ଶେଷ ହେଲା ସର୍ବଦଳୀୟ ବୈଠକ…

( )ସର୍ବଦଳୀୟ ବୈଠକ ଶେଷ । ବୈଠକରେ ପ୍ରାୟ ୯ ଏଜେଣ୍ଡା ଉପରେ ଅବଗତ କରିଥିଲେ ନିର୍ବାଚନ କମିଶନ। ସର୍ବଦଳୀୟ ବୈଠକ ଶେଷ ପରେ ନିର୍ବାଚନ କମିଶନ ପ୍ରତିକ୍ରିୟା ରଖି କହିଛନ୍ତି ପୌର ନିର୍ବାଚନ ପ୍ରସ୍ତୁତି ସହ ଭୋଟର ତାଲିକା ସଂଶୋଧନ ଉପରେ ଆଲୋଚନା କରାଯାଇଛି। ରାଜନୈତିକ ଦଲମାନଙ୍କୁ ଅଧ୍ୟକ୍ଷ ଏବଂ ମେୟର ସିଧାସଳଖ ଭାବେ ନିର୍ବାଚନ ହେବ ବୋଲି ଅବଗତ କାରାଯାଛି। ଆଗାମୀ ନିର୍ବାଚନ ରେ ପ୍ରତି ବୁଥରେ ଦୁଇଟି ଇଭିଏମ ରହିବ। କାଉନସିଲର ଏବଂ କର୍ପୋରେଟର ମାନଙ୍କ ଗୋଟିଏ ଓ ଚେଆରପର୍ସନ ଓ ମେୟରଙ୍କ ପାଇଁ ଗୋଟିଏ ଇଭିଏମ ରହିବ। ଏ ନେଇ ଅବଗତ କରାଯିବ ସହ ନିର୍ବାଚନ ଖର୍ଚ୍ଚ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ହେବ। ପ୍ରାର୍ଥୀ ମାନେ ସତ୍ୟପାଠ ଦେବା ବାଧ୍ୟତାମୂଳକ। କରାଯାଇଛି।

ସର୍ବଦଳୀୟ ବୈଠକରେ ବିଜେପି ୩ ଟି ପ୍ରସ୍ତାବ ରଖିଛି…ଭୋଟର ତାଲିକା ତ୍ରୁଟି ନେଇ ଆପତ୍ତି ଅଭିଯୋଗ ସମୟକୁ ୬ ଦିନ ବଦଳରେ ୧୦ ଦିନ କରାଯାଉ। ଆପତ୍ତି ଅଭିଯୋଗ ର ଫଇସଲା ୧ ଦିନ ବଦଳରେ ୩ ଦିନ କରାଯାଉ। ନୂଆ ଭୋଟରଙ୍କୁ ତାଲିକାଭୁକ୍ତ କରାଯାଉ। ନିର୍ବାଚନ ସମୟରେ ବିଭିନ ଅନୁମତି ପାଇଁ ସିଙ୍ଗିଲ ଉଇଣ୍ଡୋ ବ୍ୟବସ୍ଥା କରାଯାଉ।

କଂଗ୍ରେସ ଅଭିଯୋଗ କରିଛି ପଞ୍ଚାୟତ ନିର୍ବାଚନ ସମୟରେ ପୋୖର ପାଇଁ ସର୍ବଦଳୀୟ କାହିଁକି ରଖାଗଲା। ସୀମା ନିର୍ଧାରଣ ରେ ଥିବା ତ୍ରୁଟିକୁ ସମାଧାନ କରାଯାଉ ଓ ଭୋଟର ତାଲିକା ସଂଶୋଧନ ସଠିକ ଭାବେ କରାଯାଉ।ପୌର ନିର୍ବାଚନ ଖରାଦିନ ହେଉଥିବାରୁ କୋଭିଡ ନିୟମ ସହିତ ପାନୀୟଜଳ ବ୍ୟବସ୍ଥା କରାଯାଉ ବୋଲି ବିଜେପି ପ୍ରସ୍ତାଵ ରଖିଛି।

