( ) ବିଜେଡି ଛାତ୍ର ଓ ଯୁବ ସଂଗଠନ ର ଜୋରଦାର ପ୍ରତିବାଦ।
ତୁରନ୍ତ ତୈଳ ଦର ହ୍ରାସ ପାଇଁ ସମସ୍ୱରରେ ଦାବି।
କେନ୍ଦ୍ର ବିରୁଦ୍ଧରେ ବିଜେଡି ଛାମୁଆ ସଂଗଠନର ପ୍ରତିବାଦ ଜାରି।
ଡିସେମ୍ବର ୩ ରେ ରନ୍ଧନଗ୍ୟାସ ଦରବୃଦ୍ଧିର ପ୍ରତିବାଦ କରିବ ମହିଳା ଜନତା ଦଳ।
ଡିସେମ୍ବର ୪ରେ ବେକାରୀ ସମସ୍ୟା ନେଇ ହେବ ପ୍ରତିବାଦ।
{}ରନ୍ଧନଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି ସହିତ ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ନଦେବାକୁ ହୋଇଥିବା ଷଡଯନ୍ତ୍ର ଏବଂ ବେକାରୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଜେଡିର ଆନ୍ଦୋଳନ ଜାରି ରହିଛି । ଗତକାଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନକୁ ନେଇ
ଆନ୍ଦୋଳନ କରାଯାଇଥିବାବେଳେ ଆଜି ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ରାଜଭବନ ନିକଟରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।
ଏହି ପ୍ରତିବାଦ ସଭାରେ ୫ହଜାରରୁ ଉର୍ଦ୍ଧ୍ୱ ଯୁବ ଓ ଛାତ୍ରମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା, ମାନ୍ୟବର ବିଧାୟକ ତଥା ସାଧାରଣ ସମ୍ପାଦକ(ଯୁବଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, କଟକ
ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଆଦି ଉପସ୍ଥିତ ଥିଲେ ।ଉପସ୍ଥିତ ଛାତ୍ର, ଯୁବକ ଓ ବରିଷ୍ଠ ନେତାମାନେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ଲଗାମଛଡା ଦରବୃଦ୍ଧି କରିବା ଯୋଗୁଁ ରାଜ୍ୟର ସାଧାରଣ ଓ ଗରିବ ଲୋକେ କିଭଳି ଦରବୃଦ୍ଧିର ସମ୍ମୁଖୀନ ହୋଇଛନ୍ତି ତାହା ଦର୍ଶାଇବା ସହିତ ତୁରନ୍ତ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଦର ହ୍ରାସ ପାଇଁ ଦାବି କରିଥିଲେ । କେନ୍ଦ୍ର ସରକାର ଯଦି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାର ଦର ନକମାନ୍ତି ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାପାଇଁ ବିଭିନ୍ନ ସ୍ଥାନରୁ ଆସିଥିବା ଯୁବ ଓ ଛାତ୍ରନେତାମାନେ ମତ
ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ । ଆଜିର ପ୍ରତିବାଦ କାର୍ଯ୍ୟକ୍ରମରେ ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକ, ଜିଲ୍ଲା ସଭାପତି ସମରେଶ ବେଉରା, ଏଲିନା ଦାସ, ଧୃତି ମାର୍ଥା, ଜ୍ୟୋସ୍ନା ପରିଡା, ବିଜୟକେତନ
ସାହୁ, ଶୁଭ୍ରାଂଶୁ ମିଶ୍ର, ସୋଫିଅ ଆଲାମ, ସୁନୀଲ ପଣ୍ଡା, ରାକେଶ ରାମ, ତାରିଣୀ ପ୍ରସାଦ ନାୟକ, ଆଶିଷ ମିଶ୍ର, ମଧୁସ୍ମିତା ନାୟକ, ପାର୍ଥ ମୁଦୁଲି, ଗଣେଶ ମହାପାତ୍ର, ଶୁଭ୍ରଜିତ ପାଢ଼ୀ, ବାନିକଲ୍ୟାଣ ମହାନ୍ତି, ଅଂଶୁମାନ ସେଠି, ସୋନାଲି ପ୍ରିୟଦର୍ଶିନୀ, ମହେକ୍ଷିତ ମିଶ୍ର, ଅପର୍ଣ୍ଣା ଦାସ , ବାସୁଦେବ ସା, ଦୀପକ ସାହୁ, ଲଗ୍ନାଦୀପା ମିଶ୍ର, ଜଗମୋହନ ବଳିଆରସିଂ, ଅଫଟାବ ଖାନ, ପୃନେନ୍ଧୁ
ପୂଜାପଣ୍ଡା, ଦୀପକ ସାମନ୍ତରାୟ, ଦୀପକ ମହାପାତ୍ର, ସୌମ୍ୟରଂଜନ ତ୍ରିପାଠୀ, ରାଜେଶ ଭୂୟାଁ, ଅଦ୍ୟପ୍ରାଣ ସୁବୁଦ୍ଧି, ର୍ନିମଳ ବିକାଶ ମହାପାତ୍ର, ମନୋଜ ମହାନ୍ତି, ମନୋଜିତ ଦାସ,ସ୍ମୃତି ନାୟକ ଏବଂ ଛାତ୍ର ବିଜେଡିର ରାଜେଶ ରାଜ ସ୍ୱାଇଁ, ଇପ୍ସିତା ସାହୁ, ଅଜିତ
ବେହେର. ସ୍ୱାଗତିକା ଦାସ, ଅପୂର୍ବ ଅପରୂପା, ବିଜୟ ବସନ୍ତିଆ, ସୁଜିତ୍ ପାଲଟା ସିଂ, ସମ୍ବିତ ବେହେରା, ଅଭିଷେକ ବେହେରା,ମିକୁ ପ୍ରଧାନ, ସଂକେତ ରାୟ, ସୁଭାଙ୍ଗୀ ରାୟ, ରଞ୍ଜିତ ଦାସ, ସମ୍ବିତ ଶ୍ରୀଚନ୍ଦନ, ବିଜୟଲକ୍ଷ୍ମୀ ଦାସ, ସୁଚିଶ୍ମିତା ବେହେରା. ଅସିମ୍
ମହାନ୍ତି, ଅନନ୍ତ ନାରାୟଣ ଜେନା, ପୱନ୍ ସ୍ୱାଇଁ, ଅରୂପ ଶ୍ରୀଚନ୍ଦନ, ଆସିଫ୍ ଅମିନ (କଟକ ଜିଲ୍ଲା ସଭାପତି), ବିଶ୍ୱଦୀପ୍ ପ୍ରଧାନ (ଖୋର୍ଦ୍ଧା ଜିଲ୍ଲା ସଭାପତି), ସୌମ୍ୟ ପ୍ରକାଶ ବିଶ୍ାଳ ( ଯାଜପୁର ଜିଲ୍ଲା ସଭାପତି), ସୁଭାଷ ସାହୁ (ଭୁବନେଶ୍ର ଜିଲ୍ଲା ସଭାପତି).ସଞ୍ଜୟ ପଟ୍ଟନାୟକ (କଟକ ସିଟି ସଭାପତି), ଭଗବାନ ସାହୁଙ୍କ ସମେତ ୫ହଜାରରୁ ଉର୍ଦ୍ଧ୍ୱ ଛାତ୍ର ଓ ଯୁବ ସଂଗଠନର କର୍ମକର୍ତ୍ତା
