ଓଡିଶାରେ ଗଠନ ହେବ ବିଧାନ ପରିଷଦ….

( )ଓଡିଶାରେ ଗଠନ ହେବ ବିଧାନ ପରିଷଦ । ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । କେନ୍ଦ୍ର ମାଗିଲା ସଂପୂଣ୍ଣ ତଥ୍ୟ, ପ୍ରସ୍ତୁତ ହେଲା ରାଜ୍ୟ ୨୦୧୫ରେ ବିଧାନ ପରିଷଦ ଗଠନ ପାଇଁ ହୋଇଥିବା ପ୍ରକ୍ରୀୟାର ଆରମ୍ଭ ହୋଇଛି ଶୁଭବେଳା । ୪୯ ଆସନ ବିଶିଷ୍ଟ ବିଧାନ ପରିଷଦ ଗଠନ କରିବା ପାଇଁ ୨୦୧୮ ସେପ୍ଟେମ୍ବର ୬ରେ ବିଧାନସଭାରେ ସର୍ବସହମତି ସଂକଳ୍ପ ପ୍ରସ୍ତାବ ପାରିତ ହୋଇଥିଲା । ସେହିମାସ ୧୮ରେ କେନ୍ଦ୍ର ଆଇନ ବିଭାଗ, ରାଜ୍ୟସଭା, ଲୋକସଭା ଓ ସଂସଦୀୟ ବ୍ୟାପର ବିଭାଗକୁ ସଂକଳ୍ପ ପଠାଇଥିଲା ରାଜ୍ୟ । ହଠାତ ୪ ବର୍ଷପରେ କେନ୍ଦ୍ର ଆଇନମନ୍ତ୍ରୀ ଓଡିଶାରେ ବିଧାନ ପରିଷଦ ପ୍ରସ୍ତାବ ସଂଳକ୍ପ ପାଇନଥିବା ରାଜ୍ୟସଭାରେ କହିଥିଲେ । କେନ୍ଦ୍ରର ଏପରି ମିଛକୁ ଓଡିଶା ଧରିବା ସହ ପୁଣି ବାଚସ୍ପତି ୨ଟି ଚିଠି କେନ୍ଦ୍ରକୁ ଲେଖି ରାଜ୍ୟ ପଠାଇଥିବା ବିଧାନ ପରିଷଦର ସଂକଳ୍ପର ସମସ୍ତ ତଥ୍ୟ ଦେଇଥିଲେ । ଫଳ ସ୍ବରୂପ ଏବେ କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ଠାରୁ ବିଧାନ ପରିଷଦ କିପରି ଗଠନ ହେବ, କେତେ ସଦସ୍ୟ ବିଶିଷ୍ଟ ହେବ, କିଏ କିଏ ରହିବେ ଏପରି ଲମ୍ବା ତଥ୍ୟ ମାଗିଛି ବିଧାନ ପରିଷଦରେ ବିଧାନସଭା ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶ ଅର୍ଥାତ ୪୯ ଜଣ ସଦସ୍ୟ ରହିବେ । ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ ରହିବ । ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସିଟ ଖାଲି ହେବ । ଜିଲ୍ଲା ପରିଷଦ ଓ ବିଧାୟକମାନଙ୍କ ଦ୍ବାରା ପରିଷଦ ସଦସ୍ୟ ନିର୍ବାଚିତ ହେବେ । ଏକ ତୃତୀୟାଂଶ ସଦସ୍ୟ ମୁନିସିପାଲିଟି ଓ ପଂଚାୟତ ସମିତିରୁ ଜିଲ୍ଲାପରିଷଦ ଓ ବିଧାୟକଙ୍କ ଦ୍ବାରା ନିର୍ବାଚିତ ହେବେ । ଏକ ଷଷ୍ଠାଂଶ ସଦସ୍ୟ କଳା, ବିଜ୍ଞାନ,ସାହିତ୍ୟ, ସମାଜସେବା ଓ ସମବାୟ ଆନ୍ଦୋଳନରୁ ନିର୍ବାଚିତ ହେବେ । ଅବଶିଷ୍ଟ ୧୨ ଭାଗରୁ ୧ଭାଗ ସଦସ୍ୟ ମାଧ୍ୟମିକ ସ୍କୁଲ ଓ ବିଶ୍ବ ବିଦ୍ୟାଳୟର ଅଧ୍ୟାପନା କ୍ଷେତ୍ରରୁ ନିର୍ବାଚିତ ହେବେ । ଏସବୁ ତଥ୍ୟ ରାଜ୍ୟ କେନ୍ଦ୍ରକୁ ଜଣାଇଛି ।

ବିଧାନପରିଷଦ ପାଇଁ ରାଜ୍ୟ ପ୍ରଥମେ ୫ଜଣିଆ କମିଟି ଗଠନ କରିଥଲେ । ବିହାର, ତେଲେଙ୍ଗାନା, କଣ୍ଣାଟକ, ମହାରାଷ୍ଟ୍ର ପରି ରାଜ୍ୟକୁ ଗସ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ କମିଟି । କେନ୍ଦ୍ର ର ଏହିଚିଠିସଂସଦୀୟ ବ୍ୟାପାର ବିଭାଗକୁ ପଠାଯାଇଥିବା ବାଚସ୍ପତି ସୂଚନାଦେଇଛନ୍ତି।

ପିସିସି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଓ ସାଂଗଠନିକ ନିର୍ବାଚନ ବୈଠକ ଅନୁଷ୍ଠିତ…

()ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଓ ସାଂଗଠନିକ ନିର୍ବାଚନ ସମ୍ପର୍କିତ ବୈଠକ ଭୁବନେଶ୍ୱର ନିଳାଦ୍ରୀ ବିହାର ନିକଟସ୍ଥ ଲୁମ୍ବିନି କନ୍‌ଭେନ୍‌ସନ ସଭାକକ୍ଷରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିିଶିଷ୍ଠ ଆଦିବାସୀ ନେତା ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ପିସିସି ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ ପ୍ରତି ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀ ସ୍ତରରେ ଚିଫ ଏନରୋଲର ନିଯୁକ୍ତି କରାଯିବ ଏବଂ ସେମାନେ ପ୍ରତ୍ୟେକ ବୁଥରେ ବୁଥ ଏନରୋଲର ନିଯୁକ୍ତି କରିବେ ଯିଏକି ପ୍ରତି ବୁଥ ସ୍ତରରେ ଡିଜିଟାଲ ସଭ୍ୟ ସଂଗ୍ରହ କରିବେ । ଶ୍ରୀ ପଟ୍ଟନାୟକ କଂଗ୍ରେସ କର୍ମୀ, ନେତୃବୃନ୍ଦ ବିଶେଷ କରି ସାମାଜିକ ଗଣମାଧ୍ୟମର ସଦସ୍ୟ ମାନଙ୍କୁ ବୁଥ୍‌ସ୍ତରରେ ଡିଜିଟାଲ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାପାଇଁ ଅନୁରୋଧ କରିଥିଲେ ।
ରାଜ୍ୟ ସଭା ସାଂସଦ ତଥା ପ୍ରଦେଶ ନିର୍ବାଚନ ଅଧିକାରୀ (ପିଆରଓ) ଶ୍ରୀ ନିରଜ ଡାଙ୍ଗି, ଏପିଆରଓ ଶ୍ରୀ ସଂଦୀପ ସିଂ ଓ ଶ୍ରୀ ଅମିତାଭ ଚକ୍ରବର୍ତି ସଭ୍ୟ ସଂଗ୍ରହ ଅଭିଯାନ ସଂପର୍କରେ ଉଦ୍‌ବୋଧନ ଦେଇ କହିଲେେଯେ ଅଖିଳ ଭାରତ କଂଗ୍ରେସ କମିଟି ଧାର୍ଯ୍ୟ ସମୟସୀମା ମଧ୍ୟରେ ନିର୍ବାଚନ ସଂପୂର୍ଣ୍ଣ କରିବାପାଇଁ ସ୍ଥିର କରିଛନ୍ତି । ସେଥିପାଇଁ ଓଡ଼ିଶାରେ ଏହି କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ ତଥା କ୍ରିୟାଶୀଳ କରି ପ୍ରତ୍ୟେକ ବୁଥ ଯେପରି ସକ୍ରିୟ ହୋଇପାରିବ ସେ ସଂପର୍କରେ ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପଡ଼ିବ । ଏହି ସଭ୍ୟ ସଂଗ୍ରହ ଉଭୟ ଫର୍ମ ପୂରଣ ଦ୍ୱାରା ଅଥବା ମୋବାଇଲ ଆପ୍‌ରେ ମଧ୍ୟ ସଭ୍ୟମାନେ ନାମ ପଞ୍ଜିିକରଣ କରିପାରିବେ । ସେଥିପାଇଁ କିଭଳି କର୍ମୀମାନେ ମୋବାଇଲ ମାଧ୍ୟମରେ ସଭ୍ୟଭୁକ୍ତ ହୋଇପାରିବେ ସେ ସଂପର୍କରେ ବୈଠକରେ ପ୍ରାଞ୍ଜଳ ଭାବରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ।
ଅଖିଳ ଭାରତ କଂଗ୍ରେସ ସାଧାରଣ ସଂପାଦକ ଡ. ଏ ଚେଲା କୁମାର, ସଂପାଦକ ଶ୍ରୀ ରୁଦ୍ର ରାଜୁ କହିଲେ ଯେ ବର୍ତମାନ ରାଜ୍ୟରେ ପୌର ନିର୍ବାଚନରେ ନେତୃବୃନ୍ଦ ଯେଭଳି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ଅନୁରୂପ ଭାବରେ ମଧ୍ୟ ସଭ୍ୟ ସଂଗ୍ରହ ଅଭିଯାନକୁ ମଧ୍ୟ ଆମକୁ ଅଗ୍ରାଧିକାର ଦେବାକୁ ପଡ଼ିବ ।
ଉଦବୋଧନ ଦେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବିଶ୍ୱାଳ, ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ଶରତ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ଶରତ ରାଉତ, ସପ୍ତଗିରୀ ଉଲ୍ଲାକା, ସନ୍ତୋଷ ସିଂ ସାଲୁଜା, ଯଜେ୍ଞଶ୍ୱର ବାବୁ, ଅନନ୍ତ ପ୍ରସାଦ ସେଠୀ, ପ୍ରମୁଖ ସଭ୍ୟ ସଂଗ୍ରହ ଅଭିଯାନ ସଂପର୍କରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲା ସଭାପତି, ପିସିସି ସଭ୍ୟ, ଏଆଇସିସି ସଭ୍ୟ, ସାମାଜିକ ଗଣମାଧ୍ୟମ ସଦସ୍ୟ, ପିସିସି କର୍ମକର୍ତା, କଂଗ୍ରେସ ନେତୃବୃନ୍ଦ ଓ ଶୁଭେଚ୍ଛୁ ଯୋଗଦେଇଥିଲେ ।

ପଂଚାୟତ ନିର୍ବାଚନ ଫଳା ଫଳ କୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ପ୍ରତିକ୍ରିୟା…

( )ଧନ ବଳ ବହୁ ବଳ ସରକାରୀ କଳ ବିଜେଡି ବିଜୟ ର କାରଣ । ଚଳିତ ନିର୍ବାଚନ ରେ ରାଜ୍ୟ ରେ ଟଙ୍କା ର ବନ୍ୟା ବହିଛି । ପେଟ୍ରୋଲ ନ ଥିଲେ ଗାଡି କେମିତି ଚାଲିବ …
କଂଗ୍ରେସ କୁ ଘାରିଛି ଟଙ୍କା ଚିନ୍ତା । ଦଳ ପ୍ରାର୍ଥୀ ଙ୍କୁ ଖର୍ଚ୍ଚ ପାଇଁ ଟଙ୍କା ଦେଉନଥିବାରୁ କଂଗ୍ରେସ ର ଏ ଏଭଳି ଫଳାଫଳ ହୋଇଛି । ଯେଉଁ ପର୍ଯ୍ୟନ୍ତ ଦଳ ଆର୍ଥିକ ସାହାଯ୍ୟ ନ କଲେ ଦଳ ର ଏଭଳି ଅବସ୍ଥା ହବ । ପୌର ନିର୍ବାଚନ ରେ ବି କଂଗ୍ରେସ ସମ ଦଶା ଭୋଗିବ ବୋଲି ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।
2017 ରେ ଛତିଶଗଡ଼ ଓ ଝାରଖଣ୍ଡ ରେ ବିଜେପି ସରକାର ଥିଲା । ତେଣୁ ବିଜେପି କୁ ଆର୍ଥିକ ସାହାଯ୍ୟ ମିଳିଥିଲା । ଏବେ ସେଠାରେ କଂଗ୍ରେସ ସରକାର ଅଛି । ହେଲେ ଆମକୁ କିଛି ମିଳିନି । ବିଜେପି ଓ କଂଗ୍ରେସ ଜାତୀୟ ଦଳ ହୋଇଥିବାରୁ ଅନ୍ୟ ରାଜ୍ୟ ନିର୍ବାଚନ ରେ ତୁଙ୍ଗ ନେତା ଙ୍କ ଅଧିକ ଭାଗିଦାରିତା ନିର୍ବାଚନ ପରାଜୟ ର ପ୍ରମୁଖ କାରଣ ।

