ଆନ୍ତ ରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

() ଆନ୍ତ ରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟିର ନୂତନ ସଦସ୍ୟ ଙ୍କ ନା କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏହି କମିଟିରେ ସାମିଲ ଅଛନ୍ତି।ଏହାର ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ 13 ଜଣ ସଦସ୍ୟ ଅଛନ୍ତି।ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଜାରି କରାଯାଇଥିବା ଗେଜେଟ୍ ବିଜ୍ଞପ୍ତିରେ ଏହି ପଦକ୍ଷେପ ବିଷୟରେ ଉଲ୍ଲେଖ କରିଛି। ଆନ୍ତ State ରାଜ୍ୟ ପରିଷଦ ସଚିବାଳୟର ବିଜ୍ଞପ୍ତି ଅଗଷ୍ଟ 9, 2019 ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ନିଆଯାଇଛି।ଏହି କମିଟିରେ ଶାହାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର ଅନ୍ୟ ଚାରିଜଣ ମନ୍ତ୍ରୀ ଏବଂ ଆଠ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି।କମିଟିର ସଦସ୍ୟ ଭାବରେ ଅର୍ଥ ଓ କର୍ପୋରେଟ ମନ୍ତ୍ରୀ ନିର୍ମଳା ସୀତାରମଣ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ସାମାଜିକ ନ୍ୟାୟ ତଥା ସଶକ୍ତିକରଣ ମନ୍ତ୍ରୀ ବିରେନ୍ଦ୍ର କୁମାର, ଜଲ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାଟ ଏହି କମିଟିର ସଦସ୍ୟ ଅଛନ୍ତି।

ମୁଖ୍ୟମନ୍ତ୍ରୀ ଆନ୍ଧ୍ରପ୍ରଦେଶ YS ଜଗନ୍ ମୋହନ ରେଡ୍ଡୀ, ମୁଖ୍ୟମନ୍ତ୍ରୀ ଆସାମ ହିମନ୍ତା ବିଶ୍ୱ ସରମା, ମୁଖ୍ୟମନ୍ତ୍ରୀ ବିହାର ନୀତୀଶ କୁମାର, ମୁଖ୍ୟମନ୍ତ୍ରୀ ଗୁଜୁରାଟ ଭୁପେନ୍ଦ୍ର ପଟେଲ, ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଉଦଡ ଠାକରେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବାନ୍ ମନ, ମୁଖ୍ୟମନ୍ତ୍ରୀ ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ କମିଟିର ଅନ୍ୟ ସଦସ୍ୟ ଅଟନ୍ତି।ଆନ୍ତ State ରାଜ୍ୟ ପରିଷଦରେ କୌଣସି ବିଷୟ ବିଚାରକୁ ନିଆଯିବା ପୂର୍ବରୁ ଏହା କେନ୍ଦ୍ର-ରାଜ୍ୟ ସମ୍ପର୍କ ସମ୍ବନ୍ଧୀୟ ସମସ୍ତ ବିଷୟ ପ୍ରକ୍ରିୟାକରଣ କରେ |ଆନ୍ତ ରାଜ୍ୟ ସମ୍ପର୍କ ଧୃଢ଼ି ଭୂତ କରିବାରେ ପରିଷଦର ସୁପାରିଶ ଉପରେ ନିଷ୍ପତ୍ତି ନିଆଯାଏ। ଏ ଗୁଡ଼ିକର କାର୍ଯ୍ୟକାରିତା ଉପରେ ମଧ୍ୟ କମିଟି ତଦାରଖ କରେ ଏବଂ ଏହାକୁ ଅଧ୍ୟକ୍ଷ କିମ୍ବା ପରିଷଦ ଦ୍ୱାରା ସୂଚିତ ଅନ୍ୟ ବିଷୟ ଉପରେ ବିଚାର କରେ |ଷ୍ଟାଣ୍ଡିଂ କମିଟି, ଯଦି ଆବଶ୍ୟକ ହୁଏ, ସଂପୃକ୍ତ ବିଷୟ ଉପରେ ବିଚାର ବିମର୍ଶ କରିବାବେଳେ ନିର୍ଦ୍ଦିଷ୍ଟ କ୍ଷେତ୍ରର ବିଶିଷ୍ଟ ବିଶେଷଜ୍ଞ ଏବଂ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପରାମର୍ଶ ନିଆ ଯାଏ।

ରାଜ୍ୟରେ ଦୁଇ ଜୀବନ ନେଲା ପରିବର୍ତ୍ତିତ ଜଳବାୟୁ..,

() ପାଣିପାଗ କେନ୍ଦ୍ର ପରେ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ ରାଜ୍ୟରେ ଦୁଇ ଜୀବନ ନେଲା ପରିବର୍ତ୍ତିତ ଜଳବାୟୁ ହିଟଷ୍ଟ୍ରୋକ ଏବଂ ହାଇପରଥର୍ମିଆରେ ଦୁଇଜଣଙ୍କ ମୃତ୍ୟୁ ହାଇପରଥର୍ମିଆ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଙ୍କ ପ୍ରତିକ୍ରିୟା। ମଲିଙ୍ଗନା ହାଇପରଥର୍ମିଆ ଏକ ସାଙ୍ଘାତିକ ରୋଗ ଜଳୀୟ ଅଂଶ କମିବା ସହ କରାଉଛି ଶକ୍ତିହୀନ ପ୍ରବଳ ତାତି ଓ ଅସହ୍ୟ ଗୁଳୁଗୁଳି ବଢାଉଛି ରୋଗତାତି ନବଢିଲେବି ଶରୀରର ତାପମାତ୍ରା ଅଧିକ ରହୁଛି ଚିକିତ୍ସା ଅପେକ୍ଷା ପ୍ରତିକାର କରିବା ଆବଶ୍ୟକ। ଖରା ଯୋଗୁ ମଣିଷ ଦେହରୁ ଲବଣ ପଦାର୍ଥ କମିଯାଉଛି ପ୍ରଭାବରେ ଚର୍ମ ଜନିତ ସମସ୍ୟା ସହ ହିଟ ଷ୍ଟୋକ ହେଉଛି ଏହାର ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ବ୍ୟବସ୍ଥା କରିଛି।ଚିକିତ୍ସା ଅପେକ୍ଷା ଖରାକୁ ନ ଯିବା ପାଇଁ ଚିନ୍ତା କରିବା।ଅତି ଜରୁରୀ ନଥିଲା ବାହାରକୁ ଯିବାନାହିଁ।

