( ) NCDC ଓ CDC ଗାଇଡ଼ଲାଇନ ଅନୁସାରେ ଏ ଭୂତାଣୁର ବାସ୍ତବ ସଂଖ୍ୟା କଣ ତାକୁ ଟେକ୍ନିକାଲ କମିଟି ଯାଞ୍ଚ କରୁଛି । ବର୍ତମାନ ସୁଦ୍ଧା ଆମ ପାଖରେ ଏହା ଗୁରୁତର ବୋଲି କୌଣସି ତଥ୍ୟ ନାହିଁ । ଏହାର ଲକ୍ଷଣ କିଛି ଅଲଗା ବୋଲି ମଧ୍ୟ ତଥ୍ୟ ନାହିଁ । ଟୀକା କାମ ଦେବନି ବୋଲି ମଧ୍ୟ କିଛି ତଥ୍ୟ ନାହିଁ । ଓମିକ୍ରନ ଉପରେ ଆନ୍ତର୍ଜାତିକ ସଂଗଠନ, ବିଶେଷଜ୍ଞ ଟିମ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି । ଡେ଼ଲ୍ଟା ଭାଇରସ ଯେତେବେଳେ ଆସିଥିଲା, ଏମିତି ଚର୍ଚ୍ଚା ହେଉଥିଲା । କିନ୍ତୁ ଆମର ସେମିତି କିଛି ଘଟି ନଥିଲା । ସେହିଭଳି ଏବେ ଓମିକ୍ରନ୍ ମଧ୍ୟ ନୂଆ ଭରିଆଣ୍ଟ ହୋଇ ଆସିଛି । ହେଲେ ବର୍ତମାନ ଯାଏ ଭାରତରେ ଏହା ଚିହ୍ନଟ ହୋଇନାହିଁ । ଅଲଗା ଦେଶରୁ ଆସୁଥିବା ଲୋକଙ୍କୁ ଆନ୍ତର୍ଜାତିକ କ୍ୱାରେଣ୍ଟିନ ଗାଇଡ଼ଲାଇନ ଅନୁସାରେ ଆମ ସରକାର ମଧ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି । ଯେଉଁମାନେ ବିଦେଶରୁ ଆସିବେ, ବିମାନ ବନ୍ଦରରେ ସେମାନଙ୍କର ଟେଷ୍ଟ କରାଯାଉଛି । ସେମାନଙ୍କ ଉପରେ କଡା ନଜର ରଖାଯାଉଛି । ଯଦି କାହାର ପଜିଟିଭ ଆସିଲା, ସେହି ତଥ୍ୟ ସବୁ ରାଜ୍ୟକୁ ପଠାଯିବ । ରାଜ୍ୟରେ ଏବେ ରାଣ୍ଡମ ସିକ୍ୱେନ୍ସି ଚାଲିଛି । ଯଦି ବିଦେଶରୁ ଆସିଥିବା କୌଣସି ବ୍ୟକ୍ତିଙ୍କ ପଜିଟିଭ ଆସେ, ସେମାନଙ୍କର ଜିନମ ସିକ୍ୱେନ୍ସିଂ ନିଶ୍ଚୟ କରାଯିବ । ଏବେ ବିଦେଶରୁ ଆସିଥିବା ଲୋକଙ୍କ ଜିନମ ସିକ୍ୱେନ୍ସିଂ କରାଯାଉଛି । କରୋନାକୁ ପ୍ରତିହତ କରିବା ଲାଗି ଟୀକାକରଣ ହି ମୁଖ୍ୟ ଅସ୍ତ୍ର । ଯେଉଁମାନେ ଟୀକା ନେଇନାହାନ୍ତି, ଶୀଘ୍ର ଟୀକା ନିଅନ୍ତୁ । ନୀତି ଆୟୋଗ ତରଫରୁ ମଧ୍ୟ କୁହାଯାଇଛି, କରୋନାର ମୁଖ୍ୟ ଢାଲ ହେଉଛି, ମାସ୍କ । ତାହା ସହ ଲକ୍ଷଣ ଦେଖାଗଲେ, ଟେଷ୍ଟିଂ କରାଇବା ।ଯଦି ରାଜ୍ୟରେ ଓମିକ୍ରନ୍ ପଜିଟିଭ ବାହାରିବ, ଟେଷ୍ଟିଂ, ଟ୍ରାକିଂ କରିବା ସ୍ୱାସ୍ଥ୍ୟ ବିଭାଗର କାମ, ବିଭାଗ କରିବ । ହକି ଲାଗି ଯେତିକି ବିଦେଶୀ ଖେଳାଳି ଆସିଛନ୍ତି, ସମସ୍ତଙ୍କର ଟେଷ୍ଟ କରାଯାଇଛି । ଏ ବାବଦରେ ଅଧିକ ତଥ୍ୟ ହକି ଇଣ୍ଡିଆ ଦେଇପାରିବ ।
ବାଇଟ- ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ
ଭୂତାଣୁର ବାସ୍ତବ ସଂଖ୍ୟା କଣ ଏହାକୁ ଯାଞ୍ଚ କରୁଛି ଟେକ୍ନିକାଲ ବିଭାଗ…
ଏତେ ଚିନ୍ତା କଣ ପାଇଁ ……
() ହଠାତ ବାବୁନି କହିଲା ଆରେ ସବୁ ବେକାର କଥା । ଯାହା ଭାଗ୍ୟରେ ଲେଖା ଅଛି ତାହା ହିଁ ହୁଏ , କର୍ମ ଦ୍ୱାରା କେବେ ଭାଗ୍ୟକୁ ବଦଳାଇ ହୁଏ ନାହିଁ । ହଁ ଏକଥା ସତ କର୍ମ ହିଁ ଭାଗବାନ , ହେଲେ ଆମ ଭାଗ୍ୟ ପା ଭଗବାନ ସ୍ଥିର କରି ଛାଡ଼ିଛନ୍ତି ଦୁନିଆକୁ ।
ହଠାତ କାହିକିଁ ସାଙ୍ଗ ମାନଙ୍କ ଖଟିରେ ଏ ଆଲୋଚନା । କାରଣ ୬ଜଣ ସାଙ୍ଗ ମଧ୍ୟରୁ ମୁନା ସବୁଠାରୁ ଅଳସୁଆ, ସ୍ୱାର୍ଥପର , କନଜୁସ ଓ ଠକ । ଯେଉଁଥି ପାଇଁ ସବୁବେଳେ ସାଙ୍ଗମାନେ ତାହା ଉପରେ ରାଗନ୍ତି । ସବୁବେଳେ ସାଙ୍ଗମାନେ ତାକୁ ମଜା ମଜାର କହନ୍ତି ମୁନା ତୁ ବଡ଼ ହେଲେ ବହୁତ ହଇରାଣ ହେବୁ , ଏବେଠାରୁ ସୁଧୁରୀ ଯାଆ । ହେଲେ ମୁନା କିନ୍ତୁ ବିନଦାସ । ସୁବବେଳେ କହେ ଯାହା ହେବାର କଥା ହେବ । ତାକୁ ନେଇ କାହିକିଁ ଚିନ୍ତା କରିବି ।
ହୁଏତ ସେଦିନ ମୁନା ଠିକ କହିଥିଲା । କାରଣ ରାମବାବୁ ପିଲାସ୍ୱପ୍ନ ଦେଖିଥିଲେ ବଡ଼ ହେଲେ ସେ ଜଣେ ପ୍ରଶାସନିକ ଅଧିକାରୀ ହେବେ । ସେଥିଲାଗି ପିଲାଦିନରୁ ମନଦେଇ ପାଠ ପଢିଲେ । ସବୁ ଭୂଲି ପାଠ ପଢାରେ ମନଦେଲେ । ପ୍ରଥମରୁ ଉଚ୍ଚଶିକ୍ଷା ଯାଏ ଭଲ ନମ୍ବର ରଖି ପାସ ବି କଲେ । କହିଲେ ଅଧିକାଂଶ ସମୟରେ କ୍ଲାସରେ ପ୍ରଥମ ବି ହେଉଥିଲେ । ହେଲେ ପ୍ରଶାସନିକ ଚାକରି ଲାଗି ପରୀକ୍ଷା ଦଲେ କେଜାଣେ କାହିକଁ ସେ ସେଥିରେ ସଫଳ ହୋଇପାରିଲେନି । ଏଥିଲାଗି ତାଙ୍କ ମନରେ କିଛି ଅବଶୋଷ ରହିଲା ନାହିଁ । ସବୁ ପ୍ରକାର ପ୍ରସ୍ତୁତି ପରେ କାହାକିଁ ସେ ପରୀକ୍ଷାରେ ଉତିର୍ଣ୍ଣ ହୋଇପାରିେଲେନି ସେ ଚିନ୍ତା କେବେ କରିନାହାନ୍ତି ରାମବାବୁ । ବଂର ସେହିଦିନ ଠାରୁ ସେ ଶହଶହ ପ୍ରଶାସନିକ ଅଧିକାରୀଙ୍କ ଗଢିବା ପାଇଁ ଶପଥ ନେଲେ । ଆଉ ତାଙ୍କ ଠାରୁ ଜ୍ଞାନ ଆହୋରଣ କରି ହଜାର ହଜାର ପ୍ରଶାସନିକ ଅଧିକାରୀ ଆଜି ସମାଜର ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ହୋଇ ରାମବାବୁ ଯେତେ ବଡ଼ ସଫଳତା ପାଇ ନଥାନ୍ତେ ହୁଏତ ,ଆଜି ଶହଶହ ପ୍ରଶାସନିକ ଅଧିକାରୀଙ୍କ ଗଢି ସେ ସେତେଟା ଆନନ୍ଦ ପାଉଛନ୍ତି । ଏଠି କଣ ଭାଗ୍ୟ ନା କର୍ମକୁ ନେଇ ଆମେ ଆଲୋଚନା କରିବା । ଯାହା ଯେତେବେଳେ ଘଟିବାର ଥିବ ଘଟିବ ଓ ଯାହା ଆମେ ହେବାର କଥା ହେବା । ଇଚ୍ଛା ତ ଅସରନ୍ତି । ତେଣୁ ଇଚ୍ଛାକୁ ନେଇ ବଂଚିବା ସତ ହେଲେ ତାକୁ ପାଇବା ପାଇଁ ବେଶୀ ଆଶା ରଖିବାନି । ଦୁନିଆରେ ଅନେକ ଇଚ୍ଛାପୂରଣ ନହୋଇ ବି ଅନେକ ଖୁସି ଦିଏ ଓ ସଫଳତା ପାହାଚ ଚଢାଇ ଦେଇଥାଏ ଆମକୁ । ସଫଳ , ବିଫଳ , କର୍ମ ,ଭାଗ୍ୟ ଏସବୁ ଚିନ୍ତା କରି କି ଲାଭ । ଚିନ୍ତା କଲେ କଣ କିଛି ମିଳେ । ବଂର ଚିନ୍ତା କଲେ ଆମେ ହୁଏତ ଅନେକ କିଛି ହରାଇବା । ସେଥିପାଇଁ ଲୋକ କଥା ଅଛି ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି। ଆଜି ଚାକରୀ, ଅଧିକ ଧନ ଅର୍ଜନ କରିବା, ପ୍ରେମ, ପ୍ରତାରଣା ଓ ଅନେକ କିଛି ପାଇବା ଆଶାରେ ଦିନ ରାତି ଚିନ୍ତାରେ ଘାଣ୍ଟି ହେଉଛନ୍ତି ସମସ୍ତେ । ହେଲେ ଯେ ବିନା ଚିନ୍ତାରେ ବି ଅନେକ ସଫଳତା ମିଳେ ସେ କଥା ହୁଏତ ଅଧିକାଂଶ ବୁଝିବାକୁ ଚେଷ୍ଟା ବି କରୁନାହାନ୍ତି । ସମାଜରେ ଅନେକ ଉଦାହରଣ ଅଛି ଯାହା ଚିନ୍ତା ବାହାରେ ଘଟେ । ଯଦି ବିନା ଚିନ୍ତାରେ ଏତେ ବଡ଼ ସଫଳତା ମିଳୁଛି , ତେବେ ଏତେ ଚିନ୍ତା କଣ ପାଇଁ ।
ସତ-ମିଛ ଆଉ ଖୁସି…
() ହଠାତ ଖୁସିରେ ଗଦଗଦ ହୋଇପଡ଼ିଲା ଗୁଡ଼ୁ । ଶୀତର ପହଲୀ ସଂନ୍ଧ୍ୟାରେ ଗୁଡ଼ୁର ଖୁସି ଦେଖି ତାର ସାଙ୍ଗ ପିଙ୍କୁ , ଚିଣ୍ଟୁ ପ୍ରଥମେ କିଛି ବୁଝିପାରିଲେ ନାହିଁ କି ଗୁଡ଼ୁ ନିଜେ ମଧ୍ୟ ସେ କାହିକିଁ ଖୁସି ତାହା ବି କହିଲା ନାହିଁ । ମଜାମସ୍ତି , ଖାଇପିଅ ୩ ଜଣ ବନ୍ଧୁ ନିଜ ନିଜ ଘରକୁ ଫେରିଲେ । ଅବଶ୍ୟ ପିଙ୍କୁ ଓ ଚିଣ୍ଟୁ ଫେରିବା ବେଳେ ପଚାରିଥିଲେ ଆରେ ଗୁଡ଼ୁ ତୁ କଣ ଆଜି ଏତେ ଖୁସି । ଗୁଡ଼ ଘରକୁ ଯିବା ବେଳେ ଏତିିକି କହିଥିଲା ହେ ଏମିତି ଗୋଟେ ମିଛ ଖୁସି ବୋଲି ଭାବିଦିଅ । ଏ କାହାଣୀ ମୁନା ଭାଇ ଏମବିବିଏସ ନୁହେଁ, ଡ଼ାକ୍ତର ପାଠ ନପଢି ନିଜର ବାପାମାଆ ଖୁସି ଦେବା ପାଇଁ ଡ଼ାକ୍ତର ହେବା ଓ ଡ଼ାକ୍ତରଖାନା କରିବା ପରି ସଂଜୟ ଦତ୍ତର ମିଛ ଖୁସି ନୁହେଁ । ଏ ଖୁସି ତ ଗୁଡ଼ୁର ଭିନ୍ନ ।
ଗୁଡ଼ୁ ସାଦାସିଧା ପିଲାଟିଏ । ଅଳ୍ପ ବୟସରୁ ସେ ଦୁନିଆକୁ ଜମା ଯେ ବୁଝିନି ଏକଥା କେହି ବିଶ୍ୱାସ କରିବେ ନାହିଁ ତାର ସ୍ୱଭାବ ଦେଖି । ହେଲେ ସେ ଭାରି ସରଳ ଓ ନିରମାୟା ପିଲଟି। ସହଜରେ ସବୁକିଛି ବିଶ୍ୱାସ କରିଦିଏ । ଛନ୍ଧ କପଟ ତାହା ମନରେ ନାହିଁ l ଖାଲି ଏତିିକି ସବୁ କଥାକୁ ସେ ହାଲକା ଭାବେ ନିଏ , ଜମା ସିରିୟସ ହୁଏନା କେଉଁ କଥାରେ । ନହେଲେ କଣ ସେ ଗୋଟେ ମିଛ ଖବରରେ ଏତେ ଖୁସି ହୁଅନ୍ତା ।
ମିଛ ଖବର କାହା ବିରୋଧରେ ନୁହେଁ, କି ସେ ମିଛ ଖବର କାହାର କ୍ଷତି ପାଇଁ ନୁହେଁ । କିଏ ଜଣେ ସେଦିନି ଫୋନ କରି ଗୁଡ଼ୁକୁ କାଳେ କହିଛି ଚିକୁ ଆସୁଛି ଗାଁକୁ । ବାସ ଏତିକିରେ ଗୁଡ଼ୁର ଖୁସି ନକହିଲେ ଭଲ । ଆରେ ଚିକୁ ପା ତାର ପିଲାଦିନର ବନ୍ଧୁ । ତାଙ୍କ ଘର ଗୁଡ଼ୁ ଘର ଚାଳ ବାଜେ । ପିଲାଦିନେ କେତେକଣ କଣ ସେ କରିଛନ୍ତି । ଏକାଠି ନଈରେ ଡ଼ିଆଁ ମାରି ଗାଧେଇବା, ସାଙ୍ଗ ହୋଇ କାହା ବିଲରୁ ଆମ୍ବ ପଣସ ଚୋରୀ କରିବା, ମିଶିକି ଖେଳିବା , ବୁଲିବା , ମାଛ ଧରିବା ଓ ଲୁଚିଲୁଚି ସିନେମା ଯିବା ଏମିତି କେତେ କଣ ଘଟିଛି ଉଭୟଙ୍କ ଭିତରେ। ଉଚ୍ଚଶିକ୍ଷା ଓ ରୋଜଗାର ଆଶାରେ ଚିକୁ ସିନା ବିଦେଶ ଯାଇ ବହୁତ ଦିନ ହେଲା ଘରକୁ କି ଗାଁକୁ ଆସିନାହିଁ l କି ଗଲା ଦିନଠୁ ଗୁଡ଼ୁ ସହ ଯୋଗାଯୋଗ କରିନାହିଁ । ହେଲେ ଦୁଇ ସାଙ୍ଗ ମଧ୍ୟରେ ବନ୍ଧୁତା କଣ କମିଯାଇଛି । ସେମାନେ ପାଇଁ ଏ ଯୁଗର କୃଷ୍ଣ ଓ ସୁଦାମ । ଯେଉଁଦିନ ଚିକୁ ଆସିବ ବୋଲି ଗୁଡୁ କାହାଠାରୁ ଶୁଣିଛି ସେବେ ଠାରୁ ଗୁଡ଼ୁର ଖୁସି କହିଲେ ନସରେ । ଆଉ ସେତିକି ବେଳେ କିଏ ଜଣେ ଆସି କହୁଛି ଚିକୁ ଗାଁକୁ ଆସିବନିରେ ଗୁଡ଼ି । ସେ ପା ଅଦୃଶ୍ୟ ଭୂତାଣୁରେ ପିଡ଼ିତ ହୋଇଥିଲା । ଗାଁକୁ ଆସିବ ବୋଲି ସିନା କହିଥୀଲା, ସେ ସେ ତ ଆସିଲାଣି ତାର ଶବକୁ ବି ପ୍ରଶାସନ ଗାଁକୁ ଆଣିବା ପାଇଁ ମନା କଲା । ..ଏକଥା ଶୁଣି ନିରବ ହୋଇଯାଇଥିଲା ଗୁଡୁ । ସତ ମିଛ ଖୁସି ଭିତରେ ଯେ ବଂଚିବାକୁ ପଡ଼େ ତାହା ସେ ସେଦିନ ଅନୁଭବ କରି ଚୁପ ହୋଇଯାଇଥିଲା ଚିରଦିନ ପାଇଁ…
