ବିକାଶର ପଥରେ ବାଲେଶ୍ବର ଓ ଭଦ୍ରକ…

( )ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା
ସାମିଲ ହେଲା ବାଲେଶ୍ବର ଓ ଭଦ୍ରକ ଜିଲ୍ଲା।

ସାରା ରାଜ୍ୟର ୨୧ଟି ଜିଲ୍ଲା ସାମିଲ।

ବାଲେଶ୍ବରର ୨୦ ଲକ୍ଷ ଓ ଭଦ୍ରକର ୧୧ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା।

ରାଜ୍ୟ ୭୭ ପ୍ରତିଶତ ଲୋକଙ୍କ ଚିକିତ୍ସା ବୋଝ ଦୂର ହେବ – ମୁଖ୍ୟମନ୍ତ୍ରୀ।

ବାଲେଶ୍ବରରେ ୧୫୦୦ କୋଟି ଓ ଭଦ୍ରକରେ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ।

{}ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଓ ଭର୍ଚୁଆଲ ମାଧ୍ୟମରେ ଭଦ୍ରକ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ବାଲେଶ୍ବରର ୨୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଭଦ୍ରକର ୧୧ ଲକ୍ଷରୁ ଅଧିକ ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ ରାଜ୍ୟର ୨୧ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ।ଏହି ଅବସରରେ ବାଲେଶ୍ବର ପାଇଁ ମୁଖ୍ୟମନ୍ତ୍ରୀ ୧୫୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କ ପାଖରେ ଭଲ ପିଇବା ପାଣି ପହଞ୍ଚାଇବା ଆମର ଏକ ମୁଖ୍ୟ ଲକ୍ଷ୍ୟ । ବାଲେଶ୍ବରର ୬ଟି ବ୍ଲକ୍‌ରେ ୯୦୦ କୋଟିରୁ ଅଧିକ ଟଙ୍କାର ବିନିଯୋଗରେ ମେଗା ପାଇପ ପାଣି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାଦ୍ବାରା ୬୬୦ଟି ଗାଁର ୬.୫୦ ଲକ୍ଷ ଲୋକ ଭଲ ପିଇବା ପାଣି ପାଇପାରିବେ । ମାଛ ଉତ୍ପାଦନରେ ବାଲେଶ୍ବର ଏକ ଆଗୁଆ ଜିଲ୍ଲା ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜିଲ୍ଲାର ମତ୍ସ୍ୟଜୀବୀ ମାନଙ୍କ ସୁବିଧା ପାଇଁ ବସ୍ତା ଠାରେ ୨୦ ଏକର ଜମିରେ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ବଡ Whosesale Fish Market କରାଯିବ। ଏହାଦ୍ବାରା ବାଲେଶ୍ବର ସହିତ କେନ୍ଦ୍ରାପଡା ଓ ଜଗତସିଂହପୁରର ମତ୍ସ୍ୟଜୀବୀମାନେ ଉପକାର ପାଇବେ । ଏହାପରେ ମାଛ ବିକିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀ ମାନଙ୍କୁ ଆଉ ଦିଘା ମାଛ ମାର୍କେଟ ଉପରେ ନିର୍ଭର ହେବାକୁ ପଡିବ ନାହିଁ ।

ପ୍ରଥମେ ମୁଖ୍ୟମନ୍ତ୍ରୀ ବ୍ୟାସକବି ଫକୀରମୋହନ ଓ କବିବର ରାଧାନାଥ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଓଡିଶାର ଭାଷା ଓ ସାହିତ୍ୟର ଗୌରବ ବୃଦ୍ଧି କ୍ଷେତ୍ରରେ ଏହି ଦୁଇ ମହାରଥୀଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ସେହିପରି ସ୍ବାଧୀନତା ସଂଗ୍ରାମରେ ବାଲେଶ୍ବରର ସ୍ବତନ୍ତ୍ର ଅବଦାନ ବିଷୟରେ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାଲେଶ୍ବର ଜିଲ୍ଲା କୃଷି, ଶିଳ୍ପ, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଆଗୁଆ । ଆମର ୮୦ କିଲୋମିଟର ବେଳାଭୂମି କେବଳ ବାଲେଶ୍ବରରେ ଅଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଧାନ, ପାନ, ମୀନ ପାଇଁ ବାଲେଶ୍ବର ଜଣାଶୁଣା। ବାଲେଶ୍ବରରେ ୬୦୦ ମିଶନ ଶକ୍ତିର ମା ମାନେ ମାଛ ଚାଷରେ ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ଏହାସହିତ ବିଭିନ୍ନ ସରକାରୀ ଯୋଜନାରେ ମଧ୍ୟ ସେମାନେ ସହଭାଗୀ ହୋଇଛନ୍ତି ଏବଂ ସେମାନଙ୍କୁ ଅଧିକ କାମ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲା ପାଇଁ ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ କରି ପ୍ରଥମେ ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସ୍ମରଣ କରିଥିଲେ ଏବଂ ଇରମ ମାଟିକୁ ପ୍ରଣାମ ଜଣାଇଥିଲେ ।

ଭଦ୍ରକ ପାଇଁ ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ସେଠାରେ ଜିଲ୍ଲା ମୁଖ୍ୟାଳୟ ପାଇଁ ଏକ ୩୦୦ ଶଯ୍ୟାବିଶିଷ୍ଟ ହସ୍‌ପିଟାଲ ବିଲ୍‌ଡିଂର ଭିତ୍ତି ରଖିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଦ୍ରକ ଜିଲ୍ଲାରେ ୯୫୦ କୋଟି ଟଙ୍କାରେ ଦୁଇଟି ମେଗା ପାଇପ ପାଣି ପ୍ରକଳ୍ପ କାମ ଜାରି ରହିଛି । ଏହାଦ୍ବାରା ୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ ।

