ବଢିଛି ବିଜୁଳି ଚାହିଦା…

() ରାଜ୍ୟ ବିଜୁଳି ବଳକା। 2022ରେ 10 ରୁ 12 ଦିନ ସାମୟିକ ଭାବେ ଅଧ ଘଣ୍ଟାଏ ରୁ ଘଂଟାଏ ବିଜୁଳି କାଟ ହେଉଥିଲା ପିକ ସମୟରେ। ଅନ୍ୟ ରାଜ୍ୟ ତୁଳନାରେ କମ ବିଜୁଳି କାଟ ହେଉଥିଲା। ଏପ୍ରିଲ 25ରୁ ଆଉ ବିଜୁଳି କାଟ ହେଉନି। ଅତ୍ୟନ୍ତ ଜରୁରୀ ନଥିଲେ ମରାମତି କାମ ପାଇଁ ବିଜୁଳି ନ କାଟିବା ପାଇଁ ନିର୍ଦ୍ଦେଶ। ସାରା ଭାରତରେ ବିଜୁଳି ଯୋଗାଣ ଦର ଓଡ଼ିଶାରେ କମ ର ହିଛି। ରାଜ୍ୟରେ ଗ୍ରାହକଙ୍କ ସଂଖ୍ୟା 16 ପ୍ରତିଶତ ବୃଦ୍ଧି ପାଇ 96 ଲକ୍ଷ ହୋଇଛି। ଗତ ୩ମାସ ଏପ୍ରିଲ ରୁ ଜୁନ ଭିତରେ ବିଜୁଳି ଚାହିଦା 23 ପ୍ରତିଶତ ବଢିଛି। ଏସବୁ ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉତ୍ତମ ପରିଚାଳନା ଯୋଗୁଁ ନିରବଚ୍ଛିନ୍ନ ଭାବେ ବିଜୁଳି ଯୋଗାଇ ଦେଇ ଆସୁଛନ୍ତି। ମୁଲତବୀ ଆଲୋଚନା ବେଳେ ଏହା କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ।

ବିଧାନସଭାରେ ବିବୃତି ରଖିବେ ଗୃହ ରାଷ୍ଟ୍ର ମନ୍ତ୍ରୀ…

() ରାଗିଙ୍ଗ କାରଣରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ।ବିଜେପି ପରେ କଂଗ୍ରେସ ବି ସିବିଆଇ ତଦନ୍ତ ଦାବି । ଆଜିର ଗୃହକାର୍ଯ୍ୟ ଶେଷ ହେବା ପୂର୍ବରୁ ଗୃହରେ ଗୃହ ରାଷ୍ଟ୍ର ମନ୍ତ୍ରୀ ବିବୃତି ଦେବା ପାଇଁ ଲାଗି ବାଚସ୍ପତିଙ୍କ ନିର୍ଦେଶ ।

ସୁରେଶ କୁମାର ରାଉତରାୟ ଙ୍କ ବିବୃତି …

{} କଂଗ୍ରେସ ସୁରେଶ କୁମାର ରାଉତରାୟ ଙ୍କ ବିବୃତି,

() ବିଜେବି କଲେଜ ଦେଶରେ ନଂ 1 କଲେଜ । ମାତ୍ର ବର୍ତ୍ତମାନ ତାହା ବଦନାମ ହୋଇ ଗଲାଣି । ଏଭଳି ଏକ ସମ୍ବେଦନଶୀଳ ଘଟଣା ରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ । କଲେଜ ଓ ଅଭିଭାବକ ମାନଙ୍କୁ ଡକାଇ କମିଟି ବୈଠକ ଡକାଇ ଦାୟିତ୍ୱ ଦିଆଯାଉ । ଆଣ୍ଟି ରାଗିଙ୍ଗ କମିଟିର ବୈଠକ କେବେ ବି ବସୁ ନାହିଁ । ଜିଲ୍ଲାପାଳ ତାହାର ଚେୟାର ମ୍ୟାନ ଥିବାରୁ ବୈଠକ ଡାକି ଏଭଳି ଘଟଣା କୁ ବନ୍ଦ କରଯାଉ ।