୭ଟି ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ…

{} ୭ଟି ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଓ ଗୋଟିଏ ୨୨୦ କେଭି ଟ୍ରାନସମିଶନ ଲାଇନ, ୪୫୦ କୋଟି ଟଙ୍କାର ପ୍ରକଳ୍ପ

ଲୋ-ଭୋଲ୍‌ଟେଜ ସମସ୍ୟା ଦୂର ପାଇଁ ଓଡିଶା ବିଦ୍ୟୁତ ବିତରଣ ବ୍ୟବସ୍ଥା ସୁଦୃଢୀକରଣ ପ୍ରକଳ୍ପର ଚତୁର୍ଥ ପର୍ଯ୍ୟାୟରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ବିଦ୍ୟୁତ ହେଉଛି ବିକାଶର ଜୀବନରେଖା ବିଦ୍ୟୁତ ଅପଚୟ କରନ୍ତୁ ନାହିଁ – ମୁଖ୍ୟମନ୍ତ୍ରୀ।

 

() ବିଦ୍ୟୁତ ହେଉଛି ବିକାଶର ଜୀବନରେଖା। ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଖୁବ ଜରୁରୀ। ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନ କରି ଏହାର ଉଚିତ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ଆଜି ଭିଡିଓ କନ୍ଫରେନ୍ସିଂ ଯୋଗେ ରାୟଗଡା, ନବରଂଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବ୍ଷ୍ଟେସନ ଓ ବଲାଙ୍ଗୀର-କେସିଙ୍ଗାରେ ୨୨୦ କେଭି ଟ୍ରାନ୍ସମିଶନ ଲାଇନ ଉଦ୍ଘାଟନ କରି ଲୋକଙ୍କୁ ଗୁଣାତ୍ମକ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଯୋଗାଇ ଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଏହି ୬ଟି ଉଚ୍ଚଶକ୍ତି ସଂପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଓ ଗୋଟିଏ ୨୨୦ କେଭି ଡବଲ ସର୍କିଟ ଟ୍ରାନସ୍‌ମିଶନ ଲାଇନ ପାଇଁ ୪୫୦ କୋଟି ଟଙ୍କା ବିନିଯୋଗ ହୋଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନୂତନ ବ୍ୟବସ୍ଥା ଦ୍ବାରା କଳାହାଣ୍ଡି, ରାୟଗଡା, ନବରଂଗପୁର, କେନ୍ଦୁଝର, ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ଚାଷୀ, ଛାତ୍ରଛାତ୍ରୀ ଓ ମା ମାନେ ବିଶେଷ ଉପକାର ପାଇବେ। କ୍ଷୁଦ୍ର ଶିଳ୍ପ ଓ ଜଳସେଚନ ପ୍ରକଳ୍ପ ଗୁଡିକ ମଧ୍ୟ ଉପକାର ପାଇବେ ବୋଲି ସେ କହିଥିଲେ ।

ଜନସାଧାରଣଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୩୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ Odisha Distribution System Strengthening Project ଆରମ୍ଭ କରିଥିଲେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୩୦ଟି ୩୩/୧୧ କେଭି ସବ୍‌ଷ୍ଟେସନ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟରେ ଲୋ-ଭୋଲ୍‌ଟେଜ ସମସ୍ୟା ଦୂର କରିବା ପାଇଁ ସରକାର ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ୧୮୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ବଲପୁରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଷାନ୍ତ ସିଂ, ଖୋର୍ଦ୍ଧାରେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, କଳାହାଣ୍ଡିରେ ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ର, କେନ୍ଦୁଝରରେ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଓ ରାୟଗଡା-ଗୁଣୁପୁରରେ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ବିଦ୍ୟୁତ ଭିତ୍ତିଭୂମିର ବିକାଶ ଦ୍ବାରା ରାଜ୍ୟର ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିଛି ବୋଲି ମତବ୍ୟକ୍ତ କରିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ସଂଚାଳନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ଧଳ ସ୍ବାଗତ ଭାଷଣ ଦେଇଥିଲେ। OPTCLର ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ରଜରାଜନଗର ନିର୍ବାଚନ ପାଇଁ ଚୁଡାନ୍ତ ହୋଇଛି ପାର୍ଥି ତାଲିକା

