( )ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ। କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକର ଡମ୍ବକରଲାମଖୁଣ୍ଟା ନିକଟସ୍ଥ ଦୁଲେନ ଛକ ରେ ମାଓବାଦୀ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ, ମୃତ ସାମ୍ବାଦିକ ଜଣକ ହେଲେ ମୋହନଗିରି ଧରିତ୍ରୀ ପ୍ରତିନିଧି ରୋହିତ ବିଶ୍ଵାଳ।ନକ୍ସଲ ଙ୍କ ଲାଣ୍ଡ ମାଇନ୍ ବିସ୍ଫୋରଣରେ କଳାହାଣ୍ଡି ସାମ୍ବାଦିକଙ୍କ ମୃତ୍ୟୁ ଘଟଣା ରେ ଓୟୁ ଜେ ର ଉଦବେଗ।ସାମ୍ବାଦିକଙ୍କ ସୁରକ୍ଷା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି।
ସଂସଦରେ ଉଠିଲା ଉଷୁନା ଚାଉଳ ପ୍ରସଙ୍ଗ…
() ସଂସଦରେ ଉଠିଲା ଉଷୁନା ଚାଉଳ ପ୍ରସଙ୍ଗ। ବିଜେଡି ସାଂସଦ ଉଠାଇଲେ ଏହି ପ୍ରସଙ୍ଗ। ରାଜ୍ୟର 10 ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଉଠାଉ ନାହାନ୍ତି। 7ହଜାର କୋଟି ଟଙ୍କା ବକେୟା ରହିଛି ।ବଳକା ଉଷୁନା ଚାଉଳ ଉଠାଉ ନାହିଁ ଏଫସିଆଇ। ଉଦେଶ୍ୟମୂଳକ ଭାବେ ବଳକା ଉଷୁନା ଚାଉଳ ଉଠାଯାଉନାହିଁ। ଏଥିଯୋଗୁ ରାଜ୍ୟର ବହୁଚାଷୀ ପ୍ରଭାବିତ ହେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଉଷୁନା ଚାଉଳ ଉଠାଇବାକୁ ଦାବି କରିଛନ୍ତି ବିଜେଡି ସାଂସଦ।
ସହରରେ ମିଠା ପଣ…
() ହଠାତ ସୀମା ଅପା କହିଲେ ଆରେ ସହରରେ ମଣିଷ କଣ ମଣିଷକୁ ଚିହ୍ନେ , ଏଠି ପଇସାକୁ ସମସ୍ତେ ଚିହ୍ନନ୍ତି l ତେଣୁ ଆମ ଗାଁ ଭଲ l ଏକଥା କହିକି ସହରରେ ୧୧ବର୍ଷ କଟାଇଥିବା ବିକାଶ ସହଜରେ ହଜମ କରିପାରିଲାନି l ବିକାଶ କହିଲା ନାଇମ ଅପା ସହରରେ ବହୁତ ଭଲ ଲୋକ ଅଛନ୍ତି । ସହରରେ ମିଠାପଣ ଓ ଆତ୍ମିୟତା ମଧ୍ୟ ଭରି ରହିଛି l କେବଳ ଆମେ ତାକୁ ନିଜ ଆଖିରେ ଦେଖି ପାଇଲେ ହେଲା l
ଚକ୍ ଚକ୍ ସହର , ଏଠି ଚିରାପେଣ୍ଟକୁ ଷ୍ଟାଇଲ ଭାବେ ଗଣା ଯାଏ । ସେ ପେଣ୍ଟ, ସାର୍ଟ ଦାମ ବି ଅଧିକ l ଏଠି ଭଙ୍ଗା ସୁକିଲା କାଠ,ଫଟା ମାଠିଆ ସୋଉକ୍ ଭାବେ ରଖା ଯାଏ l ଏଠି ବି ବୁଲା କୁକୁର, ଷଣ୍ଢକୁ ବି କିଛି ଲୋକ ନିଜ ଜୀବନ ଠାରୁ ଅଧିକ ଭଲ ପାଆନ୍ତି । ଆଉ କିଛି ଲୋକ ପୋଡ଼ି ଓ ଗୁଳି କରି ହତ୍ୟା ବି କରନ୍ତି l ସହରରେ ମଣିଷ ମିଛ ଓ ଛଳନାକୁ ଅଧିକ ଭଲ ପାଏ l ଏଠି ସ୍ବାର୍ଥ ଆଗ ତା ପରେ ସମ୍ପର୍କ l ମିଛି ମିଛିକା ମରୀଚିକା ପାଖରେ ଧାଇବାକୁ ସମସ୍ତେ ପସନ୍ଦ କରନ୍ତି l ଦିନକୁ ରାତି ଓ ରାତିକୁ ଦିନ ଭାବେ ଗ୍ରହଣ କରି ଜୀବନ ବି ବିତାନ୍ତି ଅନେକ l ଟଙ୍କା ରୋଜଗାର କରିବା ପାଇଁ ଜୀବନର ସବୁ ସୁଖକୁ ଭୁଲି ଯାଆନ୍ତି ସମସ୍ତେ l ଏପରି ଶହ ଶହ ଉଦାହରଣ ଦେଇହେବ ସହରକୁ ନେଇ l ପ୍ରେମ ତ ଏଠି ବ୍ୟବସାୟ , ତା ପୁଣି ଚେନ ସିଷ୍ଟମ l ଯେଉଁଠି ପାଇବା ଓ ସ୍ବାର୍ଥ ଛାଡ କିଛି ନାହିଁ l ଆଉ ଏତେ ସବୁ ପରେ ସହରରେ ମିଠାପଣ ପୁଣି କେଉଁଠି ଅଛି ସେଦିନ ସୀମା ଅପାକୁ ବୁଝାଇଥିଲା ପ୍ରକାଶ l
