ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ…

{}  ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ।

ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଲେ ।

କୁଲତା ସମାଜର ପୁରୀ ରେ ଧର୍ମଶାଳା ନିମନ୍ତେ ରାଜ୍ୟ ସରକାର ଜମି ଓ ଆର୍ଥିକ ସହାୟତା ଯୋଗାଇଦେବେ ୧ ବର୍ଷ ଭିତରେ ଶେଷ ହେବ ଧର୍ମଶାଳା।

() ଓଡିଶା କୁଲତା ସମାଜର ଏକ ପ୍ରତିନିଧି ଦଳ,ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବୀ ବିଷୟରେ ଆଲୋଚନା କରିଥିଲେ ।

ପ୍ରଥମେ ସେମାନଙ୍କ କୂଳ ଦେବତା ପ୍ରଭୁ ନୃସିଂହନାଥ ଙ୍କ ପୀଠ ର ଉନ୍ନତି ନିମନ୍ତେ 5T ଉପକ୍ରମ ରେ ମୁଖ୍ୟମନ୍ତ୍ରୀ ନେଇଥିବା ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।  ଆଲୋଚନା ସମୟରେ ସେମାନେ ପୁରୀଧାମରେ ଏକ ଧର୍ମଶାଳା ନିର୍ମାଣ ନିମନ୍ତେ ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

କୁଲତା ସମାଜ ବହୁଳ ଗ୍ରାମ ଗୁଡିକରେ ଜଗନ୍ନାଥ ମନ୍ଦିର ସ୍ଥାପନ, ପରିଚାଳନା, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଏହି ସମାଜ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି । ପୁରୀ ନିକଟସ୍ଥ ରାମଚଣ୍ଡୀ ମନ୍ଦିର ମଧ୍ୟ କୁଲତା ସମାଜର ଏକ ପ୍ରସିଦ୍ଧ ଧର୍ମପୀଠ । କୁଲତା ସମାଜର ଲକ୍ଷ ଲକ୍ଷ ଭକ୍ତ ପ୍ରତିବର୍ଷ ପୁରୀଧାମକୁ ଯାଇଥାନ୍ତି । ତେଣୁ ପୁରୀରେ କୁଲତା ସମାଜକୁ ଧର୍ମଶାଳା ନିମନ୍ତେ ଏକ ଏକର ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ପାଇଁ ସେମାନେ ଅନୁରୋଧ କରିଥିଲେ । ଏହାଦ୍ବାରା କୁଲତା ସମାଜର ଭକ୍ତମାନେ ସୁବିଧାରେ ପୁରୀ ଧାମରେ ରହିବା ସହ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମଧ୍ୟ ସୁରୁଖୁରୁରେ ଆୟୋଜନ କରିପାରିବେ।ସେମାନଙ୍କର ଅନୁରୋଧକୁ ଗ୍ରହଣ କରି ପୁରୀରେ ଉପଯୁକ୍ତ ସ୍ଥାନରେ ଏକ ସପ୍ତାହ ମଧ୍ୟରେ ଜମି ଚିହ୍ନଟ ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ ସରକାରଙ୍କ ତରଫରୁ ଧର୍ମଶାଳା ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏକ ବର୍ଷ ମଧ୍ୟରେ ଏହି ଧର୍ମଶାଳା ଯେପରି ସଂପୂର୍ଣ୍ଣ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସେମାନଙ୍କ ଦାବି ପ୍ରତି ସହାନୁଭୂତିଶୀଳ ମନୋଭାବ ପାଇଁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଏହି ପ୍ରତିନିଧି ଦଳରେ ବୌଦ୍ଧ ,ସୋନପୁର , ସମ୍ବଲପୁର, ଓ ବ୍ରଜରାଜନଗର ଅଞ୍ଚଳର କୁଲତା ସମାଜର , ବନ୍ଧୁ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ, ।

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟ…

() ନବୀନ ପଟ୍ଟନାୟକଙ୍କ ସରକାର ଶିକ୍ଷକ ଙ୍କ ଉପରେ ଅନେକ ଗୁଡିଏ ନିଷ୍ପତ୍ତି ନେଇଛନ୍ତି । ଏପରିକି ଠିକା ନିଯୁକ୍ତି କୁ ଉଚ୍ଛେଦ କରାଯାଇଛି । ଆମେ ଏହାକୁ ଐତିହାସିକ କହିନୁ । ଶିକ୍ଷକ ମାନେ ହିଁ କହିଥିଲେ । କିଛି ଲୋକ ଏଥିରେ ବାଦ ପଡିଛନ୍ତି । ତାକୁ ମଧ୍ୟ ବିଚାର କୁ ନିଆଯିବ । ପଦ୍ମପୁର ନିର୍ବାଚନ ନିର୍ବାଚନ କମିଶନ କଣ୍ଡକଟ କରୁଛନ୍ତି ଏଥିରେ ବାଚସ୍ପତି କଣ ରୁଲିଂ ଦେବେ ତାହା ଜଣା ନାହିଁ । ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସରକାର ସମ୍ପୂର୍ଣ୍ଣ ଧ୍ୟାନ ରଖିଛନ୍ତି ।

ପଦ୍ମପୁର ପ୍ରଚାର ପାଇଁ ଆସିଥିବା ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗ କୁ ବିଧାନସଭା ରେ ଉଠାଇଲେ ନରସିଂହ ମିଶ୍ର….

() ପଦ୍ମପୁର ପ୍ରଚାର ପାଇଁ ଆସିଥିବା ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗ କୁ ବିଧାନସଭା ରେ ଉଠାଇଲେ ନରସିଂହ ମିଶ୍ର । ଜଣେ କେନ୍ଦ୍ର ମନ୍ତ୍ରୀ ସାଧାରଣ ସଭା ରେ ଗତକାଲି କହିଛନ୍ତି ଫସଲବୀମା ଟଙ୍କା କେନ୍ଦ୍ର ଦେଇ ଦେଇଛି ରାଜ୍ୟ ସରକାର ତାକୁ ଦେଉ ନାହାନ୍ତି । ଏହା ଅସତ୍ୟ । ଏହା ଠୁ ଦୁର୍ଭାଗ୍ୟ ଜନକ କଥା କିଛି ନାହିଁ । ଏପରିକି ରେଳ ଚଳାଚଳ କଥା ଯେଉଁ କୁହାଗଲା ତାହା ହାସ୍ୟାସ୍ପଦ । ଜମି ଦେବା ପାଇଁ ଚିଠି ଲେଖିଛନ୍ତି କି ନାହିଁ ମନ୍ତ୍ରୀ । ବିଜେଡିର ବରିଷ୍ଠ ନେତା କହିଲେ ଆମକୁ କେନ୍ଦ୍ର କୌଣସି ଚିଠି ଦେଇ ନାହିଁ । ତେଣୁ କିଏ ଠିକ କହୁଛି । ଜଣେ ନେତାଙ୍କ ମାମୁଁ ଘର ସେହି ଅଞ୍ଚଳରେ ସେ ସାଧାରଣ ସଭା ରେ କହିଛନ୍ତି କୁଆଡେ ମୁଖ୍ୟମନ୍ତ୍ରୀ 22 ବର୍ଷ ତଳେ 33 ପ୍ରତିଶତ ଜଳ ସେଚନ କରିବାକୁ । ମେଣ୍ଟ ସରକାର ରେ ବି ସେମାନେ ଥିଲେ ଯଦି ଜଳ ସେଚନ ହୋଇନି ତେବେ ସେମାନେ ବି ଦାୟୀ । ସେହିପରି ବିଜେପିର ଜଣେ ନେତା ଅଶାଳୀନ ମନ୍ତବ୍ୟ ବି ଦେବାକୁ ପଛାଇ ନାହାନ୍ତି । ଏହା ସହ ପଦ୍ମପୁର ଉପନିର୍ବାଚନ ବେଳେ ହେଉଥିବା ରାଜନୈତିକ ହିଂସା ପ୍ରସଙ୍ଗ ଉଠାଇ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଦାବି କଲେ ନରସିଂହ ।

ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା

ବିଧାନସଭାର ଶୂନ୍ୟକାଳରେ ପୁଣି ଉଠିଲା ଶିକ୍ଷକଙ୍କ ଧାରଣା ପ୍ରସଙ୍ଗ…

() ବିଧାନସଭାର ଶୂନ୍ୟକାଳରେ ପୁଣି ଉଠିଲା ଶିକ୍ଷକଙ୍କ ଧାରଣା ପ୍ରସଙ୍ଗ । ରାଜରାସ୍ତାରେ ଶୀତ ରାତିରେ ଶୋଉଛନ୍ତି । କିନ୍ତୁ ଦୁଃଖର ବିଷୟ ସରକାର କିମ୍ବା ଶିକ୍ଷା ମନ୍ତ୍ରୀ ତାଙ୍କ ପାଖକୁ ଯାଇ ଆଲୋଚନା କରୁ ନାହାନ୍ତି । ତାଙ୍କ ଦାବି କେତେ ଯତାର୍ଥ ତାହା ପର କଥା କିନ୍ତୁ ତୁରନ୍ତ ସରକାର ତାଙ୍କ ସହିତ ଆଲୋଚନା କରନ୍ତୁ । ଲକ୍ଷାଧିକ ଶିକ୍ଷକ ଆନ୍ଦୋଳନରେ ଥିବାରୁ ସ୍କୁଲ ରେ ପାଠ ପଢା ପ୍ରଭାବିତ ହେଉଥିବ ଏବଂ ଏଠି ବି ଗମନା ଗମନ ପ୍ରଭାବିତ ହେଉଛି । ଏପରିକି ଆମ୍ବୁଲାନ୍ସ ବି ଫସି ରହୁଛି ଭିଡ଼ ଭିତରେ । କେବଳ ଶିକ୍ଷକ ନୁହଁନ୍ତି ଅନେକ ଲୋକ ସେଠି ଧାରଣା ରେ ବସିଛନ୍ତି । ସରକାର ତୁରନ୍ତ ସେମାନଙ୍କ ସହ ଆଲୋଚନା କରନ୍ତୁ ।

 

11.45 ଯାଏଁ ଗୃହ କାର୍ଯ୍ୟ ମୁଲତବୀ…

() ଗୃହ କାର୍ଯ୍ୟ 11.45 ଯାଏଁ ମୁଲତବୀ । ଗୃହ କାର୍ଯ୍ୟ ସ୍ୱାଭାବିକ କରିବା ଲାଗି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ବାଚସ୍ପତିଙ୍କ ଚ୍ୟାମ୍ବରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, ସୁଦାମ ମାରାଣ୍ଡି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ସିପିଏମ ନେତା ଲକ୍ଷ୍ମଣ ମୁଣ୍ଡା ଉପସ୍ଥିତ ।