() ବ୍ରଜରାଜନଗର ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି।ଏଥିପାଇଁ ପାର୍ଥି ତାଲିକା ଚୁଡାନ୍ତ ହୋଇଛି। ମଇଦାନରେ ମୋଟ ୧୧ ଜଣ ପାର୍ଥି ଅଛନ୍ତି। ମତଦାନ ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚିଛନ୍ତି। ଭୋଟର ତାଲିକା ଚୁଡାନ୍ତ ହୋଇଛି । ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ଅଛନ୍ତି। ୩ ହଜାର ୫୨୦ ଦିବ୍ୟଙ୍ଗ ଭୋଟର। ୧୬୨୮ ଭୋଟର ୮୦ ବର୍ଷରୁ ଉର୍ଧ୍ଵ। ୧୩୩ ନୂଆ ଭୋଟର ସାମିଲ ହୋଇଛନ୍ତି। ୩୧୯ ଇଭିଏମ ରହିଛି। ପ୍ରତି ବୁଥରେ ଅତି ବେଶୀରେ ୧୨୫୦ ଭୋଟର ରହିବେ । ମୋଟ ୨୭୯ ବୁଥ କରାଯାଇଛି। ଗତ ନିର୍ବାଚନ ରେ ହୋଇଥିବା ବୁଥ ମଧ୍ୟରୁ ୩ ଟା ବୁଥ ସ୍ଥାନାନ୍ତର କରାଯାଇଛି। ଅନ୍ୟ ସବୁ ବୁଥ ସମାନ ରହିଛି। ୩୨୫ ଲୋକଙ୍କ ଘରୁ ଭୋଟ ସଂଗ୍ରହ କରାଯିବ। ସେମାନେ ଭୋଟ ଦେବାକୁ ଆସିବାକୁ ଅସମର୍ଥ ଥିବାରୁ ଘରୁ ଭୋଟ ସଂଗ୍ରହ ହେବ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଆଜି ଠୁ ଭୋଟ ସଂଗ୍ରହ ଆରମ୍ଭ ହୋଇଛି। ଯେଉଁମାନଙ୍କ ଘରୁ ଭୋଟ ସଂଗ୍ରହ ହେବ ସେମାନେ ଆଉ ବୁଥ ରେ ଭୋଟ ଦେଇ ପାରିବେନି। ୨୨୪ ଜଣ ସର୍ଭିସ ଭୋଟରଙ୍କ ପାଇଁ ପୋଷ୍ଟଲ ବ୍ୟାଲଟ ପଠା ସରିଛି।ନିର୍ବାଚନ ପରିଚାଳନା ପାଇଁ ୧୩୯୬ ପୋଲିଂ ଅଧିକାରୀ ରହିବେ। ଝାରସୁଗୁଡା ଇଞ୍ଜିନିୟର ସ୍କୁଲ ରେ ଡିସବର୍ସ କେନ୍ଦ୍ର ହେବ। ୩୮୦ ଗାଡି ବ୍ୟବସ୍ଥା କରାଯାଇଛି। ୧୭୦ ଆର୍ମ ଲାଇସେନ୍ସ କୁ ଥାନାରେ ଡିପୋଜିଟ କରାଯାଇଛି। ପୂର୍ବରୁ ଅପରାଧୀକ ମାମଲା ଥିବା ୧୦୪୮ ଲୋକଙ୍କୁ ଅଟକ ରଖାଯାଇଛି। ୭୧ ଜଣଙ୍କ ନାଁରେ NBW ଜାରି କରାଯାଇଛି।ଏହି ସମୟରେ ୮୩୫ ଲିଟର ମଦ ଜବତ କରାଯାଇଛି। ୧୯୫୦ ଟୋ ଲ ଫି ନମ୍ବର ଜାରି କରାଯାଇଛି। ଅଭିଯୋଗ ଓ ସମସ୍ୟା ନେଇ ଅବଗତ ହୋଇ ପାରିବେ। ୫୦ ପ୍ରତିଶତ ବୁଥ ରେ ୱେବ କାଷ୍ଟିଂ ହେବ। ଆବଶ୍ୟକ ସ୍ଥାନରେ ଭିଡିଓ ଗ୍ରାଫି କରାଯିବ। ୩ ଟା ଟିମ କେନ୍ଦ୍ରୀୟ ଫୋର୍ସ ଆସିଛନ୍ତି। ଯେଉଁ ବୁଥରେ କମ ଭୋଟି ହୋଇଥିଲା ସେଠାରେ ମୁଁ ବି ଭୋଟ ଦେବି ନାମରେ କ୍ୟାମ୍ପନ କରାଯାଉଛି। ଦିବ୍ୟଙ୍ଗ ଭୋଟର ନ୍କ ପାଇଁ ସବୁ ବ୍ୟବସ୍ଥା ହୋଇଛି। ମୋଟ ୩୦ ଟା ମଡେଲ ବୁଥ କରାଯାଇଛି। ଏଠାରେ ସବୁ ଆବଶ୍ୟକୀୟ ବ୍ୟବସ୍ଥା ରହିଛି। ୫ ଟା ପିଙ୍କ ବୁଥ ରହିଛି। ସବୁ ବୁଥ ରେ ଖରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ କୁ ତଦାରଖ କରିବେ। ଭୋଟ ଓ ଭୋଟ ପରଦିନ ଛୁଟି ଘୋଷଣା କରାଯାଇଛି। କାଜୁଆଲ ଲିଭ ନେଇ ପାରିବେ ଭୋଟର। କୋଭିଡ ପାଇଁ ଥର୍ମାଲ ସ୍କାନିଂ କରାଯିବ। ମାସ୍କ ସାନିଟାଇଜ ବ୍ୟବସ୍ଥା କରାଯାଇଛି। ସମୀକ୍ଷା ବୈଠକ କରାଯାଇଛି। ଯେଉଁ ବୁଥରେ ପୂର୍ବରୁ ସମସ୍ୟା ରହିଛି କିମ୍ବା ଅଘଟଣ ଘଟିଛି ଏବଂ ଅଘଟଣ ଆଶଙ୍କା ଥିବ ସେ ନେଇ ରାଜନୈତିକ ଦଳ ଗୁଡିକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ confodential ଜଣାଇବେ। ସେଠାରେ ସ୍ଥିତି ଦେଖି ବ୍ୟବସ୍ଥା କରାଯିବ।