ଅଳ୍ପରେ କହିଥିଲା ସୀମା ଅପା ଏସହରରେ ତମେ ସିନା ନୂଆ , ହେଲେ ଖୁବ କମ ଦିନରେ ସହର୍ ତମକୁ ସିନା ଚିହ୍ନି ପାରିନି , ହେଲେ ସହରକୁ କିନ୍ତୁ ତମେ ଖୁବ୍ ଭଲ ସେ ଚିହ୍ନି ଦେଉଛ l ହେଲେ ନଜର ଟିକେ ବଦଳାଇ ଦେଲେ ଏ ସହର ଆତ୍ମୀୟତା ଓ ମିଠାପଣକୁ ତୁମେ ଅନୁଭବ କରିପାରିବ l ଯେମିତି ତମ ଆଉ ମୋ ଭିତରେ ସମ୍ପର୍କ l ମୁଁ କିଏ ବା ତମର , କେତେ ସେନ ଦେଇଛ l ନିଜର ପରି ଭାବି ତମେ ଆଉ ଭାଇ ସୁଖ ଦୁଃଖରେ ଛିଡା ହୋଇଛ l କେବେ ଅନୁଭବ କରିଦେଇନା ଯେ ୫୦୦କିଲୋମିଟର ଦୂରରେ ମୋର ଗୋଟେ ଘର ଅଛି ବୋଲି l ଏହା ଠାରୁ ଆଉ ବଡ଼ ମିଠା ପଣ ବା ଆଉ କଣ l ଠିକ ସେହିପରି ସହରର କୋଳାହଳ ଭିତରେ ବି ଅନେକ ଶାନ୍ତିର ପରିବେଶ ଅଛି, ପ୍ରେମ ଓ ଭଲ ପାଇବା ଆଗରେ ଛଳନା ଓ ସ୍ବାର୍ଥ ବି ଏଠି ବଳିପଡ଼ିଯାଇଛି l ଅନେକ ପର ଏଠି ନିଜର ଠାରୁ ଅତି ଆପଣାର ହୁଅନ୍ତି l ଏଠି ବିନା ପଇସାରେ ବି କୋକୋ ପ୍ରେମ ଆଉ ବୁଲା କୁକୁର ଭଲ ପାଇବା ମିଳେ l ସହରରେ ବି ଚିରନ୍ତର ପ୍ରେମ ମିଳେ l ଏଥିରେ ନା ଥାଏ ପାଇବାର ଆଶା ନା ହରେଇବାର ଭୟ l ଏଠି ମହୁଲି ନିଶା ନାହିଁ ସତ ହେଲେ ବିନା ଚରସ ଓ ବିନା ମଦରେ ୨୪ଘଣ୍ଟା ନିଶାରେ ବୁଡି ରହିବାର ଉପାୟ ଅଛି l
ତେଣୁ ନିଜ ମନକୁ ମିଠା କରିଦେଲେ ସବୁ ପରିବେଶ ମିଠା ଲାଗିବ l କେବଳ ଆମର ଭାବନା, କର୍ମ ଓ ଚିନ୍ତାଧାରା ବଦଳିବା ଦରକାର l ତାହାଲେ ଯାଇ ସହର ଭିତରେ ଲୁଚି ଯାଇଥିବା ମିଠାପଣର ସ୍ୱାଦ ଆମେ ଚାଖିପାରିବା l ଠିକ ଏତିକି ବେଳେ କିଏ ଜାଣେ କହୁଥାଏ ମିଠା ବରକୋଳି ନେବ ହୋ କୁହ , ସହର ରାସ୍ତାରେ ଟକଟକ କରି ଖାଇଥିବ ମଜା ନେଉଥିବ……..
ମୁଖ ଦର୍ଶନ କଲେ ମିଳେ କୋଟି ପୁଣ୍ୟ…
() ଯାଜପୁରର ଅଧୀଷ୍ଠାତ୍ରୀ ଦେବୀ ମା’ ବିରଜା । ସେ ଜଗତଜିତା । ଦୟାମୟୀ ଓ ବିପଦହାରିଣୀ । ମା’ ବିରାଜ ପୀଠ ଦେଶର ଧାର୍ମିକ ପୀଠ ମଧ୍ୟରୁ ଅନ୍ୟତମ । ତ୍ରିବେଣୀ ଅମାବାସ୍ୟାରେ ମା ବିରଜାଙ୍କ ଜନ୍ମ ତିଥି l ବିଶ୍ବାସ ରହିଛି ଏହି ଦିନ ମା ବିରଜାଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ l ଜନ୍ମତିଥିରେ ମା ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି l ସକାଳୁ ସକାଳୁ ମା ବିରଜାଙ୍କର ମହାସ୍ନାନ ନୀତି ହୁଏ l ଏହାପରେ ଚନ୍ଦନ ଵେଶ, ଶୋଡ଼ଶ ପୁଜା, ଯଜ୍ଞ,୧୦୮ ଆହୁତ (ହୁମ) , ପରେ ପୂର୍ଣ୍ଣ ଆଳତୀ କରାଯାଏ l କରୁଣାମୟୀ ମା’ ବିରଜାଙ୍କୁ ଦର୍ଶନ କଲେ ସବୁ ମା ଯେମିତି ମୋ ସହ କଥା ହେଉଛି ସେମିତି ଲାଗେ l ମା ସବୁ ଜାଣେ ଓ ସବୁ ବୁଝେ l ମା ଙ୍କୁ ଦର୍ଶନ କରିବା ପରେ ମନ ଭିତରେ ଯେଉଁ ଆବେଗ ଓ ଅନୁଭବ ଆସେ ତାହାକୁ ଆଲୋଚନା କି ଭାଷାରେ ପରିପ୍ରକାଶ କରିହେବ ନାହିଁ l ଯିଏ ଯାହା ମାଙ୍କୁ ଦୁଃଖ ଜଣାଇଛି ମା ତାହା ଦୁଃଖ ଶୁଣିଛନ୍ତି l ତା ଦୁଆରେ ଧନୀ , ଗରିବ ସବୁ ସମାନ l ମା ବିଶ୍ଵ ମଙ୍ଗଳମୟୀ l କରୁଣା ମୟୀ ମା ବିରଜାଙ୍କୁ ଦର୍ଶନ କରି କଣ ରହିଛି ଭକ୍ତ ର ଆ ବେଗ ଓ ଅନୁଭବ ନଜର ପକାନ୍ତୁ…