ଭୋଟର ତାଲିକାରେ ନାହିଁ ବରିଷ୍ଠ ବିଜେପି ନେତା ବିନୋଦ ଦାସଙ୍କ ନାମ…

( ) ବରିଷ୍ଠ ବିଜେପି ନେତା ବିନୋଦ ଦାସଙ୍କ ନାଁ ଭୋଟର ତାଲିକାରୁ ବାଦ ପଡ଼ିଛିି । ଏହି ପ୍ରସଙ୍ଗକୁ ନେଇ ଶ୍ରୀ ଦାସ ଦାୟର କରିଥିବା ଆବେଦନର ପୁର୍ଣ୍ଣାଙ୍ଗ ଶୁଣାଣୀ ଗୁରୁବାର ହେବା ପାଇଁ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ଦାସ ଆବେଦନ କରିଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯାଇନଥିଲା, ଏହି ପ୍ରସଙ୍ଗକୁ ନେଇ ଶ୍ରୀ ଦାସ ଦାୟର କରିଥିବା ଆବେଦନର ଉଚ୍ଚ ନ୍ୟାୟଳୟରେ ଶୁଣାଣୀ ହୋଇଥିବା ବେଳେ ରାଜ୍ୟ ସରକାର ଓ କଟକ ମହାନଗର ନିଗମ ପକ୍ଷ ରଖିଛି ।
ବିନୋଦ ଦାସ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି ୩୧ ନମ୍ବର ୱାର୍ଡର ପ୍ରଫେସର ପଡାର ବାସିନ୍ଧା । ଶ୍ରୀ ଦାସଙ୍କ ନାଁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରକାଶିତ ଭୋଟର ତାଲିକାରେ ସ୍ଥାନ ପାଇଥିଲା । ତାଙ୍କ ପରିବାରର ଅନ୍ୟ ଆଠ ଜଣ ସଦସ୍ୟଙ୍କ ନାଁ ମଧ୍ୟ ଶ୍ରୀ ଦାସଙ୍କ ନାଁ ସହ ଭୋଟର ତାଲକାରେ ରହିଥିଲା । କିନ୍ତୁ ପୌରନିର୍ବାଚନ ପାଇଁ ପ୍ରକାଶିତ ଭୋଟର ତାଲିକାରେ ପରିବାରର ଅନ୍ୟ ସମସ୍ତଙ୍କ ନାଁ ଥିଲେ ମଧ୍ୟ ତାଙ୍କ ନାଁ କଟିଯାଇଥିଲା ।
ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ନାଁ ଭୋଟର ତାଲିକାରୁ କାଟି ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏ ନେଇ ସେ ସିଏମସି ଓ ଜିଲ୍ଲା ପ୍ରଶାସନର ନିର୍ବାଚନ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏହାପରେ ଶ୍ରୀ ଦାସ ଉଚ୍ଚ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ବରିଷ୍ଠ ବିଜେପି ନେତା ଶ୍ରୀ ଦାସଙ୍କ ନାଁ ସିଏମସି ମେୟର ପଦବୀ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଉଦ୍ଦେଶ୍ୟ ମୂଳକ ଭାବେ ଭୋଟର ତାଲିକାରୁ ତାଙ୍କ ନାମକୁ କାଟି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି ।
ନୂଆ ଭୋଟର ତାଲିକା ପ୍ରକାଶ ପରେ ଶ୍ରୀ ଦାସ ତାହାକୁ ଯାଂଚ କରିଥିଲେ । ମାତ୍ର ତାଙ୍କ ନାଁ ତାଲିକାରେ ଅନ୍ତର୍ଭୁକ୍ତ ନଥିଲା । ଏହାପରେ ସେ ସିଏମସି ଯାଇ ନାଁ ଯୋଡ଼ିବାକୁ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

ବିଜୟ ପାଇଁ ଓଡ଼ିଶା ବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ…

( )ବିଜୟ ପାଇଁ ଓଡ଼ିଶା ବାସୀ ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।

ବି.ଜେ.ଡିର ପୌର ନିର୍ବାଚନ ପ୍ରସ୍ତୁତି

ଦଳରେ ଏମ୍‌.ପି , ଏମ୍‌.ଏଲ୍‌.ଏ ଜିଲ୍ଲା ସଭାପତି ଓ ପର୍ୟ୍ୟବେକ୍ଷକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ପଞ୍ଚାୟତ ନିର୍ବାଚନରେ ସଫଳତା ଗଣତାନ୍ତ୍ରିକ ଇତିହାସରେ ଅଭୂତପୂର୍ବ।

ଗଣତନ୍ତ୍ରରେ ଲୋକଙ୍କ ସ୍ବର ହିଁ ଶ୍ରେଷ୍ଠ

ରାଜ୍ୟର ସବୁ ଅଞ୍ଚଳର ଲୋକ ଦଳକୁ ଆଶୀର୍ବାଦ କରିଛନ୍ତି।

ଛଳନା ଓ ମିଛ କାହାଣୀର ନକରାତ୍ମକ ରାଜନୀତିକୁ ଓଡିଶାବାସୀ ଗ୍ରହଣ କରନ୍ତି ନାହିଁ

ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରୁହ

ସବୁଠାରୁ ଦୁର୍ଗମ ଅଞ୍ଚଳରେ ଥିବା ସବୁଠାରୁ ଗରୀବ ଲୋକ ବିଶ୍ବାସ ହାସଲ ହିଁ ଆମର ଶ୍ରେଷ୍ଠ ସଫଳତା 

{ }ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଆସନ୍ତା ପୌର ନିର୍ବାଚନର ପ୍ରସ୍ତୁତି ସ୍ଵରୂପ ଦଳର ଏମ୍‌.ପି. ଏମ.ଏଲ.ଏ , ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କ ସହ ଭର୍ଚ୍ୟୁଆଲ ମାଧ୍ୟମରେ କଥା ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତ ପଞ୍ଚାୟତ ନିର୍ବାଚନରେ ଦଳର ବିପୁଳ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀ ତଥା ଦଳର କର୍ମୀ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ପଞ୍ଚାୟତ ନିର୍ବାଚନରେ, ଆମର ଏହି ଅସାଧାରଣ ଓ ଅଭୂତପୂର୍ବ ସଫଳତା ପାଇଁ, ମୁଁ ସବୁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି। ଓଡିଶାବାସୀ ପୁଣିଥରେ, ଆମ କାମ ଉପରେ, ଆସ୍ଥା ପ୍ରକାଶ କରିଛନ୍ତି । ଏହି ବିଜୟ, ଗଣତାନ୍ତ୍ରିକ ନିର୍ବାଚନରେ ନୂଆ ରେକର୍ଡ ସୃଷ୍ଟି କରିଛି । ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ, ଓଡିଶାର, ସବୁ ଅଞ୍ଚଳର ଜନସାଧାରଣ, ଏହି ନିର୍ବାଚନରେ ସମାନ ଭାବରେ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି ।”

“ଏହି ଆଶୀର୍ବାଦ ଓ ସ୍ନେହ ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଉଛି ।”

“ମୁଁ ଧନ୍ୟବାଦ ଦେଉଛି ଆମର କର୍ମୀ ଓ ଶୁଭେଚ୍ଛୁ ମାନଙ୍କୁ, ଯେଉଁମାନେ ରାତିଦିନ ଏକ କରି କାମ କରି ନିଜର ସବୁ ସୁଖ ସୁବିଧା ତ୍ୟାଗ କରି ଆମ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।”

“ଏହି ସଫଳତା ହେଉଛି ଆପଣମାନଙ୍କର ଯେଉଁମାନେ ଘର ଘର ବୁଲି ପ୍ରଚାର କରି ଲୋକଙ୍କୁ ବୁଝାଇଛନ୍ତି। ଏ ସଫଳତା ହେଉଛି ଓଡିଶାବାସୀଙ୍କର, ଯେଉଁମାନେ ଆମର governanceରେ ଆସ୍ଥା ରଖିଛନ୍ତି । Finally, in a democracy, the people’s voice is supreme ଏବଂ ରାଜ୍ୟର ସବୁ ପଞ୍ଚାୟତରେ ଜନମତ ସ୍ପଷ୍ଟ ଓ unambiguously ହୋଇଛି ।”

“ବିଜୁ ଜନତା ଦଳ ଓଡିଶାବାସୀଙ୍କର ଏହି ମତକୁ ନମ୍ରତାର ସହ ଗ୍ରହଣ କରିଛି । ଆମେ ଆମର ଭଲ କାମ ଜାରି ରଖିବୁ ।”

