ଓଡିଶାର ଗୌରବ ବଢାଇଛି ବିଶ୍ବକପ୍‌…

() ପୁରୁଷ ହକି ବିଶ୍ବକପ୍ ଆୟୋଜନ ତଥା ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ।

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ,

ଲଗାତର ଭାବେ ଦ୍ବିତୀୟ ଥର ପାଇଁ ବିଶ୍ବକପ୍‌ ଆୟୋଜନ ଓଡିଶାର ଗୌରବ ବଢାଇଛି ସରକାରଙ୍କୁ ଧନ୍ୟବାଦ ଦେଲେ ସବୁ ଦଳ।

{} ୨୦୨୩ ପୁରୁଷ ବିଶ୍ବକପ୍‌ ହକି ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍‌ଭେନସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କ୍ରୀଡା ମହୋତ୍ସବର ସଫଳତା ପାଇଁ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ ।

ବିଶ୍ବକପ୍‌ ହକି ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବିଶ୍ବକପ୍‌ ହକି ପ୍ରସ୍ତୁତିରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଭାରତ ସରକାରଙ୍କୁ ବିଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଶ୍ଵ କପ ହକି ର ଆୟୋଜନ ରେ କେବଳ ଓଡ଼ିଶା ନୂହେଁ ସାରା ଦେଶର ସମ୍ମାନ ଜଡିତ ।ସେଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

ଆଲୋଚନାରେ ଭାଗ ନେଇ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଲଗାତର ଭାବେ ଦ୍ବିତୀୟ ଥର ବିଶ୍ବକପ୍‌ର ଆୟୋଜନ ସାରା ବିଶ୍ବରେ ଓଡିଶାର ପ୍ରତିଷ୍ଠା ବୃଦ୍ଧି କରିଛି ବୋଲି ମତ ଦେଇ କ୍ରୀଡାର ଏହି ଉନ୍ନତି ଦିଗରେ ସରକାରଙ୍କ ଉଦ୍ୟମ ପାଇଁ ସାଧୁବାଦ ଜଣାଇଥିଲେ ।

ବୈଠକରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଆୟୋଜନ ପାଇଁ ରାଜ୍ୟ ସରକାରଙ୍କର ପ୍ରଶଂସା କରିବା ସହ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତବାର୍ଷିକୀ ଉତ୍ସବ ୨୦୩୬ ଅବସରରେ ଯେପରି ଓଡିଶାରୁ ୧୦୦ ଅଲମ୍ପିଆନ ବାହାରିପାରିବେ, ସେଥିପାଇଁ ସମସ୍ତେ ମିଳିମିଶି କାମ କରିବା ଉଚିତ ବୋଲି ମତପ୍ରକାଶ କରିଥିଲେ । ଏତଦ୍‌ବ୍ୟତୀତ କ୍ରମାଗତଭାବେ ଦୁଇ ଥର ବିଶ୍ବକପ୍‌ ହକି ଆୟୋଜନ ଭଳି ବିରଳ ଘଟଣାକୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ଦେବା, ଉଭୟ ଭୁବନେଶ୍ବର-ରାଉରକେଲାର ସ୍ବଚ୍ଛତା ପାଇଁ ନାଗରିକ ମାନଙ୍କୁ ସାମିଲ କରିବା, ସ୍ଥାନୀୟ ଓଡିଆ ଖେଳର ପ୍ରସାର କରିବା, ରାଉରକେଲା-ଭୁବନେଶ୍ବର ରେଳପଥକୁ ହକି ପାଇଁ ବ୍ରାଣ୍ଡିଂ କରିବା ଆଦି ବିଭିନ୍ନ ସୁଚିନ୍ତିତ ମତାମତ ଦେଇ କେନ୍ଦ୍ରସରକାରଙ୍କ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ ।

ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର କହିଲେ ଯେ ରାଜ୍ୟର ସବୁ ଜିଲ୍ଲାରେ ହକି ଷ୍ଟାଡିଅମ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଦଳର ଉପସଭାପତି ଶ୍ରୀ ସନ୍ତୋଷ ସିଂ ସାଲୁଜା, ବିଜୁ ଜନତା ଦଳର ଉପସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ଶ୍ରୀ ଦେବୀପ୍ରସାଦ ମିଶ୍ର, ବିଜେଡିର ସଂଗଠନ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ବିଜେପିର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସିପିଆଇର ସାଧାରଣ ସଂପାଦକ ଶ୍ରୀ ରାମକୃଷ୍ଣ ପଣ୍ଡା, ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିପିଆର ଶ୍ରୀ ଅଳିକିଶୋର ପଟ୍ଟନାୟକ, ଶ୍ରୀ ଅଭୟ ସାହୁ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶ୍ରୀ ରବି ବେହେରା, ଆପ୍‌ର ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର, ଆରଜେଡିର ସଭାପତି ଶ୍ରୀ ହେମନ୍ତ କୁମାର ପ୍ରମୁଖ ଭାଗ ନେଇ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ । କ୍ରୀଡା ମନ୍ତ୍ରୀ ଶ୍ରୀ ତୃଷାରକାନ୍ତି ବେହେରା ବୈଠକକୁ ସଂଯୋଜନା କରିଥିଲେ।

କ୍ରୀଡା ସଚିବ ଶ୍ରୀ ଆର। ଭିନିଲକ୍ରିଷ୍ଣା ଆଗାମୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ୧୭ ଦିନିଆ ଭବ୍ୟ କ୍ରୀଡା ମହୋତ୍ସବର ପ୍ରସ୍ତୁତି ଓ ବିଭିନ୍ନ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ବୈଠକରେ ଉପସ୍ଥାପନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ଧନ୍ୟବାଦ ଅର୍ପଣ କରିଥିଲେ।

