କିଏ କେଉଁଠି ହେଲେ ଅଧକ୍ଷ…

()ଯାଜପୁର ଜିଲ୍ଲା ପଂଚାୟତ ସମିତି ନିର୍ବାଚନ କିଏ କେଉଁଠି ହେଲେ ଅଧକ୍ଷ…

୧ ବଡ଼ଚଣା- ମିନତୀ ସେନାପତି
୨ ଧର୍ମଶାଳା- ପ୍ରଭାତ ବଳବନ୍ତରାୟ
୩ ରସୁଲପୁର- ଅରୁଣ କୁମାର ରାଉତ
୪ ବରୀ- ଅଶୋକ କୁମାର ଗେଡି
୫ ବିଂଝାରପୁର- ରଞ୍ଜିତା ଦାସ
୬ ଦଶରଥପୁର- ଦିଗାମ୍ବର ମଲ୍ଲିକ
୭ ଯାଜପୁର- ସ୍ବର୍ଣ୍ଣାଲତା ପରିଡା
୮ କୋରେଇ- ଜୟନ୍ତୀ ଦଳେଇ
୯ ଦାନଗଦି- ଅର୍ଚ୍ଚନା ଦାସ
୧୦ ସୁକିନ୍ଦା- ଦିବ୍ୟରଞ୍ଜନ ବରାଳ

ସମସ୍ତେ ବିଜେଡି ଦଳ ସମର୍ଥନରେ ବିଜୟୀ କରିଛନ୍ତି l

ଯାଜପୁର ବ୍ଲକର ମଙ୍ଗ ଧରିଲେ ସ୍ବର୍ଣ୍ଣଲତା…

() ଆଜି ରାଜ୍ୟ ରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଜାରି ରହିଛି। ଯାଜପୁର ବ୍ଲକ ଅଧ୍ୟକ୍ଷ ଭାବେ ନାଥସାହି ପଂଚାୟତ ର ସମିତି ସଭ୍ୟା ସ୍ବର୍ଣ୍ଣଲତା ପରିଡା ଆଜି ନିର୍ବାଚିତ ହୋଇଛନ୍ତି। ଯାଜପୁର ବ୍ଲକ ର 26 ଟି ପଂଚାୟତ ରେ ଅଧିକାଂଶ ସମିତି ସଭ୍ୟା ବିଜୁ ଜନତା ଦଳ ସମର୍ଥିତ ହୋଇଥିବା ରୁ ସ୍ଵର୍ଣଲତା ଏକ ମାତ୍ର ପାର୍ଥିନି ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ। ଫଳରେ ନିର୍ବାଚନ ଅଧିକାରୀ ସ୍ବର୍ଣ୍ଣଲତାଙ୍କୁ ବ୍ଲକ ଅଧକ୍ଷା ଭାବେ ଘୋଷଣା କରିଥିଲେ। ଏହା ପରେ ବ୍ଲକ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ନୂତନ ବ୍ଲକ ଅଧ୍ୟକ୍ଷ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆଗାମୀ ଦିନରେ ସମସ୍ତ ଙ୍କ ସହଯୋଗ ରେ ଯାଜପୁର ବ୍ଲକ ର ବିକାଶ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ପଦ୍ମାକର ଗୁରୁ…

( )ରାଜ୍ୟ ସରକାର ହିଂସା ଓ ଉପଦ୍ରବକାରୀଙ୍କୁ ପ୍ରୋତ୍ସାହିତ କରିବା ପରିବର୍ତେ ଦୃଢ଼ ହସ୍ତରେ ଦମନ କରିବାକୁ ରାଜ୍ୟ କଂଗ୍ରେସର ଦାବି।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡ଼ିରୁ ବହିସ୍କାର କରିବା ସହିତ ଲୋକଙ୍କୁ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ କରିବା ଘଟଣାରେ ଜାତୀୟ ନିରାପତା ଆଇନ ବଳରେ ଗିରଫ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାକୁ ଦାବି କଲା କଂଗ୍ରେସ।

