ଧୀରେ ଧୀରେ ରାଜ୍ୟରେ ବଢୁଛି କୋଭିଡ ସଂକ୍ରମଣ…

( ) ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ଏବେ କୋଭିଡ ସଂକ୍ରମଣ ଧୀରେ ଧୀରେ ରାଜ୍ୟରେ ବଢୁଛି । ଆଲାରାମିଙ୍ଗ ସିଚୁଏସନ ନାହିଁ । ନିଜର ସୁରକ୍ଷା ନିଜେ ନିଅନ୍ତୁ । ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ । ଭିଡ ଜାଗାକୁ ଯାଉଥିଲେ, ମାସ୍କ ପିନ୍ଧନ୍ତୁ । ଟୀକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ । ତାହେଲେ ଆପଣ ସୁରକ୍ଷିତ ରହିବେ । ବର୍ତ୍ତମାନ କୋଭିଡକୁ ନିୟନ୍ତ୍ରଣ କରିବାକୁ ପୁରୁଣା ଷ୍ଟ୍ରଟେଜି ଆପଣେଇଛୁ । ଟୀକାକରଣ ସହ ସର୍ଭେଲାନ୍ସକୁ ଜୋରଦାର କରାଯାଇଛି । ଜୁନ 21 ବା ଆସନ୍ତାକାଲିଠାରୁ ଇଣ୍ଟିଗ୍ରେଟେଡ଼ ସର୍ଭେଲାନ୍ସ ଆରମ୍ଭ ହେବ । ଏଥିରେ ଘର ଘର ବୁଲି ରୋଗୀଙ୍କୁ ଚିହ୍ନଟ କରାଯିବ । ଚିହ୍ନଟ ରୋଗୀଙ୍କୁ ଆଇସଲେସନ କରାଯାଇ ଚିକିତ୍ସା କରାଯିବ । ଲ୍ୟାବ ଟେଷ୍ଟ, RRT, ସର୍ଭେଲାନ୍ସ ଆଦିରେ ଆବଶ୍ୟକ ମାନବ ସମ୍ବଳ ବଢାଇବାକୁ ସବୁ ମେଡିକାଲ କଲେଜକୁ ନିର୍ଦେଶ ଦିଆଯାଇଛି ।
ଡାକ୍ତର ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

ସୋନିଆ ଗାନ୍ଧୀଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଦୀପ ଦାନ…

() ଜାତୀୟ କଂଗ୍ରେସର66 ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କରି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ତରଫରୁ ଆଜି ରାମ ମନ୍ଦିର ସାମନାରେ ୧୦୮ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ ପ୍ରଭୁ ଜଗନ୍ନାଥ ଶ୍ରୀମତୀ ଗାନ୍ଧୀଙ୍କୁ ଶୀଘ୍ର ଅଶେଷ ଆଶୀର୍ବାଦ କରନ୍ତୁ ପ୍ରଭୁଙ୍କ କୃପା ତାଙ୍କ ଉପରେ ସବୁବେଳେ ରହୁ । ସେ ଯଥାଶୀଘ୍ର ସଂପୂର୍ଣ୍ଣ ଆରୋଗ୍ୟ ହୋଇ ସାଧାରଣ ଜୀବନକୁ ଶୀଘ୍ର ଫେରନ୍ତୁ । ଦେଶ ଏକ ଘଡ଼ିସନ୍ଦି ମୁହୂର୍ତ ଦେଇ ଗତି କରୁଛି । ଏଭଳି ସ୍ଥିତିରେ ତାଙ୍କର ନେତୃତ୍ୱର ଦୃଢ଼ ଆବଶ୍ୟକତା ରହିଛି । ଏହି ସମୂହ ଦ୍ୱୀପଦାନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦକ ସୁବ୍ରତ ମହାପାତ୍ର, ଶ୍ରୀମତୀ ରଶ୍ମି ମହାପାତ୍ର, ଶ୍ରୀମତୀ ଚୈତାଳୀ ପଟ୍ଟନାୟକ, ରିନା ସାହୁ, ରଜନୀ ମହାନ୍ତି, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ମଂଟୁ ମଲ୍ଲିକ, ଦେବୀପ୍ରସାଦ ବାହାଲିଆ, ଶତୃଘନ ବେହେରା, ମାନସ ସେଠୀ, ମୋହନ ଜେନା, ସ୍ପନ୍ଦନ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ…

() ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ଦେଲା ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗୋଟିଏ ଟିମ ଇଟାଲୀ ଓ ଦୁବାଇ ଯିବେ। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଖାଦ୍ୟ ସୁରକ୍ଷା ରେ ଓଡ଼ିଶାର ରୂପାନ୍ତିକରନ ଯାତ୍ରା ଓ ବିପର୍ଯ୍ୟୟ ପରିଚାଳନା ଉପରେ ବାର୍ତ୍ତା ରଖିବେ ନବୀନ। ଭାଟିକାନ ସିଟିର ପୋପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପ୍ରବାସୀ ଓଡ଼ିଆଙ୍କୁ ଭେଟିବେ। ଦୁବାଇରେ ପୁଞ୍ଜିନିବେଶକାରୀ ସମ୍ମିଳନୀରେ ଯୋଗ ଦେବେ। ବିଭିନ୍ନ ବଡ ବଡ ନିବେଶଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ଫାଇଭ ଟି ସଚିବ, ଖାଦ୍ୟ ଯୋଗାଣ ସଚିବ, ଶିଳ୍ପ ସଚିବ, ନୂଆଦିଲ୍ଲୀ ଆବାସିକ କମିଶନର ଏ ଟିମ ର ଗସ୍ତ କରିବେ।

ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା….

() ରଥଯାତ୍ରା ପ୍ରସ୍ତୁତିର ସ୍ବତନ୍ତ୍ର ସମୀକ୍ଷା ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା।

ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ।

ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ, ସେଥିପାଇଁ ବିଶେଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

କୋଭିଡ ସମୟରେ ରଥଯାତ୍ରା ପରିଚାଳନାରେ ସେବାୟତ ମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଲେ ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥାଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ, ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

ଦୁଇ ବର୍ଷ ପରେ ଭକ୍ତମାନଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ଖୁସି ପ୍ରକାଶ କରି କହିଛନ୍ତି ଯେ ଏବର୍ଷ ବହୁତ ଅଧିକ ଭକ୍ତ ଆସିବେ। ତେଣୁ ସବୁପ୍ରକାର ଆଗୁଆ ବନ୍ଦୋବସ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ କହିଛନ୍ତି ।କୋଭିଡ ସମୟରେ ରଥଯାତ୍ରା ପରିଚଳନାରେ ସେବାୟତ ବନ୍ଧୁମାନେ ଯେପରି ସହଯୋଗ କରିଥିଲେ, ନିଜେ ରଥକୁ ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ, ସେଥିପାଇଁ ସେ ସେବାୟତ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ବୈଠକରେ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ବିଭିନ୍ନ ନିଷ୍ପତ୍ତି ଏବଂ ଏହାର ଅନୁପାଳନ ସଂପର୍କରେ ସୂଚନା ଦେଇଥିଲେ।

ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ରଥାଯାତ୍ରା ପାଇଁ ନିଆଯାଇଥିବା ସମସ୍ତ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ ବଂଶଲ ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିଚାଳନା ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ ।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଶ୍ରୀ ବୀର ବିକ୍ରମ ଯାଦବ ସ୍ବାଗତ ଭାଷଣ ଦେଇଥିଲେ ଏବଂ କେନ୍ଦ୍ରାଞ୍ଚଳ ଆର.ଡି.ସି ଧନ୍ୟବାଦ ଅର୍ପଣ କରିଥିଲେ।ବୈଠକରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ପୁରୀ ସାଂସଦ ଓ ବିଧାୟକ ପ୍ରମୁଖଙ୍କ ସହିତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ପୁରୀ ଜିଲ୍ଲାପାଳ, ସେବାୟତ ଓ ଛତିଶା ନିଯୋଗର ସଦସ୍ୟମାନେ ଯୋଗ ଦେଇଥିଲେ।

ମୌସୁମୀ ସମୟରେ ଡେଙ୍ଗୁ ରୋଗ ସାଧାରଣତଃ ବଢ଼ିଥାଏ….