ଭଦ୍ରକରେ ମିଶନ ଶକ୍ତିର ମା ମାନେ ଭଲ କାମ କରୁଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରଙ୍କ ବିଭିନ୍ନ ଯୋଜନାରେ ସହଭାଗୀ ହୋଇଛନ୍ତି। ଚଳିତ ବର୍ଷ ସେମାନେ ୨୪୫ କୋଟି ଟଙ୍କା ଋଣ ସୁବିଧା ପାଇପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମିଶନ ଶକ୍ତି କାର୍ଯ୍ୟକ୍ରମ କେବଳ ମା ମାନଙ୍କର ନୁହେଁ, ସାରା ସମାଜରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ ।ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ଏବଂ ରାଜ୍ୟର ୭୭ ପ୍ରତିଶତ ଲୋକ ଚିକିତ୍ସାର ବୋଝରୁ ମୁକ୍ତି ପାଇବେ ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।ଏହି କାର୍ଯ୍ୟକ୍ରମରେ ବାଲେଶ୍ବରରେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବାଲେଶ୍ବର ବିଧାୟକ ଶ୍ରୀ ସ୍ବରୂପ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଭଦ୍ରକରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ଶ୍ରୀ ବ୍ୟୋମକେଶ ରାୟ ଓ ଭଦ୍ରକ ବିଧାୟକ ଶ୍ରୀ ସଂଜୀବ ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ, ଦୂରଦୃଷ୍ଟି ଓ ଗରିବ ଲୋକଙ୍କ ପାଇଁ ତାଙ୍କର ପ୍ରତିବଦ୍ଧତା ଓଡିଶାରେ ଗରିବ ଲୋକମାନଙ୍କୁ ସୁରକ୍ଷିତ କରିବା ସହିତ ସାରା ଦେଶର କଲ୍ୟାଣ କ୍ଷେତ୍ରରେ ଆଦର୍ଶ ସୃଷ୍ଟି କରିପାରିଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଯୋଜନା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଗରିବ ଲୋକଙ୍କ ଦୁଃଖ ଦୂର କରିବା କ୍ଷେତ୍ରରେ ଏକ ମୁଖ୍ୟ ସାହାରା ହେବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

ବଲାଙ୍ଗୀରର ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ…

( )ବଲାଙ୍ଗୀରର ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ।

ଆଡ୍‌ମିଶନ ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କଲେ।

NIT Warangalରେ ପଢିବେ ତାରାଚାନ୍‌।

{} ବଲାଙ୍ଗୀର ବଙ୍ଗମୁଣ୍ଡା ତହସିଲର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ ତାଙ୍କର ଆଡମିଶନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସଂପର୍କରେ ଜାଣି ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଅଞ୍ଚଳର ବଡପଡା ଗାଁର ଜଣେ ପ୍ରତିଭାବାନ ଛାତ୍ର ହେଉଛନ୍ତି ତାରାଚାନ୍‌ ରଣା । ବାପା ଉପସୁ ରଣାଙ୍କ ବାର୍ଷିକ ରୋଜଗାର ମାତ୍ର ୪୫ ହଜାର ଟଙ୍କା । ତଥାପି ନିଜର ସ୍ବପ୍ନ ପୂରଣ କରିବା ପାଇଁ ତାରାଚାନ୍ ଅବିରତ ଉଦ୍ୟମ କରି ଚାଲିଥିଲେ ଏବଂ ଚଳିତ ବର୍ଷ ଇଞ୍ଜିନିୟରିଂ ପାଇଁ ପ୍ରବେଶିକା ପରୀକ୍ଷା JEE Mainରେ ୯୯.୩୫ ପ୍ରତିଶତ ମାର୍କ ରଖି NIT Warangalରେ ପଢିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି।

କିନ୍ତୁ ଏଥିରେ ଅର୍ଥ ହୋଇଥିଲା ତାଙ୍କ ପାଇଁ ମୁଖ୍ୟ ବାଧକ । ତାଙ୍କର ଆଡ୍‌ମିଶନ ପାଇଁ ଆବଶ୍ୟକ ଅର୍ଥ ନଥିଲା। କଷ୍ଟେମଷ୍ଟେ ସେ ଅଳ୍ପ କିଛି ଟଙ୍କା ସଂଗ୍ରହ କରି ଆଡମିଶନ ପାଇଁ ସ୍ଥାନ ସୁରକ୍ଷିତ ରଖିପାରିଛନ୍ତି । ତାଙ୍କର ବାକି ଅର୍ଥ ପ୍ରଦାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କର ଆଡମିଶନ ପ୍ରକ୍ରିୟା ପୂରଣ କରିବା ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଥିଲେ । ଏହାଦ୍ବାରା ତାଙ୍କର ଆଡମିଶନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇପାରିବ। ଟଙ୍କା ମଞ୍ଜୁର କରିବା ସହିତ ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାବାନ ଛାତ୍ରଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

ଡ଼ିଏମଇଟି ରମା ରମଣ ମହାନ୍ତିଙ୍କ ସୂଚନା….

{}ପୁଣି ଥରେ ଚିନ୍ତା ବଢ଼ାଇଲା ଭାଇରସ । ଦକ୍ଷିଣ ଆଫ୍ରିକା, ହଙ୍କଙ୍ଗ ଓ ବୋଟସ୍ୱାନା ଭଳି ଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଜାରି ହେଲା ଆଡ଼ଭାଇଜାରି । ଏହି ସବୁ ଦେଶରୁ ଆସୁଥିବା ଲୋକମାନେ ଅତି କମରେ 10 ଦିବ ସଙ୍ଗରୋଧରେ ରହିବାକୁ ନିର୍ଦେଶ ।

