() ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରୀତା କୁ ନେଇ ବିଧାନସଭାରେ ଉଦବେଗ । ଏହି ଯୋଜନାକୁ ନେଇ ଅନେକ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଲେ କଂଗ୍ରେସ ଓ ବିଜେପିର ସଦସ୍ୟ । ବର୍ତ୍ତମାନ ସୁଦ୍ଧା ବି ଅନେକ ହସ୍ପିଟାଲ ସହ ବନ୍ଧୀତ ଥିଲେ ବି ସେବା ଯୋଗାଇ ଦେଉ ନାହାନ୍ତି । ଏଥିରେ ହସ୍ପିଟାଲ ସହିତ କିଛି କମ୍ୟୁନିକେସନ ଗ୍ୟାପ ଥିବା କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ସେହିପରି ଏହି ଯୋଜନାରେ ରାଜ୍ୟ ଭିତରେ 315 ବେସରକାରୀ ହସ୍ପିଟାଲ ଓ ରାଜ୍ୟ ବାହାରେ 15 ଟି ହସ୍ପିଟାଲକୁ ଅନ୍ତର୍ଭୁକ୍ତ କରାଯାଇଛି । ସେପ୍ଟେମ୍ବର 2021 ରୁ ଆଜି ସୁଦ୍ଧା 120552 ପରିବାର ଆବେଦନ କରିଛନ୍ତି । ରାଜ୍ୟ ସରକାର 2313863098 ଟଙ୍କା ପଇଠ କରିଛନ୍ତି । ବିଧାନସଭାର ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉତ୍ତର ।
ବିଧାନସଭାରେ ଉଠିଲା ମାନସ ହତ୍ୟା ମାମଲା…
() ବିଧାନସଭାର ଶୁନ୍ୟକାଳରେ ଉଠିଲା ମାନସ ହତ୍ୟା ମାମଲା । ବର୍ତ୍ତମାନ ସୁଦ୍ଧା ବି ହତ୍ୟା କାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଆସାମୀ ଶର୍ମିଷ୍ଠାକୁ ଗିରଫ କରାଯାଇ ନାହିଁ । ସେକ୍ସ ସ୍କାଣ୍ଡଲ ପାଇଁ ଏହି ହତ୍ୟା କାଣ୍ଡ ହୋଇଛି । ମାନସ ର ମା ଅଭିଯୋଗ କରିଛନ୍ତି ଏଥିରେ ଗୃହରାଷ୍ଟ୍ର ମନ୍ତ୍ରୀ ଙ୍କ ହାତ ରହିଛି । ତାଙ୍କ ଇଙ୍ଗିତ ରେ ହିଁ ହତ୍ୟା ହୋଇଛି । ଗୃହ ରାଷ୍ଟ୍ର ମନ୍ତ୍ରୀ ଥିବାରୁ ତଦନ୍ତ ଠିକ ବାଟରେ ଯିବ ନାହିଁ । ଏହି ଘଟଣା ଠିକ ମମିତା ହତ୍ୟା କାଣ୍ଡ ଭଳି । ଉଭୟ ଘଟଣା ସେକ୍ସ ସ୍କାଣ୍ଡଲ ପାଇଁ ହୋଇଛି । ଆଉ ଉଭୟ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନା ଆସିଛି । ମାତ୍ର ସବୁଠି ମନ୍ତ୍ରୀ ଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲେ ବି ତଦନ୍ତ ରେ ତାଙ୍କ ନାମ ରହିଲା ନାହିଁ । ତେଣୁ ଏହି ମାମଲା କୁ ସିବିଆଇ କୁ ଦେବା ପାଇଁ ଗୃହରେ ଦାବି କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।
ବିଧାନସଭାର ଶୁନ୍ୟକାଳରେ ଉଠିଲା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଲାଗି ରହିଥିବା ବିବାଦ ପ୍ରସଙ୍ଗ…