() ଡେଙ୍ଗୁ ଏକ ମଶାବାହିତ ରୋଗ… ମୌସୁମୀ ସମୟରେ ଡେଙ୍ଗୁ ରୋଗ ସାଧାରଣତଃ ବଢ଼ିଥାଏ… ଗତକାଲି ସୁଦ୍ଧା 3484 ଡେଙ୍ଗୁ ଟେଷ୍ଟ କରାଯାଇଛି… 124 ଜଣ ପୋଜେଟୀଭି ଆସିଛନ୍ତି… 17 ଟି ଜିଲାରୁ ରିପୋର୍ଟ ଆସିଥିଲେ ବି ମୁଖ୍ୟତ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି …. ଖୋର୍ଦ୍ଧାରେ 48, କୋରାପୁଟରୁ 19 , ମାଲକାନଗିରିରୁ 12, ପୁରୀ 18 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜନସ୍ୱାର୍ଥ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର…. ଏପର୍ୟ୍ଯନ୍ତ ଡେଙ୍ଗୁରେ ମୁର୍ତ୍ତୃ ରିପୋର୍ଟ କିଛି ହସ୍ତଗତ ହୋଇନାହିଁ…ସାଧାରଣଲୋକଙ୍କ ସୁରକ୍ଷା ପାଇଁ ବିଭାଗ ତରଫରୁ ସମସ୍ତ ପଦକ୍ଷପ ଗ୍ରହଣ କରାଯାଇଛି…କିନ୍ତୁ ସାଧାରଣଲୋକ ମଧ୍ୟ ଅଧିକ ସଚେତନ ହେବା ଆବଶ୍ୟକ…. କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ୱର୍ଡ କରାଯାଇଛି ବୋଲି ମଧ୍ୟ ନିର୍ଦେଶକ କହିଛନ୍ତି…

ଧୀରେ ଧୀରେ କରୋନାର ଗ୍ରାଫ ଉପରକୁ ଉଠୁଛି…. ଭୁବନେଶ୍ୱର ଓ ଖୋର୍ଦ୍ଧାରେ ପୋଜେଟୀଭି କେସ ଅଧିକ ରହୁଛି…. ଯେହେତୁ ମଣିଷରୁ ମଣିଷକୁ ଚେନ ମାଧ୍ୟମରେ କରୋନା ରୋଗ ବ୍ୟାପିଥାଏ… ତେଣୁ ଲୋକମାନଙ୍କୁ ଅଧିକ ରୁ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି… ସରକାରଙ୍କ କୋଭିଡ ଗାଇଡଲାଇନ ମାନିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜନସ୍ୱାର୍ଥ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର …. କୋଭିଡ ସଂକ୍ରମାଣକୁ କିଛି ଦିନ ଅନୁଧ୍ୟାୟ କରିବାରର ଆବଶ୍ୟକତା ରହିଛି …..କାରଣ ଦିଲ୍ଲୀ ଭଲି ସହରରେ କରୋନା ବଢିଲା ଓ ପୁନର୍ବାର କମିଯାଇଥିଲା… ସେଥିପାଇଁ ସଠିକ ଅନୁଧ୍ୟାନ ନିତ୍ୟନ୍ତ ଆବଶ୍ୟକ…. ବର୍ତମାନ ସୁଦ୍ଧା କିଛି ନୁଆଁ ଭାରିଆଣ୍ଟ ଆସିବାର ରିପୋର୍ଟ ବିଭାଗ ପାଖରେ ନାହିଁ ବୋଲି ମଧ୍ୟ ନିର୍ଦେଶକ କହିଛନ୍ତି ……

ଡା. ନିରଞ୍ଜନ ମିଶ୍ର, ଜନସ୍ୱାର୍ଥ ନିର୍ଦେଶକ

୨୦ରୁ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ….