୧. ପ୍ରସନ୍ନ ମହାନ୍ତି, ବରିଷ୍ଠ ସାମ୍ବାଦିକ : ମା ବିରଜା ପୀଠ ହେଉଛି ଆରାଧନା ଓ ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର l ମା ଙ୍କ ଆକର୍ଷଣରେ , ମୁଁ ବାରମ୍ବାର ଆସି ମାଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଉଛି ।
୨.ଅଜିତ ଦାସ,ବରିଷ୍ଠ ସାମ୍ବାଦିକ : ମାଙ୍କ ଦର୍ଶନ ପରେ ବହୁତ ଖୁସି ଲାଗେ । ବହୁତଥର ଯୋଗ ଥିଲେ ଦର୍ଶନ ମିଳେ ,ଯୋଗ ନଥିଲେ ଦର୍ଶନ ମିଳେନାହିଁ ,
୩. ହରିହର ଚାନ୍ଦ, ଯୁବ ସାମ୍ବାଦିକ : ମାଙ୍କୁ ଦର୍ଶନ କଲେ ଶାନ୍ତି ଲାଗେ l ଦର୍ଶନ ବ୍ୟବସ୍ଥା ବହୁତ ଭଲ । ମାଙ୍କ ଆର୍ଶୀବାଦ ସବୁବେଳେ ମିଳୁ ଏତିକି ପ୍ରାର୍ଥନା । ବହୁତ ଦିନ ଧରି ଦର୍ଶନ କରିବାକୁ ଚାହୁଁଥିଲି । କୋଭିଡ କଟକଣାରେ ଦର୍ଶନ କଲି ସେଥିପାଇଁ ମା’ଙ୍କ ପାଖରେ କୋଟି କୋଟି ପ୍ରଣାମ ।
ସ୍ଵଂୟମ ପ୍ରକାଶ ମହାପାତ୍ର, ଯୁବ ସାମ୍ବାଦିକ : ଆଧ୍ୟାତ୍ମିକ ଓ ଆରାଧନାର ସର୍ବଶ୍ରେଷ୍ଠ ସ୍ଥଳି ହେଉଛି ମା ବିରଜା ପୀଠ । ପ୍ରଥମଥର ଯାଜପୁର ଯିବା ଓ ମା ବିରଜାଙ୍କୁ ପ୍ରଥମଥର ଦର୍ଶନ କରିବାରେ ଅନେକ ଆନନ୍ଦ ପାଇଛି ।
ବିଶ୍ଵଭୂଷଣ ମହାପାତ୍ର , ଯୁବ ସାମ୍ବାଦିକ : ମା’ଙ୍କ ମନ୍ଦିରକୁ ପ୍ରବେଶ କଲେ ସଂସାରର ସବୁ ଜଞ୍ଜାଳ ଓ ମନର ସମସ୍ତ ଟେନସନ ଉଭେଇ ଯାଏ । ମନଟା ଭକ୍ତି ଭାବରେ ପରିପୂର୍ଣ୍ଣ ହୋଇଯାଏ
ନବକିଶୋର ସାହୁ, ଯୁବ ସାମ୍ବାଦିକ : ଥରେ ମା’ଙ୍କୁ ଦର୍ଶନ କଲେ ଆସିବାକୁ ଇଛା ହୁଏନାହିଁ । ସବୁ ଦୁଖଃ ଲିନ ହୋଇଯାଏ । ମଣିଷ ଚିନ୍ତା ମୁକ୍ତ ହୋଇଯାଏ l
ଗୌତମ ଦେ : ଜନ୍ମର 23 ବର୍ଷ ପରେ ପ୍ରଥମଥର ମା ବିରଜାଙ୍କୁ ଦର୍ଶନ କଲି । ତା ଠାରୁ ମୋର ବଡ ସୌଭାଗ୍ୟ ଆଉ କିଛି ନାହିଁ ।ଦୁର୍ଗାପୂଜାରେ ମା’ଙ୍କ ରଥଯାତ୍ରା ଦେଖି ମୁଁ ଖୁବ୍ ଆନନ୍ଦିତ l
ଦିଲ୍ଲୀପ ମହାପାତ୍ର , ଯାଜପୁର ବାସୀ : ମା ବିରଜା ହେଉଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ । ମା’ଙ୍କୁ ଦେଖି ଦେଲେ ସବୁ କାର୍ଯ୍ୟ ଭଲରେ ଭଲରେ ହେଇଯାଏ l
ଚିନ୍ମୟ ମହାପାତ୍ର, ଯୁବ ସାମ୍ବାଦିକ : ମା ବିରଜା ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ l ତାଙ୍କ ମୁହଁକୁ ଚାହିଁଦେଲେ ,ମନ ପବିତ୍ର ହେବା ସହ ,ସବୁ ଦୁଃଖ ଦୂରେଇ ଯାଏ l ଜୟ ମା ବିରଜା କହିଦେଲେ , ଦୁନିଆରେ ସବୁକିଛି ମିଳିଯାଏ ବୋଲି ଅନୁଭବ ହୁଏ ,ମାଙ୍କୁ ଯେତେ ଦେଖିଲେ ବି ମନ ପୁରେ ନାହିଁ ।ସବୁବେଳେ ମାଙ୍କୁ ଦେଖିବା ପାଇଁ ଆଗ୍ରହ ହୁଏ ।
ଭବପ୍ରସାଦ ଦାସ ,ଯୁବନେତା : ଯାଜପୁର କହିଲେ ମା ବିରଜାଙ୍କ ପୀଠକୁ ବୁଝାଏ l ମାଙ୍କ ଯାନିଯାତ୍ରା ସାରା ବିଶ୍ଵରେ ବିରଳ l ମା ଦୟାମୟୀ , ସେବା କରିବାକୁ ସବୁବେଳେ ପ୍ରେରଣା ଓ ଶକ୍ତି ଦେଇଥାନ୍ତି l ତାଙ୍କର ନିର୍ଦ୍ଦେଶରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶଦାସଙ୍କ ତତ୍ଵାବଧାନରେ ବିରଜା ପୀଠର ଉନ୍ନତିକରଣ କରାଯାଉଛି । ଯେମିତି ମା ନିଜେ ସେ କାମ କରୁଛନ୍ତି ମୋର ଅନୁଭବ ହୁଏ । ମା ବିରଜାଙ୍କ ଜନ୍ମ ଦିନର ସମସ୍ତଙ୍କୁ ଅଭିନନ୍ଦନ l