ସୁଶୀଲ କୁମାର ଲୋହାନି, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ…

() କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ।

୭୦ କୋଟି ଟଙ୍କା ଖର୍ଚ୍ଚ ହେବ ଏକ ବର୍ଷରେ କାମ ସରିବ।

ସଫଳ ରୂପାୟନ ପାଇଁ କଟକ ବାସୀଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ।

{} କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ । ହଜ଼ାର ହଜ଼ାର ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପୀଠ.ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା । ଭକ୍ତ ମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ। କାମ ଏକ ବର୍ଷରେ ଶେଷ ହେବ।

5T initiative ଅଧୀନରେ integrated development of heritage, monuments and tourist destination ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଛି।କଟକ ସହରର ସାମଗ୍ରିକ ବିକାଶରେ ଚଣ୍ଡୀ ମନ୍ଦିର ର କୟାକଳ୍ପ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏ ଦିଗରେ କଟକ ବାସୀଙ୍କ ସକ୍ରିୟ ସହଯୋଗ କାମନାକରିଥିଲେ।ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଏହି ଯୋଜନା ଵିଷୟରେ ଏକ presentation କରାଯାଇଥିଲା।

OBCC ଦ୍ବାରା ପ୍ରସ୍ତୁତ ଏହି ଯୋଜନା ଅନୁଯାୟୀ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରାଯିବ । ମନ୍ଦିର ଚତୁଃପାର୍ଶ୍ବରେ ପଥର ପାଚେରୀ ନିର୍ମାଣ ସହିତ ଚାରି ଦିଗରେ ଚାରି ଗୋଟି ଦ୍ବାର ନିର୍ମାଣ କରାଯିବ । ଏହାସହିତ ମନ୍ଦିର ପରିସରରେ ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଏବଂ ନୂଆ ରୋଷଘର ମଧ୍ୟ ନିର୍ମାଣ କରାଯିବ। ମନ୍ଦିର ପରିସରରେ ଖଣ୍ଡାଲାଇଟସ୍‌ ପଥର ବିଛାଯିବା ସହିତ ଆଲୋକୀକରଣ କରାଯିବ ଏବଂ CCTV ମଧ୍ୟ ଲଗାଯିବ। ବାଟମଙ୍ଗଳା ମନ୍ଦିର ମଧ୍ୟ ପୁନଃ ନିର୍ମାଣ କରାଯିବ।

ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମାଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପୋଲିସ କଣ୍ଟ୍ରୋଲ ରୁମ୍‌, cloak room, ପ୍ରସାଦ ସେବନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ବ୍ୟାଖାନ କେନ୍ଦ୍ର ଆଦି ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ ।ଏହାସହିତ ଯାତ୍ରୀମାନଙ୍କ ରହିବା ପାଇଁ ଯାତ୍ରୀ ନିବାସ। ବିସ୍ଥାପିତ ଦୋକାନୀ ମାନଙ୍କ ପାଇଁ ୧୮ଟି ଦୋକାନ, ମନ୍ଦିର ପରିସରରେ ସେବାୟତ ମାନଙ୍କ ପାଇଁ ବିଶ୍ରାମ ଗୃହ, ଅଫିସ ଗୃହ ଆଦି ନିର୍ମାଣ କରାଯିବ। ପାର୍କିଂ ସହିତ ଖୋଲାସ୍ଥାନ ଓ landscaping ମଧ୍ୟ ବିକାଶ କରାଯିବ ।OBCC ଜରିଆରେ ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ସହ ମନ୍ଦିର ନିକଟରେ ଭାରୀଯାନ ନିୟନ୍ତ୍ରଣ, ଯାତ୍ରୀଙ୍କ ପାଇଁ ବିଭିନ୍ନ ମୌଳିକ ସୁବିଧା, ଜଳ ନିଷ୍କାସନ ଆଦି ବିଭିନ୍ନ ସମସ୍ୟାର ସମାଧାନ ସହ କଟକ ଚଣ୍ଡୀ ମନ୍ଦିରକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ଗୁରୁତ୍ବ ଆରୋପ କରାଯାଇଛି ।ଚଣ୍ଡୀ ମନ୍ଦିରଟି ରାସ୍ତାର ଅତ୍ୟନ୍ତ ନିକଟରେ ଥିବାରୁ ଭାରିଯାନ ଚଳାଚଳ, ଯାତ୍ରୀ ମାନଙକ ନିରାପତ୍ତା ଉପରେ ବିପଦ ସୃଷ୍ଟି କରୁଛି। ତେଣୁ ଚଣ୍ଡୀ ମନ୍ଦିର ସମ୍ମୁଖ ରାସ୍ତାକୁ divert କରାଯିବ। ଜଳ ନିଷ୍କାସନକୁ ଦୃଷ୍ଟିର ରଖି ମନ୍ଦିର ଚଟାଣକୁ ଉଚ୍ଚା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