ରାଜକୁମାର ଆଦିତ୍ୟଙ୍କ ହାତ ଧରିଛନ୍ତି ପୁରୀ ରାଜକୁମାରୀ ଦେବେଶୀ…

( )ବର୍ଦ୍ଧମାନ ରାଜକୁମାର ଆଦିତ୍ୟଙ୍କ ହାତ ଧରିଛନ୍ତି ପୁରୀ ରାଜକୁମାରୀ ଦେବେଶୀ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଚତୁର୍ଥ କନ୍ୟା ଦେବେଶୀଙ୍କ ବିବାହ ବୁଧବାର ରାଜକୀୟ ରୀତିନୀତି ଅନୁଯାୟୀ ଭୁବନେଶ୍ବରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଛି। ବରଯାତ୍ରୀଙ୍କୁ ଶୁଦ୍ଧ ଶାକାହାରୀ ଓଡ଼ିଆ ଖାଦ୍ୟରେ ଆପ୍ୟାୟିତ କରିଛନ୍ତି ଗଜପତି ମହାରାଜା। କୋଭିଡ କଟକଣା ସହ ସୀମିତ ସଂଖ୍ୟକ ନିମନ୍ତ୍ରିତ ଅତିଥିଙ୍କୁ ନେଇ ବର୍ଣ୍ଣାଢ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ସେଥିରେ ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ, ପାଟଣାଗଡ ମହାରାଜ କନକ ବର୍ଦ୍ଧନ ସିଂହଦେଓ, ଆଳି ରାଜ ପରିବାର ର ପ୍ରତାପ ଦେଓ, କଳାହାଣ୍ଡି ରାଜ ପରିବାର ର ରାଜା ଅର୍କେଶ ଦେଓ, ଦେବଗଡ ରାଜା ନୀତୀଶ ଗଙ୍ଗଦେବ ଏବଂ ଖଣ୍ଡପଡା ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ ଯୋଗ ଦେଇଥିଲେ।

ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେର ଓ ପୁରୀ ରାଜକୁମାରୀ ଦେବେଶୀ
ଶଙ୍ଖ, ମହୁରୀ ଏବଂ ବୀରବାଦ୍ୟ ସହ ସନ୍ଧ୍ୟାରେ ଶୋଭାଯାତ୍ରାରେ ପହଞ୍ଚିଥିଲେ ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେର। କନ୍ୟାପିତା ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଫୁଲ ଓ ଚନ୍ଦନ ଦେଇ ଜ୍ବାଇଁ ବରଣ କରିଥିଲେ। ରାତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ପୁରୀର ପାରମ୍ପରିକ ନାଗା, ମେଢ ଏବଂ ରାବଣ ନୃତ୍ୟ ସମେତ ଗୋଟିପୁଅ ଏବଂ ବନାଟି ପରିବେଷଣ କରାଯାଇଥିଲା। ଏହିସବୁ ନୃତ୍ୟ ଦେଖି ବରଯାତ୍ରୀ ବିଭୋର ହୋଇଥିଲେ।

ବିବାହ ପୂର୍ବରୁ ଗଜପତିଙ୍କ ଦ୍ବାରା ଅଧିବାସ, ପଞ୍ଚକର୍ମ ଏବଂ ଗୌରୀପୂଜା କରାଯାଇଥିଲା। ତିନିଦିନ ଧରି ଭୁବନେଶ୍ବରର ତାରକା ହୋଟେଲରେ ରାଜକୁମାରୀଙ୍କ ହଳଦୀ ଏବଂ ମେହେନ୍ଦି ସମେତ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଧବାର ବିବାହ ଶେଷହେବା ପରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଏବଂ ମହାରାଣୀ ଝିଅଜ୍ବାଇଁଙ୍କୁ ଆଶୀର୍ବାଦ କରିବା ସହ ବିଦାୟ ଦେଇଛନ୍ତି।

ପୁରୀ ଶ୍ରୀନଅରରେ ରାତିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ କର୍ମକର୍ତ୍ତା ଏବଂ ବରିଷ୍ଠ ସେବାୟତଙ୍କୁ ମହାପ୍ରସାଦରେ ଆପ୍ୟାୟିତ କରାଯାଇଛି। ଗଜପତି ମହାରାଜାଙ୍କ ଚତୁର୍ଥ କନ୍ୟା ଦେବେଶୀ ଜଣେ ଉଚ୍ଚଶିକ୍ଷିତା ଏବଂ ଜ୍ବାଇଁ ଆଦିତ୍ୟଙ୍କର ବଡ଼ ବ୍ୟବସାୟ ରହିଥିବା ଜଣାପଡିଛି। ଆଦିତ୍ୟଙ୍କ ଘର ହରିୟାଣା ଗୁରୁଗ୍ରାମରେ ବୋଲି ଜଣାପଡିଛି। ତାଙ୍କ ପିତାଙ୍କ ନାମ ରାଜୀବ କେହେର। କରୋନା କଟକଣା ଯୋଗୁଁ କୌଣସି ମନ୍ତ୍ରୀ କିମ୍ବା ବରିଷ୍ଠ ଅଧିକାରୀଙ୍କୁ ରାଜକୁମାରୀଙ୍କ ବିବାହକୁ ନିମନ୍ତ୍ରଣ କରାଯାଇ ନଥିଲା। ରାଜକୁମାରୀ ଦେବେଶୀଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଅତିଥିମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

ଫାଇଲେରିଆ ନିରାକରଣ ପାଇଁ ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ ଆରମ୍ଭ…