ଉପସ୍ଥିତ ଥିଲେ । କେନ୍ଦ୍ର ବିରୁଦ୍ଧରେ ଚାଲିଥିବା ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ଆସନ୍ତା କାଲି (ଡିସେମ୍ବର ୩ ତାରିଖ)ରେ ବିଜୁ ମହିଳା ଜନତାଦଳ ପକ୍ଷରୁ ରନ୍ଧନଗ୍ୟାସ ଦରବୃଦ୍ଧି ନେଇ ଜୋରଦାର ପ୍ରତିବାଦ କରାଯିବ ଏବଂ ୪ତାରିଖରେ ବେକାରୀ ସମସ୍ୟା ନେଇ ଯୁବ ଓ ଛାତ୍ର ସଂଗଠନ ଆନ୍ଦୋଳନ କରିବାକୁ ସ୍ଥିର ହୋଇଛି ।
(ଲେନିନ୍ ମହାନ୍ତି)
ମୁଖପାତ୍ର, ବିଜୁ ଜନତା ଦଳ
ପେଟ୍ରୋଲ ଓ ଡିଜେଲ ଦରକୁ ନେଇ କେନ୍ଦ୍ର ବିରୁଦ୍ଧରେ ରାଜଭବନ ସମ୍ମୁଖରେ…
ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ…
( )ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି।
ମୋ ସରକାର ରେ ପ୍ରତିକୂଳ ମତାମତର ପ୍ରଭାବ।
୩ ଜଣ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଜଣେ RI ଚାକିରୀ ରୁ ବହିଷ୍କୃତ ।
୨ ଜଣ ପୂର୍ବତନ ଅଧିକାରୀ ଙ୍କ ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ କରାଗଲା।
ଏପର୍ଯ୍ୟନ୍ତ ୧୪୦ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ।
{}ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଜଣେ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ଏହା ସହିତ ଦୁଇ ଜଣ ଅଧିକାରୀଙ୍କ ପେନ୍ସନ ମଧ୍ୟ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି।ବାଧ୍ୟତାମୂଳକ ଅବସର ପାଇଥିବା ୩ ଜଣଙ୍କ ମଧ୍ୟରୁ ସମ୍ବଲପୁର ମହାନଗର ନିଗମର କମ୍ୟୁନିଟି ଅର୍ଗାନାଇଜର (ଜଟଣୀ ମ୍ୟୁନିସିପାଲ୍ଟି ଓ ଛତ୍ରପୁର ଏନ୍.ଏ.ସି.ର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ) ଶ୍ରୀମତୀ ଲଳିତା କପୁରଙ୍କ ନାମରେ ଦୁଇଟି ଦୁର୍ନୀତି ଅଭିଯୋଗ ରହିଛି। ସରକାରୀ ଅର୍ଥ ଆତ୍ମସାତ କରିବା ସହିତ ଆହୁରି ଅନେକ ଦୁର୍ନୀତି ଅଭିଯୋଗ ତାଙ୍କ ନାମରେ ରହିଛି । ବେଲପାହାଡ ମ୍ୟୁନିସିପାଲ୍ଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲୋକନାଥ ତିୱାରୀଙ୍କୁ ମଧ୍ୟ ଅପାରଗତା ଓ ଅସାଧୁତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ଝାରସୁଗୁଡା ମ୍ୟୁନିସ୍ପାଲିଟ୍ର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ପ୍ରଧାନଙ୍କୁ ଅପାରଗତା, ଅସାଧୁତା ଓ ଆର୍ଥିକ ଅନିୟମିତତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।ପୁରୀ ଜିଲ୍ଲା ବେତାଲ ଆର.ଆଇ ସର୍କଲର ରାଜସ୍ବ ନିରୀକ୍ଷକ ଶ୍ରୀ ମନୋଜ କୁମାର ପରିଡାଙ୍କୁ ଦୁର୍ବ୍ୟବହାର, ବିଶୃଙ୍ଖଳା ଅଚରଣ ଓ କର୍ତ୍ତବ୍ୟରେ ଅବହେଳା ଓ ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ଯୋଗୁ ଚାକିରୀରୁ ବହିଷ୍କୃତ କରାଯାଇଛି ।ଉପରୋକ୍ତ ଚାରିଜଣଙ୍କ ସମ୍ପର୍କରେ ମଧ୍ୟ ମୋ ସରକାର feedbackରେ ଜନସାଧାରଣ ପ୍ରତିକୂଳ ମତାମତ ଦେଇଥିଲେ । ଏହାସହିତ ଓଡିଶା ପୋଲିସ ସେବା ଅଧିକାରୀ ବଲାଙ୍ଗୀରର ପୂର୍ବତନ ଅତିରିକ୍ତ ଏସ୍.ପି ତଥା ହୋମଗାର୍ଡର ପୂର୍ବତନ ଡି.ଏସ୍.ପି ଶ୍ରୀ ଶ୍ରୀକାନ୍ତ ମିଶ୍ର ଏବଂ ଗଞ୍ଜାମ ବେଲଗୁଣ୍ଠା ବ୍ଲକ୍ର ପୂର୍ବତନ ଏ.ଏଫ.ଓ ଶ୍ରୀ ଏପିଲି ଉଦୟନାଥଙ୍କର ପେନ୍ସନକୁ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ସେମାନଙ୍କ ନାମରେ ଥିବା ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ଯୋଗୁ ଏହି ପଦକ୍ଷେପ ନିଆଯାଇଛି।
ଘାରିଲା ଓମିକ୍ରନ ଚିନ୍ତା…