{ }ଆଜି ଏକ ଅଭାବନୀୟ ଘଟଣାକ୍ରମରେ ସମଗ୍ର ରାଜ୍ୟକୁ ଲଜ୍ଜିତ କଲାଭଳି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ସାଧାରଣ ଜନତାଙ୍କ ଉପରେ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ କରିବା ଘଟଣାକୁ ପ୍ରଦେଶ କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ପଦ୍ମାକର ଗୁରୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି । ସାଧାରଣ ଜନତାଙ୍କୁ ନିଜେ ମଦ୍ୟପାନ କରି ଅତି ଅମାନୁଷିକ ଭାବେ ଗାଡ଼ି ଚଢ଼ାଇ ୭ଜଣ ପୋଲିସ କର୍ମଚାରୀଙ୍କ ସହିତ ୧୫ରୁ ଅଧିକ ନିରୀହ ଜନତାଙ୍କୁ ଗମ୍ଭିର ଭାବେ ଆହତ କରିବା ଘଟଣା ଓଡ଼ିଶାର ରାଜନୈତିକ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଉପାୟରେ ଚାଲିଥିଲା ବେଳେ ବିଧାୟକ ସେଠାରେ ପହଂଚି ଅତ୍ୟନ୍ତ ଅମାନୁଷିକ ଭାବେ ଜୋରଜବରଦସ୍ତ ବ୍ଲକ ଅଫିସ ଭିତରକୁ ନିଜର ଏସ୍‌ୟୁଭି କାର ସହିତ ଧସେଇ ପସିବା ପାଇଁ ଉଦ୍ୟମ କରି ଉପସ୍ଥିତ ସାଧାରଣ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ଯାହା ଫଳରେ ୨୨ ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଭଳି ଘୃଣ୍ୟ କାର୍ଯ୍ୟକୁ ଶ୍ରୀଯୁକ୍ତ ଶତପଥି କଡ଼ା ନିନ୍ଦା କରିବା ସହିତ କହିଥିଲେ ଯେ ଚିଲିକା ନିର୍ବାଚନ ମଣ୍ଡଳୀ ବାସୀ ଏଭଳି ବ୍ୟକ୍ତିଙ୍କୁ ନିଜର ପ୍ରତିନିଧି ଭାବରେ ନିର୍ବାଚିତ କରି ବିଧାନସଭାକୁ ପଠାଇଥିବାରୁ ଆଜି ନିଶ୍ଚୟ ଲଜ୍ଜିତ ଅନୁଭବ କରୁଥିବେ । ବିର ସ୍ୱାଧୀନତା ସଂଗ୍ରାମୀ କୃତିବାସ ପାଟ୍ଟଶାହାଣୀ ଓ ପଣ୍ଡିତ ଶ୍ରୀ ଗୋଦାବରିଶ ମିଶ୍ରଙ୍କ ଜନ୍ମ ମାଟିରେ ଏଭଳି ଘୃଣ୍ୟ, ନିନ୍ଦନୀୟ ଓ ଅମାନବିୟ ଘଟଣା ଖାଲି ଓଡ଼ିଶା ନୁହେଁ ସମଗ୍ର ଦେଶକୁ ସ୍ତବ୍ଧ କରିଛି । କେଉଁ ଅଦୃଶ୍ୟ ଶକ୍ତିର ବଳରେ ବଳିଆନ ହୋଇ ବିଧାୟକ ଜଗଦେବ ଲଗାତର ଭାବରେ ତାଙ୍କର ଗୁଣ୍ଡାଗିରୀ ବିଭିନ୍ନ ସମୟରେ ଏକାଧିକବାର କରିଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ଦଳରୁ ବହିସ୍କାର କରିବା ସହିତ ତାଙ୍କର ବିଧାୟକ ପଦକୁ ରଦ୍ଦ କରିବାପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିବାପାଇଁ କଂଗ୍ରେସ ଦାବି କରିଛି । ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ତୁରନ୍ତ ବିଧାୟକ ଜଗଦେବଙ୍କୁ ଏନଏସ୍‌ଏରେ ଗିରଫ କରିବା ସହିତ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ବହିସ୍କାର କରିବେକି? ପଂଚାୟତ ନିର୍ବାଚନ ସମୟରେ ଯେଉଁ ହିଂସାର ବାତାବରଣ ସମଗ୍ର ଓଡ଼ିଶାବାସୀ ଦେଖିଥିଲେ ସମାନ କଥା ପୁର୍ନବାର ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସମୟରେ ଦେଖିବାକୁ ମିଳିଲା ଏବଂ ଆଶଙ୍କା କରାଯାଉଛି କି ମୁନିସ୍‌ପାଲଟି ନିର୍ବାଚନରେ ମଧ୍ୟ ଏଭଳି ହିଂସା ସଂଗଠିତ ହୋଇପାରେ । ରାଜ୍ୟ ନିର୍ବାଚନ କମିଶନ ଏବଂ ପୋଲିସ ଡିଜି ଅନ୍ଧ ଧୃତରାଷ୍ଟ୍ରଭଳି ବ୍ୟବହାର ନକରି ଅପରାଧିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେ ଦାବି କରିଥିଲେ । ଦୀର୍ଘ ୨୨ ବର୍ଷର ଶାସନ ବ୍ୟବସ୍ଥା ଭିତରେ ରାଜନୀତିରେ ଅପରାଧିକରଣକୁ ପ୍ରୋତ୍ସାହିତ କରିବା ଓ ଅପାରଧିକ ତତ୍ୱଙ୍କ ଉପରେ କଡ଼ାକାର୍ଯ୍ୟାନୁଷ୍ଠାନ ନନେବା ଯୋଗୁଁ ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ୨୦୧୯ ସାଧାରଣ ନିର୍ବାଚନ ସମୟରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଘସିପୁରା ବିଧାୟକଙ୍କ ପୁଅ ଏବଂ ତାଙ୍କ ସମର୍ଥକ ମାନଙ୍କର ମରଣାନ୍ତକ ଆକ୍ରମଣ ଉପରେ ମୁଖ୍ୟମନ୍ତ୍ରୀ ମୌନବ୍ରତ ଧାରଣ କରିଥିଲେ । ବର୍ତମାନ ଚିଲିକା ବିଧାୟକଙ୍କ ଅମାନୁଷିକ କାର୍ଯ୍ୟକଳାପକୁ ନେଇ ମୁଖ୍ୟମନ୍ତ୍ରୀ ନିରବ ରହିବା ରାଜ୍ୟବାସୀଙ୍କୁ ବିସ୍ମିତ କରୁଛି । ଆମର ଦାବି ତୁରନ୍ତ ଏଭଳି ଅପରାଧିକ ମାନସିକତାର ବ୍ୟକ୍ତିବିଶେଷଙ୍କ ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ସାଧାରଣରେ ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରାଯାଉ ।

