ଭୁବନେଶ୍ୱରରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲର ନୂଆ କାର୍ଯ୍ୟାଳୟ :ଉଦଘାଟନ କରିଛନ୍ତି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ -ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ…

( ) ଭୁବନେଶ୍ୱରରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲର ନୂଆ କାର୍ଯ୍ୟାଳୟ । କେଶରୀ ନଗରରେ ଅବସ୍ଥିତ ଏହି ନୂଆ ଅଫିସକୁ ଉଦଘାଟନ କରିଛନ୍ତି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ -ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ୧.୧ ଏକର ଜମି ଉପରେ ଅବସ୍ଥିତ ପ୍ରାୟ 40 ହଜାର ବର୍ଗ ଫୁଟର ଏହି ନୂଆ ସେମି ଗ୍ରୀନ ଅଫିସ ବିଲ୍ଡିଂ ନିର୍ମାଣ ଲାଗି ଖର୍ଚ୍ଚ ହୋଇଛି 27 କୋଟି 26 ଲକ୍ଷ ଟଙ୍କା । ଏହି ଅଫିସରେ ପ୍ରିନ୍ସିପାଲ ଏଜି କାର୍ଯ୍ୟାଳୟର ଅଡିଟ-୨ କାର୍ଯ୍ୟାଳୟ ସହ ଡିଜି ରହିବ । ଏମିତିକି ଆଗାମୀ ଦିନରେ 43 ରାଷ୍ଟ୍ରର ଅଡିଟ ସଂସ୍ଥାକୁ ନେଇ ଗଠିତ ଏସିଆନ କଣ୍ଟ୍ରି ବୈଠକକୁ ଭୁବନେଶ୍ୱର ଏଜି କାର୍ଯ୍ୟାଳୟରେ କରିବାକୁ ବିଚାର କରାଯାଉଛି ବୋଲି କହିଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ଏଣିକି ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡିର ଅଡିଟ କରିବ ସିଏଜି । ଭୁବନେଶ୍ୱରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ସିଏଜି କହିଛନ୍ତି, ଖଣିଗୁଡ଼ିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ, ସେସବୁର ଅଡିଟ କରିବ ସିଏଜି । ସେହିଭଳି ଲୋକାଲ ବଡିର ଅଡିଟ ମଧ୍ୟ କରିବ ସିଏଜି । ରାଜ୍ୟଗୁଡ଼ିକ ଲୋକଲ ବଡିର ଅଡିଟ କରୁଛନ୍ତି । ଏଥିରେ ସିଏଜି ତାଙ୍କୁ ସବୁ ପ୍ରକାର ସାହାଯ୍ୟ କରିବ । ଫଳରେ ଲୋକାଲ ବଡିର ରିଅଲ ଟାଇମ ଅଡିଟ ସମ୍ଭବ ହୋଇପାରିବ । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କୋଟି କୋଟି ଟଙ୍କା ଆବଣ୍ଟନ କରୁଛନ୍ତି । ଏହି ଅର୍ଥ କିଭଳି ଖର୍ଚ୍ଚ ହେଉଛି, ତାହାର ଅଡିଟ ହେବ । ଏଥିରେ ରହୁଥିବା ତ୍ରୁଟିକୁ ଧରିବା ସହ ତାହାର ସୁଧାର ଲାଗି ସୁପାରିଶ କରିବ ସିଏଜି l

ପିସିସି କର୍ମକର୍ତାଙ୍କୁ ଜିଲ୍ଲା ଦାୟୀତ୍ୱ ବଂଟନ…

( ) ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ ଓ କ୍ରିୟାଶୀଳ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି (ଉ.ସ.), ସାଧାରଣ ସଂପାଦକ (ସା.ସ.), କାର୍ଯ୍ୟକାରୀ କମିଟି ସଦସ୍ୟ ଓ ସଂପାଦକ (ସଂ) ମାନଙ୍କ ମଧ୍ୟରେ ଜିଲ୍ଲା ଦାୟୀତ୍ୱ ବଂଟନ କରିଛନ୍ତି ।

