() ଅଭିଭକ୍ତ କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନ ବିକାଶ ପାଇଁ କେତେ ଅର୍ଥ ଦିଆଯାଇଛି। ଦେଓମାଳୀର ବିକାଶ କଥା। ଏ ସବୁବେଳେ ଗୃହରେ ଉଠାଇଲେ କଂଗ୍ରେସ ବିଧାୟକ ତାର ବାହିନୀପତି।ସନ୍ତୋଷଜନକ ଉତ୍ତର ନ ଦେବାରୁ କିଛି ସେକେଣ୍ଡ ପାଇଁ ଗୃହ ମଧ୍ୟ ଭାଗରେ ଧାରଣା ଦେଇଥିଲେ ତାରା। ତାଙ୍କୁ ବୁଝାଇଲେ ବିଧାୟକ ମୋହନ ମାଝୀ ଓ ସନ୍ତୋଷ ସିଂ ସାଲୁଜା। ତା ପରେ ସେ ଧାରଣାରୁ ଉଠିଲେ। ବାଚସ୍ପତି ରୁଲିଂ ଦେଲେ ଯେ ପର୍ଯ୍ୟଟନ ମନ୍ତ୍ରୀ ତାରାଙ୍କ ସହ ଆଲୋଚନା କରିବେ।
ବିଧାନସଭାରେ ଉଠିଲା ଦେଉମାଳି ପ୍ରସଙ୍ଗ…
() କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ପ୍ରସଙ୍ଗ ଉଠାଇ ପର୍ଯ୍ୟଟନ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି 20 ବର୍ଷ ଭିତରେ କେତେ ଟଙ୍କା ଖର୍ଚ୍ଚ କରିଛ ଦେଓମାଳି ପର୍ଯ୍ୟଟନର ବିକାଶ ପାଇଁ।ଦେଓମାଳି ପର୍ବତମାଳା କୁ ସରକାରୀ ପର୍ଯ୍ୟଟନ ମାନ୍ୟତା ନ ଦେବାର କାରଣ କଣ ଏବଂ କିଏ କିଏ ଏଥିରେ ପ୍ରତି ବନ୍ଧକ ସାଜିଛନ୍ତି ତାହାର ଉତ୍ତର ମାଗିଲେ । ଉପକୂଳ ଅଞ୍ଚଳରେ ଯେଉଁ ପରି ବିକାଶ ହେଉଛି କିନ୍ତୁ କୋରାପୁଟ ର ପର୍ଯ୍ୟଟନ ବିକାଶ ପାଇଁ କଣ କରୁଚ କହି ଅସନ୍ତୋଷ ଝାଡିଲେ ତାରା। ସରକାରଙ୍କୁ ତାତ୍ସଲ୍ୟ କରି କହିଲେ କୋରାପୁଟର ବିକାଶ ପାଇଁ ମନ୍ତ୍ରୀ ଦୟାକରି ଟଙ୍କା ଟିଏ ନ ଦିଅନ୍ତୁ। ମନ୍ତ୍ରୀଙ୍କ ଉତ୍ତର, ଗୁରୁତର ସହ କୋରାପୁଟ ପର୍ଯ୍ୟଟନର ବିକାଶ କରାଯାଉଛି। ପର୍ଯ୍ୟଟନ କ୍ଷତ୍ରରେ ଆଞ୍ଚଳିକ ବୈଷମ୍ୟ ବାଦ ନାହିଁ। ନୂଆ ପର୍ଯ୍ୟଟନ ସ୍ଥଳୀ ର ପ୍ରସ୍ତାଵ ଆସିଲେ ଜିଲ୍ଲାପାଳଙ୍କ ଜରିଆରେ ପଦକ୍ଷେପ ନିଆଯିବ।
ମନ୍ତ୍ରୀ ଉତ୍ତରରରେ ଅସନ୍ତୋଷ ପ୍ରକାଶ କରି ବାଚସ୍ପତିଙ୍କ ପୋଡିୟମ ତଳେ ବସିଲେ ତାରା। ପର୍ଯ୍ୟଟନ ମନ୍ତ୍ରୀଙ୍କୁ ତାରାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ସାଲୁଜା ଓ ମୋହନ ମାଝୀ ତାରାଙ୍କୁ ବୁଝାଇ ତାଙ୍କ ଆସନ ନେଇଥିଲେ । ସେପଟେ ଖୋଦ ବିଜେଡି ବିଧାୟକ ରାଜ କିଶୋର ଦାସ କହିଛନ୍ତି ଲକ୍ଷେ ଦେଢ଼ ଲକ୍ଷ ଟଙ୍କାରେ କିପରି ପର୍ଯ୍ୟଟନର ବିକାଶ ହେବ ?