ତପନ ଦାସ ଯୁବ ସାମ୍ବାଦିକ : ମା ବିରଜାଙ୍କ ପବିତ୍ର ଜନ୍ମଦିନରେ ମାଙ୍କ ପାଦତଳେ କୋଟି କୋଟି ପ୍ରଣାମ । ପ୍ରଥମେ ମା ବିରଜାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ୨୦୧୯ ମସିହାରେ ପାଇଥିଲି । ମା’ଙ୍କ ମନ୍ଦିର ପ୍ରବେଶ ବେଳେ ଦେହରେ ଶିହରଣ ଖେଳିଯାଇଥିଲା । ଆପେ ଆପେ ମା ବୋଲି ପାଟିରେ ଆସିଗଲା । ଆଖିରୁ ଭକ୍ତି ରେ ଲୁହ ଆସିଯାଇଥିଲା । ମାଙ୍କ ପାଦତଳେ ପଡିବାର ଭକ୍ତି ଭାବର ଅନୁଭୂତି ଭାଷାରେ ବର୍ଣ୍ଣନା କରିବା କଷ୍ଟକର । ଜୟ ମା ବିରଜାସ୍ଵ,
ସ୍ଵପ୍ନା , ଯାଜପୁର ବାସିନ୍ଦା : ମା’ଙ୍କୁ ଦର୍ଶନ କରିବାକୁ ସବୁବେଳେ ଇଛା ହୁଏ ,ହେଲେ ଯାଜପୁରରେ ଘର ହୋଇ ମଧ୍ୟ ସବୁବେଳେ ସେ ସୁଯୋଗ ମିଳେନି,ମା’ଙ୍କ ଡାକରା ଆସିଲେ ପାଦ ଆପେ ଆପେ ତାଙ୍କ ପୂନ୍ୟପିଠକୁ ଚାଲିଯାଏ l
ଥବୀର ସାମଲ ,ଯୁବ ସାମ୍ବାଦିକ : ମା’ଙ୍କ ପିଠକୁ ବହୁବାର ଚେଷ୍ଟା କରିଛି ଯିବାପାଇଁ ,ମାତ୍ର ମା’ବିରଜାଙ୍କୁ ଥରୁଟିଏ ଦେଖିବାର ସୁଯୋଗ ପାଇଛି ,ଏବେ ଅପେକ୍ଷା କେବେ ମା ଙ୍କ ଡୋରୀ ଲାଗିବ,ଜୟ ମା ବିରଜା
ରାଜ୍ୟର ସଂକ୍ରମଣ ସ୍ଥିତି ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା…
( )ରାଜ୍ୟର ସଂକ୍ରମଣ ସ୍ଥିତି ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା।ସ୍ଥିତିରେ ସୁଧାର ଆସୁଛି । ଦୈନିକ ସଂକ୍ରମଣ ସଂଖ୍ୟା ବି କମୁଛି । ଆକ୍ଟିଭ ପେସେଣ୍ଟ ସଂଖ୍ୟା ବି କମୁଛି । ସୁଧାର ପରିଲକ୍ଷିତ ହେଇଛି । ମାତ୍ର ଯାହା ଆମେ ଆଗରୁ କହିଛୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଓମିକ୍ରନର ସଂକ୍ରମଣ କ୍ଷମତା ଡେଲଟା ଠୁ ବହୁତ ଅଧିକ । ତେଣୁ କେତେବେଳେ ବି ଏହା ବାଉନ୍ସ ବ୍ୟାକ କରିପାରେ । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ବର୍ତ୍ତମାନ ଯାହା କଟକଣା ରହିଛି ତାହା ଲୋକଙ୍କ ଜୀବନ ଜୀବିକା ଉପରେ ସାମନ୍ୟତମ ବି ପ୍ରଭାବ ପକାଉନି । ଗ୍ରାଫର ସମ୍ପୁର୍ଣ୍ଣ ତଳେ ନ ପହଁଚିବା ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ହେବ ।
କୋଭିଡ ମୃତ୍ୟୁ ବଢିବା ନେଇ ପ୍ରତିକ୍ରିୟା
ପିକର ମାସେ ପରେ ମୃତ୍ୟୁ ଟିକିଏ ବଢେ । ଜାନୁଆରୀ ମାସରେ 2 ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ତାହା ତୁଳନାରେ ଆମର ମୃତ୍ୟୁ ବହୁତ କମ ରହିଛି । ଡେଲଟା ଏବେ ବି ରହିଛି । ତେଣୁ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ।
ପଞ୍ଚୟତ ପ୍ରଚାର ନେଇ ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା…..