ବିକାଶ ପ୍ରକ୍ରିୟାରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ…

{} ବିକାଶ ପ୍ରକ୍ରିୟାରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।

 ଓୟୁଜେର ୫୧ତମ ପ୍ରତିଷ୍ଠା ଦିବସ।

() ରାଜ୍ୟର ବିକାଶ ପ୍ରକ୍ରିୟାରେ ସାମ୍ବାଦିକମାନଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେମାନେ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକୁ ଯଥାଯର୍ଥ ଭବେ ଉପସ୍ଥାପନ କରୁଥିବା ବେଳେ ଦୋଷ ତ୍ରୁଟିକୁ ମଧ୍ୟ ସାନିତ ଢଙ୍ଗରେ ସମାଲୋଚନା କରିବାକୁ ପାଛାଉ ନାହାଁନ୍ତି ବୋଲି ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ର ୫୧ତମ ପ୍ରତିଷ୍ଠା ଦିବସ ସମାରୋହରେ ମତପ୍ରକାଶ ପାଇଛି। ପୂର୍ବତନ ମନ୍ତ୍ରୀ, କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତ ରାୟ, ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗଦେଇ ୟୁନିଅନର ସମ୍ପ୍ରସାରିତ ଭବନକୁ ଉଦଘାଟନ କରିଥିଲେ। ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ଉପରେ ଗୁରୁତ୍ବ ଆରୋପ କରି ଉଭୟ ନେତା ଓୟୁଜେର ଦାବୀ ସଂପର୍କରେ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଉତ୍ସବରେ ଅଧ୍ୟକ୍ଷତା କରି ଓୟୁଜେ ସଭାପତି, ପ୍ରେସ କାଉସିଲ ଅଫ ଇଣ୍ଡିଆ ସଦସ୍ୟ ପ୍ରସନ୍ନ ମହାନ୍ତି ସାମ୍ବାଦିକଙ୍କ ବୀମା ରାଶି ବୃଦ୍ଧି, ପେନସନ ବ୍ୟବସ୍ଥା ଲାଗୁ ଓ ସାମ୍ବାଦିତ ସୁରକ୍ଷା ଆଇନ ପ୍ରବର୍ତ୍ତନ ଆଦି ୟୁନିଅନର ପାଞ୍ଚ ଦଫା ଦାବି ସମ୍ପର୍କରେ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ବିଷୟରେ ସୂଚନା ଦେଇଥିଲେ । ସ୍ଥାନୀୟ କର୍ପୋରେଟର ଆସିଆ ବେଗମ୍, ଓୟୁଜେ ଉପ ସଭାପତି କିଷାନ ରାଉତ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ ସାହୁ, ପ୍ରମୋଦ ସାମନ୍ତ ରାୟ, ବରିଷ୍ଟ ସାମ୍ବାଦିକ ହଳଧର ଧିର, ଲିଙ୍ଗରାଜ ମିଶ୍ର, ଅଭୟ ପତି, ଭାସ୍କର ବେହେରା, ସ୍ନେହଜିତ୍ ପଲାଇ, ପ୍ରଫୁଲ୍ଲ ମହାନ୍ତି, ପ୍ରବୋଧ ମିଶ୍ର, ପ୍ରଦିପ ମିଶ୍ର, ଶୁଭଙ୍କର ଦାସ ପ୍ରମୁଖ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲକପାତ କରିଥିଲେ । ପ୍ରାରମ୍ଭରେ ଭୁବନେଶ୍ଵର ଆବାହକ ଚିନ୍ମୟ ମହାପାତ୍ର ସ୍ଵାଗତ ଭାଷଣ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆର୍ଚାର୍ଯ୍ୟ ବିଶ୍ବରଂଜନ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ୟୁନିଅନର ନିୟୁଜ ପୋର୍ଟାଲ Ouj news ଉନ୍ମୋଚନ କରାଯାଇଥିଲା ।

ଓଡ଼ିଶା ସାମ୍ବାଦିକ ୟୁନିୟନ୍ ର ୫୧ତମ ପ୍ରତିଷ୍ଠା ଦିବସ….

() ଓଡ଼ିଶା ସାମ୍ବାଦିକ ୟୁନିୟନ୍ ର ୫୧ତମ ପ୍ରତିଷ୍ଠା ଦିବସ ଉତ୍ସବ ଭୁବନେଶ୍ୱର ସ୍ଥିତ ଓୟୁଜେ ଭବନ ପରିସରରେ ପାଳିତ ହୋଇଯାଇଛି l ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କ ଦାବି ପୂରଣ ଦିଗରେ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ l ଉତ୍ସବରେ ଅଧ୍ୟକ୍ଷତା କରି ଓୟୂଜେ ସଭାପତି ପ୍ରସନ୍ନ ମହାନ୍ତି ରାଜ୍ୟ ସରକାରଙ୍କ ନିକଟରେ ଓୟୁଜେ ଉପସ୍ଥାପନ କରିଥିବା ସ୍ବାସ୍ଥ୍ୟ ବିମା ରାଶି ୧୦ଲକ୍ଷ ଟଙ୍କା ବୃଦ୍ଧି ସମେତ ୫ଦଫା ଦାବି ଉପରେ ଆଲୋକ ପାତ କରିଥିଲେ l ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ l ଏହି ଅବସରରେ ୟୁନୀୟନ୍ ର ନୂତନ ୱା ବ ସାଇ ଡ ଉନ୍ମୋଚନ କରିଥିଲେ l

ହାତ ଧରିଲେ ଗୁଡ୍‌ଲି….

() ଓଡ଼ିଆ ସିନେଜଗତର ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ ଶ୍ରୀ ଗୁଡ୍‌ଲି ରଥ ଆଜି ଓଡ଼ିଶା ପ୍ରଭାରୀ ଡ. ଏ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ଦଳରେ ଯୋଗଦାନ କଲେ । ଡ. ଏ ଚେଲ୍ଲା କୁମାର ଓ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଶ୍ରୀ ରଥ ଏବଂ ସୁନାମଧନ୍ୟା କଣ୍ଠଶିଳ୍ପ ପମି ମିଶ୍ର, ରଶ୍ମିତା ସାହୁ ଏବଂ କାକଟପୁର ନିର୍ବାଚନ ମଣ୍ଡଳୀର ସ୍ୱଳ୍ପଲିପ୍ସା ମହାନ୍ତି, ବିଶ୍ୱଜିତ ଲେଙ୍କା ଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଶ୍ରୀଯୁକ୍ତ ଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ଶ୍ରୀ ଶରତ ରାଉତ, ଶ୍ରୀ ଗେଣେଶ୍ୱର ବେହରା, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ସନ୍ତୋଷ ସିଂ ସାଲୁଜା, ରାଜନ ଏକ୍କା, ଅଧିରାଜ ମୋହନ ପାଣିଗ୍ରାହୀ, ରମେଶ ଜେନା ଓ ବହୁ କଂଗ୍ରେସ ନେତୃବର୍ଗ ଉପସ୍ଥିତ ଥିଲେ ।