( )ଫାଇଲେରିଆ ନିରାକରଣ ପାଇଁ ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ। ଓଡିଶା ଦୁଇଟି ପର୍ଯ୍ୟାୟରେ “ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ” ହେବାକୁ ଥିବା ବେଳେ 10 ଫେବୃଆରୀରୁ
ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟରେ ୮ ଟି ଜିଲ୍ଲା ଅନୁଗୁଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡା, ନୟାଗଡ଼ ଏବଂ ନୁଆପଡା ଠାରେ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୧୦ ମାର୍ଚ୍ଚରୁ ୭ ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯିବ। ବରଗଡ, କେନ୍ଦୁଝର,କନ୍ଧମାଳ, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡରେ ଆରମ୍ଭ ହେବ | ଏହି ଅଭିଯାନ ଆସନ୍ତାକାଲି ରାଜ୍ୟ ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୮ ଟି ଜିଲ୍ଲାରେ ୧ କୋଟି ୪୦ ଲକ୍ଷ ଲୋକ ସାମିଲ ହେବେ। ପ୍ରାୟ ୫୫ ହଜାର ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ। ୨ ବର୍ଷ ବୟସ ଉପରକୁ ସମସ୍ତ ବ୍ୟକ୍ତିଙ୍କୁ ଏହି ଅଭିଯାନରେ ସାମିଲ କରାଯିବ। କେବଳ ଗର୍ଭବତୀ ମହିଳା,ଅତି ଦୁର୍ବଳ ଲୋକ ଓ ୨ ବର୍ଷରୁ କମ ପିଲାଙ୍କୁ ଏଥିରୁ ବାଦ ଦିଆଯିବ। ପ୍ରଥମ ଥର ପାଇଁ ଶିକ୍ଷାନୁଷ୍ଠାନ, ଅଫିସ କୁ ଯାଇ ଔଷଧ ବାଣ୍ଟିବେ ସ୍ୱାସ୍ଥ୍ୟକର୍ମୀ। ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ସମସ୍ତେ ଔଷଧ ଖାଇବେ। ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିବା ବେଳେ ସମସ୍ତେ ଔଷଧ ଖାଇବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।
ବାଇଟ-ନିରଞ୍ଜନ ମିଶ୍ର,ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ନବୀନଙ୍କୁ ପ୍ରଶଂସା କଲେ: ମୋଦି…

() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ପ୍ରସଙ୍ଗ। ପ୍ରଧାନମନ୍ତ୍ରୀ ମୋଦି ଯାହା କହିଛନ୍ତି ତାହା ବାସ୍ତବତା। ଓଡିଶା ସରକାର ଯେଉଁ ଯେଉଁ କାର୍ଯ୍ୟକ୍ରମ ଗୁଡିକ ନେଇଛନ୍ତି ସଂସ୍କାର ମୂଳକ କାର୍ଯ୍ୟକ୍ରମ ଗୁଡିକ କଥା ସେ କହିଛନ୍ତି। ସାରା ଦେଶରେ ଏହା ପ୍ରସଂସିତ ହେଉଛି। ପ୍ରଧାନମନ୍ତ୍ରୀ ଲୋକସଭା ରାଜ୍ୟସଭା ରେ କହିବା ଅନ ରେକର୍ଡ଼ରେ କହିବା ଅର୍ଥ ସତ୍ୟକୁ ସ୍ୱୀକାର କରିଛନ୍ତି। ଯେଉଁମାନେ ଏଠି ବିଭିନ୍ନ ସମୟରେ ବ୍ୟାନବାଜି କରୁଛନ୍ତି ସେମାନେ ଏବେ ସବୁ ବୁଝିଯାଇଥିବେ ବୋଲି କହିଲେ ବିଜେଡିର ବରିଷ୍ଠ ବିଧାୟକ ଅମର ଶତପଥୀ।

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ…

{ }ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି।

5 ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର।

ଇଞ୍ଜିନିୟର, ସିଡିପିଓ, ଅଙ୍ଗନବାଡୀ ସୁପରଭାଇଜର, ପୋଲିସ ଇନ୍ସପେକ୍ଟର, ରେଭିନ୍ୟୁ ସୁପରଭାଇଜର ଅନ୍ତର୍ଭୁକ୍ତ।