{} ୨୦ରୁ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ।

ଆସନ୍ତାକାଲି ଅପରାହ୍ନରେ ଦିଲ୍ଲୀ ଅଭିମୁଖେ ଯାତ୍ରା।

()  ଆସନ୍ତା ୨୦ ତାରିଖରୁ ୧୦ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବେ ଏବଂ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ୨୦ ତାରିଖରେ ରୋମ ଅଭିମୁଖେ ଯାତ୍ରା କରିବେ। ଜାତିସଂଘ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମର ସଫଳ କାହାଣୀ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିବେ। ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ରୋମ୍‍ରୁ ଦୁବାଇ ଅଭିମୁଖେ ଯାତ୍ରା କରିବେ। ଦୁବାଇରେ ଆସନ୍ତା ୨୯ ତାରିଖରେ ଓଡ଼ିଶା ସରକାର ଓ ଫିକି ପକ୍ଷରୁ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ବିଭିନ୍ନ ଦେଶର ନିବେଶକମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୩୦ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦୁବାଇରୁ ଦିଲ୍ଲୀ ଓ ସେହିଦିନ ରାତିରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

ପ୍ରତ୍ୟେକଟି ଜୀବନ ମୂଲ୍ୟବାନ ବୋଲି କହିଛନ୍ତି – ମୁଖ୍ୟମନ୍ତ୍ରୀ…

() ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ।

ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏହି ନୀତିରେ ସବୁ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

ଜୁନ୍ ଓ ଅକ୍ଟୋବର ମାସ ଗୁରୁତ୍ବପୂର୍ଣ୍ଣ, ଏହି ସମୟ ଉପରେ ନଜର ରଖ – ମୁଖ୍ୟମନ୍ତ୍ରୀ।

() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହି ନୀତିକୁ ଅନୁସରଣ କରି ଓଡିଶା ଭଳି ଗୋଟିଏ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଆମେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରି ଏ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛୁ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ପ୍ରତ୍ୟେକ ବର୍ଷର ଜୁନ୍‌ରୁ ଅକ୍ଟୋବର ମାସ ସମୟ ଅତି ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସେ । ତେଣୁ ଏହି ସମୟ ଭିତରେ ବାତ୍ୟା ଓ ବନ୍ୟା ଏକ ସମୟରେ ଆସିବାର ମଧ୍ୟ ସମ୍ଭାବନା ରହିଛି । ଏ ବାବଦରେ ଆମର ପ୍ରସ୍ତୁତିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ସମସ୍ତ ପ୍ରଶାସନିକ କଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆଗୁଆ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟ, ପାନୀୟ ଜଳ ବ୍ୟବସ୍ଥା ସ୍ବାସ୍ଥ୍ୟ ଓ ପ୍ରାଣୀସେବା ବ୍ୟବସ୍ଥା ଆଦି ସମସ୍ତ ବ୍ୟବସ୍ଥା ଗୁଡିକୁ ପ୍ରସ୍ତୁତ କରି ରଖିବା ଜରୁରୀ।ଏହାସହିତ ସମସ୍ତ ଓଡ୍ରାଫ ଓ ଅଗ୍ନିସେବା ବାହିନୀ ପ୍ରସ୍ତୁତ ହୋଇ ରହିବା ଜରୁରୀ ବୋଲି ସେ କହିଥିଲେ । ବିପର୍ଯ୍ୟୟ ପ୍ରବଣ ଓ ଦୁର୍ଗମ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟପଦାର୍ଥକୁ ମହଜୁଦ ରଖିବା, ଜିଲ୍ଲାସ୍ତରୀୟ ଜରୁରୀକାଳୀନ କେନ୍ଦ୍ରଗୁଡିକୁ ୨୪ ଘଣ୍ଟିଆ କାର୍ଯ୍ୟକାରୀ କରିବା, ପଶୁ ଖାଦ୍ୟ ମହଜୁଦ ରଖିବା ଓ ବିପର୍ଯ୍ୟୟ ସମୟରେ ପ୍ରାଣୀସେବା କ୍ୟାମ୍ପ ଖୋଲିବା ପାଇଁ ସେ ପରାମର୍ଶ ଦେଇଥିଲେ। ଗର୍ଭବତୀ ମହିଳା, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, ଶିଶୁ, ବିଧବା ଓ ବୟସ୍କ ଲୋକମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୈଠକରେ ରାଜ୍ୟସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଯେଉଁସବୁ ପଦକ୍ଷେପ ନେଇଛନ୍ତି, ତା ଉପରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ରାଜ୍ୟରେ ୮୭୯ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଥିବାବେଳେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ବିନିଯୋଗ କରାଯାଇ ଆହୁରି ୫୫ଟି ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷ କରି ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟ ପ୍ରତିରୋଧି ଗୃହ ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ ।