ବିଶୃଙ୍ଖଳାକାରୀଙ୍କୁ ଆଉ ନିସ୍ତାର ନାହିଁ…

{} ବିଶୃଙ୍ଖଳାକାରୀଙ୍କୁ ଆଉ ନିସ୍ତାର ନାହିଁ,

ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

() ବିଶୃଙ୍ଖଳା ଓ ବିଶୃଙ୍ଖଳାକାରୀଙ୍କୁ କୌଣସି ପରିସ୍ଥିତିରେ ଆଉ ବରଦାସ୍ତ କରାଯିବ ନାହିଁ । ସେମାନଙ୍କ ବିରୋଧରେ ଅତି କୋଠୋରୁ କୋଠୋରୁ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦଳ ବଡ଼ ବ୍ୟକ୍ତି ବଡ଼ ନୁହେଁ । ଆଜି ଯେଉଁମାନେ ନିଜକୁ ବହୁ ବଡ଼ ବଡ଼ ନେତାବୋଲି କହୁଛନ୍ତି ସେ ସମସ୍ତେ କଂଗ୍ରେସ ଦଳ ଯୋଗୁଁ ଆଜି ସମାଜରେ ଏହି ସ୍ଥିତିରେ ପଂହଚିଛନ୍ତି । କଂଗ୍ରେସ ଦଳ ଯୋଗୁଁ ବିଧାୟକ, ସାଂସଦ, ମନ୍ତ୍ରୀ ଇତ୍ୟାଦି ହୋଇଛନ୍ତି । ସମାଜରେ ସେମାନଙ୍କର ପରିଚୟ କଂଗ୍ରେସ ଦଳ ଦେଇଛି । କିନ୍ତୁ ଏବେ କିଛି ଲୋକ ନିଜକୁ ଦଳ ଠାରୁ ବହୁତ ବଡ଼ ବୋଲି ଗଣମାଧ୍ୟମରେ କହି ବୁଲୁଛନ୍ତି ଦଳର ଏବଂ ଦଳୀୟ ନେତୃବର୍ଗଙ୍କୁ ଗଣମାଧ୍ୟମରେ ଏବଂ ବିଭିନ୍ନ ମାଧ୍ୟମରେ ନିନ୍ଦିତ କରୁଛନ୍ତି ଏବଂ କରିବାର ପ୍ରୟାସ ଜାରି ରଖିଛନ୍ତି । ତଦ୍ୱାରା କଂଗ୍ରେସ ଦଳ ସାମୁହିକ ଭାବରେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି ଏବଂ ଜନମାନସରେ କଂଗ୍ରେସ ଦଳ ପ୍ରତି ଏକ ନୈରାଶ୍ୟ ମନୋଭାବ ଏହି ନେତୃବର୍ଗଙ୍କ ଦ୍ୱାରା ସୃଷ୍ଟି ହେଉଛି ବୋଲି ଆଜି ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ହାତ ସେ ହାତ ଯୋଡ଼ ଅଭିଯାନର ପ୍ରସ୍ତୁତି ବୈଠକ ରେ ଯୋଗଦେଇ କହିଛନ୍ତି । ଚେଲ୍ଲା କୁମାର କହିଲେ ଯେ ଆଜି ଯେଉଁମାନେ ଦଳ ଠାରୁ ନିଜକୁ ଡେଙ୍ଗା ଭାବୁଛନ୍ତି ୪୦ ବର୍ଷ ପୂର୍ବରୁ ସେମାନଙ୍କର ସ୍ଥିତି ଓ ସାମାଜିକ ପରିଚୟ କ’ଣ ଥିଲା ତାହା ସେମାନେ ଆତ୍ମ ସମୀକ୍ଷା କରିବା ଦରକାର । ଏବେ ସମୟ ଆସିଛି କଂଗ୍ରେସ ଦଳକୁ ଓଡ଼ିଶାରେ ମଜବୁତ କରାଯିବ ଏବଂ ଓଡ଼ିଶାର ଜନସାଧାରଣଙ୍କୁ ଦୀର୍ଘ ୨୨ ବର୍ଷର ଅତ୍ୟାଚାର ଓ କୁଶାସନ ଏବଂ କେନ୍ଦ୍ରର ଏକ ୯ ବର୍ଷର ଜନବିରୋଧି ସରକାରଙ୍କୁ ବରଖାସ୍ତ କରିବାପାଇଁ ସସସ୍ତ ରଣକୌଶଳ ଓ ପ୍ରଚେଷ୍ଟା କରାଯିବ । ଯେଉଁମାନେ ଶୃଙ୍ଖଳା ଭଙ୍ଗ କରୁଛନ୍ତି ଏବଂ ଏହି କାର୍ଯ୍ୟ ବାରମ୍ବାର କରିଚାଲିଛନ୍ତି ସେମାନଙ୍କର ଆଉ ନିସ୍ତାର ନାହିଁ । ଓଡ଼ିଶାର ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ ଜିଲ୍ଲା ଏବଂ ବ୍ଲକସ୍ତରର ନେତୃବର୍ଗ ଏପରିକି ରାଜ୍ୟସ୍ତରୀୟ ନେତୃବର୍ଗଙ୍କର ଆଶା, ଆଙ୍କାକ୍ଷା, ବିଶ୍ୱାସ ଓ ଭରଷାକୁ ଧୂଳିସାତ କରିବାକୁ ଦିଆଯିବ ନାହିଁ । ଆସନ୍ତା ଜାନଆରୀ ୨୬ ତାରିଖ ପାଖରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ବୁଥ, ଗାଁ, ପଂଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ ହାତକୁ ହାତ ଯୋଡ଼ କାର୍ଯ୍ୟକ୍ରମ ଜାରି ରଖାଯିବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ଗାଁର କଂଗ୍ରେସ କର୍ମୀ, ଜନସାଧାରଣ, ବୁଦ୍ଧିଜୀବି, କୃଷକ, ଆଦିବାସୀ, ଅନୁସୂଚିତ ଜନଜାତି ଏବଂ ବିଶେଷ କରି ମହିଳାମାନଙ୍କ ସହିତ ସିଧାସଳଖ ଯୋଡ଼ି ହେବ କଂଗ୍ରେସ । କଂଗ୍ରେସ ପତାକା ପ୍ରତ୍ୟେକ ଗାଁର ଉତୋଳନ କରାଯିବ । ଓଡ଼ିଶାର ୨୨ ବର୍ଷର ବିଜେଡ଼ି ସରକାର ଏବଂ ୯ ବର୍ଷର କେନ୍ଦ୍ରର ବିଜେପି ସରକାରର ସମସ୍ତ ବିଫଳତା, ଜନମାରଣନୀତି, ପ୍ରତାରଣାକୁ ଲୋକମାନଙ୍କ ପାଖରେ ରଖାଯିବ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ସଭାରେ ନେତୃବର୍ଗଙ୍କୁ ସମ୍ବୋଧିତ କରି କହିଲେ ଯେ ଓଡ଼ିଶାରେ ଯୁବକ ଯୁବତୀ ନିମ୍ନ ଆୟକାରୀ ବର୍ଗ, ଆଦିବାସୀ, ଅନୁସୂଚିତ ଜାତି, କୃଷକ, ମଧ୍ୟଆୟକାରୀ ବର୍ଗ ଆଜି ସମସ୍ତେ ଅତ୍ୟନ୍ତ ଦୁଃଖଦ ପରିସ୍ଥିତ ଦେଇ ଗତି କରୁଛନ୍ତି । ଶୃଙ୍ଖଳା ବିନା ପ୍ରଗତି ସମ୍ଭବ ନୁହେଁ । ସଫଳତା କାହା ପାଖକୁ ଆସେ ନାହିଁ । ସଫଳତାକୁ ପାଇବାପାଇଁ ବହୁ କିଛି ତ୍ୟାଗ କରିବାକୁ ପଡ଼େ । ଯେଉଁମାନେ କଂଗ୍ରେସ ଡିଲ କରିଥିବା କଥା କହୁଛନ୍ତି ମୁଁ ଆଉଥରେ କହୁଛି କଂଗ୍ରେସ ଦଳର କୌଣସି ନେତୃବର୍ଗ କାହାରି ସହିତ ଡିଲ କରିନାହାନ୍ତି ବା କରନ୍ତି ନାହିଁ । କଂଗ୍ରେସର ଜିନ ସହିିତ ସେମାନେ ପରିଚିତ ନୁହନ୍ତି ବୋଧେ । ଓଡ଼ିଶାରେ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଆମକୁ ଲୋକଙ୍କ ପାଇଁ ପ୍ରତ୍ୟେକ ସ୍ତରରେ ସ୍ୱରଉତୋଳନ କରିବାର ଅଛି । ଆମେ ନିଜକୁ ଯେପର୍ଯ୍ୟନ୍ତ ଜନତା ଜନାଦନଙ୍କର ପ୍ରକୃତ ହିତୌଷି ଏବଂ ସେବକରୂପେ ପ୍ରତିପାଦନ କରିପାରୁ ନାହୁଁ ସେ ପର୍ଯ୍ୟନ୍ତ ଆମକୁ ଅଧିକରୁ ଅଧିକ ଶୃଙ୍ଖଳିତ ହୋଇ ପରିଶ୍ରମ କରିବାକୁ ପଡ଼ିବ । ଆଜି ହାତ ସେ ହାତ ଯୋଡ଼ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ସଭାପତିମାନେ ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ସଂପାଦନ କରିବାପାଇଁ ତାଙ୍କର ମତାମତ ଦେଇଥିଲେ । ମହିଳା, ଯୁବ, ଛାତ୍ର ଓ ବିଭିନ୍ନ ପ୍ରକୋଷ୍ଠର ନେତୃବର୍ଗ ମାନେ ମଧ୍ୟ ତାଙ୍କର ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଶରତ ରାଉତ, ସୁରେଶ କୁମାର ରାଉତରାୟ, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ରାଜନ ଏକା, ଅଧିରାଜ ମୋହନ ପାଣିଗ୍ରାହୀ, ବନ୍ଦିତା ପରିଡ଼ା, ୟାସିର ନୱାଜ, ଭୁଜବଳ ମାଝୀ ଏବଂ ଜିଲ୍ଲା କଂଗ୍ରେସ ସଭାପତି ସଭାପତି ଏବଂ ବରିଷ୍ଠ କଂଗ୍ରେସ ନେତୃବର୍ଗ ଉପସ୍ଥିତ ଥିଲେ ।