ଏପର୍ଯ୍ୟନ୍ତ ୧୪୬ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ।

( )ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକ ମୂଲ୍ୟ ବୋଧ ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ଉତ୍ତମ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଅଧିକାରୀ, ଯଥା – ଇଞ୍ଜିନିୟର, ସିଡିପିଓ, ଅଙ୍ଗନବାଡୀ ସୁପରଭାଇଜର, ପୋଲିସ ଇନ୍ସପେକ୍ଟର, ରେଭେନ୍ୟୁ ସୁପରଭାଇଜର ପ୍ରମୁଖ ଅନ୍ତର୍ଭୁକ୍ତ ।ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।ଏହି ୫ ଜଣଙ୍କ ମଧ୍ୟରୁ ମୟୂରଭଂଜ ଜିଲ୍ଲା ବାରିପଦା ଆଇ.ଟି.ଡି.ଏ ର ଆସିଷ୍ଟାଣ୍ଟ ଇଂଜିନିୟର ଶ୍ରୀ ସନ୍ତୋଷ କୁମାର ଦାସଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ତାଙ୍କ ବିରୋଧରେ ୨.୮୦ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ରହିଛି । ସେଥିପାଇଁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏହି ଆୟ ବହିର୍ଭୁତ ସମ୍ପତ୍ତି ମଧ୍ୟରେ ୪୧.୭୭ ଲକ୍ଷ ଟଙ୍କା ତାଙ୍କ ଘରୁ ନଗଦ ଜବତ କରାଯାଇଥିଲା । ତାଙ୍କର ଭୁବନେଶ୍ବର ବରଗଡରେ ଏକ ଦୁଇତାଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ଏକ ଫ୍ଲାଟ୍, କଳିଙ୍ଗ ବିହାରରେ ଏକ ଅର୍ଦ୍ଧନିର୍ମିତ ବିଲ୍ଡିଂ ରହିଛି । ଏହା ସହିତ ବାଲେଶ୍ବରରେ ୩ଟି ପ୍ଲଟ୍ ମଧ୍ୟ ଅଛି । ଅପାରଗତା, ଅସାଧୁତା ଓ ଆର୍ଥିକ ଅନିୟମିତତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଜଗତସିଂହପୁର ଜିଲ୍ଲା ବାଲିକୁଦାର ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଶ୍ରୀମତୀ ସରଳା ଦେଇଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ୨୦ ହଜାର ଟଙ୍କା ଲାଞ୍ଚ ଦାବୀ କରି ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ। ଦୁର୍ନୀତି ନିବାରଣ ବିଭାଗର ଅନୁସଂଧାନରୁ ଜଣାଯାଇଛି ଯେ ତାଙ୍କର ଭୁବନେଶ୍ବରରେ ୫ଟି ପ୍ଲଟ, ପିପିଲିରେ ଗୋଟିଏ ପ୍ଲଟ ଓ ଜଗତସିଂହପୁରରେ ଦୁଇଟି ପ୍ଲଟ ରହିଛି । ତା ସହିତ ଜଗତସିଂପୁରରେ ଗୋଟିଏ ଦୁଇତାଲା ବିଲ୍ଡିଂ ଅଛି । ଏହାସହିତ ଟଙ୍କା ଓ ସୁନାଗହଣା ଜବତ କରାଯାଇଛି । ଅପାରଗତା ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।ଜଗତସିଂହପୁର ବାଲିକୁଦାର ଅଙ୍ଗନବାଡି ସୁପରଭାଇଜର ଶ୍ରୀମତୀ ପ୍ରତିମା ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ଅଛି। ଲାଞ୍ଚ ଦାବୀ କରି ଗ୍ରହଣ କରୁଥିବା ବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ । ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଅପାରଗତା ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ପୋଲିସ ଇନ୍‌ସପେକ୍ଟର ଶ୍ରୀ ରାମଚନ୍ଦ୍ର ବେହେରାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା । ଅପାରଗତା ଓ ବିଶୃଙ୍ଖଳ ଆଚରଣ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।ସେହିପରି କେନ୍ଦୁଝର ଜିଲ୍ଲା ସଦର ତହସିଲଦାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରେଭିନ୍ୟୁ ସୁପରଭାଇଜର (Revenue Supervisor) ଶ୍ରୀ ହୃଦାନନ୍ଦ ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ଜମିଜମା ମାପଚୁପ ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବୀ କରି ଗ୍ରହଣ କରୁଥିବା ବେଳେ, ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ । ଅସାଧୁ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ମୋ ସରକାର ତଥା ଅନ୍ୟ ସୂତ୍ରରୁ ମିଳିଥିବା feedbackକୁ ମଧ୍ୟ ବିଚାର କୁ ନିଆଯାଇ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି ।ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ନିକଟରେ ଜଣେ ବରିଷ୍ଠ ଭାରତୀୟ ବନସେବା ଅଧିକାରୀ ଓ ଜଣେ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସୁଧୁରିଛି ସ୍ଥିତି…