ମୁଖ୍ୟ ଶାସନ ସଚିବଙ୍କ ପୁରୀଜିଲ୍ଲା ଗସ୍ତ…

{ }ମୁଖ୍ୟ ଶାସନ ସଚିବଙ୍କ ପୁରୀଜିଲ୍ଲା ଗସ୍ତ

ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ନିର୍ଦ୍ଦେଶ।

()ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପୁରୀ ଏକ ଉପକୂଳବର୍ତ୍ତି ଜିଲ୍ଲା ହୋଇଥିବାରୁ ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ବୃକ୍ଷରୋପଣ ନିମନ୍ତେ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି । ଅସ୍ତରଙ୍ଗ ଓ କାକଟପୁର ସମେତ ଜିଲ୍ଲାର ସମସ୍ତ ସମୁଦ୍ର କୂଳିଆ ଅଞ୍ଚଳ, ବନଖଣ୍ତ-ଅଭୟାରଣ୍ୟ, ପୁରୀ- କୋଣାର୍କ ମେରାଇନ ଡ୍ରାଇଭ ରୋଡ,ନୂଆ ମୁହାଣ ଅଞ୍ଚଳ, ପୁରୀ- ସାତପଡା ଓ ଜାତୀୟ ରାଜପଥ ଏବଂ ଜିଲ୍ଲାର ଅନ୍ୟାନ୍ୟ ସହରାଞ୍ଚଳରେ ବୃକ୍ଷରୋପଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ବର, ଅଶ୍ବସ୍ତ, ଆକାଶିଆ, କାଜୁ ଓ ଝାମୁ ଗଛ ଲଗାଇବା, ମୃତ୍ତିକା କ୍ଷୟ ରୋକିବା, ବାଲିବନ୍ଧ ସୁରକ୍ଷା ଏବଂ ଅସ୍ତରଙ୍ଗର ତଣ୍ତାଘର ଅଞ୍ଚଳକୁ ସମୁଦ୍ରପାଣି ପ୍ରବେଶ ରୋକିବା ନିମନ୍ତେ କିଆବାଡ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଗତବର୍ଷ ଜିଲ୍ଲାରେ ୧୭୮୩୭୫ଟି ଚାରାରୋପଣ ସହ ୧୪୬୦୦ ଚାରା ବଣ୍ଟନ କରାଯାଇଛି । ଆସନ୍ତା ଆର୍ଥିକ ବର୍ଷରେ ୭୭୧.୧ ହେକ୍ଟର ଅଞ୍ଚଳରେ ୬୮୫୨୫୦ ଚାରା ରୋପଣ ନିମନ୍ତେ ଲକ୍ଷ ରଖାଯାଇଥିବା ଜିଲ୍ଲା ବନଖଣ୍ତ ଅଧିକାରୀ ସୂଚନା ଦେଇଥିଲେ ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଡିଏଫ୍ଓ ଶ୍ରୀ ପି. ର‍ମାସ୍ବାମୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଶାନ୍ତ କୁମାର ଦାସ, ୱାଟକୋ ଜେନେରାଲ ମ୍ୟାନେଜର ଶ୍ରୀ ଶରତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ମିଶନ ୧୮ରୁ ୧୮ ….

()ଓଡିଶାର ସର୍ବ ପୁରାତନ ପୌର ପରିଷଦ ହେଉଛି ଯାଜପୁର ପୌର ପରିଷଦ । ଏହି ପୌର ପରିଷଦ ମୋଟ ୧୮ଟି ଓ୍ବାର୍ଡ଼କୁ ନେଇ ଗଠିତ । ନୂଆ ରୂପରେ ଯାଜପୁର ସହରକୁ ଗଢି ତୋଳିବା ପାଇଁ ୨୦୦୯ ମସିହାରୁ ନୂତନ ଯାଜପୁରର ବିନ୍ଧାଣୀ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ପ୍ରୟାସ ଜାରୀ ରଖିଛନ୍ତି । ଜିଲ୍ଲାରେ ବିକାଶମୂଳକ କାଯ୍ୟକ୍ରମ ବି ଦ୍ରୁତ ଗତିରେ ଚାଲିଛି । କିଛି ବର୍ଷ ତଳେ ଯାଜପୁର ପୌର ପରିଷଦ ୧୫୦ ତମ ଜନ୍ମ ଦିନ ପାଳନ କରିଥିଲା । ସହରର ସୌନ୍ଦଯ୍ୟକରଣ, ରାସ୍ତାଘାଟ, ମେଡ଼ିକାଲ, ନୂତନ ଦୋକାନ ଘର, ଡ୍ରେନ ବ୍ୟବସ୍ଥା ସହ ସହରର ଟ୍ରାଫିକ ଜାମକୁ ଏଡ଼ାଇବା ପାଇଁ ରିଙ୍ଗରୋଡ ରାସ୍ତା । ଯାଜପୁର ସହରକୁ ସୁନ୍ଦର କରି ଗଢି ତୋଳିବାକୁ ସହରବାସୀଙ୍କ ସହଯୋଗ ଓ ପରିଷ୍କାର ପରିଚ୍ଛନତାକୁ ଅଧିକ ଫୋକସ କରାଯାଇଛି । ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନୂଆ ଯାଜପୁର ସହର ଗଢି ତୋଳିବାର ପ୍ରୟାସକୁ ଗ୍ରାଉଣ୍ଡରେ ବାସ୍ତବ ରୂପ ଦେବାରେ ଦିନରାତି ଏକ କରିଛନ୍ତି ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ l ଏଥିପାଇଁ ଭବ ଅକ୍କାନ୍ତ ପରିଶ୍ରମ କରି ସହରକୁ ଧୀରେଧୀରେ ନୂଆରୂପରେ ଗଢ଼ିତୋଳୁଛନ୍ତି ।

