( )ବର୍ତ୍ତମାନ ମୋକଦ୍ଦମାଟି ତଦନ୍ତାଧୀନ ଅଛି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମାନ୍ୟବର ଉଚ୍ଚ ନ୍ୟାୟଳୟ ତଦନ୍ତ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ପୂର୍ବତନ ଜିଲ୍ଲା ଜଜ୍ ଶ୍ରୀ ଏ.ବି.ଏସ୍. ନାଇଡୁଙ୍କୁ ମନୋନୀତ କରିଛନ୍ତି । ତଦନୁସାରେ ରାଜ୍ୟ ସରକାର ଶ୍ରୀ ଏ.ବି.ଏସ୍. ନାଇଡୁଙ୍କୁ ଉପରୋକ୍ତ ମୋକଦ୍ଦମାର ତଦନ୍ତକୁ ତଦାରଖ କରିବା ନିମନ୍ତେ ନିଯୁକ୍ତ କରିଛନ୍ତି ।
ରାଷ୍ଟ୍ରରୁ ରାଜ୍ୟକୁ ଫେରିଥିବା 246 ଜଣ ପଜିଟିଭ ଚିହ୍ନଟ…
( ) ନଭେମ୍ବର 24 ପରେ ଆକ୍ରାନ୍ତ ରାଷ୍ଟ୍ରରୁ ରାଜ୍ୟକୁ ଫେରିଥିବା 246 ଜଣ ପଜିଟିଭ ଚିହ୍ନଟ । ସମସ୍ତ ନମୁନା ଜିନମ ସିକ୍ୱେନ୍ସିଂ ଲାଗି ଆଇଏଲଏସକୁ ଆସିଛି । ସୂଚନା ଦେଲେ ଆଇଏଲଏସ ନିର୍ଦେଶକ ଡକ୍ଟର ଅଜୟ ପରିଡ଼ା । ଏହାପୂର୍ବରୁ ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା 141 ପଜିଟିଭ ନମୁନାର ଜିନମ ସିକ୍ୱେନ୍ସିଂ ହୋଇଥିଲା । ସେସବୁ ନମୁନାରେ ଓମିକ୍ରନ ଚିହ୍ନଟ ହୋଇନି ।
ବାଇଟ- ଡକ୍ଟର ଅଜୟ ପରିଡ଼ା, ଆଇଏଲଏସ ନିର୍ଦେଶକ
ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦିଆଯାଉ ବୋଲି ଦାବି କରିଛନ୍ତି: ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା
( ) ପାଇକ ବିଦ୍ରୋହ ନେଇ ଅଶୋକ ପଣ୍ଡାଙ୍କ ପ୍ରତିକ୍ରିୟା
1817ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇଁ ପ୍ରତିଶୃତି ଦେଇଥିଲେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଜାଭେଦକର। ଏହାକି ପାଠ୍ୟକ୍ରମ ରେ ସନ୍ନିବେଶିତ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏ ସମ୍ପର୍କୀତ ଏକ ପ୍ରଶ୍ନର ଉତ୍ତରରେ ସେଭଳି କିଛି ପ୍ରସ୍ତାବ ନଥିବା କହିଛନ୍ତ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ। ଏହା ଓଡ଼ିଶାର ଅସ୍ମିତା ଏତିହ୍ୟ ପରମ୍ପରା, ଅସ୍ମିତାଓ ଗୌରବ ପ୍ରତି ଚରମ କୁଠାରଘାତ। 1990 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ଦାବି କରିଥିଲେ। ପରବର୍ତ୍ତୀ ସମୟରେ ଏହି ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋହରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଏକ ସର୍ବଦଳୀୟ ପ୍ରତିନିଧି ସମ୍ମଳନୀ ହୋଇଥିଲା। ଯେଉଁଥିରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଯୋଗ ଦେଇଥିଲେ। ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇଁ କେନ୍ଦ୍ର ନିକଟରେ ଦାବି କୁ ଜୋରଦାର କରାଯିବ ବୋଲି ସର୍ବ ସମ୍ମତି କ୍ରମେ ସହମତି ପ୍ରକାଶ ପାଇଥିଲା। ଏଥି ସହିତ ଗଡ଼ ଖୋରଧା ଠାରେ ଐତିହାସିକ ଦୁର୍ଗର ମରାମତି ସହିଦ ସ୍ମାରକୀ ସ୍ତମ୍ଭର ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥାଲା। ସେହିଭଳି ସମରକଳା ପ୍ରତିଷ୍ଠାନ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ କରାଯିବ ସହ ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। ହେଲେ କେନ୍ଦ୍ର ସରକାର ଦୁଇବର୍ଷ ଧରି ଏହାକୁ ପକାଇ ରଖିଛନ୍ତି । ପାଇକ ମାନଙ୍କୁ କଳାକାର ଭତ୍ତାରେ ସାମିଲ, ରାଜ୍ୟ ସଂଗ୍ରହାଳୟରେ ପାଇକ ଗ୍ୟାଲେରୀ ଭଳି ପ୍ରତିଷ୍ଠା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟସରକାର। 