( )ଆଗାମୀ ମାସେ ଭିତରେ ଆମ ରାଜ୍ୟ ଭଲ ସ୍ଥିତିରେ ପହଂଚିବା ଭଳି ଲାଗୁଛି । ଏବେ ରାଜ୍ୟରେ କୋଭିଡ ରୋଗୀଙ୍କ ହସ୍ପିଟାଲ ଲାଇଜେସନ ୮ରୁ ୯ ପ୍ରତିସତକୁ ଖସି ଆସିଛି । ତୃତୀୟ ଲହର ବେଳେ ଆମ ରାଜ୍ୟରେ ୧୫ % ଶିଶୁ ସଂକ୍ରମିତ ହେବେ ବୋଲି ଆକଳନ କରାଯାଇଥିଲା । ହେଲେ କିଛି ଦିନ ପାଇଁ ଏହା ୧୦ ରୁ ୨୮ %କୁ ବୃଦ୍ଧି ପାଇଥିଲା । ମହାମାରୀ ଅନୁସାରେ ସଂକ୍ରମଣ  ବଢିବ କମିବ  । ଏହା ଏକ ବାୟୁ ବାହିତ ରୋଗ, ତେଣୁ ଆମେ ସମସ୍ତେ ନିୟମ ମାନିବା ।  ତେଣୁ ମାସ୍କ ବ୍ୟବହାର ନିହାତି ଦରକାର । ସ୍କୁଲ ଖୋଲିଲାଣି, ତେଣୁ ଅଭିଭାବଙ୍କ ଦାୟିତ୍ୱ ଲକ୍ଷଣ ଆସିଲେ ବାପମା ଟେଷ୍ଟ ଓ ଟ୍ରିଟ କରନ୍ତୁ। ଆମେ ଭିଡକୁ ଯିବା ନାହିଁ । ଚତୁର୍ଥ ଲହର ଏବେ ଆସିବା କହି ହେବ ନାହିଁ। ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ କେଉଁ ଭ୍ୟାରିଏଣ୍ଟରେ ମୃତ୍ୟୁ ବରଣ କରିଛନ୍ତି ତାହା jenam seqencing କଲେ ଜଣା ପଡିବ । ମୃତ୍ୟୁ ଲୋକଙ୍କ ମଧ୍ୟରେ ସିଙ୍ଗଲ ଡୋଜ, ଡବଲ ଡୋଜ ଓ କିଛି ଟୀକା ନେଇ ନଥିବା ଲୋକୋ ବି ଅଛନ୍ତି ।

ବିଜୟ ମହାପାତ୍ର, ନିର୍ଦେଶକ, ଜନସ୍ଵାସ୍ଥ୍ୟ ବିଭାଗ

ପଞ୍ଚାୟତ ନିର୍ବାଚନ ପାଇଁ ଯୁବ ଓ ଛାତ୍ର ବିଜେଡିର ଡିଜିଟାଲ ପ୍ରଚାର ଆରମ୍ଭ…

( )ପଞ୍ଚାୟତ ନିର୍ବାଚନ ପାଇଁ ଯୁବ ଓ ଛାତ୍ର ବିଜେଡିର ଡିଜିଟାଲ ପ୍ରଚାର ଆରମ୍ଭ। କର୍ମୀଙ୍କ ମନୋବଳ ଭରଚୁଆଲ ମାଧ୍ୟମରେ ବଢ଼ାଇଲେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। କେନ୍ଦ୍ର ଅବହେଳା ଡିଜିଟାଲ ମାଧ୍ୟମରେ ଗାଁ ଗାଁରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଲେ ପ୍ରଣବ। ଏହି ଅବସରରେ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାଏ ଓ ଦଳର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାଏ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 21 ବର୍ଷ ଶାସନରେ ଗରିବ କୃଷକଙ୍କ କାମ ଓ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ନେଇ ଆମେ ଲୋକଙ୍କ ପାଖରେ ପହଂଚିବୁ। କେନ୍ଦ୍ର ସରକାର 2014 ମସିହାରେ ଯେଉଁ 2 କୋଟି ଚାକିରୀ କଳା ଧନ ବିଦେଶରୁ ଫେରାଇ ଆଣିବା କଥା ଦରଦାମ ନିୟନ୍ତ୍ରଣ ଗ୍ୟାସ ପେଟ୍ରୋଲ ଡିଜେଲ ଦର କମାଇବା କଥା କହିଥିଲେ। ହେଲେ ଏହା ଆକାଶ ଛୁଆ ହେଲାଣି। ମହାନଦୀ, ପୋଲାଭରମ, ଶିଳ୍ପ କରିଡର, କୋଇଲା ଓ ଖଣି ରାଜସ୍ୱ କଥାରେ କେନ୍ଦ୍ର ଅବହେଳା କରିଛି ଓଡ଼ିଶା ପ୍ରତି। ବୈମାତୃକ ମନୋଭାବ ଦେଖାଇଛି। ଏହି ଅବହେଳାକୁ ଆମେ ଲୋକଙ୍କ ପାଖରେ ପହଞ୍ଚାଇବୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏକ ନମ୍ବର ରାଜ୍ୟରେ ପରିଣତ ହୋଇଛି। କୋଭିଡ ପରିଚାଳନା ହେଉ ବା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା। ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପ୍ରଶାସକ ବାରମ୍ବାର ହୋଇଛନ୍ତି। ଦେଶ ସାରା ତାଙ୍କ ପ୍ରଶଂସା ହେଉଛି। ଏହି ବାର୍ତା ଆମେ ଲୋକଙ୍କ ପାଖରେ ପହଂଚାଇବୁ। ଜିଲ୍ଲା ପରିଷଦ ଓ ବ୍ଲକ ବିପୁଳ ସଂଖ୍ୟାରେ ଜିତିବୁ। ଅନ୍ୟ କେହି ଦଳ ନାହାନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ଋଣ ସୁଝିବାର ସମୟ ଆସିଛି। ମହିଳା ଯୁବ ଓ ଛାତ୍ର ଜନତା ଦଳର ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ରହିବ। କୋଭିଡ କଟକଣା ପାଇଁ ଡିଜିଟାଲ ପ୍ରଚାର ଉପରେ ନିର୍ଭର କରୁଛନ୍ତି ପ୍ରାର୍ଥୀ। ସୋସିଆଲ ମିଡିଆ, ମୋବାଇଲ, ପ୍ରିଣ୍ଟ ଓ ବୈଦୁତିକ ଗଣମାଧ୍ୟମ ଓ ଅନ୍ୟ ଆପ ଜରିଆରେ ଏହି ପ୍ରଚାର କରିବୁ।
ବ୍ୟୋମକେଶ ରାଏ,ଯୁବ ବିଜେଡି ସଭାପତି।