ଆଗାମୀ ପୌର ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଦଳଙ୍କର ଅପପ୍ରଚାର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ବର୍ତ୍ତମାନ Urban Electionର ସମୟ ଆସିଛି । ଆପଣ ଜାଣନ୍ତି, ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳ କେତେ ଅପପ୍ରଚାର କରିଛନ୍ତି । ମୋ ସରକାରକୁ ବଦନାମ କରିବା ପାଇଁ ମିଛ କାହାଣୀ କହିଛନ୍ତି ଓ Negative Politics କରିଛନ୍ତି। କିନ୍ତୁ ଓଡିଶାବାସୀ ସେମାନଙ୍କ କଥାକୁ ଗୁରୁତ୍ବ ଦେଇନାହାନ୍ତି । ଆଗାମୀ Urban Electionରେ ମଧ୍ୟ ସେମାନେ ପୁଣିଥରେ ସେହିଭଳି ଅପପ୍ରଚାର କରିବେ । ଲୋକଙ୍କ ଆଗରେ ବିରୋଧୀ ଦଳଙ୍କ ଅପପ୍ରଚାରର ମୁଖା ଖୋଲିବା ହେଉଛି ଆମ ଦଳର ପ୍ରତି କର୍ମୀ ଭାଇଭଉଣୀ ମାନଙ୍କର ଦାୟିତ୍ବ ।”

ବିଜୁ ଜନତା ଦଳର ଆଦର୍ଶ ଓ ସହରାଞ୍ଚଳର ବିକାଶ କାର୍ଯ୍ୟ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଆମେ Positive Politicsରେ ବିଶ୍ବାସ କରୁ । ସକରାତ୍ମକ ରାଜନୀତି। Transformative Governance ଏବଂ ଲୋକଙ୍କର empowerment ହେଉଛି ଆମର ହଲ୍‌ମାର୍କ । Urban areaରେ ଅନେକ ଭଲ କାମ ହୋଇଛି। ସହରର ଗରିବ ଲୋକଙ୍କ ପାଇଁ ଜାଗା ମିଶନ ଏକ ନୂଆ benchmark ସୃଷ୍ଟି କରିଛି । Street light ଠାରୁ ଆରମ୍ଭ କରି Indoor Stadium, ଭଲ ପିଇବା ପାଣି ଠାରୁ ଆରମ୍ଭ କରି Modern Waste Management systems, ମିଶନ ଶକ୍ତିର ମା ମାନଙ୍କ ପାଇଁ ରୋଜଗାରର ନୂଆ ନୂଆ ସୁଯୋଗ , Ward levelରେ ଭିତ୍ତିଭୂମି ଓ ନାଗରିକ ସୁବିଧା ଏବଂ ଅନ୍‌ଲାଇନରେ ମ୍ୟୁନିସପାଲ ସେବା। ନାଗରିକ ମାନଙ୍କର କଲ୍ୟାଣକୁ ଦୃଷ୍ଟିରେ ରଖି ଆମର ସବୁ କାର୍ଯ୍ୟକ୍ରମ ତିଆରି କରାଯାଇଛି । ବସ୍ତିବାସିନ୍ଦାଙ୍କ ଠାରୁ ଆରମ୍ଭ କରି ଆପାର୍ଟମେଣ୍ଟର ମାଲିକ, ମା ମାନଙ୍କ ଠାରୁ ଆରମ୍ଭ କରି ଶିଶୁ ତଥା ଯୁବସମାଜ…………. ସମସ୍ତଙ୍କ empowerment ପାଇଁ ଆମେ commitmentର ସହ କାମ କରୁଛୁ ।”

ଓଡିଶାବାସୀ ନକରାତ୍ମକ ରାଜନୀତିକୁ କେବେ ବି ଗ୍ରହଣ କରିବେ ନାହିଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ ଏହିସବୁ କାର୍ଯ୍ୟକ୍ରମକୁ ଆମକୁ ଲୋକଙ୍କ ପାଖକୁ ନେଇଯିବାକୁ ହେବ । ବିରୋଧୀ ଦଳଙ୍କର ମିଛ ତଥା Negative Politicsକୁ ଆମର ସକରାତ୍ମକ ତଥା ସତ୍‌ ଉଦ୍ୟମ ଜରିଆରେ ହିଁ ମୁକାବିଲା କରିବାକୁ ପଡିବ । ମୋର ପୁରା ବିଶ୍ବାସ, ଏହି ପଞ୍ଚାୟତ electionରେ ଆପଣମାନେ ଯେପରି କଠିନ ପରିଶ୍ରମ କରିଥିଲେ, Urban Electionରେ ମଧ୍ୟ ସେହିପରି ଉଦ୍ୟମ ଜାରି ରଖିବେ । ଆମେ ପୁଣି ଥରେ ଲୋକଙ୍କ ଆସ୍ଥା ଓ ଆଶୀର୍ବାଦ ଲାଭ କରିପାରିବା ଏବଂ ବିରୋଧୀ ଦଳଙ୍କୁ ଦେଖାଇ ଦେବା ମିଛ ଓ ଛଳନାର ରାଜନୀତି ଓଡିଶାରେ କାମ କରିବ ନାହିଁ ।”

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜନୀତିର ଅର୍ଥ କେବଳ କ୍ଷମତା ନୁହେଁ। ଗୋଟିଏ ଗଣତନ୍ତ୍ରରେ ଲୋକମାନେ ହିଁ ହେଉଛନ୍ତି, କ୍ଷମତାର ସ୍ରୋତ। ରାଜ୍ୟର ସବୁଠାରୁ ଦୁର୍ଗମ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଟିର ବିଶ୍ବାସ ହେବା ଦରକାର ଯେ ବିଜୁ ଜନତା ଦଳ ସବୁବେଳେ ତାର କଲ୍ୟାଣ ଏବଂ ତାର Empowerment ପାଇଁ କାମ କରୁଛି । ଏହି ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

ପରିଶେଷରେ ଏହି ଅଭୂତପୂର୍ବ ଜନାଦେଶ ପାଇଁ ଓଡିଶାର ଜନସାଧାରଣଙ୍କୁ ଓ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଧନ୍ୟବାଦ ଜଣାଇଥିଲେ।

୨୫ବର୍ଷର ରେକର୍ଡ଼ ଭାଙ୍ଗିଲେ ନିବେଦିତା : ଭୂଷୁଡ଼ିଲା ହାତ ଗଡ, ଶଙ୍ଖମୟ ତୁଳଙ୍ଗ

() ଜଗତସିଂପୁରଜିଲ୍ଲାର ତିର୍ତ୍ତୋଲ ବ୍ଲକର ତୁଳଙ୍ଗ ପଞ୍ଚାୟତ ଗତ ୨୫ ବର୍ଷ ହେଲା କଂଗ୍ରେସ କବଜାରେ ରହିଥିଲା । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ପୈତୃକ ଗାଁରେ କଂଗ୍ରେସର କେବଳ ଭୋଟ୍ ନଥିଲା ବରଂ ଏଠି ପାରମ୍ପରିକ ଭାବେ ବିଶ୍ବାଳ ବଂଶର ସମର୍ଥକମାନେ ନିର୍ବାଚନ ଜିତିଆସୁଥିଲେ । କିନ୍ତୁ ୨୦୨୨ର ତ୍ରିସ୍ତରୀୟ ନିର୍ବାଚନ କେବଳ ଇତିହାସକୁ ବଦଳାଇ ନାହିଁ ବରଂ ଲେଖିଛି ନୂଆ ଇତିହାସ । ଏଥର ପ୍ରଥମ କରି ବିଜେଡି ସମର୍ଥିତ ପ୍ରାର୍ଥୀ ନିବେଦିତା ମଲ୍ଲିକ ସରପଞ୍ଚ ଜିତି ତୁଳଙ୍ଗ ପଞ୍ଚାୟତକୁ କବଜା କରିଛନ୍ତି । ତାଙ୍କ ଶ୍ବଶୁର କୃଷ୍ଣ ମଲ୍ଲିକ ଗତ ୩ ଦଶନ୍ଧି ଧରି ପ୍ରତ୍ୟୋକ୍ଷ ରାଜନୀତିରେ ସକ୍ରିୟ ଅଛନ୍ତି । ଏଥର ମଧ୍ୟ ତାଙ୍କର ସଫଳ ଗୋଟି ଚାଳନା କାରଣରୁ ବୋହୁ ନିବେଦିତା ମାତ୍ର ୧୮୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।  ମା ଶାରଳାଙ୍କର ଆଶୀର୍ବାଦ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ତୁଳଙ୍ଗବାସୀଙ୍କର ଭଲପାଇବା କାରଣରୁ ଆଜି ଏ ସଫଳତା ମିଳିଥିବା ନିବେଦିତା କହିଛନ୍ତି । ତେବେ ଗତ ଅଢେଇ ଦଶନ୍ଧି ଧରି କଂଗ୍ରେସ ଯେଉଁ ଅଞ୍ଚଳକୁ ନିଜ ଦୁର୍ଗରେ ପରିଣତ କରିଥିଲା ଆଜି ନିବେଦିତା ସେ ଦୁର୍ଗକୁ ଧ୍ବଂସ କରିବା ସହ ବିଶ୍ବାଳ ବଂଶର ଦବଦବାକୁ ମାଟିରେ ମିଶାଇଛନ୍ତି । ସେ ପ୍ରମାଣିତ କରିଛନ୍ତି ଯେ, ଲୋକଙ୍କ ସାଙ୍ଗରେ ରହିଲେ ହିଁ ଭୋଟରଙ୍କର ଆସ୍ଥା ଓ ବିଶ୍ବାସକୁ ଜିତାଯାଇପାରେ । ଭୁବନେଶ୍ବରରେ ରହି କେବଳ ନିର୍ବାଚନ ଆସିଲେ ନିଜର ହକ୍ ଜାହିର କରିବାକୁ ଗାଁକୁ ଆସୁଥିବା ନେତାଙ୍କୁ ଏହା ଏକ ବଡ଼ ଶିକ୍ଷା ବୋଲି ବୁଦ୍ଧିଜୀବୀ କହିଛନ୍ତି । ତେବେ ଆଗକୁ କେବଳ ତୁଳଙ୍ଗରେ ବିକାଶ ହିଁ ବିକାଶ ହେବ ବୋଲି ନିବେଦିତା କହିବା ସହ କୃଷ୍ଣ ମଧ୍ୟ ସର୍ବାଙ୍ଗ ବିକଶିତ ତୁଳଙ୍ଗର ସ୍ବପ୍ନକୁ ସାକାର କରାଯିବ ବୋଲି କହିଛନ୍ତି ।

 

କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ତ୍ୱରାନ୍ୱିତ କରିବାପାଇଁ ପ୍ରଦେଶ ନିର୍ବାଚନ ଅଧିକାରୀ ସାଂସଦ ଶ୍ରୀ ନିରଜ ଡାଙ୍ଗିଙ୍କ ୩ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ

( )କଂଗ୍ରେସ ସଭ୍ୟସଂଗ୍ରହ ଅଭିଯାନ ଓ ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସଂପନ୍ନ କରିବାପାଇଁ ଏଆଇସିସି ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା ନିମନ୍ତେ ଓଡ଼ିଶାରେ ସଭ୍ୟସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାପାଇଁ ରାଜ୍ୟସଭା ସାଂସଦ ଶ୍ରୀ ନିରଜ ଡାଙ୍ଗି ପ୍ରଦେଶ ନିର୍ବାଚନ ଅଧିକାରୀ ଭାବରେ ନିଯୁକ୍ତି ପାଇଛନ୍ତି । ଶ୍ରୀ ଡାଙ୍ଗି ଆସନ୍ତା ତା ୦୨.୦୩.୨୦୨୨ ରିଖ ବୁଧବାର ଦିନ ଭୁବନେଶ୍ୱରରେ ପଂହଚୁଛନ୍ତି । ୩ ତାରିଖ ଗୁରୁବାର ଦିବା ୧୧ ଘଂଟା ସମୟରେ ଭୁବନେଶ୍ୱରସ୍ଥ ନୀଳାଦ୍ରି ବିହାର, ନ୍ୟୁ କେୟାର ହସପିଟାଲ ପାଖ “ଲୁମ୍ବିନୀ କନ୍‌ଭେନସନ୍‌” ଠାରେ ପ୍ରଦେଶ କଂଗ୍ରେସ କର୍ମକର୍ତା / ଏଆଇସିସି ସଭ୍ୟ / ପିସିସି ସଭ୍ୟ / ସାଂସଦ / ବିଧାୟକ / ସାଂସଦ ଓ ବିଧାୟକ ପ୍ରାର୍ଥୀ / ଜିଲ୍ଲା କଂଗ୍ରେସ କମିଟି ସଭାପତି / ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି / ରାଜ୍ୟ ସାମ୍ମୁଖ୍ୟ, ବିଭାଗ ଓ ପ୍ରକୋଷ୍ଠ ମୁଖ୍ୟ / ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ / ଏଆଇସିସି ପଦାଧିକାରୀ / ପ୍ରାକ୍ତନ ମନ୍ତ୍ରୀ, ବିଧାୟକ ଓ ସାଂସଦ/ ପ୍ରାକ୍ତନ ପିସିସି ସଭାପତି ଓ ବିରୋଧି ଦଳ ନେତା ମାନଙ୍କର ବୈଠକରେ ଶ୍ରୀ ଡାଙ୍ଗି ଯୋଗଦେବେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କିମଟି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ସଂପାଦକ ଶ୍ରୀ ଜି. ରୁଦ୍ର ରାଜୁ ଏବଂ ଅତିରିକ୍ତ ପ୍ରଦେଶ ନିର୍ବାଚନ ଅଧିକାରୀ ଶ୍ରୀ ସନ୍ଦିପ ସିଂ ଓ ଶ୍ରୀ ଅମିତାଭ ଚକ୍ରବର୍ତୀ ଉପସ୍ଥିତ ରହିବେ । ଏହି ବୈଠକରେ ସଭ୍ୟ ସଂଗ୍ରହ ଅଭିଯାନ ଏବଂ ସାଂଗଠନିକ ନିର୍ବାଚନ ସଂପର୍କରେ ପୂର୍ଣ୍ଣାଙ୍ଗ ଆଲୋଚନା କରାଯିବ ବୋଲି ପିସିସି ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି ।

