ମୌସୁମୀ ଅଧିବେଶନର ଚତୁର୍ଥ ଦିନ: ସରଗରମ ରହିପାରେ ଗୃହ…

() ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ଆଜି ବି ବେସ ସରଗରମ ରହିପାରେ ଗୃହ । ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଦ୍ୟାଳୟ ଓ ଗଣଶିକ୍ଷା,ଉଚ୍ଚ ଶିକ୍ଷା,ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା,ସମବାୟ,ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଶୁନ୍ୟ କାଳରେ ହାତୀ ମୃତ୍ୟୁ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି,ଚାଷୀ ସମସ୍ୟା, ସୀମା ବିବାଦ ଓ ଜଳ ବିବାଦ ଭଳି ପ୍ରସଙ୍ଗ ଉଠିପାରେ । ଏହା ପରେ ବିଜେପି ପକ୍ଷରୁ ଦିଆଯାଇ ଥିବା ମୁଲତବୀ ପ୍ରସ୍ତାଵ ମଦ ମୟ ଓଡିଶା-ମା ଡାକୁଛି ତ୍ରାହି ତ୍ରାହି ପ୍ରସଙ୍ଗରେ ଆଲୋଚନା ହେବ । ଅପରାହ୍ନ ଅଧିବେଶନରେ ବଜେଟ ଆଲୋଚନାର ଦ୍ୱିତୀୟ ଦିନରେ 2022-23 ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଆଗତ ହୋଇଥିବା ବଜେଟ ଉପରେ ଆଲୋଚନା ହେବ ।

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ସମର୍ଥନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ..

() ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି।

ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ସମର୍ଥନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ।

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବରେ ମକରନ୍ଦଙ୍କ ସମ୍ମତି।

 

{} ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ। ଓଡ଼ିଶାର ସ୍ୱାଭିମାନ।

ତାଙ୍କ ପାଇଁ ପ୍ରତ୍ୟେକ ଓଡିଆ ଗର୍ବିତ। ଓଡିଶାର ସବୁ ଭୋଟ ତାଙ୍କ ପାଖକୁ ଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଓ ତାଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କୁ ସମ୍ମାନ ଜଣାଇ ଶ୍ରୀ ମୁଦୁଲି କହିଲେ ଯେ ଶ୍ରୀମତୀ ମୁର୍ମୁ। ଆମ ଆଦିବାସୀ ସମାଜର ଗର୍ବ ଓ ଗୌରବ। ତାଙ୍କୁ ସମର୍ଥନ ଦେଇ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି ବୋଲି ସେ କହିଥିଲେ ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀତାରେ ଓଡିଶା ଏକ ନମ୍ବର…

()  ସମଗ୍ର ଦେଶରେ ଆଜି ଓଡିଶା  ଏକ ସଶକ୍ତ ଖାଦ୍ୟ ସୁରକ୍ଷା ପ୍ରଣାଳୀ ସୃଷ୍ଟି କରିବା ତଥା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ ଏବଂ ଲୋକାଭିମୁଖୀ କରିବା\’ କ୍ଷେତ୍ରରେ କେନ୍ଦ୍ରସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରେଙ୍କିଙ୍ଗ୍ ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଛି ଓ ଆଜି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଖାଦ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି ଓ ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ, ଅତନୁ ସବ୍ୟସାଚୀ ନାୟକ ଖୁସି ପ୍ରକାଶ କରି କହିଛନ୍ତି ଯେ, ଓଡ଼ିଶାର ଏହି ସଫଳତା ପଛରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ରହିଛି ଓ ଏଥିସହିତ ସେ ବିଭାଗୀୟ କର୍ମଚାରୀଙ୍କ ଅଦମ୍ୟ ପରିଶ୍ରମ ଏବଂ ନିରନ୍ତର ପ୍ରଚେଷ୍ଟାକୁ ମଧ୍ୟ ପ୍ରଶଂସା କରିଛନ୍ତି ଓ