ଯୁବ ଓ ଛାତ୍ର ଜନତା ଦଳ ଜିଲ୍ଲା, ବ୍ଲକ ସ୍ତରୀୟ କର୍ମକର୍ତ୍ତା ଯାଏ ଭରଚୁଆଲ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋସିଆଲ ମିଡିଆ ଜରିଆରେ ପ୍ରଚାର ହେବ। ଆମ ଯେଉଁ ସବୁ ଛୋଟ ଗ୍ରୁପ ଅଛି, ତାକୁ ସକ୍ରିୟ କରିବାକୁ ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯାଇଛି। ସଂଗଠନ ସମ୍ପାଦକ କହିଲେ ଯୁବ ଛାତ୍ର ଚଳଚଞ୍ଚଳ ଅଛନ୍ତି। ସେ ଯେଉଁ ଜିଲ୍ଲା ଗସ୍ତ କରିଛନ୍ତି ସେମାନେ ନିଜ ଆଡୁ ମିଶିକି ଦଳ ଯେଉଁ କାମ ଦେଉଛି, ତାକୁ ଗୁରୁତ୍ୱ ଦେଇ କରୁଛନ୍ତି।
ପ୍ରଣବ ବଳବନ୍ତରାୟ
ସାଧାରଣ ସମ୍ପାଦକ
ବିଜେଡି

ସ୍କୁଲ ଖୋଲିଲା, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି – ମୁଖ୍ୟମନ୍ତ୍ରୀ…

( )ସ୍କୁଲ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ସ୍କୁଲ ଖୋଲିଲା, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି – ମୁଖ୍ୟମନ୍ତ୍ରୀ

ସମସ୍ତେ ମିଶି ପାଠପଢାର କ୍ଷତିକୁ ଭରଣା କରିବା,
ପିଲାଙ୍କର କିଛି ଅସୁବିଧା ହେବ ନାହିଁ

କୋଭିଡ ନିୟମ ପାଳନ କରିବାକୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ପିଲାମାନଙ୍କୁ ସ୍କୁଲ ଛାଡିବାକୁ ପିତାମାତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଶିକ୍ଷକ ମାନଙ୍କ ଉପରେ ମୋର ପୁରା ଭରସା ଅଛି, ସେମାନେ ପିଲାମାନଙ୍କର ଉଚିତ ମାର୍ଗ ଦର୍ଶନ କରିବେ

ବର୍ତ୍ତମାନ ର ଅଭିଞତା ଭବିଷ୍ୟତ ର ଆହ୍ବାନ ର ମୁକାବିଲା ପାଇଁ ପିଲାମାନଙ୍କୁ ସାହସ ଓ ଶକ୍ତି ଦେବ । ମୁଖ୍ୟମନ୍ତ୍ରୀ..

