ବଢ଼ିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା…

( )ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ମେଟ୍ରୋ ରେ ୮୦-୯୦ ପ୍ରତିଶତ ଓମିକ୍ରନ ଷ୍ଟ୍ରେନ ଆସିଗଲାଣି।ଆମ ରାଜ୍ୟରେ ସେ ତଥ୍ୟ ପାଇଁ ଅପେକ୍ଷା କରିବାକୁ ପଡିବ। ଶେଷ ଥର ପାଇଁ ଜିନମ ସିକ୍ୟୁଏନ୍ସ ତଥ୍ୟରୁ ଜଣା ପଡ଼ିଥିଲା ରାଜ୍ୟରେ ୬୦ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ଥିଲା। ଏବେ ନିଶ୍ଚୟ ବଢିଥିବ। କିନ୍ତୁ ଜାଣିବା ପାଇଁ ଅପେକ୍ଷା କରିବାକୁ ପଡିବ। ଆନ୍ତର୍ଜାତୀୟ ଟ୍ରାଭେଲ ତଥ୍ୟ ନଥାଇ ଯଦି କୌଣସି ଅଞ୍ଚଳରୁ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଲେ ଗୋଷ୍ଠୀ ସଂକ୍ରମଣ କୁହାଯିବ। ଦେଶରେ ବହୁ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ହେଲାଣି ଆମ ରାଜ୍ୟରେ ବି ହେବାର ସମ୍ଭାବନା ଅଧିକ।ଖୁବ ଶୀଘ୍ର ହୋଇଯିବ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୨ ପ୍ରତିଶତ ରୁ କମ ଲୋକ ଡାକ୍ତରଖାନାରେ ଅଛନ୍ତି। ବହୁତ କମ ଲକ୍ଷଣ ଓ କୌଣସି ଲକ୍ଷଣ ଦେଖା ଯାଉନଥିବାରୁ ଲୋକ ଘରେ ରହୁଛନ୍ତି। କମ ଲକ୍ଷଣ ରହୁଥିବା ଭାବି ଟେଷ୍ଟ ନ କଲେ ଅସୁବିଧ। ଥଣ୍ଡା କାଶ ହେଲେ ନିଜକୁ କ୍ଵରେଣ୍ଟାଇନ କରିବା ସହ ପରୀକ୍ଷା କରନ୍ତୁ।ନଚେତ ଘରେ ବ୍ୟାପିବ। ଛୋଟ ପିଲା ଓ ଦୁରାରୋଗ୍ୟରେ ପୀଡିତ ବ୍ୟକ୍ତି ଘରେ ରହୁଛନ୍ତି। ସତର୍କ ନ ରହିଲେ ଘରେ ବ୍ୟାପିବ। ବର୍ତ୍ତମାନ ୪ ଦିନ ହେବ ୧୦ ହଜାର ତଳକୁ ଖସିଛି। ଏହି ତଥ୍ୟ କୁ ଦେଖି କିଛି ଆକଲନ କରି ହେବ ନାହିଁ।ଓମିକ୍ରନର ଟ୍ରାନ୍ସମିଶନ ରେଟ ଅଧିକ ରହୁଥିବାରୁ କେଉଁ ମୁହୂର୍ତ୍ତରେ ବଢ଼ିପାରେ। ରାଣ୍ଡମ ଜିନମ ସିକ୍ୟୁଏସ କରାଯାଉଛି। ଗୋଷ୍ଠି ସଂକ୍ରମଣ ହୋଇଛି ନା ନାହିଁ ସମ୍ପୂର୍ଣ୍ଣ ତଥ୍ୟକୁ ଅପେକ୍ଷା କରିବାକୁ ପଡିବ।
ବାଇଟ – ଡଃ ନିରଞ୍ଜନ ମିଶ୍ର, ଜନସ୍ବାସ୍ଥ୍ୟ ନିର୍ଦେଶକ

ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇ ଆର୍ଶୀବାଦ ଆଣ ବିରୋଧିଙ୍କ ମିଛ ପ୍ରଚାରର ସଠିକ୍ ଜବାବ ଦିଅ…