ଆସନ୍ତା ୬ରେ ମ୍ୟାଟ୍ରିକ ଫଳ…

() ମ୍ୟାଟ୍ରିକ ଫଳାଫଳ ଆସନ୍ତା ୬ ତାରିଖରେ କଟକ ବୋର୍ଡ ଅଫିସରେ ଦିନ ଗୋଟାଏ ସମୟରେ ପ୍ରକାଶ ହେବ।

ସମୀର ରଞ୍ଜନ ଦାଶ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।

ଶୁନ୍ୟ କାଳରେ ପୁଣି ଥରେ ଉଠିଲା ରାଗିଂ…

() ଶୁନ୍ୟ କାଳରେ ପୁଣି ଥରେ ଉଠିଲା ରାଗିଙ୍ଗ କାରଣରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ ।ସିବିଆଇ ତଦନ୍ତ ଦାବି କଲା ବିଜେପି । ପ୍ରସଙ୍ଗରେ ଗୃହରେ ବିବୃତି ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବିବୃତି । ଏହା ଏକ ସ୍ପର୍ଶ କାତର ବିଷୟ । ସରକାରଙ୍କର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଉଚ୍ଚଶିକ୍ଷା ବିଭାଗର ଅନୁ ଶାସନ ଉପରେ ଅଙ୍ଗୁଳି ଉଠାଇଛି । ଏଥିରେ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଅପରାଗତା ସାମ୍ନାକୁ ଆସିଛି । ରାଜ୍ୟରେ ଶିକ୍ଷା ଅନୁଷ୍ଠାନ ମରଣ ଯନ୍ତା ପାଲଟିଛି । କେବଳ ବିଜେବି କଲେଜ ରାଜ୍ୟର ଅନେକ କଲେଜ ରେ ମଧ୍ୟ ରାଗିଙ୍ଗ ହେଉଛି । ସୁପରିଟେଣ୍ଡ ଝୁମୁକି ରଥ କେମିତି ଜାଣି ପାରିଲେ ନାହିଁ ଏହି ଘଟଣା । କେଉଁ ତିନି ଜଣ ସିନିୟର ଚାପ ପକାଉଥିଲେ ଶିକ୍ଷକଙ୍କ ପାଖରେ ଟିଉସନ ହେବାକୁ ତାଙ୍କ ଉପରେ ଆକ୍ସନ ନିଆଯାଉ । 2021-22 ଓଡିଶାରୁ 40 ଟି ମାମଲା ୟୁଜିସି ପାଖରେ ଦାଖଲ ହୋଇଛି । ସେ ରିପୋର୍ଟ ଆସିବା ପରେ ମଧ୍ୟ ସରକାର ଚୁପ ବସି ଯାଇଛନ୍ତି । ରାଗିଙ୍ଗ କୁ ରୋକିବା ପାଇଁ ସ୍ୱତନ୍ତ୍ର ନୂଆ କଡା ଆଇନ ଆଣିବେ କି ରାଜ୍ୟ ସରକାର । ରାଗିଙ୍ଗ ପାଇଁ ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଛି । 5 ବର୍ଷରେ 3 ହଜାର 100 ଛାତ୍ର ଓ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ,କିଏ କଣ କହିଲେ…?

() ବିଧାନସଭା ସଭାରେ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନାରାବାଜି କରିବା ନେଇ ବିଜେପିର ପତିକ୍ରିୟା

କଲେଜରେ ରାଗିଙ୍ଗ ଓ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସାରା ଦେଶରେ 3ନମ୍ବର. ଏହା ଅତି ସମ୍ବେଦନଶୀଳ ଘଟଣା ଏହା ଉପରେ ଆଲୋଚନା ଲାଗି ଆମେ ଆଗ ବାଚସ୍ପତିଙ୍କ ଠାରେ ଦାବି ରଖିଥିଲୁ. ହେଲେ ସେ ଶୁଣିଲେନି. ଯଦି ସରକାରଙ୍କ ଆଇନ ଶୃଙ୍ଖଳା ଠିକ ଅଛି ତାହେଲେ ଆଲୋଚନା କରନ୍ତୁ.

ମୁକେଶ ମହାଲିଙ୍ଗ, ବିଜେପି ବିଧାୟକ।

 

ରୁଚିକା ମହାନ୍ତି ଆତ୍ମହତ୍ୟା କେବଳ ବିଜେପି କଲେଜ ଘଟଣା ନୁହେଁ ସାରାରାଜ୍ୟରେ ଏମିତି ଘଟଣା ଘଟୁଛି. ଏହା ଅତି ସମ୍ବେଦନଶିଳ ଘଟଣା ହୋଇଥିବାରୁ ଆମେ ଦାବି କରିଥିଲୁ ପ୍ରଶ୍ନ କାଳ ବାତିଲ କରି ଏହା ଉପରେ ସ୍ୱତନ୍ତ୍ର ପ୍ରସ୍ତାବ ଆଣି ଆଲୋଚନା ଦାବି କରିଥିଲୁ. ହେଲେ ବାଚସ୍ପତି ନ ଶୁଣିବାରୁ ଆମେ ବାଧ୍ୟ୍ୟ ହୋଇ ନାରବାଜି କରିଥିଲୁ.

