( )ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ବାଳଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ବର୍ତ୍ତମାନ ବିଧାନସଭା ପରିସରକୁ ନିଆଯାଉଛି। ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ପ୍ରୀତି ରଞ୍ଜନ ଘଡେଇଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ ଜୟଦେବ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବିଧାନସଭା ପରିସରରେ ସ୍ବର୍ଗତ ବିଶ୍ବାଳଙ୍କ ମରଶରୀରରେ ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ର ପୁଷ୍ପମାଲ୍ୟ ଅର୍ପଣ କରିବେ। ପରେ ମରଶରୀରକୁ କଂଗ୍ରେସ କାର୍ଯ୍ୟାଳୟକୁ ନିଆଯିବ ଓ ଶେଷରେ ପାର୍ଥିବ ଶରୀରକୁ ସ୍ବର୍ଗତ ବିଶ୍ବାଳଙ୍କ ଜନ୍ମମାଟି ଝାରସୁଗୁଡା ନିକଟସ୍ଥ ଠାକୁରପଡା ନିଆଯିବ। ସେଠାରେ ଅନ୍ତେଷ୍ଟି କରାଯିବ।
କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ଙ୍କ ବିୟୋଗ ରେ କଂଗ୍ରେସ ଭବନ ରେ ଶ୍ରଦ୍ଧାଞ୍ଜଳି ଓ ଶୋକ ସଭା ଅନୁଷ୍ଠିତ…
()ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ଙ୍କ ବିୟୋଗ ରେ କଂଗ୍ରେସ ଭବନ ରେ ଶ୍ରଦ୍ଧାଞ୍ଜଳି ଓ ଶୋକ ସଭା ଅନୁଷ୍ଠିତ ହୋଇଛି । ଜଣେ ଆଦିବାସୀ ନେତା ହିସାବ ରେ ତାଙ୍କର ରାଜ୍ୟ ଓ ଦଳ ପାଇଁ ବହୁ ଅବଦାନ ଥିଲା । ଜୀବନ ର ଶେଷ ପର୍ଯ୍ୟନ୍ତ ସେ କଂଗ୍ରେସ ଦଳ ରେ ରହିଥିଲେ । ତାଙ୍କ ଅବଦାନ କୁ ଦଳ ର ବରିଷ୍ଠ ନେତା ମନେ ପକେଇବା ସହ ଆତ୍ମା ର ସଦ ଗତି ପାଇଁ ନିରବ ପ୍ରାର୍ଥନା କରିଥିଲେ ।
ମୁଖ୍ୟମନ୍ତ୍ରୀ ଙ୍କ ଶୋକ…
{}ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତ ବିଶ୍ବାଳଙ୍କୁ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ଭାବେ ବର୍ଣ୍ଣନା କରିଛନ୍ତି । ସମାଜ ର ଅବହେଳିତ ବର୍ଗର ଲୋକଙ୍କ ଉନ୍ନତି ତଥା ରାଜ୍ୟର ସାମୁହିକ ପ୍ରଗତି ପାଇଁ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ ଵୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ୍
ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି ୍
ବାଜିଲା ପୌର ବୀଗୁଲ : ସହର ରାଜନୀତି ଉଷ୍ମ…
() ଗାଁ ପରେ ସହର ଭୋଟ l ଏଥିଲାଗି ବାଜିଛି ବୀଗୁଲ୍ l