1804 ମସିହାରେ ଜୟୀରାଜଗୁରୁ ପ୍ରଥମ ଥର ଲାଗି ଇରେଜ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ତାଙ୍କ ଗାଁ ରେ ପ୍ରତିମର୍ତ୍ତୀ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ 2017 ଜୁଲାଇ 19ରେ ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ରାଜନାଥ ସିଂ ଙ୍କୁ ଚିଠି ଲେଖିଥିଲେ। ଏସବି ସତ୍ତ୍ୱେ କେନ୍ଦ୍ର ସରକାର ପଛଘୁଞ୍ଚା ଦେଇଛନ୍ତି। ଏହା ଓଡ଼ିଆ ସ୍ୱାଭିମାନ, ଅସ୍ମିତା, ପରମ୍ପରା ଓ ଐତିହ୍ୟ ପ୍ରତି କୁଠାର ଘାତ। ଏହି ପ୍ରସଙ୍ଗରେ ଏକ ଏକ୍ସପର୍ଟ କମିଟି ଗଠନ କରାଯାଉ ଏବଂ ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦିଆଯାଉ ବୋଲି ଦାବି କରିଛନ୍ତି ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ, ଝାରସୁଗୁଡ଼ା ଠାରେ ପ୍ରତିଷ୍ଠା ହେବ ଇଏସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ….
{ }କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଅନୁରୋଧ ରଖିଲେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବ । ଚିଠି ଲେଖିବାର ମାତ୍ର 2 ମାସ ମଧ୍ୟରେ ତ୍ୱରିତ ପଦକ୍ଷେପ । ଝାରସୁଗୁଡ଼ା ଠାରେ ପ୍ରତିଷ୍ଠା ହେବ ଇଏସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ । କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଇଏସଆଇସିର ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ ଦିଆଯାଇଛି । ସେହିଭଳି ଯାଜପୁର ଜିଲ୍ଲାର ଡୁବୁରୀରେ 100 ଶଯ୍ୟା ବିଶିଷ୍ଟ ESI ଡାକ୍ତରଖାନା ମଧ୍ୟ ନିର୍ମାଣ କରାଯିବା ନେଇ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।ଗତ ସେପ୍ଟେମ୍ବର 29 ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପତ୍ର ଲେଖି ଭୁବନେଶ୍ୱର ଇଏସଆଇସିର ଆଂଚଳିକ କାର୍ଯ୍ୟାଳୟ ଅଧୀନରେ ଝାରସୁଗୁଡ଼ା ଠାରେ ଇଆସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଥିଲେ । ଇଏସଆଇସିର ହିତାଧିକାରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ କେନ୍ଦ୍ରମନ୍ତ୍ରୀ ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଥିବା ସମସ୍ୟାକୁ ଦର୍ଶାଇବା ସହ ଉଲ୍ଲେଖ କରିଥିଲେ ଯେ ଭୁବନେଶ୍ୱରରେ ଥିବା ଇଏସଆଇସିର ଆଂଚଳିକ କାର୍ଯ୍ୟାଳୟ ରାଜ୍ୟର ପୂର୍ବାଞ୍ଚଳରେ ଅବସ୍ଥାପିତ ଅଛି । ଏହି କାରଣରୁ ପଶ୍ଚିମ ଓଡ଼ିଶାରେ ବସବାସ କରୁଥିବା କର୍ମଚାରୀ ଏବଂ ହିତାଧିକାରୀଙ୍କୁ ଏହି କାର୍ଯ୍ୟାଳୟକୁ ଯିବା ପାଇଁ ଦୂରଦୂରାନ୍ତରରୁ ଯାତ୍ରା କରିବାକୁ ପଡୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ାରେ ଇଏସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ କରାଗଲେ ସ୍ଥାନୀୟ ଲୋକମାନେ ଉପକୃତ ହୋଇପାରିବେ ।