ମୂଲ୍ୟାଙ୍କନ ଢାଞ୍ଚା ପାଇଁ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର‌୍ୟ୍ୟକାରୀ କରିବା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମ୍ପୂର୍ଣ୍ଣ କମ୍ପ୍ୟୁଟିକରଣକୁ ଭିତ୍ତିଭୂମି କରି, ରେଙ୍କିଙ୍ଗ୍ ପ୍ରଦାନ କରାଯାଇଥିଲା ଓ ରାଜ୍ୟରେ, ଡିସେମ୍ବର ୨୦୧୫ ଠାରୁ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର‌୍ୟ୍ୟକାରୀ ହେବା ପରେ, ରାଜ୍ୟରେ ଖାଦ୍ୟ ସୁରକ୍ଷା ଏବଂ ବଣ୍ଟନ ପ୍ରଣାଳୀରେ, ଏକ ଆମୁଳଚୁଳ ରୂପାନ୍ତରଣ କରାଯାଇଥିଲା ଓ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କ ତଥ୍ୟଗୁଡିକୁ ଡିଜିଟାଇଜ କରି, ୩.୨୫ କୋଟି ର ଏକ ବିଶାଳ ଡାଟାବେସ ତିଆରି କରାଯାଇଛି ଯାହା ଜନସାଧାରଣଙ୍କ ଅବଗତି ନିମନ୍ତେ ୱେବପୋର୍ଟାଲରେ ଉପଲବ୍ଧ କରାଯାଇଛି ଓ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ତଥା ତଥ୍ୟ ଗୁଡିକୁ ସଂଶୋଧନ କରିବା ନିମନ୍ତେ, ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌର କାର‌୍ୟ୍ୟାଳୟ ଗୁଡିକରେ, ସମୁଦାୟ ୩୭୮ ଗୋଟି ରାସନ କାର୍ଡ ପରିଚାଳନା କେନ୍ଦ୍ର ଗୁଡିକ ଖୋଲାଯାଇଛି ଓ ରାଜ୍ୟର ସମସ୍ତ ୧୫୨ ଗୋଟି ଖାଦ୍ୟଶସ୍ୟ ଗୋଦାମ ଗୃହ ଗୁଡିକର କମ୍ପ୍ୟୁଟିକରଣ କରାଯାଇଛି ଓ ଏହି ୧୫୨ ଗୋଟି ଖାଦ୍ୟଶସ୍ୟ ଗୋଦାମ ଗୃହ ଗୁଡିକରୁ. ୧୨୧୩୩ ଗୋଟି ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକୁ ସିଧାସଳଖ ମାସିକ ୧.୮୭ ଲକ୍ଷ ମେଟ୍ରିକଟନ ଖାଦ୍ୟସାମଗ୍ରୀ, ସରକାରୀ ଖର୍ଚ୍ଚରେ ପରିବହନ କରି ପହଞ୍ଚାଇଦିଆଯାଉଛି ଓ ସମସ୍ତ ୧୨୧୩୩ ଗୋଟି ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକୁରେ, ସ୍ୱୟଂଚାଳିତ ଇ-ପସ ମେସିନ ଜରିଆରେ, ହିତାଧିକାରୀଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଉଛି ଓ

ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ (ଙଦ୍ଭର ଘବଗ୍ଧସକ୍ଟଦ୍ଭ ଙଦ୍ଭର ଜବଗ୍ଧସକ୍ଟଦ୍ଭ ଉବକ୍ସୟ) ଯୋଜନା ରାଜ୍ୟରେ ୨୦୨୧ ମସିହା ଜୁଲାଇ ମାସଠାରୁ ଲାଗୁ ହୋଇଛି। ଏହି ଯୋଜନା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଜଣେ ହିତାଧିକାରୀ ଦେଶର ଯେକୌଣସି ସୁଲଭମୂଲ୍ୟ ଦୋକାନରୁ ନିଜ ରାସନ ସାମଗ୍ରୀ ଉଠାଣ କରିପାରିବ। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୧୦,୫୭୮ ଗୋଟି ସୁଲଭ ମୂଲ୍ୟ ଦୋକାନ ଜରିଆରେ ୧,୧୦,୦୦୦ ପରିବାର ଉପକୃତ ହେଉଛନ୍ତି। ସେହିପରି, ୫୩୩ ଆନ୍ତଃରାଜ୍ୟ ହିତାଧିକାରୀମାନେ ଏହି ଯୋଜନାରେ ଉପକୃତ ହେଉଛନ୍ତି।