ସ୍କୁଲ ରୂପାନ୍ତରଣ ପର୍ବ ହିଞ୍ଜିଳିକାଟୁରୁ ଆରମ୍ଭ ଯାଜପୁର ରେ ଶେଷ…
( ) ଶେଷ ହେଲା ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ।
ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁରୁ ଆରମ୍ଭ ହୋଇଥିବା ଏହି ପର୍ବ ଯାଜପୁରରେ ହେଲା ଶେଷ।
107୮ ସ୍କୁଲ ଲୋକାର୍ପିତ।
ପ୍ରଥମ ପର୍ଯ୍ୟାୟର ଶେଷ ଦିବସରେ ଆଜି ୬ଟି ଜିଲ୍ଲାର ୨୪୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ସ୍ବପ୍ନକୁ ପୂରଣ କରିବା ପାଇଁ ଅହରହ ଉଦ୍ୟମ ହେଉଛି ଜୀବନର ସାର୍ଥକତା – ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଶ।
ସରକାରୀ ସ୍କୁଲରେ ପଢିବାର ଗର୍ବ ଆମେ ଏବେ ଅନୁଭବ କରୁଛୁ – ଛାତ୍ରଛାତ୍ରୀ।
{}ଅଗଷ୍ଟ ମାସରୁ ହିଞ୍ଜିଳିକାଟୁରୁ ଆରମ୍ଭ ହୋଇଥିବା ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ ପର୍ବ ଆଜି ଯାଜପୁର ବିରଜା ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଚିତାକର୍ଷକ ସାଂକୃତିକ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରଦର୍ଶନ ମଧ୍ୟରେ ଶେଷ ହୋଇଛି । ପ୍ରଥମ ପର୍ଯାୟରେ ସାରା ରାଜ୍ୟରେ ୩୦ଟି ଜିଲ୍ଲାରେ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବିଜୁ ବାବୁଙ୍କ ଜୟନ୍ତୀ ୨୦୨୨ ମାର୍ଚ୍ଚ ସୁଦ୍ଧା ୩୩୦୦ ସ୍କୁଲର ରୂପାନ୍ତରଣ ଲକ୍ଷ୍ୟ ରଖାଯାଇଛି ।
ଆଜି କୋରାପୁଟ, ଗଜପତି, ଢେଙ୍କାନାଳ, ଅନୁଗୁଳ ବରଗଡ ଓ ଯାଜପୁର ଜିଲ୍ଲାର ୨୪୦ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପିଲାମାନେ ଦେଖିଥିବା ସ୍ବପ୍ନକୁ ସାକାର କରିବାରେ ସହଯୋଗ କରିବା ହେଉଛି ଆମ ସମସ୍ତଙ୍କର ମିଳିତ ଦାୟିତ୍ବ ଏବଂ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ହେଉଛି ଏ ଦିଗରେ ସମସ୍ତଙ୍କର ମିଳିତ ସହଯୋଗର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହି ଅବସରରେ ସମବେତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ର ଜୀବନରେ ସ୍ବପ୍ନ ହିଁ ଆଗକୁ ବାଟ ଦେଖାଇଥାଏ । ବଡ ବଡ ସ୍ବପ୍ନ ଦେଖିବା ସହିତ ତାକୁ ପୂରଣ କରିବା ପାଇଁ ଅହରହ ଚେଷ୍ଟା ଜାରି ରଖିବା ହେଉଛି ଜୀବନର ସାର୍ଥକତା ।ଏହି ରୂପାନ୍ତର କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ତଥା ପିତାମାତା ଏବଂ ଅଭିଭାବକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।ପିଲାମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ technology ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ challengeକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।”
ମୁଖ୍ୟମନ୍ତ୍ରୀ କହିଲେ, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ (There is a saying that Children constitute one-third of our population, but all of our future.)। ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି ମତଦେଇ ସେ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ।
ଓଡିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ବତନ୍ତ୍ର ହୋଇରହିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ୫-ଟି ନୀତି ଉପରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍କୁଲ ରୂପାନ୍ତର ହେଉଛି ଆମର 5-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଉଛି– ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍ ୱାର୍କ ।ତୃତୀୟ ନୀତି ହେଉଛି ଟାଇମ୍ ବା ସମୟ ।. ନଭେମ୍ବର ୧୪ ସୁଦ୍ଧା ୧୦୭୫ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍ ସମୟରେ ଶେଷ ହୋଇପାରିଛି ।
ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ।ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ । ମୋର ପୁରା ବିଶ୍ବାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ।
ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା ଓ ଭବିଷ୍ୟତର ଲକ୍ଷ୍ୟ ସଂପର୍କରେ କହିଥିଲେ। କୋରାପୁଟର ତପସ୍ବିନୀ ମହାପାତ୍ର, ଗଜପତିରି ମର୍ଣ୍ଣିକା ରାଇତା, ଢେଙ୍କାନାଳର ଶୁଭସ୍ମିତା ସାହୁ, ଅନୁଗୁଳର ଶ୍ରେୟାଂସା ପ୍ରଧାନ, ବରଗଡର ସ୍ମୃତିରେଖା ସାହୁ ଓ ଯାଜପୁରର ରଶ୍ମିରେଖା ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ସ୍କୁଲ ରୂପାନ୍ତରଣ ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛି ଏବଂ ସରକାରୀ ସ୍କୁଲରେ ପାଠ ପଢିବାର ଗୌରବ ଆଜି ଆମେ ଅନୁଭବ କରୁଛୁ । ସରକାରୀ ସ୍କୁଲ ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ପନ୍ଦର ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବାରୁ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଓ ସାଂସଦ ଶ୍ରୀ ମହେଶ ସହୁ ପ୍ରମୁଖ ଉଦ୍ବୋଧନ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ ଏବଂ ଏହା ପିଲାମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି ବୋଲି ମତ ଦେଇଥିଲେ।କାର୍ଯ୍ୟକ୍ରମ ସଂଞ୍ଚାଳନ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ ଶେଷ ହୋଇଥିବାରୁ ଏଥିସହ ସଶ୍ଲିଷ୍ଟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ୨୦୨୨ ମାର୍ଚ୍ଚ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟରେ ୩୩୦୦ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପୂରଣ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ବିଭିନ୍ନ ସ୍କୁଲର ବିକାଶ ସହ ସଶ୍ଲିଷ୍ଟ ଥିବା ୯୦୦୦ ବ୍ୟକ୍ତି ବିଶେଷଙ୍କ ସହିତ ୭୦୦୦ ମିନିଟ ଭିଡିଓ କନ୍ଫରେନ୍ସିଂ ଯୋଗେ ଆଲୋଚନା କରି ଯୋଜନାକୁ ଚୂଡାନ୍ତ ରୂପ ଦେଇଥିଲେ ।ସ୍କୁଲର ପୁରାତନ ଛାତ୍ର ଭାବରେ ଯାଜପାରରେ ବିରଜା ହାଇସ୍କୁଲରେ ଉପସ୍ଥିତ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ଏକ ଐତିହାସିକ ଉଦ୍ୟମ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଏହାସ ସଫଳ କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଓ କାର୍ଯ୍ୟକୁ ସୁନ୍ଦର ଭାବରେ ଆଗେଇ ନେଇଥିବା ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ଏକ ସମୃଦ୍ଧ ଓଡିଶାର ସ୍ବପ୍ନକୁ ସାକାର କରିବ ବୋଲି ମତପୋଷଣ କରିଥିଲେ ।
ସରକାରୀ ସ୍କୁଲରେ ପାଠ ପଢି ଆଇଏଏସ ଓ ଆଇପିଏସ୍ ହୋଇଥିବା ଶକ୍ତି ବିଭାଗର ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ବିହାରି ଧଳ ଏବଂ ଗୁଇନ୍ଦା ବିଭାଗର ଡିଆଇଜି ଶ୍ରୀ ଅନୂପ ସାହୁ ସେମାନଙ୍କ ସ୍କୁଲ ଜୀବନର ଅନୁଭୂତି ବଖାଣିବା ସହିତ ଦୃଢ ସଂକଳ୍ପ, ଉଚ୍ଚାକାଂକ୍ଷା ଓ କଠିନ ପରିଶ୍ରମ ଦ୍ବାରା ହିଁ ଜୀବନରେ ସଫଳତା ହାସଲ କରାଯାଇପାରେ ବୋଲି ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫-ଟି ସ୍କୁଲ ରୂପାନ୍ତରଣ ଉପରେ Task Force Recommendlationର knowledge paper ଉନ୍ମୋଚନ କରିଥିଲେ । ଏଥିରେ ରୂପାନ୍ତରିତ ସ୍କୁଲ ମାନଙ୍କର ରକ୍ଷଣାବେକ୍ଷଣ ଓ ପରିଚାଳନା ସଂପର୍କରେ ବିଶେଷ ନିର୍ଦ୍ଦେଶାବଳୀ ସନ୍ନିବେଶିତ ହୋଇଛି ।ଏହି କାର୍ଯ୍ୟକ୍ରମରେ ଉପ ବାଚସ୍ପତିଙ୍କ ସମେତ ବିଭିନ୍ନ ଜିଲ୍ଲାର ବିଧାୟକଗଣ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଗଣ ଯୋଗ ଦେଇଥିଲେ । ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା ସ୍ବାଗତ ଭାଷଣ ଦେଇଥିଲେ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଚିନ୍ତା ବଢାଇଲା ନୂଆ ଭ୍ୟାରିଏଣ୍ଟ…
