ପିସିସି ସଭାପତିଙ୍କ ବୈଠକରେ ଯୋଗ ନ ଦେବା ପ୍ରସଙ୍ଗରେ ମୁଁହ ଖୋଲିଲେ ବିଧାୟକ…

() ପିସିସି ସଭାପତିଙ୍କ ବୈଠକରେ ଯୋଗ ନ ଦେବା ପ୍ରସଙ୍ଗରେ ମୁହିଁ ଖୋଲିଲେ ବିଧାୟକ ମହମ୍ମଦ ମୋକିମ। ଯାହା ଚର୍ଚ୍ଚା ହେଉଛି ଅବାସ୍ତବ କଥା। କୌଣସି ଅସନ୍ତୋଷ ନଥିବା କହିଲେ ମୋକିମ। ଦଳ ସହ ସୁଦୃଢ଼ ଭାବେ ଅଛୁ। ଆନ୍ଦୋଳନ କରୁଛୁ। କଂଗ୍ରେସରୁ ରାଜନୀତିକ ଜୀବନ ଆରମ୍ଭ କଂଗ୍ରେସରେ ରାଜନୈତିକ ଜୀବନ ଶେଷ ବୋଲି କହିଲେ ମୋକୀମ।

ମହମ୍ମଦ ମୋକିମ,କଂଗ୍ରେସ ବିଧାୟକ

ରାଷ୍ଟ୍ରପତି ନିର୍ବାଚନ କୁ ନେଇ କଣ କହିଲେ :ମୋକିମ…

() ରାଷ୍ଟ୍ରପତି ନିର୍ବାଚନ ନେଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା ଦଳ ଯାହାକୁ କହିବ, ସମର୍ଥନ କରିବି । ପାର୍ଟି ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି । ହାଇକମାଣ୍ଡ ନିଷ୍ପତ୍ତି କୁ ଅପେକ୍ଷା କରିଛୁ । ପାର୍ଟି ଆଗେ ।

ମହାମଦ ମୋକିମ,କଂଗ୍ରେସ ବିଧାୟକ

ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ,୬୬୩ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ…  

() ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ 

୬୬୩ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ । 

ପ୍ରତ୍ୟେକ ବାଟାଲିଅନ ପାଇଁ ୨୨୧ଟି ପଦବୀ।

ଆହୁରି ୧୩୨ଟି ପଦବୀ ଆଉଟ୍‌ ସୋର୍‌ସିଂ ଜରିଆରେ ମଧ୍ୟ ପୂରଣ ହେବ।

 

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ (IR Battalion) ପାଇଁ ୬୬୩ଟି ପଦବୀକୁ (Security Coys) ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି।

ଏହି ନୂତନ ପଦବୀ ଗୁଡିକ ହେଲା ଡେପୁଟି କମାଣ୍ଡାଣ୍ଟ-୧, ହାବିଲଦାର ମେଜର-୧୮, ହାବିଲଦାର-୨୩, କନେଷ୍ଟବଳ-୧୫୪, ଇନିସ୍‌ପେକ୍ଟର (WT)-୧, ସବ୍‌ଇନିସ୍‌ପେକ୍ଟର (WT)-୨, ହାବିଲଦାର (WT)-୪, କନେଷ୍ଟବଳ(WT)-13, ହେଡକ୍ଲର୍କ-୧, ମେଡିକାଲ ଅଫିସର-୧, ଫାର୍ମାସିଷ୍ଟ-୨ ଓ ଷ୍ଟାଫ ନର୍ସ-୧ । ଏହିପରି ପ୍ରତ୍ୟେକ ବାଟାଲିଅନରେ ୨୨୧ ଜଣ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହେବେ।

ଏହାସହିତ ପ୍ରତ୍ୟେକ ବାଟାଲିଅନରେ ବିଭିନ୍ନ ସହାୟକ କାର୍ଯ୍ୟ ପାଇଁ ୪୪ଟି ପଦବୀ ସୃଷ୍ଟି କରାଯାଇଛି, ଯାହାକି ଆଉଟ ସୋର୍‌ସିଂ ଜରିଆରେ ପୂରଣ କରାଯିବ। ୩ଟି ବାଟାଲିଅନ ପାଇଁ ୧୩୨ଟି ଆଉଟ ସୋର୍‌ସିଂ ପଦବୀ ସୃଷ୍ଟି କରାଯାଇଛି।

