୁଥାଏ ଆରେ ମିନା ମା ତୁ ଜାଣୁ ଆଜିକାଲି କଣ ଆଉ ସେ ରଙ୍ଗଖେଳ ହୋଲି ଅଛି ।
ରଙ୍ଗର ପର୍ବ ହୋଲି, ଗୋଟିଏ ଦିନ ବର୍ଷବର୍ଷର ସମ୍ପକ ଯୋଡୁଥିଲା । ମନରେ ଯେତେ ରାଗରୁଷା ଥିଲେ ତାହା ରଙ୍ଗ ଧୋଇଗଲା ପରି ଧୋଇହୋଇଯାଉଥିଲା । ରଙ୍ଗ ଖେଳରେ ଥିଲା ଆତ୍ମୀୟତା ପ୍ରେମ, ଭଲପାଇବା, ସେହ୍ନ ଓ ସମ୍ପର୍କ । ହେଲେ ସମୟ ବଦଳିବା ସହ ବଦଳିଗଲା ସବୁକିଛି । ଏବେ ରଙ୍ଗ ଖେଳମାନେ ସ୍ବାର୍ଥ, ଛଳନା ଓ ଆଶା । ସମ୍ପର୍କ ଯୋଡିବା ପାଇଁ ନୁହେଁ , ବଂର ଶ୍ରତ୍ରୁତା ଆଣୁଛି ରଙ୍ଗର ପର୍ବ ହୋଲି । ହୋଲି ଦିନର ବର୍ଷ ବର୍ଷର ସମ୍ପର୍କ ଭାଙ୍ଗିଯାଉଛି ତ ସାହିସାହିରେ ରଙ୍ଗ ଆନନ୍ଦ ଭିତରେ ରକ୍ତର ଛିଟା ପଡ଼ୁଛି । ଲାଗୁଛି ଯେମିତି ରଙ୍ଗର ପର୍ବ ହୋଲି ଯୁଗ ଅନୁସାରେ ତାର ରୂପ ନେଇକି ଆସୁଛି । ରଙ୍ଗର ପର୍ବ ହୋଲି ଆନ୍ଦନ ନୁହେଁ, ଦୁଃଖ ଦେଉଛି । ରଙ୍ଗରେ ମନ ରଙ୍ଗୀନ ହେବ କଣ ସବୁଦିନ ପାଇଁ ମନର ରଙ୍ଗକୁ ଫିକା କରିଦେଉଛି । ହେଲେ ତାହାରି ଭିତରେ କିନ୍ତୁ ଆମ ପରମ୍ପରା ବଞ୍ଚି ରହିଛି । ପ୍ରକୃତି ପରି ଆମ ସଂସ୍କୃତି ଓ ପରାମ୍ପରା ଜମାରୁ ସମୟ ଅନୁସାରେ ବଦଳେନାହିଁ । ମନର ସବୁ ଭାବନା , ସବୁ ରାଗ, ସବୁ ସ୍ବାର୍ଥକୁ ଓ ଅହଂକାରକୁ ରଙ୍ଗ ମାଧ୍ୟମରେ ଲୁଚାଇଦେଇ ତାକୁ ଧୋଇଦେବା । ତାହାଲେ ସିନା ଆଉ ମଣ୍ଟୁର ଜେଜେ କହିବେନି ଯେ ସେବର ହୋଲି ଆଉ ଏବେର ହୋଲି କଥା । ଆରେ ହୋଲି ତ ହୋଲି …ଆସ ସଭିଏଁ ମିଶି ଟିକେ ରଙ୍ଗୀନ ହୋଇଯିବା
ପୌର ପଲିଟିକ୍ସ : ଇସ୍ତାହାରରେ ପ୍ରଣବଙ୍କ ବିକାଶର ନକ୍ସା ….
() ଯାଜପୁର ପୌର ପରିଷଦ ନିର୍ବାଚନରେ କାହିକିଁ ବିଜେଡି ବଡ ବିଜୟ ବ୍ୟବଧାନରେ ଜିତିବ ? ସହରବାସୀ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଓ ଭବ ପ୍ରସାଦ ଦାସଙ୍କ ପ୍ରତି କାହିକିଁ ନିଜର ସମର୍ଥନ ଅଜାଡ଼ି ଦେଉଛନ୍ତି । ଏସବୁର ଗୋଟିଏ ଉତ୍ତର ବିକାଶ ଆଉ ବିକାଶ । ନୂଆ ଯାଜପୁର ଗଠନ କରିବା ଲକ୍ଷ୍ୟରେ ବିଧାୟକ ଯେଉଁ ଯେ କେବଳ ସ୍ବପ୍ନ ଦେଖିଛନ୍ତି ତାହା ନୁହେଁ, ଏହି ସ୍ବପ୍ନକୁ ସାକାର କରିବା ପାଇଁ ଦିନରାତି ଏକ କରି ପରିଶ୍ରମ କରିଛନ୍ତି । ଯେଉଁଥି ପାଇଁ ଦିନକୁ ୨ଥର ରାଜଧାନୀ ଭୁବନେଶ୍ବରରୁ ଯାଜପୁର ଯାତାୟତ କରନ୍ତି ବବି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଓଡ଼ିଶା ଗଠନରେ ଯାଜପୁର ଏକ ସ୍ବତନ୍ତ୍ର ସ୍ଥାନ ନେଇଛି । କାରଣ ଯାଜପୁର ଜିଲ୍ଲାକୁ ସ୍ବତନ୍ତ୍ର ଜିଲ୍ଲା ଓ ଫୋକସ ଜିଲ୍ଳାର ମାନ୍ୟତା ଦେବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ବରପୁତ୍ର ସ୍ବଗତ ବିଜୁ ପଟ୍ଟନାୟକ ସବୁବେଳେ ଚାହୁଥିଲେ । ଶିଳ୍ପାୟନ ଜିଲ୍ଳା ଭାବେ ଯାଜପୁର ଜିଲ୍ଲାକୁ ଗଢିଥିଲେ ବିଜୁବାବୁ । ପୁରା ଏସିଆ ମହାଦେଶରେ ଶିଳ୍ପାୟନ ଲାଗି ଯାଜପୁର ଜିଲ୍ଳାର ରହିଛି ସ୍ବତନ୍ତ୍ର ପରିଚୟ ।