ଏକ ନମ୍ବର ରାଜ୍ୟ ହେଲା ଓଡିଶା…

ଶିଶୁଙ୍କୁ ଟୀକାକରଣରେ ଦେଶର ଏକ ନମ୍ବର ରାଜ୍ୟ ହେଲା ଓଡିଶା। ରାଜ୍ୟ 90.5 ପ୍ରତିଶତ ଶିଶୁ ନେଇଛନ୍ତି ସମସ୍ତ ଟୀକା।ସେହିଭଳି 92.2 ପ୍ରତିଶତ ହୋଇଛି ଆନୁଷ୍ଠାନିକ ପ୍ରସବ। ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ(NFHS) ରିପୋର୍ଟ ରେ ଦର୍ଶାଯାଇଛି।

ଦେଖେଇଲେ ମିଳେନା ଖୁସି…

()ଭାରତର ଜଣେ ବିଶିଷ୍ଟ ଶିଳ୍ପପତିଙ୍କୁ ଜଣେ ସାଧାରଣ କର୍ମଚାରୀ ପଚାରିଲେ ଯେ ଆପଣ ତ ଜଣେ ଧୀନବ୍ୟକ୍ତି , ଆପଣଙ୍କ ଝିଅକୁ କଣ ଜଣେ ଗରିବ ପିଲା ସହ ବିବାହ କରାଇବେ । ସଙ୍ଗେ ସଙ୍ଗେ ବିଶିଷ୍ଟ ବ୍ୟକ୍ତି ଜଣକ କହିଥିଲେ ମୋ ନଜରରେ ଧନୀ ଓ ଗରିବଙ୍କ ସଂଜ୍ଞା ଭିନ୍ନ । ଯାହା ପାଖରେ ବହୁତ ଟଙ୍କା.ପଇସା, ସମ୍ପତ୍ତି ଥାଏ ସେ ଧନୀ ନୁହେଁ, ଯଦି ତାହା ପାଖରେ ସ୍ନେହ, ଶ୍ରଦ୍ଧା, ଭଲପାଇବା କି ପରଉପକାରୀ ଗୁଣ ନଥାଏ ସେ ତ ଦୁନିଆର ସବୁଠୁ ଗରିବ ବ୍ୟକ୍ତି ବୋଲି ମୁଁ ଭାବେ । ତେଣୁ ପ୍ରକୃତରେ ସିଏ ଧନୀ ଯାହା ପାଖରେ ଧନ ପରି ମୂଲ୍ୟବାନ ମନଟିଏ ଥିବ । ସେ ମଣିଷକୁ ଚିହ୍ନୁଥିବ ,ଅନ୍ୟପାଇଁ କିଛି କରୁଥିବ , ଅହଂକାର, ଘୃଣା ବଦଳରେ ପ୍ରେମ ବାଣ୍ଟୁଥିବ । ଛାଡ଼ ସେ ଧନୀ ଓ ଗରିବ ଉପାଖ୍ୟାନରୁ କଣ ମିଳିବ ଯେ ।