ଏହି କ୍ରମରେ ଅନୁଗୁଳ ଜିଲ୍ଲା ନିମନ୍ତେ ସାଧାରଣ ସଂପାଦକ ବିଶ୍ୱଭୂଷଣ ଦାସ ଓ ସଂପାଦକ ସୁରେଶ ପାଣିଗ୍ରାହୀଙ୍କୁ ଦାୟୀତ୍ୱ ଦିଆଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ନିମନ୍ତେ ସା.ସ ଅଶୋକ କୁମାର ଦାସ ଓ ସଂ. ମନୋଜ କୁମାର ବିଶ୍ୱାଳ, ବରଗଡ଼-ସା.ସ. ରାଜକିଶୋର ଷଢ଼ଙ୍ଗୀ ଓ ସଂ. ମାନସ ଆଚାର୍ଯ୍ୟ, ଭଦ୍ରକ –ସତ୍ୟଶିବ ଦାସ, ସଂ. ସଗ୍ରାମ କେଶରୀ ଦାସ, ଭୁବନେଶ୍ୱର- ଉ.ସ. ଗଣେଶ୍ୱର ବେହେରା ଓ ସଂ. ଶାନ୍ତାୟନ ମିଶ୍ର, ବଲାଙ୍ଗିର-କାର୍ଯ୍ୟକାରୀ କମିଟି ସଭ୍ୟ ସତ୍ୟଭୂଷଣ ସାହୁ ଓ ସଂ. ସୀମାଂଚଳ ଉଲ୍ଲାକା, ବୌଦ୍ଧ – ସା.ସ. ଆଶଫ ଅଲ୍ଲି ଖାନ ଓ ସଂ ସୂର୍ଯ୍ୟକାନ୍ତି ବାଗ ଏବଂ ସଂ. ଗୌର ନାୟକ, କଟକ- ସା.ସ. ସତ୍ୟପ୍ରକାଶ ନାୟକ ଓ ସଂ. ଉମେଶ ଜେନା ଏବଂ ସଂ. ପ୍ରତିମା ମଲ୍ଲିକ, କଟକ ନଗର- ଉ.ସ. ଯଜେ୍ଞଶ୍ୱର ବାବୁ ଓ ସଂ. ଶ୍ରୀୟା ମହାନ୍ତି, ଦେଓଗଡ଼- ଉ.ସ. ରତ୍ନମଣି ଉଲ୍ଲାକା ଓ ସଂ. ଦୁର୍ଗା ପାଢ଼ୀ, ଢ଼େଙ୍କାନାଳ- ଉ.ସ. ସୁରେଶ ମହାପାତ୍ର ଓ ସଂ. ବିଜୟାନନ୍ଦ ଚାଉଳିଆ, ଗଜପତି – ସା.ସ . ଲଲାଟେନ୍ଦୁ ମହାପାତ୍ର ଓ ସଂ. ନଳିନୀ ସ୍ୱାଇଁ, ଗଞ୍ଜାମ-(ବ୍ରହ୍ମପୁର ଲୋକସଭା)- ଉ.ସ. ଶିବାନନ୍ଦ ରାୟ ଓ ସଂ. ଲିଙ୍ଗରାଜ ସାହୁ, (ଆସ୍କା ଲୋକସଭା) – ସା.ସ. କିଶୋର ଜେନା ଓ ସଂ. କୈଳାସ ମୁଖି ଏବଂ ହେମରାଜ ବାଗ, ଜଗତସିଂହପୁର- ଉ.ସ. ଭୂଜବଳ ମାଝୀ ଓ ସଂ. ମନୋଜ ସାହୁ, ଯାଜପୁର- ସା.ସ. ରଜତ ଚୌଧୁରୀ ଓ ସଂ. ନସିର ଅହମ୍ମଦ ଖାନ, ଝାରସୁଗୁଡ଼ା – ସଂ. ସସ୍ମତା ଦେହୁରୀ ଓ ସଂ ଦୁଲାଲ ଚନ୍ଦ୍ର ପ୍ରଧାନ, କଳହାଣ୍ଡି – ସା.ସ. ସମରେନ୍ଦ୍ର ମିଶ୍ର ଓ ସଂ. ମୁକେଶ ଜେନ, କନ୍ଧମାଳ- ସା.ସ. ବିସ୍ମୟ ମହାପାତ୍ର ଓ ସଂ. ହୁସେନ ଖାନ, କେନ୍ଦ୍ରାପଡ଼ା- କାର୍ଯ୍ୟକାରୀ କମିଟି ସଦସ୍ୟ ପଂଚାନନ କାନୁନଗୋ ଓ ସଂ. ବିଳ୍ପବ ଚୌଧୁରୀ, କେନ୍ଦୁଝର- ଉ.ସ. ସରସ୍ୱତୀ ହେମ୍ରମ ଓ ସଂ ସନ୍ତୋଷ ନନ୍ଦ ଏବଂ ସଂ. ସମ୍ଭୁନାଥ ପାଣିଗ୍ରାହୀ, ଖୋର୍ଦ୍ଧା – ସା.ସ. ରବି ରାୟ, ଓ ସଂ. ଦରିଦ୍ର ନାରାୟଣ ନାୟକ, କୋରାପୁଟ- ଉ.ସ. ଦେବାଶିଷ ପଟ୍ଟନାୟକ ଓ ସଂ. ମହମ୍ମଦ ସବିର ଏବଂ ସଂ. ପ୍ରଭାସ କର ମହାପାତ୍ର, ମାଲକାନଗିରି- ଉ.ସ. ସଦନ ନାୟକ ଓ ସଂ. ଶଶିଭୂଷଣ ପାତ୍ର, ମୟୁରଭଞ୍ଜ- ସା.ସ. ଅରିନ୍ଦମ ସର୍କେଲ ଓ ସଂ. ବିଜନ ନାୟକ, ସଂ. ମଧୁସ୍ମିତା ସେଠୀ ଏବଂ ସଂ. ଦିଲ୍ଲୀପ ବେହେରା, ନବରଙ୍ଗପୁର- ଉ.ସ. ଦେବାଶିଷ ପଟ୍ଟନାୟକ ଓ ସଂ. କୃଷ୍ଣଚନ୍ଦ୍ର ନେପାକ, ନୟାଗଡ଼- ସା.ସ. ରବିନ୍ଦ୍ର ମଲ୍ଲିକ ଓ ସଂ. ଚନ୍ଦ୍ରଶେଖର ପରିଡ଼ା, ନୂଆପଡ଼ା- ଉ.ସ. ନକୁଳ ନାୟକ ଓ ସଂ- ତରୁଣ ମାଝୀ, ପୁରୀ- ସା.ସ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ସଂ ଅମୀୟ ପାଣ୍ଡବ, ରାୟଗଡ଼ା- ଉ.ସ. ସନ୍ତୋଷ ସିଂ ସାଲୁଜା ଓ ସଂ. ସଂଜୟ କୁମାର ଅଧିକାରୀ, ରାଉରକେଲା- ସା.ସ. ଆଲୋକ ମିଶ୍ର ଓ ସଂ. ମହେନ୍ଦ୍ର କୁମାର ନାୟକ, ସମ୍ବଲପୁର- କାର୍ଯ୍ୟକାରୀ କମିଟି ସଦସ୍ୟ ଉମାଶଙ୍କର ପଣ୍ଡା ଓ ସଂ ସରୋଜ ପ୍ରଧାନ ଏବଂ ସଂ ସୁକାନ୍ତି ଦାସ, ସୁବର୍ଣ୍ଣପୁର- ସା.ସ. ନାରୟଣ ଜେନା ଓ ସଂ. ସୁବ୍ରତ ମହାପାତ୍ର ଏବଂ ସୁନ୍ଦରଗଡ଼ ଜିଲ୍ଲା ନିମନ୍ତେ ସା.ସ. ସଂଗ୍ରାମ ମିଶ୍ର ଓ ସଂ. ପ୍ରିୟଜିତ ରାୟ ଏବଂ ସଂ ପ୍ରଦୀପ ମହାପାତ୍ରଙ୍କୁ ଶ୍ରୀ ପଟ୍ଟନାୟକ ଦାୟୀତ୍ୱ ଦେଇଛନ୍ତି । ସେହିପରି ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସଙ୍କୁ ଅଫିସ ପ୍ରୋଟୋକଲ, ସାଧାରଣ ସଂପାଦିକା ମମତା ମାଢ଼ୀ ଓ ସଂପାଦିକା ଅର୍ଚ୍ଚନା ନନ୍ଦିଙ୍କୁ ମହିଳା କଂଗ୍ରେସ ଦାୟୀତ୍ୱ ଦିଆଯାଇଛି ବୋଲି ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ ଜଣାଇଛନ୍ତି ।

ରନ୍ଧନ ଗ୍ଯାସ୍ ଦର ବୃଦ୍ଧିକୁ କୋରାଇ ବିଜେଡିର ବିରୋଦ୍ଧ ,ବିଧାୟକଙ୍କ ନେତୃତ୍ଵରେ ପ୍ରତିବାଦ ।

0

ବ୍ଯାସନଗର  : ୨୨ /୧୧( ବି.ନି.ଓ)      କେନ୍ଦ୍ର ସରକାରଙ୍କ ଖାଉଟି ମାରଣ ନୀତି ଓ ଲଗାତାର ଭାବରେ ରନ୍ଧନ ଗ୍ଯାସ୍ ଦର ବୃଦ୍ଧିକୁ ନେଇ ଆଜି କୋରାଇ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି  ।  କୋରାଇ ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ବଳଙ୍କ ନେତୃତ୍ଵରେ ଏକ ଶୋଭାଯାତ୍ରା ସ୍ଥାନୀୟ ଗୋପବନ୍ଧୁ ଛକରୁ ବାହାରି ମୁନିସିପାଲିଟି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ସେଠାରେ ଦଳ ପକ୍ଷରୁ ପ୍ରତିକ ଧାରଣା ଦିଆଯାଇଥିଲା ।ସେଠାରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ କୃଷକ ତଥା ସାଧାରଣ ଜନତା ମାରଣ ନୀତି ବିରୁଦ୍ଧରେ ଶ୍ଳୋଗାନ ଦେଇଥିଲେ। ମୋଦି ସରକାର ଆଛେଦିନ୍ ର କଥା କହି ସାଧରଣ ଲୋକଙ୍କ ଭବିଷ୍ୟତ ନଷ୍ଟ କରି ଚାଲିଛନ୍ତି । ତୁରନ୍ତ ଏ ସରକାରକୁ ହଟାଇବା ଦରକାର ବୋଲି ବହୁ ଦଳୀୟ କର୍ମୀ ନିଜର ବକ୍ତବ୍ଯରେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଦଳ ପକ୍ଷରୁ ବ୍ଯାସନଗର ର ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ପୂର୍ବତନ ଅଧ୍ଯକ୍ଷା ସବିତା ରାଉତ, ସରୋଜିନ ବଳଙ୍କ ସମେତ ସଂଘମିତ୍ରା ଜେନା, ସରସ୍ବତୀ ପ୍ରଧାନ, ମଞ୍ଜୁଶ୍ରି ପଣ୍ଡା, ଦିପାଳୀ ଚକ୍ରବର୍ତ୍ତୀ, ବ୍ୟାସନଗର ବିଜେଡି ସଭାପତି ବ୍ରଜକିଶୋର ରାଉତ, ସାଧାରଣ ସମ୍ପାଦକ ମହେଶ୍ କୁମାର ଧଳ, ଯୁବ ବିଜେଡି ସଭାପତି ମନୋଜ ପରିଡା, ବ୍ୟାସନଗର ପୂର୍ବତନ ଉପ ନଗରପାଳ ଶୁଭାଶିଷ ବଳ, ପାର୍ଥସାରଥୀ ନାୟକ, ବିବେକାନନ୍ଦ ମହାନ୍ତି, ମଣୀନ୍ଦ୍ର ସାହୁ ଓ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ। ଆଗାମୀ ଦିନରେ ରନ୍ଧନ ଗ୍ଯାସ୍ ଓ ଅନ୍ୟାନ୍ୟ ଖାଉଟି ସାମଗ୍ରୀର ଦର ନ କମିଲେ ଆହୁରି ଯୋରଦାର ଆନ୍ଦୋଳନ କରାଯିବ ବୋଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ବିଧାୟକ।

