ବିଧାନସଭାରେ ଆଳୁ ତାତି…..

ଆଳୁ ଦର ବୃଦ୍ଧି ପାଇଛି। ଆଳୁ ଦର ବୃଦ୍ଧି ନେଇ ଲୋକେ କ୍ରୋଧିତ। ଲୋକେ ଯୋଗାଣ ମନ୍ତ୍ରୀଙ୍କୁ କହୁଛନ୍ତି ଆଳୁ ମନ୍ତ୍ରୀ। ଲୋକେ ମନ୍ତ୍ରୀଙ୍କୁ ପାଖରେ ପାଇଲେ ତାଙ୍କ ଚୋପା ଛଡ଼ାଇ ଦେବେ boli କହୁଛନ୍ତି । ଆଉ କାହାଣୀ ଶୁଣାନ୍ତୁ ନାହିଁ। ଜୁଲାଇ ମାସରୁ ଆଳୁ ସଙ୍କଟ ରହିଛି। ଆଜି ପର୍ଯ୍ୟନ୍ତ ସମାଧାନ କରିପାରୁ ନାହିଁ। ମୁଖ୍ୟମନ୍ତ୍ରୀ ମମତା ଙ୍କ ସହିତ କଥା ହୋଇଛନ୍ତି କି ନାହିଁ ସନ୍ଦେହ ହେଉଛି। ନବୀନ ଚିଠି ଲେଖିଥିଲେ ବୋଲି ସମସ୍ୟା ସମାଧାନ ହୋଇଥିଲା। କିନ୍ତୁ ସରକାର ପଡୋଶୀ ରାଜ୍ୟସହିତ ସମ୍ପର୍କ ରଖିପାରୁନାହାନ୍ତି ବୋଲି ଗୃହରେ କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ। ଶୂନ୍ୟକାଳରେ ଉଠିଲା ଆଳୁ ସଂକଟ ପ୍ରସଂଗ ବିରୋଧୀ ଦଳ ମୁଖ୍ୟ ସଚେତକ ଆଳୁ ସଙ୍କଟ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ l ଆଳୁ କେଉଁ ଟ୍ରେନ ରେ ଆସୁଛି, ତାହା ଇଞ୍ଜିନ କଣ ଟାନୁନାହିଁ କି? ଆଳୁ ସଙ୍କଟ ନେଇ ସରକାର କଡା ସମାଲୋଚନା କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ l ଦରଦାମ ଏବେ ନିୟନ୍ତ୍ରଣ ବାହାରେ l ଆଳୁ କେଉଁ ଟ୍ରେନ ରେ ଆସୁଛି, ମନ୍ତ୍ରୀ କୁହନ୍ତୁ l ଏହା କଣ ଡବଲ ଇଞ୍ଜିନ ସରକାର l ବିଜେପି ସରକାର ଆସିଲା ପରେ ସବୁ ଦର୍ ଦାମ ବୃଦ୍ଧି ହେଉଛି l ଯୋଗଣ ମନ୍ତ୍ରୀ ୪ ମାସ ହେଲାଣି ଆଳୁ ଆଣିପାରୁ ନାହାନ୍ତି l ସରକାର ଏଥିରେ ବିଫଳ l ଯୋଗଣ ମନ୍ତ୍ରୀ ଶସ୍ତା ମନ୍ତବ୍ୟ ଦେଉଛନ୍ତି l ଯୋଗଣ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ l ଉତ୍ତର ପ୍ରଦେଶ ଯେଉଁ ଆଳୁ ଆସୁଛି, ତାହା ଗୋଟିଏ ପ୍ୟlକେଟ ୮ କିଲୋ ପଚା ଆଳୁ ଆସୁଛି l ଆଳୁ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି l ରାଜ୍ୟ ସରକାର କାହା ସହ ଆଲୋଚନା କରୁଛନ୍ତି କୁହନ୍ତୁ lଆଳୁ ସଙ୍କଟ ନେଇ ବିଜେଡି ବିଧାୟକ ଗଣେଶ୍ୱର ବେହେରା ବର୍ଷିଲେ l ଆଳୁ ନେଇ ଖାଉଟି ମାନେ ଆଶଙ୍କିତ l ସପ୍ତାହ ମଧ୍ୟରେ ଆଳୁ ଦୁଇ ଗୁଣା ବଢ଼ିଛି l ୩୦୦ ଟ୍ରକ୍ ଆଳୁ ଆସୁଛି ଟ୍ରେନ ରେ, ନା ହାତୀ ଆସୁଛି l ୩୦୦ ଟ୍ରକ୍ ଆଳୁ ବ୍ୟବସାୟୀ ଆଣୁଛନ୍ତି, ଯୋଗାଣ ବିଭାଗ ନୁହେଁ l ୩୦୦ ଟ୍ରକ୍ ଆଳୁ ଓଡ଼ିଶାର ଚାହିଦା ମେଣ୍ଟାଇ ପାରିବେ ନାହିଁ l ଓଡ଼ିଶାରେ 4000 ରୁ 4500 ମେଟ୍ରିକ୍ ଟନ୍ ଆଳୁ ଆବଶ୍ୟକ l ଯୋଗଣ ମନ୍ତ୍ରୀ ହାଲୁକା ମନ୍ତବ୍ୟ ନ ଦିଅନ୍ତୁ l ମୁଖ୍ୟମନ୍ତ୍ରୀ ଆଳୁ ସଙ୍କଟ ନେଇ ହସ୍ତକ୍ଷେପ କରନ୍ତୁ l ଏନେଇ ବାଚସ୍ପତି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦେବାକୁ ବିଜେଡି ଦାବି କଲା l

 

ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ଶାସକ ଦଳ ଉପରେ ବର୍ଷିଲା ବିଜେଡି .