ଗୋପାଳ । ଭାରି ହସଖୁସି ପିଲାଟିଏ । ସମସ୍ତଙ୍କ ସହ ତାହାର ଭଲ ଭାବ । ସବୁବେଳେ ହସ ଖୁସିରେ ସମୟ କାଟେ । ଅତି ଶୀଘ୍ର ବଡ଼ ଲୋକ ବା ଧନୀ ହେବାର ତାହା ଆଶା ବି ନାହିଁ । ସବୁବେଳେ ଓ ସବୁ ସମୟ କେମିତି ହସଖୁସିରେ କଟିବ ,ସେମିତି ଜୀବନ ସେ ବିତାଇବାକୁ ଚାହେଁ । ତା ମାନେ କଣ ଗୋପାଳର ଦୁଃଖ ନାହିଁ, ନା କିଛି ଆବଶ୍ୟକ ନାହିଁ । ତାହା ନୁହେଁ । ସେ ବୁଝିଛି ନିମିଷକ ସୁଖ ନୁହେଁ, ବଂର ସବୁଦିନ କିପରି ସୁଖରେ ରହିବ ତାହା ସେ ଭାବିଥାଏ ଓ ସେହି ଅନୁସାରେ କାମକରେ । । ବର୍ତ୍ତମାନ ସମାଜରେ ଅଧିକାଂଶ ବ୍ୟକ୍ତି ପୁଳାପୁଳା ଟଙ୍କା ରୋଜଗାର କରିବା, ଦାମୀ ଗାଡ଼ି ଚଢିବା, ବିଳାସ ପୂର୍ଣ୍ଣ ଜୀବନ କଟାଇବା, ରଙ୍ଗୀନ ଜୀବନରେ ଅଏସ ଆରାମ କରିବାକୁ ଚାହାନ୍ତି । ନିମିଷକ ଖୁସି ଯେ ଅନେକ ସମୟରେ ଜୀବନ ସାରା ଦୁଃଖ ଦିଏ ତାହା ଭାବିବାକୁ ଆଜି କାହା ପାଖରେ ସମୟ ନାହିଁ । ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହୋଇଯିବ ବରିଷ୍ଠ ପ୍ରଶାସନିକ ଅଧିକାରୀ, ନେତା, କିରଣୀଙ୍କ ଠାରୁ କୋଟିକୋଟି ଟଙ୍କା ଜବତ ହେବା ଓ ପରେ ସେମାନେ ଗିରଫ ହୋଇ ଜେଲରେ ଜବୀନ କାଟାଇବା । ହେଲେ ତଥାପି ଆଜି ଅନେକ ଅସାଧୁ ଉପାୟରେ ରାତାରାତି ଧନୀ ହେବା ନିଶାରେ ମାତିିଛନ୍ତି । କାରଣ ଏବେ ଦେଖେଇବା ଗୁଣ ଆଜି ସମାଜ ଲାଗି ସବୁ କ୍ଷେତ୍ରରେ ପ୍ରତିଯୋଗିତା ଚାଲିଛି । ଯଦି ପଡ଼ିଶା ଘର ପୁଅ ଦାମୀ ବାଇକ ଚଳାଇ କଲେଜ ଗଲା, ତେବେ ପାଖଘର ରାମବାବୁଙ୍କ ପୁଅ ପୁରୁଣା ସ୍କୁଟରରେ ବସି କଲେଜ ଯିବାକୁ ଇଚ୍ଛା କରୁନାହିଁ । କାରଣ ସେ ବି ବାଇକ ଚଳାଇ ଏକାଏକା କଲେଜ ଯିବାକୁ ଅଧିକ ଇଚ୍ଛା କରୁଛି । ବାପାଙ୍କ ସାଙ୍ଗରେ କଲେଜ ଗଲା ବେଳେ ବାପା ଜୀବନର ସଂଜ୍ଞା ଓ କଣ କଲେ ଜୀବନରେ ଶାନ୍ତିରେ ରହିହେବ ତାହାକୁ ସେ ଗୁରୁତ୍ୱ ନଦେଇ ବାଇକ ଚଲାଇ କେମିତି ସାଙ୍ଗ ସାଥୀ ଗହଣରେ ନିମିଷକ ଖୁସି ହେବ ସେ ଲକ୍ଷରେ ଆଜି ଯୁବପିଢି । ଭଲ କାମ କରି କେମିତି ଲୋକଙ୍କ ମନ ଜିଣିହେବ ସେ ନିଶାରେ ନରହି ଖରାପ କାମ କରି କିପରି ରାତାରାତି ଲୋକପ୍ରିୟତା ହାସଲ କରିହେବ ଦେଖେଇବା ଖୁସି ପାଇଁ ତାହା ନିଶାରେ ମାତିଛନ୍ତି ଯୁବପିଢି । ଏମିତିରେ କଣ ଖୁସି ମିଳେ ତାହା ତ ତାଙ୍କୁ କିଏ ବୁଝାଇବ ନା ସେମାନେ ବୁଝିବାକୁ ଚାହାନ୍ତି କାହା ଠାରୁ । ଏମିତିି ଅନେକ ଘଟଣା ଦୈନଦିନ ଜୀବନରେ ଆମେ ଦେଖୁଛନ୍ତି । ହେଲେ ସବୁ ଦେଖି ବି ଆମେ ବି ଚୁପ । ଖୁସି ତ କିଏ କେଉଁବାଟରେ ହୁଏ । ଯାହା ସମସ୍ତଙ୍କୁ ଦେଖାଯାଏ । ହେଲେ ମନର ଖୁସି କେବେ କଣ କାହାକୁ ଦେଖାଇ ହୁଏ । ତାହା ତ ଅନୁଭବର କଥା । ଯେମିତି ମିତା ଟିକେ ମୁନାକୁ ଚାହିଁ ହସିଦେଲେ ମୁନା ପରି ପ୍ରେମିକ ଆତ୍ମାରେ ହସ ଫୁଟିଯାଏ । ଠିକ ସେହିପରି ପରଉପକାରୀ ମଣିଷଟିଏ ଯଦି ୨୪ ଘଣ୍ଟାରୁ ଯେତେ ଅଧିକ ସମୟ ଅନ୍ୟପାଇଁ ଦେଇପାରେ ସେ ସେତିକି ଖୁସି ହୁଏ । ତାର ପରିଶ୍ରମରେ ଭରିରହିଥାଏ ଖୁସି । ସେ ଖୁସି କେବେ କାହାକୁ ଦେଖେଇ ହୁଏ ନାହିଁ । ତେଣୁ ଅନେକ କହନ୍ତି ଦେଖେଇବାରେ ଖୁସି ମିଳେନାହିଁ ।

କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ ଦର ନକମାଇଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ: ବିଜେଡି…