() ବିଧାନସଭାର ଶୁନ୍ୟକାଳରେ ଉଠିଲା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଲାଗି ରହିଥିବା ବିବାଦ ପ୍ରସଙ୍ଗ । ମେଘନାଦ ପ୍ରାଚୀର ବଡ଼ ବଡ଼ ଗର୍ତ ଖୋଲାଯାଇଛି । ଏହି ଗାତ ଖୋଳିବା ଦ୍ୱାର ମନ୍ଦିର ଭୁଶୁଡ଼ି ପଡିବ ପାଚେରୀ ଗଳି ପଡିବ । ମନ୍ଦିର ଚର୍ତ୍ତୃପାର୍ଶ୍ଵର ବିକାଶ କେମିତି ହେବ ସେ ନେଇ ପ୍ରତ୍ନତାତ୍ତ୍ୱିକ ବିଭାଗ ଏବଂ ସରକାର ଆଲୋଚନା କରନ୍ତୁ । ଏକ ହାଇ ପାୱାର କମିଟି ଗଠନ କରଯାଉ । ଗଜପତି ଏବଂ ମୁଖ୍ୟ ଶାସନ ସଚିବ ଙ୍କୁ ଏଥିରେ ରଖାଯାଉ । ମନ୍ଦିର କିପରି ମଜବୁଥ ରହିବ ସେଥିପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉ । ଗର୍ତ ଗୁଡିକୁ ତୁରନ୍ତ ପୋତା ଯାଉ । ଶୁନ୍ୟକାଳରେ ଏହି ଦାବି କଲେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।
ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ…
() ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ । ପ୍ରଥମ ଥର ପାଇଁ ୩ ମହାନଗର ନିଗମରେ ହୋଇଥିବା ସିଧାସଳଖ ନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେଡି ମେୟର ପ୍ରାର୍ଥୀ । ଭୁବନେଶ୍ବରରେ ସୁଲୋଚନା ଦାସ ବିଜୟୀ ହୋଇଥିବା ବେଳେ କଟକରେ ସୁବାସ ସିଂ ଏବଂ ବ୍ରହ୍ମପୁରରେ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି ।
ଫଳାଫଳ କୁ ନେଇ କଣ କହିଲେ ତିନି ଦଳ…
{ }ଜନସାଧାରଣ ଓଡ଼ିଶାର ଲୋକେ ବିଜୁ ଜନତା ଦଳକୁ ତାର ବିକାଶ ମୁଖୀ କାର୍ଯ୍ୟକ୍ରମ ପାଇଁ ଗାଁ ହେଉ କି ସହର ସବୁଠି ଗ୍ରହଣ କରିଛନ୍ତି। ନବୀନ ବାବୁଙ୍କ ନେତୄତ୍ବ ଏବଂ ଓଡିଶା ବାସୀଙ୍କ ପ୍ରତି ଥିବା ପ୍ରତିବଦ୍ଧତା କୁ ଲୋକ ଭଲ ପାଉଛନ୍ତି। ତାଙ୍କ ନେତୄତ୍ବ ଜନହିତକର କାର୍ଯ୍ୟକ୍ରମ ଲୋକଙ୍କୁ ଛୁଇଁ ଛି। ତାହା ଆଜିର ନିର୍ବାଚନ ଫଳାଫଳ ସତ୍ୟ ପ୍ରମାଣିତ କରିଛି।ଵିଜୁ ଜନତା ଦଳ ବିପୁଳ ସଂଖ୍ୟା ଜୟଲାଭ କରୁଛି। ଗଣତନ୍ତ୍ରରେ ସବୁ ଯାଗାରେ ଶତକଡା ଶହେ ଆସିବ ନାହିଁ।କିନ୍ତୁ ଶତ ପ୍ରତିଶତ ସଫଳତା ମିଳିଛି।
ଦେବୀ ପ୍ରସାଦ ମିଶ୍ର,ବିଜେଡି ଉପ ସଭାପତି