( )ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, ସ୍କୁଲ ଖୋଲିବା ଖୁସିରେ ପିଲାମାନେ ଖୁସି, ପିଲାମାନଙ୍କ ଖୁସିରେ ସେ ନିଜେ ବି ବହୁତ ଖୁସି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ। ପ୍ରାୟ ଦୁଇ ବର୍ଷ ପରେ ଆଜି ସ୍କୁଲ ଘଣ୍ଟା ବାଜିଲା । ପିଲାମାନେ ଆଜି ସ୍କୁଲ ଗଲେ । ମହାପ୍ରଭୁଙ୍କ ଆଶୀର୍ବାଦ, ଆପଣମାନଙ୍କ ସହଯୋଗ ଓ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଯୋଗୁ ଏହା ସମ୍ଭବ ହୋଇପାରିଛି । ଗତ ଦୁଇ ବର୍ଷ ହେଲା କରୋନା ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା । ସ୍କୁଲ ଖୋଲିବା ହେଉଛି, ସ୍ବଭାବିକ ଅବସ୍ଥା ଫେରିବାର ଶୁଭ ସୂଚନା ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ପିଲାମାନେ, ଦୁଇ ବର୍ଷ ହେଲା ତୁମେମାନେ ଘର ଭିତରେ ରହିଥିଲ। ସାଙ୍ଗସାଥି ଖେଳକୁଦ ସବୁ ବନ୍ଦ ଥିଲା । ମୁଁ ଜାଣେ ଆଜି ସ୍କୁଲ ଖୋଲିବା ନିଷ୍ପତ୍ତି ତୁମ ମାନଙ୍କୁ ବହୁତ ଖୁସି ଦେଇଛି । ତୁମ ମାନଙ୍କ ଖୁସିରେ ମୁଁ ବି ବହୁତ ଖୁସି । ପାଠପଢା ସହିତ ସାଙ୍ଗସାଥି, ନାଚଗୀତ, ଖେଳକୁଦ, ଖୁସି ମଜା ସବୁ କିଛି ଆଗଭଳି ଚାଲିବ । ଆମେ ପୁଣି ଆଗକୁ ବଢିବା ବୋଲି ସେ ପିଲାମାନଙ୍କୁ ଭରସା ଦେଇଛନ୍ତି ।ସମସ୍ତଙ୍କ ସହଯୋଗରେ ଆମେ କରୋନାର ମୁକାବିଲା କରିପାରିଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତି ଶହେ ବର୍ଷରେ ଥରେ ଏହିଭଳି ମହାମାରୀ ଆସେ । ଏଥିରେ ଆମର ଯୁବପୀଢି ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି ।

ପିଲାମାନଙ୍କୁ ଭୟ ନ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମେ ସମସ୍ତେ ତୁମ ସାଥିରେ ଅଛୁ । କିନ୍ତୁ ତୁମକୁ ସତର୍କ ରହିବାକୁ ହେବ । ତୁମ ମାନଙ୍କୁ ମୋର ଅନୁରୋଧ, ତୁମେମାନେ କୋଭିଡ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବ । ସ୍କୁଲ ସମୟରେ ଓ ବାହାରେ ମାସ୍କ ଠିକ୍‌ ଭାବରେ ପିନ୍ଧିବ । ବାରମ୍ବାର ସାବୁନରେ ହାତ ଧୋଇବ। କୋଭିଡ ନିୟମ ପାଳନରେ କେବେ ବି ହେଳା କରିବ ନାହିଁ। ପାଠପଢାରେ ଯାହା କିଛି କ୍ଷତି ହୋଇଛି, ତାକୁ ପୂରଣ କରିବା ପାଇଁ ଆମେ ଦିନରାତି ପରିଶ୍ରମ କରିବା । ପିଲାମାନଙ୍କର କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି ।

ଏହି ଅବସରରେ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଆମ ସଂସ୍କୃତିରେ ଗୁରୁଙ୍କୁ ଆମେ ଭଗବାନ ଭାବରେ ସମ୍ମାନ କରୁ। ଗୁରୁଙ୍କ ଆଶୀର୍ବାଦ, ମାର୍ଗଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ। ଆପଣମାନେ ଜାଣନ୍ତି, କୋଭିଡ ଯୋଗୁ ସବୁଠାରୁ ଅଧିକ କ୍ଷତି ହୋଇଛି ପିଲାମାନଙ୍କର ଓ ସେମାନଙ୍କ ପାଠପଢାର। ତେଣୁ ଆମେ ସମସ୍ତେ ମିଶି ସେ କ୍ଷତି ଭରଣା କରିବା । ମୋର ପୁରା ଭରସା, ଆପଣମାନଙ୍କ ଉପରେ ରହିଛି । କୋଭିଡ ଯୋଗୁ ପାଠପଢାରେ ଯେଉଁ କ୍ଷତି ହୋଇଛି, ତାକୁ ଆପଣମାନେ ହିଁ ପୂରଣ କରିପାରିବେ । ଆପଣମାନେ ସବୁବେଳେ କୋଭିଡ ନିୟମ ପାଳନ ପାଇଁ ମଧ୍ୟ ବିଶେଷ ଦୃଷ୍ଟି ଦିଅନ୍ତୁ ।’ ଶିକ୍ଷକ ମାନଙ୍କ ଦାୟିତ୍ବରେ ଏବେ ପିଲାମାନେ ରହିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ପିଲାଙ୍କ ବିନା ସ୍କୁଲ ପ୍ରାଣହୀନ । ପିଲାଙ୍କ ବିନା ସ୍କୁଲର ଅର୍ଥ କିଛି ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବହୁ ଦିନ ପରେ ସ୍କୁଲ ଆଜି ପୁଣି ଚଳଚଞ୍ଚଳ ହୋଇଛି । ପିଲାଙ୍କ କୋଳାହଳରେ ସ୍କୁଲ ଆଜି ନୂଆ ଜୀବନ ପାଇଛି । ସ୍କୁଲ ପରିଚାଳନା ବୋର୍ଡକୁ ପିଲାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ପିତାମାତା ଓ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ଛାଡନ୍ତୁ ଏବଂ ଭଲ ଭାବରେ ମାସ୍କ ପିନ୍ଧାଇ ଛାଡନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। କୋଭିଡ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି । ପିଲାଙ୍କ ଖୁସିରେ ପରିବାରର ଖୁସି ବୋଲି ସେ କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାନବ ଜାତି ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି। କିନ୍ତୁ ସବୁବେଳେ ସଫଳତାର ସହିତ ମୁକାବିଲା କରି ଆଗକୁ ବଢିଛି ବୋଲି ପ୍ରକାଶ କରି ସେ ପିଲାମାନଙ୍କର ମନୋବଳ ବୃଦ୍ଧି କରିଛନ୍ତି ।ତୁମମାନଙ୍କ ପୀଢି ମାନବ ଇତିହାସର ସବୁଠାରୁ କଠିନ ପରିସ୍ଥିତିକୁ ସାମ୍‌ନା କରିଛି ଏବଂ ଭବିଷ୍ୟତ ଆହ୍ବାନର ମୁକାବିଲା ପାଇଁ ଏ ଅଭିଜ୍ଞତା ତୁମକୁ ସାହସ ଓ ଶକ୍ତି ଦେବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ସେ ପିଲାମାନଙ୍କ ଉପରେ ଦୃଢ ଆସ୍ଥା ପ୍ରକାଶ କରି କହିଛନ୍ତି ଯେ ‘ମୋର ପୁରା ବିଶ୍ବାସ, ତୁମେମାନେ, ତୁମମାନଙ୍କ ସଫଳତା ଦ୍ବାରା, ମାନବ ସମାଜକୁ ଆହୁରି ଉଜ୍ଜଳ ଭବିଷ୍ୟତ ଆଡକୁ ଆଗେଇ ନେବ।’

