ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା…

{ } ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି ।୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ ବର୍ଷାଜଳ ଉପରେ ନିର୍ଭର କରୁଥିବା ଜମି ପାଇଁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ଆମ୍ବ, କାଜୁ, ନଡିଆ, ପାନବରଜ, କିଆ ଆଦି ସବୁଦିନିଆ ଫସଲ ନିମନ୍ତେ ହେକ୍ଟର ପିଚ୍ଛା ୧୮ ହଜାର ଟଙ୍କା ସହାୟତା ଦିଆଯିବ ।

ସବୁଦିନିଆ ଫସଲ କ୍ଷତି ପାଇଁ Input subsidy ଭାବରେ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ୧୦୦୦ ଟଙ୍କା ଦିଆଯିବ।
ପ୍ରମାଣୀକୃତ ଉଚ୍ଚମାନର ବିହନ – କ୍ଷତିଗ୍ରସ୍ତ ୧୨ଟି ଜିଲ୍ଲାର ଚାଷୀମାନଙ୍କୁ ୧୨ ହଜାର କ୍ବିଣ୍ଟାଲ ବିହନ ରିହାତି ଦରରେ ଯୋଗାଇ ଦିଆଯିବ ଏବଂ ବର୍ତ୍ତମାନ ରିହାତି ପରିମାଣର ଅତିରିକ୍ତ ୨୫ ପ୍ରତିଶତ DBT ଜରିଆରେ ୨୦୨୧-୨୨ ରବି ଫସଲ ପାଇଁ ଦିଆଯିବ । କ୍ଷତିଗ୍ରସ୍ତ ଜିଲ୍ଲାର ଚାଷୀ ମାନଙ୍କୁ ୫୦ ହଜାର ଡାଲି ଜାତୀୟ ବିହନ ମିନି କିଟ୍‌ ଯୋଗାଇ ଦିଆଯିବ । ଏହାସହିତ ୪ ଲକ୍ଷ ପରିବା ବିହନ ମିନିକିଟ୍‌ ମାଗଣାରେ ଯୋଗାଇ ଦିଆଯିବ ।

ଫଳ ଓ ପନିପରିବା ଚାଷ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ଏକ ଲକ୍ଷ ସଦସ୍ୟଙ୍କୁ ପ୍ଲାଷ୍ଟିକ ଜାଲି ବାକ୍‌ସ (Crate) ଯୋଗାଇ ଦିଆଯିବ। ପ୍ରତି ସଦସ୍ୟଙ୍କୁ ୯୦ ପ୍ରତିଶତ ରିହାତିରେ ୫ ଗୋଟି କ୍ରେଟ ଯୋଗାଇ ଦିଆଯିବ। ଯାହାଦ୍ବାରା ଫଳ ଓ ପରିବାର ଅମଳ ପରବର୍ତ୍ତୀ କ୍ଷତି କମ୍‌ କରାଯାଇପାରିବ । ଏକ ଲକ୍ଷ ଚାଷୀଙ୍କୁ ସେମାନଙ୍କ ଘର ପଛ ବଗିଚାରେ ଲଗାଇବା ପାଇଁ ମାଗଣାରେ ପ୍ରତ୍ୟେକଙ୍କୁ ୧୦ ଗୋଟି ଫଳ ଚାରା ଯୋଗାଇ ଦିଆଯିବ ।ଏକ ଲକ୍ଷ ଚାଷୀଙ୍କୁ ହାଇବ୍ରିଡ ପରିବା ଚାଷ ପାଇଁ ସହାୟତା ଦିଆଯିବ। ପ୍ରତି ଚାଷୀଙ୍କୁ ୦.୨୦ ହେକ୍ଟର ପାଇଁ ୪୦୦୦ ଟଙ୍କା ଲେଖାଏ ସହାୟତା ମିଳିବ ।

କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କର ଚାଷୀ ମାନଙ୍କୁ କୃଷି ଯାନ୍ତ୍ରିକୀକରଣ ନିମନ୍ତେ ୫୦ କୋଟି ଟଙ୍କାର ରିହାତି ଦିଆଯିବ । ଏହା DBT ଜରିଆରେ ପ୍ରଦାନ କରାଯିବ । କ୍ଷତିଗ୍ରସ୍ତ ଅଞ୍ଚଳରେ ୫୦୦୦ ପମ୍ପସେଟ୍ ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯିବ । ଏଥିପାଇଁ ରିହାତିର ସର୍ବୋଚ୍ଛ ପରିମାଣ ୧୦ ହଜାର ଟଙ୍କା ଦିଆଯିବ ।

କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦ ପ୍ରତିଶତ ରିହାତିରେ ୫୦୦୦ ସ୍ପ୍ରେୟର (ସିଞ୍ଚନ ଯନ୍ତ୍ର) ଯୋଗାଇ ଦିଆଯିବ । ପାୱାର ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ୩୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ୭୫୦ ଟଙ୍କା ଦିଆଯିବ ।

ରୋଗପୋକ ନିୟନ୍ତ୍ରଣ ପାଇଁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମଧ୍ୟ ଏହି ପ୍ୟାକେଜରେ ବ୍ୟବସ୍ଥା ରଖାଯାଇଛି । ଏଥିପାଇଁ ରିହାତି ଚାଷୀଙ୍କୁ DBT ଜରିଆରେ ପ୍ରଦାନ କରାଯିବ । ସମୁଦାୟ ୧୬ ହଜାର ହେକ୍ଟର ଜମି ପାଇଁ ଏହି ସହାୟତା ବ୍ୟବାସ୍ଥା କରାଯିବ ।

୩୩ ପ୍ରତିଶତ ବା ତାଠାରୁ ଧିକ ଫସଲ କ୍ଷତି ହୋଇଥିବା ଅଞ୍ଚଳରେ ଦିଆଯାଇଥିବା ସ୍ବଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ। ସେହିପରି ଆସନ୍ତା ରବି ଋତୁ ପାଇଁ ଚାଷୀମାନେ ଯେପରି ସୁବିଧାରେ ଫସଲ ଋଣ ଓ କୃଷି ଋଣ କରିପାରିବେ, ସେଥିପାଇଁ ଆନୁଷ୍ଠାନିକ ଆର୍ଥିକ ସଂସ୍ଥା ଦ୍ବାରା ସହାୟତାର ବ୍ୟବସ୍ଥା କରାଯିବ । ଭାଗଚାଷୀ ମାନେ ଯେପରି ରବି ଋତୁରେ ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ Joint Liability Group ଗଠନ ପାଇଁ ତ୍ବରିତ ପଦକ୍ଷେପ ନିଆଯିବ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ଚାଷୀମାନେ ଯେପରି ତାଙ୍କ କ୍ଷତିପୂରଣ ଶୀଘ୍ର ପାଇପାରିବେ, ସେଥିପାଇଁ ଅମଳ ପରବର୍ତ୍ତୀ କ୍ଷତିର ତୁରନ୍ତ ଆକଳନ ନିମନ୍ତେ ପଦକ୍ଷେପ ନିଆଯିବ ଏବଂ Crop Cutting Experiement ମଧ୍ୟ ଶୀଘ୍ର ଶେଷ କରାଯିବ । ବାତ୍ୟା ଜୱାଦ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ ମାନେ ଯେପରି ରବି ଫସଲ ପାଇଁ ତୁରନ୍ତ ଋଣ ସହାୟତା ପାଇପାରିବେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ।