ମାର୍ଚ୍ଚ ୨୪ ତାରିଖରେ ମହାନଗର ନିଗମ ଓ ପୌର ପରିଷର ପାଇଁ ନିର୍ବାଚନ ହେବ l ଏଥିପାଇଁ ଫେବ୍ରୁଆରୀ ୨୮ ତାରିଖରେ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିବେ । ମାର୍ଚ୍ଚ ୨ରୁ ୭ ତାରିଖ ଯାଏ ହେବ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଛୁଟିଦିନରେ ବି ନାମାଙ୍କନ ପତ୍ର ଦାଖଲ କରି ହେବ ନିର୍ବାଚନ କମିଶନ କହିଛନ୍ତି । ସେହିପରି ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ ।
୨୬ ତାରିଖର ମତଗଣନା ସହ ଫଳାଫଳ ଘୋଷଣା ହେବ । ଡେପୁଟି ମେୟର ନିର୍ବାଚନ ଏପ୍ରିଲ୍ ୪ରେ, ଉପାଧ୍ୟକ୍ଷ ନିର୍ବାଚନ ଏପ୍ରିଲ୍ ୭ରେ କରାଯିବ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ୨ଟି ସତ୍ୟପାଠ ଦାଖଲ କରିବେ । ପ୍ରଥମ ସତ୍ୟପାଠରେ ପ୍ରାର୍ଥୀ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ତଥ୍ୟ ଦେବେ । ଦ୍ୱିତୀୟ ସତ୍ୟପାଠରେ ଗୋଟିଏ ସ୍ତ୍ରୀ ଓ ୨ଟିରୁ ଅଧିକ ଛୁଆ ନଥିବା ସୂଚନା ଦେବେ ।
ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବିକଳ୍ପ ରହିବ । ବାଲାଟ୍ ପେପରର ସବାଶେଷରେ ନୋଟା ବଟନ୍ ରହିବ । ନିର୍ବାଚନ ମଇଦାନରେ ଭୋଟରଙ୍କ ମନ ପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବେ । ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଲେଖାଏ ଇଭିଏମ୍ ରହିବ ।
ସହର ଭୋଟ ପାଇଁ ତାରିଖ ଘୋଷଣା ପରେ ସହର ରାଜନୀତି ସରଗରମ ହୋଇଛି l ସବୁ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଥିବା କହିଛନ୍ତି l ତେବେ ସବୁ ଦଳ ପାଇଁ ପ୍ରାର୍ଥ ଚୟନ ବଡ଼ ଚ୍ୟାଲେ୍ଜ ହେବ l
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ପରଲୋକ..
( )ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ପରଲୋକ। ସୁନ୍ଦରଗଡ଼ ଜିଲ୍ଲା ଲାଇକେରାରୁ ୬ ଥର ବିଧାନସଭାକୁ ନିର୍ବାଚିତ ହେଇଥିଲେ। ୨ଟି ପର୍ଯ୍ୟାୟରେ ୮ ମାସ ପାଇଁ ମୁଖ୍ୟମନ୍ତ୍ରୀ ହେଇଥିଲେ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୮୨ ବର୍ଷ ବୟସରେ ପରଲୋକ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ୧୯୮୯ରୁ ୯୦ ପର୍ଯ୍ୟନ୍ତ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହେଇଥିଲେ। ୧୯୯୯ରୁ ୨୦୦୦ ପର୍ଯ୍ୟନ୍ତ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହେଇଥିଲେ। ସେ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ।ହେମାନନ୍ଦ ବିଶ୍ବାଳ – ଜନ୍ମ – ୧୯୩୯ ଡିସେମ୍ବର ୧
