ରାଜ୍ୟରେ କୋଭିଡ଼ ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ମହାପାତ୍ର ଙ୍କ ପ୍ରତିକ୍ରିୟା ….

( )ରାଜ୍ୟରେ କୋଭିଡ଼ ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ମହାପାତ୍ର ଙ୍କ ପ୍ରତିକ୍ରିୟା । ହସ୍ପିଟାଲ ରେ ରୋଗୀ ଙ୍କ ସଂଖ୍ୟା କମ ରହିଛି।ଜେନେରାଲ ବେଡ଼ ୯ପ୍ରତିଶତ, ଆଇସିୟୁ ବେଡ଼ ୧୫ ପ୍ରତି ଶତ,ଭେଣ୍ଟିଲେଟର ୫ରୁ ୬ ପ୍ରତିଶତ ଥିବା ବେଳେ ପେଡ଼୍ରିଆଟିକ ଆଡମିସନ ବହୁତ କମରହିଛି। ଏହି ଲହର ରେ ହସ୍ପିଟାଲ ଆଡମିସନ ଓ ଅକ୍ସିଜେନ ଆବଶ୍ୟକତା କମ ଆବଶ୍ୟକତା ରହିଛି।
ବର୍ତ୍ତମାନ ରାଜ୍ୟରେ କିଛିଦିନ ହେବ ୧୦ରୁ ୧୧ହଜାର ଭିତରେ ଦୈନିକ ସଂକ୍ରମଣ ରହୁଛି।ସର୍ବନିମ୍ନ ୧୦ ରୁ ୧୫ ଦିନ ସମୟ ଦରକାର ଏହି ଟ୍ରଣ୍ଡ ବିଷୟରେ ଜାଣିବା ପାଇଁ। ଯେପର୍ଯ୍ୟନ୍ତ ଏ ଟ୍ରେଣ୍ଡ ବିଷୟରେ ନ ଜାଣିଛେ ତାହା ଆଗକୁ ବଢିବ ନା କମିବ କହିବା ଯୁକ୍ତିଯୁକ୍ତ ନୁହେଁ। ସିଡିସି ୧୫ ଦିନ ପୂର୍ବରୁ କହିଛନ୍ତି ଯେ ହୋମ ଆଇସୋଲେସନକୁ ୫ଦିନ କଲେ।କୌ ଅସୁବିଧା ହେବ ନାହିଁ।ଜଳବାୟୁ, ଲୋକଙ୍କ ବ୍ୟବହାର, ଭିତ୍ତିଭୂମି ଦେଖି ଆମେ ସେସବୁକୁ ଲୋକ ଗ୍ରହଣ କରିନାହାଁନ୍ତି । ଅନ୍ୟଦେଶ ମଧ୍ୟ ଗ୍ରହଣ କରିନାହାଁନ୍ତି।ବୋଧହୁଏ ଆଗକୁ ଗ୍ରହଣ କରାଯାଇପାରେ।ବର୍ତ୍ତମାନ ଟାସ୍କଫୋର୍ସ ଯେଉଁ ସାତ ଦିନ ନିୟମ କରିଛନ୍ତି ତ କୁ ମାନି ଚଳିବା।