କିନ୍ତୁ ଓଡିଶାରେ ବିଜେଡ଼ି ର କାଉନସିଲର ମାନେ ଚେୟାରମ୍ୟାନ ପାଇଁ ଭୋଟ ମାଗିଲେ ନାହିଁ। ବିଜେଡି ପଞ୍ଚାୟତ ଭଳି ଧନବଳ ବାହୁବଳକୁ ଫୁଲ ୟୁଟିଲାଇଜ କରିଛନ୍ତି ବହୁ ମାତ୍ରାରେ ହିଂସା ହୋଇଛି। ଭୋଟ ସ୍ଲିପଟ ହୋଇଛି। ଚେୟାରମ୍ୟାନ ଠୁ କାଉନସେଲର ମାନେ ଅଧିକ ଭୋଟ ପାଇଛନ୍ତି।ବହୁଯାଗାରେ ରାଜନୈତିକ ହିଂସା ହୋଇଛି।ବିଧାୟକ ଙ୍କ ପରିବାର ଲୋକେ ଟଙ୍କା ବାଣ୍ଟିଛନ୍ତି।କଂଗ୍ରେସ ବିଧାୟକ ଥିବା ସ୍ଥାନରେ କଂଗ୍ରେସ ଭଲ କରିଛି। ଜନସାଧାରଣ ଙ୍କୁ ଧନ୍ୟବାଦ ଦେବାକୁ ଚାହିଁ ବୁ।କଂଗ୍ରେସ ର ଗୋଟିଏ କାଉନସେଲର ପାଇଁ ସଭାପତି ଦୁଇୱରୁ ପାଞ୍ଚ ହଜାର ଟଙ୍କା ଦେଇଛନ୍ତି ,ଏତିକିରେ ନିର୍ବାଚନ ଲଢିହେବ ନାହିଁ ,ତଥାପି କଂଗ୍ରେସ ଭଲ କରିଛି।
ସନ୍ତୋଷ ସିଂ ସାଲୁଜା,କଂଗ୍ରେସ ବିଧାୟକ
ପୌରଶନିର୍ବାଚନ ଉତ୍ସାହ।ଜନକ ରହିଛି ।ପଞ୍ଚାୟତ ତୁଳନାରେ ବିଜେପି ଭଲ କଳିଛି।ଫ୍ଲର ମେନୈଜ ମେଣୄଟରେ ଆମେ ପୁର୍ବ ତୁଳନା ଭଲଶକରିଛୁ।ଆହୁରି ଅଧିକ କରିବା ପାଇଁ ଚେଷ୍ଟା କରିବୁ।ଫ୍ଲୋର ମ୍ୟାନେଜମେଣ୍ଟ ରେ କୈଙଠି ନାୱକେଉଠି ତୄଟି ରହିଲା ଆମେ।ତାକୁ ସ୍ବୀକାରଶକରୁଛୁ।ପଞ୍ଚାୟତ ରେ ଆମର ବହୁତ ତୄଟି ଥିଲା କିନ୍ତ। କିନ୍ତୁ ମୁନସିପାଲଟିରେ ତାକୁ ସୁଧାରିବାକୁ ଚେଷ୍ଟା କରିଥିଲୁ।କିଛି ଯାଗାରେ ସୁଧାରିଛୁ। ୨୪ରେ ଭଲ ରେଜଲ୍ଟ କରିବୁ। ଗ୍ରାସ ରୁଟରୂ ସଂଗଠନ ସୁଦୄଢ଼ କରିବୂ।
ମୋହନ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ
ଓଡ଼ିଶାର ପାଇଁ ଗୌରବ ଆଣିଛନ୍ତି ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ଆଥଲେଟ ଜୟନ୍ତୀ ବେହେରା…
() ଓଡିଶା ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା।
ଜୟନ୍ତୀଙ୍କୁ ୧୫ ଲକ୍ଷ, ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର।
ସାରା ବିଶ୍ୱରେ ଓଡ଼ିଶା ପାଇଁ ସୁନାମ ଆଣିଛ, ତୁମେମାନେ ଓଡ଼ିଶାର ଗୌରବ– ମୁଖ୍ୟମନ୍ତ୍ରୀ।
{ } ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇ ଓଡିଆ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗୀ ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ନବୀନ ନିବାସ ଠାରେ ସମ୍ବର୍ଦ୍ଧିତ କରିଛନ୍ତି।