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ୨୦ ଜଣିଆ ତାରକା ପ୍ରଚାରକ ଘୋଷଣା କଲା କଂଗ୍ରେସ…

{ }ପିସିସିର ପରାମର୍ଶ କ୍ରମେ ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପିସିସି ପକ୍ଷରୁ ଏକ ୨୦ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ସେଥିରେ ଓଡିଶା କଂଗ୍ରେସ ପ୍ରଭାରୀ ତଥା ସାଂସଦ ଡ. ଏ ଚେଲା କୁମାରଙ୍କ ସହିତ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜିବ ବିଶ୍ୱାଳ, ଶରତ ପଟ୍ଟନାୟକ, ଜୟଦେବ ଜେନା, ପଂଚାନନ କାନୁନଗୋ, ସପ୍ତଗିରୀ ଉଲ୍ଲାକା, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଇଂ. ମହମ୍ମଦ ମୋକିମ, କିଶୋର ଚନ୍ଦ୍ର ପଟେଲ, ବିଜୟଲକ୍ଷ୍ମୀ ସାହୁ, ସତ୍ୟପ୍ରକାଶ ନାୟକ, ସୁରେଶ ମହାପାତ୍ର ପ୍ରମୁଖ ରହିଥିବା ବେଳେ ଛତିଶଗଡ଼ ପ୍ରଦେଶ କଂଗ୍ରେସ ସଭାପତି ମୋହନ ମରକମଙ୍କ ସମେତ ଛତିଶଗଡ଼ର କ୍ୟାବିନେଟ ମନ୍ତ୍ରୀ ଅମରଜିତ ଭଗତ ଓ କାୱାସି ଲକ୍ଷ୍ମା ମଧ୍ୟ ରହିଛନ୍ତି । ଏମାନେ ସମସ୍ତେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବହୁଳ ଭାବରେ ପ୍ରଚାର କରିବେ ବୋଲି ପିସିିସି ଉପସଭାପତି ତଥା ନିର୍ବାଚନ ପରିଚାଳନା କମିଟିର ଆବାହକ ଯଜେ୍ଞଶ୍ୱର ବାବୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ହୋଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ…

( )ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ। କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକର ଡମ୍ବକରଲାମଖୁଣ୍ଟା ନିକଟସ୍ଥ ଦୁଲେନ ଛକ ରେ ମାଓବାଦୀ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ, ମୃତ ସାମ୍ବାଦିକ ଜଣକ ହେଲେ ମୋହନଗିରି ଧରିତ୍ରୀ ପ୍ରତିନିଧି ରୋହିତ ବିଶ୍ଵାଳ।ନକ୍ସଲ ଙ୍କ ଲାଣ୍ଡ ମାଇନ୍ ବିସ୍ଫୋରଣରେ କଳାହାଣ୍ଡି ସାମ୍ବାଦିକଙ୍କ ମୃତ୍ୟୁ ଘଟଣା ରେ ଓୟୁ ଜେ ର ଉଦବେଗ।ସାମ୍ବାଦିକଙ୍କ ସୁରକ୍ଷା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି।

Follow us

20,832FansLike
0FollowersFollow
14,700SubscribersSubscribe

Latest news