ଖଣ୍ଡପଡାରେ “ମୁଁ ବଘେଲ” ପକ୍ଷରୁ ପଠାଣି ସାମନ୍ତଙ୍କ ୧୮୮ ତମ ଜୟନ୍ତୀ ଅନୁଷ୍ଠିତ…

() ବିଶ୍ୱ ବିଖ୍ୟାତ ଜ୍ୟୋର୍ତିବିଦ ପଠାଣି ସାମନ୍ତଙ୍କ ୧୮୮ ତମ ଜନ୍ମ ଜୟନ୍ତୀ ଖଣ୍ଡପଡା ସ୍ଥିତ “ମୁଁ ବଘେଲ” ପରିବାର ପକ୍ଷରୁ ଆୟୋଜିତ ହୋଇଯାଇଛି । ଖଣ୍ଡପଡ଼ା ସ୍ଥିତ ରାଜବାଟୀ ପରିସରର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ “ମୁଁ ବଘେଲ ପରିବାର” ମିଳିତ ଆନୁକୂଲ୍ୟରେ ଚଳିତ ମାସ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ।ଚଳିତ ବର୍ଷ ପୌଷ ମାସ କୃଷ୍ଣ ଅଷ୍ଟମୀ ତିଥି ଅନୁଯାୟୀ ସାମନ୍ତଙ୍କ ଜନ୍ମ ଜୟନ୍ତୀ ପାଳନ କରାଯିବା ସହ ଏହି ଅବସରରେ “ବଘେଲ ସମ୍ମାନ ୨୦୨୨-୨୩” ମଧ୍ୟ ପ୍ରଦାନ କରାଯାଇଛି ।

କାର୍ଯ୍ୟକ୍ରମର ପ୍ରଥମ ଦିନରେ ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ଝୋଟି ଓ ବକ୍ତୃତା ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସଭା ଆରମ୍ଭ ହେବା ପୂର୍ବରୁ ରଥଗଡ଼ାଛକ ଠାରେ ଥିବା ସାମନ୍ତଙ୍କ ପ୍ରତିମୂର୍ତୀରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅପରାହ୍ଣରେ ଆୟୋଜିତ ସଭାରେ କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ସାମନ୍ତଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଆଇନଜୀବୀ ତଥା ସ୍ତମ୍ଭକାର ଶ୍ରୀ ଗିରିଜା ଶଙ୍କର ତରାସିଆ, ସାହିତିଁକ କୁଳମଣି ଷଢ଼ଙ୍ଗୀ ଓ ମୁଁ ବଘେଲ୍ ପରିବାରର ଆବାହକ ଶ୍ରୀ ଧନେଶ୍ୱର ମହାପାତ୍ର ପ୍ରମୁଖ ମଂଚାସିନ ଥିଲେ ।
ସେହିପରି ଦ୍ୱିତୀୟ ଦିନ ତଥା ୧୬ ତାରିଖ ସାମନ୍ତଙ୍କ ଜନ୍ମ ଜୟନ୍ତୀରେ ବିଶିଷ୍ଟ ବୈଜ୍ଞାନିକ ତଥା ଏସିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥର କୁଳପତି ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ତିରୁପତି ସ୍ଥିତ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟିାଳୟର କୁଳାନୁଶାସକ ତଥା ସାହିତ୍ୟ ବିଭାଗର ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ରୂପେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ପୂର୍ବତନ ଉପ-ବାଚସ୍ପତି ତଥା ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ, ପଣ୍ଡିତ ମନୋଜ ଦାଶ, ଅଧିବକ୍ତା ତଥା ସ୍ତମ୍ଭକାର ଶ୍ରୀ ଗିରିଜା ଶଙ୍କର ତରାସିଆ, ମୁଁ ବଘେଲର ଆବାହକ ଶ୍ରୀ ଧନେଶ୍ୱର ମହାପାତ୍ର ଓ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଶିଶିର କୁମାର ସାହୁ ପ୍ରମୁଖ ମଂଚାସିନ ଥିଲେ । କାର୍ଯ୍ୟକ୍ରମରେ ଅତିଥିମାନେ ବିଶ୍ୱ ବିଖ୍ୟାତ ଜ୍ୟୋର୍ତିବିଦ୍ ପଠାଣି ସାମନ୍ତଙ୍କ ସ୍ମୃତିଚାରଣ କରିଥିଲେ । ସାହିତ୍ୟିକ କୁଳମଣି ଷଢ଼ଙ୍ଗୀ ସଭାରେ ପୌରହିତ୍ୟ କରିଥିଲେ । ଆଇନଜୀବୀ ତଥା ଅନୁଷ୍ଠାନର ସମ୍ପାଦକ ଶ୍ରୀ ବିକ୍ରମ କେଶରୀ ଦେଓ ଅତିଥି ପରିଚୟ ପ୍ରଦାନ କରିବା ସହ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ ।