( )ନଭେମ୍ବର ୩୦ ସୁଦ୍ଧା ଦର ହ୍ରାସ କରିବାକୁ ବିଜେଡି ଦେଲା ସମୟ।
ତିନି ଦିନ ଧରି ଚାଲିଥିବା ଆନ୍ଦୋଳନରେ ବହୁ ସଂଖ୍ୟାରେ ଲୋକେ ସାମିଲ।
ଆନ୍ଦୋଳନରେ ସାମିଲ ପାଇଁ ବିଜେଡି ଜଣାଇଲା କୃତଜ୍ଞତା।
{ }ରନ୍ଧନ ଗ୍ୟାସର ଦରବୃଦ୍ଧିର ପ୍ରତିବାଦ କରି ବିଜୁ ଜନତା ଦଳ ପକ୍ଷରୁ ଗତ ୨୨, ୨୩ ଓ ୨୪ ତାରିଖରେ ଯେଉଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଥିଲା, ତାହାକୁ ରାଜ୍ୟବାସୀ ବିପୁଳ ସମର୍ଥନ କରିଛନ୍ତି । ପ୍ରଥମେ ସେଥିପାଇଁ ଦଳ ତରଫରୁ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ବିଜେଡିର ତିନି ବିଧାୟକ ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ । ତେବେ ଆସନ୍ତା ୩୦ ତାରିଖ ସୁଦ୍ଧା ଗ୍ୟାସ ଦର ନକମିଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ତିନି ବିଧାୟକ କହିଛନ୍ତି ଯେ ବିଶ୍ୱର କୌଣସି
ଦେଶରେ କେବେବି ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତ ଗତିରେ ଏତେ ପରିମାଣରେ ବଢି ନାହିଁ । ୨୦୧୪ରେ
ଯେତେବେଳେ ଏହି ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିଲେ ସେତେବେଳେ ଗ୍ୟାସ ସିଲିଣ୍ଡରର ଦର ଥିଲା ୪୧୪ ଟଙ୍କା । ଗତ ୭ ବର୍ଷ ଭିତରେ ଦର ଦୁଇଗୁଣରୁ ଅଧିକ ବଢି ୯୩୦ ଟଙ୍କା ଛୁଇଁଲାଣି । କରୋନା ଭଳି
ମହାମାରୀ ସଂକଟ ବେଳେ ପ୍ରତି ମାସରେ ୨୫/ ୫୦ / ୭୫ ଟଙ୍କା ପର୍ଯ୍ୟନ୍ତ ବଢାଯାଇ ସାଧାରଣ ଲୋକଙ୍କ
ହାଣ୍ଡିଶାଳ ଉପରେ ମାଡ଼ କରାଯାଉଛି ।
ରନ୍ଧନ ଗ୍ୟାସର ଏଭଳି ଅହେତୁକ ଦରବୃଦ୍ଧି କରି କେନ୍ଦ୍ର ସରକାର ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ
ଭାଙ୍ଗି ଦେଇ ସାରିଲେଣି । ଲୋକେ ତ୍ରାହି ତ୍ରାହି ଡାକିଲେଣି ଓ ଏହାର ପ୍ରତିବାଦରେ ବିଜୁ ଜନତା ଦଳର ଡାକରାରେ
ରାସ୍ତାକୁ ଓହ୍ଲାଇଲେଣି । ମାତ୍ର କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁ ନାହିଁ । ଓଲଟା ବିଜେପିର ରାଜ୍ୟ ନେତୃବୃନ୍ଦ ସରକାରକୁ ବଞ୍ଚାଇବା ଲାଗି ମିଛର ସାହାରା ନେଉଛନ୍ତି ଏବଂ ଉଦ୍ଭଟ ଓ ହାସ୍ୟାସ୍ପଦ ଯୁକ୍ତି ବାଢୁଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବାକୁ ଯାଇ କହୁଛନ୍ତି, ଅନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସ୍ ଓ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶରେ ରନ୍ଧନ ଗ୍ୟାସ୍ ଦର ବଢୁଛି । ମାତ୍ର ବାସ୍ତବତା ହେଲା; ୨୦୧୪ରେ ଆନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସର ଦର ୬ ଡଲାର/ବିଟିୟୁ (ବ୍ର ିଟିଶ୍ ଥର୍ମାଲ ୟୁନିଟ୍‌) ଥିଲାବେଳେ ଏବେ ତାହା ୫.୮ ଡଲାରକୁ କମିଯାଇଛି । ଠିକ୍ ସେମିତି ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୮୬ ଡଲାର ଥିଲାବେଳେ ଏବେ ଏହା ୭୮ ଡଲାର ରହିଛି । ଉଭୟ ପ୍ରାକୃତିକ ଗ୍ୟାସ୍ ଓ ଅଶୋଧିତ ତୈଳର ଦର ଯଥାକ୍ରମେ ୧୫ ଓ ୧୦ ପ୍ରତିଶତ କମିଥିଲାବେଳେ ରନ୍ଧନ ଗ୍ୟାସ୍ ଦର ୧୨୩ % ବଢିବାର ଯଥାର୍ଥତା କେଉଁଠି ବୋଲି ବିଜେଡିର ତିନି ନେତା ପ୍ରଶ୍ନ କରିଛନ୍ତି ।ଅନୁରୂପ ଭାବେ ଉଜ୍ଜ୍ୱଳା ଯୋଜନା ସଂପର୍କରେ ମଧ୍ୟ କେନ୍ଦ୍ର ସରକାର ଲୋକଙ୍କୁ ମିଛ ସଫଳତାର କାହାଣୀ
ଶୁଣାଇ ଚାଲିଛନ୍ତି । ଏହି ଯୋଜନାକୁ ବହୁ ଆଡ଼ମ୍ବରରେ ଆରମ୍ଭ କଲାବେଳେ ସରକାର କେତେ ସ୍ୱପ୍ନ ଦେଖାଇଥିଲେ ।ଗରିବ ଓ ଅବହେଳିତ ବର୍ଗର ମହିଳାଙ୍କୁ ଆଉ ଚୁଲିମୁଣ୍ଡକୁ ଯାଇ ଧୂଆଁରେ ରୋଷେଇ କରିବାକୁ ପଡ଼ିବ ନାହିଁ ବୋଲି
କହିଥଲେ । ମାତ୍ର ଗ୍ୟାସର ଦରବୃଦ୍ଧି ଯୋଗୁଁ ଉଜ୍ଜ୍ୱଳା ଯୋଜନାର ଅଧିକାଂଶ ହିତାଧିକାରୀ ମହିଳା ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି କରି ନପାରି ପୁଣି ଚୁଲିମୁଣ୍ଡକୁ ଫେରି ଯାଇଛନ୍ତି । ଏ ସବୁ ପ୍ରତିଶ୍ରୁତି ଯେ ଫମ୍ପା ଥିଲା, ତାହା ସେମାନେ ବୁଝି
ସାରିଲେଣି । ତେଣୁ ଦଳମତ ନିର୍ବିଶେଷରେ ମହିଳାମାନେ ବି ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଛନ୍ତି ।
ଆଗାମୀ ଦିନରେ ମହିଳାମାନେ ଏହାର ଉଚିତ ଜବାବ ଦେବେ ।ବିଜୁ ଜନତା ଦଳ ସବୁବେଳେ ରାଜ୍ୟର ସାଢେ ଚାରି କୋଟି ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ପାଇଁ କାମ କରି ଆସୁଛି ।ଏହି ପରିପ୍ରେକ୍ଷୀରେ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନର ଡାକରା
ଦିଆଯାଇଥିଲା । ଚଳିତ ମାସ ୨୨, ୨୩, ୨୪ ଗତ ୩ ଦିନ ଧରି ଦଳ ପକ୍ଷରୁ ରାଜ୍ୟ ସାରା ଯେଉଁଭଳି ଭାବେ
ମହିଳା, ଯୁବକ, ଛାତ୍ର ଓ ସାଧାରଣ ଜନତାଙ୍କ ପକ୍ଷରୁ ଏହି ଆନ୍ଦୋଳନକୁ ବିପୁଳ ସମର୍ଥନ ମିଳିଛି, ତାହା ଅଭୂତପୂର୍ବ ।
ଏଥିପାଇଁ ଆମେ ରାଜ୍ୟବାସୀଙ୍କୁ ପୁଣିଥରେ ଧନ୍ୟବାଦ ଜଣାଉଛୁ । ଏଥି ସହିତ କେନ୍ଦ୍ର ସରକାରକୁ ପୁଣିଥରେ
ଚେତାବନୀ ଦେଉଛୁ କି ଯଦି ସରକାର ଆଗାମୀ ୩୦ ତାରିଖ ଭିତରେ ଗ୍ୟାସ୍ ଦର କମାଇବାକୁ ପଦକ୍ଷେପ ନ ନିଅନ୍ତି, ତେବେ ବିଜୁ ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ସୋନପୁର ଓ ବୌଦ୍ଧ…