ସୁନ୍ଦରଗଡ ଜିଲ୍ଲା ଲାଇକେରା (ଏସ୍ଟି) ଆସନରୁ ୧୯୭୪ରୁ ବିଧାୟକ ।
୧୯୭୨ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ୧୯୬୭ରେ କିର୍ମିରା ପଂଚାୟତ ସମିତି ଅଧ୍ୟକ୍ଷ ଭାବେ ଆରମ୍ଭ କରିଥିଲେ ରାଜନୀତି । ୧୯୭୧ରେ ମଧ୍ୟ ସେ ଏହି ପଂଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।୧୯୯୮ ମେ ୬ତାରିଖରୁ ୧୯୯୯ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦାୟିତ୍ବ ତୁଲାଇଥିଲେ ।
୧୯୭୪ରୁ ୧୯୭୭, ୧୯୮୦ରୁ ୧୯୮୫, ୧୯୮୫ରୁ ୧୯୯୦, ୧୯୯୦ରୁ ୧୯୯୫, ୧୯୯୫ରୁ ୨୦୦୦ ଓ ୨୦୦୦ରୁ ୨୦୦୪ – ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।୧୯୭୭ରେ ତତ୍କାଳୀନ ଜନତା ପାର୍ଟି ଓ ୨୦୦୪ରେ ସେ ବିଜେପିର ବୃନ୍ଦାବନ ମାଝୀଙ୍କ ଠାରୁ ହାରିଯାଇଥିଲେ ।
୧୯୮୫ ମାର୍ଚ୍ଚରୁ ୧୯୮୬ ଡିସେମ୍ବର ପର୍ଯ୍ୟନ୍ତ କଂଗ୍ରେସ ସରକାରରେ ସେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଥିଲେ ।
ସେ ସ୍ବଳ୍ପ ସମୟ ପାଇଁ ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।
୧୯୮୯ ଡିସେମ୍ବରରୁ ୧୯୯୦ ମାର୍ଚ୍ଚ ପର୍ଯ୍ୟନ୍ତ ସେ ଓଡିଶାର ମୁଖ୍ୟମନ୍ତ୍ରୀ ଥିଲେ ।
ଦ୍ବିତୀୟ ଥର ସେ ୧୯୯୯ ଡିସେମ୍ବରରୁ ୨୦୦୦ ମାର୍ଚ୍ଚ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ ।
୧୯୯୫ ମାର୍ଚ୍ଚରୁ ୧୯୯୮ ମେ ପର୍ଯ୍ୟନ୍ତ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିଲେ ।
ଅପେକ୍ଷାର ଅନ୍ତ!!ଆସନ୍ତାକାଲି ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟାରୁ କାଉଣ୍ଟିଂ…
( )ଆସନ୍ତାକାଲି ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟା ବେଳେ କାଉଣ୍ଟିଂ ଆରମ୍ଭ ହେବା । ଗଣତି ସକାଳ ୮ଟାରୁ ଆରମ୍ଭ ହୋଇ ଶେଷ ହେବା ଯାଏଁ ଚାଲିବ । ୩୧୩ଟି ବ୍ଲକରେ ଗୋଟିଏ ଗୋଟିଏ ଜୋନର ଗଣତି ଆରମ୍ଭ ହେବ । କେବଳ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ ୨ଟି ଜୋନର କାଉଣ୍ଟିଂ ହେବ । ୨୬, ୨୭ ଓ ୨୮ ତାରିଖ ତିନି ଦିନ ଧରି ଗଣତି ପ୍ରକ୍ରିୟା ଚାଲିବ । ବ୍ଲକ ସ୍ତରେ ଗୋଟିଏ ଗୋଟିଏ ୱାର୍ଡର କାଉଣ୍ଟିଂ ସରିବା ପରେ ମାଇକ ମାଧ୍ୟମରେ ଘୋଷଣା କରାଯିବ । ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ଡିଜିଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ଆଲୋଚନା କରିଛନ୍ତି । କୌଣସି ଗଣ୍ଡଗୋଳକୁ ଏଡାଇବା ପାଇଁ କାଉଣ୍ଟିଂ ସେଣ୍ଟର ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । କରୋନା କଟକଣା ଯୋଗୁଁ କୌଣସି ବିଜୟ ଉତ୍ସବ ହେବ ନାହିଁ ।
ବାଇଟ – ରବିନ୍ଦ୍ରନାଥ ସାହୁ, ସଚିବ, ରାଜ୍ୟ ନିର୍ବାଚନ କମିଶନ
2003 ମସିହାରେ ମହାନଗର ନିଗମ ଭାବେ ଘୋଷଣା ହେଲା ଭୁବନେଶ୍ୱର…
( )2003 ମସିହାରେ ଭୁବନେଶ୍ୱର ମହାନଗର ନିଗମ ଭାବେ ଘୋଷଣା ହେଲା । ସେବେଠାରୁ ଆଜି ଯାଏଁ ବିଜେଡିର ଦବଦବା ରହି ଆସିଛି । ବିଜେଡି 3 ଥର ମେୟର ପଦ ଅକ୍ତିଆର କରିଛି । ତାହାର ପରଫମାନ୍ସ ବିଜେଡି ଦେଖେଇ ଆସିଛି । ଭୁବନେଶ୍ୱର ଦେଶର ବେଷ୍ଟ ସିଟି ହୋଇପାରିଛି । ତାହା ଛଡ଼ା ଅନେକ ସମସ୍ୟା ମଧ୍ୟ ରହିଛି । ଉତ୍ତରଦାୟୀ ଭାବେ ଆମେ ଲୋକଙ୍କ ସମସ୍ତ କାର୍ଯ୍ୟ ଓ ସମସ୍ୟାରେ ଆମେ ସଂଶ୍ଲିଷ୍ଟ ହୋଇଛୁ । ସବୁ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଯେଉଁ ଲୋକମାନେ ଲୋକଙ୍କ ପାଖରେ ଥାନ୍ତି, ସେମାନଙ୍କୁ ସେମାନେ ନିର୍ବାଚିତ କରନ୍ତି । ଯେଉଁ ମାନେ ଲୋକଙ୍କ ଦୁଃଖ ସୁଖର ସାଥୀ, ଦୈନିକ ୱାର୍ଡକୁ ଯାଉଥିବେ । ସେମାନଙ୍କୁ ଲୋକ ନିର୍ବାଚିତ କରନ୍ତି । ବିଜୁ ଜନତା ଦଳର ଯେଉଁ ମାନେ ଅଛନ୍ତି ସେମାନେ ପ୍ରଥମ ଦିନରୁ କାର୍ଯ୍ୟ କରୁଛନ୍ତି । ଆଜି ତାରିଖ ଘୋଷଣା ହେଲା, ଆମେ ଆତଙ୍କିତ ଓ ଭୟବିତ ନୁହଁ । କାହିଁକିନା ଆମେ ଲୋକଙ୍କ ସହିତ ରହିଛୁ । ଯେଉଁ ଲୋକ ସାଧାରଣ ଲୋକ ସହିତ ମିଶି ପାରିବ । ସେ ଅଞ୍ଚଳର ଉନ୍ନତି କରିପାରିବ । ସେମାନଙ୍କର ଭଲ ଭାବମୃତ୍ତି ଥିବ ତାଙ୍କୁ ଚୟନ କରାଯିବାର ମାପକାଠି । ସମାଜ ସେବା କରିବା ଲାଗି ଆଗ୍ରହୀ ଥିବା ଲୋକଙ୍କୁ ଚୟନ କରାଯିବ । ବିଜେଡି ଭୁବନେଶ୍ୱର ମହାନଗର ନିଗମରେ କ୍ଲିନ ସୁଇପ କରିବ । ଓଡ଼ିଶାରେ ପ୍ରାୟ ଦଖଲ କରିବ ବିଜେଡି । ଯିଏ ଜନସାଧାରଣଙ୍କ ଲାଗି କାର୍ଯ୍ୟ କରିପାରିବ ଓ 67 କର୍ପୋରେଟରଙ୍କୁ ନେଇ କାର୍ଯ୍ୟ କରିପାରିବ ତାଙ୍କୁ ଦଳ ମେୟର ପ୍ରାର୍ଥୀ କରିବ । ନବୀନ ବାବୁ ଯାହାଙ୍କୁ ଚୟନ କରିବେ ତାଙ୍କୁ ନେଇ ଆଗକୁ ବଢିବୁ ।
ବାଇଟ- ଅନନ୍ତ ନାରାୟଣ ଜେନା, ବିଧାୟକ, ବିଜେଡି
ପଞ୍ଚାୟତ ଫଳାଫଳ କୁ ନେଇ କଣ କହିଲେ ସବୁ ପ୍ରମୁଖ ଦଳ…ପଢ଼ନ୍ତୁ…?