  ବ୍ଯାସନଗରରୁ ଅଜୟ କୁମାର ସାହୁ    ବିଗ୍ ନିଉଜ୍ ଓଡିଶା

ପୀତାମ୍ବରଙ୍କୁ ପରିହାସର ପାତ୍ର କରିଦେଲାଣି ବିଜେପି: ବିଜେଡି…

( )ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଜଣେ ବରିଷ୍ଠ ଆଇନ୍‍ଜୀବୀ ଯିଏ କି ଆଇନ୍‍କୁ ଭଲ ଭାବେ ଜାଣନ୍ତି । ମୁଁ ତାଙ୍କ ଭଳି ଜଣେ ବରିଷ୍ଠ କିମ୍ବା ଅଭିଜ୍ଞ ନୁହେଁ, କିନ୍ତୁ ମତେ ଖରାପ ଲାଗୁଛି ଯେ ଏଭଳି ଜଣେ ବରିଷ୍ଠ ଆଇନ୍‍ଜୀବୀଙ୍କୁ ଓଡିଶା ବିଜେପି ନିଜର ସଙ୍କୀର୍ଣ୍ଣ ରାଜନୈତିକ ଏଜେଣ୍ଡା ପାଇଁ ପରିହାସର ପାତ୍ରରେ ପରିଣତ କରିଦେଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି । ଶ୍ରୀ ଆଚାର୍ଯ୍ୟଙ୍କ ବକ୍ତବ୍ୟର ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି, ସେ ଏବେ ନିଜକୁ ଅଭିଶାପ ଦେଉଥିବେ ଯେ ସେ କାହିଁକି ଓଡିଶା ବିଜେପିରେ ଯୋଗଦେଲେ ଏବଂ ଏଭଳି ମିଥ୍ୟା ବିବୃତ୍ତି ଦେଇ ନିଜର ଆଇନ ବୃତ୍ତିକୁ କାହିଁକି ଅସମ୍ମାନ କରୁଛନ୍ତି । ଯଦି ଏହିପରି ସେ ଜାରି ରଖନ୍ତି, ତେବେ ସେ ନିଜର ମହକିଲଙ୍କର ବିଶ୍ୱସନୀୟତା ହରାଇବେ । ଓଡିଶା ବିଜେପିରେ ତାଙ୍କର ଏଭଳି ସ୍ଥତି ି ଦେଖି ମୋତେ ଦୟା ଆସୁଛି ବୋଲି ବିଜେଡି ମଖୁ ପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।
(ଲେନିନ୍ ମହାନ୍ତି)
ମୁଖପାତ୍ର, ବିଜୁ ଜନତା ଦଳ

ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

( )ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଭାପତ୍ୱିତ କରି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶ ସାମ୍ପ୍ରତିକ ପରିସ୍ଥିତିରେ ସାଧାରଣ ଜନତାଙ୍କର ସାମ୍ବିଧାନିକ ଅଧିକାର ଓ ମୌଳିକ ସୁଖ ସୁବିଧା ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସର୍ବଦା ଚେଷ୍ଟିତ ଓ ଆଗାମୀ ଦିନରେ ଲଢ଼େଇ ଜୋରଦାର କରିବାର ଲକ୍ଷ ନେଇ ଆଗେଇ ବାକୁ ଦୃଢ଼ ପରିକର ବୋଲି ମତ ପୋଷଣ କରିବା ସଂଗେ ସଂଗେ ଜନାଭିମୁଖୀ ୬ ଟି ପ୍ରସ୍ତାବ ଉପରେ ନିଜର ଅଙ୍ଗିକାରବଦ୍ଧ ଘୋଷଣା କରିଛନ୍ତି । ଏହି ପରିବଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଅଖିଳ ଭାରତ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଶ୍ରୀ. ଜି ରୁଦ୍ର ରାଜୁ, ବରିଷ୍ଠ ଆଇନଜୀବି ତଥା ରାଜ୍ୟ କଂଗ୍ରେସର ଉପସଭାପତି ଶିବାନନ୍ଦ ରାୟ, ରାଜ୍ୟ କଂଗ୍ରେସର ଉପସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ, ପୂର୍ବତନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ତଥା ପିସିସି ବରିଷ୍ଠ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ଟ୍ରେନିଂର ମୁଖ୍ୟ ସଂଯୋଜକ ତଥା ପୂର୍ବତନ ଉପସଭାପତି ଶ୍ରୀ ଶୁଭେନ୍ଦୁ ମହାନ୍ତି, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗିତାଞ୍ଜଳି ମହାନ୍ତି, ଶ୍ରୀମତୀ ରଶ୍ମି ମହାପାତ୍ର, ଓ ଅନ୍ୟମାନେ ସଭାରେ ଯୋଗଦାନ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର ଜିଲ୍ଲାର ଦିବଂଗତ ନେତୃବୁନ୍ଦଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଉପସଭାପତି ଶ୍ରୀ ଆଶିଷ ମଲ୍ଲିକ ୧ ମିନିଟ ନୀରବ ପ୍ରାର୍ଥନା କରିବାପାଇଁ ପ୍ରସ୍ତାବ ଦେଇଥିଲେ । ଭୁବନେଶ୍ୱର ଜିଲ୍ଲା ୬ଟି ପ୍ରସ୍ତାବକୁ ଜିଲ୍ଲାର ନୂତନ କର୍ମକର୍ତାଙ୍କ ଜ୍ଞାନ୍ତସାରରେ ପାରିତ କରାଯାଇଥିଲା । ଏହି ପ୍ରସ୍ତାବକୁ ଉପସ୍ଥାପନ କରିଥିଲେ ଜିଲ୍ଲା ମୁଖପାତ୍ର ସଂଜୀବ ମହାନ୍ତି ଉପସ୍ଥାପନ କରିଥିବା ବେଳେ ବ୍ଲକ ସଭାପତି ମିହିର ଆଚାର୍ଯ୍ୟ ସମର୍ଥନ କରିଥିଲେ । ଏହି ୬ଟି ପ୍ରସ୍ତାବ ଉପରେ ନୂତନ କର୍ମକର୍ତା ତଥା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟମାନେ ଆଲୋଚନା କରିଥିଲେ ଏବଂ ସର୍ବସମ୍ମତିକ୍ରମେ ଆସନ୍ତା ଦିନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସହରବାସୀଙ୍କ ସ୍ୱାର୍ଥକୁ ରକ୍ଷା କରିବାପାଇଁ ପ୍ରତ୍ୟେକ ସ୍ତରରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ପ୍ରତ୍ୟେକ ୱାର୍ଡକୁ ପଦଯାତ୍ରା ଏବଂ ଗୃହକୁ ଗୃହ କଂଗ୍ରେସ ସଂପର୍କ ଯାତ୍ରାକରି ଲୋକଙ୍କ ସମସ୍ୟାର ସମାଧାନ କରିବାପାଇଁ ସତଚେଷ୍ଟା କରାଯିବ ।