ସହରାଚଂଳ ଜଳାଶୟ ପୁନରୁଦ୍ଧାର ଓ ନବୀକରଣ କର୍ମଶାଳା…
{}୨୦୨୪ ମସିହା ସୁଦ୍ଧା ଗୋଷ୍ଠୀ ସହଭାଗିଦାରୀରେ ୧୭୦୦ ଜଳାଶୟ ପୁନରୁଦ୍ଧାର ସମ୍ପୂର୍ଣ୍ଣ କରାଯିବ।
() ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ସହରାଚଂଳ ଜଳାଶୟ ପୁନରୁଦ୍ଧାର ଓ ନବୀକରଣ ଉପରେ ଆଜିି ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ଜାଭିୟର ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କର୍ମଶାଳାକୁ ବି.ଏମ୍.ସି ମେୟର ସୁଲୋଚନା ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସହରାଚଂଳ ମାନଙ୍କରେ ଜଳାଶୟ ପୁନରୁଦ୍ଧାର ଓ ନବୀକରଣର ଜରୁରୀ ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ଏହି ଯୋଜନାରେ ପାଇଲଟ ପ୍ରକଳ୍ପ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ନିକୋ ପାର୍କକୁ ନିଆଯାଇଛି ଓ ୨୨ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସଂପୃକ୍ତ ହୋଇଛନ୍ତି । ବିକାଶ କ୍ଷେତ୍ରରେ ଗୋଷ୍ଠୀ ସହଭାଗିତା ଦ୍ୱାରା ବିକାଶ ପ୍ରକ୍ରିୟା ତ୍ୱାରାନ୍ୱିତ ହୋଇପାରିଛି ବୋଲି ସେ କହିଥିଲେ ।
ସ୍ୱତନ୍ତ୍ର ସଚିବ ସାଗରୀକା ପଟ୍ଟନାୟକ ତାଙ୍କ ଭାଷଣରେ ରାଜ୍ୟରେ ସହରାଚଂଳ ମାନଙ୍କରେ ଜଳାଶୟ ପୁନରୁଦ୍ଧାର ଉପରେ ଆଲୋକପାତ କରି ଏ ଦିଗରେ ରାଜ୍ୟ ସରକାରଙ୍କର ଯୋଜନା ସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ସେ କହିଥିଲେ ଯେ ସହରାଚଂଳ ମାନଙ୍କରେ ଥିବା ଜଳାଶୟ ଗୁଡିକ ସରକାରଙ୍କର ନୁହେଁ ବରଂ ଜନସାଧାରଙ୍କର ନିଜର ବୋଲି ଭାବି ସେ ସବୁର ଯତ୍ନ ନେବାର ଆବଶ୍ୟକତା ରହିଛି । ସେଥି ପାଇଁ ବର୍ତମାନ ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ସଫଳ କରିବାକୁ କହିଥିଲେ ।
ରାଜ୍ୟ ସହରାଟଂଳ ବିକାଶ ସଂସ୍ଥା ( ସୁଡା )ର ନିଦେ୍ର୍ଦଶକ ଶାରଦା ପ୍ରସାଦ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରି ରାଜ୍ୟର ୧୧୫ ଟି ପୌରାଚଂଳରେ ୧୭୦୦ ଜଳାଶୟ ପୁନରୁଦ୍ଧାର ଓ ନବୀକରଣ ପାଇଁ ଲକ୍ଷ୍ୟ ରହିଛି । ୨୦୨୪ ମସିହା ସୁଦ୍ଧା ଗୋଷ୍ଠୀ ସହଭାଗିଦାରୀରେ ସମ୍ପୂର୍ଣ୍ଣ କରାଯିବ । ବିଭାଗ ତରଫରୁ 5T ସୁଶାସନ ମନ୍ତ୍ରରେ ସମସ୍ତ କାର୍ଯ୍ୟକ୍ରମକୁ ସୁସଂଯୋଜିତ ଭାବେ ମିଶନ ଶକ୍ତି ଗୋଷ୍ଠୀ ମାନଙ୍କ ନେତୃତ୍ୱରେ କାର୍ଯ୍ୟକାରୀ କରାଯଉଛି । ମିଶନ ଶକ୍ତି ଗୋଷ୍ଠୀ ମାନେ ଏବେ ଗୁରୁଦାୟିତ୍ୱ ତୁଲାଉଥିବାରୁ ଆଗାମୀ ଦିନରେ ଏହି ଜଳାଶୟ ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟକୁ ଉଚ୍ଚତର ସୋପାନକୁ ନେଇ ଯାଇ ପାରିବେ ବୋଲି ଶ୍ରୀ ପଣ୍ଡା କହିଥିଲେ । ସ୍ୱତନ୍ତ୍ର ସଚିବ ତଥା ମୁଖ୍ୟଯନ୍ତ୍ରୀ ଭକ୍ତକବି ଦାସ ପ୍ରକଳ୍ପ ତଦାରକ ଓ ପ୍ରଶାସନିକ ଦାୟିତ୍ୱ ଉପରେ ବକ୍ତବ୍ୟ ରଖିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।ବେଙ୍ଗୀଲୁରୁର ଲେକ୍ମ୍ୟାନ୍ ଭାବେ ପରିଚିତ ଆନନ୍ଦ ମାଲିଗଭାଡ ପରିବେଶ ଅନୁକୁଳ ଜଳାଶୟ ପୁନରୁଦ୍ଧାର ମଡେଲର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ନୀତି ଓ ଆଭିମୁଖ୍ୟ ଉପରେ ଆଲୋଚନା ରଖିଥିଲେ । ଉକ୍ତ କର୍ମଶାଳାରେ ବି.ଏମ୍.ସି ଓ ସି.ଏମ୍.ସି ସମେତ ଖୋର୍ଦ୍ଧା , କଟକ , ପୁରୀ ,ନୟାଗଡ , ଅନୁଗୋଳ , ବୌଦ୍ଧ , ଯାଜପୁର , ବରଗଡ ଓ ଜଗତସିଂହପୁର ଭଳି ୯ଗୋଟି ଜିଲ୍ଲାର ୨୧ ଗୋଟି ପୌରାଚଂଳର ନିର୍ବାହୀ ଅଧିକାରୀ , ଯନ୍ତ୍ରୀ ଓ ଅଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରମାନେ ଯୋଗ ଦେଇଛନ୍ତି ।
ସୋଆର ଷ୍ଟାନ୍ଫୋର୍ଡ ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା…
() ବିଖ୍ୟାତ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ପୃଥିବୀର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ୨୦୨୨ ମସିହା ତାଲିକାରେ ସ୍ଥାନୀତ ହୋଇଥିବା ସୋଆ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି ।
ସୋଆର ୧୬ ଜଣ ଗବେଷକଙ୍କୁ ଏହି ତାଲିକାରେ ସ୍ଥାନ ମିଳିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୧୨ ଜଣ ଏହି ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଗବେଷଣାରେ ସେମାନଙ୍କର ଉତ୍କର୍ଷ ଯୁବ ବୈଜ୍ଞାନିକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ସେ କହିଥିଲେ । ଏହି ଉତ୍ସବରେ ଯୋଗ ଦେଇଥିବା ଗବେଷକମାନେ ହେଲେ ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ତଥା ବର୍ତମାନ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ନିହାରବାଳା ଦେବୀ, ପ୍ରଫେସର ଗୌତମ ରଥ, ପ୍ରଫେସର ରବୀନ୍ଦ୍ରନାଥ ପାଢ଼ୀ, ଡଃ ମନୋଜ କୁମାର ନାୟକ, ପ୍ରଫେସର ବିନୋଦ କୁମାର ସାହୁ, ଡଃ ସୁସଙ୍ଗିନୀ ନାୟକ, ଡଃ ଦିପ୍ତୀ ପ୍ରଭା ସାହୁ, ଡଃ ସତ୍ୟ ରଞ୍ଜନ ମିଶ୍ର ଏବଂ ଡଃ ମନୋହର ମିଶ୍ର ।
ଏହି ଷ୍ଟାନ୍ଫୋର୍ଡ ତାଲିକାରେ ସ୍ଥାନୀତ ହୋଇଥିବା ପ୍ରଫେସର ପ୍ରଦୀପ୍ତ କିଶୋର ଦାସ, ପ୍ରଫେସର ଆର୍.ଏନ୍.ପି. ଚୌଧୁରୀ, ପ୍ରଫେସର ରାଜଶ୍ରୀ ଦାସ ଓ ଡକ୍ଟର ସୁଲଗ୍ନା ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେଇ ପାରି ନଥିଲେ ।ପ୍ରଫେସର ରାୟ କହିଥିଲେ ଯେ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗ ଅନୁଯାୟୀ ୧୬ତମ ସ୍ଥାନ ଅଧିକାର କରିଥିବା ସୋଆରେ ଗବେଷଣା ନିମନ୍ତେ ଓ ବିଶେଷ ଭାବେ ଇଂଟର-ଡିସିପ୍ଲିନାରୀ ଗବେଷଣା ନିମନ୍ତେ ଅନେକ ସୁଯୋଗ ରହିଛି । ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ବରିଷ୍ଠ କର୍ମକର୍ତା ଗଣ ଉପସ୍ଥିତ ଥିଲେ ।
ଜିଲ୍ଲା / ଉପଖଣ୍ଡସ୍ତରରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚିତ୍ର ‘ଦମନ’..
{} ଓଡ଼ିଆ ଚଳଚିତ୍ର ‘ଦମନ’ ଜିଲ୍ଲା / ଉପଖଣ୍ଡସ୍ତରରେ ପ୍ରଦର୍ଶିତ ହେବ।
ଉପଯୁକ୍ତ ସିନେମା / ଥିଏଟର ହଲ୍ ବୁକ୍ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ।
() ଓଡ଼ିଆ ସିନେମା ଦମନର ଲୋକପ୍ରିୟତା ଏବଂ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ ଜିଲ୍ଲା / ଉପଖଣ୍ଡ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଏଥି ପାଇଁ ଉପଯୁକ୍ତ ସିନେମା / ଥିଏଟର ହଲ୍ ବୁକ୍ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
ସୂଚନାଯୋଗ୍ୟ,ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମ୍ୟାଲେରିଆ ନିରାକରଣ ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ (ଦମନ) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ ବିଶେଷତଃ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, ନୂଆପଡା ଏବଂ କନ୍ଧମାଳ ଆଦି ୮ ଟି ଜିଲ୍ଲାର ପ୍ରାୟ ୮୦୦୦ ମ୍ୟାଲେରିଆ ପ୍ରବଣ ଗ୍ରାମମାନଙ୍କରୁ ଏହି ଘାତକ ଜ୍ୱରର ନିରାକରଣ ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଇଥିଲା । କ୍ଷେତ୍ରସ୍ତରରେ କାର୍ଯ୍ୟରତ ଡ଼ାକ୍ତର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ମିଳିତ ଉଦ୍ୟମ ଫଳରେ ମ୍ୟାଲେରିଆ ନିରାକରଣ ଦିଗରେ ଉଲ୍ଲେଖନୀୟ ସଫଳତା ମିଳିଥିଲା । ତେବେ ଏହି ଯୋଜନାର କାର୍ଯ୍ୟାୟନ ସହଜ ଓ ସୁଗମ ନଥିଲା । ପାହାଡ, ଜଙ୍ଗଲ, ନଦୀ ଓ ଝରଣା ପରିବେଷ୍ଟିତ ଦୂରାନ୍ତ ଗ୍ରାମମାନଙ୍କରେ ପ୍ରଚଳିତ ଅନ୍ଧବିଶ୍ୱାଶ, ଅସ୍ୱାସ୍ଥ୍ୟକର ଜୀବନ-ଚର୍ଯ୍ୟା, ଯୋଗାଯୋଗର ଅଭାବ ଆଦି ଏ ଦିଗରେ ବଡ଼ ବଡ଼ ପ୍ରତିବନ୍ଧକ ସାଜିଥିଲା । ଏସବୁକୁ ଅତିକ୍ରମ କରି ‘ଦମନ’ର ସଠିକ୍ କାର୍ଯ୍ୟାନ୍ୱୟନ ନିମନ୍ତେ ନିଷ୍ଠାପର ଡ଼ାକ୍ତର ଏବଂ କ୍ଷେତ୍ରସ୍ତରୀୟ କର୍ମଚାରମାନଙ୍କୁ ଅନେକ ତ୍ୟାଗ ଓ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା ।
ଏହି ବାସ୍ତବିକ କଥାକୁ ଲକ୍ଷ୍ୟକରି ଚଳଚିତ୍ର ଲେଖକ ଦେବୀ ପ୍ରସାଦ ଲେଙ୍କା, ନିର୍ଦ୍ଦେଶକ ଦୀପେନ୍ଦ୍ର ସାମଲ, ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ଓଡ଼ିଆ ଫିଲ୍ମ ଦମନ ପ୍ରସ୍ତୁତ କରିଥିଲେ । ସିନେମାର ପ୍ରାକୃତିକ ପ୍ରଚ୍ଛଦପଟ୍ଟ ଏବଂ ବାସ୍ତବିକ କଥାବସ୍ତୁ ଦର୍ଶକମାନଙ୍କୁ ବେଶ ଛୁଇଥିଲା । ଚଳଚିତ୍ରଟିର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଥିଲା । ଏପରିକି ଏହି ସିନେମାଟିକୁ ଗତ ରବିବାର ଦିନ ରାଜ୍ୟ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ହଲ୍ରେ ପ୍ରଦର୍ଶିତ କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଶ୍ରୀ ଶୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ସିନେମା ଦେଖି ଏହାର ଉଚ୍ଚ ପ୍ରଶଂସା କରିଥିଲେ । ସିନେମାଟିକୁ ଜିଲ୍ଲାସ୍ତରରେ ପ୍ରଦର୍ଶନ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ ।
ବିଭିନ୍ନ ସ୍ତରରୁ ଆସିଥିବା ମତାମତକୁ ବିଚାରକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାଧ୍ୟମରେ ଏହି ସିନେମାକୁ ଜିଲ୍ଲା / ଉପଖଣ୍ଡ ସ୍ତରରେ ପ୍ରଦର୍ଶିତ କରିବା ପାଇଁ ସ୍ଥିର କରାଯାଇଛି । ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହି ସିନେମା “ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୋଜନା ଗୁଡିକର କାର୍ଯ୍ୟାନ୍ୱୟନରେ ଉଭୟ ସରକାରୀ ଅଧିକାରୀ ଓ ଜନସାଧାରଣଙ୍କ ପାଇଁ ପ୍ରେରଣାର ଉତ୍ସ” ହେବବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି । ଏଥିପାଇଁ ଜିଲ୍ଲା / ଉପଖଣ୍ଡ ସ୍ତରରେ ଉପଯୁକ୍ତ ସିନେମା / ଥିଏଟର ଅଗ୍ରୀମ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
ଭାବବିହୁଳ ହେଲେ ସୂର୍ଯ୍ୟବଂଶୀ ସୁରଜ୍….
() ପ୍ରଥମ ଦିନ ଏହା ମୋ ପାଇଁ ସ୍ମରଣୀୟ ଦିନ। ଦିବଙ୍ଗତ ସଦସ୍ୟ ଙ୍କୁ ଗୃହ ରେ ଶୋକ ପ୍ରସ୍ତାବ ଆଗତ ହେଉଥିବା ବେଳେ ତନ୍ମ ମଧ୍ୟରେ ମୋ ପିତା ସ୍ବର୍ଗତ ବିଷ୍ଣୁ ସେଠୀ ଙ୍କୁ ମଧ୍ୟ ଶ୍ରଧାଞଳି ଜ୍ଞାପନ ମୋ ପାଇଁ ଚିର ସ୍ମରଣୀୟ। ମୁଁ ଆଜି ଗୃହରେ ଭାଗ ନେଇ ଗର୍ବିତ । ମୁଁ ମଧ୍ୟ ଅନେକ ପ୍ରଶ୍ନ ରଖିଛି ଗୃହରେ।କିନ୍ତୁ ତା ମଧ୍ୟରୁ ଅନ୍ୟତମ ପ୍ରଶ୍ନ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଅନେକ ନିର୍ବାଚନ ମଣ୍ଡଳୀକୁ ମୋର ବୋଲି କହୁଛନ୍ତି ,କିନ୍ତୁ ତାହାର କଣ ବିକାଶ ହୋଇଛି ବୋଲି ପ୍ରଶ୍ନ କରୁଥିଲି କିନ୍ତୁ ଉତ୍ତର ମିଳିଲା ନାହିଁ। ସମୟ ପରିବର୍ତ୍ତନ କରି ଉତ୍ତର ଦେବା ନିମନ୍ତେ ୨୮ରିଖ କୁ ରଖିଛନ୍ତି। ମୁଁ ଉତ୍ତରକୁ ରାଜ୍ୟବାସୀ ଙ୍କ ତରଫରୁ ଅପେକ୍ଷା କରିଛି।ବାପା ଙ୍କ ସ୍ଥାନ ମୁ ପୁରାଣ କରିପାରିବିନି ସତ କିନ୍ତୁ ଚେଷ୍ଟା କରିବି।
ସୂର୍ଯ୍ୟବଂଶୀ ସୁରଜ୍ : ବିଜେପି ବିଧାୟକ
କେନ୍ଦୁପତ୍ର କର୍ମଚାରୀ ଓ ଶ୍ରମିକ ଙ୍କ ଦାବି ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା…
() ଗତ 16 ତାରିଖରେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘ ର ଏକ 50 ଜଣିଆ ପ୍ରତିନିଧି ଦଳ ସଭାପତି ପ୍ରଭାତ ମହାନ୍ତିଙ୍କ ନେତୃତ୍ୱ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଦାବି ଉପରେ ଫଳପ୍ରଦ ଆଲୋଚନା କରିଥିଲେ , ମାନ୍ୟବାର ମୁଖ୍ୟମନ୍ତ୍ରୀ ସମସ୍ତ ଦାବି ଯୁକ୍ତିଯୁକ୍ତ ଓ ଏହା ଶୀଘ୍ର ପୁରାଣ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶୃତି ଦେଇଥିଲେ । ସେହିକ୍ରମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ 23 ତାରିଖ ରେ କେନ୍ଦୁପତ୍ର କର୍ମଚାରୀ ଓ ଶ୍ରମିକ ମାନଙ୍କ ପାଇଁ ଯଥାକ୍ରମେ 1500 ଓ 1000 ଟଙ୍କାର ବୋନସ ପ୍ରଦାନ , ଅବସର ନେଇଥିବା ସର୍କଲ ଚେକର ଓ ବାଇଣ୍ଡିଙ୍ଗ ଚେକର ଙ୍କ ଗ୍ରାବ୍ୟୁଇଟି କୁ 15 ଦିନ କୁ ବୃଦ୍ଧି , ସମସ୍ତ କର୍ମବାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଚିକିତ୍ସା ସୁବିଧା, କର୍ମଚାରୀ ଙ୍କ ପିଲାମାନଙ୍କୁ ବୃତ୍ତି ଇତ୍ୟାଦି ଦାବି ପୂରଣ କରିଛନ୍ତି । ମୁନାସି ଚପରାଶି ଙ୍କ କାର୍ଯ୍ୟ ଦିବସ ବୃଦ୍ଧି ଦାବି ସମ୍ପର୍କରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯାଉଥିବାର ସୂଚନା ମ8ଲିଛି । ମୁଖ୍ୟ ମନ୍ତ୍ରୀ ଙ୍କ ଏହି କଲ୍ୟାଣ କାରୀ ଘୋଷଣା ନିମନ୍ତେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ପ୍ରଭାତ ମହାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାନ ଓ କୃତଜ୍ଞନ୍ତା ଜଣାଇ 18000 କର୍ମଚାରୀ ଓ 8 ଲକ୍ଷ ତୋଳାଳୀ ବନ୍ଧାଲି ଙ୍କ ର ତାଙ୍କ ପ୍ରତି ଆଶ୍ରିବାଦ କାମନା କରିଛନ୍ତି ।