ଅଧୀରାଜ ପାଣିଗ୍ରାହୀ,କଂଗ୍ରେସ ବିଧାୟକ।

 

ସେପଟେ ବିଜେଡିର ମନ୍ତବ୍ୟ

ଗୃହରେ ଅନେକ ସମୟ ରହିଥିଲା । ବିରୋଧୀ ଶୁନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ପାରି ଥାନ୍ତେ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଥିଲା କିନ୍ତୁ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳ ଚଳେଇ ଦେଲେ ନାହିଁ । ମୁଖ୍ୟମନ୍ତ୍ରୀ କାହାକୁ କ୍ଷମା କରନ୍ତି ନାହିଁ । ଆଇନ ତା ବାଟରେ ଯାଏ । ଏଠି ମଧ୍ୟ ଆଇନ ତା ବାଟରେ ଯିବ ।

ଉମା ସାମନ୍ତରାୟ, ବିଜେଡି ବିଧାୟକ।

ବଜେଟ୍ ଅଧିବେଶନ ର ଦ୍ବିତୀୟ ଦିନ…

() ଆଜି ବଜେଟ୍ ଅଧିବେଶନ ର ଦ୍ବିତୀୟ ଦିନ।ଆଜି ସରଗରମ ରହିବ ବିଧାନସଭା। ଶୂନ୍ୟ କାଳରେ ବିଜେବି କଲେଜ ଛାତ୍ରୀ ନିବାସ ରେ ରାଗିଙ୍ଗ କାରଣରୁ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ ଉଠିପାରେ।ଗୃହରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ବିବୃତି ଦାବି କରିପାରନ୍ତି ବିରୋଧୀ। ବିପର୍ଯ୍ୟସ୍ତ ବିଜୁଳି ସେବାକୁ ନେଇ ବିଜେପି ପକ୍ଷରୁ ଆଗତ ମୂଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ପ୍ରଶ୍ନକାଳରେ ସ୍ଵରାଷ୍ଟ୍ର, ଅର୍ଥ, ନିର୍ମାଣ,ଖଣି ଇସ୍ପାତ, ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଉପରେ ଆଲୋଚନା ହେବ।

ଛାତ୍ରଛାତ୍ରୀ ମାନେ ଶିକ୍ଷିତ ଓ କର୍ମଯୋଗରେ ଦୀକ୍ଷିତ ହେଲେ ହିଁ ରାଷ୍ଟ୍ରର ବିକାଶ ହେବ : ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ…

() ସଭ୍ୟତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ଶିକ୍ଷିତ ହେବା ଆବଶ୍ୟକ । ବିନା ଶିକ୍ଷା ରେ ସଭ୍ୟତା ହାସଲ କରିହେବ ନାହିଁ ଏବଂ ବିନା ଶିକ୍ଷା ରେ ଜ୍ଞାନଯୋଗୀ , କର୍ମଯୋଗୀ ଓ ଅଷ୍ଟାଙ୍ଗଯୋଗୀ ହେବା ସମ୍ଭବ ନୁହେଁ ବୋଲି ମତ ବ୍ୟକ୍ତ କରିଛନ୍ତି ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିକ ବକ୍ତୃତାମାଳା ପ୍ରଦାନ ନିମନ୍ତେ ଆସିଥିବା ବିଶିଷ୍ଟ ଧର୍ମଗୁରୁ ଶିକ୍ଷାବିତ୍‌,କବି,ସାହିତ୍ୟିକ,ସଂଳାପ ଲେଖକ ଓ ଗାୟକ ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ନିଜର ଅଭିଭାଷଣ ଦେବା ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ଶିକ୍ଷା ଓ ଅନୁସନ୍ଧାନ ନାମ ର ମହତ୍ୱ ବୁଝାଇଥିଲେ । ଛାତ୍ରଛାତ୍ରୀମାନେ ଶିକ୍ଷିତ ଏବଂ କର୍ମଯୋଗ ରେ ଦୀକ୍ଷିତ ହେଲେ ହିଁ ବିଦ୍ୟା ର ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ଜଗଦ୍‌ଗୁରୁ କହିଥିଲେ । ତେବେ ଛାତ୍ରଛାତ୍ରୀମାନେ ନିଜ କର୍ମ କୁ ହିଁ ପୂଜା କରିବା ଉଚିତ୍ । ସେମାନେ ଏଭଳି କାମ କରିବା ଉଚିତ୍ ଯାହାଦ୍ୱାରା କି ଭଗବାନ ପ୍ରସନ୍ନ ହେବେ ଏବଂ ତୁମ କାର୍ଯ୍ୟ ର ସମ୍ମାନ କରିବେ । ଭଗବାନଙ୍କ ର ଅର୍ଚ୍ଚନା ନିଜର କର୍ମ ମାଧ୍ୟମରେ କର,ଏବଂ ନିଜ କର୍ମ ର ଫଳ ତାଙ୍କ ଉପରେ ଛାଡି ଦିଅ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ । ନିଷ୍ଠାର ସହ କାର୍ଯ୍ୟ କଲେ ହିଁ ସଫଳତା ମିଳିପାରିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାମୀଜୀ କହିଥିଲେ ।ଚିତ୍ରକୁଟ ରେ ଅବସ୍ଥାପିତ ଚାରିଜଣ ଜଗଦ୍‌ଗୁରୁ ଙ୍କ ମଧ୍ୟରୁ ଅନ୍ୟତମ ସ୍ୱାମୀ ରାମାନନ୍ଦାଚାର୍ଯ୍ୟ ଙ୍କୁ ୧୯୮୮ ମସିହାରେ ଏହି ପଦବୀରେ ଅଧିଷ୍ଠିତ କରାଯାଇଥିଲା ।