( )ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀନବୀନ ପଟ୍ଟନାୟକ ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କୁ ଭର୍ଚୁଆଲ ଉଦ୍‌ବୋଧନ ଦେଇ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ସେମାନଙ୍କ ଆର୍ଶୀବାଦ ଆଣିବାକୁ ପରାମର୍ଶ ଦେଇଛନ୍ତି ।
ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ
ଦଳୀୟ ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କ ସହିତ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ପ୍ରଥମେ ଶ୍ରୀ ଦାସ ସ୍ୱାଗତ ଭାଷଣ ପ୍ରଦାନ କରି ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିବାଦନ
ପ୍ରଦାନ ସଂକ୍ରାନ୍ତରେ ସୂଚନା ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୁଁ ଜାଣିଛି ଆପଣମାନେ ପଞ୍ଚାୟତ ନିର୍ବାଚନରେ ପୂରାପୂରି
ସାମିଲ ହୋଇ ଦଳର ପ୍ରାର୍ଥୀଙ୍କ ବିଜୟ ପାଇଁ କାମ କରୁଛନ୍ତି । ଏହି ସମୟରେ ମୁଁ ଆପଣଙ୍କୁ କିଛି କହିବାକୁ
ଚାହୁଁଛି । କୋଭିଡ ମହାମାରୀର ତୃତୀୟ ଲହର ଚାଲିଛି । ମୋର ଅନୁରୋଧ ଆପଣମାନେ କୋଭିଡ ନିୟମ
ପାଳନ କରିବେ । ଆପଣଙ୍କର ଜୀବନ ମୋ ପାଇଁ ମୂଲ୍ୟବାନ ଅଟେ । ଆପଣମାନେ ଜାଣି ଖୁସି ହେବେ ଯେ
ଓଡିଶା ଆଜି ସାରା ଭାରତ ବର୍ଷରେ କୋଭିଡ ମୁକାବିଲାରେ ଏକ ନମ୍ବର ହୋଇଛି । ଲୋକଙ୍କ ଜୀବନ
ବଞ୍ଚାଇବାରେ ସକ୍ଷମ ହୋଇଛି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଲୋକଙ୍କ ମନରେ ଆଶା ଓ ବିଶ୍ୱାସ ସୃଷ୍ଟି କରିଛି । ବିଜେଡି
ସରକାରଙ୍କ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ଭାରତରେ ପ୍ରଥମ । ଏହି କଠିନ କୋଭିଡ ମହାମାରୀ ସମୟରେ
ମହିଳାମାନଙ୍କୁ ମିଶନ ଶକ୍ତି, ମା’ମାନଙ୍କୁ ପ୍ରାୟ ୧୦,୦୦୦ କୋଟି ଟଙ୍କାର ଋଣ ସହାୟତା ବିନା ସୁଧରେ
ଆପଣଙ୍କ ବିଜେଡି ସରକାର ଦେଇଛି । ଲକ୍ଷ ଲକ୍ଷ ଭୂମିହୀନ ଚାଷୀଙ୍କ ପାଇଁ ୧୦,୦୦୦ ଟଙ୍କା କାଳିଆ
ଯୋଜନାରେ ସହାୟତା ଦେଇଛି ବିଜେଡି ସରକାର ।ରାସନକାର୍ଡ ଥିବା ସବୁ ପରିବାରକୁ ଆର୍ଥିକ ସହାୟତା, ଗ୍ରାମାଞ୍ଚଳ ପକ୍କାଘର ଯୋଜନାରେ ଘର ମରାମତି
ପାଇଁ ସହାୟତା, ଯୋଗ୍ୟ ତାଲିକାଭୁକ୍ତ ଘର ପାଇନଥିବା ପରିବାରଙ୍କୁ ସହାୟତା ଭଳି ଅଗ୍ରଣୀ ପ ଗ୍ରହଣ କରି ବିଜେଡି ସରକାର ଅନ୍ୟମାନଙ୍କୁ ବାଟ େଜଳସେଚନ, ଶିକ୍ଷା ଭିତ୍ତିଭୂମି, ଶିଳ୍ପ, ଜନଜାତିଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଆଜି ଓଡିଶା ଅଗ୍ରଣୀ ରାଜ୍ୟ ହୋଇଛି । ମୋ ସରକାର କାର୍ଯ୍ୟକ୍ରମ ସରକାରରେ ସାଧାରଣ ଲୋକଙ୍କର ଭାଗି
ଜାଣିଛୁ ଓଡିଶାବାସୀ ବିଜେଡିକୁ ଭଲ ପାଆନ୍ତି ଓ ସବୁ ନିର୍ବାଚନେ ପାଖରେ କିଛି ବି ପ୍ରସଙ୍ଗ ନାହିଁ । ସେମାନେ ମିଛ ପ୍ରଚାରକୁ ଅସ୍ତ୍ର କରିବେ । ତେଣୁ ଆପଣମାନେ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାନ୍ତୁ । ବିରୋଧିଙ୍କ ମିଛ ପ୍ରଚାରର ସଠିକ ଜବାବ
ଅନୁରୋଧ ଆପଣମାନେ ଆମ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇ ବହୁଳ ପରିମାଣରେ
ଲୋକଙ୍କ ଆର୍ଶୀବାଦ ଆଣିବେ । ଏଥିରେ ମୋର ପୂରା ବିଶ୍ୱାସ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅଭିବା ସଂଗଠନ ସମ୍ପାଦକ ଶ୍ରୀ ଦାସ ଧନ୍ୟବା ରାସନକାର୍ଡ ଥିବା ସବୁ ପରିବାରକୁ ଆର୍ଥିକ ସହାୟତା, ଗ୍ରାମାଞ୍ଚଳ ପକ୍କାଘର ଯୋଜନାରେ ଘର ମରାମତି ପାଇଁ ସହାୟତା, ଯୋଗ୍ୟ ତାଲିକାଭୁକ୍ତ ଘର ପାଇନଥିବା ପରିବାରଙ୍କୁ ସହାୟତା ଭଳି ଅଗ୍ରଣୀ ପ
ଗ୍ରହଣ କରି ବିଜେଡି ସରକାର ଅନ୍ୟମାନଙ୍କୁ ବାଟ ଦେଖାଇଛି । ଜଳସେଚନ, ଶିକ୍ଷା ଭିତ୍ତିଭୂମି, ଶିଳ୍ପ, ଜନଜାତିଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଆଜି ଓଡିଶା ଅଗ୍ରଣୀ ରାଜ୍ୟ ହୋଇଛି । ମୋ ସରକାର କାର୍ଯ୍ୟକ୍ରମ ସରକାରରେ ସାଧାରଣ ଲୋକଙ୍କର ଭାଗିଦାରୀ ଆଣିଛି । ଆମେ ସମସ୍ତେ ଜାଣିଛୁ ଓଡିଶାବାସୀ ବିଜେଡିକୁ ଭଲ ପାଆନ୍ତି ଓ ସବୁ ନିର୍ବାଚନରେ ଆର୍ଶୀବାଦ କରିଆସିଛନ୍ତି । ବିରୋଧି
ପାଖରେ କିଛି ବି ପ୍ରସଙ୍ଗ ନାହିଁ । ସେମାନେ ମିଛ ପ୍ରଚାରକୁ ଅସ୍ତ୍ର କରିବେ । ତେଣୁ ଆପଣମାନେ ସରକାରଙ୍କ
ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାନ୍ତୁ । ବିରୋଧିଙ୍କ ମିଛ ପ୍ରଚାରର ସଠିକ ଜବାବ ଅନୁରୋଧ ଆପଣମାନେ ଆମ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇ ବହୁଳ ପରିମାଣରେ ଆଣିବେ । ଏଥିରେ ମୋର ପୂରା ବିଶ୍ୱାସ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅଭିବାାସ ଧନ୍ୟବାଦ ଅର୍ପଣ କରିଥିଲେ ।