ଏବେ ପୁଣି ସମୟ ଆସିଛି ଯାଜପୁର ସହରବାସୀ ପ୍ରତି ଓ୍ବାର୍ଡ଼ରେ ନୂଆ ନେତା ବାଛିବେ । ପ୍ରଥମଥର ଲାଗି ପାରମ୍ପରିକ ରାଜନୀତିକୁ ଦୂରେଇ ବିଧାୟକ ନୂଆ ନେତୃତ୍ବ ହାତରେ ସହରକୁ ଗଢିବାକୁ ପ୍ରୟାସ କରିଛନ୍ତି । କ୍ଷମତାଶାଳୀ, ବଂଶବାଦକୁ ବାଦ ଦେଇ ସାଧାରଣ ଯାଜପୁରିଆଟିଏ କିପରି ସହରବିକାଶ କରିବାକୁ ଚାହୁଛି ତାହାର ପରୀକ୍ଷା ପୌର ନିର୍ବାଚନରେ ନେଇଛନ୍ତି ବିଧାୟକ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ କଥାରେ ସରକାର ଚାଲିବ ଓ ଲୋକେ ଯେପରି ବିକାଶ ଚାହୁଛନ୍ତି ତାହାକୁ ବାସ୍ତବ ରୂପ ଦେବା ଉପରେ ମୁଖ୍ୟମନ୍ତ୍ରୀ ସବୁବେଳେ ଦଳୀୟ ନେତାଙ୍କୁ ପରାମର୍ଶ ଦେଉଥିବାରୁ ଏହି ଅଭିଯାନକୁ ଯାଜପୁରରେ ଜୋରଦାର କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପୌର ନିର୍ବାଚନରେ ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ପ୍ରଚାର ଯାଏ ସବୁ ଲୋକଙ୍କ ମତ ଅନୁସାରେ କରାଯାଉଛି । ରାଜନୀତିରୁ ଉର୍ଦ୍ଧ୍ଵରେ ରହି ଯେଉଁମାନେ ଲୋକସେବା କରୁଛନ୍ତି ସେମାନଙ୍କୁ ବିଜେଡି ପୌର ନିର୍ବାଚନରେ ପ୍ରାର୍ଥୀ କରିଛି । ସେ ପୌରଧ୍ୟକ୍ଷ ହୁଅନ୍ତୁ ଅବା ଓ୍ବାର୍ଡ଼ କାଉନ ସିଲର । ସବୁଥୀରେ ତାହା ପ୍ରତିଫଳିତ ହୋଇଛି । ଯାଜପୁର ସହରର ସ୍ବଂୟ ସହାୟକ ମଞ୍ଜୁଲତା ହୋତା ଙ୍କୁ ପୌରାଧ୍ୟକ୍ଷ ପ୍ରାର୍ଥୀ କରିବା ଓ ୧୨ ନମ୍ବର ଓ୍ବାର୍ଡର ଉଚ୍ଚଶିକ୍ଷତ ଚା ଦୋକାନୀ ରାଜୀବ ବେହେରାଙ୍କୁ କାଉନସିଲର ପ୍ରାର୍ଥୀ କରିବା ନିଷ୍ପତି । ସବୁଥିରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଯୁବ ନେତା ଭବ ପ୍ରସାଦ ଦାସ ଙ୍କ ଏପରି ଚିନ୍ତାଧାରା ସହରବାସୀଙ୍କୁ ଚକିତ କରିଛି । ରାଜନୀତି ଯେ କେବଳ ପରିବାରବାଦ କି ଧନି , କ୍ଷମତାଶାଳୀ ବ୍ୟକ୍ତି କରିବେ ତାହା ନୁହେଁ, ସମାଜସେବା କରିବା ମନବୃତ୍ତି ଯାହାର ଅଛି ସେ ନେତୃତ୍ବ ନେବ , ତାହା ଏଥର ପ୍ରଣବ ଯାଜପୁର ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀ କରିବା ନିଷ୍ପତିରେ ସାରା ଓଡ଼ିଶାକୁ ସଙ୍କେତ ଦେଇଛନ୍ତି । ବିଧାୟକଙ୍କ ଏପରି ନିଷ୍ପତି ଏବେ ପୁରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ।