ଦ୍ରୌପଦୀ ମୁର୍ମୁଙ୍କୁ NDA ରାଷ୍ଟ୍ରପତି କରିବା ପ୍ରସଙ୍ଗରେ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା…

( ) ଦ୍ରୌପଦୀ ମୁର୍ମୁଙ୍କୁ NDA ରାଷ୍ଟ୍ରପତି କରିବା ପ୍ରସଙ୍ଗରେ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା । ବିଜେଡି ସମର୍ଥନ ଦେବ ବୋଲି ପରୋକ୍ଷରେ ଦେଲେ ସଂକେତ । ସେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ଏବେ ବିଦେଶ ଗସ୍ତରେ ଅଛନ୍ତି । କିନ୍ତୁ ଟ୍ୱିଟରେ ସେ କହିଛନ୍ତି, ଏହା ଓଡିଶା ପାଇଁ ଗର୍ବ । ପ୍ରଧାନମନ୍ତ୍ରୀ ତାଙ୍କ ସହ ଏ ବିଷୟରେ ପୂର୍ବରୁ ମଧ୍ୟ ଆଲୋଚନା କରିଥିଲେ । ସେଥିଲାଗି ସେ ଖୁସି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ଯାହା ସନ୍ଦେଶ ଦେଉଛି, ଆପଣମାନେ ଯାହା ଆକଳନ କରୁଛନ୍ତି, ତାହା ସତ । ଆପଣମାନଙ୍କ ଆକଳନରେ କିଛି ଭୁଲ ନାହିଁ । ଜାତୀୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା ସବୁ କ୍ଷେତ୍ରରେ ରହିଆସୁଛି । ଯେକୌଣସି ପ୍ରମୁଖ ବିଲରେ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନକୁ ବିଜେପି ସବୁବେଳେ ଚାହୁଁଛି । ଏଥର ବି ସମର୍ଥନ ଲୋଡ଼ିଛି । ଆମର ରାଜ୍ୟର ଆଦିବାସୀଙ୍କର କିଭଳି ଉନ୍ନତି ହୋଇପାରିବ, ସେ ବିଷୟରେ କହି ଆସିଛନ୍ତି, ଲେଖି ଆସିଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ନେଇ ଯେଉଁଭଳି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ, ଏଥିରୁ ଜାତୀୟ ସ୍ତରରେ ନବୀନ ପଟ୍ଟନାୟକଙ୍କର କିଭଳି ପ୍ରଭାବ ରହୁଛି, ତାହା ଜାଣିପାରୁଥିବେ । ନବୀନ ସବୁବେଳେ କୁହନ୍ତି, ମହିଳାମାନେ ବିକାଶର ଡବଲ ଇଞ୍ଜିନ । ତେଣୁ ମହିଳା ପ୍ରାର୍ଥୀ ଚୟନ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଥାଇପାରେ ।
ଅମର ପଟ୍ଟନାୟକ, ବିଜେଡି ସାଂସଦ

ୱାର୍ଡ ସଭ୍ୟରୁ ରାଷ୍ଟ୍ରପତି , ଦେଶର ପ୍ରଥମ ବ୍ୟକ୍ତି…

() ୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ ମୁର୍ମୁ। ୧୯୯୭ରେ ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା ।୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି । ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଛନ୍ତି । ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ଓ ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି ।

ମୋବାଇଲ୍ ଫୋନ୍‌ର ଅତ୍ୟଧିକ ବ୍ୟବହାର ଯୋଗୁଁ ଯୁବପିଢ଼ି ଏକାଗ୍ରତା ହରାଉଛନ୍ତି : ଡାକ୍ତର ଅଶୋକ ମହାପାତ୍ର…