( )ବର୍ତ୍ତମାନ ଡୋର ଟୁ ଡୋର ପ୍ରଚାର ଚାଲିଛି। କୋଭିଡ କଟକଣା ଭିତରେ ପ୍ରଚାର କରାଯାଉଛି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ହୃଦୟର ନେତା। ତାଙ୍କ ପ୍ରଚାର ସମସ୍ତଙ୍କ ଉପରେ ପ୍ରଭାବ ପଡେ। ସ୍ଥିତି ଦେଖି ପ୍ରଚାର ଆଖ ପାଖକୁ ଯାଇ ପାରନ୍ତି। ଭରଚୁଆଲ ଯୋଡି ହେବେ କି ନାହିଁ ସେ ନିସ୍ପତି ନେବେ। ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ସଦିଛା ରହିଛି। ନବୀନଙ୍କୁ ଲୋକ ବାଛିବେ।
ନିର୍ବାଚନ ଆସିଲେ ବିରୋଧୀ ଅନେକ କଥା କୁହନ୍ତି। ଲୋକଙ୍କ ପାଇଁ ଯାହା କାମ କରିଛୁ ଲୋକଙ୍କୁ କହିବୁ। ଗ୍ରାଉଣ୍ଡ ରେ କଣ କାର୍ଯ୍ୟକ୍ରମ ହେଉଛି ଲୋକ ଦେଖୁଛନ୍ତି। ଅପପ୍ରଚାରର ଜବାବ ପାଇଁ ବିଜେଡି କାର୍ଯ୍ୟକ୍ରମ ହାତକୁ ନେବ।
ବଜେଟ ନେଇ ପ୍ରତିକ୍ରିୟା…….
ଓଡିଶାକୁ ଆଗକୁ ନେବାକୁ ହେଲେ ସ୍ୱତନ୍ତ୍ର ଫୋକସ ରହିବା ଦରକାର। ନିର୍ବାଚନ ରେ ବିଜେପି ବି ଏନେଇ ପ୍ରତିଶ୍ରୁତି ଦେଇଥିଲା । କେନ୍ଦ୍ର ସରକାର ପୂର୍ବଦୟ ବିକାଶ କଥା କହୁଛନ୍ତି। ଏ ଦୃଷ୍ଟିରୁ ଓଡିଶା ପ୍ରତି ଦୃଷ୍ଟି ଦେବା ଦରକାର। ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ହୋଇଛି,ଭିତ୍ତିଭୂମି ବିକାଶଗ ହୋଇଛି।ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟ ପ୍ରଶଂସିତ ହିଇଛି। ଆକାଂକ୍ଷୀ ଜିଲ୍ଲାରେ ବି ପ୍ରଦର୍ଶନ ବି ଭଲ। ତେଣୁ ଅଧିକ ଅର୍ଥ ମିଳିବା ଆବଶ୍ୟକ।
ଏମିତିରେ ବି ମିଳେ ଖୁସି….