ଏହି ବୈଠକରେ ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର, ପୁରୀ ବିଧାୟକ ଶ୍ରୀ ଜୟନ୍ତ ଷଡଙ୍ଗୀ, ବେଗୁନିଆ ବିଧାୟକ ଶ୍ରୀ ରାଜେନ୍ଦ୍ର ସାହୁ, ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ସରକାରୀ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ ମୁଦୁଲି ପ୍ରମୁଖ ବକ୍ତବ୍ୟ ରଖି ନିଜ ନିଜ ଅଞ୍ଚଳରେ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ସୁଚିନ୍ତିତ ମତାମତ ଦେଇଥିଲେ।ଉନ୍ନୟନ କମିଶନର-ତଥା-ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।ବୈଠକରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା…

() ରାଜ୍ୟସ୍ତରୀୟ ବିପର୍ଯ୍ୟୟ ମୁକାବିଲା ବୈଠକ ପରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା। ଆଗାମୀ ବନ୍ୟା ଓ ବାତ୍ୟା ଭଳି ସମ୍ଭାବ୍ୟ ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବନ୍ୟା ଓ ବାତ୍ୟା ସମୟରେ ପିଇବା ପାଣି,ମେଡିକାଲ ରେ ପର୍ଯ୍ୟାପ୍ତ ଔଷଧ ଯୋଗାଣ, ଉଦ୍ଧାରକାରୀ ଦଳ ମୁତୟନ ,ଦୁର୍ବଳ ବନ୍ଧ ବାଡ ମରାମତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ବିଭାଗ ସହ ସମନ୍ୱୟ ରଖି କରାଯିବ। ପାଣିପାଗ ପରିବର୍ତ୍ତନ ହେଉଥିବାରୁ ବିଶେଷଜ୍ଞ p ବୈଜ୍ଞାନିକ ମାନଙ୍କ ସହ ପରାମର୍ଶ କରି ପଦକ୍ଷେପ ନେବାକୁ ବିରୋଧୀ ଦଳ ସଦସ୍ୟ ନରସିଂହ ମିଶ୍ର କିଛି ପ୍ରସ୍ତାବ ଦେଇଛନ୍ତି। ବିଭାଗ ତଦାରଖ କରିବ ଓ ବିଶେଷଜ୍ଞଙ୍କ ପରାମର୍ଶ କରି ବିଭାଗ ନିଷ୍ପତି ନେବ। ସରକାରୀ ବ୍ୟବସ୍ଥାକୁ ସୁଦୃଢ଼ ପାଇ ପଦକ୍ଷେପ ନିଆଯିବ। ବନ୍ୟା ଓ ବାତ୍ୟା ଭଳି ସ୍ଥିତିର ମୁକାବିଲା ପାଇଁ ବିଭାଗ ସଜାଗ ଅଛି। ଆଗାମୀ ଦିନରେ ଯଦି ମରୁଡି ସ୍ଥିତି ବି ଆସେ ସରକାର ପଦକ୍ଷେପ ନେବେ।

ପ୍ରମିଳା ମଲ୍ଲିକ,ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଓଲଟପୁର ଗସ୍ତରେ ଉନ୍ନୟନ କମିଶନର ଓ 5T ସଚିବ…