ଶିକ୍ଷା ସହ ଭାରତର ବହୁ ପୁରାତନ । ଜ୍ଞାନ ର ସନ୍ଧାନ ର ପ୍ରଚେଷ୍ଟା କରିବା ର ନାମ ହିଁ ଭାରତ ବୋଲି କହିବା ସହ ଭାରତ ର ସିଦ୍ଧାନ୍ତ ରାଷ୍ଟ୍ରବାଦୀ ନୁହେଁ ବିକାଶବାଦୀ ବୋଲି ସ୍ୱାମୀଜୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ମନ୍ତ୍ର ‘ ସବ୍‌କା ସାଥ, ସବ୍‌କା ବିଶ୍ୱାସ , ସବ୍‌କା ପ୍ରୟାସ ଏବଂ ସବ୍‌କା ବିକାଶ’ କୁ ପାଥେୟ କଲେ ହିଁ ଆମ ଦେଶ ଆଗକୁ ବଢିପାରିବ । ତେଣୁ ଆମ ଯୁବପିଢି ଏକଜୁଟ୍ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆଗେଇ ଚାଲନ୍ତୁ ବୋଲି ସେ କହିଥିଲେ । ତେବେ ଆତ୍ମନିର୍ଭର ଭାରତ ର ସ୍ୱପ୍ନକୁ ସାକାର କରିବାକୁ ଯୁବପିଢି ଙ୍କୁ ଶିକ୍ଷିତ ହେବା ଦିଗରେ ସ୍ୱାମୀଜୀ ପରାମର୍ଶ ଦେଇଥିଲେ ।

ଭାରତ ର ଦୁଇଟି ନାମ ଇଣ୍ଡିଆ ଓ ଭାରତ ବଦଳରେ କେବଳ ଭାରତ ନାମ ହିଁ ରଖାଯିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ । ବିଶ୍ୱ ର କୌଣସି ଦେଶର ଦୁଇଟି ନାମ ନାହିଁ । ତେଣୁ ସମ୍ବିଧାନ ରେ ଏହାର ସଂଶୋଧନ କରିବା ଦିଗରେ ପ୍ରଚେଷ୍ଟା କରାଯିବା ଉଚିତ୍ ବୋଲି ସ୍ୱାମୀଜୀ କହିଥିଲେ । ଏଥିସହିତ ସମସ୍ତ ଦେଶବାସୀ ନିଜର ମାତୃଭାଷା କିମ୍ବା ରାଷ୍ଟ୍ର ଭାଷା ହିନ୍ଦୀ ରେ କଥା ହୁଅନ୍ତୁ ବୋଲି ସ୍ୱାମୀଜୀ ଅନୁରୋଧ କରିଥିଲେ ।