ଓଡିଶାର ମାଲକାନଗିରି ଜିଲ୍ଲାରେ ୨୦୨୧ ମସିହା ଜୁଲାଇ ମାସ ଠାରୁ ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନଯୁକ୍ତ ଚାଉଳ ଯୋଗାଣ ଯୋଜନା ଲାଗୁକରାଯାଇଛି। ଏହି କ୍ରମରେ ୧.୨୯ ଲକ୍ଷ ପରିବାରର ୪.୬୬ ଲକ୍ଷ ହିତାଧିକାରୀଙ୍କୁ ୩,୧୩୮ ମେଟ୍ରିକ ଟନ ପୃଷ୍ଟିକର ଚାଉଳ ପ୍ରତିମାସ ଯୋଗାଇ ଦିଆଯାଉଛି। ଏହାଛଡା, ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ, ସ୍କୁଲ ଯାଉଥିବା ପିଲାମାନଙ୍କ ମଧ୍ୟାହ୍ନ ଭୋଜନ (PM-POSHAN) ନିମନ୍ତେ ଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନରେ, ଅତିରିକ୍ତ ପୃଷ୍ଟି ଯୋଜନା (Supplementary Nutrition Programme)) ନିମନ୍ତେ ମଧ୍ୟ ଭିଟାମିନଯୁକ୍ତ ଚାଉଳ ଯୋଗାଇଦିଆଯାଉଛି ।

 

ଓଡିଶା ନମ୍ବର 1….

() ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡିଶା ନମ୍ବର 1 ହେବା ଏହା ନିଶ୍ଚିତ ଭବେରେ ଖୁସିର କଥା। ମୁଖ୍ୟମନ୍ତ୍ରୀ ସବୁଠୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏ ନେଇ ଗୋଟିଏ ସ୍ଲୋଗାନ ରହିଥିଲା ଗୋଟିଏ ଲୋକବି ଭୋକିଲା ରଖୁବାକୁ ଦେବୁ ନାହିଁ। ସେଥିପାଇଁ ଓଡିଶା ଏକ ନମ୍ବର ରହିଛି। ମୁଖ୍ୟମନ୍ତ୍ରୀ ଏହି ନିର୍ଦେଶକୁ ବିଭାଗ କାର୍ଯ୍ୟକାରୀ କରୁଛି । ଆଉ କରିବ। ସ୍ୱଚ୍ଛତା, ଗୁଣବତ୍ତା କୁ ଆଧାର ଭାବେ ନିଆଯାଇଛି। ବୋଲି କହିଛନ୍ତି ଅତନୁ ସବ୍ୟସାଚୀ ନାୟକ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ।

୨୫ ବର୍ଷ ପାଦ ଦେବାକୁ ଯାଉଛି ବିଜୁ ଜନତା ଦଳ…

()  ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତି ପଞ୍ଚାୟତ ଓ ୱାର୍ଡ ସ୍ତରରେ ୨୫ ଟି ବୃକ୍ଷରୋପଣ କରିବା ସହିତ ସମଗ୍ର ଓଡ଼ିଶାରେ ୨୫୦୦୦ ୟୁନିଟ ରକ୍ତ ସଂଗ୍ରହ କରାଯିବାର ବିଶାଳ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ମାନ୍ୟବର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେଡି ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ଶ୍ରୀ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ପରିଚାଳନା କରିଥିଲେ।