() ଉନ୍ନୟନ କମିଶନର ଓ 5T ସଚିବଙ୍କ ଓଲଟପୁର ଗସ୍ତ

 ନିଆଳି ଓଲଟପୁର ରାସ୍ତା ଦୁଇ ଥକିଆ ହେବ।

ହସ୍ପିଟାଲ ପାରିପାର୍ଶ୍ଵିକ ଅଂଚଳର ବିକାଶ ହେବ ।

{} ଓଲଟପୁର ସ୍ଥିତ NIRTAR ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ।ପ୍ରତିଦିନ ରାଜ୍ୟ ର ବିଭିନ୍ନ ଅଂଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି।

ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନ ର ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ କ୍ରମେ ଆଜି ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା 5T ସେକ୍ରେଟାରୀ ଶ୍ରୀ ଭି କେ ପାଣ୍ଡିଆନ ଓଲଟପୁର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।ସେମାନଙ୍କ ସହିତ ପୂର୍ତ୍ତ ବିଭାଗ ସଚିବ ଶ୍ରୀ ବୀର ବିକ୍ରମ ଯାଦବ , କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଚଇନି ଓ ପୂର୍ତ୍ତ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ସ୍ଥାନୀୟ ଲୋକ ଓ ରୋଗୀ ମାନଙ୍କ ସହ ଆଲୋଚନା ପରେ ନିମ୍ନୋକ୍ତ ନିଷ୍ପତ୍ତି ନିଆଯାଇଛି ।ରୋଗୀ ମାନେ ଯେପରି ସୁବିଧାରେ NIRTAR ରେ ପହଂଚିପାରିବେ ସେଥିପାଇଁ ନିଆଳି ଅଡଶପୁର ରାସ୍ତାର ବୋଇରାଇ ଛକ ଠାରୁ ଓଲଟପୁର NIRTAR ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥକିଆ କରାଯିବ ।NIRTAR ହସ୍ପିଟାଲ ପାର୍ଶ୍ଵ ବର୍ତୀ ଜମି ଅଧିଗ୍ରହଣ କରି ସେ ଅଂଚଳର ବିକାଶ କରାଯିବ ।ହଷ୍ଟେଲ ର ମଧ୍ୟ ଉନ୍ନତି କରାଯିବ।ଏହି ଗସ୍ତ ଅବସରରେ ଉନ୍ନୟନ କମିଶନର ଓ 5T ସଚିବ ହସ୍ପିଟାଲ ର ବିଭିନ୍ନ ward ବୁଲି ଦେଖିବା ସହ ରୋଗୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।

ସେନା କ୍ଷେତ୍ରରେ ଚୁକ୍ତି ଭିତ୍ତିକ ନିଯୁକ୍ତି କୁ ନିନ୍ଦା କରୁଛି: କଂଗ୍ରେସ….

() ସେନା କ୍ଷେତ୍ରରେ ଚୁକ୍ତି ଭିତ୍ତିକ ନିଯୁକ୍ତିକୁ କଂଗ୍ରେସ ନିନ୍ଦା କରୁଛି। ଯାହାକୁ ନିଯୁକ୍ତି କରୁଛନ୍ତି ତାଙ୍କୁ ଫୁଲ୍ ଟାଇମ୍ ନିଯୁକ୍ତି ମିଳୁ। ଆମେ ଯୁବକ ମାନଙ୍କ ସାଥିରେ ଅଛୁ। କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ ଆଣନ୍ତୁ। କେନ୍ଦ୍ର ର ମୋଦି ସରକାର ବର୍ଷକୁ 2କୋଟି ନିଯୁକ୍ତି ଦେବେ ବୋଲି କହିଥିଲେ, କୁଆଡେ ଗଲା ସେ ପ୍ରତିଶ୍ରୁତି। ଯୁବକ ମାନଙ୍କୁ ଆଉ ଭଣ୍ଡା ନ୍ତୁନି।

ଶରତ ପଟ୍ଟ ନାୟକ, ପିସିସି ସଭାପତି

Follow us

20,832FansLike
0FollowersFollow
14,700SubscribersSubscribe

Latest news