ଜନ୍ମ ହେବାର ମାତ୍ରା ଦୁଇ ମାସ ପରେ ତାଙ୍କର ଆଖି ନଷ୍ଟ ହୋଇଯାଇଥିବା ବେଳେ ସ୍ୱାମୀଜୀ ପାଠପଢି ବିଶ୍ୱବିଦ୍ୟାଳୟରେ ଟପର୍ ହୋଇଥିଲେ, ୯ଟି ଗୋଲ୍ଟ ମେଡାଲ୍ ହାସଲ କରିଥିଲେ, ପିଏଚ୍‌ଡି ଏବଂ ଡିଲିଟ୍ ଡିଗ୍ରୀ ହାସଲ କରିଥିଲେ । ୨୨ଟି ଭାଷା ସେ କଥା କହିପାରନ୍ତି ଏବଂ ବିଶ୍ୱର ପ୍ରଥମ ଦିବ୍ୟାଙ୍ଗ ଙ୍କ ଲାଗି ବିଶ୍ୱବିଦ୍ୟାଳୟ ସେ ପ୍ରତିଷ୍ଠା କରିଛନ୍ତି । ଏସବୁ କେବଳ ନିଜର ଉଦ୍ୟମ ଯୋଗୁଁ ସମ୍ଭବ ବୋଲି ସେ କହିଥିଲେ । ସୋଆ ବିଶ୍ୱବିଦ୍ୟାଳୟ ର ଏବଂ ଏହାର ଛାତ୍ରଛାତ୍ରୀ ମାନଙ୍କୁ ତିନୋଟି ଉପଦେଶ ଦେଇ ସ୍ୱାମିଜୀ ସୋଆରେ ହିନ୍ଦୀ ଶିକ୍ଷାର ପ୍ରଚଳନ ହେଉ , ନିଷ୍ଠାର ସହ କାର୍ଯ୍ୟ ହେଉ ଏବଂ କାର୍ଯ୍ୟର ଆନନ୍ଦ ଭଗବାନ ରାମଙ୍କୁ ସମର୍ପିତ କରାଯାଉ ବୋଲି କହିଥିଲେ ।ଏପରି କଲେ ସୋଆ ଆର୍ନ୍ତଜାତିକ ସ୍ତରରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଲାଭ କରିପାରିବା ବୋଲି ସେ କହିଥିଲେ ।

ଓଡିଆ ରୁ ନିଜର ବକ୍ତବ୍ୟ ଆରମ୍ଭ କରିଥିବା ସ୍ୱାମିଜୀ ଜଗନ୍ନାଥଙ୍କ ଜଣାଣ ‘ଆହେ ନୀଳ ଶୈଳ’ ଗାନ କରି ବକ୍ତବ୍ୟ ଶେଷ କରିଥିଲେ ।ସୋଆ ର କ୍ୟାମ୍ପସ୍‌-୪ ପରିସରରେ ସେ ବୃକ୍ଷରୋପଣ ମଧ୍ୟ କରିଥିଲେ ।

ଆୟୋଜିତ ବକ୍ତୃତାମାଳାରେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ଉପସ୍ଥିତ ରହିଥିବାବେଳେ ସ୍ୱାମୀଜୀ ଙ୍କର ନିଷ୍ଠା ଓ ଆତ୍ମବିଶ୍ୱାସ ଏବଂ ଉପଲବ୍ଧି ବିଷୟରେ କହିଥିଲେ । ସ୍ୱାମୀଜୀ ଙ୍କର ନୀତି ଆଦର୍ଶ କୁ ଛାତ୍ରଛାତ୍ରୀ ମାନେ ଅନୁକରଣ କରନ୍ତୁ ବୋଲି ଶ୍ରୀମତି ଦାସ କହିଥିଲେ ।

କାର୍ଯ୍ୟକ୍ରମ ରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ପ୍ରଫେସର ବସନ୍ତ କୁମାର ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରସାହିତ୍ୟ ଏକାଡେମୀ ର ମୁଖ୍ୟ ସଚିବ ଡକ୍ଟର କେ. ଏସ୍ ରାଓ ବକ୍ତବ୍ୟ ଦେଇଥିଲେ । ସୋଆ ଆଇଏଏସ୍ ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୋଆ ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ନିଦ୍ଦେର୍ଶକ ଡକ୍ଟର ମହେନ୍ଦ୍ର ପ୍ରସାଦ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ,ପ୍ରାଚୀନ୍ ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଏବଂ ଏଚ୍‌ଆର୍ ଅଫିସର ଶ୍ରୀ ସିଧ୍ୟବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