15 ରୁ 18 ବର୍ଷ ପିଲାଙ୍କୁ ଦିଆଯିବ ଟୀକା…

( ) ରାଜ୍ୟରେ 25 ଲକ୍ଷ 53 ହଜାର 15 ରୁ 18 ବର୍ଷ ପିଲାଙ୍କୁ ଦିଆଯିବ ଟୀକା । 60 ବର୍ଷରୁ ଉର୍ଦ୍ଧ୍ବ 52 ଲକ୍ଷ 37 ହଜାର ଲୋକଙ୍କୁ ଦିଆଯିବ ପ୍ରିକେସନ ଡୋଜ । ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି ସେମାନଙ୍କୁ ପ୍ରିକେସନ ଡୋଜ ଦିଆଯିବ । ସ୍ୱାସ୍ଥ୍ୟ କର୍ମୀ ଓ ସମୁଖ ଯୋଦ୍ଧା 7 ଲକ୍ଷ 5 ହଜାର ରହିଛନ୍ତି । 15 ରୁ 18 ବର୍ଷ ଯେଉଁମାନେ ଟୀକା ନେବେ ସେମାନଙ୍କୁ ପଞ୍ଜିକରଣ କରିବାକୁ ପଡିବ ।
ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ଟୀକା ଦେବାକୁ ବ୍ୟବସ୍ଥା ଜରାଜୀବ । ଯେହେତୁ ସ୍କୁଲ କଲେଜରେ ଶିକ୍ଷକ ଉପସ୍ଥିତ ରହିବେ ତେଣୁ ଆବଶ୍ୟକ ପଡ଼ିଲେ ଅଭିଭାବକ ମାନଙ୍କୁ ପିଲାଙ୍କ ସହିତ ଆସିବାକୁ ପଡିବ । ଅନୁମତି ପାଇଥିବା ଦୁଇଟି ଟୀକା ମଧ୍ୟରୁ ପିଲା ମାନଙ୍କୁ କେଉଁ ଟୀକା ଦିଆଯିବ ତାହା ସ୍ପଷ୍ଟ ହୋଇନି । ମାର୍ଗଦର୍ଶୀକା ଆସିବା ପରେ ସ୍ପଷ୍ଟ ହେବ। ନିୟମ ଅନୁସାରେ ଯିଏ ଯେଉଁ ଟୀକା ନେଇଛନ୍ତି ପ୍ରିକେସନ ଡୋଜ (ବୁଷ୍ଟର) ହିସାବରେ ସେହି ଟୀକା ନେବା କଥା । ବର୍ତ୍ତମାନ 2600 ସେସନ ସାଇଟରେ ଟୀକା କରଣ ଚାଲିଛି। ପ୍ରତି ବ୍ଲକରେ 8 ଟି ମୋବାଇଲ ଭ୍ୟାନ ବୁଲି ଟୀକା କରଣ କରୁଛନ୍ତି । ପ୍ରଥମ ଡୋଜ ନେବାକୁ 29 ଲକ୍ଷ ଲୋକ ବାକି ଅଛନ୍ତି ଓ ଦ୍ୱିତୀୟ ଡୋଜ ନେବାକୁ 30 ଲକ୍ଷ ଲୋକ ବାକି ଅଛନ୍ତି ।
ବାଇଟ – ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ

ଦେଶର ବିକାଶକୁ ବବିଙ୍କ ଗୁରୁତ୍ବ…

{ } ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦେଶପ୍ରୀତିର ଝଲକ ଦେଖିବାକୁ ମିଳିଲା । ମଞ୍ଚ ଉପରେ ଦଳୀୟ ସଂଗଠନ ଓ ଦଳୀୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନର ଗାଥା ବଖାଣିଲେ ବବି । ଏପରିକି ନବୀନ ଯେ ରାଜ୍ୟ ପାଇଁ ବିଜୁ ବାବୁଙ୍କ ଶ୍ରେଷ୍ଠ ଅବଦାନ, ଯାଜପୁର ମାଟିରୁ ସାରା ରାଜ୍ୟକୁ ଉଦବୋଧନ ଦେଲେ । ଏହା ପରେ ମଞ୍ଚ ତଳେ ସାମ୍ବାଦିଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଥମେ ନବୀନଙ୍କ ଅଭିବାଦନ ସଂପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ତେବେ ଏ ଥିଲା ବବିଙ୍କ ଓଡ଼ିଶା ବିକାଶର ନକ୍ସା । ଏହା ପରେ ସାମ୍ବାଦିକଙ୍କୁ ଦ୍ବିତୀୟ ପ୍ରଶ୍ନର ଉତ୍ତରରେ ଥିଲା ଦେଶ ବିକାଶର ରୋଡମ୍ୟାପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ବି ସମ୍ମାନ ଦେଉଥିବା କଥା ବବି କହିଲେ । କାରଣ ତାଙ୍କର ପ୍ରତିହଂସା ପରାୟଣ ରାଜନୀତି ନାହିଁ । ସଂଘୀୟ ବ୍ୟବସ୍ଥାର ପାଠ ସାରା ଦେଶକୁ ନବୀନ ପଢାଇଛନ୍ତି । ହେଲେ ବିଜେଡିର ଏହି ଯୁବ ମାର୍ଗଦର୍ଶକ କେନ୍ଦ୍ରକୁ ବି ତା ଦାୟିତ୍ବ ମନେ ପକାଇ ଦେଲେ । ସଂଘୀୟ ବ୍ୟବସ୍ଥାକୁ ନବୀନଙ୍କ ପରି କେନ୍ଦ୍ର ସରକାର ମାନିଲେ, ଦେଶର ବିକାଶ ହେବ ବୋଲି ବବି କହିଲେ । ଆଉ ବାରମ୍ବାର ଦେଶର ବିକାଶ କଥା ଦୋହରାଇ ଚାଲିଲେ ବବି । ନବୀନଙ୍କ ବଳିଷ୍ଠ ଉଦ୍ୟମରୁ ମାଲକାନଗିରିରୁ ମୟୂରଭଞ୍ଜ ଯାଏ ବିକାଶ ହେଉଛି । ଅନ୍ୟପଟେ ଯଦି କେନ୍ଦ୍ର ବି ନବୀନଙ୍କ ପରି ସଂଘୀୟ ବ୍ୟବସ୍ଥା ମାନି କାମ କଲେ, ଦେଶର ଆହୁରି ବିକାଶ ହେବ ବୋଲି ବବି କହି କେନ୍ଦ୍ର ସରକାରଙ୍କୁ ତାଙ୍କ ଦାୟିତ୍ବ ମନେ ପକାଇଛନ୍ତି ।
ସବୁବେଳେ ଦଳ, ନବୀନ ଓ ସଂଗଠନ କଥା କହୁଥିବା ବବି ଯେ ଦେଶ କଥା କହିବେ, କେହି କେବେ ପରିକଳ୍ପନା କରିନଥିଲେ । ଯୁବ ନେତା ଭାବେ ସମସ୍ତଙ୍କ ମନ ଜିତିଥିବା ବବିଙ୍କ ମନରେ ଯେ ଦେଶର ବିକାଶ ଚିନ୍ତା ଉଙ୍କି ମାରୁଛି, ତାହା ଯାଜପୁରରୁ ଜାଣିଲା ଓଡ଼ିଶା । ବବିଙ୍କ ଏହି ମତ ଜଣାଇ ଦେଲା ଯେ ଦେଶ ଓ ଜାତିର ବିକାଶ ହେଲେ ହି ଦେଶବାସୀ ସୁଖୀ ରହିବେ । ବୋଧେ ବବିଙ୍କ ଏପରି ମହତ ଚିନ୍ତାକୁ ପୂର୍ବରୁ ପରଖି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯେଉଁଥି ପାଇଁ ତାଙ୍କୁ ସଂଗଠନ ଦାୟତ୍ବ ଦେଇ ଦଳକୁ ଆଗକୁ ଚଲାଇଛନ୍ତି ।