ଓଡ଼ିଶାରେ ଥିବା ୩୦ଟି ଜିଲ୍ଲା ମଧ୍ୟରୁ ଭୁବନେଶ୍ୱରରେ ଥିବା ଆଂଚଳିକ କାର୍ଯ୍ୟାଳୟ ୧୭ଟି ଜିଲ୍ଲା ନିକଟବର୍ତୀ ରହିଛି ଏବଂ ସହଜରେ ଲୋକ ଏଠାକୁ ଆସିପାରୁଛନ୍ତି । ଝାରସୁଗୁଡ଼ାରେ ପ୍ରସ୍ତାବିତ ଉପ ଆଂଚଳିକ କାର୍ଯ୍ୟାଳୟ କରାଗଲେ ୧୩ଟି ଜିଲ୍ଲା ମଧ୍ୟ ଏହାର ନିକଟବର୍ତୀ ହେବ ।ଦେଶର ଅନେକ ରାଜ୍ୟରେ ଇଏସଆଇସିର ଗୋଟିଏ କିମ୍ବା ତଦୁର୍ଦ୍ଧ୍ୱ ଉପ ଆଂଚଳିକ କାର୍ଯ୍ୟାଳୟ ରହିଛି । କିନ୍ତୁ ଓଡ଼ିଶାରେ ବର୍ତମାନ ସୁଦ୍ଧା କୌଣସି ଉପ ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇ ନାହିଁ । ଫଳରେ ଭୁବନେଶ୍ୱରର ଇଏସଆଇ ଆଂଚଳିକ କାର୍ଯ୍ୟାଳୟ ଓଡ଼ିଶାର ପଶ୍ଚିମାଂଚଳରୁ ଅନେକ ଅଭିଯୋଗ ପତ୍ର ନିଯୁକ୍ତଦାତା ଏବଂ କର୍ମଚାରୀଙ୍କ ଠାରୁ ଗ୍ରହଣ କରିଆସୁଛି । ତେଣୁ ପଶ୍ଚିମ ଓଡ଼ିଶାର କର୍ମଚାରୀ ଏବଂ ଇଏସଆଇସି ହିତାଧିକାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରି ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଥିଲେ ।
ପଶ୍ଚିମ ଓଡ଼ିଶାର ଲୋକଙ୍କ ଦୀର୍ଘ ଦିନର ଚାହିଦା ପୂରଣ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଓଡିଶାରେ କୋଭିଡ ସ୍ଥିତି ନେଇ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପ୍ରସଙ୍ଗ :ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା…
( ) ଓଡିଶାରେ କୋଭିଡ ସ୍ଥିତି ନେଇ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପ୍ରସଙ୍ଗ | ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା…
{}ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ ଅଛି | ସନ୍ଦିଗ୍ଧ ସଂକ୍ରମିତଙ୍କ ଟ୍ରାକିଙ୍ଗ ନିୟମିତ ଚାଲୁ ରହିଛି | ରାଜ୍ୟରେ ଟେଷ୍ଟିଙ୍ଗ ଧାର୍ଯ୍ୟ ଲକ୍ଷ ଅନୁଯାୟୀ ହେଉଛି, ବର୍ଷା କାରଣରୁ କିଛି ପରିମାଣରେ କମିଛି |
ନଭେମ୍ବର ମାସରେ ପଜିଟିଭିଟି ରେଟ ଭାରତରେ 1.1 ପ୍ରତିଶତ ଥିଲାବେଳେ ରାଜ୍ୟରେ 0.4 ପ୍ରତିଶତ | ପ୍ରତି ଲକ୍ଷରେ କୋଭିଡ଼ ଟେଷ୍ଟିଙ୍ଗ ଦେଶରେ ପ୍ରତି ଲକ୍ଷରେ ହାରାହାରି 2685 ରହିଥିବାବେଳେ ଓଡିଶାରେ 4542 ଅଛି | ସେହିଭଳି ମୃତ୍ୟୁହାର ଜାତୀୟ ସ୍ତରରେ 1.3 ପ୍ରତିଶତ ରାଜ୍ୟରେ 0.8 ପ୍ରତିଶତ ରହିଛି |ଗତ କାଲି ଓଡିଶାର ୬ଟି ଜିଲ୍ଲା ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, କେନ୍ଦୁଝର ଏବଂ ବଲାଙ୍ଗୀରରେ କେସ ଲୋଡ଼ ଅଧିକ ରହିଛି, ଟେଷ୍ଟିଙ୍ଗ ଠିକ ଭାବରେ ହେଉନାହିଁ ବୋଲି କେନ୍ଦ୍ର ରାଜ୍ୟକୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଛି ଏବଂ ପଦକ୍ଷେପ ନେବାକୁ କୁହାଯାଇଛି…