କୋଭିଡ ସଂକ୍ରମଣ ବଢୁଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର…

() କୋଭିଡ ସଂକ୍ରମଣ ବଢୁଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ l ଜୁଲାଇ ମାସରେ ସଂକ୍ରମଣ ରୋକିବାକୁ ସତର୍କତା ଅବଲମ୍ବନ କରିବା ଜରୁରୀ l ବଢୁଥିବା ସଂକ୍ରମଣ ଆଉ ଦୁଇ ସପ୍ତାହ ପରେ ପିକ ଛୁଇଁବାର ସମ୍ଭାବନା l ଚଳିତ ମାସ ଶେଷ ଆଡକୁ ପୁଣି ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଇବା l ଅତି ବେଶୀରେ ସଂକ୍ରମିତ ସଂଖ୍ୟା ଏକ ହଜାର ରୁ ଟପିବ ନାହିଁ l ବ୍ୟାପକ ଟିକାକରଣ ଯୋଗୁଁ କୋଭିଡ ବିରୋଧରେ ଲଢ଼ିବା ପାଇଁ ଲୋକଙ୍କ ପାଖରେ ରୋଗପ୍ରତିରୋଧକ ଶକ୍ତି ବଢିଛି l ସଂକ୍ରମଣ ଅନ୍ୟ ରାଜ୍ୟରେ ଯେଉଁ ବଢିଥିଲା ତାହା ଏବେ କମିବା ଆରମ୍ଭ କରିଛି l ଇଣ୍ଡୋର ରେ ଅଧିକ ଲୋକଙ୍କ ସମାଗମ ହେଲେ ମାସ୍କ ପିନ୍ଧିବା ଜରୁରୀ l ଭୁବନେଶ୍ୱର ଓ କଟକରେ ମାସ୍କକୁ ବାଧ୍ୟ୍ୟତାମୂଳକ ସ୍ୱାଗତ ଯୋଗ୍ୟ l

ନିରଜ ମିଶ୍ର, ସ୍ୱାସ୍ଥ୍ୟ ବିଶେଷଜ୍ଞ

ସାରୋଳମହାଭାରଥର  ପାଠ ଆଧାରିତ ପ୍ରସ୍ତୁତି ଦଶଟି ପର୍ବ ସୋଆ ପକ୍ଷରୁ ପ୍ରକାଶିତ..

( ) ଆଦିକବି ସାରୋଳଦାସଙ୍କ ଭଳି ସନ୍ଥ କବିଙ୍କର କୃତି ଭାରତୀୟ ସାହିତ୍ୟ ଓ ସଂସ୍କୃତିକୁ ନୂତନ ଦିଗ ଦେଖାଇବା ସହ ଲୋକମାନଙ୍କୁ କାଳାତୀତ ଶାସ୍ତ୍ରକୁ ସକ୍ରିୟ ଏବଂ ସଶକ୍ତ କରାଇବାରେ ବାଟ କଢ଼ାଇଛି ।
ନୂତନ କଳ୍ପନା ଓ ରୂପାନ୍ତର ବିଭିନ୍ନ ଭାଷାର ସାହିତ୍ୟିକ ଏବଂ କବିମାନଙ୍କୁ ଚିରାଚରିତ ପୁରାତନ ପଥ ଠାରୁ ଅଲଗା କରି ନିଜର ଭାବନାକୁ ପରିପ୍ରକାଶ କରିବା ନେଇ ନୂତନ ଦିଗ ଦେଖାଇଥାଏ ବୋଲି ଶନିବାର ମତ ରଖିଛନ୍ତି କେନ୍ଦ୍ର ସାହିତ୍ୟ ଅକାଦମିର ସଭାପତି ଡକ୍ଟର ଚନ୍ଦ୍ର ଶେଖର କମ୍ବର ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରକାଶିତ ଆଦିକବି ସାରୋଳଦାସଙ୍କ ପୁସ୍ତକ ‘ସାରୋଳଦାସ ମହାଭାରଥ’ ର ପାଠ ଆଧାରିତ ପ୍ରସ୍ତୁତି ଦଶଟି ପର୍ବ ସମ୍ବଳିତ ପୁସ୍ତକର ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି ଡକ୍ଟର କମ୍ବର ।
ପ୍ରତ୍ୟେକ ଧର୍ମ, ଭାଷା ଓ ସମାଜ ଅନ୍ୟ ଦେଶର ସଂସ୍କୃତି ଓ ଭାଷାକୁ ଭଲ ଭାବରେ ବୁଝିଥାଏ । ତେଣୁ ଲୋକମାନଙ୍କ ମଧ୍ୟରେ ଭିନ୍ନତା ଦୂର ଏବଂ ଦାର୍ଶନିକ ସତ୍ୟତାକୁ ସରଳୀକରଣ କରିବା କ୍ଷେତ୍ରରେ ଶିକ୍ଷାବିତ୍ ଏବଂ ପଣ୍ଡିତମାନେ ପୂର୍ବକାଳରେ ଅନେକ ପଦ୍ଧତି ବେଶ ବୁଦ୍ଧିମତାର ସହ ଆପଣାଇଥିଲେ ବୋଲି ସେ କହିଛନ୍ତି ।