ସେହିପରି ଭାବରେ ତା ୪.୩.୨୦୨୨ ରିଖ ଶୁକ୍ରବାର ଦିବା ୧୧ ଘଂଟା ଠାରୁ ଅପରାହ୍ନ ୪ ଘଂଟା ପର୍ଯ୍ୟନ୍ତ ଭୁବନେଶ୍ୱର କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଶ୍ରୀ ଡାଙ୍ଗି ବରିଷ୍ଠ ନେତୃବୃନ୍ଦ ଓ କଂଗ୍ରେସ କର୍ମୀମାନଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଆବଶ୍ୟକ ମନେକଲେ ଉପରୋକ୍ତ ସମୟସୀମା ମଧ୍ୟରେ ଶ୍ରୀ ଡାଙ୍ଗିଙ୍କୁ ଭେଟି ଆଲୋଚନା କରିପାରିବେ ବୋଲି ପିସିସି ପକ୍ଷରୁ କୁହାଯାଇଛି । ଉଭୟ ବୈଠକରେ ଯୋଗଦେବାକୁ ଉପରୋକ୍ତ ବର୍ଗର ନେତୃବୃନ୍ଦଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି । ଯେଉଁମାନେ ଅବଗତ ହୋଇପାରି ନଥିବେ, ସେମାନେ ଏହାକୁ ପତ୍ର ମନେକରି ନିର୍ଦ୍ଧାରିତ ସମୟରେ ବୈଠକରେ ଯୋଗଦେବାକୁ ପିସିସି ପକ୍ଷରୁ ଅନୁରୋଧ କରାଯାଇଛି ।

ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ବିଜେଡି: ପ୍ରଣବ

() ପଂଚାୟତ ନିର୍ବାଚନରେ ସାରା ଦେଶରେ ଇତିହାସରେ ରଚିଛି ବିଜୁ ଜନତା ଦଳ l ଓଡ଼ିଶା ରାଜନୀତିରେ ପଂଚାୟତ ନିର୍ବାଚନ ଫଳାଫଳ ଆଣିଦେଇଛି ସର୍ବକାଳୀନ ରେକର୍ଡ l ବିଜେଡି ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରି ଓଡିଶାକୁ ବିରୋଧି ଶୂନ୍ୟ କରିଦେଇଛି l ତୃତୀୟ ପର୍ଯ୍ୟାୟ ନିର୍ବାଚନ ଫଳାଫଳ ଟ୍ରେଣ୍ଡ ପୁରା ଓଡ଼ିଶାକୁ ଚକିତ କରିଛି l ଓଡିଶାରେ ନବୀନ ପଟ୍ଟନାୟକ ଓ ବିଜେଡିର ବିକଳ୍ପ ନାହିଁ ତାହା ରାଜ୍ୟବାସୀ ଭୋଟ ମାଧ୍ୟମରେ ଜଣାଇଛନ୍ତି l ଯାହାକୁ ନେଇ ବିଜେଡି ଉତ୍ସାହିତ ନହୋଇ ବରଂ ଦଳ ଏକ ସାମାଜିକ ସଂଗଠନ ଭାବେ ଓଡିଶାରେ ଉଭା ହୋଇଥିବାରୁ ଦଳୀୟ କର୍ମୀ ଓ ନେତାଙ୍କ ଦାୟିତ୍ଵ ବଢ଼ିଯାଇଛି l ଦଳୀୟ କାର୍ଯ୍ୟାଳୟ ରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ ଆଜି ପ୍ରଭୁ ଜଗନ୍ନାଥ ଆମ ଉପରେ ଯେଉଁ ଆଶୀର୍ବାଦ ଦେଇଛନ୍ତି ଭୋଟ ଆକାରରେ ଏଥିପାଇଁ ଶ୍ରୀଜଗନ୍ନାଥଙ୍କ ପାଦ ତଳେ କୋଟି କୋଟି ପ୍ରଣାମ l ଓଡ଼ିଶାରେ ମହାପ୍ରଭୁଙ୍କ ଆଶୀର୍ବାଦରେ ବିଜେଡି ଗଠନ ହୋଇଥିଲା। ଯାହାର ବିନ୍ଧାଣି ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ଏବେ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଓଡ଼ିଶାବାସୀ ପଞ୍ଚାୟତ ନିର୍ବାଚନ ରେ ଯେଉଁ ଭଲ ପାଇବା ଦେଇଛନ୍ତି ତାଙ୍କୁ ମଧ୍ୟ କୋଟି କୋଟି ପ୍ରଣାମ l ତେଣୁ ଯେଉଁମାନେ ଯେଉଁ ଆଶା ଓ ଭରଷା ନେଇ ଦଳକୁ ଆସୁଛନ୍ତି, ସେ ସମ୍ମାନ ଦଳରେ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଥିବା ପ୍ରଣବ କହିଥିଲେ l ଶେଷ ରେ ସାମ୍ୱାଦିକମାନେ ଓଡିଶାରେ ବିରୋଧି ଶୂନ୍ୟ ହୋଇଯାଇଛି ବୋଲି ପ୍ରଶ୍ନ କରିବାରୁ ଏହାକୁ ଏଡାଇ ଦେଇ ଚାଲି ଯାଇଥିଲେ ପ୍ରଣବ l ଏହି ମିଶ୍ରଣ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ପର୍ବରେ ସାଂସଦ ମହେଶ ସାହୁ, ବିଧାୟକ ପ୍ରଶାନ୍ତ ମୁଦୁଲି, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ମୁଖ୍ୟ ପରାମର୍ଶ ଦାତା ମାନସ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ l

ଏକାଠି ଥିଲୁ , ଏକାଠି ରହିବୁ ……

() ପାର୍ଥ ସେଦିନ ଚା ଖଟିରେ କହୁକହୁ କହୁଥାଏ, ଯେଉଁ କଥା ସ୍ତ୍ରୀକୁ କହିହୁଏନା ,ସେକଥା ସାଙ୍ଗକୁ କହିହୁଏ । ସାଙ୍ଗ ବରିଷ୍ଠ ହୋଇପାରେ, କନିଷ୍ଠ ହୋଇପାରେ ଅବା ସମ ବୟସର । ଏସବୁ ଭିତରେ ମୁନା କହିଲା କଣ ଭାଇ ଆଜି ତ ବନ୍ଧୁତ୍ବ ଦିବସ ନୁହେଁ, ଆପଣ କାହିକିଁ ଆମକୁ ସାଙ୍ଗର ସଂଜ୍ଞା ବୁଝାଉଛନ୍ତି । ବାସ ଏତିକିରେ ପାର୍ଥ ଚା ପିଉଥିବା ଅନ୍ୟ ୫ଜଣକୁ କଣ କହିଲେ କେଜାଣେ ସମସ୍ତେ ବାଧ୍ୟ ହେଲେ ୧ ଘଣ୍ଟାରୁ ଅଧିକ ସମୟ ଚୁପ ହୋଇ ରହିବାକୁ । ଆଉ ତାହାରି ଭିତରେ ଚା ଦୋକାନୀ କହୁଥାଏ ଆଉ ଗୋଟେ ଚା ହେଉ ।