() ଖୁସି ମନରେ ପ୍ରଫୁଲତା ଭରିଦିଏ । ମୁହଁରେ ହସ ଫୁଟାଏ । ଆଉ ଏହି ହସ ଟିକେ ପାଇଁ କିଏ କେତେ ଉପାୟକୁ ଆପଣାଇ ଥାଆନ୍ତି। ଅନେକ ଲୋକ ଏମିତି ଅଜବ ନିଶାରେ ଖୁସି ପାଆନ୍ତି ତାହା ଅଳ୍ପ ବହୁତେ ସମସ୍ତଙ୍କୁ ଜଣା ଥିବ ନିଶ୍ଚିତ l ଆଉ ସେ ଖୁସି ବି ଅଜବ l କିଛି ମିଳୁ କି ନମିଳୁ ତାହା ଆମକୁ ଖୁସି ଦିଏ ଓ ମନ ଶାନ୍ତି ହୁଏ l
ସଂଧ୍ୟା ସମୟରେ ନବ ଓ ଶେଖର ଏମିତି ବୁଲୁଥାନ୍ତି l ଶୀତୁଆ ସଂଧ୍ୟାରେ ବୁଲିବୁଲା କରି ମନକୁ ହାଲକା କରୁଥାନ୍ତି l ତାହାରି ଭିତରେ ଚାଲିଥାଏ କେତେ କଣ ଆଲୋଚନା l ହଠାତ ଶେଖର କହିଲା ଦେଖିଲୁ ନବ , ରାଜଧାନୀର ବି ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି l ଯାହା ଆମେ ଗାଁରେ ଦେଖି କେତେ କଣ ଚିନ୍ତା କରନ୍ତି । ଏଠି ସେ ଦୃଶ୍ୟ ଦେଖିଲେ ଆମକୁ ହସ ଲାଗୁଛି l ଦେଖୁନୁ ସଚିବାଳୟରେ କାମ କରିଥିବା ଦାସ ବାବୁ କେମିତି ଶତପଥୀ ବାବୁଙ୍କ ବାଡ଼ ପାଖରେ ଗୋଡ ଟେକି ବାଡି ସାହାଯ୍ୟରେ ସଂଧ୍ୟାରେ ମନ୍ଦାର ଫୁଲ ତୋଳୁଛନ୍ତି l ସେ କିଛି ଖରାପ କାମ କରୁନାହାନ୍ତି ମ l ସେ ଫୁଲ କେଉଁଠି ବିକ୍ରି କରିବା ପାଇଁ ନେଉନାହାନ୍ତି l ମ୍ୟାଡମ ତାଂକୁ କହିଛନ୍ତି କାଲି ମଙ୍ଗଳବାର ମନ୍ଦାର ଫୁଲ ଆଣିବ , ପୂଜା ହେବ l ଖାସ ସେଥିପାଇଁ ଦାସ ବାବୁ ଅନ୍ୟ ବାଡ଼ିରୁ ଫୁଲ ତୋଳୁଛନ୍ତି l ଫୁଲ ତ ନୁହେଁ , ମନ୍ଦାର କଢ଼ l ଯାହାକୁ ପାଣିରେ ପକେଇ ଘରେ ଫୁଟାଇବେ l ତେଣୁ ସକାଳ ଫୁଲ ତୋଳିବା ପ୍ରତିଯୋଗିତାରୁ ନିଜକୁ ଦୂରେଇ ଦେଇ ପୂର୍ବ ଦିନ ସଂଧ୍ୟାରୁ ସେ କାମ ସାରିଦିଅନ୍ତି l ଏଥିରେ ସେ ଖୁସି ପାଆନ୍ତି ଓ ନିଜ ସ୍ତ୍ରୀକୁ ବି ଖୁସି କରାନ୍ତି l ହେଲେ ତାହାରି ଭିତରେ ସବୁଠାରୁ ବଡ ଖୁସି ସେ ପାଆନ୍ତି ଦାସବାବୁଙ୍କ ସ୍ତ୍ରୀ କୁ ସେ ପରବାଡିରୁ ତୋଳି କି ଆଣିଥିବା କିଛି ମନ୍ଦାର ଫୁଲ ଦେଇ l ଏକଥା ଶୁଣି ନବ କହିଲା ଶେଖର ଭାଇ ଏ ତ ମାମୁଲି କଥା l ଆପଣ ଜାଣିନାହାନ୍ତି କି ଏବେ ପା ସମୟ ଏମିତି ହୋଇଛି ଯେ ମିଛି ମିଛିକା କଥାରେ ମଣିଷ ଅଧିକ ଖୁସି ହେଉଛି l ଯେମିତି ଜଣେ ୭୦ ବର୍ଷର ବୁଢ଼ା ଫେସବୁକରେ ଏକାଉଣ୍ଟ୍ ଖୋଲି ଗୁଡ଼ାଏ ଯୁବକ ଓ ବୟସ୍କ ଲୋକଙ୍କୁ ପାଗଳ କରୁଛି ରାତି ଅଧରେ l ସେ ଚାଟିଙ୍ଗରେ ସେ ଖୁସି , ଅଧା ରାତି ଯାଏ ଅନିଦ୍ରା ହୋଇ ଅନେକ ଯୁବକ ବି ଖୁସି l ଏମିତି ତ ଅନେକ ପାର୍କରେ କେବଳ ପ୍ରେମୀ ଯୁଗଳଙ୍କୁ ଦେଖି ଖୁସି ହୁଅନ୍ତି ତ ଅନେକ ପିକନିକରେ କିଛି ସମୟ ସୁନ୍ଦରୀ ଯୁବତୀ ପଛରେ ପଡ଼ି ଖୁସି ହୋଇଯାଆନ୍ତି l ଆଉ କିଏ କିଏ ମୂଳରୁ ପ୍ରେମ କଣ ଜାଣିନଥିବା ପ୍ରେମିକ ଓ ପ୍ରେମିକା ମଧ୍ୟସ୍ଥି ସାଜି ବହୁତ ଖୁସି ହୁଏ l
ଆରେ ଭାଇ କିଣାବିକା ବେଳେ ଦେଖୁନା ମଲ୍ ମାନଙ୍କରେ ଗେଟ୍ ୱାନ ବାଏ ୱାନ ଅଫରେ ଜିନିଷ ଆଣି ଅନେକ ଶସ୍ତାରେ ଭଲ ଜିନିଷ କିଣିକି ଆଣିଲେ ବୋଲି କେତେ ଖୁସି ହୁଅନ୍ତି l ହେଲେ ବାସ୍ତବ କଥା ହେଲା ଦୁଇଟା ଜିନିଷର ଯାହା ଦାମ ମଲ ବାଲା ଅଫର୍ ନାରେ ଗୋଟେ ଜିନିଷ ମୂଲ୍ୟ ସେତିକି କରିଦିଅନ୍ତି । ଆଉ ତାକୁ ଆଣି ଆମେ ଖୁସି l ସେମିତି ଅନେକ କଥା ଦୁନିଆରେ ଦେଖିବାକୁ ମିଳେ ଯାହାକୁ ଅର୍ଥ କିଛି ନାହିଁ କିନ୍ତୁ ଅନେକ ଖୁସି ମିଳେ l ଅନ୍ୟ ପାଇଁ ହେଉ ଅବା ନିଜ ପାଇଁ ଯେଉଁଥିରେ ଖୁସି ମିଳୁଛି ତାହା କର l ଦେଖିବ ଜୀବନଟା ଭାରୀ ସୁନ୍ଦର ଓ ଶରଶ ଲାଗିବ l ଏତିକି ବେଳେ ନବର ପୁରୁଣା ପ୍ରେମିକା ଖୁସିର ଫୋନ ଆସିଲା…ଆଲୋଚନା ସରିଲା ଖୁସି ଖୁସିରେ ସରିଲା …..