ମୁଖ୍ୟମନ୍ତ୍ରୀ ଏହି ଦୁଇ ବାଳିକା କ୍ରୀଡାବିତ୍ଙ୍କୁ ସେମାନଙ୍କର ସଫଳତା ପାଇଁ ଉଚ୍ଚପ୍ରଶଂସା କରି କହିଥିଲେ ଯେ ସେମାନେ ରାଜ୍ୟ ପାଇଁ ଗୌରବ ଆଣି ଅନ୍ୟ ଖେଳାଳୀ ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି। ସେମାନେ ସାରା ବିଶ୍ୱରେ ଓଡିଶା ପାଇଁ ଗୌରବ ଆଣିଛନ୍ତି ବୋଲି ପ୍ରକାଶ କରି, ଆଗାମୀ ଦିନରେ ଆହୁରି ସଫଳତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।ମୁଖ୍ୟମନ୍ତ୍ରୀ ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିବା ବେଳେ, ଜୟନ୍ତୀଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ।
ସୂଚନାଯୋଗ୍ୟ ଯେ ଶ୍ରୀୟଙ୍କା ନିକଟରେ କାଇରୋ ଠାରେ ଅନୁଷ୍ଠିତ ISSF ବିଶ୍ବକପ୍ ସୁଟିଂ ପ୍ରତିଯୋଗୀତାରେ ୫୦ ମିଟର ରାଇଫଲ ୩ ପୋଜିସନ୍ରେ ବ୍ରୋଞ୍ଜ ମେଡାଲ ପାଇଛନ୍ତି। ସେ ମଧ୍ଯ ବର୍ତ୍ତମାନ ଜାତୀୟ ସୁଟିଙ୍ଗ ଚାମ୍ପିଅନ ଭାବେ ସୁନାମ ଅର୍ଜନ କରିଛନ୍ତି।ସେହିପରି ଜୟନ୍ତୀ ବେହେରା ଦୁବାଇ ଠାରେ ଅନୁଷ୍ଠିତ ବିଶ୍ବ ପାରା ଆଥଲେଟିକ୍ସ ପ୍ରତିଯୋଗୀତାରେ ୩ଟି ମେଡାଲ ହାସଲ କରିଛନ୍ତି। ୪୦୦ ଓ ୧୦୦ ମିଟର ପ୍ରତିଯୋଗୀତାରେ ସେ ବ୍ରୋଞ୍ଜ ପଦକ ପାଇଥିବା ବେଳେ, ୨୦୦ ମିଟର ପ୍ରତିଯୋଗୀତାରେ ରୌପ୍ୟ ପଦକ ପାଇଛନ୍ତି।
ଉଭୟ କ୍ରୀଡାବିତ୍ ରାଜ୍ୟରେ କ୍ରୀଡା ଭିତ୍ତିଭୂମି ଓ କ୍ରୀଡାବିତ୍ ମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ପଦକ୍ଷେପର ଉଚ୍ଚପ୍ରଶଂସା କରିଥିଲେ। ଦୁଇ ଖେଳାଳି ମୁଖ୍ୟମନ୍ତ୍ରୀଙ୍କ ସହିତ ଖୁସିରେ selfie ଉଠାଇଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି କେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଶ୍ରୀ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ।
ସୋନିଆ ଗାନ୍ଧୀ ଙ୍କୁ ଭେଟିଲେ ଏଆଇସିସି ସମ୍ପାଦକ ତଥା ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ…
() ସୋନିଆ ଗାନ୍ଧୀ ଙ୍କୁ ଭେଟିଲେ ଏଆଇସିସି ସମ୍ପାଦକ ତଥା ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ।ରାଜ୍ୟରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା ହେଲା।ଦୁର୍ବଳ ନେତୄତ୍ବ ପାଇଁ କଂଗ୍ରେସ ରାଜ୍ୟରେ ସଂଗଠିତ ହୋଇପାରୁ ନାହିଁ ବୋଲି ସୋନିଆ ଙ୍କୁ ଜଣାଇଛନ୍ତି ଶରତ।