ଏଥର ପୌର ନିର୍ବାଚନରେ ଯାଜପୁର ସହରରେ ୧୮ରୁ ୧୮ କାଉନସିଲର ବିପୁଳ ଭୋଟରେ କିପରି ଜିତିବେ ସେଥିପାଇଁ ପୁରା ସହରବାସୀ ଲାଗିପଡ଼ିଛନ୍ତି । ନିଜେ ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ଘନଘନ ବିଭିନ୍ନ ଓ୍ବାର୍ଡ଼ରେ ବୈଠକ କରି ଲୋକଙ୍କ ମତାମତ ନେଉଛନ୍ତି । ସହରର ଯେଉଁ ବିକାଶ ହେଉଛି ସେଥିରେ ପ୍ରତ୍ୟେକ ଲୋକ କିପରି ଯୋଡ଼ି ହୋଇ ଜଣେ ଜଣେ ବିନ୍ଧାଣୀ ହେବେ ସେ କାମରେ ସେ ସଭିଙ୍କ ସହଯୋଗ ଲୋଢିଛନ୍ତି । କାରଣ ନିର୍ବାଚନ ନୁହେଁ, ସବୁବେଳେ ଲୋକଙ୍କ ସୁଖ ଓ ଦୁଃଖର ସାଥୀ ହୋଇ ଛିଡ଼ାହୋଇଥିବା ଭବଙ୍କୁ ବିଭିନ୍ନ ଓ୍ବାର୍ଡ଼ର ବୈଠକରେ ଲୋକଙ୍କ ଶତ ପ୍ରତିଶତ ଜନ ସମର୍ଥନ ମିଳୁଛି । ଯାହା ସଙ୍କେତ ଦେଉଛି ଏଥର ବି ଯାଜପୁର ପୌର ପରିଷଦ ନିର୍ବାଚନ ରେ ବିଜେଡି ୧୮ରୁ ୧୮ କାଉନ lସିଲର ସିଟ ଦଖଲ କରିବ । ସବୁ ଓ୍ବାର୍ଡ଼ରେ ଏକପାଖିଆ ଭୋଟ ହେବ ବୋଲି ଯାଜପୁର ସହରର ପ୍ରତ୍ୟେକ ବ୍ୟକ୍ତି ଏବେ କୁହାକୁହି ହେଉଛନ୍ତି । ଶାସକ ବିଜେଡିର ଏପରି ଦବଦବା ଆଗରେ ଧରାଶାୟୀ ହୋଇଛନ୍ତି ବିରୋଧ । କାରଣ ଏଥର ଯାଜପୁର ନିର୍ବାଚନରେ କଥା କହିବ ବିକାଶ ଆଉ ବିକାଶ । ମାର୍ଚ୍ଚ ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନର ମାହୋଲ ସହରର ରାଜନୀତିକୁ ଉଷ୍ମ କରୁନି ବଂର , ଯାଜପୁର ସହରର ଭାଇଚାରକୁ ଆହୁରି ମଜବୁତ କରୁଛି ।

314 ବ୍ଲକ ରୁ 90 ପ୍ରତିଶତ ବିଜେଡି ଅକ୍ତିଆର କରିବ ବିଜେଡି… ବୋଲି କହିଲେ ବିଜେଡି ଉପ ସଭାପତି ଦେବୀ ମିଶ୍ର..

()ବିଜେପି ସରକାର ଥିବା ଚାରି ରାଜ୍ୟରେ ପୁଣି ଥରେ ସରକାର ଗଠନ କରିଛି । ଅର୍ଥାତ ସେଠାରେ ବିଜେପିର ରିପିଟ ହୋଇଛି । ମାତ୍ର ଜାତୀୟ ସ୍ତରର ରାଜନୈତିକ ଷ୍ଟ୍ରାଟେଜି ବା ଲହର ଆଞ୍ଚଳିକ ସ୍ତରରେ କୌଣସି କାମ ଦେଇନାହିଁ । ପଶ୍ଚିମବଙ୍ଗ ଓ ଓଡିଶା ଭଳି ଅନେକ ରାଜ୍ୟରେ ଆଞ୍ଚଳିକ ଦଳ ମାନଙ୍କର ବେଶ ଦବଦବା ରହିଛି । ତେଣୁ 5 ରାଜ୍ୟର ଏହି ଫଳାଫଳ ରାଜ୍ୟ ରାଜନୀତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବିଶେଷ କରି ପୌର ନିର୍ବାଚନ ରେ ଏହାର କୌଣସି ପ୍ରତିଫଳନ ହେବ ନାହିଁ। ମାତ୍ର ଯେଉଁ ରିପିଟ ବିଜୟ ହେଲା ତାହା କର୍ମୀ ମାନଙ୍କ ମନୋବଳ ବଢ଼େଇବ ଏବଂ ସେମାନେ ଉତ୍ସାହିତ ହେବେ । ସେମାନଙ୍କ ପାଇଁ ଏଇଟା ବୁଷ୍ଟର ଡୋଜ ସଦୃଶ । ହେଲେ ଜନମତ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ରହିଛି ।ପଞ୍ଚାୟତ ନିର୍ବାଚନ ଯେଉଁ ଭଳି ବିଜୟ ହୋଇଛି ବ୍ଲକ ଚେୟାରମ୍ୟାନ କ୍ଷେତ୍ରରେ ବି ଆମେ 90 ପ୍ରତିଶତ ଅଧିକାର କରିବୁ । 314 ବ୍ଲକ ରୁ 90 ପ୍ରତିଶତ ବିଜେଡି ଅକ୍ତିଆର କରିବ ।