ବିରୋଧୀ ଦଳ ନେତାଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି…

() ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସବୁବେଳେ ନିଜ କାର୍ଯ୍ୟ ପାଇଁ କୁଖ୍ୟାତି ଅର୍ଜନ କରିଛନ୍ତି କିନ୍ତୁ ଚଳିତ ଥର ସେ ସମସ୍ତ ପ୍ରକାର ସୀମାକୁ ପଦ୍ମପୁରରେ ଉଲଂଘନ କରିଛନ୍ତି | ସମ୍ପୂର୍ଣ ମହିଳା ଜାତି ପାଇଁ ଯେଉଁ କୁତ୍ସିତ ବକ୍ତବ୍ୟ ଦେଇଛନ୍ତି ତାକୁ ଆମେ ନିନ୍ଦା କରୁଛୁ ଏବଂ ତାହା ଦୁର୍ଭାଗ୍ୟଜନକ ତାଙ୍କ ବକ୍ତବ୍ୟ ଅତ୍ୟନ୍ତ ନିମ୍ନ ମାନର ସମ୍ପୂର୍ଣ ମହିଳା ଜାତି ପାଇଁ ଘୃଣ୍ୟ | ଜଣେ ଆଇନ ପ୍ରଣେତାଙ୍କଠାରୁ ଏହା ଆଶା କରାଯାଇ ନପାରେ | ନିର୍ବାଚନ ଆସେ ଏବଂ ଯାଏ ନିଜ ଉଚ୍ଚାରଣ ଏବଂ ଆଚରଣ ଭିତରେ ସାମଞ୍ଜସ୍ୟ ନ ଆଣିଲେ ଲୋକେ କେବେ ପସନ୍ଦ କରିବେ ନାହିଁ | ଆମେ ପେନ ଡ୍ରାଇଭ ପ୍ରମାଣ ସ୍ୱରୂପ ଦେଇଚୁ, ସିଇଓ ନିକଟରୁ ଆଶା କରୁ ଉପ ନିର୍ବାଚନ ପ୍ରଚାରରୁ ତାଙ୍କୁ କ୍ଷାନ୍ତ କରିବେ କାରଣ ଅପରାଧିକ ପୃଷ୍ଠାଭୂମିର ଥିବ ଏବଂ ଅଭଦ୍ର ମନ୍ତବ୍ୟ ଦେଉଥିବ ସେ ସମ୍ପୂର୍ଣ ମାହୋଲକୁ ଖରାପ କରିଦେବ।

 

ବିଜେବି ଫ୍ରେଣ୍ଡସ’ ପକ୍ଷରୁ ଆନ୍ତଃମହାବିଦ୍ଯାଳୟ କୁଇଜ୍ ପ୍ରତିଯୋଗିତା ଅୟୋଜିତ…

() ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ “ପକ୍ଷରୁ ରବିବାର ଆନ୍ତଃ ମହାବିଦ୍ଯାଳୟ କୁଇଜ୍ ପ୍ରତିଯୋଗିତା ୟୁନିଟ୍ ୨ ସ୍ଥିତ ଗୀତ ଗୋବିନ୍ଦ ଭବନରେ ଅୟୋଜିତ ହୋଇଯାଇଛି ।

ଉକ୍ତ ପ୍ରତିଯୋଗିତାରେ ରାଜ୍ୟ ର ବିଭିନ୍ନ ମହାବିଦ୍ୟାଳୟ ରୁ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ଏମାନଙ୍କ ମଧ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ୍ କଲେଜ ର ଶିବାନୀ ଦାସ ଓ ପ୍ରତିଷ୍ଠା ବରିସାଲ ପ୍ରଥମ, କିଟ୍ ବିଶ୍ୱବିଦ୍ୟାଳୟ ର ଅନୁରାଗ ସାମନ୍ତରାୟ ଓ ଆଶିଷ ମହାପାତ୍ର ଦ୍ଵିତୀୟ , ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ମହେଶ୍ୱର ସେଠୀ ଓ ଆକାଶ ଗରାଡିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଆସନ୍ତା ଡ଼ିସେମ୍ବର ୧୧ ତାରିଖ ଦିନ ବିଜେବି କଲେଜ ପ୍ରାଙ୍ଗଣରେ ହେବାକୁ ଥିବା ବିଜେବି ଫ୍ରେଣ୍ଡସର ବନ୍ଧୁ ମିଳନ ଉତ୍ସବରେ ଏହି କୁଇଜ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ୧୫ ହଜାର, ଦ୍ଵିତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ୧୦ ହଜାର ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବ ବିଜେବି ଆଲୁମନି ଆସୋସିଏସନ। ଏଥି ସହିତ ମାନପତ୍ର ଓ ଟ୍ରଫି ମଧ୍ୟ ପ୍ରଦାନ କରାଯିବ।ସେହିପରି ପ୍ରତିଯୋଗିତାରେ ଭାଗ ନେଇଥିବା ସବୁ ପ୍ରତିଯୋଗୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ ମଧ୍ୟ କରାଯିବ।