୨୫ବର୍ଷରେ ପାଦ ଦେଲା ବିଜେଡି…

{ } ପଚିଶ ବର୍ଷ ଆଗରୁ ବିଜୁ ବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ
ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇଯାଇଛି ।ଓଡ଼ିଶାବାସୀଙ୍କ ଆଶିର୍ବାଦରେ ଦିନକୁ ଦିନ ବଢ଼ି ଚାଲିଛି ।
ବିଜୁ ଜନତା ଦଳ ହେଉଛି ଦେଶର ଏକମାତ୍ର ଦଳ, ଯାହାର ଲୋକପ୍ରୀୟତା ପ୍ରତି ବର୍ଷ ବଢ଼ିଚାଲିଛି । ଏଥି ପାଇଁ ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀମାନଙ୍କ ତ୍ୟାଗ, ପରିଶ୍ରମ ଓ ନିଷ୍ଠାକୁ ମୁଁ ସମ୍ମାନ ଜଣାଉଛି । ଆପଣମାନେ
ହେଉଛନ୍ତି ଆମ ଦଳର ମେରୁଦଣ୍ଡ ।
୨୦୦୦ ମସିହାର ଓଡ଼ିଶା, ଓ ଆଜିର ଓଡ଼ିଶା ଭିତରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି । ଗରିବି କମ୍‍ କରିବାରେ ଆମ ରାଜ୍ୟ ସାରା ଦେଶରେ ଆଗରେ ରହିଛି । ଓଡ଼ିଶାରେ ଗରିବି ୬୩%ରୁ ୨୯%କୁ କମିଛି । ଅଶି ଲକ୍ଷ
ଲୋକ ଗରିବି ରେଖା ଉପରକୁ ଆସିଛନ୍ତି । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆପଣମାନଙ୍କ ସହଯୋଗରେ ଗରିବିକୁ ୧୦%କୁ କମ କରି ଓଡ଼ିଶା ଇତିହାସ ସୃଷ୍ଟି କରିବ । ଏଥି ପାଇଁ ଯାହା ଦରକାର ଆମ ସରକାର ସେ ସବୁ ପଦକ୍ଷେପ
ନେବ । ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଆନ୍ତର୍ଜାତୀୟ ସ୍ୱୀକୃତି ପାଇଛି । ଜାତିସଂଘ ଠାରୁ ଆରମ୍ଭ କରି ନୀତି ଆୟୋଗ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ପ୍ରଶଂସା ପାଇଛି । ବିପତ୍ତି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ବାଟ ଦେଖାଇଛି । ଦିନ ଥିଲା ଆମେ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । କିନ୍ତୁ ଆଜି ସେ ପରିସ୍ଥିତି ନାହିଁ।ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ଶି । ଆଜି ତିନି ନମ୍ବରରେ ଅଛି । ଏହାର ସବୁ ଶ୍ରେୟ ଆମର ଚାଷୀ
ଭାଇମାନଙ୍କର । ଓଗ୍ଧ ବକ୍ଷଗ୍ଦକ୍ଟ କ୍ସରଲକ୍ଷରମଗ୍ଧଗ୍ଦ କ୍ଟଙ୍କକ୍ସ ମକ୍ଟଜ୍ଞଜ୍ଞସଗ୍ଧଜ୍ଞରଦ୍ଭଗ୍ଧ ଗ୍ଧକ୍ଟ ରଙ୍ଘକ୍ଟ୍ରବଦ୍ଭୟ ସକ୍ସକ୍ସସଶବଗ୍ଧସକ୍ଟଦ୍ଭ ଲବମସକ୍ଷସଗ୍ଧସରଗ୍ଦ
ସଦ୍ଭ ଗ୍ଧଷର ଝଗ୍ଧବଗ୍ଧର. ମହିଳା ସଶକ୍ତିକରଣରେ ଓଡ଼ିଶା ଆଜି ଆଗରେ । ମା ମାନଙ୍କ ପାଇଁ ପଞ୍ଚାୟତ ଓ ପୌରାଞ୍ଚଳରେ ୫୦% ସ୍ଥାନ ସଂରକ୍ଷଣରେ ମଧ୍ୟ ଓଡ଼ିଶା ଆଗରେ ଅଛି । ସଂସଦରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ହିଁ ବାଟ ଦେଖାଇଛି । ଏହି ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ମା ମାନଙ୍କ ହକ୍‍ ପାଇଁ ଆମର ଆନ୍ଦୋଳନ ଜାରି ରହିବ ।
ମିଶନ ଶକ୍ତି ଆଜି ଓଡ଼ିଶାର ପ୍ରତି ଘରର ମା ମାନଙ୍କୁ ସଶକ୍ତ କରିଛି । ୭୦ ଲକ୍ଷ ମା ମାନଙ୍କ ଏହି ବିରାଟ ଆନ୍ଦୋଳନ ବିକାଶ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି ।
ତଫସିଲ୍‍ଭୁକ୍ତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ ଭାଇ ଭଉଣୀଙ୍କ ବିକାଶ ଆମର ପ୍ରାଥମିକତା । ଶିକ୍ଷା ତଥା
ବିଭିନ୍ନ ବିକାଶ ଜରିଆରେ ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ପାଇଁ ଅନେକ କାମ ଚାଲିଛି ।
କରୋନା ସମୟରେ ସବୁଠାରୁ ଅଧିକ ପୁଞ୍ଜି ଓଡ଼ିଶାକୁ ଆସିଛି । ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆସିଛି । ଏହା
ସାରା ଦେଶରେ ସବୁଠାରୁ ଅଧିକ । ଆମର ଯୁବ ପିଢ଼ି ପାଇଁ ଏହା ରୋଜଗାରର ନୂଆ ସୁଯୋଗ ଆଣିଛି ।
କରୋନା ସମୟରେ ମାଗଣା ଚିକିତ୍ସା ଦେଇଛି ଓଡ଼ିଶା ସରକାର । ଲୋକଙ୍କ ଜୀବନ ରକ୍ଷାରେ ସହାୟକ
ହୋଇଛି ଓଡ଼ିଶା ସରକାର । ୧୭ ରାଜ୍ୟକୁ ଅକ୍ସିଜେନ ଯୋଗାଇଛି ଓଡ଼ିଶା ସରକାର । ଲୋକଙ୍କ ଭିତରେ ଭରସା ସୃଷ୍ଟି କରିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‍ଥ କାର୍ଡ଼ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଶରେ ଏକ ବିପ୍ଳବ ଆଣିଛି ।
୫ଞ ସ୍କୁଲ୍‍ ଟ୍ରାନ୍ସଫରମେଶନ ଆଜି ଆମ ପିଲାମାନଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି । ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ସୃଷ୍ଟି କରିଛି । ସେ ଶିକ୍ଷା ହେଉ ବା କ୍ରୀଡ଼ା ବା ସ୍ୱାସ୍ଥ୍ୟ ବା କୃଷି — ସବୁ କ୍ଷେତ୍ରରେ ଓଡ଼ିଶା ଏକ
ନୂଆ ପରିଚୟ ନେଇ ଆଗକୁ ବଢ଼ୁଛି ।
ବିଜୁ ଜନତା ଦଳର ବସ୍‍ (ଈଙଝଝ) ହେଉଛନ୍ତି ଓଡ଼ିଶାବାସୀ । ଆମର ଦିଲ୍ଲୀରେ କେହି ବସ (ଈଙଝଝ)
ନାହିଁ। ଯାହା କରୁଛୁ ଓଡ଼ିଶାବାସୀଙ୍କ ପାଇଁ, ଓଡ଼ିଶବାସୀଙ୍କ ଇଛାରେ । ଓଡ଼ିଶାର ହକ୍‍ ପାଇଁ । ଆମ କାମ ପାଇଁ, ଆମେ
କେବଳ ଓଡ଼ିଶାବାସୀଙ୍କ ପାଖରେ ହିଁ ଉତ୍ତର ଦାୟୀ । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆଶିର୍ବାଦରେ ବିଜୁ ଜନତା ଦଳ ଆଜି ଏକ ସାମାଜୀକ ଆନ୍ଦୋଳନରେ
ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହ
ିଁ। ଏ ସଫଳତା ପଛରେ ଅଛନ୍ତି ଏକ ସମୃଦ୍ଧ, ସଶକ୍ତ ଓଡ଼ିଶାର ସ୍ୱପ୍ନ ଦେଖିଥିବା ପ୍ରତ୍ୟକ ଓଡ଼ିଶାବାସୀ । ସେହିମାନଙ୍କୁ ସାଥିରେ ଧରି ବିଜୁ ଜନତା ଦଳ ଶହ ଶହ ବର୍ଷ ପର୍ଯ୍ୟନ୍ତ ଓଡ଼ଶି ।ବାସୀଙ୍କ ସେବା କରିଚାଲିବ ।

