ଏଥର ଅଧିବେଶନରେ କିପରି ହେବ କୋଭିଡ ଟେଷ୍ଟ ସେନେଇ ହୋଇଛି ଆଲୋଚନା…

( )ବିଧାନସଭା ସଂପର୍କରେ ବାଚସ୍ପତି ବୈଠକ ଡାକିଥିଲେ ।ପୂର୍ବ ଅଧିବେଶନ ଭଳି ଏଥର ଅଧିବେଶନ ଲାଗି କିପରି  କୋଭିଡ ଟେଷ୍ଟ ହେବ ସେନେଇ ଆଲୋଚନା ହୋଇଛି । ସବୁ ସଦସ୍ୟ , ସେମାନଙ୍କ କର୍ମଚାରୀ, ବିଧାନସଭା କର୍ମଚାରୀ, ଗଣମାଧମ ପ୍ରତିନିଧି, ସେମାନଙ୍କ ଆର ଟି ପିସିଆର ଟେଷ୍ଟ ହେବା ନେଇ ଆଲୋଚନା ହୋଇଛି । ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ବାଚସ୍ପତି ନିର୍ଦେଶ ଦେଇଛନ୍ତି ।କୋଭିଡ ସ୍ଥିତି ନେଇ ସରକାର ତିକ୍ଷଣ ନଜର ରଖିଛନ୍ତି । ସେଥିପାଇଁ ସଂକ୍ରମଣ ନିୟନ୍ତ୍ରଣ ରେ ଅଛି । ଯେଉଁଠି ବଢୁଛି ସେଠି ଦୃଷ୍ଟି ଦିଆଯାଇଛି । ସଂକ୍ରମଣ ରୋକିବାକୁ ଯାହା ଦରକାର ସେ ପଦକ୍ଷେପ ନେବକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି ।
ଆରକେ ଶର୍ମା,ଏସିଏସ ସହେଲଥ

ବିଜେପିକୁ ଟାର୍ଗେଟ କଲେ ଆଇନମନ୍ତ୍ରୀ ପ୍ରତାପ ଜେନା…

()ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ଦୃଷ୍ଟି ରହିଛି ଶ୍ରୀମନ୍ଦିରର ଏହି କାର୍ଯ୍ୟ ଓ ଉନ୍ନତି ଉପରେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କିପରି କାର୍ଯ୍ୟକାରୀ ହୋଇ ପୁରୀ ସହରର ବିକାଶ ହେବେ। ଏହା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। ଗଜପତି ବି ଉପସ୍ଥିତ ଥିଲେ। ସାଧୁସନ୍ଥଙ୍କୁ ନେଇ କାର୍ଯ୍ୟକ୍ରମ ଥିଲା। ଆଜି ସାରା ବିଶ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରୁଛି। ହେଲେ ବିଜେପିର ହୀନ ରାଜନୀତି ଓ କୁତ୍ସିତ ମନୋଭାବ କି ଏପରି କାମ କଲେ ଯାହାକୁ ଯେତେ ନିନ୍ଦା କଲେ ବି କମ ହେବ। ବିଜେପି ଗୋଟିଏ ବି ଭଲ କାମ କରିବାର ଦୃଷ୍ଟାନ୍ତ ନାହିଁ। ହେଲେ ଯେଉଁମାନେ ଭଲ କାମ କରୁଛନ୍ତି, ସେମାନଙ୍କୁ ବିଜେପି ବିରୋଧ କରୁଛି। ଠାକୁରଙ୍କ କାମକୁ ବିଜେପି ବିରୋଧ କଲା। ଯାହା ସ୍ପଷ୍ଟ କରୁଛି ଯେ ଶ୍ରୀମନ୍ଦିର ଓ ପୁରୀ ଉନ୍ନତିକୁ ବିରୋଧ କରୁଛି ବିଜେପି। ଯାହା ଲଜ୍ଜାଜନକ।