ଡିସେମ୍ବର ୧୬ ତାରିଖ ଦିନ ଏହି କାର୍ଯ୍ୟକ୍ରମ ଅବସରରେ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା ।
କାର୍ଯ୍ୟକ୍ରମ ପ୍ରଥମ ଦିନରେ ଖଣ୍ଡପଡ଼ା ଅଚଂଳର ଦିବଂଗତ କଳାକାର କଟାକ୍ଷ କିଶୋର ଭାବେ ପରିଚିତ ଶ୍ରୀ କିଶୋର ରଥ ଏବଂ ଧୁମ୍ପା ସଂଗୀତରେ ସ୍ୱତନ୍ତ୍ର ଅବଦାନ ନିମନ୍ତେ ସ୍ୱର୍ଗତ ସୁରେଶ ମହାପାତ୍ର ଏବଂ ସ୍ୱର୍ଗତ ଗିରିଧାରୀ ବାରିକ ଏବଂ ଦ୍ୱିତୀୟ ସାଲବେଗ ଭାବେ ପରିଚିତ ସ୍ୱର୍ଗତ ଭିକାରୀ ମହମ୍ମଦଙ୍କ ସମେତ ଅନ୍ୟ ଦିବଂଗତ କଳାକାରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଂଗୀତ ଆସର ଅନୁଷ୍ଠିତ ହୋଇଥିଲା । ଏଥି ସହିତ ବ୍ୟଙ୍ଗ କବି ଜ୍ଞାନ ହୋତା ଓ ଅନ୍ୟ ବ୍ୟଙ୍ଗ କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହପରି କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଅନ୍ତଃରାଷ୍ଟ୍ରୀୟ ଖ୍ୟାତି ସମ୍ପନ୍ନା ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ କଳିଙ୍ଗାୟନ ତୌର୍ଯ୍ୟତ୍ରୀକମ୍‌, ଭୁବନେଶ୍ୱରର କଳାମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ଓ ଫ୍ରାନ୍ସରୁ ଆସିଥିବା ଓଡ଼ିଶୀ ନୃତ୍ୟାଙ୍ଗନା ବାର୍‌ବରା ଖଣ୍ଡାପଡା ଆସି ସାମନ୍ତ ଜୟନ୍ତୀରେ ପହଂଚିବା ଏହି ଉତ୍ସବକୁ ଅଧିକ ସରସ ସୁନ୍ଦର କରିଥିଲା । ଖଣ୍ଡପଡ଼ା ଗଡଜାତ କଳା ସଂସ୍କୃତି ସହିତ ଓଡ଼ିଶୀ ନୃତ୍ୟ ଏବଂ ଓଡ଼ିଶାର ସଂସ୍କୃତିକୁ ନେଇ ଗବେଷଣା କରିବା ସମସ୍ତ ଉପସ୍ଥିତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମୁଁ ବଘେଲ୍ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସେ ମଧ୍ୟ ଅନୁରୂପ ଭାବେ ଖଣ୍ଡପଡ଼ାର କୁନି କୁନି ପ୍ରତିଭାଙ୍କୁ ସମ୍ମାନିତ କରିଥିଲେ ।

କାର୍ଯ୍ୟକ୍ରମ ଶେଷରେ ଖଣ୍ଡପଡାର ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
ଶ୍ରୀ ସିଂହଙ୍କ ତତ୍ୱାବଧାନରେ ଦୁଇ ଦିନ ଧରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସ୍ଥାନୀୟ ଅଂଚଳର ଶତାଧିକ ଜନସାଧାରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ପୁରୀରେ ପ୍ରତିଷ୍ଠା ଦିବସ ପାଳିବ ବିଜେଡ଼ି: ବର୍ଷ ସାରା କାର୍ଯ୍ୟକ୍ରମ ସ୍ଥିର କଲେ ନବୀନ….

() ବିଜେଡ଼ି ତାର ପ୍ରତିଷ୍ଠା ଦିବସକୁ ପୁରୀରେ ରାଜ୍ୟବ୍ୟାପୀ ପାଳନ କରିବ l ଏନେଇ ଆଜି ଦଳ ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା ୨୬ରେ ତାରିଖ ପ୍ରତିଷ୍ଠା ଦିବସକୁ ବ୍ଲକସ୍ତରରୁ ରାଜ୍ୟସ୍ତରୀୟ ଯାଏ ନେତାଏ ସାମିଲ ହେବେ । ବିଜେଡ଼ି କୁ ୨୫ ବର୍ଷ ପୁରିଛି l ଏହି ପୂତ୍ତିକୁ ପାଳନ କରିବା ପାଇଁ ଦଳ ଖସଡ଼ା ପ୍ରସ୍ତୁତ କରିଛି l ବିକାଶ ସହ ଜନସେବା ମୂକଳ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନୀତି କରିବାକୁ ଦଳ ନିଷ୍ପତି ନେଇଛି । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେଶ କ୍ରମେ ବର୍ଷେବ୍ୟାପୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜେଡ଼ି ବିଧାୟକ ଅରୁଣ ସାହୁ ଓ ଛାମୁଆ ସଂଗଠନର ନେତାମାନେ ।