ବିଜୁ ଜନତା ଦଳର ବସ୍ ହେଉଛନ୍ତି ଓଡ଼ିଶାବାସୀ

( ) ଆମର ଦିଲ୍ଲୀରେ କେହି ବସ୍ ନାହାଁନ୍ତି । ଯାହା କରୁଛୁ ଓଡ଼ିଶାବାସୀଙ୍କ ପାଇଁ… ଓଡ଼ିଶାବାସୀଙ୍କ ଇଚ୍ଛାରେ… ଓଡ଼ିଶାର ହକ୍ ପାଇଁ…। ବିଜୁ ଜନତା ଦଳର ରୌପ୍ୟ ଜୟନ୍ତୀରେ ରାଜ୍ୟବାସୀଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କହିଛନ୍ତି, ଆମେ କେବଳ ଓଡ଼ିଶାବାସୀଙ୍କ ପାଖରେ ଉତ୍ତରଦାୟୀ । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତି ହୋଇଛି । ଏହି ସଫଳତା ପଛରେ ଅଛନ୍ତି ସମୃଦ୍ଧ ଓ ଶସକ୍ତ ଓଡ଼ିଶାର ସ୍ୱପ୍ନ ଦେଖିଥିବା ପ୍ରତ୍ୟେକ ଓଡ଼ିଶାବାସୀ । ସେମାନଙ୍କୁ ସାଥିରେ ଧରି ବିଜେଡି ଶହ ଶହ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା କରି ଚାଲିବ । ସେ ଆହୁରି କହିଛନ୍ତି, ୨୫ ବର୍ଷ ତଳେ ବିଜୁବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ପାଲଟିଛି । ରାଜ୍ୟବାସୀଙ୍କ ଆଶୀର୍ବାଦରେ ଦିନକ ଦିନ ଆଗକୁ ବଢ଼ୁଛି ବିଜେଡି । ବିଜୁ ଜନତା ଦଳ ଦେଶର ଏକମାତ୍ର ଦଳ ଯାହାର ଲୋକପ୍ରିୟତା ବର୍ଷକୁ ବର୍ଷ ବଢ଼ୁଛି । ଏଥିପାଇଁ ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀମାନଙ୍କ ପରିଶ୍ରମ ଓ ତ୍ୟାଗକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଆପଣମାନେ ହେଉଛନ୍ତି ଆମ ଦଳର ମେରୁଦଣ୍ଡ । ୨୦୦୦ ମସିହା ଓ ଆଜିର ଓଡ଼ିଶା ମଧ୍ୟର ବହୁତ ବଡ଼ ପରିବର୍ତ୍ତନ ଘଟିଛି । ଗରିବୀ କମ କରିବାରେ ସାରା ଦେଶରେ ଆଗରେ ରହିଛି ଓଡ଼ିଶା । ରାଜ୍ୟରେ ଗରିବୀ ୬୩ ପ୍ରତିଶତରୁ ୨୯ ପ୍ରତିଶତକୁ ଖସିଛି। ୮୦ ଲକ୍ଷ ଲୋକ ଗରିବ ସୀମାରେକ୍ଷା ଉପରକୁ ଆସିଛନ୍ତି। ଆସନ୍ତା ୫ବର୍ଷ ମଧ୍ୟରେ ଆପଣମାନଙ୍କ ସହଯୋଗରେ ଗରିବୀକୁ ୧୦ ପ୍ରତିଶତକୁ ହ୍ରାସ କରି ଓଡ଼ିଶା ଇତିହାସ ସୃଷ୍ଟି କରିବ। ଏଥିପାଇଁ ଯାହା ଦରକାର ଆମ ସରକାର ସମସ୍ତ ପଦକ୍ଷେପ ନେବ। ଓଡ଼ିଶା ଅନ୍ତର୍ଜାତୀୟ ପରିଚୟ ପାଇଛି। ଜାତିସଂଘ ଠାରୁ ନୀତି ଆୟୋଗ ସମସ୍ତେ ଓଡ଼ିଶାକୁ ପ୍ରଂଶସା କରିଛନ୍ତି । ବିପତ୍ତି ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ବାଟ ଦେଇଖାଇଛି ଓଡ଼ିଶା । ଦିନ ଥିଲା ଓଡ଼ିଶା ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା, ଆଜି ସେ ପରିସ୍ଥିତି ନାହିଁ । ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଆଜି ୩ ନମ୍ବର ସ୍ଥାନରେ ଅଛି । ଏହାର ସବୁ ଶ୍ରେୟ ଆମ ଚାଷୀ ଭାଇମାନଙ୍କର। ମହିଳା ଶସକ୍ତିକରଣରେ ଓଡ଼ିଶା ଆଜି ଆଗରେ। ମାଆମାନଙ୍କ ପାଇଁ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣରେ ଓଡ଼ିଶା ଆଗରେ । ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଜେଡି ବାଟ ଦେଖାଇଛି । ଏହି ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ମାଆ ମାନଙ୍କ ହକ୍ ପାଇଁ ଆମ ଆନ୍ଦୋଳନ ଜାରି ରହିବ । ମିଶନ ଶକ୍ତି ଆଜି ଓଡ଼ିଶାର ପ୍ରତି ଘରର ମାଆମାନଙ୍କୁ ଶସକ୍ତ କରିଛି । ୭୦ ଲକ୍ଷ ମାଆଙ୍କ ବିରାଟ ଆନ୍ଦୋଳନ, ବିକାଶ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି । ଏସସି, ଏସଟି ଓ ଓବିସି ଭାଇ ଭଉଣୀମାନଙ୍କ ବିକାଶ ଆମର ପ୍ରାଥମିକତା । ଶିକ୍ଷା ତଥା ବିଭିନ୍ନ ବିକାଶ ଜରିଆରେ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ଅନେକ କାମ ଚାଲିଛି । କରୋନା କାଳରେ ସବୁଠୁ ଅଧିକ ପୁଞ୍ଜିନିବେଶ ଓଡ଼ିଶାକୁ ଆସିଛି। ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆସିଛି । ସାରା ଦେଶରେ ଏହା ସର୍ବାଧିକ । ଆମ ଯୁବପିଢ଼ି ପାଇଁ ଏହା ରୋଜଗାରର ନୂଆ ସୁଯୋଗ ଆଣିଛି। କରୋନା ସମୟରେ ମାଗଣାରେ ଚିକିତ୍ସା ଯୋଗାଇଛନ୍ତି ଆମ ସରକାର । ୧୭ ରାଜ୍ୟକୁ ଆମେ ଅମ୍ଲଜାନ ଯୋଗାଇଛି। ସ୍ୱାସ୍ଥ୍ୟକ୍ଷେତ୍ରରେ ବିଏସକେୱାଇ କାର୍ଡ ଦେଶର ବିଳ୍ପବ ଆଣିଛି । ସ୍କୁଲ୍ ରୂପାନ୍ତିକରଣ ପିଲାମାନଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ସହ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଛି । ସ୍ୱାସ୍ଥ୍ୟ ହେଉ କି ଖେଳ ସବୁକ୍ଷେତ୍ରରେ ଓଡ଼ିଶା ଏକ ନୂଆ ପରିଚୟ ନେଇ ଆଗକୁ ବଢ଼ିଛି ।

ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ…

( )କଂଗ୍ରେସ ସେବାଦଳ ପକ୍ଷରୁ ସଦ୍‌ଭାବନା ରାଲି

{ }ଦୀର୍ଘଦିନ ପରେ, ପଞ୍ଚାୟତ ଓ ନଗର ପାଳିକା ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ କଂଗ୍ରେସ ଦଳ ପକ୍ଷରୁ ଏକ ଶୃଙ୍ଖଳିତ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି।
କଂଗ୍ରେସ, ସେବାଦଳର ୯୮ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ବିରାଟ ସଦ୍ଭାବନା ରାଲିକୁ ଆଜି ପୂର୍ବାହ୍ନରେ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଓଡ଼ିଶା ପ୍ରଭାରୀ ଡଃ ଏ ଚେଲ୍ଲାକୁମା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ସେବାଦଳ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, କଂଗ୍ରେସ ସେବାଦଳର ଏକ ଗରିମାମୟ ଇତିହାସ ରହିଛି । ପଣ୍ଡିତ ଜବାହାରଲାଲ ନେହେରୁ ସେବାଦଳ ସଂଗଠନର ପ୍ରଥମ ସଭାପତି ଥିଲେ । ଭାରତବର୍ଷର ଯୁବକମାନଙ୍କୁ ରାଷ୍ଟ୍ରୀୟ ଏକତା ମନ୍ତ୍ରରେ ଦୀକ୍ଷିତ କରାଇ ଜନସାଧାରଣଙ୍କ ସେବାରେ ନିଜକୁ ସମର୍ପଣ କରିବା ପାଇଁ ଏହି ସଂଗଠନ ଗଠନ କରାଯାଇଥିଲା । ବର୍ତମାନ ରାଜନୈତିକ ଦୃଶ୍ୟପଟରେ କଂଗ୍ରେସ ସେବାଦଳର ଏକ ମୁଖ୍ୟ ଭୂମିକା ରହିଛି । ଗାନ୍ଧୀ ଓ ନେହେରୁଜୀଙ୍କ ଆଦର୍ଶକୁ ସାଧାରଣ ଜନତା ବିଶେଷଭାଗରେ ଯୁବକମାନଙ୍କ ନିକଟରେ ପହଞ୍ଚାଇବାକୁ ସେ ସେବା ବଳର ଆହ୍ବାନ ଦେଇଥିଲେ । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ, କଂସ ବନ୍ଦୀଶାଳାରେ କୃଷ୍ଣଙ୍କ ଜନ୍ମ ଭଳି ବ୍ରିଟିଶ ସରକାରଙ୍କ ନାଗପୁର ବନ୍ଦୀଶାଳାରେ ସେବାଦଳର ଜନ୍ମ ଏଣୁ ଭାରତରତ୍ନ ଇନ୍ଦିରା ଗାନ୍ଧୀ ସବୁବେଳେ କହୁଥିଲେ କଂଗ୍ରେସ ସେବାଦଳ, କଂଗ୍ରେସ ସଂଗଠନର ମେରୁଦଣ୍ଡ।ରାଜ୍ୟ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ଉଦ୍‌ବୋଧନ ଦେଇ ନିଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ଶ୍ରୀ ଜି ରୁଦ୍ରରାଜୁ କହିଲେ ଯେ, ମହାତ୍ମା ଗାନ୍ଧୀଙ୍କ ଆଶୀର୍ବାଦରେ ସେବାଦଳ ସଂଗଠନ ପ୍ରତିଷ୍ଠା ହୋଇଥିଲା, ରାଷ୍ଟ୍ରୀୟ ଏକତା, ରାଷ୍ଟ୍ରୀୟ ସଦଭାବନା ସହ ଯୁବକ ଓ ଛାତ୍ରମାନଙ୍କୁ ସେବା ପାଇଁ ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣକୁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଥିଲା ନିଖିଳ ଭାରତ କଂଗ୍ରେସ କମିଟିର ଅନ୍ୟତମ ସମ୍ପାଦକ ଶ୍ରୀ ଶରତ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସମାଜରେ ଛାତ୍ର ଯୁବକମାନେ ହେଲେ ନୂତନତାର ବାର୍ତ୍ତାବହ । ସେମାନେ ଯେତେ ଶୃଙ୍ଖଳିତ ଓ ନିତିନିଷ୍ଟ ହେବେ, ସମାଜ ସେତେ ଆଗେଇବ ବୋଲି କହିଥିଲେ ।ଏହି ବର୍ଣ୍ଣାଢ୍ୟ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ସେବାଦଳର କେନ୍ଦ୍ରୀୟ ପଦାଧିକାରୀ ଚୈନସିଂ ସାୱେଲେ, ଅଜିତ କୁମାର ଓ ନାରାୟଣ କୁମାର ସେବାଦଳର କର୍ମୀମାନଙ୍କୁ ମାର୍ଗଦର୍ଶନ ଦେବା ସହ ୨୦୨୨ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳକୁ ଜିତାଇବାକୁ ଆହ୍ବାନ ଦେଇଥିଲେ ଆଜିର ରାଲି କଂଗ୍ରେସ ଭବନରୁ ବାହାରି, ୟୁନିଟ୍-୩ ଗୁରୁଦ୍ୱାର, ରାମମନ୍ଦିର, ସ୍କାଉଟ ଗାଇଡ଼ କାର୍ଯ୍ୟାଳୟ ଦେଇ ବୁଦ୍ଧମନ୍ଦିର, ରାଜଧାନୀ ମସ୍‌ଜିଦ୍ ଓ ୟୁନିୟନ ଚର୍ଚ୍ଚ ଦେଇ କଂଗ୍ରେସ ଭବନଠାରେ ପହଞ୍ଚିଲା । ଆଜିର ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଘଣ୍ଟବାଦ୍ୟ, ସେବାଦଳ ବ୍ୟାଣ୍ଡ, ଲଉଡ଼ି ଖେଳ, ମହିଳା ପାଇକ ଦଳ ଓ ପୁରୁଷ ପାଇକଦଳ ଏବଂ ଡ଼ଙ୍ଗରିଆ କନ୍ଧ ନୃତ୍ୟ ଓ ଶକ୍ତି ପ୍ରଦର୍ଶନ କରିଥିଲେ । ସେବାଦଳ କର୍ମୀମାନେ କାନ୍ଧରେ ବାଉଁଶ ଲାଠି ଧରିଥିଲେ । ସାରା ଓଡ଼ିଶାରୁ ୩ ହଜାରରୁ ଉର୍ଦ୍ଧ୍ଵ ସେବାଦଳ କର୍ମୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଗଣେଶ୍ୱର ବେହେରା, ମନୋରଞ୍ଜନ ଦାସ, ଅନନ୍ତ ପ୍ରସାଦ ସେଠୀ, ଚିନ୍ମୟ ପ୍ରସାଦ ବେହୁରା, ପୃଥୀବଲ୍ଲବ ପଟ୍ଟନାୟକ, ଶିବାନନ୍ଦ ରାୟ, ଚିନ୍ମୟ ଦାସ, ଛାତ୍ର କଂଗ୍ରେସ ସଭାପତି ଓ୍ୱାସିର ନଳ, ସସ୍ମିତା ବେହେରା, ଶ୍ରୀମତୀ ମଞ୍ଜୁ ମହାନ୍ତି, ବିଶ୍ୱଜିତ ଦାସ, ରଜନୀ ମହାନ୍ତି, ସବୁନା କହଁର, ସୁବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ମହମ୍ମଦ ଶହଦୁଲା, ସୁଶାନ୍ତ ମହାରଣା, କୁଳମଣି ସାହୁ, ରମେଶ ବରାଳ, ଅଶୋଳ ସିଂହ, ମୁଗରୀ ମନୋହର ଯାଦବ, ବରୁଣ ରାଜ, ସୁଶାନ୍ତ କୁମାର ପଣ୍ଡା, ଶିଶିର ମହାପାତ୍ର, ସନ୍ତୋଷ ଲେଙ୍କା, ଜ୍ୟୋତିଷ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

କେନ୍ଦ୍ର ମାନୁ ସଂଘୀୟ ବ୍ୟବସ୍ଥା : ପ୍ରଣବ..

( ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସମସ୍ତଙ୍କୁ ସଂଘୀୟ ବ୍ୟବସ୍ଥାର ପାଠ ସମସ୍ତଙ୍କୁ ପଢ଼ାଇଛନ୍ତି ଓ ସମସ୍ତଙ୍କୁ ସମ୍ମାନ ଜଣାଇଛନ୍ତି। ତାଙ୍କର ଆଚାର ବିଚାର ଓ କାର୍ଯ୍ୟରେ ବିରୋଧୀଙ୍କ ପାଇଁ ବି ସମ୍ମାନ ଥାଏ। ତାଙ୍କର ପ୍ରତିହିଂସା ପରାୟଣ ରାଜନୀତି ନାହିଁ। ତାହା ହିଁ ସଂଘୀୟ ବ୍ୟବସ୍ଥା। ଯେତେବେଳେ କେନ୍ଦ୍ର ସେହି ସମ୍ମାନ ଦେବ, ତେବେ ଦେଶ ଆହୁରି ବିକଶିତ ହେବ। ଆଜି ତାଙ୍କ ପାଇଁ ମାଲକାନଗିରିରୁ ମୟୁରଭଞ୍ଜ ସମସ୍ତେ ସମାନ। ସେହି ବିଚାରଧାରାକୁ କାର୍ଯ୍ୟ କରିବାରୁ ବିକାଶଧାରା ମାଲକାନଗିରିରୁ ମୟୁରଭଞ୍ଜ ଯାଏ ହୋଇପାରିଛି। ତେଣୁ ସେହିଭଳି ଯଦି ସମସ୍ତେ ସଂଘୀୟ ବ୍ୟବସ୍ଥା ମାନି କାମ କରିବେ, ଦେଶ ଆହୁରି ବିକଶିତ ହେବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କହିଛନ୍ତି ଯେବେ ରାଜନୀତି ଆରମ୍ଭ କଲେ, ଦିଲ୍ଲୀରେ କେହି ତାଙ୍କ boss ନାହାନ୍ତି। ରାଜ୍ୟବାସୀ ତାଙ୍କ boss। ତାଙ୍କ ପାଇଁ ସେବକ ହୋଇ ଆମ କାମ କରିବୁ। ଓଡ଼ିଶାବାସୀ ଆମ ମାଲିକ। ଯଦି କେହି ଆଧୁନିକ ଓଡ଼ିଶା ଗଢ଼ିଥିଲେ, ସେ ଆମ ଆଦର୍ଶ ଯାହା ନାଁରେ ବିଜେଡି ଗଠନ ହୋଇଛି। ତା ପରେ ତାଙ୍କ ପୁଅ ଆସିଛନ୍ତି ଓ ଓଡ଼ିଶାର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟ କରିଛନ୍ତି, ତାହାର ସଫଳ ରୂପାୟନ ଆହୁରି ତୀବ୍ର ହେବ, ତାହାର ବାର୍ତ୍ତା ଆଜି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାଜପର ସଭାରେ ଏହା କହିଛନ୍ତି ବିଜେଡି
ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l

ବିଜେଡିର ବଡ଼ ଘୋଷଣା : ୪୦% ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ଦଳ ଦେବ ଟିକେଟ…

() ନିକଟରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ପଞ୍ଚାୟତିରାଜ ଏବଂ ପୌରପାଳିକା ନିର୍ବାଚନରୁ ଉଠାଇ ଦିଆଯାଇଛି । ଏହି ରାୟ ସାରା ଦେଶରେ ଲାଗୁ କରାଯାଇଛି । ଏହା ଏକ ଜାତୀୟ ସ୍ତରର ପ୍ରସଙ୍ଗ ହୋଇଥିବା ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି । ଏ ଦିଗରେ କେନ୍ଦ୍ର ସରକାର ଯାହା ଆଇନଗତ ଏବଂ ବୈଧାନିକ ନିଷ୍ପତ୍ତି ଗ୍ରହଣ କରିବେ, ବିଜୁ ଜନତା ଦଳ ଏବଂ ସରକାର ତାକୁ ଆନ୍ତରିକତାର ସହିତ ସମର୍ଥନ କରିବେ ।