କଟକ ଚଣ୍ଡୀ ମନ୍ଦିର ରାଜ୍ୟର ଏକ ପ୍ରାଚୀନ ଶକ୍ତିପୀଠ। ବର୍ଷ ସାରା ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ପ୍ରତିଦନ ଏଠାକୁ ଆସିଥାନ୍ତି । ଦୁର୍ଗାପୂଜା ସମୟରେ ମାଙ୍କ ଷୋଡଶ ଦିନାତ୍ମକ ପୂଜାରେ ମାଙ୍କ ବିଭିନ୍ନ ବେଶ ତେଖିବା ପାଇଁ ଏଠାରେ ପ୍ରବଳ ଜନସମାବେଶ ହୋଇଥାଏ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମାଙ୍କ ପୀଠକୁ ଯାଇ ବିକାଶ ସଂପର୍କରେ ସ୍ଥାନୀୟ ଜନସାଧାରଣ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ ।ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ ଙ୍କ ସମତେ ବରିଷ୍ଠ ଅଧିକାରୀ ଗଣ ଓ RDC,କଟକ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଶ୍ରୀ ଭି କେ ପାଣ୍ଡିଆନ ଆଲୋଚନା ସଂଯୋଜନା କରିଥିଲେ।

ବୈଠକ ରେ ଯୋଗ ଦେଇଥିବା ମନ୍ଦିର trust board ସଦସ୍ୟ ଓ ସେବାୟତ ଙ୍କ ପ୍ରତିନଧି ମାନେ ଯୋଜନାର ଉଚ୍ଚ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ.

ତାରା ତାରିଣୀ ପୀଠ ରେ ଭକ୍ତି ମୟ ପରିବେଶ : ପ୍ରତିଷ୍ଠା ହେଲା ମାଙ୍କ ନୂତନ ଭବ୍ୟ ମନ୍ଦିର…

() ତାରା ତାରିଣୀ ପୀଠ ରେ ଭକ୍ତି ମୟ ପରିବେଶ ପ୍ରତିଷ୍ଠା ହେଲା ମାଙ୍କ ନୂତନ ଭବ୍ୟ ମନ୍ଦିର ଲୋକାର୍ପିତ ହେଲା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ।

ହଜ଼ାର ହଜ଼ାର ଭକ୍ତଙ୍କ ଗହଣରେ ଉତ୍ସବ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ।

ରାଜ୍ୟ ବାସୀଙ୍କ ମଙ୍ଗଳ ପାଇଁ ମାଙ୍କ ଆଶୀର୍ବାଦ କାମନା କଲେ ଯୋଜନା ର ସଫଳ ରୂପାୟନ ରେ ସ୍ଥାନୀୟ ଲୋକ ଓ ସେବାୟତଙ୍କ ସହଯୋଗ ର ଉଚ୍ଚ ପ୍ରଶଂସା କଲେ।

ଉତ୍କଳୀୟ କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ର ଅନୁପମ ନିଦର୍ଶନ ମୁଖ୍ୟମନ୍ତ୍ରୀ ।

{}ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ । ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ । ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମାଙ୍କ ଆସ୍ଥାନକୁ । ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ପୀଠର ଆଜି ହୋଇଛି କାୟାକଳ୍ପ। କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ଆଜି ହୋଇଛି ପ୍ରତିଷ୍ଠା ଉତ୍ସବ। ପବିତ୍ର ମନ୍ତ୍ରଧ୍ବନୀର ଉଚ୍ଚାରଣ ତଥା ମଙ୍ଗଳ ବାଦ୍ୟର ନିନାଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।ଗତ ୫ ଦିନ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବର ଆଜି ସଂପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ଭାବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ‌ଏହି ଅବସରରେ ଆଜିର ଦିନଟିକୁ ଏକ ପବିତ୍ର ଦିନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସାରା ଓଡିଶା, ବିଶେଷକରି ଗଞ୍ଜାମବାସୀଙ୍କର ମଙ୍ଗଳ କାମନା କରି ମାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ମାଙ୍କର ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଦେବଭୂମି। ଓଡିଶାରେ ଶକ୍ତି ପୂଜାର ପରମ୍ପରା ବହୁ ପ୍ରାଚୀନ । ଓଡିଶାର ଗାଁ ଗାଁରେ ମାଙ୍କର ପୂଜା ଅନାଦି କାଳରୁ ଚାଲିଆସିଛି । ମା ତାରାତାରିଣୀ ହେଉଛନ୍ତି ଗଞ୍ଜାମର ଇଷ୍ଟ ଦେବୀ  ।ଗଞ୍ଜାମବାସୀଙ୍କ ସୁଖଦୁଃଖ ରେ ଆମେ ମାଙ୍କ ଶରଣ ନେଇଥାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ମାଙ୍କ ଆଶୀର୍ବାଦ ଓ ମାଙ୍କ ଇଚ୍ଛାରେ ହିଁ ତାଙ୍କ ମନ୍ଦିର ଆଜି ଏହି ଭବ୍ୟ ରୂପ ଗ୍ରହଣ କରିଛି। ଏହି କାର୍ଯ୍ୟରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।ମା ତାରାତାରିଣୀଙ୍କ ମନ୍ଦିରର ନୂଆ ରୂପକୁ ଓଡିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟରେ ନିୟୋଜିତ ଶିଳ୍ପୀ ଓ କାରିଗର ମାନଙ୍କୁ ବିଶେଷ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଯେବେ ବି ମାଙ୍କ ଦର୍ଶନ ପାଇଁ ପୀଠକୁ ଆସିଛି, ସେତେବେଳେ ମୋତେ ବହୁତ ଭଲ ଲାଗିଛି।  ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ଓ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ମତ ଦେଇ ସେମାନଙ୍କ ନିମନ୍ତେ କରାଯାଇଥିବା ବିଭିନ୍ନ ସୁବିଧା ସୁଯୋଗର ଉଚ୍ଚପ୍ରଶଂସା କରିଥିଲେ । ଶେଷରେ ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଥିଲେ।