ସୋରୋ ରେ ହୋଇଥିବା ବସ୍ ଦୁର୍ଘଟଣା ରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା…

( )ସୋରୋ ବସ୍ ଦୁର୍ଘଟଣା

ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା।

{ }ଆଜି ଅପରାହ୍ନ ରେ ବାଲେଶ୍ବର ର ସୋରୋ ଠାରେ ବସ୍ ଦୁର୍ଘଟଣାରେ ଛଅ ଜଣ ବ୍ଯକ୍ତିପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।ଏତଦବ୍ୟତୀତ ଏହି ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଵ୍ୟକ୍ତି ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଏବଂ ସୋମାନଙ୍କ ର ଆଶୁ ଆରୋଗ୍ୟ କାମନା କରିଛନ୍ତି ।ସୂଚନାଯୋଗ୍ୟ ଯେ ବସ୍ ଟି ଉଦଳାରୁ ଭୁବନେଶ୍ୱର ଆସୁଥିବା ବେଳେ ସୋରୋ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଫ୍ରେବୃଆରୀ ଶେଷ ସୁଦ୍ଧା ଶେଷ ହୋଇଯିବ ତୃତୀୟ ଲହର ବୋଲି ପ୍ରତିକ୍ରିୟା ଦେଇଛନ୍ତି ଡାକ୍ତର ମିଶ୍ର…