ରାଜ୍ୟରେ ଆଇନ ଶୁଙ୍ଖଳା ବିପର୍ଯ୍ୟସ୍ତ ହୋଇଛି l  ବିଧାୟକ ବ୍ୟୋମକେସ ରାୟ କହିଛନ୍ତି, ନୂଆ ସରକାର ଆସିବା ପରେ ଅନେକ ତଦନ୍ତ ନିର୍ଦେଶ ଦିଆଯାଇଛି କିନ୍ତୁ ତଦନ୍ତ ରିପୋର୍ଟ ଆସିପାରିନାହିଁ | ସମସ୍ତଙ୍କ ପାଇଁ ଆଇନ ସମାନ ହେଉ, ପୋଲିସ ଏକ ପାଖିଆ କାର୍ଯ୍ୟାନୁଷ୍ଠାନ ନ ନେଉ | ନବୀନଙ୍କ ସମୟରେ ପୋଲିସ କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ନଥିଲା | ଏବେ ରାଜନୈତିକ ହସ୍ତକ୍ଷେପ ଚାଲିଛି | ଅନେକ ନେତା ମନ୍ତ୍ରୀଙ୍କ ନାମରେ ମାମଲା ଥିଲା, ସିବିଆଇ ଇଡି ମାମଲା ଥିଲା କିନ୍ତୁ ବିଜେପି ଗଲା ପରେ, ମାମଲା ଠପ ହୋଇଗଲା | ଏହା ବିଜେପିର ଦୋ ମୁଁହା ନୀତି | ଗଣେଶ ଜଗଦେଵଙ୍କ ବିରୁଦ୍ଧରେ ବିଜେପି ସାମ୍ବାଦିକ ସମ୍ମିଳନୀରେ ଆରୋପ ଆଣିଲା ପରେ ସେ ବିଜେପିର ମିସିଲେ, ବୈଜଅନ୍ତ ପଣ୍ଡାଙ୍କ ଉପରୁ ମନୀ ଲଣ୍ଡରିଂ କେସ ମଧ୍ୟ ଉଠିଗଲା | ଜୟରାମ ପାଙ୍ଗିଙ୍କ ନାଁ ରେ ସିବିଆଇ କେସ ଥିଲା, ବିଜେପିରେ ଯୋଗଦେବା ପରେ ସେ କେସ ଉଠିଗଲା.l ରାଜ୍ୟପାଳଙ୍କ ପୁଅ ଯେଉଁ କେସ କଲେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ | ଚାନ୍ଦବାଲିରେ ଏକ ସଭାରେ ବିଜେପି ସଭାପତି ମନମୋହନ ସାମଲ 144 ଧାରା ସତ୍ତ୍ୱେ ରାଲି କଲେ | ଏଫଆଈଆର ହେବା ସତ୍ୱେ କାର୍ଯ୍ୟକାରୀ ହେଉନାହିଁ | ଯାଜପୁର ପ୍ରସଙ୍ଗ ଉଠାଇ କହିଛନ୍ତି, କୌଣସି ବିଧାୟକଙ୍କ ଉପରେ ଆକ୍ରମଣକୁ ଆମେ ନିନ୍ଦା କରୁଛୁ | ବିଧାୟକଙ୍କ ସମର୍ଥକଙ୍କୁ ଗିରଫ କରାଗଲା ନାହିଁ କାହିଁକି ? ପୋଲିସର ଏକ ପାଖିଆ କାର୍ଯ୍ୟାନୁଷ୍ଠାନକୁ ଆମେ ନିନ୍ଦା କରୁଛୁ ବୋଲି ବିଜେଡ଼ି ବିଧାୟକ ବ୍ୟୋମକେସ ରାୟ କହିଛନ୍ତି l

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶ ତଥା ବିଦେଶରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ସମ୍ ହସ୍ପିଟାଲ : ସ୍ୱାସ୍ଥ୍ୟ ମନ୍ତ୍ରୀ

() ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘରୋଇ ଡାକ୍ତରଖାନା ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ଓ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌) ଦେଶ ସମେତ ବିଦେଶରେ ମଧ୍ୟ ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ଲାଗିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ।ସମ୍ମମ୍ ପକ୍ଷରୁ ଆୟୋଜିତ ଜାତୀୟ ଇଂଟରଭେନସନାଲ୍ ରେଡିଓଲୋଜି ସମ୍ମିଳନୀ ‘ସମମ୍‌ଇରକନ୍‌’ ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।ସମ୍ମମ୍ ଓଡିଶା ରେଡିଓଲୋଜିକାଲ୍ ଆଣ୍ଡ ଇମେଜିଂ ଆସୋସିଏସନ୍ ଓ ଇଣ୍ଡିଆନ୍ ସୋସାଇଟି ଅଫ୍ ଇଂଟରଭେନସନାଲ୍ ରେଡିଓଲୋଜିର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳା ପରିପ୍ରେକ୍ଷୀରେ ଡକ୍ଟର ମହାଲିଙ୍ଗ କହିଥିଲେ ଯେ ରେଡିଓଲୋଜିର ଦୁଇଟି କ୍ଷେତ୍ର ଇମେଜିଂ ଓ ଇଂଟରଭେନସନାଲ୍ ପ୍ରକ୍ରିୟା ଏବେ ଖୁବ୍ ବ୍ୟାପକ ହେବାରେ ଲାଗିଛି । ତେଣୁ ସମ୍ମମ୍ ପକ୍ଷରୁ ଏଭଳି ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ ।ଏହି ଅବସରରେ ଡକ୍ଟର ମହାଲିଙ୍ଗ କହିଥିଲେ ଯେ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ୨୫୦ଜଣ ରେଡିଓଗ୍ରାଫରଙ୍କୁ ସରକାରୀ ହସ୍ପିଟାଲରେ ନିଯୁକ୍ତି ଦିଆଯିବ । ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ତ୍ୱରାନିତ୍ୱ କ୍ରିୟା କରିବା ଲକ୍ଷ୍ୟରେ ଆସନ୍ତା ଆର୍ôଥକ ବର୍ଷରେ ଆୟୁଷ୍ମାନ ଭାରତ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏକତ୍ର କରି ସାଢେ ତିନି କୋଟି ଜନସାଧାରଣଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ । ଏହି ଯୋଜନା ଦ୍ୱାରା ଜନସାଧାରଣ ଦେଶର ୨୭,୦୦୦ ହସ୍ପିଟାଲରେ ମାଗଣା ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ସେ କହିଥିଲେ ।ସେହିପରି ସରଭାଇକାଲ୍ କ୍ୟାନସ୍‌ର ଆଗୁଆ ନିରାକରଣ ପରିପ୍ରେକ୍ଷୀରେ କିଶୋରୀ ମାନଙ୍କ ଟୀକାକରଣ ନିମନ୍ତେ ରାଜ୍ୟ ସରକାର ଏକ ବଡ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ସେ କହିଥିଲେ ।ସ୍କୁଲ ଓ କଲେଜ ମାନଙ୍କରେ ଏହି ଟୀକା ପ୍ରଦାନ ନେଇ ସରକାରଙ୍କ ଯୋଜନା ରହିଥିବା ସେ ପ୍ରକାଶ କରିଛନ୍ତି ।ସମ୍ମମରେ ଆୟୋଜିତ ଏହି ଜାତୀୟ କର୍ମଶାଳାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ । ପ୍ରଥମ ଥର ପାଇଁ ସମ୍ମମ୍‌ରେ ଇନ୍‌ଟରଭେନ୍‌ସନାଲ୍ ରେଡିଓଲୋଜିକୁ ନେଇ ଏଭଳି ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ପ୍ରଫେସର ନାୟକ କହିଛନ୍ତି ।ଏହି ଅବସରରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେ୍‌ତପଦ୍ମା ଦାଶ କହିଥିଲେ ଯେ ଇଂଟରଭେନସନାଲ୍ ରେଡିଓଲୋଜି ଚିକିତ୍ସା କ୍ଷେତ୍ରରେ ସମ୍ମମ୍ ହେଉଛି ରାଜ୍ୟର ଏକମାତ୍ର ହସ୍ପିଟାଲ ଯେଉଁଠାରେ କି ଏହି ଚିିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର ବିଭାଗ ରହିଛି ।ଏହି ଚିକିତ୍ସା ଫଳରେ ଜଟିଳ ଅସ୍ତ୍ରୋପଚାର ଗୁଡିକ ମିନିମାଲ ଇନ୍‌ଭେସିଭ୍ ଅର୍ଥାତ୍ ବିନା କଟା ଛଟାରେ ସମ୍ଭବ ହୋଇପାରିବ । ସମ୍ମମ୍‌ରେ ପ୍ରଥମ ଥର ଏହି ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିବା ଡକ୍ଟର ଦାଶ ପ୍ରକାଶ କରିଥିଲେ ।ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିଅର (ଡାକ୍ତର) ବିରାଜ ମୋହନ ମିଶ୍ର, ଆଇଏସ୍‌ଭିଆଇଆର୍‌ର ସମ୍ପାଦକ ଡାକ୍ତର ଅଜିତ କୁମାର ଯାଦବ, ଓଆର୍‌ଆଇଏର ସଭାପତି ଡାକ୍ତର ପ୍ରଫୁଲ୍ଲ କୁମାର ଦାଶ, ସଚିବ ଡାକ୍ତର ସତ୍ୟ ସୁନ୍ଦର୍ ଗଜେନ୍ଦ୍ର ମହାପାତ୍ର, ସମ୍ମମ୍ ଆଇଆରକନ୍‌-୨୦୨୪ ର ଆୟୋଜକ ଅଧ୍ୟକ୍ଷ ଡାକ୍ତର ରଞ୍ଜନ କୁମାର ସାହୁ ଓ ଆୟୋଜକ ସମ୍ପାଦକ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ ।

ସୋଆ ‘ପ୍ରାଚୀନ’ ପକ୍ଷରୁ ପ୍ରକାଶିତ ଦୁଇଟି ପୁସ୍ତକ ଉତ୍ସର୍ଗୀକୃତ….