ଭକ୍ତ ଓ ପର୍ଯ୍ୟଟକ ଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗ ର ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ ଏବଂ ଋଷିକୂଲ୍ୟା ନଦୀ ତଟ ଉନ୍ନତି କରଣ କାର୍ଯ୍ୟ ର ଭିତ୍ତି ମଧ୍ୟ ରଖିଥିଲେ।ପ୍ରତିଷ୍ଠା ଉତ୍ସବ ରେ ପୂରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ର ଶ୍ରୀ ଲିଙ୍ଗରାଜ ମନ୍ଦିର. ମା ସମଲେଶ୍ୱରୀ ମନ୍ଦିର, କେନ୍ଦ୍ରାପଡ଼ା ଶ୍ରୀ ବଳଦେବ ଜୀଉ ମନ୍ଦିର ସମତେ ରାଜ୍ୟର ବିଭିନ୍ନ ମନ୍ଦିର ର ସେବାୟତ ମାନେ ମଧ୍ୟ ଯୋଗ ଦେଇଥିଲେ।ଏହି ଭବ୍ୟ ମନ୍ଦିର ନିର୍ମାଣରେ ବିଶିଷ୍ଟ ସ୍ଥପତି ପଦ୍ମଵିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କର ବିଶେଷ ଅବଦାନ ରହିଥିଲା । ପ୍ରତିଷ୍ଠା ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ସ୍ବର୍ଗତ ରଘୁନାଥ ମହାପାତ୍ର ଙ୍କ ନାତି ଶ୍ରୀ ସ୍ମିତେଶ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ.ଅନ୍ୟତମ ସ୍ଥପତି ନାରାୟଣ ତ୍ରିପାଠୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ଠାରୁ ୩୦ କିଲୋମିଟର ଦୂରରେ ଋଶିକୂଲ୍ୟା ନଦୀ କୂଳରେ ମା ତାରାତାରିଣୀଙ୍କ ପୀଠ ଏକ ପ୍ରସିଦ୍ଧ ଶକ୍ତିସ୍ଥଳ। କୁମାରୀ ପାହାଡର ସର୍ବୋଚ୍ଚ ଶିଖରରେ ପୂଜା ପାଆନ୍ତି ଦୁଇ ଦେବୀ ମା ତାରା ଓ ତାରିଣୀ। ଏହି ପୀଠକୁ ଏକ ନୂଆ କଳେବର ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଆଜି ସାକାର ହୋଇଛି।ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T) ଶ୍ରୀ ଭି କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ମନ୍ଦିର ରୂପାନ୍ତରର ଭୂମି ପୂଜନ କରାଯାଇଥିଲା।

ପୂର୍ବରୁ ଭକ୍ତ ମାନେ ଅନେକ ପାହାଚ ଚଢି ମା ଙ୍କ ଦର୍ଶନ ପାଇଁ ଯାଉଥିଲେ ଏବେ ropeway ସହ ପୀଠକୁ ସୁନ୍ଦର ରାସ୍ତା ମଧ୍ୟ ତିଆରି ହୋଇଛି।ଏହି କାର୍ଯ୍ୟକ୍ରମ ରେ ଉଦବୋଧନ ଦେଇ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ତାରା ତାରିଣୀ ମନ୍ଦିର ର ରୂପାନ୍ତର କୁ 5T ରୂପାନ୍ତରଣ କାର୍ଯ୍ୟକ୍ରମ ର ପ୍ରକୁଷ୍ଟ ଉଦାହରଣ ଭାବରେ ବର୍ଣ୍ଣନା କରିଥିଲେ।କାର୍ଯ୍ୟକ୍ରମ ରେ ମନ୍ତ୍ରୀ ମଣ୍ଡଳ ର ସଦସ୍ୟ ବୃନ୍ଦ ସାଂସଦ ବିଧାୟକ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଗଞ୍ଜାମ ଜିଲ୍ଲାପାଳ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିସରରେ ଏକ ମନୋଜ୍ଞ ପରିବେଶ ସୃଷ୍ଟି କରାଯାଇଛି। ପ୍ରସାଦ ସେବନ ଗୃହ, ଦୀପ ପ୍ରଜ୍ବଳନ ସ୍ଥାନ, ବାଖ୍ୟାନ କେନ୍ଦ୍ର, ମୁଣ୍ଡନ କେନ୍ଦ୍ର, ବିଶ୍ରାମସ୍ଥଳ, ସେଣ୍ଟ୍ରାଲ ପ୍ଲାଜା ଓ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା ଆଦି ନୂତନ ସୁବିଧା ସହିତ ସ୍ବଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି । ପାହାଚ ଶ୍ରେଣୀ, ରୋପ୍‌ ୱେ ଏବଂ ନୂତନ ସଡକ ସହିତ ଦ୍ବାରା ପୀଠକୁ ଯିବା ପାଇଁ ୩ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହାସହିତ ନଦୀ କୂଳ ସଡକକୁ ମଧ୍ୟ ନୂତନ ଭାବେ ନିର୍ମାଣ କରାଯାଇଛି ଏବଂ ଏଠାରୁ ଋଷିକୂଲ୍ୟା ନଦୀର ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ସୁଯୋଗ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣ ସୃଷ୍ଟି କରିପାରିଛି। ଏ ସମସ୍ତ ବ୍ୟବସ୍ଥା ପାଇଁ ୧୧୫ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି ।

ପୀଠର ବିକାଶରେ ସବୁ ଏକାକାର…….

()ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତାରା ତାରିଣୀଙ୍କ ପ୍ରତିଷ୍ଠା ଉତ୍ସଵକୁ ରାଜ୍ୟବାସୀ ଉତ୍କଣ୍ଠାର ସହ ଅନେଇ ବସିଛନ୍ତି। ଶଙ୍ଖ ହୁଳହୁଳିରେ ଫାଟି ପଡୁଛି ପୁରା ପରିବେଶ। ଆଉ ମନ୍ତ୍ର ଧ୍ଵନୀରେ ପ୍ରକମ୍ପିତ ହେଉଛି ତତ୍ନଗିରି ପାହାଡ଼। ଧୂପ, ଦୀପରେ ଭକ୍ତିମେୟ ପରିବେଶ ସୃଷ୍ଟି କରୁଛି। ଯଜ୍ଞର କର୍ତ୍ତା ସାଜିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ। ପୀଠର ସ୍ଥପତି ସାଜିଛନ୍ତି 5T ସଚିବ ଭି.କେ.ପଣ୍ଡିଆନ। ମଙ୍ଗଳବାର ତାରାତାରିଣୀ ପୀଠରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ନିର୍ବାଚନ ମଣ୍ଡଳୀର ଅଧିଷ୍ଠାତ୍ରୀ ଦେବୀ ମା ତାରା ରାରିଣୀଙ୍କ ପୀଠର ବିକାଶ ପାଇଁ ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢୁଛନ୍ତି ରାଜ୍ୟ ସରକାର। ନବୀନଙ୍କ ବ୍ରିଗେଡ଼ କାର୍ଯ୍ୟର ସମୀକ୍ଷା କରିବା ସହ ପ୍ରତିଦିନ 5T ସଚିବ ଓ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଫୋକସରେ ରହିଛି ବିକାଶ। ପୀଠ ବିକାଶର ସତ୍ୟତା ପରଖିବାକୁ ତାରା ତାରିଣୀ ପୀଠକୁ ନିଆ ଯାଇଥିଲା। ସେମାନେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ବେଶ ଭଲ ଭାବରେ ପରଖିବା ସହ ନିଜର ମତ ରଖିଥିଲେ। ମନ୍ଦିର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ବାବଦରେ ଅବଗତ ହେଲେ। ନବୀନ ସରକାରରେ ବିକାଶ ଯେ ଏକ ନିରନ୍ତର ପ୍ରକ୍ରିୟା ତାହା ସାମ୍ବାଦିକମାନେ ଅନୁଭବ କଲେ। ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାତୃଶକ୍ତି ଆବାହକ ମା ତାରା ତାରିଣୀ ପୀଠର ବିକାଶ ରାଜ୍ୟର ବିକାଶ। ଏହା କେବଳ ଏକ ସ୍ଲୋଗାନ ନୁହେଁ। ଏହାକୁ ଆନ୍ଦୋଳନରେ ପରିଣତ କରିଛନ୍ତି ନବୀନ। ସେଥିପାଇଁ ତାରା ତାରିଣୀଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମନ୍ତ୍ରୀ, ବିଧାୟକ, ସାମ୍ବାଦିକମାନେ ମା ତାରା ତାରିଣୀ ପୀଠ ବୁଲିଛନ୍ତି।

 

ବିକାଶ କାର୍ଯ୍ୟର ସମୀକ୍ଷା ପ୍ରତ୍ୟେକ ଦିନ 5T ସଚିବ ଓ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୁଚାରୁ ରୁପେ ତୁଲାଇ ଆସୁଛନ୍ତି।

ନିର୍ଭୀକତା ଓ ସୁରବାବୁ….

ବର୍ଷିୟାନ୍‌ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀସୁରେନ୍ଦ୍ରନାଥ ନାୟକଙ୍କ ୮୬ତମ ଜନ୍ମ ଦିବସ ଉପଲକ୍ଷେ।

() ମନୁଷ୍ୟ ନିଜସ୍ୱବୁଦ୍ଧି, କର୍ମ, ସାହସ, ଜ୍ଞାନ, ଅଧ୍ୟବସାୟ, ଦୂରଦୃଷ୍ଟି ଓ ସୁସମ୍ପର୍କ ବଳରେ ସୁନାମ ଅର୍ଜନ କରିବା ସହିତ ସମାଜକୁ ଗୌରବାନ୍ୱିତ କରନ୍ତି । ସେହିପରି ଜଣେ ମଣିଷ ହେଲେ ପୁରୀଜିଲ୍ଲା ଅସ୍ତରଙ୍ଗ-କାକଟପୁର ଅଞ୍ଚଳର ଯୋଗ ଜନ୍ମା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ନାୟକ । ସେ ପ୍ରିୟ ମହାନୁଭବ କାକଟପୁର ଅଞ୍ଚଳର ଜଣେ ଜଣାଶୁଣା ନିର୍ଭୀକ ଓ ସାହସୀବ୍ୟକ୍ତିତ୍ୱ । ସେ ସ୍ୱଭାବତଃ ସ୍ପଷ୍ଟବାଦୀ । ସତ୍ୟ କହିବାକୁ ସେ କୌଣସି ପରିସ୍ଥିତିରେ କୁଣ୍ଠାବୋଧ କରନ୍ତି ନାହିଁ ।