ବିଜୁ ଜନତା ଦଳ ସବୁ ବେଳେ ଆର୍ଥିକ ଅନଗ୍ରସର ବର୍ଗର ଜନସାଧାରଣଙ୍କୁ ସଶକ୍ତ କରିବାରେ ଦୃଢ଼ ଭାବରେ ବିଶ୍ଵାସ କରି ଆସିଛି । ସମାଜରେ ସେମାନଙ୍କ ଉନ୍ନତି ଏବଂ ସମାନ ଅଧିକାର ପାଇଁ ସବୁ ରକମର ପଦକ୍ଷେପ ଗ୍ରହଣ କରି ଆସୁଛି । ନିକଟରେ ମହିଳାଙ୍କ ପାଇଁ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପାଇଁ ଆହ୍ବାନ ଦେଇ ସମଗ୍ର ଭାରତ ବର୍ଷରେ ଆଲୋଡ଼ନ ସୃଷ୍ଟି କରିଥିବା ବିଜୁ ଜନତା ଦଳ ପ୍ରଥମେ ନିଜ ଆଡୁ ୨୦୧୯ ପାର୍ଲାମେଣ୍ଟ ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରିଥିଲା, ଯାହା ପରେ ଅନ୍ୟ ରାଜ୍ୟମାନେ ଅନୁସରଣ କରିଥିଲେ ।ଏବେ ଯେହେତୁ ତ୍ରି-ସ୍ତରୀୟ ପଞ୍ଚାୟତ ଏବଂ ପୌରପାଳିକା ନିର୍ବାଚନ ଅନୁଷ୍ଠିତ ହେବାକୁ ଅଛି, ବିଜୁ ଜନତା ଦଳ ରାଜ୍ୟର ଆର୍ଥିକ ଅନଗ୍ରସର ବର୍ଗଙ୍କ ପ୍ରତି ନିଜର ପ୍ରତିବଦ୍ଧତା ପୁନଶ୍ଚ ଦୋହରାଇ ଏହି ଐତିହାସିକ ନିର୍ଣ୍ଣୟ ଗ୍ରହଣ କରୁଛି ଯେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଏବଂ ପୌରପାଳିକା ନିର୍ବାଚନରେ ଦଳ ଅନୁନ୍ୟ ୪୦% ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ପ୍ରତିଦ୍ବନ୍ଦିତା କରିବା ନିମନ୍ତେ ମନୋନୟନ କରି ସେମାନଙ୍କୁ ତାଙ୍କର ନ୍ୟାଯ୍ୟ ରାଜନୈତିକ ଅଧୂକାର ପ୍ରଦାନ କରିବ ।ରାଜ୍ୟ କାର୍ଯ୍ୟକାରିଣୀର ସର୍ବସମ୍ମତ୍ତ ନିଷ୍ପତ୍ତି କ୍ରମେ ଆଗତ କରାଯାଇଥିବା ଉପରୋକ୍ତ ପ୍ରସ୍ତାବକୁ ଅନୁମୋଦନ କରିବା ନିମନ୍ତେ ମାନ୍ୟବର ରାଜ୍ୟ ସଭାପତିଙ୍କୁ ମୁଁ ବିନମ୍ର ଅନୁରୋଧ କରୁଛି ।

ପଞ୍ଚାୟତ ନିର୍ବାଚନରେ ନିଜ ନିଜର ସତ୍ୟ ପଠା ଦାଖଲ କରିବେ ପ୍ରାଥି …

{ } ଲୋକସଭା ଓ ବିଧାନସଭା ଭଳି ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରଥି ମାନେ ନିଜ ନିଜର ସତ୍ୟ ପଠା ଦାଖଲ କରିବେ । ପ୍ରାଥି ମାନଙ୍କର ଅପରାଧୀକ ମାମଲା, ସମ୍ପତି ଓ ଶିକ୍ଷା ଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ସତ୍ୟ ପାଠ ରେ ରହିବ । ନାମାଙ୍କନ ଦଖଲ ବେଳେ ଏହି ସବୁ ତଥ୍ୟ ଦିଆଯିବ । ଯଦି କୌଣସି ପ୍ରାଥି ମିଥ୍ୟା ତଥ୍ୟ ପ୍ରଦାନ କରିବ ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 6 ମାସ ଜେଲେ ଦଣ୍ଡ କିମ୍ବା ଫାଇନର ବ୍ୟବସ୍ଥା ରହିଛି । ପୂର୍ବରୁ ସତ୍ୟ ପାଠ ଦଖଲ ର ବ୍ୟବସ୍ଥା ଥିଲେ ମଧ୍ୟ ଦଣ୍ଡ ବ୍ୟବସ୍ଥା ନଥିଲା । ନିଜର ସତ୍ୟ ପାଠ ଦାଖଲ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ କୌଣସି ଦଣ୍ଡ ବିଧାନର ବ୍ୟବସ୍ଥା ନଥିଲା । ଏଥିପାଇଁ ପଞ୍ଚାୟତିରାଜ ଆଇନରେ ସଂଶୋଧନ କରିବାକୁ ପଡିବ । ପଞ୍ଚାୟତି ରାଜ ଆଇନରେ ସଂଶୋଧନ ସମ୍ପର୍କିତ ଗ୍ୟାଜେଟ ବିନଜ୍ଞପ୍ତି ରାଜ୍ୟ ସରକାର ପ୍ରକାଶ କରିଛନ୍ତି । ତେବେ ଏହି ବିଜ୍ଞପ୍ତି ଅନୁସାରେ ଏଣିକି ବିପର୍ଯ୍ୟୟ ପରିଚାଳନାରେ ପଞ୍ଚାୟତିରାଜ ପ୍ରତିନିଧିଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ବିପର୍ଯ୍ୟୟ ପରିଚାଳନା ସମୟରେ ତାଙ୍କୁ କ୍ଷମତା ପ୍ରଦାନ କରିବା ନେଇ ଏହି ଗ୍ୟାଜେଟ ବିନଜ୍ଞପ୍ତି ରହିଛି ।

ଜିରୋ ନାଇଟ୍ ସେଲିବ୍ରେସନ ମନା….

( ) କରୋନା ବଢିଲା କଟକଣା ଫେରିଲା । ବଡ଼ଦିନ ଓ ନୂଆବର୍ଷ ପାଇଁ କଟକଣା ଜାରି କଲେ ଏସଆରସି । ନୂଆବର୍ଷରେ ବଣଭୋଜି ଉପରେ କଟକଣା ଲାଗୁ ହୋଇଥିବାବେଳେ ଜିରୋ ନାଇଟ୍ ସେଲିବ୍ରେସନ ମନା ହୋଇଛି । ରେଷ୍ଟୁରାଣ୍ଟ, ପାର୍କ ଓ କଲ୍ୟାଣ ମଣ୍ଡପରେ କାର୍ଯ୍ୟକ୍ରମ ଉପରେ ଲାଗିଛି କଟକଣା । ବଡ଼ଦିନରେ ଜନଗହଳି ନକରିବାକୁ ପରାମର୍ଶ ଦିଆଯାଇଛି । କେବଳ ଚର୍ଚ୍ଚରେ ବଡ଼ଦିନ ପାଳନକୁ ଅନୁମତି ମିଳିଥିବାବେଳେ 50 ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି । ସମାବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମିଳିବନି ଅନୁମତି । ସେହିଭଳି ସାମାଜିକ ଉତ୍ସବ ପାଳନ, ଶୋଭଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ କରାଯାଇଛି । କରୋନା କଟକଣାରେ ହେବ ଶୁଦ୍ଧିକ୍ରିୟା । ଆସନ୍ତାକାଲିଠୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି । ଜାରି କରାଯାଇଥିବା କଟକଣା ମାନିବା ପାଇଁ ରାଜଧାନୀବାସିଙ୍କୁ ଅପିଲ୍ କରିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ…

Follow us

20,832FansLike
0FollowersFollow
14,700SubscribersSubscribe

Latest news