ଡ଼ିସେମ୍ବର ୨୬ ତାରିଖ ବିଜେଡ଼ିର ପ୍ରତିଷ୍ଠା ଦିବସ । ୨୫ ବର୍ଷ ଦଳକୁ ପୁରୀଥିବାରୁ ଏହାକୁ ସ୍ମରଣୀୟ କରିବାକୁ ବଡ଼ଧାରଣ ଆୟୋଜନ କରିବାକୁ ନେତାଏ ଅଣ୍ଟା ଭିଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେଶକ୍ରମେ ପ୍ରତିଷ୍ଠଟ ଦିବସକୁ ରାଜ୍ୟସୗ୍ତରୀୟ ପାଳନ କରିବାକୁ ଆରମ୍ଭ ହୋଇଛି ସଜବାଜ । ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଆଜି ଦଳର ବରିଷ୍ଠ ଓ କନିଷ୍ଠମାନେ ପ୍ରସ୍ତୁତ ବୈଠକରେ ଏକଜୁଟ ହୋଇଛନ୍ତି । ବରିଷ୍ଠ ବିଜେଡ଼ି ଉପସଭପତି ଦେବୀ ମିଶ୍ରଙ୍କ ସରକାରୀ ବାସଭବନରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚୀୟ ନାୟକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ପ୍ରଣବ ବଳବନ୍ତରାୟ, ସ୍ନେହାଙ୍ଗୀନି ଛୁରିଆଙ୍କ ସମେତ ୧୫ରୁ ଅଧିକ ନେତା ଏକାଠି ହୋଇଛି ପ୍ରତିଷ୍ଠା ଦିବସକୁ ସଫଳ କରିବା ଉପରେ ଆଲୋଚନା କରିଛନ୍ତି । ଏହାପରେ ବୈଠକ ନେତାଏ ସିଧାସଳଖ ନବୀନ ନିବସ ଯାଇ ସୁପ୍ରିମୋଙ୍କ ସହ ଆଲୋଚନା କରିଥିଲେ । ଖୁବଶୀଘ୍ର ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଦଳ ଘୋଷଣା କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ୧୯୯୭ ମସିହା ଡ଼ିସେମ୍ବର ୨୬ ତାରିଖ ବିଜେଡ଼ିର ପ୍ରତିଷ୍ଠା ହୋଇଥିଲା । ଏହାରି ଭିତରେ ୨୦୦୦ ମସିହାର ଯାଏ ରାଜ୍ୟବାସୀଙ୍କୁ ସ୍ଥିର ସରକାର ଦେଇଛି ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଢେ ଚାରିକୋଟି ଓଡ଼ିଆ ମୋ ପରିବାର ସଂକଳ୍ପ ନେଇ ଦଳ ରାଜ୍ୟବାସୀଙ୍କ ସେବା କରିଆସୁଛି । ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ଲୋକାଭିମୁଖୀ ଯୋଜନା ଦେଶରେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ରାଜ୍ୟଭାବେ ପରିଣତ କରିଛି । ତେଣୁ ପ୍ରତିଷ୍ଠା ଦିବସରେ ୨୫ ବର୍ଷର ସେବାକୁ ପାଥେୟ କରି ଦଳ ଆଗକୁ ବଢିବ ବୋଲି ମନ୍ତ୍ରୀ ଓ ବିଧାୟକ କହିଛନ୍ତି । ପୁରୀରେ ବିଜେଡ଼ି ରାଜ୍ୟବ୍ୟାପୀ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଲକ୍ଷ୍ୟ ରଖିଛି । ଏହି ପ୍ରତିଷ୍ଠା ଦିବସରେ ରକ୍ତଦାନ, ବୃକ୍ଷରୋପଣ ଠାରୁ ଆରମ୍ଭ କରି ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ଅଧିକ କରାଯିବ ସହ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଧାମନଗର ଓ ପଦ୍ମପୁର ବିଧାନସଭା ଉପନିର୍ବାଚନ ଫଳାଫଳ ସଂପର୍କରେ ପିସିସି ଅନୁଧ୍ୟାନ କମିଟି ଗଠିତ…

()  ଭଦ୍ରକ ଜିଲ୍ଲାର ଧାମନଗର ବିଧାନସଭା ଓ ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ଉପନିର୍ବାଚନର ଫଳାଫଳ ସଂପର୍କରେ ଅନୁଧ୍ୟାନ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଦୁଇଗୋଟି ପୃଥକ ପୃଥକ କମିଟି ଗଠନ କରିଛନ୍ତି । ଧାମନଗର ନିର୍ବାଚନ ମଣ୍ଡଳୀ ନିମନ୍ତେ କଂଗ୍ରେସ ନେତା ସର୍ବଶ୍ରୀ ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ବିଭୂତି ଭୂଷଣ ମିଶ୍ର, ସାଧାରଣ ସଂପାଦକ ଶ୍ରୀ କିଶୋର ଜେନା ରହିଥିବା ବେଳେ ପଦ୍ମପୁର ବିଧାନସଭା ନିମନ୍ତେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ପିସିସି ସଂପାଦକ ଦୁର୍ଗା ପାଢ଼ୀ ରହିଛନ୍ତି । ଉପରୋକ୍ତ କମିଟି ଖୁବ୍‌ଶୀଘ୍ର ସଂପୃକ୍ତ ଜିଲ୍ଲା ସଭାପତିଙ୍କ ସହ ଯୋଗାଯୋଗ କରି ନିଜ ଦାୟୀତ୍ୱରେ ଥିବା ନିର୍ବାଚନ ମଣ୍ଡଳୀ ଗସ୍ତକରିବେ । ସେଠାରେ ସଂପୃକ୍ତ ଜିଲ୍ଲା କଂଗ୍ରେସ ସଭାପତି, ସ୍ଥାନୀୟ ବିଧାୟକ ପ୍ରାର୍ଥୀ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ଦଳୀୟ କର୍ମକର୍ତା, କର୍ମୀ ଓ ବିଭିନ୍ନ ବର୍ଗର ବ୍ୟକ୍ତି ବଶେଷଙ୍କୁ ଭେଟି ଓ ଆଲୋଚନା କରି ଫଳାଫଳ ସଂପର୍କରେ ଏକ ସବିଶେଷ ରିପୋର୍ଟ ଆଗାମୀ ୭ଦିନ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଦାଖଲ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

ପରିମଳ ଉପରେ ସାର୍ଟିଫିକେଟ୍ ପାଠ୍ୟକ୍ରମ ଆରମ୍ଭ….