ବହୁଦିନ ପରେ ୧୯୯୧ ବ୍ୟାଚରେ ପାର୍ଥ ସହ ପଢୁଥିବା ପିଲାଦିନର ସାଙ୍ଗମାନେ ଏକାଠି ହୋଇଥିଲେ । ତାହା ପୁଣି ଓଡ଼ିଶାର ସ୍ବର୍ଗ ପୁରୀ ବାଲିଘାଇରେ । କାଜୁ , ଝାଉ ବଣ ସହ ଚାରିଆଡ଼େ ବାଲିମୟ । ଖରା- ଛାଇର ମଝିରେ ଜୀବନ ପାହାଚର ମଝିରେ ଥିବା ପାର୍ଥ ସାଙ୍ଗମାନଙ୍କ ମନରେ କେତେ କଣ ଖୁସି । ଆରେ ଭୋଜି ତ ଗୋଟେ ବାହାନା ଥିଲା । କେବଳ ପୁରୁଣା ସ୍କୃତି ଓ ପିଲାଦିନକୁ ପୁଣି ଥରେ ସାଉଁଟିବାର ଥିଲା ମୂଳ ଲକ୍ଷ୍ୟ । ମିନି, ସୋନି, ମୋନାଲିସା ବି ପାର୍ଥ କିପରି ସ୍କୁଲ ବେଳେ ଶାନ୍ତ ଓ ସରଳ ଥିଲା ତାହା କହୁଥବା ବେଳେ ହସିହସି ଗଡ଼ିଯାଉଥାନ୍ତି । ରାକେଶ , ମୁନା ତ ଶ୍ରlବଣୀ ପ୍ରେମରେ କିପରି ଆକର୍ଷଣ ହୋଇ ଉବୁଡ଼ୁବୁ ହେଉଥିଲେ ଓ ଶ୍ରlବଣୀ କିପରି ନିଜ ଗାଁର ପ୍ରକାଶ ଭାଇକୁ ଭଲ ପାଉଥିଲା , ସେ କାହାଣୀ କଥା ବି ଉଠିଲା । ସାଙ୍ଗମାନଙ୍କର ଏପରି ବାତ୍ତାଆଳାପରୁ ଜଣାପଡ଼ୁଥିଲା ଭୋଜି ତ କେବଳ ଗୋଟେ ବାହାନା ଥିଲା । ସଭିଁଏ କିପରି ସବୁ ଜଞ୍ଜାଳରୁ ମୁକ୍ତି ହୋଇ ସ୍କୁଲ ବେଳର ନିସ୍ବାର୍ଥ ପର ସମ୍ପର୍କ ଓ ଭଲ ପାଇବା ସେ କଥାକୁ ଜୀବିତ କରିହେବ ସେଥିପାଇଁ ଏକାଠି ହୋଇଥିଲେ । ଭୋଜିର ଗୋଟେ ନିୟମ ଥିଲା ଯେ କେହି ପରିବାର ସହ ଆସିବେନି । କି ନିଜର ଅଧା ସ୍ତ୍ରୀକୁ ମଧ୍ୟ ଆଣିବେନି । ସେହି ଅନୁସାରେ ଭୋଜି ହେଲା, ଆଉ ୨୪ ଘଣ୍ଟାରୁ ୧୫ ଘଣ୍ଟା ସମସ୍ତେ ଏକାଠି ହୋଇ ମନକଥା କୁହାକୁହି ହେଲେ । ସବୁଠାରୁ ଭୋଜିରେ ଚର୍ଚ୍ଚାରେ ଥିଲେ ପାର୍ଥ । କାରଣ ସାଙ୍ଗ ଗ୍ରହଣରେ ସେ ଥିଲେ ସରଳ ଓ ଲାଜୁଆ ପ୍ରକୃତିର ପିଲାଟିଏ । ଆଜି କିନ୍ତୁ ପାର୍ଥର ସେ ପରିଚୟ ନାହିଁ । ବୟସ ବଢିବା ସହ ପାର୍ଥ ପରିଚୟ ରୋମିୟ ଦ ଲଭର ବୟ ହୋଇସାରିଛି , ଆରେ ଖରାପ ନୁହେଁ ମ ଭଲରେ । ତାର ଲେଖା ଓ ସୃଜନଶୀଳତାରେ ସେ ଅନେକ ସୁନ୍ଦର ତରୁଣୀଙ୍କ ମନ ଜିଣିପାରିଛି । ୧୬ ରୁ ୭୦ ସବୁ ପାର୍ଥ ଲେଖାରେ ସବୁ ଫିଦା । ଏମିତି କେତେ କଣ କହୁଥାଏ ମୁନା । କାରଣ ମୁନା ପରା ସବୁ ସାଙ୍ଗ ଭିତରୁ ପାର୍ଥର ଅତି ଘନିଷ୍ଠ ଥିଲା । ସେ ତା ମନ କଥା ଜାଣେ । ତା ବ୍ୟାଚର ଅନେକ ଝିଅ ପାର୍ଥକୁ ଭଲ ପାଆନ୍ତି, ସେ ଭଲ ପାଇବା ଜୀବନ ପାହାଚର ମଝିରେ ବି ଅତୁଟ ରହିଛି ତାହା ସେଦିନ ଭୋଜିରେ ପାର୍ଥ ନିଜେ ଅନୁଭବ କରିଥିଲା ।

ସତରେ ଜୀବନରେ ସୁଖରେ ରହିବାକୁ ହେଲେ ଭଲ ସାଙ୍ଗର ଆବଶ୍ୟକ ରହିଛି । ଯାହା ସେ ସବୁ କିଛି ସେୟାର କରି ହେଉଥିବ । ତା ପାଇଁ ନା ଦରକାର ଟଙ୍କା ନା ଦରକାର କୌଣସି ସମୟ । କେବଳ ସେ ତମକୁ ବୁଝିବା ଦରକାର ଓ ତମେ ତାକୁ । ଏମିତି କେତେ କଣ ସେଦିନ ଗପିଚାଲିଥିଲା ପାର୍ଥ । ଯାହାକୁ ଶେଷ ପଯ୍ୟନ୍ତ ଶୁଣିଥିଲେ ଚା ପିଉଥିବା ଅନ୍ୟମାନେ । ଆଉ ସମେସ୍ତ ମନେମନେ ଭାବୁଥାଆନ୍ତି, ସତରେ ଆମେ ଏକାଠି ଥିଲୁ ଓ ଏକାଠି ରହିବୁ ।

ସେବା ଆଣିଲା ଟିପା : ସବୁଠି ନବୀନ ଆଉ ନବୀନ, ଶଙ୍ଖମୟ ହେଲା ମୟୂରଭଞ୍ଜର….

() ଗତ 2017 ପଞ୍ଚାୟତ ନିର୍ବାଚନରେ ବିଜେଡି 20 ଜିଲ୍ଲା ଦଖଲ କରିଥିବାବେଳେ ବିଜେପି ଭାଗକୁ ଯାଇଥିଲା  ଜିଲ୍ଲା । ଯାହା ବିଜେପିର ସଫଳତାର ପ୍ରଥମ ସୋପାନ ଥିଲା । ଏହି ପ୍ରଦର୍ଶନ 2019 ସାଧାରଣ ନିର୍ବାଚନରେ ପ୍ରତିଫଳିତ ହେଲା କିଛି ମାତ୍ରାରେ । ପ୍ରମୁଖ ବିରୋଧୀ ଦଳ ହେବା ସହ 8 ସାଂସଦ ଗଲେ ବିଜେପି ଖାତାକୁ । ଏହା ଥିଲା ବିଜେଡି ପାଇଁ ସତର୍କ ଘଣ୍ଟି । ସଂଗଠନ ସମ୍ଭାଳିବା ଦାୟିତ୍ୱ ମିଳିଲା ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ । ଆଉ ଆରମ୍ଭ ହେଲା ସଂଗଠନ ସମ୍ପାଦକଙ୍କ ଯୁଗ ।

 

ପ୍ରତିଦିନ 300ରୁ 400 କିଲୋମିଟର କାରରେ ଯାତ୍ରାରେ କଲେ ପ୍ରଣବ । ମୟୂରଭଞ୍ଜରୁ ମାଲକାନଗିରି । ନାଁ ଶୁଣିଲେ ଦେହ ଥକି ଯିବ । କାରଣ ଯାତ୍ରା ଏତେ ଲମ୍ବା । ହେଲେ ନିଜ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାରିମା ରକ୍ଷା କରିବା ମିଶନରେ ଲାଗି ପଡ଼ିଲେ ସଂଗଠନ ସମ୍ପାଦକ । ପ୍ରଥମେ ବିଜେପିର ପଞ୍ଚାୟତ ଓ ସାଧାରଣ ନିର୍ବାଚନ ଗଡ଼କୁ ଧ୍ବଂସ କରାଗଲା । ଯେଉଁମାନେ ବିଜେପିରୁ ଜିଲ୍ଲା ପରିଷଦ ଜିତିଥିଲେ, ସେମାନେ 2021ରେ ପଦରୁ ଇସ୍ତଫା ଦେଲେ ।

 

ପ୍ରଣବଙ୍କ ଗୋଟି ଚାଳନା କେବଳ ମୟୂରଭଞ୍ଜରେ ସୀମିତ ରହିଲା ନାହିଁ । ସାରା ରାଜ୍ୟରେ ଏପରି ଗୋଟି ଚାଳନା କରାଗଲା ଯେ ପଞ୍ଚାୟତ ଫଳାଫଳ ଦେଶରେ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ପ୍ରଥମ ଦିନର ଟ୍ରେଣ୍ଡରୁ ସ୍ପଷ୍ଟ ହେଉଛି ଯେ ପ୍ରଥମ ଥର ପାଇଁ ଦେଶରେ କୌଣସି ରାଜ୍ୟ ଜିଲ୍ଲା ପରିଷଦ କ୍ଲିନ ସ୍ବିପ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ବସ୍ତ ସେନାପତି ପ୍ରଣବ ଯାହା କରିଛନ୍ତି, ହୁଏତ ଦଳରେ ଅନ୍ୟ କେହି କେବେ କରିଥିବେ ! ନବୀନଙ୍କ ସେବା ବାର୍ତ୍ତା ନେଇ ଗାଁଠାରୁ ସହର ବୁଲି ସଂଗଠନ ସମ୍ଭାଳିଲେ ପ୍ରଣବ । ପୁରା ବିଜେଡ଼ି ଟିମକୁ ଏକାଠି କରି ପ୍ରଣବ ଚଳାଇଲେ ବିଜୟ ର ଗୋଟି l ବରିଷ୍ଠ , କନିଷ୍ଠ ସମସ୍ତ ଙ୍କୁ ସାଙ୍ଗରେ ନେଇ ପୁରା ଓଡିଶରେ  ବିଜେଡି ସଙ୍ଗଠନକୁ ଚଳଚଞ୍ଚଳ କରିବା ସହ ବିରୋଧିଙ୍କ ସବୁ ରଣନୀତିକୁ ଫୁସ୍ କରିଦେଇଥିଲେ l ଫଳରେ ବିରୋଧି ବିଜେପି ଓ କଂଗ୍ରେସ ରୁ କର୍ମୀ ଓ ନେତମାନେ ବିଜେଡିରେ ମିଶିଥିଲେ l ପରିସ୍ଥିତି ଏମିତି ହେଲା ଯେ ବିରୋଧି ଦଳର ମଙ୍ଗୁଆଳ ଓ ନିର୍ବାଚିତ ପ୍ରତିନିଧି ବି ବିଜେଡି ରେ ସାମିଲ୍ ହେଲେ l ଆଉ ତା ପରେ ଆରମ୍ଭ ହେଲା ବିଜେଡିରେ ମିଶ୍ରଣ ସୁନାମୀ l

 

ବିରୋଧୀଙ୍କୁ ବି ନବୀନଙ୍କ ବିକାଶଧାରାରେ ଅନୁପ୍ରାଣିତ କରିବା ସହ ଦଳକୁ କାୟା ବୃଦ୍ଧି କରି ବିଜୁ ପରିବାରକୁ ଆହୁରି ସଶକ୍ତ କରିବାରେ ଅଶୋକ ନନ୍ଦନଙ୍କ ଅବଦାନ ଅତୁଳନୀୟ । ଯାହାକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ବି ମାନିଛନ୍ତି । ହେଲେ ଏତେ ଅନୁଭବୀ ନେତା ଥିବା ସମୟରେ ଯୁବ ଚେହେରା ପ୍ରଣବଙ୍କୁ ରାଜ୍ୟରେ ଶଂଖ ଫୁଙ୍କିବାର ଦାୟିତ୍ବ ଦେଇ ନଥାନ୍ତେ । ଏହି ମ୍ୟାଜିକ୍‌ ଆସନ୍ତା ପୌରରେ ବି ରିପିଟ କରିବାର ଖସଡ଼ା ପ୍ରସ୍ତୁତ ହୋଇସାରିଛି । ଜିତିବାର ମନ୍ତ୍ର ହେଉଛି ଯେ ପ୍ରଣବ ସମସ୍ତଙ୍କୁ ଏକାଠି ନେଇ କାମ କରିବାର କଳା ଭଲ ଭାବେ ଜାଣନ୍ତି । ସବୁ ବେଳେ ସଭିଙ୍କ ଭାଇ ହୋଇ ଛିଡ଼ାହୋଇ ଥିବା ପ୍ରଣବକ ପରିଶ୍ରମକୁ ତୃଣମୂଳ ସ୍ତରର କର୍ମୀ ମାନେ ସହଯୋଗ କଲେ ଫଳରେ ବିଜେଡିକୁ ଇତିହାସର ଏହି ବଡ଼ ସଫଳତା ଆଜି ମିଳିଛି l ନବୀନ ପରି ଓଡିଶାବାସୀଙ୍କୁ ଓ ଦଳୀୟ କର୍ମୀଙ୍କୁ ନିଜର ପରିବାର ସଦସ୍ୟ ଭାବି ପଦ , କ୍ଷମତା ଠାରୁ ଦୂରେଇ ରହି ସବୁବେଳେ ଲୋକଂ ସୁଖ ଦୁଃଖର ସାଥୀ ହୋଇଛନ୍ତି ବିଜେଡି ର କର୍ମୀ ଓ ନେତା ମାନେ l ଆଉ ସେହି ସେବା ଏବେ ବିଜୟ ତିଳକ ହୋଇ ଆସିଛି ନିର୍ବାଚନ ଫଳାଫଳରେ l  ଯାହା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିଜେଡି ସଂଗଠନ ସଂପାଦକ ପ୍ରଣବଙ୍କ ପ୍ରତି ଲୋକଂ ଭଲ ପାଇବା ଜଳ ଜଳ କରି ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରେ ପ୍ରତିଫଳିତ ହୋଇଛି l

Follow us

20,832FansLike
0FollowersFollow
14,700SubscribersSubscribe

Latest news