( )ଆମେ ପିକ କ୍ରସ କରିଯାଇଛୁ | ପାଞ୍ଚ ଛ ଦିନ ପୂର୍ବରୁ ପିକ ଅତିକ୍ରମ କରିଗଲା ଭଳି ଲାଗୁଛି | ରାଜ୍ୟରେ ଯେଉଁଭଳି ଦୈନିକ ସଂକ୍ରମଣ କମୁଛି ସେଥିରୁ ଏହା ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର | ଆଗକୁ ଯଦି କିଛି ବଢିବ ମାଇନର ସ୍ପାଇକ ହୋଇପାରେ | ବର୍ତମାନ ଟ୍ରେଣ୍ଡ ନିମ୍ନଗାମୀ ରହିଲା ଏବଂ ଏହା ଏହିଭଳି ଚାଲିବ, ଆଗାମୀ ସପ୍ତାହ ସୁଦ୍ଧା କେସ ଲୋଡ଼ ବହୁତ କମି ଯାଇଥିବ | ଫ୍ରେବୃଆରୀ ପନ୍ଦର ସୁଦ୍ଧା ତୃତୀୟ ଲହର କମି ଆସିଥିବ ଏବଂ ଶେଷ ସୁଦ୍ଧା ଏହା ଶେଷ ହୋଇଯାଇଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଡାକ୍ତର ମିଶ୍ର |
ରି ଇନଫେକ୍ସନ…
ୟୁ କେ ସରକାର ଓମୀକ୍ରନ ବିଏ -2 କୁ ଭାରିଆନଟ ଅଫ ଇଂଟରେଷ୍ଟ ଘୋଷଣା କରିଛି | ଡେ଼ନ୍ମାର୍କରେ ଏହା ଦ୍ରୁତ ଗତିରେ ସଂକ୍ରମଣ ହେଉଛି | ଏହି ସବ-ଭେରିଆନଟ ଭାରତରେ ମଧ୍ୟ ଦେଖାଦେଇଛି | କୌଣସି ଲୋକକୁ ଯଦି ଓମୀକ୍ରନ ବିଏ -1 ହୋଇଥାଏ ତାକୁ ବିଏ -2 ମଧ୍ୟ ହୋଇପାରେ | କିଛି ବିଶେଷଜ୍ଞ ମତରେ ବିଏ-2 ଲାଗି ଦ୍ଵିତୀୟ ସ୍ପାଇକ ଆସିପାରେ କିନ୍ତୁ ଭାରତରେ ଏହା ପୂର୍ବରୁ ଅଛି, ତେଣୁ ଦେଶରେ ସେଭଳି କୌଣସି ପ୍ରଭାବ ପଡି ନ ପାରେ | ଏହା ଏତେ ସାଙ୍ଘାତିକ ନୁହେଁ, ମୃତ୍ୟୁ ମଧ୍ୟ ହେଉ ନାହିଁ କେବଳ ପୁଣି ଥରେ ସଂକ୍ରମଣ କରାଇବ |

ବାଇଟ – ଡାକ୍ତର ନିରଜ ମିଶ୍ର, ସ୍ୱାସ୍ଥ୍ୟ ବିଶେଷଜ୍ଞ

ପଂଚାୟତ ନିର୍ବାଚନ ପାଇଁ ଷ୍ଟ୍ରlଟେଜି ଅନୁସାରେ କାମ କରୁଛି କଂଗ୍ରେସ…

{ }ପଂଚାୟତ ନିର୍ବାଚନ ପାଇଁ ଦଳ ଷ୍ଟ୍ରlଟେଜି ଅନୁସାରେ କାମ କରୁଛି । ଆମର ୱାର ରୁମ ମଧ୍ୟ ପ୍ରସ୍ତୁତ ହୋଇ ସାରିଛି । 23 ତାରିଖରେ କିଏ କେଉଁ ଦାଇତ୍ୱ ରେ ରହିବେ ଓ କିପରି ନିର୍ବାଚନ ପରିଚାଳନା ହେବ ତାହା ସ୍ପଷ୍ଟ ହୋଇଯିବ । ଦର ଦାମ ବୃଦ୍ଧି ଓ ନାରୀ ନିର୍ଯାତନା ପ୍ରସଙ୍ଗ କୁ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ଲୋକ ଚାହିଁଲେ ନିଶ୍ଚୟ ପରିବର୍ତ୍ତନ ହେବ ।

ଜଜ୍ଞେସ୍ୱର ବାବୁ , କଂଗ୍ରେସ ଉପସଭପତି

ରାଜ୍ୟରେ କୋଭିଡ ସଂକ୍ରମଣ କମିବା ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା….