() ଟୁଲିପ୍ ଇଣ୍ଟର୍ଣ୍ଣମାନଙ୍କ ପାଇଁ ସହରାଞ୍ଚଳ ଓଡ଼ିଶାରେ ପରିମଳ ମୂଲ୍ୟ ଶୃଙ୍ଖଳା ଶୀର୍ଷକ ତିନି ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ଗତକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଓଡ଼ିଶା ଜଳ ଏକାଡେମୀର ସହରାଞ୍ଚଳ ପରିଚାଳନା କେନ୍ଦ୍ର (ୟୁଏମ୍ସି) ସହୟୋଗରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ପ୍ରଥମ ପ୍ରଶିକ୍ଷଣ ମଡ୍ୟୁଲର ଶୁଭାରମ୍ଭ ଏଚ୍ ଆଣ୍ଡ ୟୁଡିର ପ୍ରମୁଖ ସଚିବ ଜି. ଭାଥନନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ମାଥି ଭାଥନନ କହିଥିଲେ ଯେ ୩ ମାସର ସାର୍ଟିଫିକେଟ୍ ପାଠ୍ୟକ୍ରମରେ ଟୁଲିପ୍ ଇଣ୍ଟରନ୍ୟାସନାଲର ଅନନ୍ୟ ଶିକ୍ଷଣ ସୁୟୋଗ ଏବଂ ମ୍ୟୁନିସିପାଲ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ବାସ୍ତବ ଦୁନିଆର ଜ୍ଞାନ ପ୍ରଦାନ କରିବା ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାୟାଇଛି। ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବା ଦିଗରେ ପରିବର୍ତ୍ତନ ଆଣିବା ଲାଗି ପ୍ରଶିକ୍ଷିତ ଯୁବକମାନଙ୍କ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମରେ ଦକ୍ଷତା, ପ୍ରତିବଦ୍ଧତା ଏବଂ ନିରନ୍ତର ପ୍ରୟାସ ପ୍ରଦର୍ଶନ କରୁଥିବା ଇଣ୍ଟର୍ନମାନଙ୍କୁ ପରିମଳ ପେସାଦାର ଭାବେ ବଜାୟ ରଖାୟାଇପାରିବ। ସେ ସ୍ପଷ୍ଟ କରିଥିଲେ ଯେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସହରାଞ୍ଚଳ ପରିମଳ କ୍ଷେତ୍ରରେ ଜ୍ଞାନ, ବ୍ୟବହାରିକ ଅଭିଜ୍ଞତା ପ୍ରଦାନ କରିବା, ଯାହା ସେମାନଙ୍କ ବୃତ୍ତିଗତ ଦକ୍ଷତାରେ ଉନ୍ନତି ଆଣିବ ଏବଂ ଅନ୍ତେବାସୀମାନଙ୍କୁ ନିୟୁକ୍ତି ସୁୟୋଗ ପ୍ରଦାନ କରିବ।

ଏହା ହେଉଛି ଟୁଲିପ୍ ଇଣ୍ଟର୍ନମାନଙ୍କ ପ୍ରଥମ ବ୍ୟାଚ୍, ଯାହାକୁ ଜ୍ଞାନ, ଦକ୍ଷତା, ଟୁଲ୍ କିଟ୍ ଏବଂ ସାମାଜିକ ଦକ୍ଷତାରେ ସଜ୍ଜିତ କରିବା ପାଇଁ ତାଲିମ୍ ଦିଆୟିବ, ପ୍ରସ୍ତୁତ କରାୟିବ ଏବଂ ପରାମର୍ଶ ଦିଆୟିବ। ଏହି କାର୍ଯ୍ୟକ୍ରମ ରାଜ୍ୟର ୧୧୫ଟି ୟୁଏଲବିରେ ୫୦୦ ପ୍ରଶିକ୍ଷିତ ପରିମଳ ପେସାଦାରଙ୍କ କ୍ୟାଡର ସୃଷ୍ଟି କରିବ, ଯେଉଁମାନେ ସହରାଞ୍ଚଳରେ କଠିନ ଏବଂ ତରଳ ବର୍ଜ୍ୟବସ୍ତୁର ପ୍ରଭାବୀ ପରିଚାଳନା ସୁନିଶ୍ଚିତ କରିବା ପାଇଁ ପରିମଳ ବିଶେଷଜ୍ଞ ଭାବେ କାର୍ଯ୍ୟ କରିବେ।

ଏକ ତ୍ରିପାକ୍ଷିକ ଏମଓୟୁ ଏଚ ଆଣ୍ଡ ୟୁଡି ବିଭାଗ, ଓଡ଼ିଶା ଜଳ ଏକାଡେମୀ ଏବଂ ଅର୍ବାନ ମ୍ୟାନେଜମେଣ୍ଟ ସେଣ୍ଟର ମଧ୍ୟରେ ଶ୍ରୀ ଭାଥନନଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଥିଲା ଯାହା ଶିକ୍ଷାଶାସ୍ତ୍ରର ଡିଜାଇନ୍ ପାଇଁ ବୈଷୟିକ ସହାୟତା ପ୍ରଦାନ କରିବ, ଟ୍ୟୁଲିପ ଅନ୍ତେବାସୀଙ୍କ ପ୍ରଶିକ୍ଷଣ ମଡ୍ୟୁଲ ଏବଂ ଦକ୍ଷତା ବୃଦ୍ଧି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସଫଳତାର ସହ ସାମିଲ ହେବା ପରେ, ଜଳ ଓ ପରିମଳ କ୍ଷେତ୍ରରେ ଟ୍ରାନ୍ସଜେଣ୍ଡରମାନେ ଯୁବ ନୂତନ ସ୍ନାତକ/ସ୍ନାତକୋତ୍ତରଙ୍କ ଦକ୍ଷତା ବୃଦ୍ଧି କରିବା ସହ ସହରାଞ୍ଚଳ ପରିମଳର ମୁଖ୍ୟ ସ୍ରୋତରେ ସାମିଲ ହେବାର ପ୍ରୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ କଲ୍ୟାଣ କୁମାର ରଥ, ଜଳ ଏକାଡେମୀର ନିଦେ୍ର୍ଦଶକ ଡକ୍ଟର ଶାନ୍ତନୁ ରଥ, ଅହମଦାବାଦ ସ୍ଥିତ ୟୁଏମ୍ସିର ନିଦେ୍ର୍ଦଶିକା ସୁଶ୍ରୀ ମାନଭିତା, ୟୁଏମ୍ସିର ଯୋଜନା ମୁଖ୍ୟ ଶ୍ରୀ ରାଓଙ୍କ ସମେତ ଅନ୍ୟାନ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଦଶ ଟି ଗ୍ରାମରେ ୨୨ଟି ପ୍ରଶିକ୍ଷଣ ଶିବିର ଆୟୋଜନ କଲେ ଛାତ୍ରଛାତ୍ରୀ…

