ଚିନ୍ତା ବଢ଼ାଉଛି ଓମିକ୍ରନ….

( ) ସବୁ ଜିଲ୍ଲାରେ ଓମିକ୍ରନ ଉପସ୍ଥିତି ଦେଖାଦେଲାଣି । ସଂକ୍ରମଣ ଆଗକୁ ଆହୁରି ବଢ଼ିବ । ଅଲଗା ରାଜ୍ୟରେ ଯେଭଳି ବଢ଼ୁଛି, ଆମ ରାଜ୍ୟରେ ବି ବଢ଼ିବ । ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ସିଭିୟରିଟି ନାହିଁ, ଯଦି ବଢ଼ିବ ସେଥିଲାଗି ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ଟୀକାକରଣ, ସର୍ଭେଲାନ୍ସ ଜାରି ରହିଛି । ଏବେ ରାଜ୍ୟରେ ICU ଲୋଡ଼ ବହୁତ କମ ରହିଛି । ICU ବେଡ଼ ବଢାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି । ସେସବୁ ଜିଲ୍ଲା ଉପରେ ସରକାରଙ୍କ ନଜର ରହିଛି । ଲୋକମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, କୌଣସି ସ୍ଥାନରେ ଭିଡ଼ କରନ୍ତୁ ନାହିଁ ।
10 ତାରିଖରୁ ବୟସ୍କ, ସ୍ୱାସ୍ଥ୍ୟ କର୍ମୀଙ୍କ ଲାଗି ବୁଷ୍ଟର ଡୋଜ ଆରମ୍ଭ ହେବ । କେନ୍ଦ୍ର ନିଷ୍ପତ୍ତି ଅନୁସାରେ ଯିଏ ଯେଉଁ ଟୀକା ନେଇଛନ୍ତି, ସେଇ ଟୀକା ହିଁ ନେବେ ।
ICMR ତରଫରୁ ଓମିକ୍ରନ ଚିହ୍ନଟ ଲାଗି କିଛିଦିନ ତଳେ ନୂଆ କିଟ ବ୍ୟବହାର ନେଇ ଅନୁମୋଦନ ଆସିଛି । ଏହି କିଟ ଆଣିବାକୁ ରାଜ୍ୟ ସରକାର କାର୍ଯ୍ୟପନ୍ଥା ଆରମ୍ଭ କରିଛନ୍ତି ।
ବାଇଟ- ଡାକ୍ତର ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ।

 

 

ବଢୁଛି ସଂକ୍ରମଣ…

( ) ରାଜ୍ୟରେ ସଂକ୍ରମଣ ବଢିଛି, ଆଗକୁ ବି ସଂକ୍ରମଣ ବଢିବର ସମ୍ଭାବନା ରହିଛି l ଦେଶର ବିଭିନ୍ନ ସହରରେ ସଂକ୍ରମଣ ବଢିଛି ଓ ସେହି ତୁଳନାରେ ଓଡିଶା ରେ ସଂକ୍ରମଣ ବଢିବା ଆରମ୍ଭ କରିଛି l ଯେହେଉ ଅନ୍ୟରାଜ୍ୟ ବା ସହରରେ ସଂକ୍ରମଣ ବଢୁଛି ସେହି ତୁଳନାରେ ଆମର ଏଠାରେ ସଂକ୍ରମଣ ଡେରିରେ ହେଲେ ମଧ୍ୟ ବଢିବାର ସମ୍ଭାବନା ଅଛି l ଯଦି ବି ବଢେ ଆମର ସମସ୍ତ ବ୍ୟବସ୍ଥା ପୂର୍ଵ ଦୁଇଟି ଲହର ପରି ରହିଛି ସଠିକ ଟାଇମ ରେ ଆବଶ୍ୟକ ପଡିଲେ ଏହାକୁ କାର୍ଯକାରୀ କରାଯିବ l ସଂକ୍ରମଣ କମାଇବାକୁ ହେଲେ ଆମକୁ ସଜାଗ ହେବାକୁ ପଡିବ ଏହା ସହ ଆମର ବ୍ୟବହାରରେ ପରିବର୍ତ୍ତନ କରିବାକୁ ପଡିବ l
ବାଇଟ – ବିଜୟ ମହାପାତ୍ର , ସ୍ୱାସ୍ଥ୍ୟ ନିର୍ଦେଶକ

କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି

{ }କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି।

ଉପକୃତ ହେବେ ୩୩,୦୩୮ ଶିକ୍ଷକ।

( )ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକ ମାନଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୨୨ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଦରମା କାର୍ଯ୍ୟକାରୀ ହେବ ।

ନିଷ୍ପତ୍ତି ଅନୁଯାୟୀ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ମାନଙ୍କ ବର୍ତ୍ତମାନ ଦରମା ୭୪୦୦ ଟଙ୍କା ଥିବାବେଳେ ଏହା ୧୧,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି କନିଷ୍ଠ ଶିକ୍ଷକ ମାନଙ୍କ ଦରମା ୯,୨୦୦ ଟଙ୍କ ଥିବାବେଳେ ଏହା ୧୩,୮୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୧୬୮ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ନିଷ୍ପତ୍ତି ଦ୍ବାରା ୧୩,୩୨୪ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଉପକୃତ ହେବାବେଳେ, ୧୯,୭୧୪ କନିଷ୍ଠ ଶିକ୍ଷକ ଉପକୃତ ହେବେ । ସମୁଦାୟ ୩୩,୦୩୮ ଜଣ କନିଷ୍ଠ ଶିକ୍ଷକଙ୍କ ଦରମାରେ ବୃଦ୍ଧି ହେବ ।

ଆଜିଠୁ ୧୫ରୁ୧୮ବର୍ଷ ପିଲାଙ୍କୁ ଟୀକା…

( )୧୫ ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ଆରମ୍ଭ ହୋଇଛି। ଜାନୁଆରୀ ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା। ୩୧୯୩ ଟୀକାକରଣ କେନ୍ଦ୍ରରେ ଟୀକାକରଣ କରାଯିବ। କେବଳ ୯୩୯ କେନ୍ଦ୍ର ୧୫ ରୁ ୧୮ ବର୍ଷ ପିଲାଙ୍କ ପାଇଁ।ଅନଲାଇନ ପଞ୍ଜିକରଣ କରିଥିଲେ ସିଧାସଳଖ ଆସି ଟୀକା ନେଇପାରିବେ। ଯେଉଁମାନେ ଅନଲାଇନ ପଞ୍ଜିକରଣ କରିନାହାନ୍ତି ଅନ ସାଇଟ ପଞ୍ଜିକରଣ କାରାଯାଇ ଟୀକା ଦିଆଯିବ। ସମସ୍ତ କୋଭିଡ ନିୟମ ମାନିବା କୁ ପରାମର୍ଶ ଦିଆଯାଇଛି। କୌଣସି ପାର୍ଶ୍ଵ ପ୍ରତିକ୍ରିୟା କୁ ଦୃଷ୍ଟିରେ ରଖି ଯେଉଁ ମାନଙ୍କର ପରୀକ୍ଷା ଅଛି ସେମାନଙ୍କୁ ପରୀକ୍ଷା ପରେ ଟୀକା ଦିଆଯିବ। ସକାଳୁ ବର୍ତ୍ତମାନ ସୁଦ୍ଧା ୧୮୮୨ ଜଣ ୧୫ ରୁ ୧୮ ବର୍ଷ ପିଲା ଟୀକା ନେଇ ସାରିଲେଣି। ଗତକାଲି ଶିକ୍ଷା ବିଭାଗ ସହ ବୈଠକରେ ନିଷ୍ପତ୍ତି ହୋଇଛି ଶିକ୍ଷକ ମାନେ ପିଲା ଓ ଅଭିଭାବକ ନ୍କ ମଧ୍ୟରେ ସଚେତନ କରିବେ। ପିଲାମାନଙ୍କୁ କୋଭକ୍ସିଂନ ଟୀକା ଦିଆଯିବ। ଯାହାକି ସମ୍ପୂର୍ଣ୍ଣ ନିରାପଦ। ପ୍ରତି ସ୍କୁଲ ମଧ୍ୟ ୧୫ ରୁ ୧୮ ବର୍ଷ ପିଲାଙ୍କ ଏକ ତାଲିକା ପ୍ରସ୍ତୁତ କରିବେ। ଯେଉଁ ସ୍କୁଲ ଭିତ୍ତିଭୂମି ଠିକ ଅଛି କିମ୍ବା ପରୀକ୍ଷା ନାହିଁ ସେହି ସ୍କୁଲ ରେ ଟୀକାକରଣ କେନ୍ଦ୍ର କରିପାରିବେ। ଆଜି ବି ବହୁ ସ୍କୁଲ ରେ ଟୀକାକରଣ କେନ୍ଦ୍ର କରାଯାଇଛି।
ବାଇଟ-ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ

ଅପେକ୍ଷା ର ଅନ୍ତ; ପୌର ନିର୍ବାଚନ ପାଇଁ ଫିଟିଲା ବାଟ..

( ) ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଓ୍ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ
ସବୁ ମ୍ୟୁନିସିପାଲ କମିଶନର ଓ ଜିଲ୍ଲାପାଳଙ୍କୁ ଚିଠି
ପୌର ପ୍ରଶାସନ ନିର୍ଦ୍ଦେଶକ ଲେଖିଲେ ଚିଠି
୨୦୧୧ଜନଗଣନା ଅନୁଯାୟୀ ହେବ ସୀମା ପୁନଃ ନିର୍ଦ୍ଧାରଣ।
୫ମହାନଗର ନିଗମ ଓ ୧୦୭ପୌରାଞ୍ଚଳର ସୀମା ପୁନଃ ନିର୍ଦ୍ଧାରଣ। ଅଣସିଡ୍ୟୁଲ ଅଞ୍ଚଳରେ ଓବିସି ପାଇଁ ରହିବନି ସଂରକ୍ଷଣ। ଜାନୁଆରୀ ୫ସୁଦ୍ଧା ମହାନଗର ନିଗମ ସୀମା ପୁନଃ ନିର୍ଦ୍ଧାରଣ ତାଲିକା। ଜାନୁଆରୀ ୭ସୁଦ୍ଧା ପ୍ରକାଶ ପାଇବ ଚିଠା ତାଲିକା ମ୍ୟୁନିସିପାଲିଟି, ଏନଏସି ପାଇଁ ଆଜିଠୁ ପ୍ରକ୍ରିୟା ଆରମ୍ଭ ଜାନୁଆରୀ ୧୨ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ ଜାନୁଆରୀ ୧୩ରେ ପ୍ରକାଶ ପାଇବ ସୀମା ପୁନଃ ନିର୍ଦ୍ଧାରଣ ବିଜ୍ଞପ୍ତି।

ରାଜ୍ୟରେ ସଂକ୍ରମଣ ବଢିବା ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା…

{ } ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମନଙ୍କର ଟେଷ୍ଟ ହେଉଛି। ପିଜେଟିଭ ହେଲେ ଜିନମ ସିକୁନେସି କରାଯାଉଛି। ଗତକାଲି ୨୩ ଜଣ ଓମିକ୍ରନ ଭିତରୁ ୧୯ ଜଣଙ୍କ ଲକ୍ଷଣ ନାହିଁ। ଲକ୍ଷଣ ବହୁତ କମ ଲୋକ ଠାରେ ରହିଛି। ଅନ୍ୟମାନଙ୍କର ବହୁତ କମ ଲକ୍ଷଣ ଦେଖାଯାଉଛି। ୨୩ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କର ବିଦେଶ ଫେରନ୍ତା ହିଷ୍ଟ୍ରି ନାହିଁ।ଗୋଷ୍ଠୀ ରେ ଭାଇରସ ଅଛି। ଓମିକ୍ରନ ର ସଂକ୍ରମଣ କ୍ଷମତା ଅଧିକ ଥିବାରୁ ଅଧିକ ଚିନ୍ତା ଜନକ। କିନ୍ତୁ ଗୁରୁତର ହେଉ ନାହାନ୍ତି ରୋଗୀ। ଟେଷ୍ଟ ,ସର୍ଭିଲାନ୍ସ ଉପରେ ଗୁରୁତ୍ଵ ଦିଆଯାଉଛି। ତେଣୁ ଗହଳି ନ କରିବା ସହ କୋଭିଡ ନିୟମ ମାନିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ସରକାର ସବୁ ବିଭାଗ ରୁ ତଥ୍ୟ ନେଉଛନ୍ତି। ଜିଲ୍ଲା ପ୍ରଶାସନ କୁ ବି କ୍ଷମତା ଦିଆଯାଇଛି ଯେଉଁ ଜିଲ୍ଲାରେ ସଂକ୍ରମଣ ବଢିବ କଟକଣା କରିପାରିବେ।ଆଗକୁ ପଜିଟିଭିଟି ବଢିଲେ କଣ କରାଯିବ ଦେଖାଯିବ। ଓମିକ୍ରୋନ ଭାଇରସ ଗୋଷ୍ଠୀରେ ଅଛି। ନଚେତ ସ୍ଥାନୀୟ ସଂକ୍ରମଣ ଆସି ନଥାନ୍ତା। ତେଣୁ ସଂକ୍ରମଣ ରୋକିବାକୁ କୋଭିଡ ନିୟମ ମାନିବା ଜରୁରୀ।

୨୩ଜଣ ଓମିକ୍ରନ ରୋଗୀ ଚିହ୍ନଟ….

{ }ଯେଉଁ ୨୩ ଜଣଙ୍କର ଓମିକ୍ରନ  ଚିହ୍ନଟ ହେଇଛି ସେମାନଙ୍କ ମଧ୍ୟରୁ ୧୯ ଜଣ ପୁରୁଷ ୪ ଜଣ ମହିଳା।ସମସ୍ତଙ୍କ ବୟସ ୮ରୁ ୮୩ ବୟସ। ସର୍ବାଧିକ ୭ ଜଣ କେଉଁଝର ରୁ ଚିହ୍ନଟ ହେଇଥିବା ବେଳେ ଖୋର୍ଦ୍ଧାରୁ ୪ , ବୌଦ୍ଧ ରୁ ୨ ଜଣ, ବାଲେଶ୍ଵର ରୁ ୧, ଜଗତସିଂହପୁର ରୁ ୧, ସମ୍ବଲପୁରର ରୁ ୩, ପୁରୀ ରୁ ୩, ଅନୁଗୁଳ ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କର ସାମାନ୍ୟ ଲକ୍ଷଣ ଅଛି। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ସେମାନଙ୍କର କଣ୍ଟାକ ଟ୍ରେଶୀଙ୍ଗ ହେଇଛି ଏବଂ ରିପୋର୍ଟ ଆସିବା ବାକି ଅଛି।ପ୍ରାଥମିକ ରିପୋର୍ଟ ରୁ ଜଣା ପଡ଼ୁଛି ୫୦ ପ୍ରତିଶତ ବିଦେଶ ଫେରନ୍ତା ଓ ୫୦ ପ୍ରତିଶତ ସ୍ଥାନୀୟ ଲୋକ। ସ୍ଥାନୀୟ ଲୋକଙ୍କ ଟ୍ରାଭେଲ୍ ହିଷ୍ଟ୍ରୁ ଯାଞ୍ଚ୍ ଚାଲିଛି। ଯେଉଁ ମାନଙ୍କର ଫରେନ୍ ଫେରନ୍ତା ହୀଷ୍ଟ୍ରି ନାହିଁ। ଆଗରୁ କେବେ ଯାଇଥିଲେ କି ତାହା ଯାଞ୍ଚ କରାଯିବ।ଯଦି ନାହିଁ ଆମେ ନିଶ୍ଚିତ ଭାବରେ ଧରିବା କଥା କମ୍ୟୁନିଟିରେ ଆମର ଓମିକ୍ରନ୍ ଅଛି।

କେନ୍ଦ୍ର ରିଭ୍ୟୁ_____ଆଗକୁ ଯଦି ଓମିକ୍ରନ ରୋଗୀ ବଢ଼ିବେ ତାକୁ ଆମେ କେଉଁଭଳି ଭାବରେ ମୁକାବିଲା କରିବା।
ବର୍ତ୍ତମାନ ପର୍ଯ୍ୟନ୍ତ ଦେଖା ଯାଉଛି ୯୦ ପ୍ରତିଶତ ଲୋକ ଲକ୍ଷଣ ନଥାଇ ହୋମ ଆଇଶୋଲେଶନ ରେ ଅଛନ୍ତି। ପ୍ରଥମ ଓ ଦ୍ଵିତୀୟ ୱେବରେ ଯେଉଁ ସରଭିଲାନ୍ସ କରାଯାଇଥିଲା ତାକୁ ଆହୁରି ଜୋର୍ ଦାର କରାଯିବ। ଯେଉଁମାନେ ହୋମ ଆଇଶୋଲେଶନରେ ରୋଗୀ ରହିଛନ୍ତି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯିବା ଦରକାର ଏବଂ ସେମାନଙ୍କର ଚିକିତ୍ସା କରାଯିବା ଦରକାର। ଏହା ସହ ଟୀକା କରଣ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି।

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସଂପୂର୍ଣ୍ଣ ପ୍ରସ୍ତୁତ…

( )ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇ ରାଜ୍ୟ ନିର୍ବାଚନ ଆୟୋଗ ସଂପୂର୍ଣ୍ଣ ପ୍ରସ୍ତୁତ। ଜିଲ୍ଲା କୁ ବାଲଟ ବକ୍ସ ପଠାଯାଇଛି। ଅନ୍ୟ ରାଜ୍ୟରୁ ବାଲଟ ବକ୍ସ ଆସିଛି। ଆମେ ନିଜେ ବି କିଛି ପ୍ରସ୍ତୁତ କରିଛୁ। ସରକାରୀ ପ୍ରେସ ରେ ବାଲଟ ପେପର ପ୍ରିଣ୍ଟିଂଗ ବି ଶେଷ ପର୍ଯ୍ୟାୟରେ ପହଂଚିଛି। ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଚିହ୍ନ ଆଲଟ ହୋଇଛି। ଓଡ଼ିଆ ନାମ ଅନୁସାରେ ପ୍ରାର୍ଥୀଙ୍କୁ ଚିହ୍ନ ଆଲଟ କରାଯିବ। ଓମିକ୍ରନନ ଉପରେ ବି ଆମର ନଜର ରହିଛି। ନିର୍ବାଚନ ପ୍ରଚାର ଏବଂ ଭୋଟିଂ ବେଳେ ସ୍ଥିତି ଦେଖି ଆମେ ଗାଇଡ଼ଲାଇନ ଜାରି କରିବୁରାଜ୍ୟ ନିର୍ବାଚନ ଆୟୋଗ
ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି l ସେପଟେ ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ। ଚିହ୍ନଗୁଡିକ ସମ୍ପର୍କରେ ଅବଗତ କରାଗଲା। ୱାର୍ଡ ମେମ୍ବର,ସରପଂଚ ଓ ସମିତିସଭ୍ୟଙ୍କ ପାଇଁ ଜାରି ହୋଇଛି ଚିହ୍ନ। ୱାର୍ଡ ମେମ୍ବର 15,ସରପଞ୍ଚ ପାଇଁ 32 ଏବଂ ସମିତି ସଭ୍ୟ ପାଇଁ 19ଟି ଚିହ୍ନ ରହିଛି। ସ୍ୱାଧୀନ ଜିଲ୍ଲା ପରିଷଦ ସଭ୍ୟ ପାଇଁ 19ଟି ଚିହ୍ନ ରହିଛି। ସ୍ୱୀକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନରେ ଲଢ଼ିବେ ଜିଲ୍ଲା ପରିଷଦ ଆସନ।

ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ…

( )ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକରେ
ମୁଖ୍ୟମନ୍ତ୍ରୀଙ୍କ ଶୋକ।

{ }ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି । ସେ ଜଣେ ଜନପ୍ରିୟ ନେତା ଭାବରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ବାଚସ୍ପତି ଭାବେ ଉଚ୍ଚ ସଂସଦୀୟ ପରମ୍ପରା ବଜାୟ ରଖିବା ସହିତ ସବୁ ଦଳର ବିଧାୟକ ମାନଙ୍କ ସମ୍ମାନର ଅଧିକାରୀ ହୋଇପାରିଥିଲେ । ମନ୍ତ୍ରୀ ତଥା ବିଧାୟକ ଭାବରେ ଓଡିଶାର ବିକାଶ ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ମଧ୍ୟ ସେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଦୃଢ ନେତୃତ୍ବ ଦେଇଥିଲେ । ସେବା ଓ ପ୍ରତିବଦ୍ଧତା ତାଙ୍କ ବ୍ୟକ୍ତିତ୍ବର ଅନନ୍ୟ ଦିଗ ଥିଲା ।

ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି…

( )ଓଡିଶାର ମିଶନାରିଜ୍ ଅଫ ଚାରିଟୀର ଅନ୍ତେବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

{ }ଓଡିଶାରେ ମିଶନାରିଜ୍ ଅଫ ଚାରିଟୀ ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମ ମାନଙ୍କରେ ଥିବା ଅନ୍ତେବାସୀମାନେ ଯେପରି କୌଣସି ସମସ୍ୟା ବିଶେଷ କରି ଖାଦ୍ୟ ନିରାପତ୍ତା ତଥା ସ୍ବାସ୍ଥ୍ୟ ସଂପର୍କୀତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ପଡିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସଂସ୍ଥାଗୁଡିକୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଓଡ଼ିଶାରେ missionaries of charity ପକ୍ଷରୁ ପରିଚାଳିତ ଅନେକ କୁଷ୍ଠାଶ୍ରମ ଓ ଅନାଥାଶ୍ରମ ରହିଛି ।।

Follow us

20,832FansLike
0FollowersFollow
14,700SubscribersSubscribe

Latest news