( )ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା
ସାମିଲ ହେଲା ସୋନପୁର ଓ ବୌଦ୍ଧ ଜିଲ୍ଲା।

ସୋନପୁରର ଦେଢ ଲକ୍ଷ ଓ ବୌଦ୍ଧର ୩.୭୨ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା।

ଗୋଟିଏ କାର୍ଡରେ ପୁରା ପରିବାର ପାଇଁ ସବୁଠାରୁ ଭଲ ଚିକିତ୍ସା ସୁବିଧା, ଗରିବ ଲୋକଙ୍କୁ ସଶକ୍ତ କରିଛି ସ୍ମାର୍ଟ ହେଲ୍‌ଥ କାର୍ଡ-ମୁଖ୍ୟମନ୍ତ୍ରୀ।

ସୋନପୁରରେ ୩୦୦ କୋଟି ଓ ବୌଦ୍ଧରେ ୪୮୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ।

{}ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ସୋନପୁର ଓ ବୌଦ୍ଧ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସୋନପୁରର ଏକ ଲକ୍ଷ ପଚାଶ ହଜାର ଲୋକ ଏହି ସୁବିଧା ପାଇବା ବେଳେ ବୌଦ୍ଧର ତିନି ଲକ୍ଷ ବାସ୍ତରି ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ ରାଜ୍ୟର ୧୯ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ।ଏହି ଅବସରରେ ସୋନପୁର ପାଇଁ ମୁଖ୍ୟମନ୍ତ୍ରୀ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସୋନପୁରକୁ ମନ୍ଦିର ନଗରୀ ଭାବେ ବର୍ଣ୍ଣନା କରି ଏହାର କଳା ଓ ସଂସ୍କୃତିର ଉଚ୍ଚପ୍ରଶଂସା କରିଥିଲେ । ସୋନପୁରର ବୁଣାକାରମାନେ ନିଜ ଦକ୍ଷତା ଦ୍ବାରା ଓଡିଶାର ଗୌରବକୁ ଦେଶ ବିଦେଶରେ ପହଞ୍ଚାଇଛନ୍ତି ବୋଲି ସେ କହିଥିଲେ।ଜିଲ୍ଲାର ବିକାଶ ପାଇଁ ସେ ସମର୍ପିତ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ କହିଲେ ଯେ ସୋନପୁରରେ MSME ପାର୍କ ପ୍ରତିଷ୍ଠା ଜରିଆରେ ଶିଳ୍ପ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ। ତା ସହିତ ଜଳସେଚନ ଓ ସ୍ବାସ୍ଥ୍ୟ ସୁବିଧାର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ଜିଲ୍ଲା ମୁଖ୍ୟାଳୟରେ ଏକ ହସ୍‌ପିଟାଲ ପ୍ରତିଷ୍ଠା କରାଯାଉଛି। ଏହାଦ୍ବାରା ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ସେହିପରି ଆଜି ଅପରାହ୍ନରେ ବୌଦ୍ଧ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଜିଲ୍ଲା ପାଇଁ ୪୮୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲାର ପ୍ରାକୃତିକ ପରିବେଶର ବହୁତ ପ୍ରଶଂସା କରିଥିଲେ । ବୌଦ୍ଧରେ ପର୍ଯ୍ୟଟନର ବିକାଶ ପାଇଁ ଥିବା ବିପୁଳ ସୁଯୋଗକୁ ଉପଯୋଗ କରାଯିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦ କୋଟି ଟଙ୍କାରେ ନନ୍ଦନ ବନ ସଫାରୀ କରାଯିବ, ଯାହାଦ୍ବାରା ଇକୋ-ଟୁରିଜିମ୍‌ର ବିକାଶ ସହିତ ଜିଲ୍ଲାର ୪୦୦ ପରିବାରକୁ ରୋଜଗାର ମିଳିବ। ସେହିପରି ୪ କୋଟି ଟଙ୍କାରେ ୩୭ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ବୋଲି ସେ କହିଥିଲେ ।ଦୁଗ୍‌ଧ ଉତ୍ପାଦନରେ ବୌଦ୍ଧ ଜିଲ୍ଲାର ସଫଳତାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଏକ ବର୍ଷରେ ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଦୁଗ୍‌ଧ ଶୀତଳୀକରଣ ପ୍ଲାଣ୍ଟ ନିର୍ମାଣ କରାଯିବ। ଏହାଦ୍ବାରା ୧୦ ହଜାର ଚାଷୀ ଏଥିରେ ରୋଜଗାର ପାଇପାରିବେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। କାର୍ଡ ଖଣ୍ଡିଏ ଧରି ସେମାନେ ପୁରା ପରିବାର ପାଇଁ ସବୁଠାରୁ ଭଲ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏହା ବାସ୍ତବରେ ସେମାନଙ୍କୁ ସଶକ୍ତ କରିଛି । ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।ଏହି କାର୍ଯ୍ୟକ୍ରମରେ ସୋନପୁରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଷାନ୍ତ ସିଂହ ଏବଂ ବୌଦ୍ଧରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ, ସାଂସଦ ଶ୍ରୀ ଅଚ୍ୟୁତାନନ୍ଦ ସାମନ୍ତ, ବିଧାୟକ ଶ୍ରୀ ପ୍ରଦୀପ କୁମାର ଅମାତ ଓ ବିଧାୟକ ଶ୍ରୀ ମହିଧର ରଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ କାର୍ଯ୍ୟକ୍ରମ ଦ୍ବାରା ଆଜି ରାଜ୍ୟର ଗରିବ ଜନସାଧାରଣ ଟଙ୍କା ଚିନ୍ତାରୁ ମୁକ୍ତ ହୋଇ ଶାନ୍ତିରେ ନିଜ ପରିବାରର ବିକାଶ ପାଇଁ କାମ କରିବାର ସୁଯୋଗ ପାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଜି ଓଡିଶାକୁ ସାରା ଦେଶରେ ଏକ ଆଦର୍ଶ ରାଜ୍ୟ ଭାବରେ ପରିଣତ କରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାପାଇଁ ବ୍ୟାପକ ଖସଡ଼ା ପ୍ରସ୍ତୁତ କରିଛି ପ୍ରଦେଶ କଂଗ୍ରେସ…