ଦେବୀ ମିଶ୍ର , ବିଜେଡି ଉପ ସଭାପତି

କେଉଁ ଦଳ ହାତେଇବ ସର୍ବାଧିକ ବ୍ଲକ ଅଧ୍ୟକ୍ଷ ପଦ…

()ପଂଚାୟତ ନିର୍ବାଚନରେ ପରେ ଏବେ ବ୍ଲକ ଅଧ୍ୟକ୍ଷ ପଦକୁ ନେଇ ଲଢେଇ। କେଉଁ ଦଳ ହାତେଇବ ସର୍ବାଧିକ ବ୍ଲକ ଅଧ୍ୟକ୍ଷ ପଦ। ଏହାକୁ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ।
ପଞ୍ଚାୟତ ନିର୍ବାଚନ ଯେଉଁ ଭଳି ବିଜୟ ହୋଇଛି ବ୍ଲକ ଚେୟାରମ୍ୟାନ କ୍ଷେତ୍ରରେ ବି ଆମେ 90 ପ୍ରତିଶତ ଅଧିକାର କରିବୁ ବୋଲି ଶାସକ ଦଳ ଦୃଢ଼ ଦାବି ଉପସ୍ଥାପନ କରିଛି । 314 ବ୍ଲକରୁ 90 ପ୍ରତିଶତ ବିଜେଡି ଅକ୍ତିଆର କରିବ ବୋଲି କହିଛି ଦଳ।ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ କହିବା କଥା ପୁଲିସ ଏବେ ଶାସକ ଦଳର ଗୁଣ୍ଡା ଓ କର୍ମୀ ସାଜିଛି । ବ୍ଲକ ଚେୟାରମ୍ୟାନ ପଦବୀ ହାତେଇବା ଲାଗି ପୁଲିସ କଳର ବ୍ୟବହାର କରୁଛି ବିଜେଡି ବୋଲି ତାରା ଅଭିଯୋଗ କରିଛନ୍ତି। ଜଗଦଲପୁରରେ କଂଗ୍ରେସର ସମିତି ସଭ୍ୟଙ୍କୁ ତେନ୍ତୁଳିଖୁଣ୍ଟି ଆଇଆଇସି ଜୟପୁରର କିଛି ଗୁଣ୍ଡାଙ୍କ ସହ ମିଶି ସମିତି ସଭ୍ୟଙ୍କୁ ବନ୍ଧୁକ ଦେଖାଇ ଡରାଇ ଧରିକି ଆଣି ରଖିଛନ୍ତି । ଆଇଆଇସିଙ୍କୁ ଗିରଫ କରାଯିବା ଉଚିତ ବୋଲି କହିଛନ୍ତି ତାରା। ଆଜି ଏସପିଙ୍କୁ ଦେଖାକରି ଅଭିଯୋଗ କରାଯାଇଛି । ଡିଜି ଏଥିରେ ହସ୍ତକ୍ଷେପ କରିବା ଉଚିତ ବୋଲି ସେ କହିଛନ୍ତି। ସେପଟେ ବିଜେପିର କହିବା କଥା ଶାସକ ଦଳ ଉଲ୍ଲସିତ ହେଉଛି ଜିଲ୍ଲା ପରିଷଦରେ ଅଭୂତପୂର୍ବ ସଫଳତା ପାଇଁ। କିନ୍ତୁ ସରପଞ୍ଚ ସମିତି ସଭ୍ୟକୁ ଦେଖାଗଲେ ସେମାନେ ସେତେ ଭଲ କରିନାହାନ୍ତି। ଯେଉଁଥିପାଇଁ କିଣାବିକା, ଧମକ ଚମକ କରି ବ୍ଲକ ଚେୟାରମ୍ୟାନ କରିବା ପାଇଁ ଚାହୁଁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। କିନ୍ତୁ ଭାରତୀୟ ଜନତା ପାର୍ଟି ଭଲ କରିବ। ପୌର ନିର୍ବାଚନରେ ଭଲ ଫଳ କରିବ। ସହରର ସାଧାରଣ ଲୋକ ସଚେତନ ଲୋକ।ବ୍ଲକରେ ପରୋକ୍ଷ ନିର୍ବାଚନ ହୋଇଥାଏ। ଶାସକ ଦଳ ୯୦ ପ୍ରତିଶତ କଥା କହୁଛନ୍ତି କିଣାବିକା କରୁଥିବାରୁ କହୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଜିଲ୍ଲା ପରିଷଦ କ୍ଷେତ୍ରରେ ବ୍ୟାପକ କ୍ଷତି ସହିଥିବା ବିରୋଧୀଙ୍କ ନଜର ଏବେ ବ୍ଲକ ଅଧ୍ୟକ୍ଷ ଉପରେ। କିନ୍ତୁ ଏଥିରେ ବି ବିଜେଡି 90 ପ୍ରତିଶତ ପଦ ହାତେଇବା କଥା କହୁଥିବାରୁ ବିରୋଧୀ ଶିବିରରେ ଭାଲେଣି ପଡିଛି।

5 ରାଜ୍ୟର ନିର୍ବାଚନ ଫଳାଫଳ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ପ୍ରତିକ୍ରିୟା…

( )ସମଗ୍ର ଭାରତ ବର୍ଷରେ ମୋଦୀଙ୍କ ଯୋଜନା ଓ ମୋଦୀଙ୍କ କାମକୁ ଲୋକେ ଗ୍ରହଣ କରୁଛନ୍ତି । ନିର୍ବାଚନ ରେ ଜନ ସମର୍ଥନ ମିଳୁଛି । ଏହା ପ୍ରମାଣ କରୁଛି ମୋଦୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ସ୍ଥାପନ କରୁଛନ୍ତି ଭାରତ ବାସୀ । ବିଶେଷ କରି ଡବଲ ଇଞ୍ଜିନର ସରକାର ଯେଉଁଠି ଅଛି ସେଠି ଲୋକେ ଅଧିକ ବେନିଫିଟ ପାଇଛନ୍ତି । ସେ ଦୃଷ୍ଟିରୁ ସରକାର ସବୁ ରିପିଟ ହେଉଛି । ମୋଦୀଙ୍କର ଲୋକପ୍ରିୟତା ଏବଂ ବିଶେଷ କରି ଉତ୍ତର ପ୍ରଦେଶରେ ଯୋଗୀଙ୍କର 5 ବର୍ଷର ସୁ ଶାସନ ଆସ୍ଥା ସ୍ଥାପନ କରେଇଛି । ସମାଜର ସବୁ ବର୍ଗର ଲୋକେ ବିଜେପି ପ୍ରତି ଆସ୍ଥା ସ୍ଥାପନ କରି ମୋଦୀଙ୍କ ସହ ଛିଡା ହୋଇଛନ୍ତି । ମହିଳା ମାନଙ୍କ କଲ୍ୟାଣର କାର୍ଯ୍ୟକ୍ରମ ଏବଂ ନାରୀ ଶକ୍ତିକୁ ଯେଉଁଭଳି ପ୍ରାଧାନ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନିଶ୍ଚିତ ରୂପେ 5 ରାଜ୍ୟର ଫଳାଫଳ ହେଉଛି ତାହାର ପ୍ରତିଫଳନ । ସମଗ୍ର ଭାରତ ବର୍ଷର ନାରୀ ଶକ୍ତି ବିଜେପି ସହ ଅଛନ୍ତି ।

ଓଡ଼ିଶାରେ ଏହାର କଣ ଇମ୍ପାକଟ ପଡିବ ପ୍ରଶ୍ନରେ ଉତ୍ତର
ବିଜେପି ଓଡ଼ିଶାରେ ଓଡ଼ିଆ ଲୋକଙ୍କ ହକ ପାଇଁ ଲଢେଇ କରୁଛି । ଲୋକ ମଧ୍ୟ ଆମକୁ ସେ ଦାୟିତ୍ୱ ଦେଇଛନ୍ତି । ଆମ ଦାୟିତ୍ୱ ପ୍ରତି ଆମେ ସଚେତନ ଅଛୁ ଓଡ଼ିଆ ଲୋକଙ୍କ ସ୍ଵାର୍ଥ ପାଇଁ ଲଢେଇ ଜାରି ରହିବ । ନିର୍ବାଚନ ଏକ ରାଜନୈତିକ ଦଳର ପରୀକ୍ଷା ଥାଏ । ଗଣତନ୍ତ୍ରରେ ଜନତା ହେଲେ ମାଲିକ ।ଆମେ ଜନତାଙ୍କ ପାଖକୁ ଯାଉଛୁ ଲୋକଙ୍କ ଆସ୍ଥା ଭାଜନ ହେବୁ । ବିଶେଷ କରି ସହରାଞ୍ଚଳରେ ଏହାର ପ୍ରତିଫଳନ ହେବ ବୋଲି ଆଶା ରଖିଛୁ ।

ଗଣମାଧ୍ୟମ ରେ ଏମିତି କଣ କହିଦେଲେ ତାରା…

( ) 5 ରାଜ୍ୟର ଫଳାଫଳ ଓଡ଼ିଶାରେ କଂଗ୍ରେସ ଦଳ ଉପରେ କୈଣସି ପ୍ରଭାବ ପଡିବନି । ବିଜେଡ଼ି ଉପରେ ପ୍ରଭାବ ପଡ଼ିବ । 5 ରାଜ୍ୟରେ କଂଗ୍ରେସ ହାରିବାର କାରଣ ହେଲା, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଯେଉଁଭଳି ତତ୍ପରତା ଦେଖାଉଛନ୍ତି, ଆମ ଦଳ ନେତାଙ୍କର କିନ୍ତୁ ସେ ତତ୍ପରତା ନାହିଁ । ଆମର ଦଳୀୟ ନେତା ହି ବିଶୃଙ୍ଖଳାର କାରଣ । ବିଧାୟକ, ସାଂସଦ ହେଲା ପରେ ସେମାନେ ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରନ୍ତି । ମୁଖ୍ୟମନ୍ତ୍ରୀ ହେବ ପାଇଁ ସଭିଏଁ ଚାହୁଁଛନ୍ତି । କେହି ଦଳ କଥା ଚିନ୍ତା କରୁନାହାନ୍ତି । ନିଜେ ହାରୁଛନ୍ତି, ତଥାପି ତ୍ରୁଟିକୁ ଦେଖୁନାହାନ୍ତି । ପଞ୍ଜାବରେ ହାରିବାର ମୁଖ୍ୟ କାରଣ, ମୁଖ୍ୟମନ୍ତ୍ରୀ ପାଇଁ ନେତାଙ୍କ ଦୌଡ଼ । ତାଙ୍କ ବିରୋଧରେ ହାଇକମାଣ୍ଡ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ତାହେଲେ କଂଗ୍ରେସ ଦଳ ପୁଣି ସରକାରକୁ ଆସିବ । ନିଜ ଭୁଲ ନିଜେ ସୁଧାରିଲେ, ଲୋକ ପୁଣି ଆମକୁ ଆପଣାଇବେ ।
ମୁଖ୍ୟମନ୍ତ୍ରୀ ପଦବୀ ହିଁ କଂଗ୍ରେସ ଦଳକୁ ଗ୍ରାସ କରିଯାଇଛି । ଓଡ଼ିଶାରେ ଯଦି କୌଣସି କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀ, ପିସିସି ପଦ ଲାଗି ଦୌଡ଼ିବେନି, କଂଗ୍ରେସ ଭଲ ପ୍ରଦର୍ଶନ କରିବ । ଆମେ ଲୋକଙ୍କ ପାଖକୁ ଯାଇପାରୁନୁ । ଯେଉଁଥିପାଇ ଅନ୍ୟ ଦଳ ମହିଳା ଭୋଟରଙ୍କୁ ହାତେଉଛନ୍ତି । କିନ୍ତୁ କଂଗ୍ରେସ ସବୁ ଯୋଜନା କରିଥିଲା, ଏବେ ବିଜେପି, ବିଜେଡି ସେସବୁ ନିଜ ନାମରେ କରି ତାର ଫାଇଦା ନେଉଛନ୍ତି । କେବଳ ରାହୁଲ ଗାନ୍ଧୀ ଆସିଲେ, ସରକାର ଗଢ଼ି ଦେବନି । ନେତାଙ୍କୁ ଲୋକଙ୍କ ସମସ୍ୟା ସହ ଜଡ଼ିତ ହେବାକୁ ପଡ଼ିବ । ଖାଲି ଘରେ ବସି ରହିଲେ ହେବନି ।
ପୌର ନିର୍ବାଚନ କଂଗ୍ରେସ ସପକ୍ଷରେ ଯିବ । କଂଗ୍ରେସ ଭଲ ପ୍ରଦର୍ଶନ କରିବ । ବିଜେପି କିଛି କରିପାରିବ ନାହିଁ ଓଡ଼ିଶାରେ । ସେ ଖାଲି ୟୁପି ଓ ଏମପିରେ କରିବ, ଓଡ଼ିଶାରେ କିନ୍ତୁ ଶୂନ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସାଙ୍ଘାତିକ ଅଭିଯୋଗ । ପୁଲିସ ଏବେ ଶାସକ ଦଳର ଗୁଣ୍ଡା ଓ କର୍ମୀ ସାଜିଛି । ବ୍ଲକ ଚେୟାରମ୍ୟାନ ପଦବୀ ହାତେଇବା ଲାଗି ପୁଲିସ କଳର ବ୍ୟବହାର କରୁଛି ବିଜେଡି । ଜଗଦଲପୁରରେ କଂଗ୍ରେସର ସମିତି ସଭ୍ୟଙ୍କୁ ତେନ୍ତୁଳିଖୁଣ୍ଟି ଆଇଆଇସି ଜୟପୁରର କିଛି ଗୁଣ୍ଡାଙ୍କ ସହ ମିଶି ସମିତି ସଭ୍ୟଙ୍କୁ ବନ୍ଧୁକ ଦେଖାଇ ଡରାଇ ଧରିକି ଆଣି ରଖିଛନ୍ତି । ଆଇଆଇସିଙ୍କୁ ଗିରଫ କରାଯିବା ଉଚିତ । ଆଜି ଏସପିଙ୍କୁ ଦେଖାକରି ଅଭିଯୋଗ କରାଯାଇଛି । ଡିଜି ଏଥିରେ ହସ୍ତକ୍ଷେପ କରିବା ଉଚିତ ।