() ମୋବାଇଲ୍ ଫୋନ୍‌ର ବହୁଳ ବ୍ୟବହାର ଫଳରେ ଯୁବପିଢ଼ିଙ୍କ ମଧ୍ୟରେ ଏକାଗ୍ରତାର ଘୋର ଅଭାବ ଦେଖାଦେଉଛି । ଶରୀର ପାଇଁ ମଧ୍ୟ ଏହା କ୍ଷତିକାରକ ସାବ୍ୟସ୍ତ ହେଉଛି । ନିଜ ଘର ଠାରୁ ୫୦ ମିଟର ଦୂରରେ ମୋବାଇଲ ଟାୱାର ରହିବା ଉଚିତ୍ । ନଚେତ୍ ଏହାର କୁପ୍ରଭାବ ମଣିଷ ଶରୀର ଉପରେ ପଡିବ ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ।

ଅତ୍ୟଧିକ ମୋବାଇଲ୍ ବ୍ୟବହାରରୁ ବିରତ ରହିବା ନିମନ୍ତେ ଯୁବପିଢ଼ି ଯୋଗାଭ୍ୟାସକୁ ଗୁରୁତ୍ୱ ଦିଅନ୍ତୁ ବୋଲି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ମଙ୍ଗଳବାର ଏହି ଉପଦେଶ ଦେଇଛନ୍ତି ପ୍ରଫେସର ମହାପାତ୍ର ।

ଅଷ୍ଟମ ଆର୍ନ୍ତଜାତିକ ଯୋଗ ଦିବସ ଉପଲକ୍ଷେ ସୋଆ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ମହାପାତ୍ର କହିଛନ୍ତି ଯେ ଜୀବନରେ ମାନସିକ ଓ ଶାରୀରିକ ସନ୍ତୁଳନ ରକ୍ଷା ନିମନ୍ତେ ଯୋଗାଭ୍ୟାସର ଆବଶ୍ୟକତା ରହିଛି । ମନରେ ଏକାଗ୍ରତା ଆଣିବା ନିମନ୍ତେ ଯୋଗାଭ୍ୟାସ କରିବା ଉଚିତ୍ । ଯୋଗ ହିଁ ଆତ୍ମା ସହ ପରମାତ୍ମାର ମିଳନ କରାଇଥାଏ ବୋଲି ସେ କହିଛନ୍ତି ।

 

ସୋଆ ଏନଏସଏସ, ୱେଲନେସ ସେଂଟର ଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସ୍‌-ଭ୍ୟାସ ବିଶ୍ୱବିଦ୍ୟାଳୟର କୁଳାଧିପତି ଡକ୍ଟର ଏଚ୍‌.ଆର୍‌. ନଗେନ୍ଦ୍ର ଭର୍ଚୁଆଲୀ ଯୋଗ ଦେଇ ଯୋଗାଭ୍ୟାସ ଉପରେ ତଥ୍ୟ ରଖିଥିଲେ । ସେହିପରି ଭୁବନେଶ୍ୱର ସ୍ଥିତ ରାମକୃଷ୍ଣ ମିଶନ୍‌ର ସମ୍ପାଦକ ସ୍ୱାମୀ ଆତ୍ମ ପ୍ରଭା ନନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଯୋଗାଭ୍ୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏଥି ସହିତ ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ଯୋଗକୁ ଅନ୍ତର୍ଭୁକ୍ତ କରିବା ସପକ୍ଷରେ ସେ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ କହିଥିଲେ ଯେ ବର୍ତମାନ ସୁସ୍ଥ ଜୀବନଯାପନ କରିବା ଏକ ପ୍ରକାର ଆହ୍ୱାନ ହୋଇ ଉଠୁଥିବା ବେଳେ ସୁସ୍ଥତା ନିମନ୍ତେ ଯୋଗାଭ୍ୟାସ ଅତ୍ୟନ୍ତ ଆବଶ୍ୟକ ।