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭାଷା, ସଂସ୍କୃତି ଓ ଐତିହ୍ୟ କେନ୍ଦ୍ର ‘ପ୍ରାଚୀନ’ ଆନୁକୂଲ୍ୟରେ ପ୍ରକାଶିତ ଦୁଇଟି ପୁସ୍ତକ ‘ଯୁଗଭଞ୍ଜଙ୍କ ଦଶପୋଈ’ ଓ ‘ପ୍ରାଚୀନ ଓଡିଆ ଅଭିଲେଖ’ ଓଡିଆ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି । ଏହି ଦୁଇଟି ପୁସ୍ତକକୁ ସୋମବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉନ୍ମୋଚନ କରିଛନ୍ତି । ଏହି ସମୟରେ ପ୍ରାଚୀନର ମୁଖ୍ୟ ପ୍ରଫେସର (ଡକ୍ଟର) ଗାୟତ୍ରୀବାଳା ପଣ୍ଡା ଉପସ୍ଥିତ ଥିଲେ । ଏହି ପୁସ୍ତକ ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାଁରେ ୧୮୭୫ ମସିହାରେ ପ୍ରକାଶ ପାଇଥିବା ବେଳେ ପୁର୍ନବାର କୋଲକାତାରେ ୧୯୫୨ ମସିହାରେ ପ୍ରକାଶିତ ହୋଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ପୁସ୍ତକଟି ଉପେନ୍ଦ୍ର ଭଞ୍ଜଙ୍କ ରଚନା ନୁହେଁ ବରଂ ବଉଦର ତତ୍କାଳୀନ ରାଜା ଯୁଗଭଞ୍ଜ ହେଉଛନ୍ତି ଏହାର ରଚୟିତା । ପ୍ରଥମ ପ୍ରକାଶନର ପ୍ରାୟ ଦେଢଶହ ବର୍ଷ ପରେ ଏହି ପୁସ୍ତକର ସ୍ରଷ୍ଟା ଯେ ଅନ୍ୟ ଜଣେ ବ୍ୟକ୍ତି ତାହା ଦୁଇଜଣ ଗବେଷକ ପ୍ରମାଣିତ କରିଛନ୍ତି । ପୁସ୍ତକଟି ଗୀତର ଭାବ ଅନୁଯାୟୀ ଚିତ୍ରିତ କରାଯାଇଛି ତେଣୁ ଆଖିରେ ଲାଖିଯିବା ଭଳି ଏହି ପୁସ୍ତକଟିକୁ ଚିତ୍ରପୋଥି କୁହାଯାଏ । ଦଶପୋଈକୁ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଓ ଗୌରାଙ୍ଗ ଚରଣ ଦାଶ ସମ୍ପାଦନା କରିଛନ୍ତି ।ଦ୍ୱିତୀୟ ପୁସ୍ତକ ‘ପ୍ରାଚୀନ ଓଡିଆ ଅଭିଲେଖ’କୁ ସମ୍ପାଦନା କରିଛନ୍ତି ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ । ଓଡିଶାର ଜଣେ ବିଶିଷ୍ଟ ଲିପିତତ୍ୱବିଦ୍ ଭାବେ ପରିଚିତ ପ୍ରଫେସର ଆଚାର୍ଯ୍ୟ ପୁସ୍ତକରେ ଉରଜାମ ଶିଳାଲେଖ ଠାରୁ ଆରମ୍ଭ କରି ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଖୋଦିତ ଓଡିଆ ଶିଳାଲେଖ ଓ ତାମ୍ରଲେଖ ଗୁଡିକର ମୂଳପାଠ ଓ ଅନୁବାଦ ଏହି ପୁସ୍ତକରେ ସ୍ଥାନିତ କରାଯାଇଛି । ପୁସ୍ତକର ଆରମ୍ଭ ରେ ଏକ ଦୀର୍ଘ ମୁଖବନ୍ଧ ରହିଥିବା ବେଳେ ଶେଷରେ ଶିଳାଲେଖ ଓ ତାମ୍ରଲେଖ ଗୁଡିକର ଫଟୋ ମଧ୍ୟ ରହିଛି । ଏହି ମୁଖ ବନ୍ଧ ପ୍ରାଚୀନ ଓଡିଆ ଭାଷା ଓ ଇତିହାସର ପୁନର୍ମୂଲ୍ୟାୟନ କ୍ଷେତ୍ରରେ ଏକ ପ୍ରାମାଣିକ ଗ୍ରନ୍ଥ । ସୋଆର ଏହି ଦୁଇ ସଂଭ୍ରାନ୍ତ ପ୍ରକାଶନ ଓଡିଆ ସାହିତ୍ୟ ଓ ଭାଷାର ଇତିହାସ ରଚନାରେ ଦୁଇଟି ପ୍ରାମାଣିକ ଗ୍ରନ୍ଥ ।

ବିଜେପି ଆସିଲା ପରେ ଦୁଷ୍କର୍ମ, ଗଣ ଦୁଷ୍କର୍ମ ବଢ଼ି ଚାଲିଛି : ରାମଚନ୍ଦ୍ର କାଡାମ

ସରକାର ଗଠନ ହେବାର 6 ଭିତରେ ସବୁ କ୍ଷେତ୍ରରେ ଶିଶୁ ମାନଙ୍କର ଦୁଷ୍କର୍ମ, ଗଣ ଦୁଷ୍କର୍ମ ବଢ଼ି ଚାଲିଛି । ଶପଥ ନେଲେ ବେଳେ କହୁଥିଲେ ନ୍ୟାୟ ବ୍ୟବସ୍ଥାକୁ ଠିକ୍ କରିବୁ । କିଛି ବରଦାସ୍ତ କରିବୁନି ବୋଲି କହିଥିଲେ । କିନ୍ତୁ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି । ହେଲେ ସରକାର ମାନିବା ପାଇଁ ନାରାଜ । ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ି ଚାଲିଛି । ନାରୀ, ଶିଶୁ ଅସୁରକ୍ଷିତ । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିଛି । ଶିଶୁ ବିକ୍ରି ହେଉଛି । ରାଜ୍ୟରେ ଅନାହାର, ଅପପୁଷ୍ଟି ହେଉଛି । ଡବଲ ଇଞ୍ଜିନ ସରକାରର ସମ୍ବିଧାନ ପ୍ରତି ସମ୍ମାନ ନାହିଁ ।

କେନ୍ଦୁଝରେ ଦେଢ଼ ବର୍ଷର ଶିଶୁ କନ୍ୟା ଦୁଷ୍କର୍ମ ଶିକାର ହୋଇଛି । ମୁଖ୍ୟମନ୍ତ୍ରୀ ଅଞ୍ଚଳରେ ଦେଢ଼ ବର୍ଷ ଶିଶୁ ବି ଯୌନ ନିର୍ଯାତନାର ଶିକାର ହେଉଛି । 16 ନଭେମ୍ବର 2024ରେ ବଲାଙ୍ଗୀର ବାଙ୍ଗୋମୁଣ୍ଡାରେ ରେ ଜଣେ ଝିଅକୁ ଦୁଷ୍କର୍ମ କରାଗଲା, ତାକୁ ବିଷ୍ଠା ବି ଖୁଆଇ ଦିଆଗଲା । ଗୋଟିଏ ଅଞ୍ଜନା ଘଟଣାରେ ସରକାର ବଦଳି ଗଲା । କିନ୍ତୁ ଏବେ କେତେ ଅଞ୍ଜନା ହେଉଛି । ରାମଚନ୍ଦ୍ର କଡ଼ାମ, କଂଗ୍ରେସ ବିଧାୟକ ଦଳ ନେତା