ଦଳମତରୁ ଉପରକୁ ଉଠି କାମ କଲେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା – ନବୀନ ପଟ୍ଟନାୟକ..

( )ହିଞ୍ଜିଳି, ଶେରଗଡର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା।

ବିକାଶ ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

ଦଳମତରୁ ଉପରକୁ ଉଠି କାମ କଲେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା – ନବୀନ ପଟ୍ଟନାୟକ।

ମିଳିମିଶି ଗୋଟିଏ ଟିମ୍‌ ଭାବରେ କାମ କର।

{}ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ହିଞ୍ଜିଳି ଓ ଶେରଗଡ ବ୍ଲକ୍‌ର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦଳମତରୁ ଉର୍ଦ୍ଧ୍ବରେ ରହି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି । ତେଣୁ ଆପଣମାନେ ବର୍ତ୍ତମାନ ସମସ୍ତଙ୍କ ପାଇଁ କାମ କରନ୍ତୁ । ଦଳମତ ରୁ ଉପରକୁ ଉଠି କାମ କଲେ ଆମେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ବିକାଶ ସବୁବେଳେ ଆମର ଫୋକସ୍‌ ହୋଇ ରହିଆସିଛି । ବିକାଶ ପାଇଁ ଆମର କଠିନ ପରିଶ୍ରମକୁ ଜନସାଧାରଣ ସବୁବେଳେ ସ୍ବୀକୃତି ଦେଇଛନ୍ତି । ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଏକ ଐତିହାସିକ ରାୟ ଦେଇଛନ୍ତି । ସେଥିପାଇଁ ଜନସାଧାରଣଙ୍କ ନିକଟରେ ଆମେ ଋଣୀ ବୋଲି ସେ କହିଥିଲେ।ଏ ବିଜୟ ଏକ ବହୁତ ବଡ ଦାୟିତ୍ବ ବୋଲି ପ୍ରକାଶ କରି ସେ କହିଥିଲେ, “ମୁଁ ଆଶା କରୁଛି ଯେ ଆପଣମାନେ ଆପଣଙ୍କ ଗାଁର, ଆପଣଙ୍କ ଅଞ୍ଚଳର ବିଜୟ ପାଇଁ କାମ କରିବେ । ଲୋକଙ୍କ ସୁଖଦୁଃଖରେ ସବୁବେଳେ ସେମାନଙ୍କ ସାଥିରେ ରହିବେ ।”

5-T ସ୍କୁଲ ରୂପାନ୍ତରରେ ସେମାନଙ୍କ କାମକୁ ପ୍ରଶଂସା କରି ଆଗାମୀ ଦିନରେ ମଧ୍ୟ ବିକାଶ କାମକୁ ଆହୁରି ଜୋରରେ ଆଗେଇ ନେବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ।ହିଞିଳି ଓ ଶେରଗଡ ବ୍ଲକ୍‌ର ଉନ୍ନତି ପାଇଁ ସମସ୍ତେ ମିଳିମିଶି ଏକ ଟିମ୍‌ ଭାବରେ କାମ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news