ଏହି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସମସ୍ତ ରାଜ୍ଯ କର୍ମକର୍ତ୍ତାଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି, ଜୋନ୍ ସଭାପତି ଓ ସମସ୍ତ ପ୍ରମୁଖ କର୍ମକର୍ତ୍ତା ଯୋଗଦାନ କରିଥିଲେ।

ସ୍ଵାଭାବିକ ଭାବେ ଚାଲିଛି ବିଧାନସଭା…

() ସ୍ଵାଭାବିକ ଚାଲିଛି ଗୃହକାର୍ଯ୍ୟ କାର୍ଯ୍ୟ।ରାଜ୍ୟରେ 1 ଲକ୍ଷ୍ୟ 3ହଜାର 731 କିଲୋମିଟର ଆରଡ଼ି ରୋଡ ରହିଛି।2021-22 ଆର୍ଥିକ ବର୍ଷରେ ମେଣ୍ଟ ନାନ୍ସ ପାଇଁ 1257.17ଲଖ ଟଙ୍କା ଖର୍ଚ୍ଚ ହୋଇଛି।ପ୍ରତି କିଲୋମିଟର ପିଛା 11.62 ଲକ୍ଷ୍ୟ ଖର୍ଚ୍ଚ ହୋଇଛି।। ଭୁପିନ୍ଦର ସିଂ ଙ୍କ ପ୍ରଶ୍ନ ରେ ଗ୍ରାମ ଉନ୍ନୟନ ମନ୍ତ୍ରୀ ପ୍ରିତିରଞ୍ଜନ ଘୋଡେ଼ଇ ଏହି ଉତ୍ତର ରଖିଛନ୍ତି। ଆର .ଡି ରୁ ପି .ଡବ୍ଲୁଡି କୁ ରାସ୍ତା ଟ୍ରାନ୍ହଫର ହେଉନଥିବାରୁ ଗୃହ ରେ ଉଦବେଗ ପ୍ରକାଶ କରିଥିଲେ ବିଧାୟକ ତାରା ବାହିନୀପତି ଉଦବେଗ ପ୍ରକାଶ କରିଥିଲେ। ବିଭିନ୍ନ ସ୍ଥାନରେ ଆର.ଡି କାମକୁ ନେଇ ବିଧାନସଭା ରେ ବିଧାୟକ ଉଦବେଗ ପ୍ରକାଶ କରିଥିଲେ।

ଗ୍ରାମ୍ୟ ଉନ୍ନୟନ ବିଭାଗର କାମକୁ ନେଇ ବିଧାନସଭାରେ ଘମାଘୋଟ ଆଲୋଚନା ହୋଇଛି l ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ପୂର୍ତ୍ତ ବିଭାଗ କୁ ସ୍ଥାନାନ୍ତର ରେ ସମସ୍ୟା ଏବଂ ଗାଁ ରାସ୍ତା ଗୁଡିକ ଦୀର୍ଘ ଦିନ ଧରି ମରାମତି ହେଉନଥିବାରୁ ଅନେକ ବିଧାୟକମାନେ ଗୃହରେ ଏ ପ୍ରଶ୍ନ ଉଠାଇଥିଲେ l

ସେପଟେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତିରଞ୍ଜନ ଘୋଡେ଼ଇ ଉତ୍ତର ରଖି କହିଛନ୍ତି ଯେ ରାଜ୍ୟରେ 1 ଲକ୍ଷ 3 ହଜାର 731 କିଲୋମିଟର ଆରଡ଼ି ରୋଡ ରହିଛି । 2021-22 ଆର୍ଥିକ ବର୍ଷରେ ଏହାର ମରାମତି ପାଇଁ 1257 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରତି କିଲୋମିଟର ପିଛା 11 ଲକ୍ଷ 62 ହଜାର ଖର୍ଚ୍ଚ ହୋଇଛି । ଅନ୍ୟପଟେ ପଞ୍ଚାୟତିରାଜ ବିଭାଗ ଅଧୀନରେ ଚାଲୁଥିବା ଜଳ ଜୀବନ ମିଶନ ନେଇ ମଧ୍ୟ ଆଲୋଚନା ହୋଇଛି l

ଓଡିଶା ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ…

() ଆସନ୍ତା ଆଠ ତାରିଖରେ ଓଡିଶା ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ | ଓଡିଶା ଆସି ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଉଥିବା ବିଧାୟକ ଓ ସାଂସଦଙ୍କୁ ଭେଟି ଭୋଟ ଭିକ୍ଷା କରିବେ | ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ଏବଂ ନାମାଙ୍କନ ପତ୍ର ଦାଖଲ କରିବା ପରେ ସବୁ ରାଜ୍ୟ ଯାଇ ଭୋଟ ଭିକ୍ଷା କରୁଛନ୍ତି ଦ୍ରୌପଦୀ ମୁର୍ମୁ | ଏହି କ୍ରମରେ ବିହାର, ଝାରଖଣ୍ଡ, ତାମିଲନାଡୁ, ତେଲେଙ୍ଗାନା ରାଜ୍ୟ ଭୋଟ ଭିକ୍ଷା କରିବା ପରେ ଓଡିଶା ଆସିବେ ଦ୍ରୌପଦୀ, ଏହା ପରେ ଆନ୍ଧ୍ର ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି…

ସମୀର ମହାନ୍ତି, ରାଜ୍ୟ ସଭାପତି, ବିଜେପି

ରୋମରେ ଚମକିଲେ ନବୀନ……

() କେବଳ ସୁଶାସନ ନୁହେଁ, ବିଶ୍ବ ଇତିହାସ ଜଗତରେ ଝଲସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁଚର୍ଚ୍ଚିତ ରୋମ ଗସ୍ତରେ ଯାଇ ଫେରିଥିବା ମୁଖ୍ୟମନ୍ତ୍ରୀଙ୍କ ପାଣ୍ଡିତ୍ୟ ଓ ଇତିହାସ ସମ୍ପର୍କରେ ପ୍ରଭୁତ ଜ୍ଞାନକୁ ନେଇ ଶତମୁଖ ହୋଇଛନ୍ତି କଳା ଐତିହାସିକ । ବିଶ୍ବର ଅନ୍ୟତମ ଘଟଣାବହୁଳପୂର୍ଣ୍ଣ ରୋମର ସୁବିସ୍ତୃତ ଐତିହ୍ୟ ସମ୍ପର୍କରେ ନବୀନଙ୍କ ଜ୍ଞାନର ଗରିମା ନେଇ ଅଭିଭୁତ ହୋଇଥିଲେ ଐତିହାସିକ । ମୁଖ୍ୟମନ୍ତ୍ରୀଙ୍କ ରୋମ ଗସ୍ତର ଏକ ଭିଡିଓ ଏବେ ବେଶ୍ ଚର୍ଚ୍ଚିତ ହୋଇଛି । ଏହି ଭିଡିଓରେ ରୋମର ପ୍ରସିଦ୍ଧ କଳା-ଐତିହାସିକ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ପ୍ରଶଂସା କରିଛନ୍ତି, ତାହାକୁ 5T ସଚିବ ଭି.କେ ପାଣ୍ଡିଆନ୍ ତାଙ୍କ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ରୋମଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ବହୁ ଐତିହାସିକ ସ୍ଥଳ ପରିଦର୍ଶନ କରିଥିଲେ । ତେବେ ତାଙ୍କ ସହ ସାଥୀରେ ଥିବା ପ୍ରଖ୍ୟାତ କଳା-ଐତିହାସିକ ରୋମ ସମ୍ପର୍କରେ ନବୀନଙ୍କ ଜ୍ଞାନ ଦେଖି ତାଜୁବ ହୋଇଯାଇଥିଲେ । ଭିଡିଓରେ ଐତିହାସିକ ଜଣକ କହିଛନ୍ତି- ସେ ଜଣେ କଳା-ଐତିହାସିକ ଓ ରୋମରେ ଗାଇଡ ଭାବେ କାର୍ଯ୍ୟ କରନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ବିଭିନ୍ନ ଐତିହାସିକ ସ୍ଥଳକୁ ଯିବାର ସୁଯୋଗ ଲାଭ କରିଥିଲେ । ତେବେ ବିଭିନ୍ନ ସ୍ମାରକୀ ପରିଦର୍ଶନ କରିବା ସମୟରେ ସେ ନବୀନଙ୍କ ରୋମ ସମ୍ପର୍କରେ ଜ୍ଞାନର ସନ୍ଧାନ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ କହିଛନ୍ତି- ନବୀନ ବାସ୍ତବରେ ଜଣେ ମହଜ୍ଞାନୀ । ରୋମର ପ୍ରାଚୀନ କୀର୍ତ୍ତି, ଐତିହ୍ୟ, ନବଜାଗରଣ, ସଂସ୍କୃତି ସମ୍ପର୍କରେ ନବୀନଙ୍କ ଜ୍ଞାନର ତୁଳନା ନାହିଁ ।

ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ୨୯.୩୬ କୋଟି ଟଙ୍କା ମଞ୍ଜୁର…

() ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ,98 କୋଟି ଟଙ୍କା ବ୍ୟୟରେ ଅଧିକ ୫୫ ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଉଛି । ତଦନୁଯାୟୀ ଚଳିତ ଏପ୍ରିଲ ମାସରେ ପ୍ରଥମ ପର୍ଯ୍ୟୟରେ ୨୯.୩୬ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ। ବାତ୍ୟା ଓ ବନ୍ୟା ଆଦି ପ୍ରାକୃତିକ ବିପର୍ଯୟ ସମୟରେ ଏହି ଆଶ୍ରୟ ସ୍ଥଳୀ ଗୁଡିକ ଲୋକଙ୍କୁ ସୁରକ୍ଷା ଦେବାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି।

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଜରିଆରେ ଏହା ନିର୍ମାଣ କରାଯାଉଛି। ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାମରେ ଯଥେଷ୍ଟ ଅଗ୍ରଗତି ହୋଇଛି।ତେଣୁ ବର୍ତ୍ତମାନ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଉ ୨୯.୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି. ଏହା ସହିତ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି.

ମୌସୁମୀ ଅଧିବେଶନର ତୃତୀୟ ଦିନ….

() ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ବେସ ସରଗରମ ରହିପାରେ ଗୃହ । ପ୍ରଶ୍ନକାଳରେ ପଞ୍ଚାୟତିରାଜ ଓ ପାନୀୟ ଜଳ,ଗ୍ରାମ୍ୟ ଉନ୍ନୟନ,ଗୃହ ନିର୍ମାଣ ଓ ପୌର ଉନ୍ନୟନ,ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ସୂଚନା ଓ ଲୋକ ସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଶୁନ୍ୟ କାଳରେ ପୁଣି ଥରେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ ସମେତ ରାଜ୍ୟର ଆଇନ ଶୃଙ୍ଖଳା,ବେକାରୀ, ହାତୀ ମୃତ୍ୟୁ, ଚାଷୀ ସମସ୍ୟା, ସୀମା ବିବାଦ ଓ ଜଳ ବିବାଦ ଭଳି ପ୍ରସଙ୍ଗ ଉଠିପାରେ । ତେବେ ଆସନ୍ତା କାଲି ଠୁ ଦୁଇ ଦିନ ଧରି 2022-23 ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଆଗତ ହୋଇଥିବା ବଜେଟ ଉପରେ ସାଧାରଣ ଆଲୋଚନା ହେବ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news