ପୌର ନିର୍ବାଚନ ପ୍ରସ୍ତୁତ ରାଜ୍ୟ ସରକାର…

( )ପୌର ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ଚାଲିଛି। ସଂରକ୍ଷଣ ତାଲିକା ବାହାରିବା ପରେ ମାସେ ସମୟ ଦିଆଯିବ ଆପତ୍ତି ଶୁଣାଣି ପାଇଁ। ତା ପରେ ଚୂଡାନ୍ତ ସଂରକ୍ଷଣ ରିପୋର୍ଟ ନିର୍ବାଚନ କମିଶନଙ୍କୁ ଦେବୁ। ଆମେ ଜାନୁଆରୀ ଶେଷ ସୁଧା ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦେବୁ। ତା ପରେ କମିଶନ ନିର୍ବାଚନ ତାରିଖ ସ୍ଥିର କରିବେ। ଏ ଯାଏ କିଛି ସଂରକ୍ଷଣ ଚୂଡାନ୍ତ ହୋଇନି। ବିଚାରର୍ବିମର୍ଶ ଚାଲିଛି।
ପ୍ରତାପ ଜେନା,ନଗର ଉନ୍ନୟନ ମନ୍ତ୍ରୀ ।

କୋଭିଡ କଟକଣା ଭିତରେ ଚାଲିବ ବିଧାନସଭା…

{}କୋଭିଡ କଟକଣା ଭିତରେ ଚାଲିବ ବିଧାନସଭା।ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ। ବିଧାନସଭା ସଦସ୍ୟ ମାନେ ଗୃହରେ ବସିବ ସହ ବାଚସ୍ପତି ଗ୍ୟାଲେରୀ,ପବ୍ଲିକ ଗ୍ୟାଲେରୀ,ଲୋକସେବା ଭବନରୁ ଯୋଗ ଦେଇପାରିବେ। ସମସ୍ତ ବିଧାୟକ,ବିଧାୟିକା,କର୍ମଚାରୀ, ପିଏସଓ ଡ୍ରାଇଭରଙ୍କ ସହ ବିଧାନସଭା ଆସିବାକୁ ଥିବା ସମସ୍ତଙ୍କର ଟେଷ୍ଟ କରାଯିବ। ୨୮,୨୯,୩୦ ତାରିଖ ଟେଷ୍ଟ କରାଯିବ। ଆଣ୍ଟିବାଡି ଓ କୋଭିଡ ଭିଟେଷ୍ଟ କରାଯିବ। ସ୍ୱାସ୍ଥ୍ୟ ବିଭାଗ ସଚବ ଓ ଅଧିକାରୀ ଓ ବିଏମସି ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ସବୁ ଦିନ ବିଶୋଧନ କରାଯିବ।ବିଧାନସଭା କେତେସମୟ ଚାଲିବ ସେ ନେଇ ୨୯ ତାରିଖ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେବ।
ବାଇଟ-ସୂର୍ଯ୍ୟନାରାୟଣ ପାତ୍ର,ବାଚସ୍ପତି