{} ସୋଆ କୃଷି ମହାବିଦ୍ୟାଳୟର ଗ୍ରାମ ସଂଯୋଗୀକରଣ କର୍ମଶାଳା ଉଦ୍‌ଯାପିତ

 ଦଶ ଟି ଗ୍ରାମରେ ୨୨ଟି ପ୍ରଶିକ୍ଷଣ ଶିବିର ଆୟୋଜନ କଲେ ଛାତ୍ରଛାତ୍ରୀ।

ଏକ ମାସ ବ୍ୟାପୀ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ।

()  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର ଉପକଣ୍ଠ ସ୍ଥିତ ୧୦ ଟି ଗ୍ରାମରେ ଗ୍ରାମ ସଂଯୋଗୀକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୭ ନଭେମ୍ବରରୁ ୧୩ ଡିସେମ୍ବର, ଗୋଟିଏ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଚତୁର୍ଥ ବର୍ଷର ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର ଉପକଣ୍ଠରେ ଥିବା କୁଜିମହଲ, ଶିମିଳିପାଟଣା, ମେଣ୍ଢାଶାଳ, ଛତାବର, ଗିରିଙ୍ଗାପୁଟ, ଦାସପୁର, କାଟେଣି, କଂଟାବାଡ, ଭୋଳା ଓ ଅନ୍ଧାରୁଆ ପ୍ରଭୃତି ଗ୍ରାମକୁ ସାମିଲ କରାଯାଇଥିଲା ।

ଛାତ୍ରଛାତ୍ରୀମାନେ ଏହି ଗ୍ରାମଗୁଡ଼ିକୁ ପରିଦର୍ଶନ କରିବା ସହ ଗ୍ରାମର ସାମାଜିକ, ଅର୍ଥନୈତିକ ଓ କୃଷିଭିତିକ ତଥ୍ୟ ଆଧାରରେ ରେଖାଚିତ୍ରମାନ ପ୍ରସ୍ତୁତ କରିଥିଲେ । ଏଥି ସହିତ କୃଷି ଓ କୃଷିଜାତ ଉତ୍ପାଦମାନଙ୍କର ବିକ୍ରୟ ଓ ବଜାରୀକରଣ ବିଷୟରେ ଅଗ୍ରଣୀ କୃଷକମାନଙ୍କ ସହ ଆଲୋଚନା କରି ସେମାନଙ୍କର କ୍ଷେତ୍ର ପରିଦର୍ଶନ କରିଥିଲେ । ଗ୍ରାମରେ ଏବେ ଅନୁଭୂତ ହେଉଥିବା କୃଷି ପ୍ରତି ବିମୁଖତାର କାରଣ, ଧାନ ଓ ପନିପରିବା ଫସଲର ବୈଜ୍ଞାନିକ ପଦ୍ଧତିରେ ଚାଷ ଓ ଏହାର ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ପର୍ଯ୍ୟାଲେଚନା ମଧ୍ୟ କରାଯାଇଥିଲା ।

ଚଳିତ ମାସରେ ପାଳିତ ହୋଇଥିବା ବିଶ୍ୱ ମୃତିକା ଦିବସରେ ମଧ୍ୟ ସବୁ ଗ୍ରାମରେ କୃଷକ ଓ ଅନ୍ୟାନ୍ୟ ଗ୍ରାମବାସୀମାନଙ୍କୁ ନେଇ ମୃତିକାର ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର ମାନସ ପଟେଲ, ଡକ୍ଟର ସିମନ୍ତିନି ଶାସନୀ, ଡକ୍ଟର ସୌମ୍ୟା ମିଶ୍ର, ଡକ୍ଟର ରାମ ପ୍ରସାଦ ନନ୍ଦି, ଡକ୍ଟର ସବ୍ୟସାଚୀ ପ୍ରଧାନ, ଅଧ୍ୟାପକ କୁମାର ସମ୍ଭବ ଗିରି, ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ସୂର୍ଯ୍ୟ ସିଦ୍ଧାନ୍ତ ରଥ, ସୁଶ୍ରୀ ସୁଦର୍ଶନା କର, ଦୀପ୍ତନୁ ଦତ, ଡକ୍ଟର ପ୍ରଣୟ ରାୟ ପ୍ରମୁଖଙ୍କ ତତ୍ୱାବଧାନରେ ଏହି ସବୁ ଗ୍ରାମମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉନ୍ନତ ଓ ବୈଜ୍ଞାନିକ ଉପାୟ ଅବଲମ୍ବନରେ ହେଉଥିôବା ଆଧୁନିକ କୃଷି ଯଥା ଜୈବିକ ଚାଷ, ଅନ୍ତଃ ଚାଷ, ଗୋବର ଗ୍ୟାସ ଉତ୍ପାଦନ, ବିହନ ବିଶୋଧନ, ଛତୁ ଚାଷ, ଜିଆ ଖତ, ମହମାଛି ପାଳନ, ପତ୍ର ରଙ୍ଗ ଚାର୍ଟର ବ୍ୟବହାର, କନ୍ଦ ଜାତୀୟ ଫସଲ ଚାଷ ତଥା ବିଭିନ୍ନ ଫସଲରେ ସମନ୍ୱିତ ସାର, ରୋଗ, କୀଟ ପରିଚାଳନା ବିଷୟରେ ୨୨ଟି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।

ଏହି ଶିବିର ଗୁଡ଼ିକରେ ପ୍ରତି ଗ୍ରାମର ଅନେକ ଅଗ୍ରଣୀ କୃଷକ ଓ ଗ୍ରାମବାସୀମାନେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଏହି ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ବାସ୍ତବିକ ସଫଳ ହୋଇଛି ଓ ଏହାର ଉଦ୍ଦେଶ୍ୟ ସାଧିତ ହୋଇଛି ବୋଲି କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ଅକ୍ଳାନ୍ତ ପରିଶ୍ରମରେ ସଂଗୃହୀତ ତଥ୍ୟ ସବୁକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇ ଏହାକୁ ସରକାରୀ ସ୍ତରକୁ ପଠାଗଲେ କୃଷକମାନେ ନିଶ୍ଚୟ ଉପକୃତ ହେବେ ବୋଲି ସହକାରୀ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ଓ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଅଂଶୁମାନ ଜେନା କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସବୁ ଗ୍ରାମର ସରପଂଚ, କୃଷକ ସାଥୀଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସହାୟତା କରିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news