ପିଲାମାନଙ୍କ ପଢା ଦାୟିତ୍ୱ ନେବେ ଶିକ୍ଷକ…
( )ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ ଅନଲାଇନରେ ପାଠ ପଢ଼ା ଚିନ୍ତା। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପ୍ରସ୍ତୁତି। ପିଲାଏ କେମିତି ପଢିବେ ସେ ଦାୟିତ୍ବ ନେବେ ଶିକ୍ଷକ। ପ୍ରୋକ୍ଟୋରିଆଲ ଗ୍ରୁପ କରି ପାଠ ପଢ଼ାଇବାକୁ ନିର୍ଦେଶ। ଅର୍ଥାତ ଛୋଟ ଛୋଟ ଗ୍ରୁପ କରି ଜଣେ ଲେଖାଏଁ ଶିକ୍ଷକ ଏହାର ଦାୟିତ୍ୱ ନେବେ। ପିଲା କେମିତି ପଢିବେ ଏବଂ କାହିଁକି ପଢି ପାରୁ ନାହାନ୍ତି ତାହା ଉପରେ ନଜର ରଖିବେ। ଉପାନ୍ତ ଅଂଚଳରେ ଅଭିଭାବକଙ୍କ ଅନୁମତି ନେଇ ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ଅଫଲାଇନ କ୍ଲାସ କରିବାକୁ ନିର୍ଦେଶ।ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟର ଜିଲ୍ଲା ଶିକ୍ଷା ଅଧିକାରୀ, ସତରଟି ସରକାରୀ ହାଇଅର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଏବଂ ତିନି ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଉପସ୍ଥିତ ଥିଲେ।…
ବାଇଟ – ବିକାଶ ମହାପାତ୍ର, ନିର୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ।
ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା…
( ) ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା । ଆମ ରାଜ୍ୟରେ ଓମିକ୍ରନ ସହ ଡେଲ୍ଟା ଭରିଆଣ୍ଟ ରହିଛି । କିଛିଦିନ ତଳେ ହୋଇଥିବା ସାମ୍ପଲ ସର୍ଭେରୁ ଜଣାପଡିଛି ରାଜ୍ୟରେ ଏବେ ବି 25ରୁ 30 ପ୍ରତିଶତ ଡେଲ୍ଟା ଅଛି । ଯେହେତୁ ଡେଲ୍ଟା ଭରିଆଣ୍ଟ ଅଧିକ ଗୁରୁତର କରିଥାଏ, ଆମେ ନିଶ୍ଚିତ ଭାବେ କହିପାରିବା ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ । ନିଜକୁ ବିପଦମୁକ୍ତ କରି ରଖନ୍ତୁ । ଏହାର ଉପାୟ ହେଉଛି, ଯେଉଁମାନେ ଟୀକା ନେଇନାହାନ୍ତି, ଟୀକା ନିଅନ୍ତୁ । ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ । ଆମେ ଯେଉଁଭଳି ଭାବରେ କାର୍ଯ୍ୟକଳାପ ଜାରି ରଖିଥିଲେ, ସେହିଭଳି ଜାରି ରଖିବା ।
ନିଓକୋଭର ଯେଉଁ ଭାରିଆଣ୍ଟ ବାହାରିଛି, ତାହା ଏବେ ପକ୍ଷୀଠାରେ ଦେଖିବାକୁ ମିଳୁଛି । WHO କହିଛି, ଏହା ପକ୍ଷୀରୁ ମଣିଷ ପାଖକୁ କେତେ ସଂକ୍ରମିତ ହେଉଥିବା ନେଇ କାହା ପାଖରେ ତଥ୍ୟ ନାହିଁ ବୋଲି WHO କହିଛି । ଆନ୍ତର୍ଜାତିକ ବିଶେଷଜ୍ଞ ଏନେଇ କଣ କହୁଛନ୍ତି, ତାକୁ ଅପେକ୍ଷା କରିବା ।
ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତି ସୁଧୁରୁଛି । ଲଗାତାର ପଜିଟିଭିଟି ରେଟ କମିଚାଲିଛି । ରାଜ୍ୟର କେଉଁ ଅଞ୍ଚଳରେ ପଜିଟିଭ ବଢ଼ୁଛି କେଉଁଠି କମୁଛି, ଆମେ ସରକାରଙ୍କୁ ଟେକ୍ନିକାଲ ଇନପୁଟ ଦେବୁ । ଅନ୍ୟ ବିଭାଗ ବି ଇନପୁଟ ଦେଉଛନ୍ତି । ସବୁ ପ୍ରକାର ତଥ୍ୟକୁ ବିଶ୍ଳେଷଣ କରି ସରକାର ଫେବ୍ରୁଆରୀ କଟକଣା କୋହଳ ନେଇ ଶେଷ ନିଷ୍ପତ୍ତି ନେବେ ।
ବାଇଟ- ଡାକ୍ତର ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ
ଏମିତି ହୁଅନ୍ତା ନି…..