ବିଜୁଙ୍କ ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯାଜପୁର ଜିଲ୍ଲାକୁ ବେଶ ଭଲପାଆନ୍ତି । ଯାଜପୁର ଜିଲ୍ଲା କିପରି ବିକାଶ ପଥରେ ଅଧିକ ଆଗେଇବ ସେନେଇ ରାଜ୍ୟ ସରକାର ସବୁବେଳେ ଗୁରୁତ୍ବ ଦେଇଛନ୍ତି । ବର୍ଷବର୍ଷ ଧରି ଜିଲ୍ଲାବାସୀ ଯେମିତି ଆର୍ଶୀବାଦ ଅଜାଡ଼ି ଦେଇଛନ୍ତି ବିଜୁବାବୁ ଓ ନବୀନ ପଟ୍ଟନାୟକଙ୍କ ପ୍ରତି , ଠିକ ସେହି ଭଲ ପାଇବା ବିକାଶମୂଳକ ଏଜେଣ୍ଡା ଜରିଆାରେ ଜିଲ୍ଳାବାସୀଙ୍କ ଦେଇଛନ୍ତି ବିଜୁବାବୁ ଓ ନବୀନ ବାବୁ ।
ବିଜେଡିର ଗଡ ହେଉଛି ଯାଜପୁର ଜିଲ୍ଲା । ସବୁ ନିର୍ବାଚନରେ ଦଳକୁ ଭୋଟ ଜରିଆରେ ଆର୍ଶୀବାଦ ଦେଇଛନ୍ତି ଜିଲ୍ଲାବାସୀ । ଏବେ ପୁଣି ସେହି ସମୟ ଆସିଛି । ୨ଟି ପୌର ପରିଷଦରେ ଗଠିତ ହୋଇଥିବା ଯାଜପୁର ଜିଲ୍ଲାରେ ଏବେ ନିର୍ବାଚନ ପ୍ରଚାର ଚାଲିଛି । ବ୍ୟାସନଗର ଓ ଯାଜପୁର ପୌର ପରିଷଦରେ ପୁଣିଥରେ ବିଜେଡ଼ି ଦଖଲ କରିବ ତାହାର ସଙ୍କେତ ପ୍ରଚାର ସମୟରେ ଲୋକଙ୍କ ସମର୍ଥନରୁ ଜଣାପଡ଼ୁଛି । ଆଉ ଏ ସମର୍ଥନ କେବଳ ବିକାଶ ପାଇଁ । ଯାହାକୁ ମୁଖ୍ୟ ପ୍ରସଂଗ କରିଛି ଶାସକ ବିଜେଡି ।
ପୌର ନିର୍ବାଚନରେ ଦଳ ଇସ୍ତାହାର ପ୍ରକାଶ କରିଛି । କଣ କଣ ବିକାଶ ମୂଳକ କାଯ୍ୟକ୍ରମ ଏବେ ଜାରୀ ରହିଛି ଯାଜପୁର ସହରରେ ତାହା ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରାଯାଇଛି ।
ଯାଜପୁରରେ ଅତ୍ୟାଧୁନିକ ମ୍ୟୁଜିୟମ, ବରାହନାଥ ମନ୍ଦିରରେ ୧୨୫ ଫୁଟ ଶିବଲିଙ୍ଗ ସହ ଦ୍ବିତୀୟ କୁସୁମା, ଦଶାଶ୍ଵମେଧ ଘାଟରେ ବ୍ୟାରେଜ, ବିରଜା ମନ୍ଦିର ସୌନ୍ଦଯ୍ୟକରଣ, ବିଭିନ୍ନ ପଯ୍ୟଟନ କ୍ଷେତ୍ରର ବିକାଶ, ମିନି ସଚିବାଳୟ , ରିଙ୍ଗରୋଡ଼, କୁସୁମା ଜିଲ୍ଲାର ବିକାଶ ମୁଖବନ୍ଧ ସାଜିଛି । ସହରର ଗଳିକନ୍ଧିରେ ରାସ୍ତାଘାଟ, ସ୍ବଚ୍ଛ ପାନୀୟ ବ୍ୟବସ୍ଥା, ସୌନ୍ଦଯ୍ୟକରଣ ପରି ଲମ୍ବା ବିକାଶ ଏଜେଣ୍ଡାକୁ ପୌର ନିର୍ବାଚନ ଇସ୍ତାହାରାରେ ସ୍ଥାନୀତ କରିଛି ବିଜେଡ଼ି ।
ଆଉ ଏସବୁ ସମମ୍ଭ ହୋଇପାରିଛି ସହରବାସୀଙ୍କ ସହଯୋଗ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) କଠିନ ପରିଶ୍ରମ ଆଉ ଉଦ୍ୟମ ବଳରେ । ଏସବୁ ବିକାଶମୂଳକ କାଯ୍ୟକ୍ରମ ନକ୍ସା ପ୍ରସ୍ତୁତ ହେବା ଓ ଏହାକୁ ବାସ୍ତବ ରୂପ ଦେବା ବିଧାୟକଙ୍କ ପରିଶ୍ରମକୁ କେବଳ ଯାଜପୁର ବାସୀ ନୁହେଁ, ପୁରା ଓଡ଼ିଶା ପ୍ରଶଂସା କରିଛି । ଏସବୁ ପାଇଁ ଏବେ ପୌର ନିର୍ବାଚନରେ ବଡ଼ ବ୍ୟବଧାନରେ ବିଜେଡି ବିଜୟ କରିବ l ଉଭୟ ବ୍ୟାସନଗର ଓ ଯାଜପୁର ପୌର ପରିଷଦ ବିଜେଡ଼ି ଦଖଲ କୁ ବଡ ବ୍ୟବଧାନ ରେ ଜିତାଇବା ପାଇଁ ଦୁଇ ସହରବାସୀ ମନସ୍ଥ କରିଥିବା ଶାସକ ଦଳ କହିଛି ।
ନିର୍ବାଚନ ନୁହେଁ, ବିକାଶର ଧାରାକୁ ଆହୁରୀ ଆଗେଇ ନେବା ସହ ବିଧାୟକ ବିକାଶମୂଳକ କାଯ୍ୟକ୍ରମରେ ପ୍ରତ୍ୟେକ ଯାଜପୁରିଆ ସାମିଲ ହେବା ପାଇଁ ସଂକଳ୍ପ ନେଇଛନ୍ତି ।
ମାର୍ଚ୍ଚ ୨୪ ତାରିଖରେ ଯାଜପୁର ପୌର ପରିଷଦ ପାଇଁ ପଡ଼ିବ ଭୋଟ । ନିର୍ବାଚନରେ ୧୮ରୁ ୧୮ ମିଶନକୁ ବଡ଼ ବିଜୟ ସହ ସଫଳ କରିବା ପାଇଁ ଯାଜପୁର ସହରବାସୀ ଏକଜୁଟ ହୋଇଛନ୍ତି l
ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ମହିଳାମାନଙ୍କୁ ମିଳିଲା କଳିଙ୍ଗ ବୀରାଙ୍ଗନା ସମ୍ମାନ…