ଡ. ଏ ଚେଲା କୁମାର ଆସନ୍ତା ମୁନିସ୍‌ପାଲ ନିର୍ବାଚନରେ କଂଗ୍ରେସ କିଭଳି ବିଜୟ ହାସଲ କରିବ ତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏଥିପାଇଁ ଗୋଟିଏ ମିନିଟ୍ ଆଉ ନଷ୍ଟ ନକରି ପ୍ରତ୍ୟେକ କଂଗ୍ରେସ କର୍ମୀ ନିଜ ୱାର୍ଡରେ ଜନସଂପର୍କ ଯାତ୍ରା କରିବା ସହିତ ଘରକୁ ଘର ବୁଲି କଂଗ୍ରେସ ର ନୀତି ଓ ଆଦର୍ଶକୁ ପ୍ରଚାର କରିବା ସହତ ନିଜ ୱାର୍ଡରେ କଂଗ୍ରେସକୁ ଶକ୍ତ କରିବାର ଦାୟୀତ୍ୱ ନେବାକୁ ପଡ଼ିବ । କୌଣସି ବିଶୃଙ୍ଖଳାକୁ ଗୋଟିଏ ମିନିଟ ପାଇଁ ବରଖାସ୍ତ କରାଯିବ ନାହିଁ । ୬୭ ଟି ୱାର୍ଡର ପଂପୂର୍ଣ୍ଣ ଖସଡ଼ା ପ୍ରସ୍ତୁତି କରିବା ସହିତ କିଭଳି ଲୋକଙ୍କ ସମସ୍ୟା ସହିତ ଏବଂ ଲୋକଙ୍କ ପାଇଁ ଲଢ଼ାଯିବ ତା ଉପରେ ଗୁରୁତ୍ୱରୋପ କରିଥିଲେ । ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଶ୍ରୀ ଅଶୋକ ଦାସ ୨ ନମ୍ବର ବ୍ଲକ ସଭାପତି ଧନ୍ୟବାଦ ଅର୍ପଣକରିବା ସହିତ ବିଗତ ଦିନରେ ଜିଲ୍ଲା କଂଗ୍ରେସ ଯେଉଁସବୁ କାର୍ଯ୍ୟକ୍ରମ କରିଥିଲେ ତାହାର ଏକ ବିସ୍ତୃତ ବିବରଣୀ ପାଠ କରିଥିଲେ । ଭୁବନେଶ୍ୱରରେ ଥିବା ୮୦ ଜଣରୁ ଅଧିକ ରାଜ୍ୟ କଂଗ୍ରେସର ନେତା ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ଜିଲ୍ଲାର ସମସ୍ତ ନେତୃବୃନ୍ଦଙ୍କ ସହ ମିଶି କିଭଳି ଭୁବନେଶ୍ୱର ଜିଲ୍ଳାର କଂଗ୍ରେସକୁ ସୁଦୃଢ଼ କରିବା ସହିତ ଆସନ୍ତା ନିର୍ବାଚନରେ କିଭଳି ତିନୋଟି ଆସନ ଜିତାଯିବ ସେ ନେଇ ଆଲୋଚନା ହୋଇଥିଲା ।
ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ସର୍ବଭାରତୀୟ ଜାତୀୟ କଂଗ୍ରେସର ନିର୍ଦ୍ଦେଶକ୍ରମେ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ କରାଯାଇଥିଲା ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଥିଲେ ଏହି କଳା ତିନି କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହୃତ କରିନେବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି ତାହା ଗଣତନ୍ତ୍ରର ବିଜୟ, କୃଷକଙ୍କର ବିଜୟ ବୋଲି କହିଥିଲେ । ଗଣତନ୍ତ୍ରରେ ଜନତାଙ୍କ ସ୍ୱର ସବୁଠାରୁ ଶକ୍ତିଶାଳି ବୋଲି ଆଜି ଏହା ପ୍ରମାଣିତ ହେଲା । ଅହଂକାରୀ ସରକାରର ପରାସ୍ତ ହେଲା ଖାଲି ସେତିକି ନୁହେଁ । ଦୀର୍ଘ ୭ ବର୍ଷ ଭିତରେ ନରେନ୍ଦ୍ର ମୋଦି ସରକାର ଯେତେସବୁ ଆଇନ ଆଣିଛନ୍ତି ତାହା ସମସ୍ତ ଜନବିରୋଧି ଏ ସରକାର ଭାରତ ବର୍ଷର ସମସ୍ତ ସାମ୍ବିଧାନିକୁ ଆଜି କରାୟତ କରିସାରିଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ତାଙ୍କ ବକ୍ତବ୍ୟରେ କହିଥିଲେ ଏ ତାନାସାୟି ସରକାର ଓ ବିରୋଧରେ ତାଙ୍କର ଜନମାରଣ ନୀତି ବିରୋଧରେ ଆନ୍ଦୋଳନ ଜାରି ରହିବ ।
ଆଜିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦକ ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ବ୍ଲକ ସଭାପତି ବ୍ରହ୍ମାନନ୍ଦ ସାହୁ, ଶ୍ରୀଧର ବଳିଆର ସିଂ, ଦେବରାଜ ମିଶ୍ର, ଇନ୍ଦ୍ରଜିତ ପରିଡ଼ା, ମୋହନ ଜେନା, ଶତୃଘନ ବେହେରା, ଯୋଗୀନାଥ ନାୟକ, ଦୀପକ କୁମାର ମହାପାତ୍ର, ପ୍ରଶନ୍ନ ପରିଡ଼ା, ପ୍ରଣତୀ ମିଶ୍ର, ପ୍ରଦୀପ ମହାପାତ୍ର, କୁସୁମ ପ୍ରଧାନ, ସୁଭଦ୍ରା ମିଶ୍ର, ସ୍ୱାଧୀନବାଳା ଦାସ, ଚୈତାଳି ପଟ୍ଟନାୟକ, ଏମଏ ପରିୱିନ, ଲକ୍ଷ୍ମୀପ୍ରିୟ ଦାସ, ଲିପିନା ବାରିକ, ପ୍ରଭାବତି ପଟ୍ଟନାୟକ, ସୌମେନ୍ଦ୍ର ମହାନ୍ତି, ଶରତ ସାମଲ, ଶୁଭ୍ରଜ୍ୟୋତି ଲେଙ୍କା, ପ୍ରଭାତ ପ୍ରତାପ ସିଂ, ରମାକାନ୍ତ ଦାସ, ନିଆଜୁଲ ଇମଲାମ, ଉଦ୍ଦିତ ପ୍ରଧାନ, ଦେବଦତ ରାୟ, ସେକ ତାକୱିନ, ଦେବାଶିଷ ଦାସ, ରାଜକିଶୋର ବାରିକ, ସଂକୁନା ନାୟକ, ଦେବୀପ୍ରସାଦ ସ୍ୱାଇଁ, ମନୋଜ ନାୟକ, ମିତ୍ରଭାନୁ ମହାପାତ୍ର, ଆଲୋକ ମହାନ୍ତି, ରଞ୍ଜିତ ପାତ୍ର, କ୍ଷୀରୋଦ ବେହରା, ଆତ୍ମାରାମ ପତି, ଦେଓ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ ।

ଚର୍ଚ୍ଚାରେ ଛାଡ଼ଖାଇ …

()ଛାଡ଼ଖାଇ । ଏବେ ଅଘୋଷିତ ଗଣପର୍ବ ପରି ଲାଗୁଛି । ଗାଁରୁ ସହର ସବୁଠି ସପ୍ତାହ ଆଗରୁ  ଛାଡ଼ଖାଇ ପ୍ରସଙ୍ଗରେ ଚର୍ଚ୍ଚା ଆରମ୍ଭ ହୋଇଯାଏ । ଛାଡ଼ଖାଇର ପ୍ରକୃତ ଅର୍ଥ କଣ ,କାହିଁକି କାର୍ତ୍ତିକ ପୂର୍ଣ୍ଣମା ପରଦିନ ଛାଡ଼ଖାଇ ପାଳନ କରାଯାଏ ତାହା ଚର୍ଚ୍ଚା ଶହେରୁ ୫ ଜଣ ବି କରନ୍ତିନି କେବେ । ହେଲେ ଛାଡ଼ଖାଇ କେମିତି ଜମିବ ସେ  ଚର୍ଚ୍ଚା  ଦ୍ୱିତୀୟ  ବିଶ୍ୱ ଯୁଦ୍ଧ ପ୍ରସ୍ତୁତି ଠାରୁ ବି ଅଧିକ ହୁଏ ।