ଏହି ପୁସ୍ତକଟିକୁ ଏହାର ସମ୍ପାଦକ ମଣ୍ଡଳୀ ଅନେକ ଶ୍ରମପୂର୍ବକ କାର୍ଯ୍ୟ କରି ସାରୋଳଦାସଙ୍କ ମହାଭାରଥର ପ୍ରସ୍ତୁତି ଓ ଗଦ୍ୟ ରୂପାନ୍ତରଣ ଲୋକଲୋଚନକୁ ଆଣିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସାହିତ୍ୟ ଏବଂ ସଂସ୍କୃତି ଶାଖା ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ପ୍ରକାଶିତ ହୋଇଛି ।
“ସାରୋଳଦାସ ମହାଭାରଥ” ଗ୍ରନ୍ଥର ଦୁଇଟି ପର୍ବ ‘ମୁସଳି’ ଏବଂ ‘ସ୍ୱର୍ଗାରୋହଣ’ ର ପାଠ-ଆଧାରିତ ସଂକଳନ ସୋଆ ପକ୍ଷରୁ ଗତ ବର୍ଷ ଏପ୍ରିଲ ମାସରେ ପ୍ରକାଶିତ ହୋଇଥିଲା ।
ପୁସ୍ତକ ପ୍ରକାଶନ ନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାଚୀନ୍‌ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରକାଶିତ ପୁସ୍ତକ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କେନ୍ଦ୍ର ସାହିତ୍ୟ ଅକାଦମିର ସଚିବ ଡକ୍ଟର କେ.ଏସ୍‌. ରାଓ, ପ୍ରଫେସର ଦାସରଥି ଦାସ, ପୁସ୍ତକ ସଂଳକନର ସଦସ୍ୟ ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା ବକ୍ତବ୍ୟ ରଖିଥିଲେ । ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ବିିଶିଷ୍ଟ କବି ଶ୍ରୀ ରମାକାନ୍ତ ରଥ ପୁସ୍ତକର ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅନିର୍ବାଯ୍ୟ କାରଣ ବଶତଃ ସେ ଉପସ୍ଥିତ ରହିପାରି ନଥିଲେ । ତେଣୁ ତାଙ୍କର ଭିଡିଓ ବାର୍ତା କାର୍ଯ୍ୟକ୍ରମ ଆରମ୍ଭରୁ ପରିବେଷଣ କରାଯାଇଥିଲା । ଏହି ବାର୍ତାରେ ଶ୍ରୀ ରଥ କହିଥିଲେ ଯେ ସାରୋଳଦାସଙ୍କ ରଚିତ ମହାଭାରଥ ପରେ ଓଡ଼ିଆ ମୌଖିକ ଭାଷା ଲିଖିତ ଭାଷାରେ ପରିଣତ ହୋଇଥିଲା ।
ସାରୋଳଦାସ ଏବଂ କର୍ଣ୍ଣାଟକର କୁମାର ବ୍ୟାସ ଉଭୟ ସାମସମୟିକ କବି ହୋଇଥିବା ବେଳେ ଭାରତୀୟ କାବ୍ୟକୁ ସ୍ଥାନୀୟ ସଂସ୍କୃତି ସହିତ ଖାପ ଖୁଆଇବା କ୍ଷେତ୍ରରେ ନିଜ ଲେଖନୀ ମାଧ୍ୟମରେ ଚେଷ୍ଟା କରିଥିଲେ ବୋଲି କହିବା ସହ ଡକ୍ଟର କମ୍ବର ଓଡ଼ିଶାର ସନ୍ଥକବି ମାନଙ୍କର କାର୍ଯ୍ୟ ସାହିତ୍ୟ, ଧାର୍ମିକ କିମ୍ବା ଆଧ୍ୟାତ୍ମିକ କ୍ଷେତ୍ରରେ ସିମୀତ ନଥିଲା ବରଂ ସେମାନେ ଲୋକଙ୍କୁ ଶିକ୍ଷିତ କରାଇବା ସହ ସଚେତନ କରାଇବା କ୍ଷେତ୍ରରେ ନିଜ ଲେଖନୀ ଚଳାଉଥିଲେ । ସେମାନେ ନିଜ ସ୍ଥାନୀୟ ସଂସ୍କୃତି ସହ ଅନ୍ୟ ସଂସ୍କୃତିକୁ ଏକତ୍ରିତ କରିବା ଦିଗରେ ବେଶ କାର୍ଯ୍ୟ କରିଥିଲେ ।
ସେ ପୁଣି କହିଥିଲେ ଯେ ଅନୁବାଦ ଏବଂ ଅନୁକରଣ  କ୍ଷେତ୍ରରେ ଭାରତୀୟ ସାହିତ୍ୟ ଅନ୍ୟମାନଙ୍କ ଠାରୁ ବେଶ ଆଗରେ । ଗତ ଦୁଇ ହଜାର ବର୍ଷ ପୂର୍ବରୁ ହିଁ ଭାରତୀୟମାନେ କେବଳ ଅନ୍ୟ ଭାଷା ଏବଂ ଶାସ୍ତ୍ରକୁ ଅନୁବାଦ କରି ନାହାନ୍ତି ବରଂ ଅନ୍ୟ ସ୍ଥାନୀୟ ସଂସ୍କୃତିକୁ ଆପଣାଇଛନ୍ତ । ଉଦାହରଣ ଛଳରେ କୁମର ବ୍ୟାସଙ୍କର ରଚିତ ଗୁଡୁଗିନା ଭାରତ କେବଳ କନ୍ନଡ ସାହିତ୍ୟକୁ ସମୃଦ୍ଧ କରିନାହିଁ ବରଂ ମହାଭାରତର ତତ୍ୱକୁ ଲୋକମାନଙ୍କ ମନରେ ପ୍ରସାର କରିପାରିଛି ବୋଲି ସେ କହିଥିଲେ । ସାରୋଳଦାସ ଏବଂ ଅନ୍ୟାନ୍ୟ ସନ୍ଥକବିମାନଙ୍କ କାର୍ଯ୍ୟଧାରା ସମାଜକୁ ସାଂସ୍କୃତିକ ବାର୍ତା ମଧ୍ୟ ପହଂଚାଉଥିଲା । ସେମାନେ ଅତୀତର ତଥ୍ୟକୁ ଏକାଠି କରି ସମାଜର ଉନ୍ନତି ଦିଗରେ ନୂତନ ଦିଗ ଦେଖାଉଥିଲେ ।