{}ସ୍ପେକୁଲେଶନ ଚାଲିଛି। ଏପର୍ଯ୍ୟନ୍ତ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କହୁଛି ଅଧିକ ଷ୍ଟଡିର ଆବଶ୍ୟକତା ରହିଛି। ଏହାର ସଁକ୍ରମଣ କରିବାର କ୍ଷମତା କେତେ,ରୋଗ କରିପାରିବା କ୍ଷମତା କେତେ,ଭ୍ୟାକ୍ସିନ ଏହାକୁ ମୁକାବିଲା କରିବା ରେ କେତେ କ୍ଷମତା ରହିଛି ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ ତଥ୍ୟ ନାହିଁ। ପରୀକ୍ଷା ନିରୀକ୍ଷା ଚାଲିଛି। ଯେହେତୁ ଖବର ଆସୁଛି ଏହା ଗୋଟିଏ ନୂଆ ଭ୍ୟାରିଏଣ୍ଟ ୧୩ରୁ ଅଧିକ ମ୍ୟୁଟେସନ ରହିଛି ତେଣୁ ସମସ୍ତେ ସତର୍କ ରହିବା ଦରକାର। ଗତକାଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଭ୍ୟାରିଏଣ୍ଟ ଅଫ କନସର୍ଣ୍ଣ ଘୋଷଣା ଲା।ତେଣୁ ସମସ୍ତେ ସତର୍କ ରହିବା ଦରକାର।ଏ ପରର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ।ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହୁଛି ଅଧିକ ସମୟ ଦରକାର ସମସ୍ତ ସତର୍କ ରୁହନ୍ତୁ ଯେମିତି ସ୍ପ୍ରେଡ ନକରିବ।ଯେଉଁ ମାନେ ବିଦେଶରୁ ଆସିବେ ସେମାନେ ନେଗେଟିଭ ସାର୍ଟିଫିକେଟ ଆଣିବେ।ଏୟାରପୋର୍ଟ ରେ ତାଙ୍କ ଟେଷ୍ଟ ହେବ।ନେଗେଟି ଆସିଲେ ବି ସାତ ଦିନ କ୍ବାରେଣ୍ଟାଇନଳେ ରହିବେ।ଏୟାରପୋର୍ଟ ଅଥରିଟିକୁ ଆମେ ସବୁଦିନେ ଲିଷ୍ଟ ମାଗୁଛୁ। ପଜିଟିଭ ଆସିଲେ ଜେନେମ ସ୍ବିକେନ୍ସ ପାଇଁ ଯିବ।ଠିକାକରଣ ବଡ଼ଅସ୍ତ୍ର। କମ ସମୟ ଭିତରେ ସମସ୍ତଙ୍କୁ ଫାଷ୍ଟ ଡୋଜ ଟିକା ଦିଆଯିବ। ଠିକା ହେଉଛି ଶକୋଭିଡ ବିରୋଧରେ ବଡ଼ ଅସ୍ତ୍ର।ଭାଇରସର ମ୍ୟୁଟେସନ ହେବ ଆମକୁ ସତର୍କ ରହିବାକୁ ପଡ଼ିବ। ଆମେ।ସ୍ପେକୁଲେଟେଡ଼ କରିବା ନାହିଁ ସତର୍କ ରହିବା। ଯେଉଁ ଠି ବଢିଛି ସେଠାରେ ଆତଙ୍କିତ ସ୍ଥିତି ନାହିଁ। ଆମକୁ ବାଲାନ୍ସ କରିବା କୁ ପଡ଼ିବ। ସରକାରଙ୍କ କୋଭିଡ ନିୟମ ଅନୁସାରେ ସ୍କୁଲ ଖୋଲିବାକୁ ପଡ଼ିବ।
ନିରଞ୍ଜନ ମିଶ୍ର,ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ରହିବା କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ…
{ }କୋଭିଡ୍ ନିୟମଗୁଡ଼ିକର କଡ଼ାକଡ଼ି ପ୍ରବର୍ତ୍ତନ ଉପରେ ଗୁରୁତ୍ୱ କୋଭିଡ୍ ମୃତକଙ୍କ ଉତ୍ତରାଧିକାରୀଙ୍କୁ ଅନୁକଂପା ସହାୟତା ପ୍ରଦାନକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ କୋଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବର୍ତ୍ତମାନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ଆରମ୍ଭ ହୋଇଛି । ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଜିବୀକା ନିର୍ବାହ ସହିତ ସଂପୃକ୍ତ ସମସ୍ତ ଅନୁଷ୍ଠାନ, ସଂସ୍ଥା ଏବଂ କାର୍ଯ୍ୟକ୍ରମଗୁଡ଼ିକ ପୁନଃ ଆରମ୍ଭ ହୋଇଛି । ତେଣୁ ଏହି ସମୟରେ ସମ୍ଭାବ୍ୟ ତୃତୀୟ ଲହରର ପ୍ରଭାବ ରୋକିବା ନିମନ୍ତେ ଆମକୁ ଅଧିକ ସତର୍କ, ସଜାଗ ଓ କ୍ରିୟାଶୀଳ ହେବାକୁ ପଡ଼ିବ । ମଣ୍ଡଳ ଉନ୍ନୟନ ଅଧିକାରୀ, ସରପଂଚ, ୱାର୍ଡମେମ୍ବର, ଅଙ୍ଗନାବାଡ଼ି କର୍ମୀ, ଗ୍ରାମ ଓ ପଂଚାୟତ ସ୍ତରୀୟ ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ମାନଙ୍କ ମାଧ୍ୟମରେ ସବୁ ଅଂଚଳର ବାସ୍ତବ ସ୍ଥିତି ବିଷୟରେ ସଠିକ୍ ସୂଚନା ସଂଗ୍ରହ ସହ କୌଣସି ସ୍ଥାନରେ କୋଭିଡ୍ ସଂକ୍ରମଣ ଜଣାପଡ଼ିବା ମାତ୍ରେ ଲକ୍ଷଣ ପ୍ରକାଶ ପାଇବାମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହାଛଡ଼ା ଘରକୁ ଘର ଅଭିଜାନ ମାଧ୍ୟମରେ କୋଭିଡ୍ ଟିକାକରଣକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ କୋଭିଡ୍ ପରିଚାଳନାରେ ଓଡ଼ିଶା ଆନ୍ତର୍ଜାତିକ ସ୍ୱୀକୃତି ପାଇଛି । କୋଭିଡ୍ ଟିକାକରଣରେ ସମଭାବେ ଆଗୁଆ ହୋଇ ଏହି ସୁନାମ ବଜାୟ ରଖିବା ପାଇଁ ଶ୍ରୀ ଜେନା ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଟିକାକରଣର ଗ୍ରାମ ସ୍ତରୀୟ କାର୍ଯ୍ୟ-ଯୋଜନାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟାନ୍ୱୟନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜକୁମାର ଶର୍ମା କହଥିଲେ ଯେ କେତେକ ଦେଶରେ କୋଭିଡ୍ର ଏକ ନୂଆ ମିଶ୍ରିତ ପ୍ରକାର ଦେଖାଇଛି । ଏହା ଅଧିକ ମିଶ୍ରିତ ଏବଂ ତୀବ୍ର ହେବାର ସମ୍ଭାବନା ରହିଛି । ତେଣୁ ୧୮ ରୁ ଉର୍ଦ୍ଧ୍ଵ ସମସ୍ତ ନାଗରିକଙ୍କର ଶତ ପ୍ରତିଶତ ଟିକାକରଣ ଆମ ପାଇଁ ଏକ ବଡ଼ ପ୍ରତିରୋଧକ ହେବ । କୋଭିଡ୍ ପରୀକ୍ଷା କଲାବେଳେ ‘ଜେନୋମିକ୍ ସିକୁଏନ୍ସିଂ’ କରାଇବା ପାଇଁ ମଧ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଥିଲେ ।