{ }ପଞ୍ଚାୟତ ଫଳା ଫଳ ନେଇ ମନ୍ତ୍ରୀ ପ୍ରତାପ ଜେନା ଙ୍କ ପ୍ରତିକ୍ରିୟା।
ବିଜେଡି ଏକ ପାଖିଆ ପଂଚାୟତ ନିର୍ବାଚନରେ ଜୀତିବ l ୯୦ ପ୍ରତିଶତ ଆସନରେ ବିଜେଡି ଜିତିବ l ନବୀନ ପଟ୍ଟନାୟକ ଲୋକପ୍ରିୟତା ଓ ବିଜେଡି ପ୍ରତି ଲୋକଂକ ଭଲ ପାଇବା ପଞ୍ଚାୟ ତ୍ ପ୍ରଚାର ବେଳେ ପ୍ରତିଫଳିତ ହୋଇଥିଲା l
( )ପଂଚାୟତ ନିର୍ବାଚନ ଫଳାଫଳ କୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ଙ୍କ ପ୍ରତିକ୍ରିୟା
ବିଜେଡି ପଂଚାୟତରେ ୧ ନମ୍ବର ଦଳ ହେବ l କଂଗ୍ରେସ୍ ୨ ଓ ବିଜେପି ତୃତୀୟ ସ୍ଥାନରେ ରହିବ l ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତା ବିଜେଡି କୁ ସଫଳତା ଦେବ l
{ }ପଞ୍ଚାୟତ ନିର୍ବାଚନ ନେଇ bjp ନେତା ପ୍ରୁଥିରାଜ୍ ହରିଚନ୍ଦନ ଙ୍କ ପ୍ରତିକ୍ରିୟା।
ବିଜେପି ୨୦୧୭ ଅପେକ୍ଷା ଏଥର ଭଲ କରିବ ଫଳାଫଳ l ୪୦୦ ଜିଲ୍ଲା ପରିଷଦ ଆସନରେ ଜିତିବ ଦଳ l
ଏମିତି ଜୀବନ ବଂଚିହେବ…..
୨୦୨୨ ମସିହାରେ ଆମେ ଅଛନ୍ତି । ହେଲେ ଏବେ ବି ଅନ୍ଧବିଶ୍ବାସ, ପୁରାଣ ପଂଥା ଓ ଜାତିପ୍ରଥା ଏସବୁକୁ ବାନ୍ଧି ଧରିଛନ୍ତି ଆମେ । ଆଜି ବି ଅନେକ କ୍ଷେତ୍ରରେ ସମାଜରେ ସମାନତାର ବାର୍ତ୍ତା ବହୁଳ ଭାବରେ ପ୍ରଚାର କରାଯାଉଥିଲେ ମଧ୍ୟ ତାହା ଯେ ଏବେ ବି ଶହେ ବର୍ଷ ତଳ ଠାରୁ ଅଧିକ ଭେଦଭାବ ଅଛି ତାହା ସମାଜର ଘଟୁଥିବା କେତେକ ଘଟଣା ସାମ୍ନାକୁ ଆଣିଛି । ସବୁଥିରେ ଆମେ କହନ୍ତି ଝିଅ ପୁଅ ସମାନ , ଜାତିପ୍ରଥା କିଛି , ସବୁ ଧର୍ମ ଏକ , ଧନୀ ଓ ଗରିବ କିଛି ପାର୍ଥକ୍ୟ ନାହିଁ । ହେଲେ ତାହା କେବଳ କହିବା ପାଇଁ ଏସବୁ ନୀତି ନିୟମ ଆଜି ବି ଗାଁ ଗହଳି ଠାରୁ ଆରମ୍ଭ କରି ସହରରେ ମଧ୍ୟ କିଛି କମ ନାହିଁ ।
ସେଦିନ ହଠାତ ନେହା ନିଲମକୁ କହିଲା ଆରେ ନେହା ନିଜେ ବଦଳିଲେ ସମାଜ ବଦଳିଯିବ । ସଙ୍ଗେସେଙ୍ଗ ନିଲମ କହିଲା ନାଁ । ନିଜେ ବଦଳିଲ କଣ ସମାଜ ବଦଳିପାରିବ । କାରଣ ଆମର ପା କଥାରେ ଅଛି ତିନି ତୁଣ୍ଡରେ ଛେଳି କୁକୁର ହୋଇଯାଏ । ତେଣୁ ମୁଁ ଯେତେ ଚେଷ୍ଟା