ଡକ୍ଟର ରାଓ କହିଛନ୍ତି ଯେ, ଅତୀତରେ ସାରୋଳଦାସ ଏବଂ କାଳିଦାସଙ୍କ ମଧ୍ୟରେ ଏକ ସମାନ୍ତରଳ ଧାରା ସୃଷ୍ଟି ହୋଇଥିଲା । ଏହି ଦୁଇ କବିଙ୍କର ମହାନକାର୍ଯ୍ୟ ସାରୋଳମହାଭାରଥ ଏବଂ ରଘୁବଂଶ ମଧ୍ୟରେ ଅନେକ ସାମଞ୍ଜସ୍ୟ ଥିଲା ।ଉଭୟ ଡକ୍ଟର କମ୍ବର ଏବଂ ଡକ୍ଟର ରାଓ, ସାହିତ୍ୟର ପ୍ରସାର କ୍ଷେତ୍ରରେ ସୋଆ ଏବଂ ପ୍ରାଚୀନ୍‌ର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଏହି ଉଦ୍ୟମ ସମଗ୍ର ବିଶ୍ୱରେ ଓଡ଼ିଶାର ପରିଚୟ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ବର୍ତମାନର ଯୁବପିଢ଼ି ଓଡ଼ିଆ ଭାଷା ଓ ସାହିତ୍ୟର ଜ୍ଞାନ ଆହରଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।  ଡକ୍ଟର ଗୌରାଙ୍ଗ ଚରଣ ଦାସ, ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା, ଡକ୍ଟର ଭାଗ୍ୟଲକ୍ଷ୍ମୀ ମଲ୍ଲ ଏବଂ ଡକ୍ଟର ଫଣିନ୍ଦ୍ର ଭୂଷଣ ନନ୍ଦଙ୍କୁ ନେଇ ଗଠିତ ଟିମ୍ ଏହି ପ୍ରସ୍ତୁତି କାର୍ଯ୍ୟର ସଂକଳନ କରିଛନ୍ତି । ଦ୍ୱିତୀୟ ଅଧିବେଶନରେ ଗ୍ରନ୍ଥ ସଂପର୍କରେ ଏକ ବିଶେଷ ଚର୍ଚ୍ଚାଆୟୋଜନ କରାଯାଇଥିଲା । ଏଥିରେ  ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ଶ୍ରୀ ଅସିତ ମହାନ୍ତି, ଶ୍ରୀ କୈଳାସ ଚନ୍ଦ୍ର ଦାସ, ଶ୍ରୀ ବୈଷ୍ଣବ ଚରଣ ମହାନ୍ତି, ଶ୍ରୀ ଦିପ୍ତୀରଞ୍ଜନ ପଟ୍ଟନାୟକ, ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ, ଡକ୍ଟର ହୃଷୀକେଶ ମଲ୍ଲିକ, ଡକ୍ଟର ସନ୍ତୋଷ କୁମାର ରଥ ନିଜ ନିଜର ବିଚାର ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଡକ୍ଟର ନଚିକେତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news