{}କୋଭିଡର ନୂଆ ଭେରିୟଣ୍ଟ ଓମିକ୍ରନ ବର୍ତ୍ତମାନ 26 ଟି ଦେଶକୁ ବ୍ୟାପିଲାଣି । ସରକାରଙ୍କ ନିର୍ଦେଶ ରହିଛି ଯେଉଁମାନେ ରିକ୍ସ ଦେଶରୁ ଆସୁଛନ୍ତି ସେମାନେ ନେଗେଟିଭ ରିପୋର୍ଟ ଧରି କି ଆସିବେ । ନିଜ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ(କେଉଁଠୁ ଆସୁଛନ୍ତି କେଉଁଠିକୁ ଯିବେ) ପୋର୍ଟାଲରେ ଦେବା ଲାଗି ବାଧ୍ୟତାମୂଳକ କରାଯାଇଛି । ସମସ୍ତ ବିମାନ ବନ୍ଦରରେ ଟେଷ୍ଟିଂ କରାଯାଉଛି । ଟେଷ୍ଟ ଯଦି ପିଜେଟିଭ ଆସିଲା ତାଙ୍କୁ ତୁରନ୍ତ ଆଇଶୋଲେଶନ କୁ ପଠାଯିବ । ଯଦି ନେଗେଟିଭ ଆସିଲା ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ଛଡା ଯିବ । 7 ଦିନ କ୍ୱାରେଣ୍ଟାଇନରେ ରହିବା ପରେ ଅଷ୍ଟମ ଦିନ ତାଙ୍କର ପୁଣି ଥରେ ଟେଷ୍ଟ କରାଯିବ । ଯେହେତୁ ବିଦେଶ ଫେରନ୍ତା ବିମାନ ବନ୍ଦରରେ ଟେଷ୍ଟ କରି ଆସୁଛନ୍ତି ତେଣୁ ଆମେ ବର୍ତ୍ତମାନ ସେମାନଙ୍କୁ ଟ୍ରେସ କରି ଅଷ୍ଟମ ଦିନ ତାଙ୍କର ଆରଟିପିସିଆର ଟେଷ୍ଟ କରିବାକୁ ପଦକ୍ଷେପ ନେଇଛୁ । ଯଦି ଏହି ଅଷ୍ଟମ ଦିନ ତାଙ୍କର ପିଜେଟିଭ ଆସିଲା ସେ ଆଇସୋଲେସନକୁ ଯିବେ ନଚେତ ଆଉ 7 ଦିନ ତାଙ୍କୁ ସେଲଫଃ ଅଵଜରବେଶନରେ ରଖାଯିବ । ମୋଟ 14 ଦିନ ତାଙ୍କୁ ସଙ୍ଗରୋଧରେ ରହିବାକୁ ହେବ । ଆଉ ଯେଉଁ ମାନଙ୍କର ପିଜେଟିଭ ଆସିବ ତାଙ୍କର ଜିନମ ସିକ୍ୟୁସେନିଂ କରାଯିବ ।ମିଳିଥିବା କେବଳ ଦୁଇ ଦିନର ତଥ୍ୟ ଅନୁଯାୟୀ ରିସ୍କ ଥିବା ଦେଶରୁ ସର୍ବମୋଟ 380 ଜଣ ଓଡିଶାକୁ ଫେରିଛନ୍ତି । 28 ତାରିଖରେ 224 ଜଣ ଓ 29 ତାରିଖରେ 156 ଜଣ ଆସିଛନ୍ତି । ସେ ବିଷୟରେ ଜିଲ୍ଲା ପ୍ରଶାସନକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଇଦିଆଯାଇଛି ।ସବୁ ପରିସ୍ଥିତିକୁ ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ଆମେ ଆଡ଼ଭାଇଜାରି ଦେଇଛୁ । ସ୍ୱତନ୍ତ୍ର ଭାବେ ଭୁବନେଶ୍ୱର ବିଏମସି ଏବଂ ଝାରସୁଗୁଡା ଜିଲାପାଳଙ୍କୁ ଆମେ କହିଛୁ ଯଦି କାହାର ଘରେ କ୍ୱାରେଣ୍ଟାଇନ ପାଇଁ ବ୍ୟବସ୍ଥା ହେଉନି ତାଙ୍କ ପାଇଁ କ୍ୱାରେଣ୍ଟାଇନ ବ୍ୟବସ୍ଥା ପ୍ରୋଭାଇଡ଼ି କରିବେ । ଯଦି ସେମାନଙ୍କ ଭିତରୁ କେହି ପିଜେଟିଭ ବାହାରିଲେ କିଛି ନିର୍ଦ୍ଧିଷ୍ଟ ମେଡ଼ିକାଲରେ ବ୍ୟବସ୍ଥା କରିବା ବନ୍ଦୋବସ୍ତ ଚାଲିଛି । କାରଣ ଏମାନେ ଅନ୍ୟ କୋଭିଡ ରୋଗୀଙ୍କ ଠୁ ଅଲଗା ହୋଇ ଚିକିତ୍ସା ହେବେ । ଏବେ ଠୁ ସର୍ଭିଲାନ୍ସ ଆହୁରି ବଢ଼ିବ । ବିଶେଷ କରି ବିଦେଶ ଫେରନ୍ତାଙ୍କ ଉପରେ ଆମେ ତୀକ୍ଷଣ ନଜର ରଖୁଛୁ ।
ନିରଞ୍ଜନ ମିଶ୍ର, ଜନ ସ୍ୱାସ୍ଥ୍ୟ ନିର୍ଦେଶକ
ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ଘର ଖଣ୍ଡେ ପାଇବାରୁ କେନ୍ଦ୍ର ସରକାର ବଞ୍ଚିତ କରୁଛନ୍ତି: ବିଜେଡି
( )ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି ହୀନ ରାଜନୀତି କରୁଛି।
କେନ୍ଦ୍ରର ଉପେକ୍ଷା ଓ ବିଜେପିର ଚକ୍ରାନ୍ତ ବିରୋଧରେ ବିଜେଡିର ଆନ୍ଦୋଳନ।
ବିଧାନସଭାରୁ ପଦଯାତ୍ରାରେ ରାଜଭବନ ଯାଇ ପ୍ରତିବାଦ କଲେ ବିଜେଡି ବିଧାୟକ।
{}ମୁଣ୍ଡ ଉପରେ ଛାତ ନଥିବା ଗରିବ ଲୋକଙ୍କୁ ଘର ଖଣ୍ଡେ ଦେବା ପାଇଁ କାର୍ଯ୍ୟକାରୀ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । କିନ୍ତୁ ଏଭଳି ଏକ ମହତ୍ୱାକାଂକ୍ଷୀ ଯୋଜନାରୁ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ବଞ୍ଚିତ କରିବା ପାଇଁ ବିଜେପି ହୀନ ରାଜନୀତି କରୁଥିବାବେଳେ କେନ୍ଦ୍ର ସରକାର କ୍ରମାଗତ ଭାବେ ଉପେକ୍ଷା କରି ଚାଲିଛନ୍ତି । ଏହି ଯୋଜନାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ଯଥେଷ୍ଟ କମ୍ ସଂଖ୍ୟକ ଗୃହ ମଞ୍ଜୁର ହୋଇଥିବାବେଳେ, ଏଥିପାଇଁ ଆବଶ୍ୟକ ଅର୍ଥ ମଧ୍ୟ ପ୍ରଦାନ କରାଯାଉ ନାହିଁ । ତେଣୁ କେନ୍ଦ୍ରର ଏହି ଅବହେଳା ବିରୋଧରେ ବିଜୁ ଜନତା ଦଳ ଆଜି ରାସ୍ତାକୁ ଓହ୍ଲାଇଛି । ବିଜେଡି ବିଧାୟକମାନେ ଆଜି ବିଧାନସଭାରୁ ପଦଯାତ୍ରାରେ ରାଜଭବନ ଯାଇ ଏହାର ତୀବ୍ର ପ୍ରତିବାଦ କରିବା ସହ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାଜ୍ୟର କେବିକେ ସମେତ ୧୬ଟି