ଅନ୍ୟପଟେ ପଞ୍ଚାୟତ ପୌରରେ ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାନ ହେବା ପରେ କଂଗ୍ରେସ ରେ ପିସିସି ସଭାପତି ପରିବର୍ତ୍ତନ ସ୍ବର ଜୋର ଧରିଛି।ଖୁବ ଶିଘ୍ର ରାଜ୍ୟ କଂଗ୍ରେସ ନୂଆ ସଭାପତି ପାଇବା ବୋଲି କହିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା।
ସନ୍ତୋଷ ସିଂ ସାଲୁଜା, କଂଗ୍ରେସ ବିଧାୟକ
ଶରତ ରାଉତ(ଫୋନ)
ବିଧାନସଭା ରେ ଧାନକିଣାନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ…
() ଧାନ କିଣାକୁ ନେଇ ବିଧାୟକ ଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ।ବିଧାନସଭା ରେ ଧାନକିଣାନେଇ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି। କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନା ରେ ଭାଗନେଇ କଂଗ୍ରେସ ଏବଂ ବିଜେପି ବିଧାୟକ କ୍ଷୋଭ ପ୍ରକାଶ କରିଛନ୍ତି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଆଲୋଚନାରେ ଭାଗନେଇ କହିଛନ୍ତି ସବୁ ମଣ୍ଡି ରେ କାହିଁକି ସିସିଟିଭି ଲାଗିପାରିଲା ନାହିଁ।ନିୟମ ଉଲଙ୍ଘନ କାହିଁକି ହେଉଛି।ପୁର୍ବରୁ ଚାଲିଥିବା ବ୍ୟବସ୍ଥା କାହିଁକି ଅକାମି ହେଲା ସରକାରଙ୍କ ପାଖରେ ଉତ୍ତର ନାହିଁ।ଚାଷୀ ଙ୍କୁ ଶୋଷଣ କରିବା ପାଇଁ ସରକାର ଅସାଧୁ ବ୍ୟବସାୟୀଙ୍କ ସହିତ ହାତ ମିଳାଇଛନ୍ତି।ଚାଷୀଙ୍କ ବାର୍ଷିକ ଆୟ କେତେ ?ମାସକୁ ୫ଶହ ଟଙ୍କା ବି ହେଉନାହିଁ। ଚାଷୀଙ୍କ ଭୋଟ ହାତେଇବା ପାଇଁ ସରକାର ଯୋଜନା କରୁଛନ୍ତି।ଚାଷୀ ବଞ୍ଚିବ କେମିତି।ଡିଜେଲ ଦର ବଢୁଛି। ବିଜେପି ର ମୋହନ ମାଝୀ ଅଭିଯୋଗ କରିଛନ୍ତି ଟୋକନ ସମସ୍ୟା ପାଇଁ ଶହଶହ ଚାଷୀ ହନ୍ତସନ୍ତ ହେଉଛନ୍ତି। ଟୋକନ ପାଇଥିଲେ ମଧ ଚାଷୀ ଧାନ ବିକ୍ରି କରିପାରୁନାହାଁନ୍ତି। କଟନି ଛଟନିଶକରାଯାଉଛି।ଅସାଧୁ ମିଲ ମାଲିକ ଫାଇଦା ନେଉଛନ୍ତି। ଆଦର୍ଶ ମଣ୍ଡି କରିପାରୁନାହାନ୍ତି। ବିଭାଗୀୟ ମନ୍ତ୍ରୀ ରଣେନ୍ଦ ପ୍ରତାପ ସ୍ବାଇଁ ଗୄହରେ କହିଛନ୍ତି ଟେକ୍ନୋଲୋଜି ବ୍ୟବହାର କରି ଧାନଚାଷ ଜମି ସର୍ଭେ କରିଛୁ। ୧ଲକ୍ଷ୮ହଜାର ଅଧିକ ଚାଷୀ ନୂତନ ଭାବେ ପଞ୍ଜିକୃତ ହୋଇଛନ୍ତି। ୯୧ଜଣ ସୋସାଇଟି ସେକ୍ରେଟାରୀ ଙ୍କୁ ନିଲମ୍ବନ କରାଯାଇଛି।ବିରୋଧୀ ଙ୍କୁ ମନ୍ତ୍ରୀ ଙ୍କ ଆହ୍ବାନ ସିଷ୍ଟମ ସହିତ ରୁହ ଚୋରଙ୍କ ସହିତ ଭୂଆ ବିରାଡ଼ି ହୁଅ ନାହିଁ।ଭୁତଚାଷୀଙ୍କୁ ଚିହ୍ନଟ କରି ରାଜ୍ୟ ରାଜକୋଷର ୧୦୯ କୋଟି ଟଙ୍କା ସେଭ ହୋଇଛି। ୨୦୧୯-୨୦ ବର୍ଷ ରେ ୨୯ ପ୍ରତିଶତ ଅଧିକ ଚାଷୀ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି।
ନରସିଂହ ମିଶ୍ର, କଂଗ୍ରେସ ବିଧାୟକ
ମୋହନ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ
ରାଜକିଶୋର ଦାସ,ବିଜେଡି ବିଧାୟକ
ଆଜିଠୁ ଆଇପିଏଲ-୨୦୨୨ ର ମହାସମର…
() ଆଜିଠାରୁ ବିଶ୍ଵର ସବୁଠାରୁ ଲୋକପ୍ରିୟ କ୍ରିକେଟ୍ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ର 15th ଲିଗ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ବର୍ଷ ଲିଗ୍ ରେ 8ଟି ଦଳ ବଦଳରେ 2ଟି ନୂଆ ଦଳ ସାମିଲ ହୋଇଛି। କୋରାନ ମହାମାରୀ କୁ ଦୃଷ୍ଟି ରେ ରଖି ଦୁଇବର୍ଷ ପରେ 25 ପ୍ରତିଶତ ଦର୍ଶକଙ୍କୁ ନେଇ match ଖେଳାଯିବ। ମୁମ୍ୱାଇର ୱାଙ୍କଡେ ଷ୍ଟାଡିୟମ୍ ରେ ipl ଉଦଘାଟନୀ ମ୍ୟାଚରେ ଗତ ବର୍ଷ ବିଜେତା ଚେନାଇ ସୁପର କିଙ୍ଗସ୍ (CSK) ଓ ଉପବିଜେତା କୋଲକାତା ନାଇଟ୍ ରାଇଡର (KKR) ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ଶେଷ 5ଟି ମ୍ୟାଚ୍ ମଧ୍ୟରୁ ଚେନାଇ ସୁପର କିଙ୍ଗସ୍ (CSK) 4ଟି ମ୍ୟାଚ୍ ଓ କୋଲକାତା ନାଇଟ୍ ରାଇଡର (KKR) ମାତ୍ର ଗୋଟିଏ ମ୍ୟାଚ୍ ରେ ବିଜୟୀ ହୋଇଛି। 65 ଦିନ ଧରି ଖେଳାଯିବାକୁ ଥିବା ଉକ୍ତ ପ୍ରତଯୋଗିତାରେ ମୋଟ୍ 74ଟି ମ୍ୟାଚ୍ ଖେଳାଯିବ। ପ୍ରତି ଦଳ 14ଟି ଲେଖାଁଏ ଲିଗ୍ ମ୍ୟାଚ୍ ଖେଳିବେ। ଏହି ପ୍ରତଯୋଗିତା ମାର୍ଚ୍ଚ 26 ଠାରୁ ଆରମ୍ଭ ହୋଇ ମେ 22ରେ ଶେଷ ହେବ। ଇଶାନ କିଷନ ସବୁଠାରୁ ଦାମୀ ଖେଳାଳି ଭାବେ ବିବେଚିତ ହୋଇଛନ୍ତି।
୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସରକାରୀ ଉଚ୍ଚ ବିଦ୍ୟାଳୟ…
ମୋ ସରକାର, ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୁବିଧା ଓ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୭୬ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୩୩୬୫ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରିବେ ।