ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗତ ୨୦ ତାରିଖରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ହୋଇଥିବା ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ଯେପରି ଜଣେ ବି କ୍ଷତିଗ୍ରସ୍ତ ଚାଷୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଧ୍ୟାନ ଦେବାକୁ ସମୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ୩୦ ତାରିଖ ମଧ୍ୟରେ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ ସହ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଚିହ୍ନଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।ବୀମା କରିଥିବା ଓ ବୀମା ନକରିଥିବା କ୍ଷତିଗ୍ରସ୍ତ ସମସ୍ତ ଚାଷୀ ମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ସହାୟତା ଯଥାଶୀଘ୍ର DBT ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।ବୀମା କରିଥିବା ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନେ ଯେପରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କ୍ଷୟ କ୍ଷତି ସଂପର୍କରେ ବୀମା କମ୍ପାନୀ ମାନଙ୍କୁ ସୂଚନା ଦେବେ, ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବୈଠକର ସୂଚନାରୁ ଜଣାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୨୬ ହଜାର ଚାଷୀ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା କାଲି (ରବିବାର) ସୁଦ୍ଧା ସବୁ ବୀମାଭୁକ୍ତ ଚାଷୀମାନେ ନିଜର ଫସଲ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ । ଏହା ସହିତ ବିଭିନ୍ନ ଜିଲ୍ଲାର ପଞ୍ଜୀକୃତ ଚାଷୀ ଭାଇ ଓ ଭଉଣୀ ମାନେ ଅଦିନିଆ ବର୍ଷା ଜନିତ ସେମାନଙ୍କର ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତିର ସୂଚନା ତୁରନ୍ତ “କୃଷି ରକ୍ଷକ” ପୋର୍ଟାଲ ମାଧ୍ୟମରେ କିମ୍ବା ୧୪୪୪୭ କୁ କଲ୍ କରି ଜଣାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଶାସନରେ ଥିଲୁ କାମ କରିଥିଲୁ,ବିରୋଧୀରେ ଅଛୁ ,ଲୋକଙ୍କ ସ୍ବର ସାଜିବୁ : ବବି
()ନବୀନ ପଟ୍ଟନାୟକ ସ୍ବପ୍ନ ଦେଖନ୍ତି, ତାକୁ ପୂରଣ କରନ୍ତି । କଥା କମ କହନ୍ତି , କାମ ଅଧିକ କରନ୍ତି। ଓଡ଼ିଶା ଶାସନରେ ଯାଜପୁରର ଭାଗିଦାରୀ ଥିଲା, ବିରୋଧୀ ସମୟରେ ବି ସମାନ ଭାଗୀଦାର ରହିବ । ଲୋକଙ୍କ ହୃଦୟରେ ନବୀନ ପଟ୍ଟନାୟକ ଅଛନ୍ତି ଓ ରହିବେ। କାରଣ ନବୀନ ପଟ୍ଟନାୟକ ମଣିଷ ହୃଦୟର ଭାଷା ବୁଝନ୍ତି । ସେଥିପାଇଁ ଏବେ ବି ଲୋକେ କହୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବତ୍ୟା, ବତ୍ୟାରେ ଆମେ ଲୋକଙ୍କ ପାଖରେ ଥିଲୁ , ଏବେ ବି ରହିବୁ।ଲୋକମାନେ ହେଉଛନ୍ତି ଆମର ମାଲିକ । ତେଣୁ ଆଗାମୀ ଦିନରେ ଲୋକଙ୍କ ସ୍ବର ସାଜି ଗାଁ ଗାଁରେ ଶାଣିତ ସ୍ବର ଉଠାଇବ ବିଜେଡ଼ି । କର୍ମୀ କେବେ ବି ଦଳ ଛାଡ଼େ ନାହିଁ, ଦଲାଲ ହିଁ ଦଳ ଛାଡ଼େ । କାରଣ କର୍ମୀ ପରିଶ୍ରମ ନେତା ଉପଭୋଗ କରେ ଓ ନେତାଙ୍କ ପରିଶ୍ରମ କର୍ମୀ ଉପଭୋଗ କରେ। ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ କର୍ମୀ ହୋଇ ଆମେ ଗର୍ବିତ । ଯାଜପୁରରେ ବିଜେଡ଼ିର ୨୮ ତମ ପ୍ରତିଷ୍ଠା ଦିବସରେ ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ(ବବି) ଏପରି ଆହ୍ବାନ ଦେଇଛନ୍ତି ଦଳୀୟ କର୍ମୀ ଓ ନେତାଙ୍କୁ । ୨୦୦୦ରୁ ୨୦୦୯ ବିଜେଡ଼ି-ବିଜେପି ମେଣ୍ଟ ସରକାର ଓ ୨୦୦୯ରୁ ୨୦୨୪ ବିଜେଡ଼ିର ସରକାରର ତୁଳନା କରିଛନ୍ତି ପ୍ରଣବ । ନବୀନ ପଟ୍ଟନାୟକ ଓଡ଼ିଶାକୁ କେତେ ଭଲ ପାଆନ୍ତି ତାହା ତାଙ୍କର ୨୪ ବର୍ଷ ଶାସନରେ ଲୋକେ ଅନୁଭବ କରିଛନ୍ତି ବୋଲି ସେ କହିଛନ୍ତି । ୨୮ ବର୍ଷ ଧରି ବିଜେଡ଼ିକୁ ଗୋଟିଏ ସୂତାରେ ବାନ୍ଧି ରଖି ଓଡ଼ିଶାର ବିକାଶ କରିଛନ୍ତି ନବୀନ । ମୁଁ ଗର୍ବିତ ନବୀନ ପଟ୍ଟନାୟକ ଓ ବିଜେଡ଼ିର ମୁଲିଆ ହୋଇଛି । ଯାଜପୁର ବିକାଶ ଓ ସରକାର ବଦଳିବା ପରେ ଯାଜପୁର ବିକାଶରେ ବାଧା ସୃଷ୍ଟି ହେଉଥିବା ନେଇ ମନର କ୍ଷୋଭକୁ ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡ଼ିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ। ବବି କହିଛନ୍ତି ଯେ ନବୀନ କାମ ଏପରି କଥା କହୁଛି ଯେ ମୁଁ ଯାଜପୁର ରାସ୍ତାରେ ଗଲା ବେଳେ ଲୋକେ କହୁଛନ୍ତି ବବି ଯାଜପୁରର ବିକାଶ କରିଛି । କାରଣ ଯାଜପୁରକୁ ନୂଆ ରୂପରେ ତିଆରୀ କରିବାକୁ ମୁଁ ଚାହିଁଥିଲି , ସ୍ବପ୍ନ ମଧ୍ୟ ଦେଖିଥିଲି । ମୋ ସ୍ବପ୍ନକୁ ବାସ୍ତବ ରୂପ ଦେଇଥିଲେ ନବୀନ ପଟ୍ଟନାୟକ । ତେଣୁ ଯାଜପୁର ବାସୀ ନବୀନ ପଟ୍ଟନାୟକଙ୍କ ପାଖରେ ଋଣୀ ।
ବିରୋଧୀଙ୍କୁ ପ୍ରତିଷ୍ଠା ଦିବସରେ ଟାର୍ଗେଟ କରି ବବି କହିଛନ୍ତି ଯେ ଅଶୋକ ଦାସ ପରିବାର କ୍ଷମତା ଦେଖିଛି ଓ କ୍ଷମତା ବାହାରେ ରହିଛି । ହେଲେ ଯାଜପୁରବାସୀ ତାଙ୍କ ପରିବାର ପ୍ରତି ଭଲ ପାଇବା ଅତୁଟ ରହିଛି । ସେମାନେ ହିଁ ଆମର ମାଲିକ । ଯାଜପୁରବାସୀ ଓ ବିଜେଡ଼ି କର୍ମୀ ଲଢିବାକୁ ଭଲ ପାଆନ୍ତି, ଗୁମଲା କରିବାକୁ ନୁହେଁ । ଯାଜପୁରବାସୀ ସ୍ବାଭିମାନି । ବ୍ୟକ୍ତିକୁ ମାର ,ବିକାଶକୁ ମାରନାହିଁ , ବବିକୁ ମାର , ଯାଜପୁରବାସୀଙ୍କୁ ମାର ନାହିଁ ବୋଲି କ୍ଷୋଭ ପ୍ରକାଶ କରି ବବି ଶାସକ ଦଳକୁ ନିଶାନା କରିଛନ୍ତି । ନିଜ ସାନ ଭାଇ ଭବ ପ୍ରସାଦ ଦାସ( ଲଲ)ର ଉଦାହରଣ ଦେଇ ବବି କହିଛନ୍ତି ଯେ ଲୋକଙ୍କ ସ୍ବର ସାଜି ଲଲ ଜେଲ ଯାଇଛି । ତେଣୁ ଆଗମୀ ଦିନରେ ଲୋକଙ୍କ ସ୍ବରକୁ ବିଜେଡ଼ିର ପ୍ରତ୍ୟେକ କର୍ମୀ ଓ ନେତାମାନେ ଶାଣିତ କରିବାକୁ ପ୍ରଣବ ପ୍ରକାଶ ଦାସ ଆହ୍ବାନ ଦେଇଛନ୍ତି । ୨୮ ତମ ପ୍ରତିଷ୍ଠା ଦିବସରେ ବିଜେଡ଼ିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏପରି ଆହ୍ବାନ ଦଳୀୟ କର୍ମୀ ଓ ନେତାଙ୍କ ମନବଳକୁ ଶକ୍ତିଶାଳୀ କରିଛି ।
ଶଙ୍ଖରେ ଚମକୁଛନ୍ତି ଦେବୀ, ଉଦୟ ହେଲେ ଅରୁଣ …..
୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ପରେ ବିଜେଡ଼ିର ଟ୍ରାକ ଧୀରେଧୀରେ ବଦଳିଛି।ସଂଗଠନ ଉପରେ ବିଜେଡ଼ି ସୁପ୍ରିମୋ ସିଧାସଳଖ ଫୋକସ କରିବା ସହ ନେତା ଓ କର୍ମୀଙ୍କ ସହ ଆଲୋଚନା କରୁଛନ୍ତି । ଦଳକୁ ପୁଣିଥରେ ତୃଣମୂଳସ୍ତରରୁ ସଂଗଠିତ କରିବା ପାଇଁ ନବୀନ ଜୋରଦାର ପ୍ରୟାସ କରିଛନ୍ତି ।ରାଜ୍ୟସ୍ତରୀୟ କମିଟି ଭାଙ୍ଗୀ ନୂଆ କମିଟି ଗଠନ ଏଯାଏ କରିନାହାନ୍ତି । ନବୀନ ପଟ୍ଟନାୟକଙ୍କ ପରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ସମନ୍ବୟ କମିଟି ଅଧ୍ୟକ୍ଷ ପଦର ଗୁରୁଦାୟିତ୍ବ ଦେଇଛନ୍ତି ନବୀନ । ଦାୟିତ୍ବ ପାଇବା ଦିନଠାରୁ ଶଙ୍ଖ ଶିବିରରେ ଦେବୀଙ୍କ ଦବଦବା ବଢିବାରେ ଲାଗିଛି । କ୍ଷମତାରୁ ଯିବାର ୬ ମାସ ଭିତରେ ଦେବୀ ଦଳର ସବୁଠାରୁ ପାଓ୍ବାର ଫୁଲ ନେତାରେ ପରିଣତ ହୋଇଛନ୍ତି । ଦଳର ସବୁ ଗୁରୁତ୍ବପୂର୍ଣ୍ଣ ବୈଠକରେ ଦେବୀ ମିଶ୍ରଙ୍କୁ ଦେଖିବାକୁ ମିଳୁଛି। ଦଳର ବରିଷ୍ଠ, କନିଷ୍ଠ, ଯୁବ ଓ ଛାତ୍ର ନେତାମାନଙ୍କ ସହ ସୁ ସମ୍ପର୍କ ରଖି ସେ ସଂଗଠନକୁ ଆଗେଇ ନେଇଚାଲିଛନ୍ତି । ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଂଜୟ ଦାସ ବର୍ମା, ଅତନୁ ସବ୍ୟସାଚୀୟ ନାୟକ, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ପ୍ରସହ୍ନ ଆଚାର୍ଯ୍ୟଙ୍କ ଠାରୁ ଆରମ୍ଭ କରି ଦକ୍ଷିଣ, ପଶ୍ଚିମ, ଉତ୍ତର ଓ ଉପକୂଳର ଯୁବ ଓ ବରିଷ୍ଠ ନେତାଙ୍କୁ ଗୋଟିଏ ଡ଼ୋରୀରେ ବାନ୍ଧି ଦେବୀ ମିଶ୍ର ସକ୍ରୀୟ ଆର୍ବିଭାବ ହୋଇଛି ବିଜେଡ଼ିରେ । ଏହାରି ଭିତରେ ପୋଲାଭରମ, ମହାନଦୀ ପରି ରାଜ୍ୟ ସ୍ବାର୍ଥ ସମ୍ବଳିତ ପରି ବଡ଼ ପ୍ରସଙ୍ଗରେ ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀ ମିଶ୍ର ଗ୍ରାଉଣ୍ଡକୁ ଯିବା ସହ ବିଜେଡ଼ି ନେତୃତ୍ବଙ୍କ ସହ ଦିଲ୍ଲୀ ଦରବାରରେ ଲଢେଇ ଜୋରଦାର କରିଛନ୍ତି । ୬ମାସ ଧରି ନିଜ ଦାୟିତ୍ବର ଟିକନିକ ହିସାବ ଦେବୀ ନବୀନ ନିବାସରେ ରିପୋର୍ଟ କରୁଛନ୍ତି । ନବୀନ ନିବାସରେ ମଧ୍ୟ ଦେବୀଙ୍କ ପ୍ରସ୍ତାବକୁ ଅଧିକ ସୀକୃତି ମିଳୁଛି ।
ସେହିପରି ୨୦୨୪ ନିର୍ବାଚନ ପରେ ବିଜେଡ଼ିରେ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ପୁଣିଥରେ ଉଦୟ ହୋଇଛି। ଦଳର ସଙ୍କୋଟ ମୋଚକ ଭାବେ ଅରୁଣ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଷଣ୍ଢୁଆସି ଆକ୍ରମଣ କରି ଘାଇଲା କରୁଛନ୍ତି । ବିଧାନସଭା ଭିତରେ ଓ ବାହାରେ ଦଳର କଥାକୁ ଶାଣିତ ସ୍ବରରେ ନିଜ ଶୈଳୀରେ କହି ଶାସକ ବିଜେପିକୁ ଘନଘନ ଜବାବ ଓ ପ୍ରଶ୍ନ ପଚାରି ଚାଲିଛନ୍ତି ଅରୁଣ ସାହୁ । ସେ ଗୃହ ବିଭାଗରେ ଆଲୋଚନା ଚକ୍ରରେ ବିଜେପିର ପାନଖିଆ ଛେତଲା ପାଟିଆ କର୍ମୀ ପୋଲିସକୁ ଧମକ ଦେବା କଥା ହେଉ ଅବା ରୁବେନ ଅଣ୍ଡିରି ପୁଅ ଉଦ୍ଧବ ବୟାନ ବେଶ ଚର୍ଚ୍ଚାକୁ ଆସିଛି । ବିଜେଡ଼ି ଏବେ ସଶକ୍ତ ବିରୋଧୀ ଦଳ ଭୂମିକା ଲିଭାଉଥିବାରୁ ଅରୁଣ କଡ଼ା ବିରୋଧ ସ୍ବରକୁ ଆପଣାଇଛି ଦଳ । ୬ ମାସ ଭିତରେ ଯେତେ ବଡ଼ ବଡ଼ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିବାର ଆବଶ୍ୟକ ପଡ଼ିଛି ଯେତେବେଳେ ବିଜେଡ଼ିର ପ୍ରଥମ ପସନ୍ଦ ସାଜିଛନ୍ତି ନୟାଗଡ଼ର ବରିଷ୍ଠ ବିଧାୟକ ଅରୁଣ ସାହୁ । ଅରୁଣ ମଧ୍ୟ ମୋଉକା ଦେଖି ଚୌକା ମାରିବାରେ ମାହିର । ତେଣୁ ରାଜଧାନୀରୁ ଆରମ୍ଭ କରି ଗାଁ ଗଳିରେ ଏବେ ଗୋଟିଏ ଚର୍ଚ୍ଚା ବିଜେଡ଼ିରେ ଦେବୀ ଚମକୁଥିବା ବେଳେ ଉଦୟ ହୋଇଛନ୍ତି ଅରୁଣ ।
ଦୁଷ୍ମନ୍ତଙ୍କୁ ଓୟୁଜେ ମିଡିଆ ଆୱାର୍ଡ …..