ଲକ୍ଷଣ ବଦଳାଉଛି କରୋନା…

( )ଲକ୍ଷଣ ବଦଳାଉଛି କରୋନା। ଏବେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ତେଣୁ ଥଣ୍ଡା ଜ୍ଵର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରିବାର ଆବଶ୍ୟକତା ରହିଛି। ଟେଷ୍ଟ କଲେ ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ହୋଇପାରିବେ। ସୁନ୍ଦରଗଡ ଓ ବୁର୍ଲ୍ଲ ରେ ସଂକ୍ରମଣ କୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ କିଛି ନିର୍ଦ୍ଦିଷ୍ଟ ପକେଟ ରେ ସଂକ୍ରମଣ ହେଉଛି। ଭିମସାର ଓ ସୁନ୍ଦରଗଡ ରେ ଆକ୍ରାନ୍ତ ଚିନ୍ହଟ ହେବା ପରେ ସେ ଅଞ୍ଚଳକୁ କାଟେଣ୍ଟେ ମେଣ୍ଟ ଯୋନ ଘୋଷଣା କରାଯାଇଛି। ବାହାର ପିଲା ଭୁତରକୁ ପ୍ରବେଶ କରିବେ ନାହିଁ। କି ଭିତର ପିଲା ବାହାରକୁ ଆସିପାରିବେ ନାହିଁ। ଏଥିପାଇଁ ରାଜ୍ୟ ସରକାର, ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି। ଚିନ୍ହଟ ବ୍ୟକ୍ତିଙ୍କ ଠାରେ ସିଭିଆରୀଟି କମ ରହିଛି। ତେଣୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ। ଯେହେତୁ ହଷ୍ଟେଲ ରେ ପିଲାମାନେ ଏକାଠି ହୋଇ ରହୁଛନ୍ତି ତେଣୁ କିଛି ଛାତ୍ର ଛାତ୍ରୀ ସଂକ୍ରମିତ ହୋଇଛନ୍ତି। ଏଥିପାଇଁ ହଷ୍ଟେଲ ରେ ସ୍ବତନ୍ତ୍ର ଭାବରେ ସର୍ଭିଲାନ୍ସ କରାଯାଇଛି। 4 ରୁ 5 ଦିନ ମଧ୍ୟରେ ସଂକ୍ରମଣ ଆୟତ୍ତ କୁ ଆସିବ। ବର୍ତ୍ତମାନ ବାହାରେ କୋଭିଡ ପ୍ରୋଟୋକାଲ ଲୋକମାନେ ମନୁନାହାନ୍ତି। ଯାହାକି ଆଗାମୀ ଦିନରେ ବଡ ବିପଦ ସୃଷ୍ଟି କରିପାରେ। ତେଣୁ ସମସ୍ତ ଜନସାଧାରଣ ସଚେତନ ହେବାର ଆବଶ୍ୟକତା ରହିଛି ଆବଶ୍ୟକତା ଠାରୁ ଘରୁ ନବହାରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।

ବାଇଟ- ବିଜୟ ମହାପାତ୍ର, ସ୍ୱସ୍ଥ୍ୟ ନିର୍ଦେଶକ।

ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…

( ) ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜନଶୁଣାଣୀ ପୋର୍ଟାଲ ଏବଂ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ଲୋକାର୍ପିତ।

୫-ଟି କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ଘର ପାଖରେ ତ୍ବରିତ ସେବା ଯୋଗାଇ ଦେବା ଆମର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ।

ଜନଶୁଣାଣୀ ପୋର୍ଟାଲ ନାଗରିକ ମାନଙ୍କୁ ସଶକ୍ତ କରିବ।

ଓଡିଆ ଭର୍ଚୁଆଲ ଏକାଡେମୀର ନୂଆ ପୋର୍ଟାଲ ଓଡିଶା ବାହାରେ ରହୁଥିବା ଓଡିଆ ମାନଙ୍କୁ ଓଡିଶା ସହ ଯୋଡ଼ି ରଖିବ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱେବ୍‌ ପୋର୍ଟାଲ ଲୋକାର୍ପିତ କରିଛନ୍ତି। ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ଜନଶୁଣାଣୀ ପୋର୍ଟାଲ ଏବଂ ଦ୍ବିତୀୟଟି ହେଉଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପ୍ରତିଷ୍ଠିତ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍‌ ପୋର୍ଟାଲ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମର ସମସ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛନ୍ତି ଜନସାଧାରଣ । ୫-ଟି କାର୍ଯ୍ୟକ୍ରମ ଜରିଆରେ ବୈଷୟିକ ଜ୍ଞାନର ସହାୟତାରେ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବାପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । କୌଣସି ସରକାରୀ କାର୍ଯ୍ୟାଳୟକୁ ନ ଯାଇ ସରକାରଙ୍କ ଠାରୁ ସେବା ପାଇବାର ସ୍ବାଧୀନତା ଲୋକଙ୍କୁ ଦିଆଯାଇପାରିଛି । ଏହି ନୂତନ ପୋର୍ଟାଲ ଦ୍ବାରା ଲୋକମାନେ ବିଭିନ୍ନ ଡିଜିଟାଲ ପ୍ଲାଟ୍‌ଫର୍ମରେ ଅଭିଯୋଗ ଦାଖଲ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟେକ୍‌ନୋଲୋଜି ହେଉଛି ଆମର ମୁଖ୍ୟ ଆଧାର। ସରକାରଙ୍କ ବିଭିନ୍ନ ବିଭାଗ ନୂଆ ବୈଷୟିକ ଜ୍ଞାନ ଓ ଡିଜିଟାଲ ସେବା ଦ୍ବାରା ଲୋକଙ୍କୁ ବିନା କୌଣସି ଅସୁବିଧାରେ ସେବା ଯୋଗାଇ ଦେବା ପାଇଁ କାମ କରୁଛନ୍ତି । Artificial Intellegence ଓ Machine Learning ଆଦି ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଏହି applicationରେ ଉପଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗକୁ ପ୍ରଶଂସା କରିଥିଲେ। ଏହାଦ୍ବାରା ଜନସାଧାରଣ ସହଜରେ ଅଭିଯୋଗ ଦାଖଲ କରିବା ସହିତ ସରକାରଙ୍କ ବିଭାଗ ଗୁଡିକ ଅଭିଯୋଗର ତୁରନ୍ତ ପ୍ରତିକାର ପାଇଁ ପଦକ୍ଷେପ ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ଏହି ନୂତନ ଜନଶୁଣାଣୀ ପୋର୍ଟାଲ ଜରିଆରେ ଜନସାଧାରଣ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଅନ୍‌ ଲାଇନ ଜରିଆରେ ଅଭିଯୋଗ ଦାଖଲ କରିପାରିବେ । ଏହା ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ସହଜ, ସରଳ ଓ ସମୟୋପଯୋଗୀ କରିଛି। ଏଥିରେ ୱେବ୍‌ସାଇଟ୍‌, ମୋବାଇଲ ଆପ୍‌, ୱେବ ଚାଟବଟ (web chatbot), ହ୍ବାଟ୍‌ସଆପ, ଚିଠି ଏବଂ ଟୁଇଟର ଓ ଫେସ୍‌ବୁକ୍‌ ଆଦି ବିଭିନ୍ନ ସୋସିଆଲ ମେଡିଆ ହାଣ୍ଡଲ୍‌ ଜରିଆରେ ଅଭିଯୋଗ ଦାଖଲ ହୋଇପାରିବ । ଏହି ଏକୀକୃତ ପୋର୍ଟାଲରେ ଅଭିଯୋଗକାରୀ ତାଙ୍କ ଅଭିଯୋଗର ସ୍ଥିତି ବିଷୟରେ ମଧ୍ୟ ଜାଣିପାରିବେ । ଏହାବ୍ୟତୀତ ସେମାନଙ୍କୁ SMS ଓ whatsapp ଜରିଆରେ ମଧ୍ୟ ସେମାନଙ୍କୁ ଅଭିଯୋଗର ଅଗ୍ରଗତି ସଂପର୍କରେ ଜଣାଇ ଦିଆଯିବ ।

ସେହିପରି ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍‌ ପୋର୍ଟାଲକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିରେ ଅନେକ ବିରଳ ପୁସ୍ତକ, ପାଣ୍ଡୁଲିପି, ଗେଜେଟ୍‌, ଡିକ୍‌ସିନାରୀ ଓ ପିଲାଙ୍କ ପାଇଁ ଲାଙ୍ଗୁଏଜ୍ ପ୍ରାଇମର ଆଦି ଓଡିଆ ସାହିତ୍ୟକୁ ଆହୁରି ଲୋକପ୍ରିୟ କରିବା ସହିତ ଦେଶ ବିଦେଶରେ ରହୁଥିବା ଓଡିଆ ମାନଙ୍କୁ ଓଡିଶା ସହ ଯୋଡି ରଖିବାରେ ସଫଳ ହେବ ।ସୂଚନାଯୋଗ୍ୟ ଯେ ଏହି ଓଡିଆ ଭର୍ଚୁଆଲ ଏକାଡେମୀ ୨୦୧୮ ମସିହା ଅକ୍ଟୋବର ୨୬ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିଲା । ଏହି ତିନି ବର୍ଷ ମଧ୍ୟରେ ଏହା ସଫଳତାର ସହ କାର୍ଯ୍ୟ କରିବା ସହିତ ଏହାକୁ ଆହୁରି ଦକ୍ଷ ଓ ଲୋକାଭିମୁଖୀ କରିବା ପାଇଁ ଏହି ଅତ୍ୟାଧୁନିକ ୱେବ୍‌ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୭୦୦ ବିରଳ ପୁସ୍ତକକୁ ୟୁନିକୋଡ ଫର୍‌ମାଟରେ ଡିଜିଟାଇଜ କରାଯାଇ ୱେବ୍‌ପୋର୍ଟାଲରେ ରଖାଯାଇଛି । ଏହାସହିତ ଦଶ ହଜାର ପୁସ୍ତକର ପିଡିଏଫ ପ୍ରତିଲିପିକୁ ସଂରକ୍ଷିତ କରିବାର ପ୍ରକ୍ରିୟା ଜାରି ରହିଛି ।ଏଥିରେ ପଞ୍ଚଦଶ ଶତାଦ୍ଦୀରୁ ଆରମ୍ଭ କରି ଏକବିଂଶ ଶତାଦ୍ଦୀ ପର୍ଯ୍ୟନ୍ତ ବିଶିଷ୍ଟ କବି, କଥାକାର, ଭାଷାବିତ୍‌ ଓ ଗବେଷକ ମାନଙ୍କର ସର୍ବଶ୍ରେଷ୍ଠ କୃତୀକୁ ସ୍ଥାନୀତ କରାଯାଇଛି । ଓଡିଶା ଜନଜାତି ଶଦ୍ଦକୋଷ ଓ ଭାଷା ଶିକ୍ଷା ମଧ୍ୟ ସ୍ଥାନିତ ହୋଇଛି । ଏହାସହିତ ପ୍ରଶାସନିକ ଶଦ୍ଦକୋଷ, ପିଲାଙ୍କ ଶିକ୍ଷା ପାଇଁ ଆନିମେସନ ପଦ୍ଧତିରେ ଅଭିନବ ବର୍ଣ୍ଣବୋଧ, ଅଭିଭକ୍ତ ୧୩ଟି ଜିଲ୍ଲାର ରାଜପତ୍ର ମଧ୍ୟ ସ୍ଥାନୀତ ହୋଇଛି । ଅପ୍ରକାଶିତ, ବିଲୁପ୍ତପ୍ରାୟ ଦୁର୍ଲଭ ପୁସ୍ତକ ଓ ପାଞ୍ଜିଗୁଡିକୁ ୱେବ୍‌ସାଇଟ୍‌ରେ ସ୍ଥାନିତ କରି ଏହି ପୋର୍ଟାଲକୁ ଆହୁରି ସମୃଦ୍ଧ କରିବାପାଇଁ ପ୍ରୟାସ ଜାରି ରହିଛି ।ଏହି ଅବସରରେ ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଲେ ଯେ ଜନଶୁଣାଣୀ ପୋର୍ଟାଲ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଏକ ପ୍ରମୁଖ ଉପଲବ୍‌ଧତା । ଏହା ଲୋକଙ୍କୁ ସୁବିଧାରେ ସେବା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକୁ ପୂରଣ କରିବ। ଭର୍ଚୁଆଲ ଏକାଡେମୀର ଏହି ନୂତନ ୱେବ୍‌ସାଇଟ ଓଡିଆ ଭାଷାକୁ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇପାରିବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ ଓ ବିଭାଗର ଯୁଗ୍ମ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ସଚିବ,ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

୮୧ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ…

{}ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଥିବା ଓଡିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା (ଓଏମ୍‌ଏଚ୍‌ଏସ) ଗ୍ରୁପ-ଏ (ଜୁନିଅର ବ୍ରାଞ୍ଚ)ରେ ଡାକ୍ତର ପଦବୀ ପୂରଣ କରିବାକୁ ଯାଉଛନ୍ତି। ଓଡିଶା ରାଜ୍ୟ ପବ୍ଲିକ୍‌ ସର୍ଭିସ କମିଶନଙ୍କ ମାଧ୍ୟମରେ ୮୧ଟି ପଦବୀ ନିମନ୍ତେ ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ରାଜ୍ୟରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଥିବା ଖାଲି ପଦ ସଂପର୍କରେ ସୂଚୀତ କରିଛନ୍ତି । ନୂଆ କରି ନିଯୁକ୍ତି ପାଇବାକୁ ଥିବା ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୮୧ଟି ପଦବୀରୁ ଅନୁସୂଚୀତ ଜାତି ପାଇଁ ୪୭ଟି ଓ ଅନୁସୂଚୀତ ଜନଜାତି ପାଇଁ ୩୪ଟି ପଦବୀ ସଂରକ୍ଷିତ ।ଓ.ପି.ଏସ୍‌.ସି ଦ୍ବାରା ପ୍ରାର୍ଥୀ କୃତକାର୍ଯ୍ୟ ହୋଇସାରିବା ପରେ ସାଧାରଣ ପ୍ରଶାସନ ବିଭାଗର ନିୟମ ଅନୁସାରେ ପ୍ରାର୍ଥୀ ମାନେ ଇ-କାଉନସେଲିଂରେ ଯୋଗ ଦେଇଥିଲେ । ଏହି ଅଧାରରେ ମେଡିକାଲ ଅଫିସର ମାନଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ସଂପୃକ୍ତ ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।ଏହିଫଳରେ ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ହେବା ସହ ରୋଗୀ ସେବା କ୍ଷେତ୍ରରେ ଉନ୍ନତି ଆସିପାରିବ ।

ସୋଆ ଏବଂ ଆଫ୍ରିକାର ମାକେରେରେ ବିଶ୍ୱବିଦ୍ୟାଳୟ ମଧ୍ୟରେ ସହଯୋଗ ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷରିତ…

( )ବିଭିନ୍ନ ଗବେଷଣାଭିତିକ ପ୍ରକଳ୍ପକୁ ନେଇ ସହଭାଗିତା ଭିତିରେ ଜ୍ଞାନର ଆଦାନ ପ୍ରଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଉଗାଣ୍ଡାର କାମ୍ପାଲା ସ୍ଥିତ ମାକେରେରେ ବିଶ୍ୱବିଦ୍ୟାଳୟ ମଧ୍ୟରେ ନିକଟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।ଦୁଇ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଶୈକ୍ଷିକ, ବୈଜ୍ଞାନିକ ଏବଂ ପରସ୍ପର ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକଳାପର ଆୟୋଜନ କରିବେ ଏବଂ ଗବେଷକ, ଶିକ୍ଷକ ତଥା ଛାତ୍ରଛାତ୍ରୀ ବିନିମୟ ନିମନ୍ତେ ବ୍ୟବସ୍ଥା ରହିବ । ମାକେରେରେ ବିଶ୍ୱବିଦ୍ୟାଳୟ ଆଫ୍ରିକାର ପଂଚମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଛି ।ବୁଝାମଣାପତ୍ରଟି ମାକେରେରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବର୍ଣ୍ଣବାସ ନୱାଙ୍ଗେ ଏବଂ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । ସୋଆ ବିଶ୍ୱବିଦ୍ୟାଳୟ ଆଉଟରିଚ୍‌ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ ଶର୍ମା ନିକଟରେ କାମ୍ପାଲା ଯାଇ ବୁଝାମଣାପତ୍ରରେ ଦସ୍ତଖତ କରାଇଛନ୍ତି ।

କମିବ ରୋଗୀଙ୍କ ଗମ୍ଭୀରତା ବୋଲି କହିଛି: ଡବ୍ଲୁଏଚଓ..

( )ସଂକ୍ରମିତଙ୍କ ସଂଖ୍ୟା ନୁହେଁ କେତେ ରୋଗୀ କେତେ ସିରିଏସ ହେଉଛନ୍ତି ତା ଉପରେ ନଜର ପକାନ୍ତୁ | ଗୋଟେ ମାସର ତର୍ଜମା କଲେ ଜାଣିପାରିବେ ଡାକ୍ତରଖାନାରେ ରୋଗୀ ସଂଖ୍ୟା କାମୁଛି, ଡେଥ ରେଟ ମଧ୍ୟ କମିଛି | ଡବ୍ଲୁ ଏଚ ଓ କହିଛି ଏଂଡେ଼ମିକ ଆଡକୁ ଗତି କରୁଛି ଟ୍ରାନ୍ସମିଶନ ରହିବ କିନ୍ତୁ ରୋଗୀଙ୍କ ଗମ୍ଭୀରତା କମିବ |
ସୁନ୍ଦରଗଡ଼ରେ ପଚାଶରୁ ଅଧିକ ସଂକ୍ରମଣ ହେବା ତୃତୀୟ ଲହର ନୁହେଁ, ଏହା ଏକ ଘଟଣା ମାତ୍ର |ଗୋଟେ ଦିନରେ ପୂର୍ବାନୁମାନ କରିପାରିବା ନାହିଁ | ସ୍କୁଲ ଖୋଲିବା ଆବଶ୍ୟକ | ପିଲାମାନଙ୍କ ପାଇଁ ଶିକ୍ଷା ଆବଶ୍ୟକ | ଯାହାର ଲକ୍ଷଣ ରହୁଛି ସେ ସ୍କୁଲ ନ ଆସନ୍ତୁ | ମାସ୍କ, ସାମାଜିକ ଦୂରତା ରକ୍ଷା କରିବା ଏବଂ ସଚେତନ ରହିବା…