{}ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ରାଜ୍ୟବ୍ୟାପି ପାଳନ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି ଏବଂ ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାପାଇଁ ବ୍ୟାପକ ଖସଡ଼ା ପ୍ରଦେଶ କଂଗ୍ରେସ ପ୍ରସ୍ତୁତ କରିଛି ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ଯଜେ୍ଞଶ୍ୱର ବାବୁ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।ଶ୍ରୀ ବାବୁ କହିଛନ୍ତି ସ୍ୱାଧୀନତା ଦିବସର ୭୫ ବର୍ଷ ପୂର୍ତି ପାଳନ ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପଂଚାନନ କାନୁନଗୋ ଅଧ୍ୟକ୍ଷ ଥିବା ବେଳେ ରାଜ୍ୟ ସେବାଦଳର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କୁ ଆବାହକ ଭାବେ ଏବଂ ପଦ୍ମାକର ଗୁରୁ, ରବିନ୍ଦ୍ରନାଥ କର, ବଟକୃଷ୍ଣ ତ୍ରିପାଠୀ, ନରେନ୍ଦ୍ର ମିଶ୍ର, ୟାସିର ନୱାଜ, ବନ୍ଦିତା ପରିଡ଼ା, ଗିରିବାଳା ବେହେରା ଓ ଅମୀୟ ପାଣ୍ଡବ ସଭ୍ୟ ଭାବରେ ରହିଛନ୍ତି । ସେହିପରି ବାଙ୍ଗଲାଦେଶ ମୁକ୍ତି ଯୁଦ୍ଧ ସ୍ମରଣୀୟ ସ୍ୱର୍ଣ୍ଣଜୟନ୍ତୀ ଆସନ୍ତା ଡିସେମ୍ବର ମାସ ୭ ତାରିଖ ଦିନ ପାଳନ କରିବାପାଇଁ ମଧ୍ୟ ଏକ କମିଟି ଗଠନ କରାଯାଇଛି । ଉକ୍ତ କମିଟିରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷ ଥିବାବେଳେ ପିସିସି ମୁଖପାତ୍ର ପଦ୍ମାକର ଗୁରୁଙ୍କୁ ସଂଯୋଜକ ଭାବେ ଏବଂ ସସ୍ମିତା ବେହେର, ଅଶୋକ କୁମାର ଦାସ, ଅମିୟ କୁମାର ପାଣ୍ଡବ, ରଞ୍ଜିତ କୁମାର ଦାସ, ମମତା କୁଣ୍ଡୁ, ସତ୍ୟବ୍ରତ ନାୟକ ଓ ନିମାଇ ସରକାରଙ୍କୁ ସଭ୍ୟ ଭାବେ ରହିଛନ୍ତି ।