{ }50 ଜଣ ମହିଳା ଅତିକ୍ରମ କଲେ 80 କିଲୋମିଟର :
ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ମହିଳା କାର୍ ରାଲି ଆୟୋଜିତ , କଳିଙ୍ଗ ଵୀରାଂଗନା ସମ୍ମାନ ପ୍ରଦାନ :
( ) ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଓ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ କଳିଙ୍ଗ ବୀରାଙ୍ଗନା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ସ୍ୱାସ୍ଥ୍ୟ, ସାହିତ୍ୟ, ସାମ୍ବାଦିକତା, ରାଜନୀତି, ସମାଜ ସେବା, ଶିକ୍ଷା ଓ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଭିନ୍ନ ବର୍ଗର ମହିଳାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ରବିବାର ପୁରୀ ୱଣ୍ଡର ୱାର୍ଲ୍ଡ ୱାଟର ପାର୍କ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଲିମ୍ପିଆନ୍ ଶ୍ରୀମତି ଅନୁରାଧା ବିଶ୍ୱାଳ, ନୃତ୍ୟ ଶୀଳ୍ପି ଶ୍ରୀ ଶାଶ୍ୱତ ଯୋଶୀ ଏବଂ କଳିଙ୍ଗ ବିରାଙ୍ଗନା ପୁରସ୍କାରର ଉପଦେଷ୍ଟା ଶ୍ରୀମତି ପ୍ରିତିଛନ୍ଦା ଧଳ ଯୋଗ ଦେଇ ଏହି ବିଶିଷ୍ଟ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସମାଜ ସେବୀ ଶ୍ରୀମତି ସନ୍ଧ୍ୟାରାଣୀ ମଲ୍ଲିକଙ୍କୁ କଳିଙ୍ଗ ବିରାଙ୍ଗନା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମ୍ କୋଭିଡ୍ ହସ୍ପିଟାଲ୍ର ନର୍ସିଂ ଇନ୍ଚାର୍ଜ ତଥା କୋଭିଡ ଯୋଦ୍ଧା ଶ୍ରୀମତି କମଳିନୀ ମଲ୍ଲିକ୍, ସାମ୍ବାଦିକତା କ୍ଷେତ୍ରରେ ଟାଇମ୍ ଅଫ୍ ଇଣ୍ଡିଆର ଆସିଷ୍ଟାଂଟ ଏଡିଟର୍ ଶ୍ରୀମତି ମିନତୀ ସିଂହ, ସାହିତ୍ୟ କ୍ଷେତ୍ରରେ ସାହିତ୍ୟିକା ଶ୍ରୀମତି ହିରଣ୍ମୟୀ ମିଶ୍ର, ରାଜନୀତି କ୍ଷେତ୍ରରେ ଶ୍ରୀମତି ସସ୍ମିତା ସାହାଣୀ, ସମାଜ ସେବା କ୍ଷେତ୍ରରେ ଶ୍ରୀମତି ରିନା ସାହୁ, ଶିକ୍ଷା କ୍ଷେତ୍ରରେ ଶ୍ରୀମତି ଝିଲ୍ମିଲ୍ ସାହୁ ଏବଂ ଅଭିନୟ କ୍ଷେତ୍ରରେ କୁମାରୀ ଜାଗୃତି ରଥଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ କଳିଙ୍ଗ ଵୀରାଂଗନା ପୁରସ୍କାର ଚୟନ କମିଟି ର ଉପଦେଷ୍ଟା ଶ୍ରୀମତୀ ପ୍ରିତିଛନ୍ଦା ଧଳ ଓ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଡ଼ଃ ସଂଘମିତ୍ରା ପତି |
ସେହିପରି ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ମହିଳା କାର୍ ର୍ୟାଲିର ୫ମ ସଂସ୍କରଣ ଆୟୋଜନ କରାଯାଇଥିଲା । ଭୁବନେଶ୍ୱର ଉପକଣ୍ଠ ଫୁଲନଖରା ଆଦିତ୍ୟ ମହିନ୍ଦ୍ରା ଶୋ ରୁମ ନିକଟରୁ ଆରମ୍ଭ ହୋଇଥିବା ଏହି ର୍ୟାଲିରେ ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀ ଅମର ପଟ୍ଟନାୟକ, ଖଣ୍ଡପଡାର ଯୁବରାଜ ତଥା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ଓ ସେବା ପ୍ରୟାସ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସୁଶ୍ରୀ ଲିଙ୍କନ୍ ସୁୁବୁଦ୍ଧି ଯୋଗ ଦେଇ ଏହି କାର୍ ର୍ୟାଲିର ଫ୍ଲାଗ୍ ଅଫ୍ କରିବା ସହ ମହିଳା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।