ଖବରର ଭୋକ ତାଙ୍କୁ ଶୁଆଇ ଦିଏନି। ଦିନ ହେଉ କି ରାତି ଖବର ଯେଉଁଠି ସେ ସେଇଠି। ସତ କହିବା ଓ ସତ ଲେଖିବାର ସାମର୍ଥ୍ୟ ରଖୁଥିବା ଆଗ ଧାଡ଼ିର ଯୁବ ସାମ୍ବାଦିକ ଦୁଷ୍ମନ୍ତ ବେହେରା। ଓଡ଼ିଶା ଗଣମାଧ୍ୟମ ଜଗତର ଜଣେ ପରିଚିତ ନାଁ। ସାମାଜିକ,ସାଂସ୍କୃତିକ, କ୍ରୀଡାଠାରୁ ଆରମ୍ଭ କରି ରାଜନୀତିର ଗହନ କଥାକୁ ଲୋକ ଲୋଚନକୁ ଆଣିବାରେ ସେ ମାହିର। ଖବର ପରିବେଶ ହେଉ ଅବା ଉପସ୍ଥାପନ, ସବୁଠି ଆଗରେ ସେ । ସୁଦୂର ମୟୁରଭଂଜ ଯଶିପୁରରୁ 5 ଜିଲ୍ଲା 7 ନଈ ପାର ହୋଇ ରାଜ୍ୟର ଏକ ପରିଚିତ ଚେହେରା ହୋଇ ପାରିଛନ୍ତି ଦୁଷ୍ମନ୍ତ। ପ୍ରାକୃତିକ ବିପର୍ଯ୍ୟୟର ଅନୁମାନ ହେଉ କି ରାଜନୀତିର ଗଣିତ କଷିବାରେ ସେ ବେଶ ପାରଙ୍ଗମ। ରାଜ୍ୟ ଭିତରେ ହେଉ କି ବାହାରେ ସବୁଠି ନିଜର ଦକ୍ଷତା ସେ ଦେଖେଇ ସାରିଛନ୍ତି। ଏଭଳି ଜଣେ ଯୁବ ପ୍ରତିଭା ବାନ ସାମ୍ବାଦିକଙ୍କୁ ଆଜି ଓୟୁଜେର 53 ତମ ପ୍ରତିଷ୍ଠା ଦିବସରେ ଓୟୁଜେ ମିଡିଆ ଆୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଛି। ସାମ୍ବାଦିକ ବୃତ୍ତିକୁ ପେଶା ନୁହେଁ ବରଂ ନିଶା ଭାବରେ ଗ୍ରହଣ କରିଛନ୍ତି ସେ l ସବୁବେଳେ ଖବର ସଂଗ୍ରହ ଉପରେ ତାଙ୍କର ନଜର ଥାଏ l news 18 ଓଡିଆର ଏହି ପ୍ରତିଭାବାନ ଯୁବ ସାମ୍ବାଦିକ ଆଗକୁ ସମାଜର ବଡ ଦର୍ପଣ ହୋଇ କାମ କରିବେ ବୋଲି ଓୟୁଜେ ଆଶା କରିଛି l
ଓୟୁଜେର ୫୩ତମ ପ୍ରତିଷ୍ଠା ଦିବସ ପାଳିତ :ସାମ୍ବାଦିକଙ୍କ ଦାବୀ ପୂରଣ ନେଇ ମଧ୍ୟସ୍ଥତା କରିବି-ଧର୍ମେନ୍ଦ୍ର
ଭୁବନେଶ୍ୱର : ବିକାଶର କର୍ଣ୍ଣଧାର ଗଣମାଧ୍ୟମ ଓ ସେମାନଙ୍କ ଭୂମିକାକୁ ପ୍ରଣାମ କରୁଛି । ସାମ୍ବାଦିକଙ୍କ ପେନସନ, ପ୍ରୋଟେକ୍ସନ ଓ ଏକ୍ରିଡ଼େସନ ଦାବୀ ହେଉଛି ଯଥାର୍ଥ ଦାବୀ । ନିର୍ବାଚନ ପୂର୍ବରୁ ଏସବୁ ଦାବୀ ପୂରଣ ନେଇ ଦେଇଥିବା କଥାକୁ ରଖିବା ପାଇଁ ରାଜ୍ୟ ସରକାରଙ୍କ ସହ ମଧ୍ୟସ୍ଥତା କରିବି ବୋଲି ଘୋଷଣା କରିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜୟଦେବ ଭବନଠାରେ ଆୟୋଜିତ ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟିସ୍ (ଓୟୁଜେ)ର ୫୩ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ପ୍ରଧାନ ଏପରି ଘୋଷଣା କରିବା ସହ ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବାକୁ ପରାମର୍ଶ ଦେଇଛନ୍ତି । ସାମ୍ବାଦିକଙ୍କ ଦାୟିତ୍ୱ ନେଇ ସଂଘ ନୀତି ନିର୍ଦ୍ଧାରଣ କରୁ ବୋଲି ସେ ବିନମ୍ରତାର ସହ ଆହ୍ୱାନ କରିଛନ୍ତି । ସତ କହିବା ଓ ଲେଖିବାର ସାମର୍ଥ୍ୟ ସାମ୍ବାଦିକମାନଙ୍କୁ ମିଳୁ ବୋଲି କାମନା କରିଛନ୍ତି ।
ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ସାମ୍ବାଦିକ ଦାବୀ ନେଇ ବିହିତ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିଛନ୍ତି । ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସମାଲୋଚନା ଗ୍ରହଣୀୟ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଓ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇଥିଲେ । ଓୟୁଜେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଅଶୋକ ନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅକ୍ଷୟ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଉପସଭାପତି ରାଜେଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିନ୍ଦୁ ମହାନନ୍ଦ, ଶତରୂପା ସାମନ୍ତରାୟ, ଅର୍ଚ୍ଚନା ଶତପଥୀ, ଦୁଷ୍ମନ୍ତ ବେହେରା ପ୍ରମୁଖ ବିଶିଷ୍ଟ ସାମ୍ବାଦିକମାନଙ୍କୁ ଓୟୁଜେ ମିଡ଼ିଆ ଆୱାର୍ଡ଼ରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ନାରାୟଣ ବାରିକ, ରାମ ନାରାୟଣ ଶତପଥୀ, ହରିହର ପାତ୍ର, ସୁବାସ ସାହୁ, ନିରଞ୍ଜନ ପଣ୍ଡା, ବସନ୍ତ ହାତୀ ଆଦିଙ୍କୁ ବରିଷ୍ଠ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରିକ୍ଷୀତ ବିଶ୍ୱାଳ, କିସାନ ରାଉତ, ଅଭୟ ପତି, ଆଦିତ୍ୟ ମେକାପ, ବାଳକୃଷ୍ଣ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ପ୍ରଶାନ୍ତ ବେହେରା, ସୁଧାଂଶୁ ଶେଖର ପରିଡ଼ା, ଦୀପକ ସମଝଦାର, ପ୍ରସନ୍ନ ପାଇକରାୟ, ଅମୂଲ୍ୟ ରଞ୍ଜନ ସ୍ୱାଇଁ, ସନ୍ତୋଷ ସିଂଦେଓ, ପ୍ରମୋଦ ସାମନ୍ତରାୟ, ଚିନ୍ମୟ ମହାପାତ୍ର, ରାଜୀବ ମହାନ୍ତି, ସୁରେଶ ଦାସ ଓ ସୁଧାଂଶୁ ପାତ୍ର ଉତ୍ସବ ଆୟୋଜନରେ ସହଯୋଗ କରିଥିଲେ । ଏହି ଅବସରରେ ୩୦ଜିଲ୍ଲାର ନବନିର୍ବାଚିତ ସଭାପତି ଓ ସାଧାରଣ ସମ୍ପାଦକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଏଥି ପୂର୍ବରୁ ଓୟୁଜେର ଏକ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଏକ ସଂଘ, ଏକ ନିର୍ବାଚନ ନେଇ ବ୍ୟାପକ ଆଲୋଚନା ହୋଇଥିଲା । ଏଥିରେ ରାଜ୍ୟର ୩୧ଟି ସାଂଗଠନିକ ଜିଲ୍ଲାର ପ୍ରତିନିଧିମାନେ ଅଂଶଗ୍ରହଣ କରି ନିଜ ନିଜର ମତ ରଖିଥିଲେ ।
ପ୍ରତିଷ୍ଠା ଦିବସରେ ସଙ୍କଳ୍ପ: ବିକାଶ, ଦରଦାମ ଓ ବିଜେପି ପ୍ରତିଶୃତି ବୁଝାଇବ ବିଜେଡି….
ବିଜେଡି ଲୋକଙ୍କ ପାଇଁ ସବୁବେଳେ କାମ କରେ l ଓଡ଼ିଶାବାସୀଙ୍କ ବଳ ବିଜୁ ଜନତା ଦଳ l ଏହି ସ୍ଲୋଗାନ ଦେଇ ବିଜେଡି ଲୋକଙ୍କ ହୃଦୟରେ ରହିଛି l ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶକ୍ତିଶାଳୀ ଆଞ୍ଚଳିକ ଦଳ ହୋଇଛି. ପ୍ରତି ବର୍ଷ ଭଳି ଏଥର ବି ଡିସେମ୍ବର 26 ରେ ସବୁ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ ହେବ. ଏହା 28 ତମ ପ୍ରତିଷ୍ଠା ଦିବସ, ବିକାଶର ଅନ୍ୟ ନାଁ ବିଜେଡି. ଏହା ଲୋକଙ୍କୁ ପୁଣି ଜଣାଇବୁ. ବିଜେପି ପ୍ରତିଶୃତି ପାଳନ ନ କରିବା, ଦରଦମ ବୃଦ୍ଧି କଥା ବି କୁହାଯିବ. ନୂଆ ବର୍ଷରେ ଜାନୁଆରୀ 6 ତାରିଖରେ ଆନ୍ଦୋଳନ ହେବ ଭୁବନେଶ୍ୱରରେ. ଜନସାଧାରଣ ଯେପରି ଦରଦାମରେ ଅତିଷ୍ଠ ହେଲାଣି, ପ୍ରତି ବର୍ଷ ପରି ଚଳିତ ବର୍ଷ ଡିସେମ୍ବର 26 ରେ ବିଜେଡି ପ୍ରତିଷ୍ଠା ଦିବାସ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ ହେବ. ସଂକଳ୍ପ ନିଆଯିବ ଯେ ଯେଉଁ ଲକ୍ଷ୍ୟ ଓ ଆଭିମୁଖ୍ୟ ନେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସ୍ୱାଭିମାନଙ୍କ ରକ୍ଷା କରିବୁ. ଆସନ୍ତା ଜାନୁଆରୀ 6 ରେ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନ କରି ରାଜରାସ୍ତାକୁ ଓଲ୍ହାଇବ. ଦର ଦାମ ନିୟନ୍ତ୍ରଣ ନ ହେଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ. ନୂଆ ସରକାର ଲୋକସେବା ଭବନ ଆଗରେ ବିକ୍ଷୋଭ ହେବ. ଗଠନର ଛ ମାସରେ ଦରଦାମ ବଢ଼ି ଚାଲିଛି. ସରକାର ଯେଉଁ ପ୍ରତିଶୃତି ଦେଇ ଆସିଥିଲେ, 50000 ହଜାର ସୁଭଦ୍ରା, 300 ଯୁନିଟ ମାଗଣା ବିଜୁଳି, 3100 MSP, ଭତା, ଏ ସବୁରେ ବିଫଳ. ନିତ୍ୟ ବ୍ୟବହାର ଜିନିଷ, ଡିଜେଲ ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଲୋକ ତ୍ରାହି ତ୍ରାହି ଡାକିଲେଣି. ସୁଭଦ୍ରାର SOP 9 ଥର ବଦଳିଲାଣି. ଆଳୁ60, ଡାଲି 150. ଏହା ପ୍ରଶାସନିକ ଓ ସରକାରୀ ବିଫଳତା l ଦରଦାମ ନେଇ ବିଜେଡିର ଆନ୍ଦୋଳନ ଡାକରା ଦେବା ପରେ ଦରଦାମ୍ କମୁଛି ନା ବଢୁଛି ତାହା ଉପରେ ନଜର l
ମିଛ ଓ କପୋଳକଳ୍ପିତ ଖବରକୁ ନେଇ ବର୍ଷିଲା ବିଜେଡି: ସାଂସଦ କହିଲେ ନବୀନ ଧୃବ ତାରା, ଆମେ ତାଙ୍କର ସପ୍ତର୍ଷି ମଣ୍ଡଳ……
ସାଢେ଼ ଚାରିକୋଟି ଓଡ଼ିଆଙ୍କ ସ୍ୱର ନଶୁଭୁ ସଂସଦରେ l ଓଡିଶାର ହକ ଦିଲ୍ଲୀ ଦରବାରେ ଶାଣିତ ନହେଉ l ମହାନଦୀ ଶୁଖିଯାଉ, ପୋଲାଭରମ ଯୋଗୁଁ ମାଲକାନଗିରି ବୁଡିଯାଉ l ପଡୋଶୀ ରାଜ୍ୟ କୋଟିଆରେ ହକ ଜାହିର କରୁ ପୂର୍ବତଟ ରେଳପଥ ସଙ୍କୋଚିତ ହେଉ l ସଂସଦରେ ବିରୋଧୀ ଦଳର ଭୂମିକା ଲିଭାଉଥିବା ବିଜେଡି ସାଂସଦମାନେ ଯେପରି ଏ ପ୍ରସଙ୍ଗ ନଉଠାଇବେ ଏଥିପାଇଁ ହୋଇଛି ଷଡଯନ୍ତ୍ର l ଖାସ ଏଥିପାଇଁ ରଚାଯାଇଛି ବଦନାମର ଷଡଯନ୍ତ୍ର l ୬ମାସ ହେବ ନିର୍ବାଚନ ସରିଛି l ୨୪ ବର୍ଷର ଲମ୍ୱା ଶାସନ କ୍ଷମତାରୁ ହଟିଛି ବିଜେଡି l ତେଣୁ ଏଟା ହିଁ ସଠିକ୍ ସମୟ l ବିଜେଡିର ସ୍ୱରକୁ ଚୁପ୍ କରିବା, ନେତା ଓ କର୍ମୀ ଙ୍କ ମନବଳ ଭାଙ୍ଗିବା l ଏଥିପାଇଁ କାଳେ ବିଜେଡି ସାଂସଦଙ୍କ ବିରୋଧରେ ଅପପ୍ରଚାର୍ କରାଯାଉଛି l ଅପପ୍ରଚାର ମାଧ୍ୟମ ସାଚିଛନ୍ତି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ l ସଂସଦ ଅଧିବେଶନ ଚାଲିଥିବା ବେଳେ ଦିଲ୍ଲୀ ବିଜେଡି ୭ଜଣ ସାଂସଦ ଏକାଠି ହୋଇ ଏପରି ଅଭିଯୋଗ ଆଣିଛନ୍ତି l ବିଜେଡିର ୭ଜଣ ସାଂସଦ ପ୍ରେସ ମିଟ କରି କହିଛନ୍ତି ଯେ ବନ୍ଦ ହେଉ ବିଜେଡି ବିରୋଧରେ ଅପପ୍ରଚାର । ବିଜେପି ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ନିର୍ଦ୍ଦିଷ୍ଟ ମିଡିଆ ସାଜିଛନ୍ତି ଅସ୍ତ୍ର । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟିବା ଘଟଣାକୁ ଦିଆଯାଉଛି ମିଛ ରାଜନୀତିର ରଙ୍ଗ । ସାଂସଦମାନେ ମିଳିତ ପ୍ରେସ ମିଟ କରି ଚେତାବନୀ ଦେଇଛନ୍ତି ଯେ ସୁଧୁରିଯାଅ ନହେଲେ ନିଆଯିବ ଆଇନର ଆଶ୍ରୟ । ବିଜେଡି ସାଂସଦ ଓ ବିଜେଡି ବିରୋଧରେ କ୍ରମାଗତ ଭାବେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଚାଲିଥିବା ଅପପ୍ରଚାରକୁ କଡା ସମାଲୋଚନା କରିଛନ୍ତି ଦଳର ସବୁ ସାଂସଦ । ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଅଭିଯୋଗ କରିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଆମକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ।
ଏହାକୁ ସେମାନେ ନିନ୍ଦା କରିଛନ୍ତି । ବିଜେଡି ସାଂସଦଙ୍କ ଚରିତ୍ର ସଂହାର କରାଯାଉଛି, ସେମାନେ ବିକ୍ରି ହେବେ, ଅନ୍ୟ ଦଳକୁ ଯିବେ ବୋଲି କହି ଅପପ୍ରଚାର କରାଯାଉଛି। ସାଂସଦଙ୍କ ଫଟୋକୁ ମଧ୍ୟ ବିକୃତ କରାଯାଉଛି। ଏହା ଗଣମାଧ୍ୟମର ଶାଳୀନତା ନୁହେଁ, ଗଣମାଧ୍ୟମ ନିଜର ଲକ୍ଷ୍ମଣ ରେଖା ଅତିକ୍ରମ କରୁଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସବୁ ଦଳର ସାଂସଦମାନେ ଦୈନିକ ଭେଟି ରାଜ୍ଯ ସମସ୍ୟା କଥା କହିଥାନ୍ତି । ବିଜେଡି ସାଂସଦମାନେ ମଧ୍ୟ ସେହିଭଳି ରାଜ୍ୟର କିଛି ସମସ୍ୟାକୁ ନେଇ ତାଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଏହାକୁ ଏକ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଉଛି । ଆଉ ଏଥିରେ ସମ୍ପୃକ୍ତ ସାଂସଦଙ୍କ ମତାମତ ମଧ୍ୟ ନିଆଯାଉନି ବୋଲି ସେ ଅଭିଯୋଗ କରିଛନ୍ତି ।ସେହିଭଳି ଭୁଲ ଖବର ପ୍ରସାରଣ ନ କରିବାକୁ ଦାବି କରିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ ଓ ମୁନ୍ନା ଖାଁ। ବିଜେଡି ଏକ ଅଛି ଓ ରହିବ । ନବୀନ ପଟ୍ଟନାୟକଙ୍କ ସହ ସବୁ ସାଂସଦ ଅଛନ୍ତି । ଏହାକୁ ନେଇ ମିଛ ଅପପ୍ରଚାର ନକରିବାକୁ ସେ ଦାବି କରିଛନ୍ତି । ସେପରି ସାଂସଦ ସୁଲତା ଦେଓ କହିଛନ୍ତି, ମିଛ ଖବର ପ୍ରସାରଣ କରି ଆସୁରିକ ଆନନ୍ଦ ନିଅନ୍ତୁ ନାହିଁ। ନବୀନ ପଟ୍ଟନାୟକ ଆମର ଧୃବ ତାରା, ଆମେ ତାଙ୍କର ସପ୍ତର୍ଷି ମଣ୍ଡଳ । ଆମେ ନବୀନ ପଟ୍ଟନାୟକଙ୍କୁ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ । ନବୀନ ଆମର କେନ୍ଦ୍ର ବିନ୍ଦୁ, ଆମେ ତାଙ୍କର ସଚ୍ଚୋଟ କର୍ମୀ ବୋଲି ସେ କହିଛନ୍ତି।ବିଜେଡି ସାଂସଦ ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ଯେ, କିଛି ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ରାଜନୈତିକ ଉଦ୍ଦେଶ୍ୟ ରଖି ଭୁଲ ଖବର ଦେଉଛନ୍ତି । ସେମାନେ ଚାହୁଁଛନ୍ତି ରାଜ୍ୟର ସ୍ଵାର୍ଥ କଥା ଦିଲ୍ଲୀରେ ନ ଉଠୁ । ବିଜେଡି ବିରୋଧରେ ଅପପ୍ରଚାର କରୁଥିବା ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିଜେପି ଦ୍ଵାରା ପରିଚାଳିତ ନହେବାକୁ ଅପିଲ କରିଛନ୍ତି । ମିଛ ଖବର ପ୍ରସାରଣ ବନ୍ଦ ନହେଲେ ମାନହାନୀ ମୋକଦ୍ଦମା କରିବେ ବୋଲି ଚେତାଇ ଦେଇଛନ୍ତି ସାଂସଦ ନିରଂଜନ ବିଶି। ଶୁଭାଶିଷ ଖୁଣ୍ଟିଆ ବି କହିଛନ୍ତି, ବିଭ୍ରାନ୍ତକର ଖବର ବନ୍ଦ କରି ସଠିକ୍ ଖବର ଦିଅନ୍ତୁ ବୋଲି ସେ କହିଛନ୍ତି ।
ଗତ ନିର୍ବାଚନରେ ବିଜେପି ସରକାର ଗଠନର ସଂଖ୍ୟା ଗଣିତରେ ଆଗୁଆ ଥିଲେ ବି ସାମଗ୍ରୀକ ଭୋଟ ହାରରେ ବିଜେଡି ଆଗୁଆ ରହିଥିଲାସେହିପରି ଏବେ ବି ନବୀନଙ୍କ କ୍ରେଜ କାହିଁରେ କଣ ? ଏଥିରେ ଭୟଭୀତ ହୋଇ ଦଳ ଓ ଦଳର ସାଂସଦଙ୍କ ବିରୋଧରେ ମିଛ ଖବର ପ୍ରସାରଣ କରି ବଦନାମ କରିବାକୁ ଉଦ୍ଦେଶ୍ୟମୂଳକ ଷଡଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ । ଅନ୍ୟପଟେ ବିଜେଡି ସାଂସଦଙ୍କ ମିଳିତ ପ୍ରେସ ମିଟ୍ ନେଇ ବିଜେପି ରାଜ୍ୟ ସଭାପତି କହିଛନ୍ତି ଯେ ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନୀ l ବିଜେଡ଼ି ସାଂସଦ କାହିଁକି ଏମିତି ପ୍ରେସ ମୀଟ କଲେ ସେମାନେ କହିପାରିବେ ବୋଲି ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ କିଛି ଗଣମାଧ୍ୟମକୁ ନିଜର ବୟାନ ଦେଇଛନ୍ତି l ଯାହାକୁ ନେଇ ଦିଲ୍ଲୀରୁ ଭୁବନେଶ୍ଵର ରାଜନୀତି ଉଷ୍ମ l
ଡ଼ିସେମ୍ବର ୧୫ରେ ବିଜେବି ଫ୍ରେଣ୍ଡସ ର ବାର୍ଷିକ ବନ୍ଧୁ ମିଳନ
ଭୁବନେଶ୍ୱର : ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ ” ର ବାର୍ଷିକ ବନ୍ଧୁ ମିଳନ ଆସନ୍ତା ମାସ ଡିସେମ୍ବର ୧୫ ତାରିଖ ଦିନ ଆୟୋଜିତ ହେବାକୁ ଯାଉଛି।ଉତ୍ସବ ପୂର୍ବରୁ ବରୁଣେଇ ପାହାଡ଼ ଠାରୁ ବିଜେବି ଫ୍ରେଣ୍ଡ୍ସ ର ସଭ୍ୟ ମାନଙ୍କର ଏକ ମଶାଲ ଶୋଭାଯାତ୍ରା ଆସି ବିଜେବି କଲେଜ ପରିସରରେ ଥିବା ବକ୍ସି ଜଗବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବ।ଏହି ଉତ୍ସବ ରେ ବିଜେବି କଲେଜର ପ୍ରାକ୍ତନ ଛାତ୍ର ତଥା ଓଡ଼ିଶା ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ପୃଥିରାଜ ହରିଚନ୍ଦନ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ର ଡେପୁଟି ଗଭର୍ଣ୍ଣର ଶ୍ରୀ ଟି. ରବିଶଙ୍କର ପ୍ରଭୃତି ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ସେମାନଙ୍କୁ ବିଜେବି ଫ୍ରେଣ୍ଡ୍ସ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।ଏତଦ୍ ବ୍ୟତୀତ ବନ୍ଧୁ ମିଳନୀ ସଭାରେ ବିଜେବି କଲେଜର କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ତଥା ଗତ ନଭେମ୍ବର ୨୯ ତାରିଖରେ ୟୂନିଟ୍ ୧ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।ବିଜେବି ଫ୍ରେଣ୍ଡସ ବିଭିନ୍ନ ସାମାଜିକ ଓ ଜନହିତକର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ ରକ୍ତ ଦାନ , ବୃକ୍ଷରୋପଣ ଭଳି ମହତ କାର୍ଯ୍ୟକ୍ରମର ଯୋଜନା ରଖା ଯାଇଛି ।
ଏହି ବନ୍ଧୁ ମିଳନ ଅବସରରେ ବହୁ ପୂରାତନ ଛାତ୍ରଛାତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସମସ୍ତ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଏ ଉତ୍ସବରେ ଯୋଗଦେବା ପାଇଁ ବିଜେବି ଫ୍ରେଣ୍ଡ୍ ପକ୍ଷରୁ ଅନୁରୋଧ କରାଯାଇଛି।
BSNL ସେବାକୁ ନେଇ ବିଧାନସଭାରେ ରୋମାଞ୍ଚ ବିଶ୍ଵାଳଙ୍କ ଉଦବେଗ
()ଲୋକେ BSNL ରୁ ମୋବାଇଲ ସେବା ଆରମ୍ଭ କରିଥିଲେ. BSNL tower ଅଛି. ହେଲେ ନେଟୱର୍କ ସୁବିଧା ନ ଥିବାରୁ ଲୋକେ BSNL ନେବା ବନ୍ଦ କରି ଦେଇଥିବାରୁ ଉଦବେଗ ପ୍ରକାଶ କଲେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ. IT ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ଦେଲେ ଯେ BSNL ଅପରେଟର ସହ ଆଲୋଚନା କରିବେ.l ଶୀତ ଅଧିବେଶନରରେ ବିଜେଡି ବିଧାୟକ ରୋମାଞ୍ଚ ରଂଜନ ବିଶ୍ଵାଳ ବିଭିନ୍ନ ପ୍ରସଂଗରେ ଶାଣିତ ସ୍ୱର ଉଠାଇ ସରକାରଂକ ଦୃଷ୍ଟି ଆକର୍ଷଣ କରିଛନ୍ତି l
ବିଧାନସଭାରେ ଆଳୁ ତାତି…..
ଆଳୁ ଦର ବୃଦ୍ଧି ପାଇଛି। ଆଳୁ ଦର ବୃଦ୍ଧି ନେଇ ଲୋକେ କ୍ରୋଧିତ। ଲୋକେ ଯୋଗାଣ ମନ୍ତ୍ରୀଙ୍କୁ କହୁଛନ୍ତି ଆଳୁ ମନ୍ତ୍ରୀ। ଲୋକେ ମନ୍ତ୍ରୀଙ୍କୁ ପାଖରେ ପାଇଲେ ତାଙ୍କ ଚୋପା ଛଡ଼ାଇ ଦେବେ boli କହୁଛନ୍ତି । ଆଉ କାହାଣୀ ଶୁଣାନ୍ତୁ ନାହିଁ। ଜୁଲାଇ ମାସରୁ ଆଳୁ ସଙ୍କଟ ରହିଛି। ଆଜି ପର୍ଯ୍ୟନ୍ତ ସମାଧାନ କରିପାରୁ ନାହିଁ। ମୁଖ୍ୟମନ୍ତ୍ରୀ ମମତା ଙ୍କ ସହିତ କଥା ହୋଇଛନ୍ତି କି ନାହିଁ ସନ୍ଦେହ ହେଉଛି। ନବୀନ ଚିଠି ଲେଖିଥିଲେ ବୋଲି ସମସ୍ୟା ସମାଧାନ ହୋଇଥିଲା। କିନ୍ତୁ ସରକାର ପଡୋଶୀ ରାଜ୍ୟସହିତ ସମ୍ପର୍କ ରଖିପାରୁନାହାନ୍ତି ବୋଲି ଗୃହରେ କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ। ଶୂନ୍ୟକାଳରେ ଉଠିଲା ଆଳୁ ସଂକଟ ପ୍ରସଂଗ ବିରୋଧୀ ଦଳ ମୁଖ୍ୟ ସଚେତକ ଆଳୁ ସଙ୍କଟ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ l ଆଳୁ କେଉଁ ଟ୍ରେନ ରେ ଆସୁଛି, ତାହା ଇଞ୍ଜିନ କଣ ଟାନୁନାହିଁ କି? ଆଳୁ ସଙ୍କଟ ନେଇ ସରକାର କଡା ସମାଲୋଚନା କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ l ଦରଦାମ ଏବେ ନିୟନ୍ତ୍ରଣ ବାହାରେ l ଆଳୁ କେଉଁ ଟ୍ରେନ ରେ ଆସୁଛି, ମନ୍ତ୍ରୀ କୁହନ୍ତୁ l ଏହା କଣ ଡବଲ ଇଞ୍ଜିନ ସରକାର l ବିଜେପି ସରକାର ଆସିଲା ପରେ ସବୁ ଦର୍ ଦାମ ବୃଦ୍ଧି ହେଉଛି l ଯୋଗଣ ମନ୍ତ୍ରୀ ୪ ମାସ ହେଲାଣି ଆଳୁ ଆଣିପାରୁ ନାହାନ୍ତି l ସରକାର ଏଥିରେ ବିଫଳ l ଯୋଗଣ ମନ୍ତ୍ରୀ ଶସ୍ତା ମନ୍ତବ୍ୟ ଦେଉଛନ୍ତି l ଯୋଗଣ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ l ଉତ୍ତର ପ୍ରଦେଶ ଯେଉଁ ଆଳୁ ଆସୁଛି, ତାହା ଗୋଟିଏ ପ୍ୟlକେଟ ୮ କିଲୋ ପଚା ଆଳୁ ଆସୁଛି l ଆଳୁ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି l ରାଜ୍ୟ ସରକାର କାହା ସହ ଆଲୋଚନା କରୁଛନ୍ତି କୁହନ୍ତୁ lଆଳୁ ସଙ୍କଟ ନେଇ ବିଜେଡି ବିଧାୟକ ଗଣେଶ୍ୱର ବେହେରା ବର୍ଷିଲେ l ଆଳୁ ନେଇ ଖାଉଟି ମାନେ ଆଶଙ୍କିତ l ସପ୍ତାହ ମଧ୍ୟରେ ଆଳୁ ଦୁଇ ଗୁଣା ବଢ଼ିଛି l ୩୦୦ ଟ୍ରକ୍ ଆଳୁ ଆସୁଛି ଟ୍ରେନ ରେ, ନା ହାତୀ ଆସୁଛି l ୩୦୦ ଟ୍ରକ୍ ଆଳୁ ବ୍ୟବସାୟୀ ଆଣୁଛନ୍ତି, ଯୋଗାଣ ବିଭାଗ ନୁହେଁ l ୩୦୦ ଟ୍ରକ୍ ଆଳୁ ଓଡ଼ିଶାର ଚାହିଦା ମେଣ୍ଟାଇ ପାରିବେ ନାହିଁ l ଓଡ଼ିଶାରେ 4000 ରୁ 4500 ମେଟ୍ରିକ୍ ଟନ୍ ଆଳୁ ଆବଶ୍ୟକ l ଯୋଗଣ ମନ୍ତ୍ରୀ ହାଲୁକା ମନ୍ତବ୍ୟ ନ ଦିଅନ୍ତୁ l ମୁଖ୍ୟମନ୍ତ୍ରୀ ଆଳୁ ସଙ୍କଟ ନେଇ ହସ୍ତକ୍ଷେପ କରନ୍ତୁ l ଏନେଇ ବାଚସ୍ପତି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦେବାକୁ ବିଜେଡି ଦାବି କଲା l