ମହିଳା ମାନଙ୍କ ବିରୋଧରେ ହେଉଥିବା ଅପରାଧ ଏକ ସାମାଜିକ ବ୍ୟାଧି : ଆଇନ ମନ୍ତ୍ରୀ 

ବିରୋଧୀଙ୍କ ଅଭିଯୋଗ ସଂପୂର୍ଣ୍ଣ ନିରାଧାର | ମହିଳା ମାନଙ୍କ ବିରୋଧରେ ହେଉଥିବା ଅପରାଧ ଏକ ସାମାଜିକ ବ୍ୟାଧି | ଏହା ଦୀର୍ଘ ଦିନ ଧରି ଚାଲି ଆସିଚି | ଏହାକୁ ସଂପୂର୍ଣ୍ଣ ମୂଳୋତ୍ପାଟନ କରିବା ଆବଶ୍ୟକ ଏବଂ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି | ଏହା ଏକ ସୋସିଆଲ କ୍ୟାନ୍ସର | ଏହାକୁ ଭଲ କରିବା ପାଇଁ ସରକାର କେମୋ ଥେରାପିଠୁ ଜେନେଟିକ ଥେରୋପି କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି | ଜୁଲାଇ ମାସରୁ ପ୍ରକ୍ରିୟା ଆରମ୍ଭ ହୋଇଛି | ମହିଳାଙ୍କ ବିରୁଦ୍ଧରେ ଅପରାଧ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର | ତୁରନ୍ତ ତଦନ୍ତ ଏବଂ ଦଣ୍ଡ ବିଧାନ ଉପରେ ଗୁରୁତ୍ବ ଦିଆଯାଉଛି | 70ରୁ 90 ଦିନ ଭିତରେ ଦଣ୍ଡ ବିଧାନ ପ୍ରକ୍ରିୟା କରାଯାଉଛି…

• କଟକ ବାଦାମବାଡ଼ି ଘଟଣାରେ 6 ଜଣ ଅଭିଯୁକ୍ତଙ୍କ ଗିରଫ କରାଯାଇଛି•

ବାରଙ୍ଗ ମାମଲାରେ ମଧ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି

• ସମ୍ବଲପୁର ଘଟଣାରେ 3 ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି

• ବଲାଙ୍ଗୀର ଜିଲ୍ଲାରେ ବଙ୍ଗୋମୁଣ୍ଡା ଘଟଣାରେ ଆସାମୀକୁ ଗିରଫ କରାଯାଇଛି

• ଭୁବନେଶ୍ୱର ନୟାପଲ୍ଲୀ ମାମଲାରେ ଦୁଇ ଜଣଙ୍କୁ ଗିରଫ ହୋଇଛନ୍ତି

ଅପରାଧୀ କେଉଁ ଦଳ, ବଳ, ଜ୍ଞାତି କୁଟୁମ୍ଭର ହୁଅନ୍ତୁ ଅବା ଜାତି ଧର୍ମ ହୁଅନ୍ତୁ ତାଙ୍କୁ କ୍ଷମା ନାହିଁ | ବିରୋଧୀ ଆଣିଥିବା ସମସ୍ତ ଅଭିଯୋଗ ନିରଧାର ବୋଲି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ…

ବିଜେପିର ପାନ ଖିଆ ଛେତେଲା ପାଟିଆ ଏସପି ଓ ଆଇଆଇସିସିକୁ ଫୋନ କରି ଡରାଉଛନ୍ତି: ଅରୁଣ ସାହୁ…..

ରାଜ୍ୟରେ ଆଇନ ଶୁଙ୍ଖଳା ପରିସ୍ଥିତି କାହିଁକି ବିଗିଡି ଯାଇଛି ତାହାକୁ ବିଧାନସଭାରେ ବଖାଣିଛନ୍ତି ବରିଷ୍ଠ ବିଜେଡ଼ି ବିଧାୟକ ଅରୁଣ ସାହୁ l ବିଜେପିର ପାନ ଖିଆ ଛେତେଲା ପାଟିଆ ଏସପି ଓ ଆଇଆଇସିସିକୁ ଫୋନ କରି ଡରାଉଛନ୍ତି l ବିଜେପିର କୁଜି ନେତା ବି ପୋଲିସ୍ କୁ କହୁଛି ରାଜ୍ୟରେ ଆମ ସରକାର ଚାଲିଛି, ତେଣୁ ଆମେ ଯାହା କହିବୁ କରିବ ପୋଲିସ l

ବିଜେଡ଼ି ବିଧାୟକ ଅରୁଣ ମୁଲତବୀ ଆଲୋଚନା ରେ ଭାଗ ନେଇ କଡ଼ା ସମାଲୋଚନା କରିଛନ୍ତି ବିଜେପି ସରକାର କୁ। 100 ଦିନରେ ସବୁ ସମାଧାନ କରିଦେବେ ବୋଲି କହିଥିଲେ କିନ୍ତୁ 150 ଦିନ ବିତି ବାକୁ ବସିଲାଣି। ଶ୍ରୀମନ୍ଦିର 4 ଦ୍ଵାରା ଖୋଲିଦେଲେ, ମହିଳା ମାନେ ଦଳାଚକଟା ର ଶିକାର ହେଲେ। ଆଜି 4 ଦ୍ଵାର କଣ ଖୋଲା ଅଛି କି ବୋଲି ପ୍ରଶ୍ନ କରିଛନ୍ତି। ରଥଯାତ୍ରା ବିଭ୍ରାଟ, ରାଜ୍ୟପାଳଙ୍କ ପୁଅ ମାଡ ପ୍ରସଙ୍ଗରେ କୁଆଡେ ଗଲା ତଦନ୍ତ ରିପୋର୍ଟ। ଜୁନ ରୁ ଅକ୍ଟୋବର ମଧ୍ୟରେ 1250 ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଚୋରି ଲୁଟ ଛିନ ତାଇ ରେ ଭୁବନେଶ୍ବର ଏକ ନମ୍ବର। ଏହା କେବଳ ହୋଇଛି ଦାୟିତ୍ଵ ହୀନ ମନ୍ତବ୍ୟ ପ୍ରତିଫଳନ। ଡକାୟତି ରେ ସମ୍ବଲପୁର ପ୍ରଥମ। ଭରତପୁର ଥାନା ଘଟଣାରେ ଦିଲ୍ଲୀ ରୁ ଯେତେବେଳେ ନିର୍ଦ୍ଦେଶ ଆସିଲା, ଆମେ ଯେତେବେଳେ ଭୁବନେଶ୍ବର ବନ୍ଦ ଡାକରା ଦେଲୁ ସେତେବେଳେ ରାତି ଅଧରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ। ନାବାଳିକା ବିବାହ, ଶିଶୁ ବିକ୍ରୀ ବଢୁଚି । ମୟୁରଭଞ୍ଜ ଭଳି ଶାନ୍ତ ଜିଲ୍ଲାରେ ଗତ ପାଞ୍ଚ ମାସରେ 52 ଟି ଦୁଷ୍କର୍ମ ଘଟଣା ଘଟିଛି। ଆମ୍ବ ଟାକୁଆ ଯାଉ ଖଣି ମହିଳାଙ୍କ ଜୀବନ୍ ଗଲା। ଭିଆଇପି ସୁରକ୍ଷାରେ ବର୍ତ୍ତମାନ୍ ପୁରା ବ୍ୟବସ୍ଥା ଲାଗିଛି କିନ୍ତୁ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଆଗକୁ DG ସମ୍ମିଳନୀ ଅଛି। ସେଥିରେ ବିଜେପି ସଦସ୍ୟ ମାନେ ଏକଥା ଉଠାନ୍ତୁ। ତାସହ ଦିଲ୍ଲୀ ରୁ ରିମୋର୍ଟ କଣ୍ଟ୍ରୋଲ କାଢି ଓଡିଶା ଦିଅନ୍ତୁ ବୋଲି ଦାବି କରନ୍ତୁ ବୋଲି ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି।