କାର୍ ର୍ୟାଲି ଫୁଲନଖରା ଠାରୁ ଆରମ୍ଭ ହୋଇ ପୁରୀ ସାତସଙ୍ଖ ଦେଇ ୱଣ୍ଡର୍ ୱାର୍ଲ୍ଡ ୱାଟର ପାର୍କଠାରେ ଶେଷ ହୋଇଥିଲା । ସାତଶଂଖ ଠାରେ ଥିବା ରୟାଲ ପାମ ରିସୋର୍ଟ ପକ୍ଷରୁ ଅତିଥି ଓ ପ୍ରତିଯୋଗୀ ମାନଙ୍କୁ ଅତିଥ୍ୟତା ପ୍ରଦାନ କରାଯାଇଥିଲା |ଦୀର୍ଘ ୮୦ କିମି ଅତିକ୍ରମ କରି ଏହି କାର୍ ର୍ୟାଲି ପ୍ରତିଯୋଗିତାରେ ସାମିଲ୍ ହୋଇଥିଲେ ୫୦ ଜଣ ମହିଳା । ଏହି କାର୍ ର୍ୟାଲି ପ୍ରତିଯୋଗିତାର ଜୁରୀ ଭାବେ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ, ରୋଟାରିଆନ୍ ଶ୍ରୀମତି ଜୟଶ୍ରୀ ମହାନ୍ତି, ସୁଶ୍ରୀ ସିନି ମହାନ୍ତି ଏବଂ ଶ୍ରୀ ରଞ୍ଜନ ଜୟଶ୍ୱାଲ୍ । ପ୍ରତିଯୋଗୀମାନଙ୍କ ମଧ୍ୟରୁ କର୍ଣ୍ଣେଲ୍ ସୋନାଲି ରଥ ବିଜୟୀ ହୋଇଥିବା ବେଳେ ଶ୍ରୀମତି ସନ୍ତୋଷି ସାହୁ ଫାଷ୍ଟ ରନର୍ଅପ୍ ଏବଂ ଶ୍ରୀମତି ଅର୍ଚ୍ଚନା ପଟ୍ଟନାୟକ ସେକେଣ୍ଡ ରନର୍ଅପ୍ ଭାବେ ବିଜୟ ହାସଲ କରିଥିଲେ । ଶ୍ରୀମତି ଶ୍ରଦ୍ଧା ମହାପାତ୍ର ଓ ମୀତା ମାନାଙ୍କୁ ସାନ୍ତ୍ୱନାମୂଳକ ସମ୍ମାନ ପ୍ରଦାନ କରାଯାଇଥିଲା । ବିଜୟୀ ପ୍ରତିଯୋଗୀମାନଙ୍କୁ ଡକ୍ଟର ପତି, ଶ୍ରୀ ସିଂହ, ଶ୍ରୀମତି ବିଶ୍ୱାଳ ଓ ଶ୍ରୀ ଯୋଶୀ ପୁରସ୍କାର ପ୍ରଦାନ କରିଥିଲେ ।
| ସେହିପରି ସମସ୍ତ ସହଯୋଗୀ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ର ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା |
ଏହି କାର୍ଯ୍ୟକ୍ରମରେ ସେବା ପ୍ରୟାସ ଫାଉଣ୍ଡେସନ୍ର ଉପଦେଷ୍ଟା ଶ୍ରୀମତି ଅହଲ୍ୟା ସୁବୁଦ୍ଧି ଉପସ୍ଥିତ ଥିବା ବେଳେ ପ୍ରତିଷ୍ଠାତା ସୁଶ୍ରୀ ଲିଙ୍କନ୍ ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ପୁଣି ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର…
( )ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି।
ଆଉ 6ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
3 ଜଣ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ପୋଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ଅନ୍ତର୍ଭୁକ୍ତ।
ଏପର୍ଯ୍ୟନ୍ତ ୧୫୮ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ।
{ }ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।
ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା – 3 ଜଣ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ଜଣେ ପୋଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ପ୍ରମୁଖ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।ଏହି ୬ ଜଣଙ୍କ ମଧ୍ୟରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ କ୍ୟାଡରର ୩ ଜଣ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ରହିଛନ୍ତି। ଏମାନଙ୍କ ମଧ୍ୟରୁ ଶ୍ରୀ ସରୋଜ କୁମାର ଦାସଙ୍କ କାର୍ଯ୍ୟଶୈଳୀ ଆଦୌ ସନ୍ତୋଷଜନକ ନ ଥିଲା ଏବଂ ତାଙ୍କର ଅତୀତର ରେକର୍ଡରୁ ଜଣାଯାଇଛି ଯେ କାର୍ଯ୍ୟ କ୍ଷେତ୍ରରେ ଅତ୍ୟନ୍ତ ଅପାରଗ ଥିଲେ। ତାଙ୍କ କାର୍ଯ୍ୟଶୈଳୀରେ ଅସଙ୍ଗତି, ନିଷ୍ଠାର ଅଭାବ ଏବଂ ଅପାରଗତା ଯୋଗୁ ସେ ଜଣେ ସରକାରୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବା ଜନସ୍ବାର୍ଥର ପରିପନ୍ଥୀ । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ସେହିପରି ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଶ୍ରୀ ଦୟାନିଧି ସାମଲଙ୍କ କାର୍ଯ୍ୟକଳାପ ମଧ୍ୟ ସନ୍ତୋଷଜନକ ନୁହେଁ। ତାଙ୍କର କାର୍ଯ୍ୟକଳାପ ଜଣେ ଦାୟିତ୍ବବାନ ସରକାରୀ କର୍ମଚାରୀଙ୍କ କାର୍ଯ୍ୟର ପରିପନ୍ଥୀ ଓ ଜନସ୍ବାର୍ଥ ବିରୋଧୀ। ଏହାସହିତ ଅପାରଗତା ଓ ଅସାଧୁତା ଆଦି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଶ୍ରୀ କରୁଣାକର ଘଡାଇଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ଜଣେ ଯୋଗାଣକାରୀଙ୍କୁ ସେ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିଥିଲେ। ତାଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ନୁହେଁ ଏବଂ ତାଙ୍କ ବିରୁଦ୍ଧରେ ଅସାଧୁତାର ପ୍ରମାଣ ମଧ୍ୟ ରହିଛି । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ଅନୁଗୁଳ ଜିଲ୍ଲା ପୋଲିସ ଇନ୍ସପେକ୍ଟର ଶ୍ରୀ ରତ୍ନାକର ମଲ୍ଲିକଙ୍କୁ ଅପାରଗତା କାରଣକୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ନୂଆପଡା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ରତ୍ନାକର ସେଠୀଙ୍କ ନାମରେ ଦୁଇଟି ଦୁର୍ନୀତି ମାମଲ ରହିଛି । ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ତାଙ୍କ ନିକଟରୁ ୬.୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇ ତାଙ୍କୁ ଜେଲ୍କୁ ପଠାଯାଇଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଅନୁଗୁଳ ଜିଲ୍ଲାର ପୂର୍ବତନ କଲ୍ୟାଣ ଅଧିକାରୀ ମିସ୍ ଚାରୁଲତା ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି। ଜିଲ୍ଲା କଲ୍ୟାଣ ଅଧିକାରୀ ଭାବରେ ସେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ। ସେ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।
କଥା କହିଲା ପ୍ରଣବଙ୍କ ବିକାଶ : ପ୍ରଚାରରେ ସମର୍ଥନ ଅଜାଡ଼ି ଦେଲେ ଯାଜପୁରବାସୀ…
() ପୌର ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସହର ମାନଙ୍କରେ ପ୍ରଚାର ସେତେ ଜମୁଛି । ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ନେତା ଓ କର୍ମୀ ଘର , ବଜାର , ଦୋକାନା ବୁଲି ପ୍ରଚାର ଆରମ୍ଭ କରିଛନ୍ତି l ଯାଜପୁର ସହର ବି ଆଜିଠାରୁ ନିର୍ବାଚନୀ ପ୍ରଚାର ଜମିଛି । ସକାଳୁ ପ୍ରଥମେ ମା ବିରଜାଙ୍କ ଆର୍ଶୀବାଦ ଭିକ୍ଷା କରି ଶାସକ ବିଜେଡିର ପୌରଧ୍ୟକ୍ଷ ପ୍ରାର୍ଥୀ ମଞ୍ଜୁଲତା ହୋତାଙ୍କ ସମେତ ସମସ୍ତ କାଉନସିଲର ପ୍ରାର୍ଥୀ ବିଧିବଦ୍ଧ ପ୍ରଚାର କରିଛନ୍ତି ।
ଯାଜପୁର ପୂର୍ବତନ ପୌରାଧ୍ୟକ୍ଷ ତଥା ଯୁବନେତା ଭବ ପ୍ରସାଦ ଦାସ(ଲଲ)ଙ୍କ ନେତୃତ୍ବରେ ବିଶାଳ ପ୍ରଚାର ଶୋଭାଯାତ୍ରା ବିରଜା ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲା । ଯାଜପୁର ପୌର ପରିଷଦର ସମସ୍ତ କାଉନସିଲର ପ୍ରାର୍ଥୀ ବଡ଼ ବିଜୟ ବ୍ୟବଧାନରେ ବିଜୟ ଲାଭ କରିବାର ସଙ୍କେତ ପ୍ରଥମ ଦିନ ପ୍ରଚାରରେ ଜନ ସମର୍ଥନରୁ ସ୍ପଷ୍ଟ ସଂଙ୍କେତ ମିଳିଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ବିକାଶମୂଳକ ଏଜେଣ୍ଡା ଯେପରି ସହରକୁ ନୂଆରୂପ ଦେଇଛି ତାହା ବିଜେଡି ପ୍ରାର୍ଥୀଙ୍କୁ ବଳ ଦେଇଛି ।
ଗଳିକନ୍ଧିରେ କାଉନସିଲର ପ୍ରାର୍ଥୀମାନେ ଘରଘର ବୁଲି ଭୋଟଭିକ୍ଷା କରିବା ସମୟରେ ଯାଜପୁର ସହରବାସୀ ପୁଳାପୁଳା ଆର୍ଶୀବାଦ ବିଜେଡି ପ୍ରାର୍ଥୀଙ୍କୁ ଅଜାଡି ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏଥର ନିର୍ବାଚନରେ ୧୬ ଜଣ ନୂଆ ମୁହଁ ମଇଦାନକୁ ଓହ୍ଲାଇଛନ୍ତି । ରାଜନୀତିରେ ପ୍ରଥମଥର ଲାଗି ପାଦ ଥାପିଥିବା କାଉନସିଲର ପ୍ରାର୍ଥୀମାନଙ୍କ ମଧ୍ୟରେ କ୍ଷମତାଗାଦିରେ ବସିବା ଅପେକ୍ଷା ଜନସେବା କରିବାର ସଂକଳ୍ପକୁ ସହରବାସୀ ଗ୍ରହଣ କରିଛନ୍ତି । ପ୍ରତି ଓ୍ବାର୍ଡରେ ଭୋଟରମାନେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । କାରଣ ସମସ୍ତେ ଜାଣନ୍ତି ବିଜେଡି କାଉନସିଲର ପ୍ରାର୍ଥୀମାନେ ବିଜୟ ପାଇଁ ନୁହେଁ, ବଂର ବଡ ବ୍ୟବଧାନରେ ବିଜୟ କରି ପ୍ରଣବଙ୍କ ବିକାଶମୂଳକ କାଯ୍ୟକ୍ରମକୁ ଅଧିକ ତ୍ବରାନୀତି କରିବାରେ ଜଣେ ଜଣେ ବିନ୍ଧାଣୀ ହେବେ । ଯୁବନେତା ତଥା ଯାଜପୁର ସହରବାସୀଙ୍କ ସୁଖ ଦୁଃଖର ସାଥୀ ଓ ବିପଦର ବନ୍ଧୁ ବବି ଓ ଭବଙ୍କ ପ୍ରତି ସହରବାସୀଙ୍କ ଭଲପାଇବା ପ୍ରାର୍ଥୀମାନଙ୍କୁ ବଡ ବ୍ୟବଧାନ ରେ ବିଜୟ କରିବା ବାଟ ସହଜ କରିଛି ।
ମିଶନ ୧୮ରୁ ୧୮କୁ ସଫଳ କରି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସହରବାସୀ ବଡ ପୁରସ୍କାର ପୌର ନିର୍ବାଚନରେ ଦେବା ପାଇଁ ମନସ୍ତ କରିଛନ୍ତି ।
ଯାହା ମାର୍ଚ୍ଚ ୨୪ ତାରିଖ ଦିନ ଭୋଟ ବାକ୍ସରେ ଯାଜପୁର ସହରବାସୀ ନିଜର ଆର୍ଶୀବାଦ ଅଜାଡି ଦେବାକୁ ନିଷ୍ପତି ନେଇଛନ୍ତି । ପ୍ରାର୍ଥୀ ତାଲିକା ଚୁଡ଼ାନ୍ତ ହେବା ପରେ ଯାଜପୁର ପୌର ପରିଷଦ ଅଂଚଳରେ ପ୍ରଥମଦିନ ପ୍ରଚାରରେ ୧୮ଟି ଓ୍ବାର୍ଡ଼ରେ ଶାସକ ବିଜେଡି ଶକ୍ତି ପ୍ରଦର୍ଶନ କରିଛି । ଯାହା ଦୁଇ ଜାତୀୟ ଦଳକୁ ଚିନ୍ତାରେ ପକାଇଛି ।
ସବୁଠାରୁ ବଡ଼ କଥା ହେଉଛି ବିଜେଡି ଲୋକପ୍ରିୟତା ଓ ଜନ ସମର୍ଥନ ଆଗରେ ବିରୋଧୀଙ୍କ ସବୁ ରଣନୀତି ଫେଲ ମାରିଛି । କେବଳ ନିର୍ବାଚନ ସମୟରେ ନୁହେଁ, ସହରବାସୀଙ୍କ ପାଇଁ ୩୬ ୫ ଦିନ ସାଥିରେ ଥିବା ବିଧାୟକଙ୍କ ପ୍ରତି ସହରବାସୀଙ୍କ ପୁରା ସମର୍ଥନ ରଖଛି । ଯାଜପୁର ବିଭିନ୍ନ ସାମାଜିକ ସଂଗଠନ, ଯୁବକ , ମହିଳା, ବରିଷ୍ଠ ନାଗରିକମାନେ ନିର୍ବାଚନର ମଙ୍ଗ ଧରିଥିବା ଭବ ପ୍ରସାସ ଦାସଙ୍କ ହାତମୁଠାକୁ ମଜବୁତ କରିବା ଦିନରାତି ଏକ କରି କାମ କରୁଛନ୍ତି l
ବିଜେଡି ପ୍ରାର୍ଥୀମାନେ କିପରି ସବୁ ୱାର୍ଡରେ ବଡ ବ୍ୟବଧାନରେ ଜିତିବେ ସେ ଦାୟିତ୍ବ ସହରବାସୀ ନେଇଛନ୍ତି । ପ୍ରଚାରରେ ରାଜନୈତିକ ଭାଷଣବାଜି ନୁହେଁ, ପୁରା ସହରବାସୀ କିପରି ଯାଜପୁର ବିକାଶ ରଥରେ ସାରଥି ହେବେ ସେ ସଂକଳ୍ପ ନେଉଛନ୍ତି । ଭାଇଚାର ସହରର ଏବେ ମୁଖ୍ୟ ଏଜେଣ୍ଡା ହୋଇଛି ବିକାଶ । ବିକାଶ ହିଁ ସବୁ କଥା କହିବ ଏଥର ନିର୍ବାଚନରେ l
ସିବିଏସଇ ଦଶମ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଘଟଣା
( )କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ 24 ଘଣ୍ଟାରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ହେଲା ସମାଧାନ।
28 ହଜାର 310 ଛାତ୍ରଛାତ୍ରୀ ହେଲେ ଉପକୃତ।
{}କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସଇ)ର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ହସ୍ତକ୍ଷେପ ପରେ ସିବିଏସଇ ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନେଇ ସମାଧାନ କରାଯାଇଛି । ଏହା ଦ୍ୱାରା 28 ହଜାର 310 ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।ଗତ 11 ତାରିଖରେ ସିବିଏସ୍ଇ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟରେ ଛାତ୍ରଛାତ୍ରୀଙ୍କୁ କମ୍ ମାର୍କ ମିଳିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଓଡିଆ ପରୀକ୍ଷାରେ ପ୍ରଶ୍ନ ଓ ଉତ୍ତରରେ ସାମଞ୍ଜସ୍ୟ ନ ଥିବା ଅଭିଯୋଗ ହୋଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୪ ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସିବିଏସଇ ଏହାକୁ ଗୁରୁତ୍ୱର ସହ ନେଇ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ ଓ ଏହି କମିଟି ପରୀକ୍ଷାର ତ୍ରୁଟିକୁ ଅନୁଧ୍ୟାନ କରିଥିଲେ ।
ଏହି କମିଟିର ଅନୁଧ୍ୟାନ ରିପୋର୍ଟ ପ୍ରଦାନ କରାଯିବା ପରେ ରିପୋର୍ଟ ଆଧାରରେ ସିବିଏସ୍ଇ ଦଶମ ଶ୍ରେଣୀ ଓଡିଆ ବିଷୟର ଓଏମଆର ଗୁଡ଼ିକୁ ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦିତ ହୋଇଥିବା ସଠିକ୍ ଉତ୍ତର ସହ ମୂଲ୍ୟାଙ୍କନ କରିଥିଲେ । ଛାତ୍ରଛାତ୍ରୀଙ୍କ ସଂଶୋଧିତ ମୂଲ୍ୟାଙ୍କନ ମାର୍କକୁ ସଂପୃକ୍ତ ବିଦ୍ୟାଳୟକୁ ପଠାଯାଇଛି । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇଛନ୍ତି ।
ଆସନ୍ତାକାଲି ଠାରୁ 12ରୁ 14 ବର୍ଷ ପିଲାଙ୍କୁ ଟିକା….
( ) ଆସନ୍ତାକାଲି ଠାରୁ ଆରମ୍ଭ ହେବ 12ରୁ 14 ବର୍ଷ ବୟସ୍କଙ୍କ ଟୀକାକରଣ । ଯେଉଁମାନଙ୍କର 2015 ମାର୍ଚ୍ଚ 10 ପୂର୍ବରୁ ଜନ୍ମ ହୋଇଛନ୍ତି, ସେମାନଙ୍କୁ କୋଭିଡ ଟୀକା ଦିଆଯିବ । ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟୀକା ଦିଆଯାଉଥିଲା । ଏଣିକି ଜନ୍ମ ତାରିଖ ଆଧାରରେ ଟୀକା ଦିଆଯିବ । ଟୀକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ଟୀକା ଦିଆଯିବ । ଏବେ cowin ପୋର୍ଟାଲରେ ଏ ବର୍ଗଙ୍କ ଟୀକାକରଣ ଲାଗି ପଞ୍ଜିକରଣ ସୁବିଧା ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ଟୀକା ଦିଆଯିବ ଓ ସ୍କୁଲଗୁଡ଼ିକରେ ଟୀକା ଦିଆଯିବ । ଟୀକାକରଣରେ ଶିକ୍ଷକମାନେ ସହଯୋଗ କରିବେ । ସ୍କୁଲ ଟାଇମିଙ୍ଗ ଅନୁସାରେ ଟୀକାକରଣ କରିବାକୁ CDMO ମାନଙ୍କୁ ନିର୍ଦେଶ ଦିଆଯାଇଛି । ଶିକ୍ଷା ବିଭାଗ, SC-ST ବିଭାଗ ସହ ସମନ୍ୱୟ ରଖି କରାଯିବ ଟୀକାକରଣ । ପରବର୍ତ୍ତୀ ସମୟରେ ପିଲାଙ୍କ ଟୀକାକରଣ ଲାଗି ଡେଡିକେଟେଡ଼ ସେଣ୍ଟର ଖୋଲାଯିବ । ପିଲାମାନଙ୍କୁ କର୍ଭିଭାକ୍ସ ଟୀକା ଦିଆଯିବ । 28 ଦିନ ବ୍ୟବଧାନରେ ଦୁଇଟି ଡୋଜ ଟୀକା ଦିଆଯିବ । ପୂର୍ବରୁ ଯେଉଁ ନିୟମାବଳୀ ଆଧାରରେ ଟୀକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ । ଏବେ ରାଜ୍ୟରେ 15 ଲକ୍ଷ 47 ହଜାର କର୍ଭିଭାକ୍ସ ଟୀକା ମହଜୁଦ ଅଛି । ସବୁ ଜିଲ୍ଲାକୁ ଟୀକା ପଠାଯାଇଛି । କିଛି ଉପାନ୍ତ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାକୁ ଆଜି ରାତି ସୁଦ୍ଧା ଟୀକା ପହଞ୍ଚଯିବ । ଟୀକା ନେବାକୁ ରାଜ୍ୟରେ 12ରୁ 14 ବୟସ ବର୍ଗର 15 ଲକ୍ଷ 21 ହଜାର ପିଲା ରହିଛନ୍ତି । ଏମାନଙ୍କ ଟୀକାକରଣ ଲାଗି 3 ହଜାର ଟିକାଦାତା ଓ 3 ହଜାର ଭେରିଫାୟାର ନିୟୋଜିତ ।
ବାଇଟ- ଡାକ୍ତର ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ
ଏଥର ବି କୋଭିଡ କଟକଣା ଭିତରେ ବସିବ ବିଧାନସଭା…
( )ଏଥର ବି କୋଭିଡ କଟକଣା ଭିତରେ ବସିବ ବିଧାନସଭା । ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଧାୟକ ମାନଙ୍କ ବସିବା ପାଇଁ ସ୍ଥାନ ନିରୂପଣ କରାଯାଇଛି । ବିଧାୟକ ଓ ବିଧାୟିକା ଏବଂ ସମସ୍ତ ବିଧାନସଭା କର୍ମଚାରୀ ଙ୍କ ସମେତ ସାମ୍ବାଦିକ ମାନଙ୍କର କୋଭିଡ ଟେଷ୍ଟ ହେବ । 5 ଘଣ୍ଟା ରହିବ ବିଧାନସଭାର ଦୈନିକ ସମୟ ଅବଧି । 25 ତାରିଖ ଦିନ ଦିନ 11 ଟା ରେ ରାଜ୍ୟପାଳଙ୍କ ଅଭିଭାଷଣ ରହିବ । ଏହା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବା ସହ ଦିନ 4 ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ । ଏବଂ ତା ପରେ ବିଧାନସଭା ର କାର୍ଯ୍ୟସୂଚୀ ଅନୁଯାୟୀ ଚାଲିବ ଗୃହ କାର୍ଯ୍ୟ । 2 ଦିନ କଂଗ୍ରେସର ମୁଲତବୀ ପ୍ରସ୍ତାଵ । 3 ଦିନ ବିଜେପିର ମୁଲତବୀ ପ୍ରସ୍ତାଵ । ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ କୋଭିଡ କଟକଣାରେ ବିଧାନସଭା ବସିବ ବୋଲି କହିଲେ ବାଚସ୍ପତି ।ପ୍ରମିଳା ମଲିକ ,ସରକାରୀ ଦଳ ମୂଖ୍ୟ ସଚେତକ କୋଭିଡ କଟକଣା ଭିତରେ ଏଥର ବି ବିଧାନସଭା ଚାଲିବ । ପୂର୍ବ ଭଳି ସମସ୍ତ ବ୍ୟବସ୍ଥା ସହ ବିଧାୟକ ମାନଙ୍କ ସିଟିଂ ଆରେଜମେଣ୍ଟ ବି ରହିବ ।ବିଷ୍ଣୁ ସେଠୀ, ବିରୋଧୀ ଦଳ ଉପନେତା ସର୍ଵ ଦଳୀୟ ବୈଠକରେ ତିନୋଟି ପ୍ରସ୍ତାଵ ରଖିଛି ବିଜେପି ।କୋଭିଡ ସ୍ଥିତି ସୁଧୁରୀ ଥିବାରୁ ବିଧାନସଭାର ଦୈନିକ ସମୟ ଅବଧି ବୃଦ୍ଧି କରିବା ସହ ପ୍ରଶ୍ନକାଳ ଏକ ଘଣ୍ଟା ବଦଳରେ ଦେଢ଼ ଘଣ୍ଟା କରଯାଉ ।
ବିଧାନସଭା ର ସମସ୍ତ ବିଜେନସ୍ କୁ ଲାଇଭ ଟେଲିକାଷ୍ଟ କରଯାଉ ।ମୁଲତବୀ ପ୍ରସ୍ତାଵ ମୁଖ୍ୟ ବିରୋଧୀ ଦଳ କୁ ଅଧିକ ଦିଆଯାଉ ।