( ) ଇଛା ଅସରନ୍ତି l ପ୍ରତିକ୍ଷେଣରେ ବଦଳିଯାଏ ସ୍ବପ୍ନ , ଆଶା ଓ ଆକାଂକ୍ଷା l ତଥାପି ମଣିଷ ସ୍ୱପ୍ନ ଓ ଅନେକ ଲକ୍ଷ ରଖି ଜୀବନ କଟାଇଥାଏ l ତାହାରି ଭିତରେ ସୁଖ ଓ ଦୁଃଖ ଆସେ ତାକୁ ବି ସାମ୍ନା କରେ l କେତେବେଳେ ନା କେତେବେଳେ ମନକୁ ଆସେ ଏମିତି ହୁଅନ୍ତାନି ପ୍ରଭୁ l ପ୍ରତ୍ୟେକ ମଣିଷ ଯାହା ଚଂହୁଛି ତାହା ହୁଅନ୍ତାନି l ତାହେଲେ ଯାଇ ସିନା ଦୁନିଆ ଦୁନିଆ ପରି ଲାଗନ୍ତା l ନହେଲେ ଇଚ୍ଛା ଥିଲେ ବି କଣ ନବ ମନଖୋଲି ହସି ପାରୁଛି ନା ସୁଖରେ ଜୀବନ କଟାଇ ପାରୁଛି l
ହଠାତ୍ ଶୀତୁଆ ସଂଧ୍ୟାରେ ନବ ମନକୁ ଆସିଲା ଏମିତି କେତେ କଣ ଚିନ୍ତା l ମନ ଭିତରେ ଗୋଟେ କଥା ଉଙ୍କି ମାରୁଥାଏ ତାହା ମନରେ କଣ କରିବି ଆଉ କଣ କରିବନି l ଭଲ , ମନ୍ଦ , ଠିକ୍ ଭୂଲ ସବୁ ଜାଣେ ସେ l ତାଥାବି ସବୁ କାମ କରିବା ବେଳେ କିଛି ଭାବେ l ଯେମିତି ସେ ଯାହା ଚାହୁଛି ତାହା କରିପାରୁନାହିଁ ବା ଯାହା କରିବାକୁ ଚାହୁଁନି ତାହା କରୁଛି l ଯେଉଁଠି ପାଇଁ ସବୁବେଳେ ସେ କିଛି ଭାବୁଛି l ଉପଦେଶ ତ ବହୁତ ଶୁଣିଛି l ହେଲେ ନିଜେ ଉପଦେଶ ଦେବା ପୁର୍ବରୁ ବହୁ କଥା ଭାବୁଛି l କାରଣ ଦୁନିଆ ଏବେ ଶହେ ରୁ ୯୯ ପ୍ରତିଶତ ସ୍ବାର୍ଥ ନେଇ ବଞ୍ଚୁଛନ୍ତି l ସ୍ବାର୍ଥ ନାହିଁ ତ କିଛି ବି ନାହିଁ l ଏମିତି ଗପିଚାଲିଥାଏ ନବ lନବ ଠାରୁ ସବୁ ଶୁଣିବା ପରେ ଟୁନା କହିଲା ଆରେ ଏମିତି ହୁଅନ୍ତାନି ଦୁନିଆରେ ଧନୀ ଗରିବ, ଜାତିପ୍ରଥା, ଭଲ ଓ ଖରାପ, ବାଛ ବିଚାର ନଥାନ୍ତା l କିଛି ନଥାଉ ପଛେ ସମସ୍ତେ ଖୁସିରେ ଜୀବନ କାଟନ୍ତୁ, କେହି କେବେ କାହାର ଖରାପ୍ ଚିନ୍ତା ନକରନ୍ତୁ l ପ୍ରେମ ଭିରି ଯାଉ ସଭିଙ୍କ ମନରେ , ଜୀବନର ଶେଷ ସମୟରେ ଯେମିତି ମଣିଷ କିଛି ଭଲ କରିବା ପାଇଁ ଚାହୁଛି , ତାହା ବାଲ୍ୟ କାଳରୁ କାହିକି ସଭିଙ୍କ ମନରେ ଆସୁନାହିଁ l କଣ ସବୁ ଜାଣି ଆମେ ଅଭୁଜା ନା ପ୍ରତ୍ୟେକ ମଣିଷ ଜାଣି ଜାଣି ଭୁଲ କରୁଛି l
ଦୁନିଆରେ ଯାହା ଘଟୁଛି ସେଥିରେ ମଣିଷ ସମାଜ ପ୍ରଭାବିତ ହୋଇ ସେ ପଥରେ ଯାଉଛନ୍ତି ନା ଏବେ ନିଜେ ଜାଣି ଜାଣି ନିମିଷକ ଖୁସି ପାଇଁ ଭୁଲ ରାସ୍ତାକୁ ବାଛି ନେଉଛି l ତେଣୁ ଏମିତି ହୁଅନ୍ତାନି , ସେମିତି ହୁଅନ୍ତାନି ନ ଭାବି ଯେମିତି ହେଲେ ନିଜେ ଖୁସି ଓ ଅନ୍ୟର ଖୁସି ହୋଇପାରିବ ସେମିତି ବାଟ ଓ କାମ କରିବା ଦରକାର l ଏମିତି କେତେ କଥା କହି ଟୁନା କହିଲା ଛାଡ ନବ ଭାବିଲେ କିଛି ହେବନି l ଜୀବନଟା ବହୁତ୍ ଛୋଟ , ଯେମିତି ଖୁସି ହେଉଛୁ ସେମିତି ବଂଚ l