ସଂକ୍ରମଣ ସ୍ଲୋ ଡାଉନ ହୋଇଥିବାରୁ ସଂକ୍ରମଣ କମିଛି ତା ସହ ଟେଷ୍ଟିଙ୍ଗ ମଧ୍ୟ କମିଛି …

( ) ରାଜ୍ୟରେ ସଂକ୍ରମଣ ସ୍ଲୋ ଡାଉନ ହୋଇଥିବାରୁ ସଂକ୍ରମଣ କମିଛି ତା ସହ ଟେଷ୍ଟିଙ୍ଗ ମଧ୍ୟ କମିଛି l ଏଥିସହ ଆର ଭ୍ୟାଲୁ ମଧ୍ୟ କମିଛି, ହେଲେ ଆଗାମୀ 7-8ଦିନ ମଧ୍ୟରେ ପଯେଟିଭ କେଶ ବଢିବ l ଅର୍ଥାତ ପିକ ବେଳକୁ ପାଖାପାଖି 25ହଜାର ଭିତରେ କେଶ ରହିପାରେ ! ଅନ୍ୟପଟେ ଫେବୃଆରୀ ଶେଷ ଓ ମାର୍ଚ୍ଚ ମାସ ଆରମ୍ଭ ବେଳକୁ ରାଜ୍ୟ ଭଲ ସ୍ଥିତି କୁ ଆସିବ ! ଏଥିସହ ଜୁଲାଇ ମାସ ବେଳକୁ ଆଉ ମାସ୍କ ପିନ୍ଧିବାକୁ ପଡ଼ିବନି ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ l
ବାଇଟ – ନିରଜ ମିଶ୍ର, ସ୍ୱାସ୍ଥ୍ୟ ବିଶେଷଜ୍ଞ

ସଂକ୍ରମଣର ଡବଲିଂ ଟାଇମ କମିଛି…

{ }ସଂକ୍ରମଣର ଡବଲିଂ ଟାଇମ କମିଛି। ଗ୍ରୋଥ ରେଟ ବି କମିଛି। ବର୍ତ୍ତମାନ ରାଜ୍ୟରେ ୭୫ ହଜାର ଆକ୍ଟିଭ କେସ ଥିବା ବେଳେ ମାତ୍ର ୧୨୦୦ ହସ୍ପିଟାଲାଇଜେସନ ଅଛି । ବର୍ତ୍ତମାନ ହସ୍ପିଟାଲ ଉପରେ କିଛି ଚାପ ନାହିଁ। ଆଜି ସଂକ୍ରମଣ କମ ଥିଲେ ବି ଏହି ଟ୍ରେଣ୍ଡ କୁ ଦେଖି ବର୍ତ୍ତମାନ କିଛି ଆକଳନ କରିହେବନି।ଟ୍ରେଣ୍ଡ ଆକଳନ ପାଇଁ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଦିତୀୟ ଲହର ପରି ଖୋର୍ଦ୍ଧା,ସୁନ୍ଦରଗଡ ସଂକ୍ରମଣ ଅଧିକ ରହୁଛି। ଆରଟି ପିସିଆର କୀଟ ପରି ଓମିସ୍ୟୁର କୀଟ ସବୁ ଜିଲ୍ଲାକୁ ବଣ୍ଟାଯିବ। ଔଷଧ ନିଗମ ଏ ନେଇ ତଥ୍ୟ ଦେବ। ଥଣ୍ଡା କାଶ ହେଲେ ନିଜକୁ ଆଇସୋଲେଟ କରି ରଖିବା ସହ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ। ଅଯଥା କୌଣସି ଔଷଧ ନଖାଇ ବିଶେଷଜ୍ଞଙ୍କ ପରାମର୍ଷ କ୍ରମେ ଔଷଧ ଖାଆନ୍ତୁ।
ବାଇଟ-ନିରଞ୍ଜନ ମିଶ୍ର,ଜନସ୍ୱାସ୍ଥ୍ୟ ନିର୍ଦେଶକ