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମହିଶୁର ଠାରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସାମିଲ ହୋଇ ଯୋଗାଭ୍ୟାସର ଗୁରୁତ୍ୱ ଏବଂ ଚଳିତ ବର୍ଷର ପ୍ରସଙ୍ଗ “ମାନବତା ପାଇଁ ଯୋଗ” ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ସହ ଯୋଗାଭ୍ୟାସରେ ସାମିଲ ହୋଇଥିଲେ । ସୋଆରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରାରମ୍ଭରୁ ପ୍ରଧାନମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମକୁ ଲାଇଭ୍ ଷ୍ଟ୍ରିମିଂ ଯୋଗେ ଛାତ୍ରଛାତ୍ରୀ ଦେଖିଥିଲେ । ଏଥି ସହିତ ସୋଆର ଯୋଗ ପ୍ରଶିକ୍ଷକ ଶ୍ରୀ ଅଖିଳଚନ୍ଦ୍ର ରଣା ଛାତ୍ରଛାତ୍ରୀ ଓ ଉପସ୍ଥିତ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମକର୍ତାମାନଙ୍କୁ ଯୋଗାଭ୍ୟାସ କରାଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଏସ୍‌ଏସ୍‌ର ଆଂଚଳିକ ନିର୍ଦ୍ଦେଶିକା ଶ୍ରୀମତି ସରିତା ପଟେଲ ଓ ସୋଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଉପସ୍ଥିତ ଥିଲେ ।

ସୋଆ ଆଉଟ୍‌ରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ତଥା ଏନ୍‌ଏସ୍‌ଏସ୍‌ର ସଂଯୋଜକ ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦୀର୍ଘ ଦୁଇମାସ ଧରି ଜାରୀ ରହିଥିବା ଭର୍ଚୁଆଲ୍ ଯୋଗ ଶିବିର ସମ୍ପର୍କରେ ପ୍ରଫେସର ଶର୍ମା ବିସ୍ତୃତ ତଥ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ ଅଫିସର ତଥା ଆଇଏଏସ୍‌ର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଏପ୍ରିଲ୍ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ୬୦ – ଦିନିଆ ଆଭାସୀ ଯୋଗ ଶିବିରକୁ ସୋଆ କୁଳପତି ପ୍ରଫେସର ମହାପାତ୍ର ଉଦ୍‌ଘାଟିତ କରିଥିଲେ । ପ୍ରତ୍ୟହ ସକାଳ ୬ଟାରୁ ଗୁଗୁଲ ମିଟ୍‌ରେ ଯୋଗ ଶିକ୍ଷକ ଅଖିଳଚନ୍ଦ୍ର ରଣାଙ୍କ ଦ୍ୱାରା ସାଧାରଣ ଯୋଗ ପ୍ରୋଟୋକଲ୍ ଜରିଆରେ ଅନୁଷ୍ଠିତ ହେଉଥିଲା । ଏଥିସହିତ ମେ ୧୪ ତାରିଖରେ ଆଇଟିଇଆର୍‌ରେ ଅନୁଷ୍ଠିତ ହୋଇଥିଲା “କାଉଂଟ ଡାଉନ ଟୁ ଯୋଗ ଦିବସ” । ଏଥିରେ ପ୍ରାୟ ୨୫୦ ଏନଏସ୍‌ଏସ୍ ସ୍ୱେଚ୍ଛାସେବୀ, ଫ୍ୟାକଲ୍ଟି ଯୋଗ ଦେଇ ଯୋଗାସନ ଓ ପ୍ରାଣାୟମ କରିଥିଲେ । ଆଇଟିଇଆର ଏନଏସ୍‌ଏସ୍ ତରଫରୁ ଯୋଗ ଦିବସ ଉପଲକ୍ଷେ ଏକ ପ୍ରବନ୍ଧ ପ୍ର୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା । ଜୁନ୍ ୮ ତାରିଖରୁ ସକାଳ ୮ରୁ ୮.୪୫ ନିୟମିତ ଯୋଗାଭ୍ୟାସ ସହିତ ୮.୪୫ ରୁ ୮.୫୫ ପର୍ଯ୍ୟନ୍ତ “ଗୀତା ଉପରେ କଥାମୃତ ପ୍ରବଚନ ମାଳା” କୁଳପତି ପ୍ରଫେସର ମହାପାତ୍ରଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା । ଏଥିରେ ପ୍ରତିଦିନ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଉଥିଲେ ।

ନିଜର ଉତ୍କର୍ଷ ପୁଣି ବଜାୟ ରଖିଲା ସୋଆ ….