ଜିଲ୍ଲାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ଲାଗି ୬ ଲକ୍ଷ ୭ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଥିଲେ । ମାତ୍ର କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଜିଓ ଟ୍ୟାଗିଂ ଲାଗି ଆୱାସ ପ୍ଲସ୍ ପୋର୍ଟାଲ ୱିଣ୍ଡୋ ବନ୍ଦ କରିଦେବାରୁ ଏହି ଯୋଗ୍ୟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇପାରିଲେ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖି ଅନୁରୋଧ କରିଥିଲେ ହେଁ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି । ଏହା ଫଳରେ ବିଶେଷ କରି ପଶ୍ଚିମଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅନୁସୂଚୀତ ଜନଜାତିର ଅଧିକାଂଶ ଲୋକ ଏହି ଯୋଜନାରେ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହା ବ୍ୟତୀତ ଫନି ବାତ୍ୟା ପ୍ରଭାବିତ ଜିଲ୍ଲାରେ ମଧ୍ୟ ସହାୟତା ରାଶିରେ ବହୁ ଲୋକଙ୍କୁ ମିଳିବାକୁ ଥିବା ଘର ଏଯାଏ ମିଳିନାହିଁ ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତାରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛି । ଏହି ଯୋଜନାରେ ଓଡ଼ିଶାକୁ ୧,୭୭,୫୨୮ ଘର ମଞ୍ଜୁର ହୋଇଥିବାେବେଳ ରାଜ୍ୟ ସରକାର ଏଯାଏ ୯୮, ୨୦୩ ଟି ଘର ର୍ନିମାଣ କରି ସାରିଛନ୍ତି । ଏପରିକି ପାର୍ଲାମେଣ୍ଟର ଷ୍ଟାଣ୍ଡିଂ କିମିଟି ଓଡ଼ିଶା ମଡେଲକୁ ପ୍ରଶଂସା କରି ଅନ୍ୟ ରାଜ୍ୟମାନେ ଏହାର ଅନୁସରଣ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ମାତ୍ର ବିଜେପି ଏହାକୁ ସହି ପାରୁନାହିଁ । ଓଡ଼ିଶା ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ହୀନ ରାଜନୀତି କରୁଛି । ରାଜ୍ୟ ସରକାର ତାଲିକା ଦେଇପାରୁନାହାନ୍ତି ବୋଲି ରାଜ୍ୟ ବିଜେପି ନେତାମାନେ
ବାରମ୍ବାର ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଏବଂ ଓଡ଼ିଶାର ଗରିବ ଜନସାଧାରଣଙ୍କ ସ୍ୱାର୍ଥ ବିରୋଧରେ ଚକ୍ରାନ୍ତ କରୁଛନ୍ତି ।କେନ୍ଦ୍ର ସରକାର ମଧ୍ୟ ପାତରଅନ୍ତର ଗ୍ରହଣ କରି ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଏହି ଯୋଜନାରେ ଅଧିକ ଘର ମଞ୍ଜୁର କରୁଥିବାବେଳେ ଓଡ଼ିଶାକୁ ଉପେକ୍ଷା କରି ଆସୁଛନ୍ତି । ଗୁଜରାଟକୁ ୮.୫ ଲକ୍ଷ, ଉତ୍ତରପ୍ରଦେଶକୁ ୧୭ ଲକ୍ଷ, ମଧ୍ୟପ୍ରଦେଶକୁ
୮.୬୪ଲକ୍ଷ, ବିହାରକୁ ୩.୬ ଲକ୍ଷ, ହରିଆନାକୁ ୨.୮୭ ଲକ୍ଷ ଘର ମଞ୍ଜୁର କରିଥିବାବେଳେ ଓଡ଼ିଶାକୁ ମାତ୍ର ୧.୭୭ଲକ୍ଷ ଘର ମଞ୍ଜୁର କରିଛନ୍ତି । ରାଜ୍ୟର ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ଘର ନଦେଇ କେନ୍ଦ୍ର ସରକାର କେମିତି ଓଡ଼ିଶାକୁ ଅବହେଳା କରୁଛନ୍ତି , ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ତେଣୁ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଏହି ବୈମାତୃକ ମନୋଭାବ ଓ ଚରମ ଅବହେଳା ବିରୋଧରେ
ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛିୟ ।
ଲେନିନ୍ ମହାନ୍ତି ,ମୁଖପାତ୍ର, ବିଜୁ ଜନତା ଦଳ
ସତର୍କ ରହିବା ସହିତ କଡାକଡି ଭାବରେ କୋଭିଡ ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନସାଧାରଣଙ୍କୁ ଅନୁରୋଧ…
( ) ମୁଖ୍ୟମନ୍ତ୍ରୀଙ୍କ କୋଭିଡ ମୁକାବିଲା ସମୀକ୍ଷା।
ସତର୍କ ରହିବା ସହିତ କଡାକଡି ଭାବରେ କୋଭିଡ ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନସାଧାରଣଙ୍କୁ ଅନୁରୋଧ।
ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ।
{ } ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ଏବଂ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡର ନୂଆ ଭାରିଏଣ୍ଟର ଭୟଭୟତା ସଂପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସବୁ ଦେଶକୁ ସତର୍କ କରାଇ ଦେଇଛନ୍ତି ଏବଂ ଏହା ଗୁରୁତର ପ୍ରଭାବ ପକାଇବାର ମଧ୍ୟ ଅଶଂକା ବ୍ୟକ୍ତ କରିଛନ୍ତି । ଗତ କିଛି ସପ୍ତାହ ହେଲା ଇରୋପରେ ସଂକ୍ରମଣ ବୃଦ୍ଧି ପାଇଛି । ଏହି ନୂଆ ଭାରିଏଣ୍ଟ ଅଧିକ ସଂକ୍ରମଣଶୀଳ ଥିବାରୁ ଜନସାଧାରଣ ଏହାକୁ ଗୁରୁତର ସହ ନେବା ପାଇଁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଥମରୁ ହିଁ ଓଡିଶା ଏହି ମହାମୀରୀ ମୁକାବିଲା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଆସିଛି । ଆହ୍ବାନମୂଳକ ପରିସ୍ଥିତି ସତ୍ତ୍ବେ ଜନସାଧାରଣଙ୍କ ସହଯୋଗରେ ଓଡିଶା ସଫଳତାର ସହିତ ପ୍ରଥମ ଓ ଦ୍ବିତୀୟ ଲହରୀର ମୁକାବିଲା କରିଥିଲା ଏବଂ ବର୍ତ୍ତମାନ ପରିସ୍ଥିତିର ଆମେ ମଧ୍ୟ ସଫଳ ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶାବ୍ୟକ୍ତ କରିଥିଲେ ।ଏହି ପରିପ୍ରେକ୍ଷୀରେ ଆମର କୋଭିଡ ମୁକାବିଲା ପାଇଁ ଆମର ଥିବା ପ୍ରସ୍ତୁତିକୁ ପୁଣି ଥରେ ପୁନଃ ସକ୍ରିୟ କରିବା ସହିତ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କ ସମତେ ଏଥିରେ ସଂଶ୍ଲିଷ୍ଟ ସବୁ ଅଧିକାରୀ ମାନଙ୍କୁ ଜାଗତିଆର ରଖିବା ପାଇଁ ପରାମର୍ଶ ଦେଇଥିଲେ ।କୋଭିଡ ନିୟମର ଯେପରି କଡାକଡି ପାଳନ କରାଯିବ, ସେଥିପ୍ରତି ସତର୍କ ପଦକ୍ଷେପ ନେବାପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି କୋଭିଡ ନିୟମ ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ମିଶନ ଶକ୍ତି ଗ୍ରୁପ ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରି ସଚେତନତା ତଥା କୋଭିଡ ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର କହିଲେ ଯେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ପୁରାପୁରି ସତର୍କ ଅଛନ୍ତି । କୋଭିଡ ଭିତ୍ତିଭୂମିକୁ ସୁଦୃଢ ରହିଛି ଏବଂ ତାକୁ ଆହୁରି ଅଧିକ ଜୋରଦାର କରିବା ପାଇଁ ପଦକ୍ଷେପ ନିଆଯାଉଛି ।ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମା କୋଭିଡ ମୁକାବିଲା ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ସେ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଟେଷ୍ଟ ପଜିଟିଭ ହାର ମାତ୍ର ୦.୪୪ ପ୍ରତିଶତ ରହିଛି । ଚାରୋଟି ଜିଲ୍ଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ସମ୍ବଲପୁରର କିଛି ଅଂଚଳରେ ଅପେକ୍ଷାକୃତ ଅଧିକ କେସ୍ ବାହାରିଥିଲେ ମଧ୍ୟ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ନୂଆ ରୋଗୀ ମାନଙ୍କର Genome Sequencing ପାଇଁ ମଧ୍ୟ ନମୁନା ପଠାଯାଉଛି । ରାଜ୍ୟରେ ପ୍ରଥମ ଡୋଜ ଟୀକାକରଣ ୮୫.୬ ପ୍ରତିଶତ ଥିବାବେଳେ ଦ୍ବିତୀୟ ଡୋଜ ଟୀକାକରଣ ୪୮.୪ ପ୍ରତିଶତ ରହିଛି, ଯାହା କି ଜାତୀୟ ହାର ଠାରୁ ଉନ୍ନତ ରହିଛି । ଘରକୁ ଘର ବୁଲି ଟୀକାକରଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି ।ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କୋଭିଡରୁ ମୁକାବିଲା ପାଇଁ ପ୍ରସ୍ତୁତିକୁ ଆହୁରି ଉନ୍ନତ କରିବା, Oxygen Supply chainକୁ ଆହୁରି ମଜବୁତ କରିବା ଏବଂ ଘରୋଇ ହସ୍ପିଟଲଗୁଡିକୁ କୋଭିଡ ଚିକିତ୍ସା ପାଇଁ ପ୍ରସ୍ତୁତି ରଖିବା ଉପରେ ଗୁରୁତ୍ବ ଦେଇଥିଲେ ।ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ପୋଲିସ କମିଶନରଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ ଗୁଡିକର କମିଶନର ଏବଂ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।
କେନ୍ଦ୍ର ସରକାରଙ୍କ କେନ୍ଦୁପତ୍ର ଉପରେ ଜୀ ଏସ୍ ଟି ଉଚ୍ଛେଦ ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ଉଦ୍ଦେଶ୍ୟରେ ବିଧାନସଭା ସମ୍ମୁଖରେ ଧାରଣା ଓ ସମାବେଶ….
( ) କେନ୍ଦ୍ର ସରକାରଙ୍କ କେନ୍ଦୁପତ୍ର ଉପରେ ଜୀ ଏସ୍ ଟି ଉଚ୍ଛେଦ ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ଉଦ୍ଦେଶ୍ୟରେ ବିଧାନସଭା ସମ୍ମୁଖରେ ଧାରଣା ଓ ସମାବେଶ l
{ }ସମ୍ବଲପୁର : ଆଗାମୀ ଡିସେମ୍ବର 3 ତାରିଖ ଦିନ ଓଡିଶା ବିଧାନସଭା ସମ୍ମୁଖରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ତୋଳାଲି, ସିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକ ମାନେ କେନ୍ଦ୍ର ସରକାରଙ୍କ ଦ୍ବାରା କେନ୍ଦୁପତ୍ର ଉପରେ ଜୀ ଏସ୍ ଟି ଲଗେଇ ଥିବାରୁ ଏବଂ ଏଥିରେ ସମ୍ପୃକ୍ତ ସବୁ ବର୍ଗର ଶ୍ରମିକ ମାନେ କ୍ଷତିଗ୍ରସ୍ତ ହେଉଥିବା ପ୍ରତିବାଦ ରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଧାରଣା ଓ ସମାବେଶ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ଦେବାର ସ୍ଥିର କୃତ ହୋଇଛି lଏହି ଧାରଣା ସମାବେଶରେ ରାଜ୍ୟର ଉତ୍ପାଦିତ ସମସ୍ତ ଜିଲ୍ଲାରୁ ସହ ସହ ତୋଳାଲି , କର୍ମଚାରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ଅଛିବୋଲି ସଂଘର ରାଜ୍ୟ ସଭାପତି ଶ୍ରୀ ବିଜୟ ମହାନ୍ତି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି l ଗତ ତିନି ବର୍ଷ ରୁ ଉର୍ଦ୍ଧ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଏହି ଦୈତ୍ୟ ଅନ୍ୟାୟ ଟିକସ ବିରୋଧରେ କେନ୍ଦ୍ର ସରକାର ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେନ୍ଦ୍ର ସରକାର କର୍ଣ୍ଣ ପାତ କରି ନ ଥିବାରୁ ବର୍ତ୍ତମାନ ସଂଘ ଆନ୍ଦୋଳନାତ୍ମକ ପଦକ୍ଷେପ ନେବା ପାଇଁ ଯାଉଛି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି l
ବିଜୟ ମହାନ୍ତି, ସଭାପତି
ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ
ବିଧାନସଭା ଆରମ୍ଭ ରୁ ହଙ୍ଗମା…
( )ବିଧାନସଭା ଆରମ୍ଭ ରୁ ହଙ୍ଗମ। ଦିନ 11 ଟା ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ଙ୍କ ପ୍ରବେଶ ପଥରେ ଦେଲା ଧାରଣା। ହାତରେ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଧାରଣାରେ ବସିଲେ କଂଗ୍ରେସ ବିଧାୟକ। ଗୋଟିଏ ପଟେ କଂଗ୍ରେସର ତିନି ବିଧାୟକ ଓ ଆଉ ଗୋଟିଏ ପଟେ କଂଗ୍ରେସର ଚାରି ଜଣ ବିଧାୟକ ଧାରଣା ରେ ବସିଥିଲେ। ଦାବି ଥିଲା ପବିତ୍ର ଗୃହକୁ ଅପବିତ୍ର ମନ୍ତ୍ରୀଙ୍କୁ ପୁରେଇ ଦିଆ ନ ଯାଉ। ମନ୍ତ୍ରୀଙ୍କୁ ବହିସ୍କାର ଓ ଗିରଫ କରାଯାଉ। ଅନ୍ୟପଟେ ଆଉ ଏକ ପ୍ରବେଶ ପଥରେ କଂଗ୍ରେସ ତାଲା ପକାଇଥିଲା ଯାହାକୁ କର୍ମଚାରୀ ମାନେ ପଛରେ ଭାଙ୍ଗିଥିଲେ। ଏମିତିକି ଦୁଇଟି ପ୍ରବେଶ ପଥରେ ତାଲା ପଡ଼ିଥିବାରୁ କିଛି ମନ୍ତ୍ରୀ ବିଧାୟକ ଅନ୍ୟ ବାଟେ ଯାଇଥିଲେ। ସେପଟେ ବିଜେପି ସଦସ୍ୟ ମାନେ ଗୃହ ମନ୍ତ୍ରୀଙ୍କ ନାଁ ରେ ଅଭିଯୋଗ ଥିବାରୁ ତାଙ୍କୁ ବିଧାନସଭାକୁ ବାରଣ କରିବାକୁ ଦାବି କରିଥିଲେ। ସେପଟେ ବିଜେଡି ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ବିଧାନସଭା ରୁ ରାଜଭବନ ଅଭିମୁଖେ ରାଲି କରିଥିଲେ। କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଇ ଓ ହାତରେ ପ୍ଲାକାର୍ଡ ଧରି ରାଜଭବନ ଅଭିମୁଖେ ଯାଇଥିଲେ।
ସମ୍ବାଦପତ୍ର ହକର୍ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…
( )ସମ୍ବାଦପତ୍ର ହକର୍ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘେଷଣା କଲେ ମୁଖ୍ୟମନ୍ତ୍ରୀ।
ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କା ସହାୟତା, କାମ କରିବା ପାଇଁ ୱାର୍କସେଡ୍।
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସେମାନଙ୍କର ଡାଟାବେସ୍ ପ୍ରସ୍ତୁତ କରାଯିବା ସହିତ ସମସ୍ତଙ୍କୁ ପରିଚୟ ପତ୍ର ଦିଆଯିବ।