୧୯୮୪ ମସିହାରଘଟଣା । ଓଡ଼ିଶାର ବରପୁତ୍ର ତଥା ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ତାଙ୍କର ସହଯୋଗୀ ତଥା ରାଜନୈତିକ ନେତୃବୃନ୍ଦ ତାଙ୍କ ସମ୍ମୁଖରେ ଯୁକ୍ତିକରିବା ପାଇଁ ସାହସ କରନ୍ତି ନାହିଁ । ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ନାୟକ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜୁବାବୁଙ୍କ ସହିତ ବଳିଷ୍ଠ ଯୁକ୍ତିକରନ୍ତି । ଏକଦା କୌଣସି ଏକ ଘଟଣାକୁ ନେଇ ବିଜୁବାବୁଙ୍କ ସହିତ ବୈଠକରେ ଯୁକ୍ତି କରିଥିଲେ ସୁରବାବୁ । ବିଜୁବାବୁ ଅତ୍ୟନ୍ତ ବିରକ୍ତ ହୋଇ କହିଥିଲେ -ତୁମେ ଅଧିକ ବକ୍‌ବକ୍‌ କରନି ।ତୁମକୁ ଦଳରୁ ବହିଷ୍କାର କରାଯିବ । ଏକଥା ସୁରବାବୁଙ୍କୁ ବହୁତ ବାଧିଥିଲା । ସେ ତୁରନ୍ତ ବୈଠକ ଛାଡ଼ି ଚାଲି ଯାଇଥିଲେ । ବିଜୁ ବାବୁ ତାଙ୍କୁ ପର ମୁହୂର୍ତ୍ତରେ ଖୋଜି ପାଖରେ ପାଇ ନଥିଲେ ।ଅପରାହ୍ଣରେ ସୁରବାବୁଙ୍କ ଘନିଷ୍ଠ ବନ୍ଧୁ ତଥା ପୂର୍ବତନ ମନ୍ତ୍ରୀଶ୍ରୀଯୁକ୍ତ ଅଶୋକ ଦାସ ଏ ଖବର ପାଇ ତାଙ୍କୁ ନେଇ ନବୀନ ନିବାସ ଯାଇଥିଲେ । ସେଠାରେ ସେ ଶୁଣିବାକୁ ପାଇଲେ ଯେ ବିଜୁବାବୁ ସେଦିନ ମଧ୍ୟାହ୍ନ ଭୋଜନ ଖାଇନାହାନ୍ତି ।ଏହା ଶୁଣିବା ମାତ୍ରେ ସୁର ବାବୁ ତୁରନ୍ତ ବିଜୁବାବୁଙ୍କୁ ଦେଖା କରିବାକୁ ଗଲେ ।ବିଜୁବାବୁ କହିଲେ “ମୁଁତୁମକୁ କ’ଣ ପଦେ କହିଦେଲି ବୋଲି ତୁମେ ବୈଠକ ଛାଡ଼ି ଚାଲିଗଲ” ।ସୁର ବାବୁ ଉତ୍ତରରେ କହିଲେ “ଆପଣ ବହିଷ୍କାର କଥା କହିବାରୁ ମୋତେ ଅପମାନ ବୋଧ ହେଲା ।ତେଣୁ କ୍ଷମା କରନ୍ତୁ ।” ତାପରେ ବିଜୁ ବାବୁ କହିଥିଲେ ହଉ ଯାହା ହେଲା ଛାଡ଼ । ଆସ ଆମେ ଏକାଠି ଖାଇବା ।ଏଥିରୁ ଜାଣିହୁଏ ସୁରବାବୁଙ୍କ ନିର୍ଭୀକତା ଓ ବିଜୁବାବୁଙ୍କ ସହ ସୁସମ୍ପର୍କ ଓ ଆନ୍ତରିକ ସ୍ନେହଶ୍ରଦ୍ଧା ।

ଆଜି ସେହି ମହାନୁଭବଙ୍କ ୮୬ତମ ଜନ୍ମଦିବସରେ ଆମ୍ଭେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ତାଙ୍କର ସୁସ୍ଥ ଓ ନିରାମୟଜୀବନ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ବାସୁଦେବ ବେହେରା, କୁସୁମ୍ବର, ଅସ୍ତରଙ୍ଗ, ପୁରୀ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ତାଲିକା ଘୋଷଣା କଲା ବିଜେଡି….

() ବ୍ରଜରାଜନଗର ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ ପ୍ରମୁଖ ରହିଛନ୍ତି।

ଭୁବନେଶ୍ୱରରେ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହମ୍ମଦ ଅଝାରୁର୍ଦ୍ଦୁନି…

() ଭୁବନେଶ୍ୱରରେ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହମ୍ମଦ ଅଝାରୁର୍ଦ୍ଦୁନି। ବରୁଣେଇ ଏକ କ୍ରିକେଟ ଏକାଡେ଼ମୀ ବୁଲି ଦେଖିବା ସହ ଏଠାରେ ଟ୍ରେନିଂ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଓଡିଶା ଆସିଛନ୍ତି ଅଝାରୁର୍ଦ୍ଦୁନି। ଆସନ୍ତା କାଲି ସକାଳେ ବାରୁଣେଇରେ ଥିବା କେ.ଟି ଗ୍ଲୋବାଲ ସ୍କୁଲର କ୍ରିକେଟ ଏକାଡ଼େମୀ ଗସ୍ତ କରିବେ। ଏହାପରେ ଅପରାହ୍ନରେ ଅଝାରୁର୍ଦ୍ଦୁନି ଭୁବନେଶ୍ୱରରେ ପ୍ରେସମିଟ କରିବେ।
ଭୁବନେଶ୍ୱରରେ ପହଁଚିଲା ପରେ ଆଜି ଅଝାରୁର୍ଦ୍ଦୁନି କ୍ରୀଡା ରାଜ୍ୟସରକାରଙ୍କ କ୍ରୀଡା ଅଧିକାରୀଙ୍କଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news