{} ନାକ୍ ରୁ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ।

() ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜର ଉତ୍କର୍ଷ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌)ର ତୃତୀୟ ପର୍ଯ୍ୟାୟ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ କରିଛି । ମୋଟ ୪.୦୦ ସ୍କୋର୍‌ରୁ ସର୍ବାଧିକ ୩.୮୮ କ୍ୟୁମୁଲେଟିଭ୍ ଗ୍ରେଡ ପଏଂଟ ଆଭରେଜ (ସିଜିପିଏ) ହାସଲ କରି ଏହି କୃତିତ୍ୱ ହାସଲ କରିଛି ସୋଆ ।ମେ ୧୦, ୨୦୨୨ରୁ ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ ନାକ୍‌ର ଏହି ସ୍ୱୀକୃତି ବଳବତର ରହିବ ।

ପାଠ୍ୟକ୍ରମର ଦିଗ, ଶିକ୍ଷା ପ୍ରଦାନ ଓ ଶିକ୍ଷା ଗ୍ରହଣ ଏବଂ ମୂଲ୍ୟାୟନ, ଗବେଷଣା, ନବୀକରଣ ଓ ବିସ୍ତାର, ଭିତିଭୂମୀ ଓ ଶିକ୍ଷା ଗ୍ରହଣ ସଂଶାଧନ, ଛାତ୍ରଙ୍କ ସହଯୋଗ ଏବଂ ପ୍ରଗତି, ପ୍ରଶାସନ, ନେତୃତ୍ୱ ଏବଂ ପରିଚାଳନା, ଶୈକ୍ଷିକ ମୂଲ୍ୟବୋଧ ଏବଂ ସର୍ବୋତମ ଅଭ୍ୟାସ ଭଳି ସାତଟି ମାନଦଣ୍ଡକୁ ନେଇ ମୂଲ୍ୟାଙ୍କନ କରାଯାଇଥିଲା । ଗତ ମେ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ନାକ୍‌ର ଏକ ୭ ଜଣିଆ ପିୟର୍ ଟିମ୍ ସଦସ୍ୟମାନେ ସୋଆର କ୍ୟାମ୍ପସ୍ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର ମୂଲ୍ୟାଙ୍କନ କରିଥିଲେ ।

୨୦୦୯ ଏବଂ ୨୦୧୫ ରେ ଲଗାତର ଦୁଇ ଥର ସୋଆ ନାକ୍‌ର ସର୍ବୋଚ୍ଚ ‘ଏ’ ଗ୍ରେଡ ହାସଲ କରିଥିଲା । ମାତ୍ର ମୂଲ୍ୟାଙ୍କନ ନିମନ୍ତେ ପରିବର୍ତିତ ମାନଦଣ୍ଡ ୨୦୧୭ ଏପ୍ରିଲ୍ ମାସରୁ ଲାଗୁ ହୋଇଥିଲା । ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ ର‌୍ୟାଙ୍କିଙ୍ଗ୍‌ରେ ସୋଆ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ୨୦ତମ ସ୍ଥାନ ହାସଲ କରିଥିଲା । ସେହିପରି ବିଶ୍ୱସ୍ତରରେ ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି-୨୦୨୩ ର‌୍ୟାଙ୍କିଙ୍ଗ୍ ଓ ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ) ୨୦୨୨ ର‌୍ୟାଙ୍କିଙ୍ଗ୍‌ରେ ମଧ୍ୟ ସୋଆ ସ୍ଥାନ ପାଇଛି ।