( ) ରାଜ୍ୟରେ କୋଭିଡ ସଂକ୍ରମଣ କମିବା ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ଆମେ ଟେଷ୍ଟିଂ କମାଇନୁ । ଗାଇଡଲାଇନ ଅନୁସାରେ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂର ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଟେଷ୍ଟ କରାଯାଉଛି ।
ଆକ୍ଟିଭ କେସରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିବା ନେଇ…
ଏହାର ଦୁଇଟି କାରଣ । ଗୋଟିଏ ହେଲା, ଆମେ ଅଧିକ ରୋଗୀ ଚିହ୍ନଟ କରୁଛୁ । ସେଥିପାଇଁ ଅଧିକ ପଜିଟିଭ ବାହାରୁଛି । ସର୍ଭେଲାନ୍ସ, ଟେଷ୍ଟିଂ ଆମ ରାଜ୍ୟରେ ଭଲ ଅଛି । ଦ୍ଵିତୀୟରେ ଧୀରେ ଧୀରେ ଆମେ ତଳମୁହାଁ ହେଉଛୁ । ଏହି ତଳମୁହାଁ କେତେଦିନ ରହୁଛି, ଆଉ 4-5 ଦିନ ନଜର ରଖିବାକୁ ପଡ଼ିବ । ଏବେଠୁ କହି ହେବନି ପିକରେ ପହଞ୍ଚି ଗଲେ ବୋଲି । ଏବେ ଯେଉଁ ତଳମୁହାଁ ହେଉଛି, ତାହାକୁ ସମାନ୍ତରାଳ ସ୍ଥିତିରେ ଗତି କରୁଛି ବୋଲି କହିପାରିବା । ଏହା ନିରନ୍ତର ତଳମୁହାଁ ପ୍ରକ୍ରିୟା ନୁହେଁ । ଯାହାର ବି ସାମାନ୍ୟ ଲକ୍ଷଣ ଦେଖା ଦେଉଛି ଟେଷ୍ଟ କରାନ୍ତୁ । ଅଧିକ ପଜିଟିଭ ବାହାରିଲେ ଭଲ, ଡରିବାର ନାହିଁ । ସେମାନଙ୍କୁ ଆଇସୋଲସେନରେ ରଖି ସଂକ୍ରମଣକୁ କମାଇ ପାରିବା ।
ମୃତ୍ୟୁ ସଂଖ୍ୟା ବଢ଼ିବ ନେଇ… ମୃତ୍ୟୁ ସଂଖ୍ୟାର ପରିସଂଖ୍ୟାନ ଭିନ୍ନ । ଏବେ ବି 6% ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ଭେଣ୍ଟିଲେଟରକୁ ଯାଉଥିବା 80-90% ରୋଗୀଙ୍କର ମୃତ୍ୟୁ ଆଶଙ୍କା ରହିଛି । ଆମର ଯେଉଁ ମୃତ୍ୟୁ ସଂଖ୍ୟା ବଢ଼ୁଛି ବୋଲି କୁହାହେଉଛି, ଏହା ଭେଣ୍ଟିଲେଟରରେ ଥିବା ରୋଗୀ ଓ କୋମରବିଡ଼ ରୋଗୀ ।
ଭାରିଆଣ୍ଟ ବଦଳିବା ନେଇ… ଭାରିଆଣ୍ଟ ବଦଳିପାରେ କି ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି, ଭାଇରସର ପ୍ରକୃତି ହେଲା ଚରିତ୍ର ବଦଳାଇବା । ବର୍ତ୍ତମାନ ସୁଦ୍ଧା ସେଭଳି କିଛି ତଥ୍ୟ ଆସିନି । ଗବେଷଣା ଜାରି ରହିଛି । କୋଭିଡ କେଉଁଭଳି ବ୍ୟବହାର କରିବ, ମ୍ୟୁଟେସନ ଉପରେ ନିର୍ଭର କରୁଛି । ହୁଏତ ପୁଣି ରୂପ ବଦଳାଇ ପାରେ । ଅଧିକ ବିପଦଜନକ ହୋଇପାରେ ବା ସ୍ୱଳ୍ପ ପ୍ରଭାବ ଯୁକ୍ତ ହୋଇପାରେ ।
ବାଇଟ- ଡାକ୍ତର ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

ପୁଣି ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ; ନବୀନ…

( ) ଜାତୀୟ ସ୍ତରର ରିପୋର୍ଟ ଅନୁଯାୟୀ ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବା ପ୍ରସଙ୍ଗ। ବିଜେଡି ସାଂସଦ ସୁବାସ ସିଂଙ୍କ ପ୍ରତିକ୍ରିୟା। କୋଭିଡ ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଙ୍କ ପଦକ୍ଷେପ ସର୍ଭେ ରିପୋର୍ଟରେ ପ୍ରତିଫଳିତ ହୋଇଛି। ମହାମାରୀ ସମୟରେ ସାରା ଦେଶକୁ ଅକ୍ସୀଜେନ ପଠାଇ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ। ପ୍ରତେକଟି ଜୀବନ ମୂଲ୍ୟବାନ ଲକ୍ଷ ନେଇ କୋଭିଡ ମୁକାବିଲା କରିଥିଲେ ରାଜ୍ୟ ସରକାର। ଗଣତନ୍ତ୍ର ସୁରକ୍ଷା ହେଉ କି ବିଶ୍ୱସ୍ତରୀୟ ହକି ଖେଳର ସଫଳ ପରିଚାଳନା ସବୁଥିରେ ନବୀନ ସଫଳ।