ବିଜେଡି ଓ ବିଜେପି ମେଣ୍ଟ: ସତ କହିଦେଲେ ମନ୍ତ୍ରୀ ସୁରେଶ…..

ପୁରୁଣା ପ୍ରେମକୁ କିଏ କଣ କେବେ ଭୁଲିପାଇବ l ସବୁବେଳେ ସେ ପ୍ରେମ ସ୍ମୃତି ହୋଇ ରହିବ l ସୁଖରେ ଦୁଃଖରେ ପରସ୍ପର ଇଚ୍ଛା ନଥିଲେ ମଧ୍ୟ ସହଯୋଗର ହାତ ଆପେ ଆପେ ବଢ଼ିଯାଏ l ସତ ଯେମିତି ଲୁଚି ରହେନା ଆପେ ଆପେ ସେ କଥା ମୁହଁରୁ ବହିଆସେ l ବୁଧବାର ବିଜେଡି ଓ ବିଜେପି ସମ୍ଫର୍କ କଥା ବିଧାନସଭାରେ ବଖାଣିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ୍ ପୂଜାରୀ l ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ବର୍ତ୍ତମାନ ମନ୍ତ୍ରୀ ସୁରେଶ୍ ପୂଜାରୀଙ୍କୁ କିପରି କଂଗ୍ରେସ ଅତ୍ୟାଚାରରୁ ରକ୍ଷା କରିଥିଲେ ଓ ତାଙ୍କ ବିରୋଧରେ ଦାୟର ହୋଇଥିବା ମିଥ୍ୟା ମକଦ୍ଦମା ପାଇଁ ଲଢ଼େଇ କରିଥିଲେ ତାହାକୁ ବିଧାନସଭାରେ କହୁଥିଲେ ସୁରେଶ l ନିଜ ଆସନରେ ବସି ଶୁଣି ମୁରୁକି ମୁରୁକି ହସୁଥିଲେ ରଣେନ୍ଦ୍ର l

ସବୁଠାରୁ ବଡ କଥା ହେଉଛି ବିଜେପି ଓ ବିଜେଡି ମେଣ୍ଟ ପଛରେ ଥିବା ବଡ ରହସ୍ୟ ପେଡ଼ିକୁ ଖୋଲିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ l ଓଡ଼ିଶାରେ କଂଗ୍ରେସକୁ ମୂଳପୋଛ କରିବା ପାଇଁ ବିଜେପି ବିଜେଡି ସହ ମେଣ୍ଟ କରିଥିଲା ବୋଲି ବିଧାନସଭାରେ କହିଥିଲେ ବିଜେପିର ବରିଷ୍ଠ ନେତା ତଥା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ l ସୁରେଶଙ୍କ ଏ କଥାରେ କେତେ ସତ କେତେ ଗପ ତାହା ତ ଓଡିଶାବାସୀଙ୍କୁ ଜଣାନାହିଁ l ହେଲେ ବିଜେଡି ଓ ବିଜେପି ମଧ୍ୟରେ ଥିବା ପ୍ରେମ ଧୀରେ ଧୀରେ ନିକଟର ତର ହେବାକୁ ଯାଉଛି ତାହା କିନ୍ତୁ ଓଡିଶାବାସୀ ଦୁଇ ଦଳର ରାଜନୈତିକ ଆଭିମୁଖ୍ୟ ଦେଖି ଜାଣିପାରୁଛନ୍ତି l

ବିଧାନସଭାରେ କଂଗ୍ରେସ ଓ ବିଜେଡି ଶାସକ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ଘନଘନ ଆକ୍ରମଣ କରୁଥିବାରୁ ମନ୍ତ୍ରୀ ସୁରେଶ୍ ପୂଜାରୀ ଏପରି ଚତୁର ରାଜନୈତିକ ବୟାନ ବିଜେଡି ଓ ବିଜେପି ମେଣ୍ଟ ରହସ୍ୟ ଅପେକ୍ଷା ବିଜେଡି ଓ କଂଗ୍ରେସ୍ ରଣନୀତି ଉପରେ ପ୍ରଭାଵ ପକାଇବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି l ବିଜେଡି ଓ ବିଜେପି ଉଭୟ କଂଗ୍ରେସ୍ ବିରୋଧୀ ଆଭିମୁଖ୍ୟକୁ ନେଇ ରାଜନୀତି କରନ୍ତି ତାହା କାହାକୁ ଅଛପା ନୁହେଁ l ସୁରେଶ ଙ୍କ ମନ୍ତବ୍ୟ ପରେ ବିଜେଡି ଓ କଂଗ୍ରେସ ଏହାର ଜବାବ କିପରି ଦେଉଛନ୍ତି ତାହା ଦେଖିବାର କଥା l

ଶିକ୍ଷା କ୍ଷେତ୍ରରେ ଉତ୍ସର୍ଗୀକୃତ କାର୍ଯ୍ୟ ନିମନ୍ତେ ସୋଆ ମହିଳା ଶକ୍ତିକୁ ‘ଫେମିନା ଆଚିଭର୍ସ ଇଷ୍ଟ-୨୦୨୪’ ସମ୍ମାନ 

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଉତ୍ସର୍ଗୀକୃତ କାର୍ଯ୍ୟ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମହିଳା ଶ୍ରମଶକ୍ତିକୁ ନିକଟରେ ‘ଫେମିନା ଆଚିଭର୍ସ ଇଷ୍ଟ -୨୦୨୪’ ସମ୍ମାନରେ ଭୂଷିତ କରାଯାଇଛି । ଦେଶର ଅଗ୍ରଣୀ ଇଂରାଜୀ ମହିଳା ପତ୍ରିକା ଫେମିନା ପକ୍ଷରୁ ‘ସୋଆ ୱିମେନ୍ ୱାର୍କଫୋର୍ସ’ କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କୋଲକାତା ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ସମାଜରେ ସକାରାତ୍ମକ ପରିବର୍ତନ ଆଣିବାରେ ଅଗ୍ରଣୀ ଭୂମିକା ନେଇଥିବା ମହିଳା ଓ ମହିଳା କାର୍ଯ୍ୟକାରୀ ମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ବିଶେଷ କରି ପୂର୍ବ ଭାରତରେ ସମାଜର ବିଭିନ୍ନ ବର୍ଗରେ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବ ଏବଂ ଉତର-ପୂର୍ବ ଭାରତରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରିୟୁ ଫ୍ଲେମିଂ ଏବଂ ଆଲାଏନ୍ସ ଫ୍ରାଂଚାଇଜି ଡୁ ବେଙ୍ଗାଲେ ର ନିର୍ଦ୍ଦେଶକ ଶ୍ରୀ ନିକୋଲାସ ଫାସିନୋ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ । ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ ।ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍ ୱାର୍କ (ଏନ୍‌ଆଇଆରଏଫ୍‌) ର‌୍ୟାଙ୍କିଙ୍ଗ ୨୦୨୪ ଅନୁଯାୟୀ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଥିବା ସୋଆରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୫୪ ପ୍ରତିଶତ ହେଉଛନ୍ତି ଛାତ୍ରୀ । ସେହିପରି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ସହ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରେ ୪୨ ପ୍ରତିଶତ ମହିଳା ରହିଛନ୍ତି । ବିଶ୍ୱବିଦ୍ୟାଳୟରେ ପ୍ରାୟ ୪୫ ଜଣ ମହିଳା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଥିବା ବେଳେ ପ୍ରଫେସର ମଞ୍ଜୁଳା ଦାସ ବିଶ୍ୱବିଦ୍ୟାଳୟର କଂଟ୍ରୋଲର ଅଫ୍ ଏଗଜାମିନେସନ୍ ଭାବେ କାର୍ଯ୍ୟରତ ଅଛନ୍ତି । ସେହିପରି ସୋଆର ୧୧ଟି ଶିକ୍ଷାନୁଷ୍ଠାନ ମଧ୍ୟରୁ ପ୍ରଫେସର ପ୍ରଭାତୀ ତ୍ରିପାଠୀ ସମ୍ ନର୍ସିଂ କଲେଜ୍‌ର ଡିନ, ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ଏବଂ ପ୍ରଫେସର ନୀତା ମହାନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟର ପ୍ରାୟ ୨୫ଟି ବିଭାଗରେ ମହିଳାମାନେ ବିଭାଗୀୟ ମୁଖ୍ୟ ଭାବେ ଦାୟିତ୍ୱରେ ଅଛନ୍ତି ।

ବବି ଖୋଲିଲେ ଅର୍ଦ୍ଧେନ୍ଦୁଙ୍କ ଅସଲ ଚରିତ୍ର ପଞ୍ଜିକା ….

()ଟିଭି ପରଦାରେ ନୀତି ଓ ନୈତିକତାର କଥା ବଖାଣୁଥିବା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ନିଜସ୍ବ ସ୍ବାର୍ଥ ପାଇଁ ଯେ କେତେ ତଳ ସ୍ତରକୁ ଖସିଯାଇପାରନ୍ତି ତାହାର ପେଡ଼ି ଖୋଲିଛନ୍ତି ବିଜେଡ଼ିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି ଦାସ)। ଦଳୀୟ ଟିକେଟ ହାତେଇବା ପାଇଁ ପ୍ରଣବ ପ୍ରକାଶ ଦାସଙ୍କ ବାପାଙ୍କୁ ପ୍ରଶଂସା କରିଥିଲେ ଅର୍ଦ୍ଧେନ୍ଦୁ । ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ୩୦ ମିନିଟ ଧରି ବବିଙ୍କ ଆଗରେ ତାଙ୍କର ଗୁଣଗାନ କରଥିଲେ । ଆଶାଥିଲା ବବି ତାଙ୍କୁ ଜଟଣୀ ବିଧାୟକ ପ୍ରାର୍ଥୀ ପାଇଁ ସୁପାରିଶ କରିଦେବେ ନବୀନଙ୍କ ନିକଟରେ । କିନ୍ତୁ ସାଂଗଠନିକ ଦାୟିତ୍ବର ମଙ୍ଗ ଧରିଥିବା ବବି ନିଜର ନୀତି ଓ ନୈତିକତା ଓ ଦାୟିତ୍ବକୁ ଜଳାଞ୍ଜଳି ଦେବାକୁ ଚାହିନଥିଲେ । ସମାନର ସହ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ସଫା ସଫା ଶୁଣାଇଥିଲେ ଟିକେଟ ପାଇଁ ସେ ତାଙ୍କ ନାଁ ସୁପାରିଶ କରିବେନି । ବାସ ତା ପର ଠାରୁ ବବିଙ୍କ ବଦନାମ କରିବାକୁ ଅହରହ ପ୍ରାୟୋଜିତ ଉଦ୍ୟମ କରିଥିଲେ ଅର୍ଦ୍ଧେନ୍ଦୁ । ଏପରି କଥା କହି ପ୍ରଣବ ବରିଷ୍ଠ ସାମ୍ବାଦିକ ଓ ବିଧାୟକ ହେବାକୁ ଇଚ୍ଚା ପ୍ରକାଶ କରିଥିବା ଅର୍ଦ୍ଧେନ୍ଦୁ ଦାସଙ୍କ ଅସଲ ଚରିତ୍ର ପଞ୍ଜିକା ଗଣମାଧ୍ୟମ ଆଗରେ ଖୋଲିଛନ୍ତି । ବିରଜା ହାଟ ବିବାଦରେ ପ୍ରଣବ ଦାସଙ୍କର ନିଜସ୍ବ ସ୍ବାର୍ଥ ଥିବା କିଛି ଗଣମାଧ୍ଯମରେ ପ୍ରକାଶ ପାଇଥିବା ଖବର ଉପରେ ମଧ୍ଯ ପ୍ରତିକ୍ରିୟା ଏହା କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଅଭିଯୋଗ କରିଛନ୍ତି ଯେ ଏବେ ନ୍ଯୁଜ ଅପେକ୍ଷା ଅଧିକ ଭ୍ଯୁଜ ଚାଲିଛି । ମୋ ବିଷୟରେ କହିଲେ ଟିଆରପି ବଢିବ ବୋଲି କିଛି ଗଣମାଧ୍ଯମ ସେହପରି ଖବର ପ୍ରସାରଣ କରୁଛନ୍ତି । ଖବର ପ୍ରକାଶ ପୂର୍ବରୁ ସଂପୃକ୍ତ ଗଣମାଧ୍ଯମ ଅନୁଧ୍ଯାନ କରିବାର ଆବଶ୍ଯକ ଥିଲା । ଯେଉଁଠି ପ୍ରକଳ୍ପ ହେଉଛି ସେଠି ମୋ ପରିବାରର ମଧ୍ଯ ଜମି ଅଛି । ବ୍ଯବସାୟୀଙ୍କ ପାଇଁ ଆବଶ୍ଯକ ହେଲେ ମୁଁ ମୋ ପରିବାରକୁ ବୁଝାଇ ଜମି ହସ୍ତାନ୍ତର କରିବାକୁ ରାଜି କରାଇବି । ଓଏଲଆର କେସରେ ଆମ ମାମୁ ଘରର ତିନି ଏକର ଜମି ୨୦୦୯ ପୂର୍ବରୁ ସରକାର ନେଇ ସାରିଛନ୍ତି । ଅର୍ଦ୍ଧେନ୍ଦୁ ଦାସଙ୍କର ରାଜନୀତିରେ ପ୍ରବଳ ଆଗ୍ରହ ଥିଲା । ସେ ମୋତେ ବିଜେଡି ଟିକେଟ ପାଇବା ପାଇଁ ୫୦ରୁ ଅଧିକ ଥର ଫୋନ କରିଛନ୍ତି । ସେ ମୋତେ ଅଘୋଷିତ ରାଜା ବୋଲି କହିଛନ୍ତି । କିନ୍ତୁ ମୁଁ ଅଘୋଷିତ ନୁହେଁ, ବିଜେଡିର ଘୋଷିତ ସାଙ୍ଗଠନିକ ସମ୍ପାଦକ ଥିଲି । ମୁଁ ତାଙ୍କୁ ଖାଇବାକୁ ଡାକି ଅଧ ଘଣ୍ଟା ଆଲୋଚନା କରିଥିଲି।ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ ଅର୍ଦ୍ଧେନ୍ଦୁ । ତାଙ୍କ ନାଁ ସୁପାରିସ କରିବାକୁ ସେ ପ୍ରଣବ ଦାସଙ୍କ ଉପରେ ଚାପ ପକାଇଥିଲେ। ଯାହାକୁ ପ୍ରଣବ ପ୍ରକାଶ ସେତେବେଳେ ଅଗ୍ରାହ୍ଯ କରିଦେଇଥିଲେ। କାରଣ ବିଜେଡିର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ଦଳର ଜଣେ କର୍ତ୍ତବ୍ଯନିଷ୍ଠ କର୍ମୀ ଥିଲେ। ବିଭୂତିଙ୍କୁ ହତାଦର କରିବାକୁ ମୋ ବିବେକ ବାଧା ଦେଇଥିଲା । ସେହିଦିନଠାରୁ ଅର୍ଦ୍ଧେନ୍ଦୁଙ୍କର ମୋ ଉପରେ ରାଗ ରହିଛି । ଆଗକୁ ମୋ ପରିବାର ବିଷୟରେ କହିବା ପୂର୍ବରୁ ଟିକେ ରିସର୍ଚ୍ଚ କରି କହିବାକୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଣବ। ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ ଆମ ସରକାର ଥିବାବେଳେ ଆମେ କଥା କମ କହୁ, କାମ ଅଧିକ କମ କରନ୍ତି । ବାରମ୍ବାର ଅର୍ଦ୍ଧେନ୍ଦୁ ଦାସ ଉର୍ଦ୍ଦେଶ୍ୟମୂଳକ ଭାବେ ମୋ ବିରୋଧରେ କହୁଥିବାରୁ ମୁଁ ବାଧ୍ୟ ହୋଇ ତାଙ୍କ ବିଷୟରେ କହୁଛି । ତାଙ୍କର ବଡ଼ ଇଚ୍ଚାଥିଲା ରାଜନୀତି କରିବାକୁ । ସେ କରନ୍ତୁ । ହେଲେ ଅନ୍ୟକୁ ବଦନାମ କରିବା ପୂର୍ବରୁ ଟିକେ ରିସର୍ଚ୍ଚ କରି କହିବାକୁ ମୁଁ ତାଙ୍କୁ ପରାମର୍ଶ ଦେଉଛି । ତେବେ ଏ ପ୍ରସଙ୍ଗରେ ଅର୍ଦ୍ଧେନ୍ଦୁ ଦାସଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news