କଲେ କଣ ହେବ ସମାଜ ତା ବାଟରେ ଯାଉଛି । ଆଧୁନିକ ଯୁଗରେ ଆମେ ପହଞ୍ଚିଥିଲେ ମଧ୍ୟ ପୁରୁଣା ନୀତିରେ ଏତେ ମାତ୍ରରେ ପରିଚିତ ହୋଇଛନ୍ତି ଯେ ତାହା ଆମ ଶରୀରରେ କ୍ୟାନସର ପରି ବ୍ୟାପିଯାଇଛି । ତେଣୁ ଯେତେ ଚେଷ୍ଟା କଲେ କଣ ଏ ସମାଜ ମୋ ନୀତିକୁ ଆପଣାଇବ । ମୁଁ ତ ଚାହେଁ, ନରହୁ ଜାତି ପ୍ରଥା, ନରହୁ ଝିଅ ଓ ପୁଅ ଭିତରେ ଭେଦଭାବ , ସମସ୍ତଙ୍କୁ ମିଳୁ ସମାନ ଅଧିକାର । ଧନୀ ଗରିବ ନୀତି ବି ନରହୁ । ତେବେ ଯାଇ ସିନା ଏ ପୃଥିବୀ ଓ ପରିବେଶ ସୁ୍ଦର ଲାଗିବ । ପ୍ରକୃତି ପାଖରେ ଯେମିତି ଏସବୁର ବିଚାର କିଛି ନାହିଁ । ଠିକ ସେମିତି ଆମ ସମାଜରେ ମଧ୍ୟ ଏପରି ବିଚାର ନରହିବା ଦରକାର । ତେବେ ଯାଇ ସିନା ଗୋଟେ ସୁସ୍ଥ ସମାଜ ଗଠନ ହୋଇପାରିବ । ନେହେଲ ଏ ଭାଷଣ ବାଜି ଓ ବାହାସ୍ଫୋଟ ଉପଦେଶର ଅର୍ଥ କଣ । କେବଳ ଲୋକ ଦେଖାଣିଆ ଭାବେ ମେଣ୍ଡା ପରି ଗୋଟେ ଭାବିଲେ କଣ ହେବ । ଯିଏ ଯାହା କଲା ସେ ନୀତିକୁ ସହଜରେ ଗ୍ରହଣ କରିବା କଣ ସମାଜ ପରିବତ୍ତର୍ନ ନା ଏହା କେବଳ ଏବେ ମିଥ୍ୟା ପ୍ରଚାର । ଏମିତି କେତେ କଣ କହିଚାଲିଲା ନେହା । ସବୁ ଶୁଣିବା ପରେ ନିଲମ କହିଲା କଣ ଏମିତି ଜୀବନ ଆଜିର ଦିନରେ ବଂଚିହେବ । ଏସବୁ ସତ କଥା । ହେଲେ ତାହାର ସ୍ଥାନ କଣ ଏ ଯୁଗରେ ଅଛି ନା ତାକୁ କିଏ ଗ୍ରହଣ କରିବ । କେବଳ ନିଜ ଇଚ୍ଛାରେ ନିଜେ ବଂଚିବା ଦରକାର । କାରଣ କଥାରେ ଅଛି ବିନ୍ଦୁ ବିନ୍ଦୁରେ ଗଠିତ ହୁଏ ସିନ୍ଦୁ । ଛୋଟ ପ୍ରୟାସ ଦିନେ ମଣିଷକୁ ବିଶ୍ବର ଶ୍ରେଷ୍ଠ ନୋବେଲ ଆଣିଦିଏ । ତେଣୁ ଦୁନିଆ କୁଆଡ଼େ ଯାଉଛି ତାହା ନଭାବି ନିଜେ ଯାହା ଠିକ ଭାବୁଛ ତାହା କରିବା ଦରକାର । ଏ ଦୁନିଆ ତମକୁ ପାଗଳ କହିପାରେ , ହେଲେ ତମେ ଯେ ସମସ୍ତଙ୍କୁ ଦିନେ ପାଗଳ କରିପାର ନିଜ ଚିନ୍ତାଧାରରେ ସେ ସମୟ ବି ବେଶୀ ଦିନ ନୁହେଁ, । ଠିକ ଏତିକି ବେଳେ ନେହା ଘରୁ ଫୋନ ଆସିଲା, କିଏ ଗୋଟେ ତାକୁ କହୁଥାଏ ଏମିତି ଜୀବନ କଣ ବଂଚିହେବ ।
ପଞ୍ଚାୟତ ନିର୍ବାଚନ ରେ କିଏ ମାରିବ ବାଜି..କଣ କହିଲେ ସବୁ ଦଳ…?