ସୁରକ୍ଷା ଦେବ ଟୀକା…

( )ଯଦି ଟୀକା ନେଇ ନଥିବେ ଓମିକ୍ରନ ହେଲେ ବି ଡେ଼ଲ୍ଟା ଭ୍ୟାରିଆଣ୍ଟ ବିରୁଦ୍ଧରେ ସୁରକ୍ଷା ଦେବନାହିଁ। ଯଦି ଟୀକା ନେଇଥିବେ ଓମିକ୍ରନ ହେବା ପରେ ଡେ଼ଲ୍ଟା ହେବନାହିଁ। ତେଣୁ ଭବିଷ୍ୟତରେ ନୂଆ ଭ୍ୟାରିଆନ୍ତ ବିରୁଦ୍ଧରେ ଲଢେଇ ପାଇଁ ଟିକାକରଣ ବହୁତ ଜରୁରୀ। ଟୀକା ନେଲେ ଯେତେଥର ସଂକ୍ରମୀତ ହେଲେ ବି ସୁରକ୍ଷା ଦେବ।୨୫ ତାରିଖ ଆଡକୁ ପିକ କରିପାରେ। ପିକ ସମୟରେ ଅତି ବେଶିରେ ୧୭ ରୁ ୧୮ ହଜାର ରହିପାରେ।ଏହା ପରେ କମିବା ଆରମ୍ଭ ହେବ।

ପ୍ରଥମରୁ ମୁମ୍ବାଇ ଦିଲ୍ଲୀରେ ସଂକ୍ରମଣ ବଢିଥିବାରୁ ସେଠାରେ ପିକ ସାରିଲାଣି। ସୁତ୍ର ମଡେଲ ଆନୁସାରେ ଜାନୁଆରୀ ୨୩ ଆଡକୁ ଦେଶରେ ପିକ ଛୁଇଁପାରେ। ଟେଷ୍ଟି କମିଥିବାରୁ ସଂକ୍ରମଣର ଏମିତି ଟ୍ରେଣ୍ଡ ରହୁଛି। ଆଉ ୬ ଦିନ ଭଳି ବଢିବା ପରେ କମିବ।

ବାଇଟ – ନିରୋଜ ମିଶ୍ର, ସ୍ୱାସ୍ଥ୍ୟ ବିଶେଷଜ୍ଞ

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ…

( ) କଂଗ୍ରେସ ପଞ୍ଚାୟତ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ନାମାଙ୍କନ ପତ୍ର ଦାଖଲ ହେଉଛି। ଆପାତତ୍ତ କଂଗ୍ରେସ ଦଳର ଜିଲ୍ଲା ପରିଷଦ ପାଇଁ ଫାଇନାଲ ହୋଇ ସାରିଛି ।

ନିର୍ବାଚନ କମିଶନ ଦୁଇ ଜଣ ସରକାରୀ ଅଧିକାରୀଙ୍କ ଉପରେ ଯେଉଁ କାର୍ଯ୍ୟାନୁଷ୍ଠାନ ନେଲେ ତାହା ସ୍ୱାଗତ ଯୋଗ୍ୟ ମାତ୍ର ମୁଁ ଅନୁରୋଧ କରୁଛି ବିଭିନ୍ନ ସରକାରୀ ଯୋଜନାରେ ନେତା ମନ୍ତ୍ରୀ ମାନଙ୍କ ଫଟୋ ଥିବା ହୋଡ଼ିଂ ଏବେ ବି ରହିଛି । ତାକୁ ତୁରନ୍ତ ହଟାଯାଉ । ନ ହେଲେ ରାଜ୍ୟ ବ୍ୟାପି କଂଗ୍ରେସ ଆନ୍ଦୋଳନ କରିବ ।

ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ପାଇଁ ପ୍ରାଥି ଯୋଗାଡ଼ କରିବା କଷ୍ଟସାଧ ହେଉଛି । ମାତ୍ର ଗୋଟିଏ ଗୋଟିଏ ପଞ୍ଚାୟତରେ 10 ରୁ 20 ଜଣ ବାହାରୁଛନ୍ତି ସରପଞ୍ଚ ହେବା ପାଇଁ । ଦଳୀୟ ଟିକେଟ ନଥିଲେ ମଧ୍ୟ ଦଳୀୟ ସମର୍ଥନ ପାଇଁ ବହୁତ ପ୍ରାଥି ବାହାରୁଛନ୍ତି ସରପଞ୍ଚ ପାଇଁ । ଗତ କିଛି ଦିନ ହେବ ସିଧାସଳଖ ସରପଞ୍ଚ ମାନଙ୍କୁ ଟଙ୍କା ଆସିଲା ବିକାଶ ନାଁରେ ସରକାରୀ ଅଧିକାରୀ ବିନାଶର ବିଜ ବୁଣିଛନ୍ତି । ଦୁର୍ନୀତି ଅଧିକ ହେଲା ଅନେକ ସରପଞ୍ଚ ସେହି ଟଙ୍କାରେ ଗାଡି କିଣିଲେ ଘର କଲେ ବ୍ୟାଙ୍କ ବଲାନ୍ସ ବଢିଗଲା ଏହାକୁ ଦେଖି କି ଏବେ ଲୋକମାନେ ସରପଞ୍ଚ ହେବା ପାଇଁ ପାଗଳ ହୋଇଯାଇଛନ୍ତି । ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯିବା ପରେ ଏହି ଆଗ୍ରହ ଅଧିକ ବଢିଛି ।ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର କେମିତି ରହିଛି ହୋମୱାର୍କ ପ୍ରଶ୍ନରେ ତାରାଙ୍କ ଉତ୍ତର । କଂଗ୍ରେସର ତ ହୋମ ତ ନାହିଁ ୱାର୍କ କେଉଁଠି ଆସିବ ବୋଲି କହିଲେ ତାରା । ପିସିସି ସଭାପତି ଘରେ ଲୁଚିଛନ୍ତି କି ହୋଟେଲରେ ଲୁଚିଛନ୍ତି ମୁଁ ଜାଣିନି । ମାତ୍ର ମୋର ବି ତାଙ୍କ ସହ ଯୋଗାଯୋଗ ହୋଇ ପାରିନି । ଆମର ତ ଆଉ ନୂଆ ନେତୃତ୍ୱ ହେବାର ନାହିଁ ତେଣୁ ନିରଞ୍ଜନଙ୍କ ନେତୃତ୍ୱରେ ହିଁ ଲଢ଼ିବାକୁ ପଡ଼ିବ । ସେ ଘରେ ବସନ୍ତୁ କି ହୋଟେଲରେ ରୁହନ୍ତୁ । ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ

ସାମ୍ବାଦିକ ମାନଙ୍କୁ ଦିଅ ବୁଷ୍ଟର ଡୋଜ :ମୁଖ୍ୟମନ୍ତ୍ରୀ…

( )ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା

ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ,
ଜନସାଧାରଣଙ୍କୁ ଭୟଭୀତ ନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

ଟିକାକରଣ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ।

କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ।

ସମସ୍ତଙ୍କ ସହଯୋଗ ରହିଲେ ଜୀବନ ଜୀବିକାକୁ ପ୍ରଭାବିତ ନ କରି ମଧ୍ୟ ଆମେ ପରିସ୍ଥିତିର ମୁକାବିଲା କରିପାରିବା

{ } ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ରୋଗ ନିୟନ୍ତ୍ରଣ ସଂପର୍କରେ ସମୀକ୍ଷା କରି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି୤ ତେଣୁ ଭୟଭୀତ ନ ହୋଇ କୋଭିଡର ସମସ୍ତ ନିୟମାବଳୀକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି। ଜନସାଧାରଣଙ୍କ ସହଯୋଗ ମିଳିଲେ, ଜୀବନ ଜୀବିକାକୁ ପ୍ରଭାବିତ ନ କରି ଆମେ ପରିସ୍ଥିତିର ମୁକାବିଲା କରିପାରିବା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୃତୀୟ ଲହରୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ପରିଚାଳନା ଠିକ୍‌ ରହିଛି । ଗତ କିଛି ଦିନ ମଧ୍ୟରେ ଦୈନିକ କୋଭିଡ ସଂଖ୍ୟା ପ୍ରାୟତଃ ସ୍ଥିର ରହିଛି । ଦେଶର ବଡ ବଡ ସହରରେ active case ସଂଖ୍ୟା କମିବା ଆରମ୍ଭ ହେଲାଣି । ରୋଗୀମାନଙ୍କ ଲକ୍ଷଣ ସାମାନ୍ୟ ରହୁଛି ଏବଂ ଖୁବ କମ୍‌ ରୋଗୀଙ୍କୁ ହସ୍‌ପିଟାଲ ଯିବାକୁ ପଡୁଛି । ଏସବୁ ସୂଚନା ଉତ୍ସାହପ୍ରଦ ହେଲେ ମଧ୍ୟ ଆମ ସମସ୍ତଙ୍କୁ ସଂପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିବାକୁ ପଡିବ ।ମୁଖ୍ୟ ଶାସନ ସଚିବ ତାଙ୍କର ପ୍ରେସ୍‌ ସୂଚନା ଜରିଆରେ କୋଭିଡ ରୋଗୀ ସଂଖ୍ୟା ଅଧିକ ରହୁଥିବା ଦୃଷ୍ଟିରୁ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏହାସହିତ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଶେଷକରି ମେଡିକାଲ ଷ୍ଟାଫ, ପୋଲିସ, ପ୍ରଶାସନିକ ଅଧିକାରୀ ଏବଂ ରୋଗର ଅଧିକ ଆଶଂକା ଥିବା ନାଗରିକ ମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନ ତ୍ବରାନ୍ବିତ କରିବା ପାଇଁ ସେ କହିଥିଲେ । ସେହିପରି ଗଣମାଧ୍ୟମର କର୍ମକର୍ତ୍ତା ମାନେ ମଧ୍ୟ frontline worker ଭାବେ ପରିଗଣିତ ହେଉଥିବାରୁ, ସେମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନରେ ପ୍ରାଥମିକତା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