{}ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ । ଜନସାଧାରଣଙ୍କୁ ଖବର ସହ ଯୋଡିବାରେ ତାଙ୍କର ଭୂମିକା ଓ ସଂଘର୍ଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମ୍ବାଦପତ୍ର ହକର୍ ମାନଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଥିବା ସମ୍ବାଦପତ୍ର ହକର୍ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ। ଏହି ଯୋଜନା ଅନୁଯାୟୀ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ପ୍ରାକୃତିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ। ସେହିପରି ଦୁର୍ଘଟଣା ଯୋଗୁ ସଂପୂର୍ଣ୍ଣ ଅକ୍ଷମ ହୋଇଥିବା ହକର୍ ମାନଙ୍କୁ ଦେଢ ଲକ୍ଷ ଟଙ୍କା ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ଉଭୟ ଅଙ୍ଗ ହରାଇଥିବା (Loss of both limbs) ବ୍ୟକ୍ତିଙ୍କୁ ୮୦ ହଜାର ଟଙ୍କା ଏବଂ ଗୋଟିଏ ଅଙ୍ଗ ହରାଇଥିବା (Loss of one limb) ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ସହାୟତା ଦିଆଯିବ।କୋଭିଡ ଯୋଗୁ ସେମାନେ ସମ୍ମୁଖୀନ ହୋଇଥିବା ଆର୍ଥିକ ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ସବୁ ପଞ୍ଜୀକୃତ ଖବର କାଗଜ ହକର୍ ମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର ସହାୟତା ଦେବା ପାଇଁ ନିଷ୍ପତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ଯୋଗାଇ ଦିଆଯିବ।କାମ କରିବା ପାଇଁ ବହୁତ ସମୟରେ ହକର୍ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ସେମାନଙ୍କ ପାଇଁ ଜିଲ୍ଲାସ୍ତରରେ ଉପଯୁକ୍ତ ୱାର୍କସେଡ୍ ନିର୍ମାଣ କରି ଯୋଗାଇଦେବାକୁ ନିଷ୍ପତ୍ତି କରାଯାଇଛି ।
ଏହାସହିତ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ହକର୍ ମାନଙ୍କର ଏକ ଡିଜିଟାଲ ଡାଟା ବେସ୍ ପରିଚାଳନା କରାଯାଇ ସମସ୍ତ ହକର୍ ମାନଙ୍କୁ ଜିଲ୍ଲା ସ୍ତରରେ ଯାଂଚ କରାଯାଇ ପରିଚୟ ପତ୍ର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ମାନବିକ ଆଚରଣ ଆତଙ୍କବାଦୀକୁ ମଧ୍ୟ ଦେଶପ୍ରେମୀରେ ପରିଣତ କରିପାରେ: ସେନା ଅଧିକାରୀ…
{}ମାନବିକ ଆଚରଣ ମନୁଷ୍ୟର ହୃଦୟକୁ ପରିବର୍ତନ କରିବା ନିମନ୍ତେ ଏକ ଶାଣିତ ଅସ୍ତ୍ର । ଏହା ଜଣେ ଆତଙ୍କବାଦୀଙ୍କୁ ମଧ୍ୟ ପରିବର୍ତନ କରିବାକୁସମର୍ଥ ।ପାକିସ୍ତାନରେ ଦୁଇବର୍ଷ ତାଲିମ ପାଇବା ପରେ କାଶ୍ମୀରର ଜଣେ ଯୁବକ ଆତଙ୍କବାଦୀ ସଂଗଠନ ହୁଜିରେ ଯୋଗ ଦେଇଥିଲେ । ଅବିଶ୍ୱାସ୍ୟ ମନେ ହେଲେ ମଧ୍ୟ ୨୦୦୧ ଡିସେମ୍ବର ମାସରେ ସେନାବାହିନୀ ଦ୍ୱାରା ଅନନ୍ତନାଗ ଜିଲ୍ଲାରେ ଧରା ପଡ଼ିଥିବା ଏହି ଯୁବକ ଆଜି ସ୍ଥଳବାହିନୀରେ ହାବିଲଦାର ଭାବେ କାର୍ଯ୍ୟ କରୁଛନ୍ତି ।ଏହି ବିଷୟ ବର୍ଣ୍ଣନା କରିଛନ୍ତି ସେନାବାହିନୀର ଅବସରପ୍ରାପ୍ତ ଅଫିସର ମେଜର ଜେନେରାଲ୍ ଜସ୍ପାଲ୍ ମୋର ।ଋବିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଟେଡ୍ଏକ୍ସ କାର୍ଯ୍ୟକ୍ରମରେ ଯୋଗ ଦେଇ ମେଜର ଜେନେରାଲ୍ ମୋର ନିଜର ବ୍ୟକ୍ତିଗତ ଅଭିଜ୍ଞତାରୁ ଆତଙ୍କବାଦୀଙ୍କର ଏହି ପରିବର୍ତନ ବିଷୟରେ ବର୍ଣ୍ଣନା କରିଥିଲେ ।କିସ୍ତୱାର ଅଂଚଳର ଏହି ଯୁବକ ସେନା ସହିତ ଏକ ମୁକାବିଲାରେ ଗୋଡରେ ବୁଲେଟ୍ ଆଘାତ ପାଇଥିଲେ । ପରେ ତାଙ୍କୁ ଏକ ଦୁର୍ଗମ ଅଂଚଳ ମଧ୍ୟ ଦେଇ ଅନ୍ୟମିଲିଟାଂଟମାନେ ଅନନ୍ତନାଗକୁ ନେଇ ଆସିଥିଲେ ।ସେନାବାହିନୀ ଦ୍ୱାରା ଧରାପଡ଼ିବା ପରେ ସେ ନିଶ୍ଚୟ ଭାବି ଥିବେ ଯେ ତାଙ୍କୁ ମାରି ଦିଆଯିବ । ଆତଙ୍କବାଦୀଙ୍କ ଧରାପଡ଼ିବା ବିଷୟ ସେନା ବିଭାଗ ଓ ପୋଲିସକୁ ଜଣାଇଦିଆଯିବା ପରେ ତାଙ୍କୁ ପଚରା ଉଚରା ପାଇଁ ଶ୍ରୀନଗରକୁ ନିଆଯାଇଥିଲା । ମାତ୍ର ଅଳ୍ପଦିନ ପରେ ତାଙ୍କୁ ପୁଣି ଅନନ୍ତନାଗ ପଠାଇ ଦିଆଗଲା ।ମେଜର ଜେନେରାଲ୍ ମୋର ସେତେବେଳେ ଅନନ୍ତନାଗରେ ରାଷ୍ଟ୍ରୀୟ ରାଇଫଲ୍ସର କମ୍ପାନୀ କମାଣ୍ଡର ଭାବେ ଅବସ୍ଥାପିତ ହୋଇଥିଲେ ।“ମୁଁ ସେହି ଯୁବକଙ୍କଠାରୁ ତାଙ୍କ ଜୀବନ କାହାଣୀ ଶୁଣିବାକୁ ଚାହିଁଥିଲି ଓ ସେ ମଧ୍ୟ ସବୁ ବିଷୟ ମୋତେ ଜଣାଇଲେ । ଧିରେ ଧିରେ ଆମ ଦୁଇ ଜଣଙ୍କର ବନ୍ଧୁତ୍ୱ ବଢ଼ିଲା”ମେଜର ଜେନେରାଲ୍ ମୋର କହିଲେ ।ଆହତ ଆତଙ୍କବାଦୀଙ୍କ ଚିକିତ୍ସା କରାଯିବାରୁ ସେ କ୍ରମଶଃ ସୁସ୍ଥତା ଲାଭ କଲେ । ମାତ୍ର ତାଙ୍କ ପିତାମାତାଙ୍କ ନିମନ୍ତେ ସେ ଅଧିକ ଚିନ୍ତିତ ହେଉଥିଲେ କାରଣ ସେମାନେ ପୁଅନିଶ୍ଚିତ ଭାବେ ମୃତ୍ୟୁବରଣ କରିଛି ବୋଲି ଭାବିଥିବେ ।