( )ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ 3 ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସର ପ୍ରତିକ୍ରିୟା…
{ }କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିବ । ବିଜେଡ଼ି ଏକ ନମ୍ବର ଏବଂ ବିଜେପି ତୃତୀୟ ସ୍ଥାନରେ ରହିବ । ରାଜ୍ୟରେ କଂଗ୍ରେସ 235ରୁ 240 ଜିଲ୍ଲା ପରିଷଦ ଜୋନରେ ଜିତିବ । ବାଇଟ – ସୁରେଶ କୁମାର ରାଉତରାୟ, କଂଗ୍ରେସ ବିଧାୟକ।
( )ବିଜେପି ଏଥର 500ରୁ ଅଧିକ ଜିଲ୍ଲା ପରିଷଦ ଆସନରେ ବିଜୟ ହେବାକୁ ଯାଉଛି । ବିଜେଡ଼ିର ବିକଳ୍ପ ହିସାବରେ ଅଜସ୍ର ଭୋଟ ଲୋକ ବିଜେପିକୁ ଦେଇଛନ୍ତି । କାରଣ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ବିରୋଧରେ ତୃଣମୂଳ ସ୍ତରରେ ବ୍ୟାପକ ଜନ ଅସନ୍ତୋଷ ରହିଛି । ବିଜେପି 2 ବର୍ଷ ଆଗରୁ ପଞ୍ଚାୟତ ନିର୍ବାଚନରେ ସଫଳତା ପାଇଁ ବୁଥ୍ ସ୍ତରରେ କମିଟି, ମଣ୍ଡଳ ସ୍ତରୀୟ କମିଟି, ପ୍ରାର୍ଥୀ ଚୟନ ଆଦି ପ୍ରକ୍ରିୟା ଆରମ୍ଭ କରିସାରିଥିଲା । ଆଉ କଂଗ୍ରେସ ସବୁ ଜାଗାରେ ସୁପ୍ତ ହୋଇସାରିଲାଣି । ତେଣୁ କଂଗ୍ରେସ ପକ୍ଷରେ ଲୋକ ନାହାନ୍ତି । ପ୍ରଦୀପ ପୁରୋହିତ
ସଭାପତି, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା।
{ }ପଞ୍ଚାୟତ ନିର୍ବାଚନ ଲାଗି ଲୋକଙ୍କ ଭିତରେ ଆଗ୍ରହ, ଆବେଗ ରହିଛି ଏବଂ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ସକାରାତ୍ମକ ଆବେଗ ହେଉଛି । ଆମର ଜୟ ଯାତ୍ରା ଚାଲିଛି ଆଗକୁ ବଢିବ । ଚଳିତ ନିର୍ବାଚନ ଲୋକଙ୍କ ଆଭିମୁଖ୍ୟ ଅତି ସ୍ପଷ୍ଟ । ଲୋକଙ୍କ ଆଭିମୁଖ୍ୟ ହେଉଛି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ସ୍ୱଚ୍ଛ ଶାସନ ଏବଂ ସର୍ବୋପରି ଅପ୍ରତିଦ୍ବନ୍ଦି ନେତା । ଗତ ନିର୍ବାଚନ ରେ ଯେତିକି ସିଟ ପାଇଥିଲୁ ତା ଠାରୁ ଅଧିକ ସିଟ ପାଇବୁ ।
ବାଇଟ – ଅମର ଶତପଥୀ, ବିଜେଡି ବିଧାୟକ