କୋଭିଡ ସଂପର୍କରେ ଆମର ସଚେତନତା ଓ ନିୟମର ଦୃଢ ଅନୁପାଳନ ପଦକ୍ଷେପ ଜାରି ରହିବା ଉଚିତ ବୋଲି ମତବ୍ୟକ୍ତ କରିବା ସହିତ micro containment ରଣନୀତି ଏବଂ ଘରେ ରହୁଥିବା କୋଭିଡ ରୋଗୀଙ୍କର ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ସବୁ କୋଭିଡ ହସ୍‌ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ସହିତ ଔଷଧପତ୍ର ଏବଂ ଅନ୍ୟାନ୍ୟ ଜରୁରୀ ସମାଗ୍ରୀର ବ୍ୟବସ୍ଥା କରାଯାଇଛି । ଲୋକଙ୍କ ଜୀବିକା ଯେପରି ପ୍ରଭାବିତ ନ ହୁଏ, ତାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର୍‌.କେ. ଶର୍ମା ସମଗ୍ର ବିଶ୍ବ, ଦେଶ ଓ ରାଜ୍ୟର କୋଭିଡ ପରିସ୍ଥିତି ଉପରେ ଏକ ତୁଳନାତ୍ମକ ଚିତ୍ର ରଖି କହିଥିଲେ ଯେ ବର୍ତ୍ତମାନ ତୃତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ପହଞ୍ଚିବାର ସୂଚନା ମିଳୁଛି । ରାଜ୍ୟରେ ଦୈନିକ ୧୦ ରୁ ୧୧ ହଜାର ମଧ୍ୟରେ ନୂଆ ରୋଗୀ ସଂଖ୍ୟା ଦେଖା ଦେଉଥିଲେ ମଧ୍ୟ ହସ୍‌ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବହୁତ କମ୍‌ ଅଛି । ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ୧୧,୨୯୧ଟି ବେଡ୍‌ ରହିଛି ଏବଂ ଏଥିରୁ ମାତ୍ର ୧୧ ପ୍ରତିଶତ ବେଡ୍‌ରେ ରୋଗୀ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଔଷଧ, ଅକ୍‌ସିଜେନ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ବୋଲି ସେ କହିଥିଲେ ।ଟିକାକରଣ ଉପରେ ସୂଚନା ଦେଇ ସେ କହିଥିଲେ ଯେ ୯୨.୭ ପ୍ରତିଶତ ପ୍ରଥମ ଡୋଜ ଓ ୭୦.୭ ପ୍ରତିଶତ ଦ୍ବିତୀୟ ଡୋଜ ନେଇସାରିଛନ୍ତି। ୧୫ ରୁ ୧୮ ବୟସ୍କ କିଶୋକ ମାନଙ୍କ କ୍ଷେତ୍ରରେ ୪୫.୮ ପ୍ରତିଶତ ଟିକାକରଣ ହୋଇଛି ଏବଂ ୧୪ ପ୍ରତିଶତ ବୁଷ୍ଟର ଡୋଜ ଟିକାକରଣ ହୋଇଛି ବୋଲି ସେ ସୂଚନା ଦେଇଥିଲେ ।ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ ବଂଶଲ, କଟକ ଓ ମୟୁରଭଂଜର ଜିଲ୍ଲାପାଳ, ଭୁବନେଶ୍ବର ଓ କଟକର ମ୍ୟୁନିସ୍‌ପାଲ କମିଶନର ପ୍ରମୁଖ ସେମାନଙ୍କ ନିଜ ନିଜ କ୍ଷେତ୍ରର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

ବୈଠକରେ ଉନ୍ନୟନ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news