ଶ୍ରୀଯୁକ୍ତ ବାବୁ ସୂଚନା ଦେଇ କହିଛନ୍ତି ଚଳିତ ମାସ ୧ ତାରିଖ ଠାରୁ ୨୦୨୨ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ ନିରନ୍ତର ଚାଲୁ ରହିବ । ଏହି ସଭ୍ୟସଂଗ୍ରହ ଅଭିଯାନରେ ରାଜ୍ୟରେ ଅନୁନ୍ୟ ୧୦ ଲକ୍ଷ ନୂତନ ସଭ୍ୟ ସଂଗ୍ରହ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ବୋଲି କହିବା ସହ ମାର୍ଚ୍ଚ ୩୧ ୨୦୨୨ ସୁଦ୍ଧା ସଭ୍ୟଭୁକ୍ତ ହୋଇଥିବା ସଭ୍ୟ କଂଗ୍ରେସର ଦଳୀୟ ନିର୍ବାଚନରେ ଭାଗ ନେଇପାରିବେ ବୋଲି ସେ ଉଲ୍ଲେଖ୍ୟ କରିଛନ୍ତି । ମାର୍ଚ୍ଚମାସ ଶେଷସୁଦ୍ଧା ପ୍ରତି ପଂଚାୟତରେ ଗୋଟିଏ ଗୋଟିଏ ସମବାୟ ଭିତିକ କୃଷକ ସଂଗଠନ କରାଯିବ ରାଜ୍ୟର ପ୍ରତ୍ୟେକ ପଂଚାୟତର ପ୍ରତ୍ୟେକ ୱାର୍ଡରେ ୫ ଜଣ ସଦସ୍ୟଙ୍କୁ ନେଇ ସେହି ୱାର୍ଡରେ ୱାର୍ଡ କଂଗ୍ରେସ ସହାୟତା କେନ୍ଦ୍ର ମାଧ୍ୟମରେ ୱାର୍ଡରେ ବସବାସ କରୁଥିବା ପରିବାର ମାନଙ୍କ ଭିତରୁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ବାର୍ଦ୍ଧକ୍ୟ ଭତା, ବିକଳାଙ୍ଗ ଭତା, ବିଧବା ଭତା, ଆବାସ ଯୋଜନା, ଜମିପଟ୍ଟନା, ପାଇଖାନା ପ୍ରଭୃତି ସରକାରୀ ବ୍ୟବସ୍ଥାର ସଠିକ ବିନିଯୋଗ ପାଇଁ ନିରନ୍ତର ରଚାନାତ୍ମକ କାର୍ଯ୍ୟ ମାଧ୍ୟମରେ ସଂଘର୍ଷ ଜାରି ରଖିବେ । ୱାର୍ଡ କଂଗ୍ରେସ ସହାୟତା କେନ୍ଦ୍ରର ସଦସ୍ୟମାନେ ଜନସାଧାରଣଙ୍କ ସେବା ନିମନ୍ତେ ନିୟୋଜିତ ହେବେ ଏବଂ ଟିକସ ଦାତାଙ୍କର ଅର୍ଥର ସଦ ବିନିଯୋଗ ପାଇଁ ସକ୍ରୀୟ ଯତ୍ନବାନ ହେବେ । କୃଷିରଣ ଛାଡ଼, ସ୍ୱୟଂସହାୟକ ଗୋଷ୍ଠିର ଋଣ ଛାଡ଼, ପ୍ରତ୍ୟେକ ଗରିବ ପରିବାରକୁ ଅନୁନ୍ୟ ମାସକୁ ନ୍ୟାୟ ଯୋଜନାରେ ୬ ହଜାର ଟଙ୍କା ପ୍ରଦାନ, ଶିକ୍ଷିତ ବେକାରୀ ଯୁବକଯୁବତୀଙ୍କ ନିଯୁକ୍ତି କିମ୍ବା ବେକାରୀ ଭତା ପ୍ରଦାନ ପ୍ରଭୃତି ବିଷୟରେ ଲୋକଙ୍କ ଭିତରେ ସଚେତନ ସୃଷ୍ଟି କରିବେ । ସେହିପରି ଆସନ୍ତା ଡିସେମ୍ବର ମାସ ୨୬ ତାରିଖରେ ରାଜ୍ୟ ସେବାଦଳ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସଦ୍‌ଭାବନା ଯାତ୍ରାରେ ପ୍ରତି ଗ୍ରାମପଂଚାୟତରୁ ଅନୁନ୍ୟ ଜଣେ ପ୍ରତିନିଧି ଆସି ଯୋଗଦେବେ । ପଂଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶା ପ୍ରଭାରୀ ତଥା ଏଆଇସିସି ସାଧାରଣ ସଂପାଦକ ସାଂସଦ ଡଃ ଏ ଚେଲା କୁମାର ସବୁ ଜିଲ୍ଲା ଗସ୍ତକରି କର୍ମୀସମ୍ମିଳନୀ ଓ ସାଧାରଣ ସଭା କରିଆସୁଛନ୍ତି । ଏହି ଅବସରରେ ଆସନ୍ତା ମାସ ୪ ତାରିଖ ଓ ୫ ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଡ. ଚେଲା କୁମାର ନୟାଗଡ଼ ଓ କନ୍ଧମାଳ ଗସ୍ତ କରି କର୍ମୀସମ୍ମିଳନୀ ଓ ସାଧାରଣ ସଭାରେ ଯୋଗଦେବେ ବୋଲି ପିସିସି ଉପସଭାପତି ଶ୍ରୀ ବାବୁ ସୂଚନା ପ୍ରଦାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, ପଦ୍ମାକର ଗୁରୁ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଅଣ୍ଡା ମାଡ ସହ କଳା ପତାକା ପ୍ରଦର୍ଶନ…

( )ବେରୋଜଗାର, ପ୍ରେଟୋଲ ଡିଜେଲ, ଓ ରନ୍ଧନ ଗ୍ୟାସ ର ଦର ବୃଦ୍ଧି ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧି ପ୍ରସଙ୍ଗ ରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବାଲିପାଟଣା ଛକ ରେ ଅଣ୍ଡା ମାଡ ସହ କଳା ପତାକା ପ୍ରଦର୍ଶନ ।

ଏଥର ଅଧିବେଶନରେ କିପରି ହେବ କୋଭିଡ ଟେଷ୍ଟ ସେନେଇ ହୋଇଛି ଆଲୋଚନା…

( )ବିଧାନସଭା ସଂପର୍କରେ ବାଚସ୍ପତି ବୈଠକ ଡାକିଥିଲେ ।ପୂର୍ବ ଅଧିବେଶନ ଭଳି ଏଥର ଅଧିବେଶନ ଲାଗି କିପରି  କୋଭିଡ ଟେଷ୍ଟ ହେବ ସେନେଇ ଆଲୋଚନା ହୋଇଛି । ସବୁ ସଦସ୍ୟ , ସେମାନଙ୍କ କର୍ମଚାରୀ, ବିଧାନସଭା କର୍ମଚାରୀ, ଗଣମାଧମ ପ୍ରତିନିଧି, ସେମାନଙ୍କ ଆର ଟି ପିସିଆର ଟେଷ୍ଟ ହେବା ନେଇ ଆଲୋଚନା ହୋଇଛି । ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ବାଚସ୍ପତି ନିର୍ଦେଶ ଦେଇଛନ୍ତି ।କୋଭିଡ ସ୍ଥିତି ନେଇ ସରକାର ତିକ୍ଷଣ ନଜର ରଖିଛନ୍ତି । ସେଥିପାଇଁ ସଂକ୍ରମଣ ନିୟନ୍ତ୍ରଣ ରେ ଅଛି । ଯେଉଁଠି ବଢୁଛି ସେଠି ଦୃଷ୍ଟି ଦିଆଯାଇଛି । ସଂକ୍ରମଣ ରୋକିବାକୁ ଯାହା ଦରକାର ସେ ପଦକ୍ଷେପ ନେବକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି ।
ଆରକେ ଶର୍ମା,ଏସିଏସ ସହେଲଥ

Follow us

20,832FansLike
0FollowersFollow
14,700SubscribersSubscribe

Latest news