ବାଇଟ – ଡାକ୍ତର ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ
ମମିତା ମେହେର ପ୍ରସଙ୍ଗରେ ବିରୋଧୀଙ୍କ ଅଭିନବ ପ୍ରତିବାଦ ନେଇ ବିଜେଡି ବିଧାୟିକା ସ୍ନେହାଙ୍ଗୀନି ଛୁରିଆଙ୍କ ପ୍ରତିକ୍ରିୟା…
( )ମମିତା ମେହେର ପ୍ରସଙ୍ଗରେ ବିରୋଧୀଙ୍କ ଅଭିନବ ପ୍ରତିବାଦ ନେଇ ବିଜେଡି ବିଧାୟିକା ସ୍ନେହାଙ୍ଗୀନି ଛୁରିଆଙ୍କ ପ୍ରତିକ୍ରିୟା। ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ। ମୁଖ୍ୟମନ୍ତ୍ରୀ ଗୃହରେ ବିବ୍କୁତି ରଖିବା ପରେ ପ୍ରତିବାଦର କୌଣସି କାରଣ ନାହିଁ। ବିନା ଦ୍ବନ୍ଦ ଓ ବିନା ଚାପରେ ତଦନ୍ତ ଚାଲିବ ବୋଲି କହିଲା ପରେ ମଧ୍ଯ ଅଭାବନୀୟ ପରିସ୍ଥିତି ସ୍ରୁଷ୍ଟି କରାଯାଉଛି। ବିରୋଧୀ ଦଳ ଡ୍ରାମା କରୁଛନ୍ତି। ସମସ୍ତ ପ୍ରକାର ଆଲୋଚନା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି ହେଲେ ବିରୋଧୀ ଗ୍ରହକୁ ଚଲାଇ ଦେଉନାହାନ୍ତି। ଏହା ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ବିପଦ। ଅଯଥା ପ୍ରସଙ୍ଗ ରେ ଗ୍ରହରେ ଅଚଳାବସ୍ଥା କରୁଛନ୍ତି। ବିଶ୍ରୁଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭା ଓ ଅନ୍ଯାନ୍ଯ ବିଧାନସଭା ରେ ସଦସ୍ଯ ମାନଙ୍କୁ ସସପେଣ୍ଡ କରାଯାଇଛି। ହେଲେ ଆମ ବିଧାନସଭାରେ ସୁସ୍ଥ ବାତାବରଣ ବଜାୟ ରଖିବାକୁ ରାଜ୍ଯ ସରକାର ଚାହୁଁଛନ୍ତି। ନିର୍ବାଚିତ ଜନପ୍ରତିନିଧି ହୋଇ ବିରୋଧୀ ଦଳର ସଦସ୍ଯ ଏଭଳି କାର୍ୟ୍ଯ କରୁଛନ୍ତି ଜନସାଧାରଣ ଏହାର ଜବାବ ଦେବେ।
ଓମିକ୍ରନକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଙ୍କ ପ୍ରତିକ୍ରିୟା…
() ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଙ୍କ ଓମିକ୍ରନକୁ ନେଇ ପ୍ରତିକ୍ରିୟା ସଂକ୍ରମଣ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। କୋଭିଡ ଗାଇଡ଼ଲାଇନ କୁ କଡାକଡ଼ି ପାଳନ ପାଇଁ ନିର୍ଦେଶ ଦିଆଯାଇଛି। ଗତ ୨ ମାସ ଭିତରେ ୧୦ ଟି ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିଛି। ବିଭାଗୀୟ ସଚିବ ମଧ୍ଯ ପ୍ରତ୍ୟେକ ମାସରେ ବିଭିନ୍ନ ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ଛାତ୍ରଛାତ୍ରୀ ଙ୍କ ମଧ୍ଯ ରେ ସାମାନ୍ଯ ଲକ୍ଷଣ ଦେଖାଗଲେ ସେମାନଙ୍କୁ ଆଇସୋଲେସନ ରେ ରଖାଯାଇ ଚିକିତ୍ସା କରାଯାଉଛି। ସ୍ବାସ୍ଥ୍ଯ ବିଭାଗର ସମନ୍ବୟ ରେ କାର୍ୟ୍ଯ ଜାରି ରହିଛି। ଛାତ୍ରଛାତ୍ରୀ ଙ୍କ ପାଠପଢା ଉପରେ ଗୁରୁତ୍ବ ଦିଆଯାଉଛି। ଯେଉଁ କେତେକ ଆବାସିକ ବିଦ୍ୟାଳୟ ରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେଠାରେ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ନେଇଛି। ପିଲାଙ୍କ ଶିକ୍ଷା ଯେତିକି ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ଯ ତା ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଶା କରୁଛି ସଂକ୍ରମଣ କୁ ନେଇ ସେଭଳି କୌଣସି ପରିସ୍ଥିତି ଉପୁଜିବ ନାହିଁ। ସ୍କୁଲ ବନ୍ଦ କରିବା ପ୍ରସଙ୍ଗରେ ବିଭାଗ ପକ୍ଷରୁ ଏ ପର୍ୟ୍ଯନ୍ତ କୌଣସି ନିଷ୍ପତ୍ତି ନିଆଯାଇନଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।
ବାଇଟ୍_ ସମୀର ରଂଜନ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଓମିକ୍ରନକୁ ନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା…
( ) ଓମିକ୍ରନକୁ ନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା। ମୁକାବିଲା ପ8ନ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଓମୀକ୍ରନ ବିରୋଧରେ ଟୀକା କାମ କରୁଛି। ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ। ଯେଉଁମାନେ ବିଦେଶରୁ ଆସୁଛନ୍ତି ତାଙ୍କ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି। ହୋମ ଆଇ ସୋଲେଶନକୁ ଗୁରୁତ୍ୱ ଦିଆଯାଇଛି। ଯେଉଁ ମାନେ ବିଦେଶରୁ ଆସୁଛନ୍ତି କେନ୍ଦ୍ର ସରକାରଙ୍କୁ କୁହାଯାଇଛି ରାଜ୍ୟକୁ ଅବଗତ କରିବା ପାଇଁ। ଶିକ୍ଷାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର କ୍ଵରେଣ୍ଟଇନ ସେଣ୍ଟର କରାଯାଇଛି। ଶିକ୍ଷାନୁଷ୍ଠାନ ରେ କିଭଳି କରନା ନ ବ୍ୟାପିବ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।
ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି…
( ) ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ବିଭିନ୍ନ ସ୍ଥାନରେ ଓଡ୍ରାଫ ଓ ଏନ ଡି ଆର ଏଫ ଟିମ କୁ ମୁତୟନ କରାଯାଇଛି। ଗ୍ରାଉଣ୍ଡ ଲେବଲ ରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ କାର୍ଯ୍ୟନ୍ଵୟନ କରିବାକୁ ନିର୍ଦେଶ ଦିଆଯାଇଛି। ବାତ୍ୟାର ସଦ୍ୟ ସ୍ଥିତିକୁ ନେଇ ବିଭାଗୀୟ ସମୀକ୍ଷା କରିଛି ବୋଲି କହିଲେ ରାଜସ୍ୱ ମନ୍ତ୍ରୀ। ଆଇ ଏମ ଡି ର ଆକଳନ ଅନୁଯାୟୀ ବାତ୍ୟା ଦୁର୍ବଳ ହେବାକୁ ଯାଉଛି। ବାତ୍ୟାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ନିଜ ଧାନ କୁ ଏକାଠି କରି କିଭଳି ରଖାଯାଇପାରିବ ସେ ନେଇ ସଚେତନ କରାଯାଇଛି। ତେବେ ଦୁଇ ଦିନ ପୂର୍ବରୁ ଯେଉଁ ଆକଳନ ଥିଲା ତାହା ଆପତତ ଦୁର୍ବଳ ହୋଇଯାଇଛି। ଆସନ୍ନ ପ୍ରସବା ଓ ଶିଶୁ ଙ୍କ ଯତ୍ନ ନିଆଯାଉଛି। ବାତ୍ୟା ଆଶ୍ରୟ ସ୍ଥଳରେ ଖାଦ୍ୟ ପ୍ରସ୍ତୁତ ହେବା ନେଇ ନିର୍ଦେଶ ଦିଆଯାଇଛି ବୋଲି ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମର୍ଣ୍ଡି।
ଦୁର୍ବଳ ହେଉଛି ବାତ୍ୟା…
{} ଦିଗ ପରିବର୍ତ୍ତନ କରୁଥିବାରୁ ଦୁର୍ବଳ ହେଉଛି ବାତ୍ୟା । ୧୨ ଘଣ୍ଟା ପରେ ଉତ୍ତର-ପୂର୍ବ ଦିଗରେ ଗତି କରିବ । ପ୍ରଭାବରେ ଆଜି ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି । ଅତିପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ରେଡ ଆଲର୍ଟ । ଗଞ୍ଜାମ, ଗଜପତି, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାକୁ ରେଡ ଆଲର୍ଟ ଜାରି ।