କୋଭିଡ୍ ନିୟମ ଭିତରେ ହେବ ସିଭିଲ୍ ସର୍ଭିସ୍ ପରୀକ୍ଷା…

( ) ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଏବଂ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନଙ୍କ ନିମନ୍ତେ କୋଭିଡ୍ ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି । ଏହି ମର୍ମରେ ଓଡ଼ିଶା ଲୋକସେବା ଆୟୋଗର ସଚିବଙ୍କ ପ୍ରଦତ୍ତ ସୂଚନା ଜାରି କରାଯାଇଛି । ଚଳିତ ମାସ ୨୦ ତାରିଖରୁ ସିଭିଲ୍ ସର୍ଭିସ୍ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୨୩ ତାରିଖ ଦିନ ଆସିଷ୍ଟାଣ୍ଟ ସର୍ଜନ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେଉଛି ।
କୋଭିଡ୍କୁ ଦୃଷ୍ଟିରେ ରଖି ସବୁ ପରୀକ୍ଷାର୍ଥୀଙ୍କୁ ଏନ୍-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି । ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । କେବଳ ପରୀକ୍ଷା ପରିଚାଳନାସଂପୃକ୍ତ ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ । ଗୋଟିଏ ସ୍ୱଚ୍ଛ ବୋତଲରେ ପରୀକ୍ଷାର୍ଥୀମାନେ ନିଜ ନିଜର ସାନିଟାଇଜର ନେଇପାରିବେ । ଅବଶ୍ୟ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ହାତରେ ସାନିଟାଇଜେସନ୍ ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ପରୀକ୍ଷା କେନ୍ଦ୍ରରେ ଓ ପରିସର ମଧ୍ୟରେ ପରୀକ୍ଷାର୍ଥୀମାନେ କୋଭିଡ୍ ନିୟମ ଅନୁପାଳନପୂର୍ବକ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ନିୟମ ପାଳନ କରିବାକୁ କୁହାଯାଇଛି । ସାମାଜିକ ଦୂରତ୍ୱର ନିୟମାନୁସାରେ ପରୀକ୍ଷା କେନ୍ଦ୍ରରେ ବସିବା ବ୍ୟବସ୍ଥା କରାଯାଉଛି । ଯଦି କୌଣସି ସମୟରେ ପରୀକ୍ଷାର୍ଥୀଙ୍କର କୋଭିଡ୍ ଲକ୍ଷଣ ପ୍ରକାଶ ପାଏ, ସେ ତୁରନ୍ତ କେନ୍ଦ୍ରରେ ରହିଥିବା ପରୀକ୍ଷା ପରିଚାଳକ(ଇନ୍ଭିଲେଜଟର)ଙ୍କୁ ଜଣାଇବେ । ଏହି ପରୀକ୍ଷାର୍ଥୀଙ୍କ ନିମନ୍ତେ ପୃଥକବାସସଂପୃକ୍ତ ପରୀକ୍ଷା ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି ।
ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏହି ସୂଚନାରେ ଉପରୋକ୍ତ ଉଭୟ ପରୀକ୍ଷା ଦେବା ପାଇଁ ଯାଉଥିବା ପରୀକ୍ଷାର୍ଥୀମାନେ କୋଭିଡ୍ ନିୟମାବଳୀର କଠୋର ଅନୁପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି ।

ପଂଚାୟତ ନିର୍ବାଚନ ର ପ୍ରତିଟି ପର୍ଯ୍ୟାୟରେ କୋଭିଡ ଗାଇଡ଼ଲାଇନ ପାଳନ ଉପରେ ରାଜ୍ୟ ନିର୍ଵାଚନ ଆୟୋଗଙ୍କ ଗୁରୁତ୍ୱ

( )ପଂଚାୟତ ନିର୍ବାଚନ ର ପ୍ରତିଟି ପର୍ଯ୍ୟାୟରେ କୋଭିଡ ଗାଇଡ଼ଲାଇନ ପାଳନ ଉପରେ ରାଜ୍ୟ ନିର୍ଵାଚନ ଆୟୋଗଙ୍କ ଗୁରୁତ୍ୱ। ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଓ ପ୍ରଶାସନର ପ୍ରସ୍ତୁତି ବାବଦରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନର ପ୍ରତିକ୍ରିୟା ରେ କହିଛନ୍ତି ରାଜ୍ୟରେ ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ସରିଛି। ପ୍ରାୟ ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ପ୍ରକ୍ରିୟାରେ ଶାନ୍ତି ଶୃଙ୍ଖଳା ର ସହ ସାରିବାକୁ ଗୁରୁତ୍ୱ ଦିଆଯାଇଛି। ବୈଠକ ଦୁଇଟି ପର୍ଯ୍ୟାୟରେ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଶାସନ ସଚିବ, ଗୃହ ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସ, ପୋଲିସ ଡିଜି ଜିଲ୍ଲାପାଳ ଓ ଏସପି ଙ୍କ ସହ ଆଲୋଚନା କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଇନ ଶୃଙ୍ଖଳା, କୋବିଡ଼ କଟକଣା ପାଲନ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଓ ଏସପି ମାନେ ମଧ୍ୟ ସେମାନଙ୍କ ମତାମତ ରଖିଥିଲେ।
ବାଇଟ : ଆଦିତ୍ୟ ପ୍ରସାଦ ପାଢ଼ୀ, ରାଜ୍ୟ ନିର୍ବାଚନ କମିଶନର

ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ….

() ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । କେଁଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା। ଏ ନେଇ ଜିଲ୍ଳା ଗୁଡିକୁ ଜଣେଇଛି ସ୍ୱାସ୍ଥ୍ୟ ବିଭାଗ। ଆଜି ସୁଦ୍ଧା 61 ହଜାର ପଜିଥିଭ୍ ଥିବା ବେଳେ ମାତ୍ର 1100 ଡାକ୍ତରଖାନାରେ ଅଛନ୍ତି । 2 ପ୍ରତିଶତରୁ କମ୍ ହସପିଟାଲରେ । ଆଇସିୟୁରେ ପ୍ରାୟ 300 ଲୋକ ଅଛନ୍ତି। ଗାଇଡ ଲାଇନ ଅନୁସାରେ ବୃଦ୍ଧ ବ୍ୟକ୍ତି ବି ଲକ୍ଷଣ କମ୍ ଥିଲେ ଆଇସୋଲେସନରେ ରହିବା ଭଲ। ଏହା ସହ ଅନାବଶ୍ୟକ ମେଡ଼ିସିନ୍ ବ୍ୟବହାର କରିବାକୁ ମଧ୍ୟ ସତର୍କ କଲେ ନିରଞ୍ଜନ ମିଶ୍ର।ଭାଇରାଲ ଫ୍ଳୁ ପାଇଁ ଆଣ୍ଟିବାଓଟିକ୍ ଆବଶ୍ୟକ ନାହିଁ ଏଣୁ ଅଯଥା ମେଡିସିନ୍ ବ୍ୟବହାର ଦରକାର ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର କହିଥିବା କହିଲେ ନିର୍ଦ୍ଦେଶକ।
ବାଇଟ୍- ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଟୀକାକାରଣ କୁ ପୁରିଲା ବର୍ଷେ…

{ }ରାଜ୍ୟରେ ଟୀକାକାରଣ କୁ ପୁରିଲା ବର୍ଷେ l
ଓଡିଶା ଟୀକାକାରଣ କାର୍ଯ୍ୟକ୍ରମରେ ଉଲେଖନୀୟ ଅଗ୍ରଗତି କରିଛି – ପରିବାର କଲ୍ୟାଣ ନିର୍ଦେଶକ 5କୋଟି 39ଲକ୍ଷ୍ୟ 91ହଜାର 642 ଡୋଜ ଟୀକା ଦିଆହୋଇଛି l ସେଥିରୁ ପ୍ରଥମ ଡୋଜ 92.4% ଉଭୟ ଡୋଜ 90% ରେ ପହଁଚିଛି ବିଭାଗ lଓଡିଶାରେ ଟୀକା ଦେବା ଆମ ପାଇଁ ଚ୍ୟାଲେଞ୍ଜିଙ୍ଗ ଥିଲା l ସମସ୍ତଙ୍କ ସହଯୋଗରେ ଆଜି ଆମେ ସମସଙ୍କୁ ଟୀକା ଦେଇପାରିଛୁ l

ବାଇଟ – ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ

ଜାନୁୟାରୀ ଶେଷରୁ ମାର୍ଚ୍ଚ ବେଳକୁ କମିବ ସଂକ୍ରମଣ…

() ଜାନୁୟାରୀ ଶେଷରୁ ମାର୍ଚ୍ଚ ବେଳକୁ ପିକ ଖସିଯାଇଥିବ ସ୍ଥିତି ଭଲ ହୋଇଯିବାର ଯଥେଷ୍ଟ ସମ୍ଭାବନା ଅଛି ତେଣୁ ସେତେଦିନ ପର୍ଯ୍ୟନ୍ତ ଆମକୁ ସତର୍କ ଓ ସଚେତନତ ରହିବାକୁ ପଡିବ l ସ୍ଥିତି ଭଲ ହୋଇ ଆସିଲେ ଆଉ ମାସ ଭ୍ୟାକସିନେସନ ଦରକାର ପଡ଼ିବନି, କିଛି ଲୋକଙ୍କୁ ଭ୍ୟାକସିନ ଦରକାର ପଡିବ l ଯଦି କାହାର ଲକ୍ଷଣ ଦେଖାଦେଉଛି ତେବେ ନିଜକୁ 5-7ଦିନ ଆଇସୋଲେଟ କରନ୍ତୁ , ଯୁଆଡେ ଯାଉଛନ୍ତି ମାସ୍କ ବ୍ୟବହାର କରନ୍ତୁ l ଟେଷ୍ଟ କରିବା ଆବଶ୍ୟକ ନାହିଁ କରଣ ଏତେ ମାତ୍ରାରେ ସଂକ୍ରମଣ ବଢିଛି ଯେ,ଯଦି କିଏ ରୋଗୀ କଣ୍ଟାକ୍ଟରେ ଆସିଥିବ ତେବେ ତାକୁ ସଂକ୍ରମଣ ମଧ୍ୟ ଡେଇଁଥିବ l ଆଗକୁ ଅନ୍ୟଦେଶ ମାନଙ୍କରେ ଯେପରି ସ୍ଥିତି ଭଲ ହୋଇଆସିଲାଣି ସେପରି ଅମ ଦେଶରେ ତଥା ରାଜ୍ୟରେ ସ୍ଥିତି ଭଲ ହୋଇଯିବ ତେଣୁ ସେତେପର୍ଯ୍ୟନ୍ତ ଆମକୁ ଧର୍ଯ୍ୟଧରି ରହିବାକୁ ପଡିବ l ମନଇଚ୍ଛା ମେଡିସିନି ଖାନ୍ତୁ ନାହିଁ l ଯଦି କୌଣସି ଲକ୍ଷଣ ଦେଖାଯାଉଛି ତେବେ ପାରାସିଟାମଲ ଖାନ୍ତୁ ଆଉ ଅନ୍ୟ କୌଣସି ମେଡ଼ିସିନ ଖାନ୍ତୁ ନାହିଁ l
ବାଇଟ – ନିରଜ ମିଶ୍ର, ସ୍ୱାସ୍ଥ୍ୟ ବିଶେଷଜ୍ଞ

ମକର ସଂକ୍ରାନ୍ତି;…

( )ଓଡ଼ିଶାର ଯେପରି ମହାବିଷୁବ ସଂକ୍ରାନ୍ତି,ଠିକି ସେହିପରି ମକର ସଂକ୍ରାନ୍ତି ହେଉଛି ଦକ୍ଷିଣ ଭାରତର ମୁଖ୍ୟପର୍ବ।ଏହି ଦିନ ଦକ୍ଷିଣ ଭାରତର ପ୍ରତ୍ୟେକ ପରିବାର ଲୋକେ ଏହି ଉତ୍ସବକୁ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି।ପୁରାଣରେ ଲେଖା ଅଛି ଏହିଦିନ ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୁଏ ଓ ଏହି ଦିନଠାରୁ ଶୁଭଦିନ ଆରମ୍ଭ ହୁଏ ବୋଲି କୁହାଯାଏ।ଏହି ଦିନ ଠାରୁ ସୂର୍ଯ୍ୟଙ୍କର ତେଜ ପ୍ରଖର ହୋଇଥାଏ ତେଣୁ କୁହାଯାଏ ମକର ସଂକ୍ରାନ୍ତି ଠାରୁ ଦିନ ବଡ଼ ହୁଏ ଓ ରାତି ଛୋଟ ହୁଏ।ସକଳଶକ୍ତି ର ଆଧାର ସୂର୍ଯ୍ୟଙ୍କୁ ଏ ସଂକ୍ରାନ୍ତିରେ ସମସ୍ତ ହିନ୍ଦୁମାନେ ପୂଜାର୍ଚ୍ଚନା କରିଥାନ୍ତି।ଏହି ଦିନ ଲୋକେ ନିଜ ଘରେ ଗୃହର ସମସ୍ତ ଦୋଷ ଶାନ୍ତ କରିବା ପାଇଁ ହୋମ ମଧ୍ୟ କରନ୍ତି।ଆମ ଓଡ଼ିଆ ଘରେ ଏହି ଦିନ ଅରୁଆ ଚାଉଳ, ନୂଆ ଗୁଡ, ଛେନା, ନଡିଆ, କଦଳୀ, ଘିଅ, ଦୁଗ୍ଧ ଇତ୍ୟାଦି ମିଶାଇ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଦେବାଦେବୀଙ୍କ ପାଖରେ ଅର୍ପଣ କରାଯାଏ।ଏହି ଭୋଗକୁ ମକର ଚାଉଳ ବୋଲି କୁହାଯାଏ।

ବେକାବୁ ହଉଛି ସଂକ୍ରମଣ…

( ) ଦେଶରେ କରୋନା ଦୃତଗତିରେ ସଂକ୍ରମଣ ହେଉଛି
ଦୁଇ ସପ୍ତାହରେ ଦୁଇଲକ୍ଷ ଅତିକ୍ରମ କଲାଣି ଆଗକୁ ସ୍ଥିତି ସଙ୍ଗୀନ ହେବ। ଆଉ ଦୁଇ ସପ୍ତାହ ପରେ ଦୈନିକ ୫ ଲକ୍ଷ ଛୁଇଁବ ସଂକ୍ରମଣ। ଡେଲ୍ଟା ଭ୍ୟାରିଆଣ୍ଟ ଠାରୁ ଓମିକ୍ରନ୍ ଭ୍ୟାରିଆଣ୍ଟ ୫ ଗୁଣା ଅଧିକ ସଂକ୍ରମଣ ତୁଳନାରେ ମୃତ୍ୟୁ ସଂଖ୍ୟା କମ ରହିଛି।
ଓଡିଶାରେ ମଧ୍ୟ ଦୈନିକ ୧୦ ହଜାର ଅତିକ୍ରମ କଲାଣି
ଆଗକୁ ଦୈନିକ ୩୦ ହଜାର ଛୁଇଁବ ପଜିଟିଭ ରୋଗକୁ ନେଇ ଲୋକେ ଅବହେଳା ନ କରନ୍ତୁ। ଏକାଧିକ ରୋଗ ଥିବା ଲୋକ ପଜିଟିଭ ହେଲେ ହସ୍ପିଟାଲରେ ଆଡମିସନ ହୁଅନ୍ତୁ। ୭ ଦିନ ହସ୍ପିଟାଲରେ ରହିବା ବଡକଥା ନୁହେଁ
ସ୍ବାସ୍ଥ୍ୟ ପାଇଁ ଅବହେଳା କଲେ ଗୁରୁତର ହେବା ସମ୍ଭାବନା
ସୋଆ କୁଳପତି ଅଶୋକ ମହାପାତ୍ର ଙ୍କ ସୂଚନା।
ବାଇଟ- ଡାକ୍ତର ଅଶୋକ ମହାପାତ୍ର, କୁଳପତି, ସୋଆ

Follow us

20,832FansLike
0FollowersFollow
14,700SubscribersSubscribe

Latest news