ଏହି ପ୍ରତିଯୋଗିତାକୁ କୁଇଜ୍ ମାଷ୍ଟର ମାନସ ନାୟକ ପରିଚାଳନା କରିଥିବାବେଳେ ବିଜେବି ଫ୍ରେଣ୍ଡସ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।ସେହିପରି ବିଜେବି ଆଲୁମନି ସଂଘ ର ୩୦ ତମ ବାର୍ଷିକ ଉତ୍ସବ କୁ ଦୃଷ୍ଟିରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବାବେଳେ ଆସନ୍ତା ଡିସେମ୍ବର ୪ ତାରିଖ ଦିନ ସକାଳ ୧୦ ଟା ସମୟରେ ପୁରୁଣା ଭୁବନେଶ୍ୱର ସ୍ଥିତ ଟାଉନ କ୍ଲବ କ୍ରିକେଟ ଗ୍ରାଉଣ୍ଡ ରେ ବିଜେବି ଫ୍ରେଣ୍ଡସ ସଂଘ ର ସଦସ୍ୟ ଅର୍ଥାତ ପୁରାତନ ଛାତ୍ର ଓ ବିଜେବି କଲେଜ ର ବର୍ତ୍ତମାନ ର ଛାତ୍ର ମାନଙ୍କ ମଧ୍ୟରେ ଏକ କ୍ରିକେଟ ମ୍ୟାଚ୍ ର ଆୟୋଜନ କରାଯାଇଛି | ଏ ନେଇ ବିଜେବି ଫ୍ରେଣ୍ଡସ ପକ୍ଷରୁ ସୂଚନା ଦିଆଯାଇଛି ।

ସୋଆ ପ୍ରଫେସର ସମ୍ମାନୀତ…

()  ମହାରାଷ୍ଟ୍ର ନାଗପୁରସ୍ଥିତ ମୌଳିକ ବିଜ୍ଞାନ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଅପୂର୍ବ ବିଜ୍ଞାନ ମେଳା ରଜତ ଜୟନ୍ତୀ କାର୍ଯ୍ୟକ୍ରମ ଅବସରରେ ବିଜ୍ଞାନ ଶିକ୍ଷାକୁ ସରଳ କରି ଏହାକୁ କିପରି ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ପାଖରେ ପହଂଚାଇ ହେବ ଏହାର ପ୍ରୟାସ କରୁଥିବା୧୭ଟି ରାଜ୍ୟର ୫୦ଜଣ ବ୍ୟକ୍ତିଙ୍କୁ ନଭେମ୍ବର ୨୦ରେ ସମ୍ମାନିତ କରାଯାଇଛି । ଏହି ୫୦ ଜଣଙ୍କୁ ଫଳକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଓଡିଶାରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ପଦାର୍ଥ ବିଜ୍ଞାନ ବିଭାଗ ର ପ୍ରଫେସର ନଚିକେତା ଖମାରୀ ଶର୍ମାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରର ସଡକ ଓ ପରିବହନ ବିଭାଗର ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ଭିଡିଓ କନଫରେନ୍ସ ମାଧ୍ୟମରେ ସମ୍ବର୍ଦ୍ଧିତ ବ୍ୟକ୍ତି ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତା ଦେଇଥିଲେ । ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର (ଏନସିଏସଟିସି) ନିର୍ଦ୍ଦେଶକ ଡକ୍ଟର ନକୁଳ ପରାଶର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରୋ- ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଏଆରଟିବିଏସଇର ସଭାପତି ପ୍ରଖ୍ୟାତ ଗାନ୍ଧିବାଦୀ ଶ୍ରୀ ରଘୁ ଠାକୁର ଅଧ୍ୟକ୍ଷତା କରିଥିଲେ । ଏଥିରେ ଏଆରଟିବିଏସଇର ଉପାଧ୍ୟକ୍ଷ ଶ୍ରୀ ଶୁକ୍ଳା, ସାଧାରଣ ସଂପାଦକ ଶ୍ରୀ ସୁରେଶ ଅଗ୍ରୱାଲ ଓ ଭେଲର ପୂର୍ବତନ ମହାପ୍ରବନ୍ଧକ ଶ୍ରୀ ବ୍ରହ୍ମାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ବିଧାନସଭାରେ ପାରିତ ହେଲା ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଲ୍ ୨୦୨୨….