ଗାଁ ଛାଡ଼ଖାଇ-  ଗାଁର ଗୋବିନ୍ଦ ସାହୁ । ମାସ,ବାର, ଦିନ  କଣ ସେ ଜାଣେ ନାହିଁ । ସେ ଭାରି ଆମିଷ ପ୍ରିୟ ମଣିଷଟିଏ ।  ଯେଉଁଠି ଯାହା ମିଳେ ଖାଇଦିଏ । ମାଂସ, ମାଛ, ଅଣ୍ଡା ଯଦି ନମିଳେ , ସୁକୁଆରେ କାମ ଚଳାଇଦିଏ । କାର୍ତ୍ତିକ ପୂର୍ଣ୍ଣିମା ସଂନ୍ଧ୍ୟାରେ ଗାଁ ଦାଣ୍ଡରେ ଚାଲିଥାଏ ଖଟି । ପୂର୍ଣ୍ଣମାସ ସରିନାହିଁ , ହେଲେ ଛାଡ଼ଖାଇ କେମିତି ଜମିବ ସେ ଆଲୋଚନା ଚାଲିଥାଏ । ଠିକ ଏହି ସମୟରେ ଗୋବିନ୍ଦ ଦାନ୍ତରେ କାଠି ପୁୂରାଇ କହିଲା । କାଲି  ରମା ନାନି ସହ କଥା  ହୋଇଛି ତା ଗଞ୍ଜାଟା ସେ ୭୦୦ ଟଙ୍କାରେ ଦେବ , ସରୋଜ, ମୁନା. ରଘୁ , ପୁଅ ତମେ ଆଉ ସବୁ ଯୋଗାଡ଼ କର , ମାଂସ ଦାୟିତ୍ୱ ମୋର । କାଲି ଛାଡ଼ଖାଇଟା ପୁରା ମସ୍ତ ହେବା ଦରକାର । ଗୋବିନ୍ଦର କଥା ନସରୁଣୁ  ଗାଁ ଦାଣ୍ଡରେ ବସିଥିବା ମନୁଆ ମଉସା ଜୋର ପାଟିରେ କହିଲା କିରେ  ଗୋବିନ୍ଦ ତୁ କେବେ କଣ ଛାଡ଼ିଥୁଲୁ ଯେ ଛାଡ଼ଖାଇ କାଲି ପାଳିବୁ । କହନାରେ ଲାଜ ଲାଗୁଛି । ବାସ ଏମିତିରେ ହସ ଉଡ଼ିଲା ଗାଁ ଦାଣ୍ଡରେ ..

ରାଜଧାନୀରେ ମୁନିର ଛାଡ଼ଖାଇ  : କାର୍ତ୍ତିକ ମାସ  ଶେଷ ପାଞ୍ଚ ଦିନ ହେଉଛି ପଞ୍ଚୁକ ।  କଥାରେ ଅଛି ଏହି ପାଂଚ ଦିନ ବଗ ବି ଆମିଷ ଖାଏନାହିଁ । ହେଲେ ଆଧୁନିକ ଝିଅ ମୁନି । ପୁଣି ରହୁଛି ରାଜ୍ୟ ରାଜଧାନୀରେ । ବାର,ମାସ, ଦିନ , ଧର୍ମ , ପର୍ବ ସବୁଜାଣି ମଧ୍ୟ ସେ ଅଜଣା । କାରଣ ସେ ପରା ଆଧୁନିକ ସୁନ୍ଦରୀ । ସୋଉକ , ମଜଲିସ ଭିତର ପରମ୍ପରା, ସଂସ୍କୃତି, ଧର୍ମ ତା ଆଗରେ ତୁଚ୍ଛା । ସେ ଗାଁରେ ସେମିତି ନଥିଲା, ରାଜଧାନୀକୁ ଆସି ବଦଳିଯାଇଛି । ଏକଥା କିଏ ଜାଣୁ କି ନଜାଣୁ ମୁନିର ମାଆ କଥା ଭଲ ଭାବରେ ଜାଣନ୍ତି । ତେଣୁ  ପଞ୍ଚୁକ ପୂର୍ବ ଦିନ ଫୋନ କରି ମୁନିକୁ କହିଛନ୍ତି ଏହି ୫ଦିନ ଆମିଷ ଖାଇବୁନି । ବାସ ମାଆ କଥା ରଖି ମୁନି କାର୍ତ୍ତିକ ଧର୍ମରେ ଆତ୍ମା କହୁନଥିଲେ ମଧ୍ୟ ମାଆ କଥାକୁ ସମାନ ଜଣାଇ ପାଳନ କରିଛି ।  ଖାଇବାରେ କୌଣସି କଟକଣା ନଥିବା ମୁନି ପାଂଚ ଦିନ ଆମିଷ ନଖାଇ ଯେମିତିି ତା ପାଟିଟା ପିତା ହୋଇଯାଇଛି । ତେଣୁ ଛାଡ଼ଖାଇ କେଉଁ ଦିନ ହେବ ସେ ଚିନ୍ତା ତାକୁ ଘାରିଛି । ସଭିଁଙ୍କ ପରି ସେ ମଧ୍ୟ ଛାଡ଼ଖାଇ ଦିନ ଭଲ ସେ ଆମିଷ ଖାଇବା ଲାଗି ଯୋଜନା  କରିଛି । ସକାଳୁ , ସଂନ୍ଧ୍ୟା ଯାଏ କଣ ଖାଇବ ସେ ଭାବିଦେଇଛି ।  ତା ସହ ତା ସାଙ୍ଗମାନେ ବି ତୟାର । କଞ୍ଚା ଯୌବନରେ ସେ କାହିକିଁ ବୁଛିବ କାର୍ତ୍ତିକ କଣ, ଛାଡ଼ଖାଇ କଣ ।

ମିଳିତ ଛାଡ଼ଖାଇ …ରଜରେ ଯେମିତି ପୋଡ଼ପିଠା , ଅଷ୍ଟମୀରେ ଯେମିତି ଏଣ୍ଡୁରୀ  ପିଠା ହୁଏ । ଠିକ ସେମିତି କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଛାଡ଼ଖାଇ ଜମିବ ମିଳିତ ଭୋଜି ହେଲେ । ସାନ , ବଡ଼  ବୟସର ତାରତମ୍ୟ ନାହିଁ, ନିଜ ସର୍ମ୍ପକର ଅର୍ଥ ପ୍ରତିବନ୍ଧକ କିଛି ନଥାଏ ଛାଡ଼ାଇ ଦିନ । ଛାଡ଼ଖାଇମାନେ ଭୋଜି । ପୁରୁଷ ମାନଙ୍କ ଭୋଜିରେ ଆମିଷ ସାଙ୍ଗକୁ , ନିଶା ଟିକେ ହେବା ଯେମିତି ଏକ ସ୍ୱଭାବିକ ପ୍ରକ୍ରୀୟା କାହିଁ କେଉଁ କାଳରୁ ଚାଲିଆସୁଛି । କେବଳ ସାଙ୍ଗ ସାଥି କି ଭୋଜି ନୁହେଁ , ପରିବାରରେ ମଧ୍ୟ ଛାଡ଼ଖାଇ ମଧ୍ୟ ବେଶ ଜୋରରେ ଏବେ ପାଳନ କରାଯାଉଛି । ଆମିଷ ଭୋଜି । ଯାହାର ଯାହା ଇଚ୍ଛା । ଆଉ ମିଳିମିଶି ଛାଡ଼ଖାଇର ମଜା ଟିକେ ନିଆରା କିଏ କହେ ବାରିପଦା କି କେନ୍ଦୁଝରର ଜଙ୍ଗଲୀ ଖାସି କରିବା ତ କିଏ କହେ ନୟାଗଡ଼ର ଦେଶୀ କୁକୁଡ଼ା କରିବା । ଆଉ କିଏ କିଏ ତ ଚିଲିକା କଙ୍କଡ଼ା ଓ ବାଲେଶ୍ୱର ଚିଙ୍ଗୁଡ଼ି ଭଲ ସେ କରିବା ପାଇଁ ମଧ୍ୟ ୨ ଦିନ ଆଗରୁ ଆଡ଼ଭାନ୍ସ ଦିଅନ୍ତି ।

ହବିଷ ଛାଡ଼ଖାଇ – ହିବିଷ ଛାଡଖାଇ ଟିକେ ନିଆରା ।  ତାହାକୁ ବର୍ଣ୍ଣନା କରିବା ମଧ୍ୟ ସେତିକି ନିଆରା । କାରଣ ଗୋଟେ ଓଳି ଅରୁଣା ଓ ଝିଅ ସାଙ୍ଗ ବିନା ପିଆଜ ରସୁଣରେ ମାସଜାକ କାଟିଥିବା ହବିଷ୍ୟାଳିମାନେ  ଛାଡ଼ଖାଇ ପାଳନନ୍ତି । ତାଙ୍କ  ଝାଡ଼ଖାଇରେ ଆମିଷ ନୁହେଁ, ବରଂ ସେ ମାସଯାକ ଯେଉଁସବୁ ଜିନିଷ ଛାଡ଼ିଥାନ୍ତି ତାହାକୁ ଖାଆନ୍ତି, ସ୍ୱଭାବିକ ଭାବେ ଦୈନିକ ଜୀବନରେ ।

ବାସ ଶେଷରେ ଏତିକି କୁହାଯାଇ ପରେ ଯିଏ ଯେଉଁ ବାହାନାରେ ଛାଡ଼ଖାଇ  ପାଳନ କରୁଛ କର । ଯିଏ ଯେମିତି ଆନନ୍ଦ ପାଉଛ ପାଅ । କାରଣ ଛାଡ଼ଖାଇ ଏବେ ଅଘୋଷିତ ଗଣପର୍ବ ହୋଇଗଲାଣି ଓଡ଼ିଆଙ୍କ ମନରେ ….

ଆଉ ୧୪୮ଟି ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ…

( )1075 ସ୍କୁଲର ରୂପାନ୍ତର ପର୍ବ।

ଆଜି ପଞ୍ଚମ ଦିବସରେ ୫ଟି ଜିଲ୍ଲାର ୧୪୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ।

ଆଜି ସୁଦ୍ଧା ୮୩୮ଟି ସ୍କୁଲ ରୂପାନ୍ତରିତ।

ଜୀବନରେ ସଫଳତା ପାଇଁ ସ୍କୁଲ ରେ ହି ମୂଳଦୁଆ ପଡିଥାଏ । ମୁଖ୍ୟମନ୍ତ୍ରୀ।

ରୂପାନ୍ତରିତ ସ୍କୁଲର ସ୍ବଚ୍ଛ ପରିବେଶ ଓ ସ୍ବଚ୍ଛ ଶୌଚାଳୟ ବ୍ୟବସ୍ଥା ପାଠ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି – ଛାତ୍ରଛାତ୍ରୀ।

ସରକାରୀ ସ୍କୁଲରେ ପାଠପଢି ମୋ ସ୍ବପ୍ନ ପୂରଣ ହୋଇପାରିଛି, ତୁମ ମାନଙ୍କ ସ୍ବପ୍ନ ବି ପୂରଣ ହେବ – ଅସିତ୍‌ ତ୍ରିପାଠୀ।

{}ରାଜ୍ୟରେ ସ୍କୁଲ ରୂପାନ୍ତର ପର୍ବ ଜାରି ରହିଛି । ୫-ଟି School Transformation କାର୍ଯ୍ୟକ୍ରମର ପଞ୍ଚମ ଦିବସରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୪୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଜଗତସିଂହପୁରର ୧୪ଟି ସ୍କୁଲ, ଦେବଗଡର ୩୨ଟି, ପୁରୀର ୪୮ଟି, ବଲାଙ୍ଗୀରର ୨୪ଟି ଓ କେନ୍ଦ୍ରାପଡାର ୩୦ଟି ସ୍କୁଲ ସାମିଲ ହୋଇଛି।ଆଜି ସୁଦ୍ଧା ୮୩୮ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଏବେ ରାଜ୍ୟର ୧୦୭୫ଟି ସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମ ଜାରି ରହିଛି ।ଏହି ରୂପାନ୍ତର କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ତଥା ପିତାମାତା ଏବଂ ଅଭିଭାବକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ technology ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ challengeକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।”
ଜୀବନରେ ସଫଳତା ପାଇଁ ସ୍କୁଲରୁ ହି ମୂଳଦୁଆ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଲେ, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ (There is a saying that Children constitute one-third of our population, but all of our future.)। ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି ମତଦେଇ ସେ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ।ଓଡିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ବତନ୍ତ୍ର ହୋଇରହିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ୫-ଟି ନୀତି ଉପରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍କୁଲ ରୂପାନ୍ତର ହେଉଛି ଆମର 5-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଉଛି– ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍‌ ୱାର୍କ ।

ତୃତୀୟ ନୀତି ହେଉଛି ଟାଇମ୍‌ ବା ସମୟ ।. ନଭେମ୍ବର ୧୪ ସୁଦ୍ଧା ୧୦୭୫ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍‌ ସମୟରେ ଶେଷ ହୋଇପାରିଛି ।

ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ।ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ । ମୋର ପୁରା ବିଶ୍ବାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ।ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ। ଜଗତସିଂହପୁରର ସୁମିତ୍ରା ସାହୁ, ଦେବଗଡର ପିୟୁଷ ପ୍ରଭା କର, ପୁରୀର ଅପର୍ଣ୍ଣା ପଣ୍ଡା, ବଲାଙ୍ଗୀରର ଆର୍ୟାନ୍‌ ଶତପଥୀ ଓ କେନ୍ଦ୍ରାପଡାର ସୋନମ ପରବିନ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ସ୍କୁଲର ସ୍ବଚ୍ଛ ପରିବେଶ ଓ ସ୍ବଚ୍ଛ ଶୌଚାଳୟ ବ୍ୟବସ୍ଥା ପିଲାମାନଙ୍କ ପାଇଁ, ବିଶେଷକରି ଛାତ୍ରୀ ମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି । ସ୍ମାର୍ଟ ବ୍ୟବସ୍ଥାରେ ପାଠ ବୁଝିବା ସହଜ ହେଉଛି ବୋଲି ସେମାନେ କହିଥିଲେ । ସରକାରୀ ସ୍କୁଲ ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ପନ୍ଦର ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବାରୁ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ସେମାନେ ଭବିଷ୍ୟତରେ କଣ ହେବାକୁ ଚାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ପଚାରିବାରୁ ସେମାନେ ଉତ୍ସାହିତ ହୋଇ ଆଇ.ଏ.ଏସ୍‌, ଆଇ.ପି.ଏସ୍‌ ଅଫିସର, ଡାକ୍ତର ଇଞ୍ଜିନିୟର ହେବେ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ଜଗତସିଂହପୁରରେ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ଦେବଗଡରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ଶ୍ରୀ ସୁଷାନ୍ତ ସିଂହ, ପୁରୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ, ବଲାଙ୍ଗୀରରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଏବଂ କେନ୍ଦ୍ରାପଡାରେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ସ୍କୁଲ ରୂପାନ୍ତର ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ଅଭୁତପୂର୍ବ ଉତ୍ସାହ ସୃଷ୍ଟି କରିଛି ବୋଲି ସେମାନେ କହିଥିଲେ । ଶିକ୍ଷା ଏବେ ବାପା ମାଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ, ସ୍ଥାନୀୟ ନେତୃବୃନ୍ଦ ସମସ୍ତଙ୍କ ପାଇଁ ଏକ ଚର୍ଚ୍ଚାର ବିଷୟ ହୋଇଛି ବୋଲି ପ୍ରକାଶ କରି ସେମାନେ ଖୁସିବ୍ୟକ୍ତ କରିଥିଲେ ।ଏହି ଅବସରରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ନିଜର ସଫଳତାରେ ସ୍କୁଲର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଟିଟିଲାଗଡ ହାଇସ୍କୁଲରୁ ପାଠ ପଢିଥିବା ଶ୍ରୀ ତ୍ରିପାଠୀ କହିଲେ ମୁଁ ଗୋଟିଏ ସରକାରୀ ସ୍କୁଲରୁ ପାଠ ପଢି ସ୍ବପ୍ନ ପୂରଣ କରିପାରିଛି ଏବଂ ଜିଲ୍ଲା ଓ ରାଜ୍ୟର ବିକାଶରେ କିଛି କିଛି ଯୋଗଦାନ ରଖିପାରିଛି । ଆଜିର ସରକାରୀ ସ୍କୁଲ ଓ ଆମ ବେଳର ସରକାରୀ ସ୍କୁଲର ସୁବିଧା ମଧ୍ୟରେ ଆକାଶପାତାଳ ତଫାତ ରହିଛି । ତେଣୁ ତୁମେ ମାନେ ନିଶ୍ଟୟ ତୁମର ସ୍ବପ୍ନ ପୂରଣ କରିପାରିବ ବୋଲି ସେ ପିଲାମାନଙ୍କୁ କହିଥିଲେ।ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ଅନେକ ପିଲା ଭବିଷ୍ୟତରେ ଆଇଏଏସ୍‌ ଓ ଆଇପିଏସ ଅଫିସର ହେବାର ଲକ୍ଷ୍ୟ ରଖିଥିବା ବିଷୟ ଶୁଣି ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଅନେକ ପଦସ୍ଥ ଅଧିକାରୀ ସରକାରୀ ସ୍କୁଲରୁ ହିଁ ପାଠ ପଢି ଲକ୍ଷ୍ୟ ପୂରଣ କରିଛନ୍ତି। ମୁଁ ମଧ୍ୟ ସରକାରୀ ସ୍କୁଲରେ ପଢିଛି। ତେଣୁ ଆମ ସରକାରୀ ସ୍କୁଲର ପିଲାମାନେ ମଧ୍ୟ ନିଶ୍ଚୟ ସଫଳ ହେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସଂପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ।କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ଟାଇମ୍‌ସ ର‌୍ୟାଙ୍କିଙ୍ଗ: ପୂର୍ବ ଭାରତରେ ସମ୍ ହସ୍ପିଟାଲ୍ ୩ୟ, ଭୁବନେଶ୍ୱରରେ ଶ୍ରେଷ୍ଠ…

{}ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଶୁକ୍ରବାର ପ୍ରକାଶିତ ଟାଇମ୍‌ସ ଅଲ୍ ଇଣ୍ଡିଆ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ର‌୍ୟାଙ୍କିଙ୍ଗ୍‌ରେ ପୂର୍ବାଂଚଳରେ ତୃତୀୟ ସ୍ଥାନରେ ସ୍ଥାନୀତ ହୋଇଛି ।
ଏହି ର‌୍ୟାଙ୍କିଙ୍ଗରେ ଭୁବନେଶ୍ୱରର ହସ୍ପିଟାଲ୍‌ଗୁଡ଼ିକ ମଧ୍ୟରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ପୂର୍ବାଂଚଳରେ ସମ୍ ହସ୍ପିଟାଲ୍ ଉପରେ କୋଲକାତାର ଆପୋଲୋ ଗ୍ଲିନିଆଗଲସ୍ ହସ୍ପିଟାଲ୍ ଏବଂ ଫୋର୍ଟିସ୍ ହସ୍ପିଟାଲ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ର‌୍ୟାଙ୍କରେ ଅଛନ୍ତି । ୨୦୨୦-୨୧ ମସିହା ନିମନ୍ତେ ଯେଉଁ ହସ୍ପିଟାଲ୍‌ଗୁଡ଼ିକରେ ଅନୁନ୍ୟ ୩ କିମ୍ବା ତତୋଧିକ କ୍ରିଟିକାଲ୍ କେୟାର ସ୍ପେଶିଆଲିଟି ଡିପାର୍ଟମେଂଟ ରହିଛି ସେହି ହସ୍ପିଟାଲ୍‌ଗୁଡ଼ିକୁ ଅନୁଧ୍ୟାନ କରାଯିବା ସହ ସର୍ବେକ୍ଷଣ, ଉପଯୁକ୍ତ ତଥ୍ୟ ସଂଗ୍ରହ ଓ ଗବେଷଣା କରାଯାଇ ଏହି ଶ୍ରେଷ୍ଠ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ର‌୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି । ୧୬୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ତଥା ଏନଏବିଏଚ ଆକ୍ରେଡିଟେସନ ଲାଭ କରିଥିବା ସମ୍‌ ହସ୍ପିଟାଲ୍‌ରେ ସର୍ବାଧିକ ଡାକ୍ତର ଓ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି । ଏହି ହସ୍ପିଟାଲ୍‌ରେ ଗୋଟିଏ ଛାତ ତଳେ
ଉତ୍କୃଷ୍ଟଧରଣର ନର୍ସିଂ ସେବା, ଶ୍ରେଷ୍ଠ ଏନ୍‌ଏବିଏଲ୍ ଲାବୋରାଟୋରୀ ତଥା ରେଡିଓଲଜିକାଲ୍ ପରୀକ୍ଷଣ ଓ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ହେଉଛି ଏକ ମାତ୍ର ହସ୍ପିଟାଲ୍ ଯାହାକି ରାଜ୍ୟରେ ମୋଟ ୨୨୦୦ ଶଯ୍ୟା ବିଶିଷ୍ଟ ୫ଟି କୋଭିଡ ହସ୍ପିଟାଲ୍ ସ୍ଥାପନ କରି ମହାମାରୀ ସମୟରେ ଉତ୍କୃଷ୍ଟ ଧରଣର ସ୍ୱାସ୍ଥ୍ୟସେବା ପ୍ରଦାନ କରିସାରିଛି । ଅନୁଭୂତି ସମ୍ପନ୍ନ ଡାକ୍ତର, ନର୍ସ ଓ ପାରାମେଡିକ୍ସ ମାନେ ଏହି ହସ୍ପିଟାଲ୍‌ଗୁଡ଼ିକରେ ନିୟୋଜିତ ହୋଇ କୋଭିଡ୍ ସଂକ୍ରମିତ ମାନଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଛନ୍ତି । ହସ୍ପିଟାଲ୍‌ର କାର୍ଡିଓଲୋଜି, ସିଟିଭିଏସ୍‌, କ୍ଲିନିକାଲ୍ ହେମାଟୋଲୋଜି, ହେମାଟୋ-ଅଙ୍କୋଲୋଜି, ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି, ଗ୍ୟାଷ୍ଟ୍ରୋ ଇନ୍‌ଟେଷ୍ଟାଇନାଲ୍ ସର୍ଜରୀ, ନେଫ୍ରୋଲୋଜି, ୟୁରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, ପେଡିଆଟ୍ରିକ୍ ସର୍ଜରୀ, ମେଡିକାଲ୍ ଅଙ୍କୋଲୋଜି, ସର୍ଜିକାଲ୍‌ ଅଙ୍କୋଲୋଜି ଏବଂ ପ୍ଲାଷ୍ଟିକ୍ ଆଣ୍ଡ କସ୍‌ମେଟିକ୍ ସର୍ଜରୀ ଭଳି ସୁପରସ୍ପେଶିଆଲିଟି ବିଭାଗଗୁଡ଼ିକରେ ଖୁବ୍ କମ୍ ମୂଲ୍ୟରେ ଉତମ ଚିକିତ୍ସା ପ୍ରଦାନ କରାଯାଉଛି । ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଏକ ମେଡିକାଲ କଲେଜ ଯେଉଁଠାରେ ପ୍ରତିବର୍ଷ ୨୫୦ ଛାତ୍ରଛାତ୍ରୀ ଏମବିବିଏସ ପାଠ୍ୟକ୍ରମରେ ଯୋଗଦେଇଥାନ୍ତି । ଏଠାରେ ପ୍ରାୟ ସମସ୍ତ ସ୍ପେସିଆଲିଟି ବିଭାଗ ନିମନ୍ତେ ପୋଷ୍ଟ ଗ୍ରାଜୁଏଟ୍ କୋର୍ସ ବ୍ୟତୀତ ବିଭିନ୍ନ ସୁପରସ୍ପେସିଆଲିଟି ବିଭାଗରେ ଏମସିଏଚ ଓ ଡିଏମ ପାଠ୍ୟକ୍ରମ ମଧ୍ୟ ଉପଲବ୍ଧ ଅଟେ