ଅଫିସର ତାଙ୍କୁ ପିତାଙ୍କ ନିକଟକୁ ଚିଠି ଲେଖି ସେ ସେନାବାହିନୀ ଦ୍ୱାରା ଧୃତ ହେବା ପରେ ସୁରକ୍ଷିତ ଅଛନ୍ତି ବୋଲି ଜଣାଇବାକୁ କହିଲେ । ଚିଠି ପାଇ ବାପା ପୁଅକୁ ଦେଖିବା ପାଇଁ ଧାଇଁ ଆସିଲେ । ପିତା ପୁତ୍ରଙ୍କର ମିଳନ ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଥିଲା ବୋଲି ମେଜର ଜେନେରାଲ୍ ମୋର କହିଥିଲେ ।“ଦିନେ କଥାବାର୍ତା ହେବା ବେଳେ ଏହି ଯୁବକ ମେଜର ଜେନେରାଲ୍ ମୋରଙ୍କୁ କହିଲେ ଯେ ଭାରତୀୟ ସେନା ବାହିନୀ ବିଷୟରେ ଆତଙ୍କବାଦୀ ଭାବେ ତାଲିମ ନେବା ବେଳେ ତାଙ୍କୁ ଯାହା କୁହାଯାଇଥିଲା ତାହା ସମ୍ପୂର୍ଣ୍ଣ ଭୁଲ୍ ଥିଲା ।” ସୁସ୍ଥତା ପାଇବା ପରେ ତାଙ୍କୁ ଆର୍ମି କ୍ୟାମ୍ପର ରୋଷେଇ ଘରେ କାର୍ଯ୍ୟ କରିବା ନିମନ୍ତେ କୁହାଗଲା । ପରବର୍ତୀ କାଳରେ ସେ ସେନା ବାହିନୀରେ ଯୋଗ ଦେଇ ଏବେ ହାବିଲଦାର ଭାବେ କାର୍ଯ୍ୟ କରୁଛନ୍ତି । ସେ ବିବାହ କରିଛନ୍ତି ଓ କିସ୍ତୱାରରେ ଏକ ଘର ତିଆରି କରିଛନ୍ତି । ଅନ୍ୟମାନଙ୍କ ପ୍ରତି ମାନବିକ ଆଚରଣ କଲେ ଏହା ସେମାନଙ୍କ ଜୀବନ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ସେ କହିଛନ୍ତି । ଏହି ଟେଡଏକ୍ସ କାର୍ଯ୍ୟକ୍ରମକୁ ଶିକ୍ଷା ଓ ଅନୁସନ୍ଧାନର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ଉଦ୍ଘାଟନ କରିଥିଲେ । ଏହା ପୂର୍ବରୁ ଶ୍ରୀମତି ଦାସ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କୃଷି ମହାବିଦ୍ୟାଳୟରେ ଏକ ୫୦୦ ଆସନ ବିଶିଷ୍ଟ ଆଧୁନିକ ପ୍ରେକ୍ଷାଳୟକୁ ମଧ୍ୟ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲିଉଡ୍ ଗୀତିକାର କୁମାର, ସଂଗୀତ ସଂଯୋଜକ ନିଲେଶ ଆହୁଜା, ରେଡିଓ ଜକି ରାଘବ, ଫିଲାନ୍ତ୍ରୋପିଷ୍ଟ ଅକ୍ଷିତା ଏମ୍. ଭଞ୍ଜଦେଓ, ଇନ୍ଫ୍ଲୁଏନ୍ସର ଫର୍ଗ୍ଲୋବାଲ୍ ଡେଭଲପ୍ମେଂଟ ଗୋଲ୍ସ କମଲ ପ୍ରସାଦ ସେଠ ଓ ପେନ୍ସିଲ୍ ଫର୍ ଚେଞ୍ଜର ପ୍ରତିଷ୍ଠାତା ପଟ୍ଟନାୟକ ଓମ୍ପ୍ରୀୟ ମହାନ୍ତି ମଧ୍ୟ ଯୋଗ ଦେଇଥିଲେ ।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ବୈଠକ ପରେ ଡିଏମଇଟି ରାମାଳମଣ ମହାନ୍ତି ଙ୍କ ପ୍ରତିକ୍ରିୟା…
( )କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଙ୍କ ସହ ବୈଠକ ପରେ ଡିଏମ ଇଟି ରାମା ଳମଣ ମହାନ୍ତି ଙ୍କ ପ୍ରତିକ୍ରିୟା।ଯେଉଁ ମାନେ ଓମିକ୍ରନ ସଂକ୍ରମିତ ଦେଶରୁ ଆସିଛନ୍ତି ସେମାନଙ୍କ ଆରଟିପିସିଆର ଟେଷ୍ଟ ହେବ।ଯେଉଁ ମାନେ ନେଗେଟିଭ ବାହାରିବେ ତାକୁ ସାତଦିନ ଆଇସୋଲେସନରେ ରଖାଯିବ। ସାତ ଦିନ ଶପରେ ଆରଟିପିସିଆର ଟେଷ୍ଟ କରାଯିବ।ଯେଉଁ ମାନେ ପଜିଟିଭ ବାହାରି ଥିବେ ତାଙ୍କ ରକଣ୍ଟାକ୍ଟ ଟ୍ରେସିଂ କରାଯିବ।ଟ୍ରିଟମେଣ୍ଟ କରାଯିବ।ଯେମିତି ଅନନ୍ୟ ସହିତ ମିଶିପାରିବ ନାହିଁ। ଫୋକାଲ ପ ଏଣ୍ଟରେ କେଶ ବଢୁଛି ସେଇକେଶ ଗୁଡ଼ିକର ଟେଷ୍ଟିଂ ହେଉ ତାର ଜିନମ ସିକ୍ୟୁଏନ୍ସ କରାଯିବ।ଯେଉଁଠି ଅଧିକ କେଶ ବଢୁଥିବ କ୍ଲଷ୍ଟର କରାଯାଇ ଟେଷ୍ଟିଂ କରାଯିବ।ପ୍ରଥମ ଦ୍ବିତୀୟ ଲହର ରେ ଯେଉଁ ସ୍ବାସ୍ଥ୍ୟ ଭିତ୍ତିଭୂମି ଥିଲା ତାକୁ ସୁଦୄଢ଼ କରିବା ପାଇଁ।ରେଗୁଲାର ସାଇଣ୍ଟିଫିକ ଡାଟା ପବ୍ଲିକ କୁ ଦିଆଯିବ ।ଏୟାରପୋର୍ଟ ହେଉ କି ବୋର୍ଡିର ହେଉ ଏଥିରେ କଡ଼ାକଡ଼ି ଚେକିଂ ହେବ। ଏୟାର ସୁବିଧା ପୋର୍ଟାଲ ରୁ ଯେଉଁ ମାନେ ଟ୍ରାନ୍ଜିଟ ଦେଶ ଦେଇ ଆସୁଛନ୍ତି ସେତଥ୍ୟ ରାଜ୍ୟ ସରକାରଙ୍କୁ ଜଣାଇବା ପାଇଁ ସ୍ବାସ୍ଥ୍ୟ ସଚିବ କେନ୍ଦ୍ର କୁ ନିବେଦନ କରିଛନ୍ତି। ସେ ତଥ୍ୟ ଯୋଗାଇ ଦେଲେ ଭୁବନେଶ୍ୱର ଏୟାରପୋର୍ଟ ରେ ଟ୍ରାକିଂ ପାଇଁ ସୁବିଧା ହେବୁ। ଗତ କାଲି ତିନିଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ମୁମ୍ବାଇ ରୁ ଜଣେ ବାଙ୍ଗାଲୋର ରୁ ଦୁଇ ଜଣ । ସେମାନଙ୍କ ଜିନମ ସିକ୍ୟୁଏନ୍ସ ପାଇଁ ପଠାଯାଇଛି।ଓଡ଼ିଶାକୁ କେହି ବିଦେଶ ରୁ ଆସି ନାହାନ୍ତି। ନୀତି ଆୟୋଗ ଭିକେ ପଲ କହିଛନ୍ତି ମାସ୍କ ପିନ୍ଧନ୍ତୁ ସେଇଠା ଆମ ପାଇଁ କବଚ।