() ବିଧାନସଭାରେ ପାରିତ ହେଲା ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଲ୍ ୨୦୨୨। ଓଡ଼ିଶାରେ ଅଗ୍ନି ନିରୋଧ ଓ ଅଗ୍ନିନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ଅଗ୍ନିଶମ ସେବା ଅଧିନିୟମ ୧୯୯୩ ପ୍ରଣୟନ ହୋଇ କାର୍ଯ୍ୟକାରୀ ହୋଇଆସୁଛି। ଏଣିକି କମ୍ପାନୀ ଗୁଡ଼ିକ ଅଗ୍ନିଶମ ସୁରକ୍ଷା ପ୍ରଣାମ ପତ୍ର ରଖିବାରେ ବିଫଳ ହେଲେ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି।ଏହି ବିବାଦର ଆପୋଷ ସମାଧାନ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି ‌।ଅଗ୍ନିସମ ସେବା ନିର୍ଦେଶକ କିମ୍ବା ଅନ୍ୟ ପ୍ରାଧିକୃତ ଅଧିକାରୀ ଦ୍ବରା ଜାରି ବିଙ୍ପପ୍ତି ଆଦେଶ ଅଧିଗ୍ରହଣ କୁ ପାଳନ କରିବାରେ ଅସମର୍ଥ ହେଲେ ଏହା ଆପୋଷ ସମାଧାନ ଭୁକ୍ତ ହେବ ନାହିଁ।ଅଗ୍ନିନିବାରଣ ବା ଅଗ୍ନିନିର୍ବାପନ ସମ୍ବନ୍ଧୀୟ ସମସ୍ତ ମାମଲା ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ ଙ୍କ ଦ୍ଵାରା ବିଚାର ବ୍ୟବସ୍ଥା ରହିଛି। ଅଗ୍ନିସମ ସେବା ନିର୍ଦେଶକ କିମ୍ବା ତାଙ୍କ ଦ୍ବାରା ପ୍ରାଧିକୃତ ଅଧିକାରୀ ଙ୍କ ଲିଖିତ ଅଭିଯୋଗ ବିନା କୈାଣସି ନ୍ୟାୟାଳୟ ଅଗ୍ନିସମ ନିୟମ ଉଲ୍ଲଙ୍ଘନ ଜନିତ ଅପରାଧ କୁ ଧ୍ୟାନ କୁ ନେବେ ନାହିଁ। ଅଗ୍ନିସମ ସେବା ଅଧିନିୟମ କାର୍ଯକାରୀ କରିବା ହେତୁ ଆଗତ ଅଭିଯୋଗ ଗୁଡିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ ପାଇଁ ପ୍ରଥମ ଅପିଲ କର୍ତୃପକ୍ଷଙ୍କ ଓ ଦ୍ବିତୀୟ ଅପିଲ କର୍ତୃପକ୍ଷ ବ୍ୟବସ୍ଥା ରହିଛି।

ବନ୍ଧୁକ ପାଇବେ ଅବକାରୀ ପୋଲିସ…

() ଅବକାରୀ ନୀତି ଅନୁସାରେ ଖୁବ ଶୀଘ୍ର ଅବକାରୀ ପୋଲିସମାନଙ୍କୁ ବନ୍ଧୁକ ଦିଆଯିବ। ଯାହା ଦ୍ୱାରା ସେମାନେ ଚୋରା ନିଶା ବ୍ୟାପରୀଙ୍କ ମୁକାବିଲା କରିବେ। ବନ୍ଧୁକ ଚଳାଇବା ଟ୍ରେନିଂ ଗୃହ ବିଭାଗ ଦେବ ବୋଲି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଗୃହରେ ବିବୃତି ରଖିଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news