ବଢୁଛି ସଂକ୍ରମଣ…

() ରାଜ୍ୟରେ କୋଭିଡ଼ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଥିବା ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା।ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ଆରମ୍ଭ ହୋଇଛି । କୋଭିଡ ସଂକ୍ରମଣ ସହ ଟିଭି, ଫାଇଲେରିଆ,ମେଲେରିଆ, ଡ଼ାଇରିଆ ,ଡେଙ୍ଗୁ ଭଳି ରୋଗ ଚିହ୍ନଟ ପାଇଁ ଡୋର ଟୁ ଡୋର ସର୍ଭିଲାନ୍ସ କରାଯାଉଛି । ପୂର୍ବ 15 ଦିନ ରେ ରାଜ୍ୟରେ ସଂକ୍ରମଣ ସିଙ୍ଗଲ ଡିଜିଜ ରେ ରହୁଥିଲା ଏବେ ତାହା ବଢିବା ଆରମ୍ଭ କରିଛି । କିନ୍ତୁ ତାହା ଏତେ ଅଧିକ ନୁହେଁ । ହସ୍ପିଟାଲାଇଜେନ ବଢି ନାହିଁ । ତଥାପି ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ କରି କେଉଁଠି ଅଧିକ ସଂକ୍ରମଣ ବଢୁଛି ତାହାର ତଥ୍ୟକୁ ଅନୁଧ୍ୟାନ କରିବୁ । ଏହାବାଦ ଲୋକ ମାନଙ୍କୁ ଅପିଲ କରୁଛୁ ସମସ୍ତେ ଟୀକା ନିଅନ୍ତୁ । ବର୍ତ୍ତମାନ ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସବୁ ଓମିକ୍ରନ ଭ୍ୟାରିୟାଣ୍ଟର ।

ଦୁବାଇରୁ ଆସିବ ବଡ଼ ଧରଣର ପୁଞ୍ଜି…

() ଦୁବାଇରୁ ବଡ଼ ଧରଣର ପୁଞ୍ଜି ଓଡିଶାକୁ ଆସିବାର ଆଶା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦୁବାଇ ଗସ୍ତରେ ଯାଇଛନ୍ତି। ବଡ଼ ପୁଞ୍ଜିନିବେଶ ଆସିଲେ ଓଡ଼ିଆ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୃଷ୍ଟି ହେବ। ଜାଗା,ପାଣି ଓ ବିଦ୍ୟୁତ ଯୋଗାଇ ଦିଆଯାଉଛି। ଏହା ସହ ଅନ୍ୟ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଅନ୍ୟ ରାଜ୍ୟଗୁଡିକରେ ଶିଳ୍ପ Saturation point ରେ ପହଂଚିଲାଣି। ତେଣୁ ଆଗାମୀ 20 ବର୍ଷ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ଭଲ ସୁଯୋଗ ରହିଛି।

ପ୍ରତାପ ଦେବ,ଶିଳ୍ପ ମନ୍ତ୍ରୀ

ଦିଲ୍ଲୀ ଡାକରା ନେଇ ମତ ରଖିଲେ : ସୁର…

() ଦିଲ୍ଲୀ ଡାକରା ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ରଖିଲେ ମତ କହିଲେ କେନ୍ଦ୍ର ସରକାର ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି l ସେଥିପାଇଁ ଦିଲ୍ଲୀରେ ହେଉଥିବା ସତ୍ୟାଗ୍ରହ ଆନ୍ଦୋଳନରେ ସାମିଲ ହେବି l ଏହା ସହ ଦଳର ସଂଗଠନ ଉପରେ ହାଇକମାଣ୍ଡଙ୍କ ସହ ଆଲୋଚନା କରିବି l ପିସିସି ସଭାପତି ଙ୍କ ନୂଆ ଟିମ୍ର ରେ ଅଧିକ ଯୁବକ ସାମିଲ କରିବାକୁ ପ୍ରସ୍ତାବ ଦେବୀ l

ସୁରେଶ ରାଉତରାୟ କଂଗ୍ରେସ୍ ବିଧାୟକ

Follow us

20,832FansLike
0FollowersFollow
14,700SubscribersSubscribe

Latest news