BSKY ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ଯୋଡି ହେଲା ଅନୁଗୁଳ ଓ ଢେଙ୍କାନାଳ…

( )ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା।

ସାରା ରାଜ୍ୟର ଅଧା ଜିଲ୍ଲାରେ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ।

ଢେଙ୍କାନାଳର ୧୦ ଲକ୍ଷ ଓ ଅନୁଗୁଳର ୧୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ସୁସ୍ଥ ଓଡିଶା ସୁଖୀ ଓଡିଶା ଦିଗରେ ଏକ ବଳିଷ୍ଠ ପଦକ୍ଷେପ – ମୁଖ୍ୟମନ୍ତ୍ରୀ

ଢେଙ୍କାନାଳରେ ୮୮୦ କୋଟି ଓ ଅନୁଗୁଳରେ ୧୧୭୬ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ।

{}ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଉଭୟ ଜିଲ୍ଲାର ୧୦ ଲକ୍ଷ ଲେଖାଏ ଲୋକ ଏହି ସୁବିଧା ପାଇବେ । ଏହାସହିତ ରାଜ୍ୟର ୧୫ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ଦିଗରେ ଏକ ବଳିଷ୍ଠ ପଦକ୍ଷେପ। ସମସ୍ତଙ୍କର ସମ୍ମାନର ସହିତ ବଞ୍ଚିବାର ଅଧିକାର ଅଛି ଏବଂ ଏହି ହେଲ୍‌ଥ କାର୍ଡ ଏହି ଅଧିକାରକୁ ସୁନିଶ୍ଚିତ କରିଛି । କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ପାଇଁ ୮୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିବା ବେଳେ ଅନୁଗୁଳ ପାଇଁ ୧୧୭୬ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ଜିଲ୍ଲା ଯାଇ ସେଠାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ବରେଣ୍ୟ ସ୍ବାଧୀନା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ସଂକଳ୍ପ ଓ ତ୍ୟାଗକୁ ସ୍ମରଣ କରିଥିଲେ। ସେମାନଙ୍କ ପ୍ରତିଷ୍ଠିତ ବାଜିରାଉତ ଛାତ୍ରାବାସ ପାଇଁ ଅନୁଗୁଳ ଜିଲ୍ଲା ପ୍ରସିଦ୍ଧ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହି ଅବସରରେ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ସଂଗ୍ରାମୀ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ ଅନୁଗୁଳ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ରାଜ୍ୟ ସରକାର ବର୍ତ୍ତମାନ ଭଲ ପିଇବା ପାଣି ଉପରେ ଗୁରୁତ୍ବ ଦେଇଆସୁଛନ୍ତି । ଜିଲ୍ଲାରେ ମିଲେଟ ମିଶନ ପ୍ରତି ଚାଷୀଙ୍କ ଆଗ୍ରହ ବଢୁଥିବା ଯୋଗୁ ସେ ଖୁସି ପ୍ରକାଶ କରି କହିଲେ ଜିଲ୍ଲାରେ ୩୦୦୦ ଚାଷୀ ଏଥିରେ ସାମିଲ ହୋଇଛନ୍ତି । ଏହା ଆମର ପୁଷ୍ଟି ନିରାପତ୍ତାକୁ ମଜବୁତ କରିବ ବୋଲି ସେ କହିଥିଲେ । ସେହିପରି ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ଶହୀଦ ବାଜିରାଉତ ଓ ସାରଙ୍ଗଧର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଥିଲେ ଯେ ଏ ମାଟି ସବୁବେଳେ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିଆସିଛି । ଢେଙ୍କାନାଳର ପ୍ରଜାମଣ୍ଡଳ ଆନ୍ଦୋଳନ ଓଡିଶା ଇତିହାସର ଏକ ଗୌରବମୟ ଅଧ୍ୟାୟ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏହାର ସଂଗ୍ରାମୀ ମାନଙ୍କୁ ପ୍ରଣାମ ଜଣାଇଥିଲେ।

ଢେଙ୍କାନାଳରେ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିଳ୍ପ ସହିତ ଉଦ୍ୟାନ କୃଷିରେ ମଧ୍ୟ ଢେଙ୍କାନାଳ ସୁନାମ କରୁଛି । ଢେଙ୍କାନାଳରେ ପର୍ଯ୍ୟଟନର ବିକାଶ ପାଇଁ ୫୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳରେ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ, ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ହିନ୍ଦୋଳ ବିଧାୟକ ଶ୍ରୀମତୀ ସୀମାରାଣୀ ନାୟକ, ଢେଙ୍କାନାଳ ବିଧାୟକ ଶ୍ରୀ ସୁଧୀର ସାମଲ ପ୍ରମୁଖ ଯୋଗଦେଇଥିବା ବେଳେ, ଅନୁଗୁଳରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ସମେତ ଜିଲ୍ଲାର ବିଧାୟକଗଣ ଯୋଗ ଦେଇଥିଲେ।ମୁଖ୍ୟମନ୍ତ୍ରୀଙ୍କ କଲ୍ୟାଣ କାର୍ଯ୍ୟକ୍ରମ ଓଡିଶାର ଗରିବ ଲୋକଙ୍କ ମନରେ ଭରସା ସୃଷ୍ଟି କରିଛି ବୋଲି ସେମାନେ ପ୍ରକାଶ କରିବା ସହିତ, ଏହା ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଛି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶା ବିକାଶର ନୂଆ ନୂଆ ପାହାଚ ଅତିକ୍ରମ କରିଚାଲିଛି ବୋଲି ସେମାନେ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନ ସହ ସ୍ବାସ୍ଥ୍ୟ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।

ସହରାଞ୍ଚଳ ରାସ୍ତାଘାଟ ଓ ନର୍ଦ୍ଦମା ମରାମତି ତଥା ଉନ୍ନତିକରଣ ଲାଗି ୫୦୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ..

( )ସହରାଞ୍ଚଳ ରାସ୍ତାଘାଟ ଓ ନର୍ଦ୍ଦମା ମରାମତି ତଥା ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।

ବର୍ଷା ଯୋଗୁ ସାରା ରାଜ୍ୟରେ ବିଭିନ୍ନ ସହରାଞ୍ଚଳର କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ରାସ୍ତାଘାଟ, ନର୍ଦ୍ଦମା ଓ ଫୁଟପାଥ ଆଦିର ମରାମତି ତଥା ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ସହିତ ଆଗାମୀ ମୌସୁମୀ ଋତୁ ପୂର୍ବରୁ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news