କୋଭିଡ୍ ନିରାକରଣ ବ୍ୟବହାର ଯଥା ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଏବଂ ସାନିଟାଇଜର ବ୍ୟବହାର ଆଦିକୁ କଡାକଡି ଭାବେ ପ୍ରବର୍ତ୍ତନ କରାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନିୟମ ଭଙ୍ଗ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନଙ୍କ ବିରୁଦ୍ଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ, ଜୋରିମାନା ଆଦାୟ ଆଦିକୁ ଅଧିକ ସଘନ ଓ ବ୍ୟାପକ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍-୧୯ ମୃତକଙ୍କ ଉତ୍ତରାଧିକାରୀଙ୍କୁ ଅନୁକଂପା ସହାୟତା ରାଶି ପ୍ରଦାନ ବିଷୟ ବୈଠକର ଆଲୋଚନାରେ ସ୍ଥାନ ପାଇଥିଲା । ଏହି ପ୍ରକ୍ରିୟାକୁ ଜନ ସାଧାରଣଙ୍କ ନିମନ୍ତେ ଅଧିକ ସରଳ ଓ ସୁଗମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ଅଡିଟେଡ୍ ମୃତକଙ୍କ ନିକଟ ସଂପର୍କୀୟଙ୍କୁ ଅନୁକଂପା ରାଶି ପ୍ରଦାନ ନିମନ୍ତେ ପ୍ରକ୍ରିୟାଗତ ଆବଶ୍ୟକତା ପ୍ରତିବନ୍ଧକ ହେବା ଉଚ୍ଚିତ୍ ନୁହେଁ ବୋଲି ଉନ୍ନୟନ କମିଶନର ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ । ସବୁ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାର କୋଭିଡ୍ ସ୍ଥିତି, ପ୍ରତିରୋଧାତ୍ମକ କାର୍ଯ୍ୟଯୋଜନା ଏବଂ ଅନୁକଂପା ରାଶି ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା ସାମିଲ ହେଲା କୋରାପୁଟ ଓ ନବରଙ୍ଗପୁର…
( )ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା
ସାମିଲ ହେଲା କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା।
ସାରା ରାଜ୍ୟର ୨୩ଟି ଜିଲ୍ଲା ସାମିଲ।
କୋରାପୁଟର ୧୨ ଲକ୍ଷ ଓ ନବରଙ୍ଗପୁରର ୧୧.୩୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ smart health card ର ଉପଯୋଗୀତା ବିଷୟରେ ଜନଜାତି ଭାଇଭଉଣୀଙ୍କ ମଧ୍ୟରେ ସଚେତନତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ –
କୋରାପୁଟରେ ୧୦୦୦ କୋଟି ଓ ନବରଙ୍ଗପୁରରେ ୧୩୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ।
{ }ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି।କୋରାପୁଟର ୧୨ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ନବରଙ୍ଗପୁରର ୧୧ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ସ୍ମାର୍ଟ କାର୍ଡ ପାଇବେ । ଆଜିର କାର୍ଯ୍ୟକ୍ରମ ସହିତ ରାଜ୍ୟର ୨୩ଟି ଜିଲ୍ଲାର ଜନସାଧାରଣ ଏହି ଯୋଜନାରେ ସାମିଲ ହେଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ରାଜ ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।କୋରାପୁଟ ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦୦ କୋଟି ଟଙ୍କାର ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଥିଲେ। ।ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋରାପୁଟ ଆଜି ଏକ ସଫଳ ଜିଲ୍ଲା ଭାବରେ ନୂଆ ପରିଚୟ ସୃଷ୍ଟି କରିପାରିଛି। ଏକ ନୂଆ ବ୍ରାଣ୍ଡ ଭାବରେ କୋରାପୁଟ କଫି ମାର୍କେଟରେ ସୁନାମ କରିବା ସହିତ ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ନୂଆ ସୁଯୋଗ ମଧ୍ୟ ସୃଷ୍ଟି କରିପାରିଛି । ଆଗାମୀ ୫ ବର୍ଷରେ ୫୦୦୦ ହେକ୍ଟର ଜମିରେ କଫି ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଜନଜାତି ଭାଇଭଉଣୀ ମାନଙ୍କ ଶିକ୍ଷା ସହିତ ନୂଆ ନୂଆ ରୋଜଗାର ସୃଷ୍ଟି ଓ ଯୋଗାଯୋଗର ଉନ୍ନତି ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେହିପରି ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ପାଇଁ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସେଠାରେ ୧୩୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ପିଇବା ପାଣି ଠାରୁ ଆରମ୍ଭ କରି ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ସେ କହିଥିଲେ । ସେହିପରି ଜିଲ୍ଲା ପାଇଁ ଗୋଟିଏ ଦିନରେ ୪୫କୋଟି ଟଙ୍କା ଖର୍ଚ୍ଚରେ ୪୯ଟି ସ୍ବାସ୍ଥ୍ୟ ପ୍ରତିଷ୍ଠାନ (Health Institution) ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ବାରା ଜିଲ୍ଲାର କୋଣ ଅନୁକୋଣରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆସିପାରିବ । ସ୍ବାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର smart health card ଜରିଆରେ ନବରଙ୍ଗପୁର ର ଏଗାର ଲକ୍ଷ ତିରିଶ ହଜାର ଲୋକ ଉପକାର ପାଇବେ ।
ମୁଖ୍ୟମନ୍ତ୍ରୀ କହିଲେ ଯେ ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ BSKY Smart Health Card ରେ ସେବା ପ୍ରଦାନ ଆରମ୍ଭ ହୋଇଛି। ସେହି ଦିନ ଠାରୁ ଓଡିଶାର ସ୍ବାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି ସେ କହିଥିଲେ । ସ୍ମାର୍ଟ ହେଲ୍ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।
ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।
ଏହି କାର୍ଯ୍ୟକ୍ରମରେ କୋରାପୁଟରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, କୋରାପୁଚ ବିଧାୟକ ଶ୍ରୀ ରଘୁରାମ ପଡଲ ପ୍ରମୁଖ ଯୋଗ ଦେଇଥିବା ବେଳେ ନବରଙ୍ଗପୁରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ସାଂସଦ ରମେଶଚନ୍ଦ୍ର ମାଝୀ ଓ ବିଧାୟକ ଶ୍ରୀ ସଦାଶିବ ପାଣିଗ୍ରାହୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟରେ ବିକାଶର ନୂତନ ଧାରା ସାରା ଦେଶକୁ ରାସ୍ତା ଦେଖାଇଛି। କୋଭିଡ ମହାମାରୀର ପରିଚାଳନା ପାଇଁ ଆଜି ରାଜ୍ୟ ଦେଶ ବିଦେଶରେ ପ୍ରଶଂସିତ ହେଉଛି । ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ଭାବରେ ପରିଚୟ ସୃଷ୍ଡି କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।
କୋରୋନାର ନୂଆ ଭାରିଆଣ୍ଟ ପାଇଁ ଆଡ଼ଭାଇଜରି ଜାରି କଲେ ରାଜ୍ୟ ସରକାର…
( )କୋରୋନାର ନୂଆ ଭାରିଆଣ୍ଟ ପାଇଁ ଆଡ଼ଭାଇଜରି ଜାରି କଲେ ରାଜ୍ୟ ସରକାର । ସମସ୍ତ ଜିଲାପାଳ , ସିଡ଼ିଏମଓ ଓ।ମୁନିସିପାଳିଟି କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ସ୍କୁଲ କଲେଜ ହଷ୍ଟେଲରେ ଉପରେ କଡା ନଜର ରଖିବା ପାଇଁ ନିର୍ଦେଶ । ଫୋକସରେ 3ଟି । ଟେଷ୍ଟି, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟୀକାକରଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦେଶ । ସ୍କୁଲ କଲେଜରେ ସ୍ୱତନ୍ତ୍ର ସଂଗରୋଧ କେନ୍ଦ୍ର କରିବା ପାଇଁ କୁହାଯାଇଛି । କୋଭିଡ ମାର୍ଗଦର୍ଶିକା ପାଳନ ପାଇଁ କୁହାଯାଇଛି । ସ୍କୁଲ କଲେଜ ହଷ୍ଟେଲରେ ସୁର୍ଭିଲାନସି କରିବା ପାଇଁ ନିର୍ଦେଶ । ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛ ସ୍କୁଲ ନ ଆସିବା ପାଇଁ କୁହ ଯାଇଛି । ଯେଉଁଠି ଅଧିକ ସଂକ୍ରମଣ ବାହାରିବ ତାହାକୁ ସିଲ କରାଯିବା ସହ ପୂର୍ବ ନିୟମକୁ କଡାକଡି ପାଳନ କରାଯିବ । ସମଷ୍ଟେ ସତର୍କ ରହିଲେ ତୃତୀୟ ଲହରକୁ ଏଡାଇ ଯାଇପାରିବା । ବିଦେଶ ଫେରନ୍ତା ଉପରେ ରହିବ ନଜର ।ଯେଉଁମାନେ ବିଦେଶରୁ ଫେରିବେ 10 ଦିନ ସଙ୍ଗରୋଧରେ ରହିବେ ।
ବାଇଟ: ନିରଞ୍ଜନ ମିଶ୍ର, ସ୍ୱାସ୍ଥ୍ୟ ନିର୍ଦେଶକ
ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତ ହେଉଛି କୋରାଇ କଂଗ୍ରେସ
ଦର ବୃଦ୍ଧି ଓ ନାରୀ ନିର୍ଯ୍ଯାତନା କୁ କରିଛି ଅସ୍ତ୍ର।