ବାଇଟ – ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦେଶକ

ବିପଦ ସୃଷ୍ଟି କରିପାରେ କୋଭିଡ଼ର ନୂତନ ଭେରିଆନଟ…

( ) ଆଖ ପାଖ ଦେଶରେ ଯଦି କୋଭିଡ ସଂକ୍ରମିତ କେସ ଆସୁଥିଲା ଆମ ଦେଶ ବି ପ୍ରଭାବିତ ହେଉଥିଲା, ଯିବାଆସିବା କାରଣରୁ ବିଶେଷ ଭାବରେ ଏହା ହୋଇଥାଏ | ଏବେ ସେହି ଦେଶମାନଙ୍କରୁ ଯିବା ଆସିବା ଉପରେ କଟକଣା ରହୁଛି, ବିଶେଷଜ୍ଞମାନେ କହୁଛନ୍ତି ଏବେ ଏଂଡେ଼ମିକ ଆଡକୁ ଗତି କରୁଛି | କୋଭିଡ଼ ଯଦି ନିଜର ଭାରିଆନଟ ପରିବର୍ତ୍ତନ କରେ ତେବେ ବିପଦ ଅଛି | ନୂଆ ଭେରିଆନଟ ସେଠି ଆସି ନାହିଁ, ଓଡିଶାରେ ବିପଦଜନକ ଭାରିଆନଟ ନାହିଁ | ନିରନ୍ତର ପରୀକ୍ଷା କରାଯାଉଛି ନୂଆ ଭାରିଆନଟ ଆସିଲେ ଜଣାପଡିବ |

ଅନ୍ୟ ଦେଶର ସ୍ଥିତିକୁ ଆମର କଣ ହେବ ଏବେଠାରୁ କିଛି କହିହେବ ନାହିଁ | ଆମେ ପ୍ରତିଦିନ ଟେଷ୍ଟିଙ୍ଗ କରୁଛୁ, ପଜିଟିଭିଟି ସଂଖ୍ୟା ଉପରେ ନଜର ରଖୁଛୁ |ଲଂସେଣ୍ଟ ରିପୋର୍ଟ କୋଭାକସିନର ଏଫିକାସି ରେଟ 50 % ରିପୋର୍ଟ ଦେବା ପ୍ରସଙ୍ଗ..ଫ୍ରାନ୍ସରେ ହୋଇଥିବା ଷ୍ଟଡି ଅନୁଯାୟୀ କୋଭାକସିନ 80%ରୁ ଅଧିକ ଏବଂ କୋଭିସୀଲଡ଼ର 95% ଏଫିକାସି ରେଟ ରହିଛି | ବିଭିନ୍ନ ଷ୍ଟଡିରେ ବିଭିନ୍ନ ତଥ୍ୟ ଆସିବ |

ଶିକ୍ଷାନୁଷ୍ଠାନରେ କୋଭିଡ କଟକଣା କଡାକଡି ରହିଛି | ଆମର ପ୍ରତି ଏରିଆରେ ସର୍ଭିଲାନ୍ସ ଟିମ ମଧ୍ୟ ରହିଛି | ସୁନ୍ଦରଗଡ଼ ପରେ ଆଉ ସଂକ୍ରମଣ ବଢିନି | ଆମେ ତା ଉପରେ ନଜର ରଖୁଛୁ..
ବାଇଟ – ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

Follow us

20,832FansLike
0FollowersFollow
14,700SubscribersSubscribe

Latest news