ବ୍ଯାସନଗର : ୨୬/୧୧ (ବିନିଓ) ଆସନ୍ତା ୨୮ ତାରିଖରୁ ଯାାଜପୁର କୋରାଇ ଠାରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ସଜବାଜ ହେଉଛି କୋରାଇ କଂଗ୍ରେସ । ବ୍ୟାସନଗର ସ୍ଥିତ ଏକ ହୋଟେଲରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି । ବ୍ୟାସନଗର କଂଗ୍ରେସ ସଭାପତି ଦିଲ୍ଲୀପ ମଲ୍ଲିକ ଓ କୋରେଇ ବ୍ଳକ କଂଗ୍ରେସ ସଭାପତି ଅକ୍ଷୟ କୁମାର ଜେନାଙ୍କ ନେତୃତ୍ୱରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡା ଯୋଗ ଦେଇ ଜନଜାଗରଣ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ସମେତ ବହୁ ପୂର୍ବତନ ସାଂସଦ,ମନ୍ତ୍ରୀ ତଥା ବହୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ଥିବା ସୂଚନା ଦେଇଛନ୍ତି ଶ୍ରୀମତୀ ପରିଡା । ତେବେ ଆଗମୀ ପୋୖର ଓ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏହା ହେଉଥିବା ସୂଚନା । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିିଭିନ୍ନ ସାମଗ୍ରୀର ଅହେତୁକ ଦର ବୃଦ୍ଧି ରାଜ୍ୟ ଓ କେନ୍ଦ୍ର ସରକାର କରୁଥିବା ଭ୍ରଷ୍ଟାଚାର , ଦୁର୍ନୀତି ଓ ନାରୀ ନିର୍ଯ୍ୟାତନା ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଏହି ଜନଜାଗରଣ ଯାତ୍ରାର ଡାକରା ଦିଆଯାଇଛି । ପ୍ରଦେଶ କଂଗ୍ରେସ ପକ୍ଷରୁ ଓଡ଼ିଶାର ପ୍ରତେକ ଜିଲ୍ଲାରେ ଏହି ଡାକରା ଦିଆଯାଇଛି । ଏହି ଅବସରରେ ବ୍ୟାସନଗର ର ବରିଷ୍ଠ କଂଗ୍ରେସ ନେତା ବିଦ୍ଯାଧର ମହାନ୍ତି , ପୂର୍ବତନ କାଉନସିଲର୍ ଅନୁପ୍ ନାୟକ ଯୋଗଦେଇଥିଲେ ।
ବ୍ଯାସନଗର ରୁ ଅଜୟ କୁମାର ସାହୁ ବିଗ୍ ନିଉଜ୍ ଓଡିଶା
ସାଂସଦ ଅପରାଜିତାଙ୍କୁ ; ଅନନ୍ତ କହିଲେ ଓଡ଼ିଶାରେ ଚଳିବନି ବିହାରୀ ନୀତି…
( ) ସାଂସଦ ଅପରାଜିତାଙ୍କ ଇଙ୍ଗିତରେ ବସ୍ତି ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ ଘୋର ନିନ୍ଦନୀୟ: ଅନନ୍ତ ନାରାୟଣ ଜେନା
ନିଜେ ଲୁଚିଲେ, ଗୁଣ୍ଡା ବାହିନୀ ଲଗାଇ ଢେଲାମାଡ଼ କଲେ
ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ
ଗୁରୁବାର ସନ୍ଧ୍ୟାରେ ରାଜଧାନୀର ଆଚାର୍ଯ୍ୟ ବିହାର ନିକଟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ଅଞ୍ଚଳର ସମସ୍ୟା ଏବଂ ବିକାଶ କାର୍ଯ୍ୟ ସଂପର୍କରେ ପ୍ରଶ୍ନ ପଚାରିବାକୁ ଯାଇଥିବା ସ୍ଥାନୀୟ ବସ୍ତିର ମହିଳାମାନଙ୍କୁ ସାଂସଦ ତାଙ୍କର ନିଜସ୍ଵ ଗୁଣ୍ଡା ବାହିନୀ ଲଗାଇ ଯେଉଁଭଳି ଭାବେ ଅସଦାବରଣ ଓ ମରଣାନ୍ତକ ଆକ୍ରମଣ କଲେ, ତାହାକୁ ମୁଁ ଦୃଢ ନିନ୍ଦା କରୁଛି।
ସାଂସଦ ଅପରାଜିତାଙ୍କୁ ମୋର ପ୍ରଶ୍ନ ହେଲା-
ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ମିଶିବା ପାଇଁ ଏବଂ ଲୋକଙ୍କୁ ସାମ୍ନା କରିବାକୁ ସେ ଏତେ ଡରୁଛନ୍ତି କାହିଁକି?ସବୁବେଳେ ଅପରାଜିତାଙ୍କ ପାଖେ ପାଖେ ରହୁଥିବା ଏଇ ଜିମ୍ ବାପି କିଏ ? ୧୫ ରୁ ଅଧିକ ସଂଗିନ ଆପାରାଧିକ ମାମଲା ଥିବା ଜିମ୍ ବାପି ବିଜେପିର ପ୍ରାଥମିକ ସଦସ୍ୟ ନା ଗୁଣ୍ଡା ବାହିନୀର ସର୍ଦ୍ଦାର ?ସାଂସଦଙ୍କ ଏହି ଗୁଣ୍ଡା ବାହିନୀ ଖାଲି ସାଧାରଣ ଜନତାଙ୍କୁ ଟାର୍ଗେଟ କରୁନାହାନ୍ତି, ୨ ମାସ ଭିତରେ ତାଙ୍କ ନିଜ ଦଳର ୨ଜଣ କର୍ମୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏ ନେଇ ଗୁଣ୍ଡା ବାହିନୀ ନାଁରେ ୨ଟି ମାମଲା ବି ରୁଜୁ ହୋଇଛି ନା ନାହିଁ? ଏମିତି ହେଉଛି ସେମାନଙ୍କ ଚରିତ୍ର ।ଜଣେ ନିର୍ବାଚିତ ସାଂସଦ ଯଦି ଜନତାଙ୍କ ବିରୋଧର ସମ୍ମୁଖୀନ ହେଉଛନ୍ତି, ତେବେ ପୁଲିସର ସୁରକ୍ଷା ନ ନେଇ ଏକ ନିଜସ୍ଵ ସୁରକ୍ଷା ବାହିନୀ ଧରି ବୁଲୁଛନ୍ତି କାହିଁକି?ମୋ ଜାଣିବାରେ ଆଜି ପର୍ଯ୍ୟନ୍ତ ଓଡ଼ିଶାର କୌଣସି ଦଳର କୌଣସି ନେତା ଏଭଳି ନିଜସ୍ଵ ଗୁଣ୍ଡା ବାହିନୀ ସୃଷ୍ଟି କରି ଲୋକଙ୍କୁ ଭୟଭୀତ କରିବା ବା ଆକ୍ରମଣ କରିବାର ପନ୍ଥା ଆପଣାଇ ନାହାନ୍ତି। ଏପରିକି ତାଙ୍କ ଦଳର ଅନେକ ବରିଷ୍ଠ ନେତା ଭୁବନେଶ୍ଵର ଆସୁଛନ୍ତି, ମାତ୍ର ସେମାନଙ୍କ ମଧ୍ୟରୁ କେହି ଏପରି ନିଜସ୍ଵ ସୁରକ୍ଷା ବାହିନୀ ଧରି ବୁଲୁଛନ୍ତି କି?
ଅପରାଜିତା କଣ ଶାନ୍ତିପ୍ରିୟ ରାଜ୍ୟ ଆମ ଓଡ଼ିଶାକୁ ବିହାର ଭଳି କରିବାକୁ ଚେଷ୍ଟା କରୁଛନ୍ତି?
ଓଡ଼ିଶାକୁ ବିହାର କରିବାକୁ ଅପଚେଷ୍ଟା କରୁଥିବା ଅପରାଜିତାଙ୍କୁ ଆଗାମୀ ଦିନରେ ଜନତା ଉଚିତ ଜବାବ ଦେବେ।ଏହି ପରିପ୍ରେକ୍ଷୀରେ ଆମେ ବସ୍ତିର ଅସହାୟ ଓ ନିରୀହ ମହିଳାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ଓ ଅସଦାରଣ କରିଥିବା ଅସାମାଜିକ ତତ୍ତ୍ଵଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ।