ବିଶ୍ଵକପ୍ ଜିତିଲେ ପ୍ରତି ଖେଳାଳିଙ୍କୁ ମିଳିବ ୧କୋଟି ଟଙ୍କା…

() ରାଉରକେଲାରେ ବିଶ୍ବର ସର୍ବ ବୃହତ ହକି ଷ୍ଟାଡିଅମ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ 

ହକିର ସ୍ବର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ବର ସବୁଠାରୁ ବଡ ଷ୍ଟାଡିଅମ ଓଡିଶା ମାଟିର ଗୌରବ ଗାନ କରୁଛି।

ବିଶ୍ଵ କ୍ରୀଡା ଈତିହାସ ରେ ଯୋଡି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ  

ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳି ପାଇବେ ଏକ କୋଟି ଟଙ୍କା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ସମଗ୍ର ଦେଶକୁ ଓଡିଶାର ସବୁଠାରୁ ଶ୍ରେଷ୍ଠ ଉପହାର – ମୁଖ୍ୟମନ୍ତ୍ରୀ।

{} ସାରା ଓଡିଶା ପାଇଁ ଆଜି ଆନନ୍ଦ ଓ ଉତ୍ସବର ଦିନ। ଖୁସିର ଦିନ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

ବିଶ୍ଵ କ୍ରୀଡା ଇତିହାସ ରେ ଯୋଡି ହେଲା ଏକ ସ୍ଵର୍ଣ୍ଣିମ ଅଧ୍ୟାୟ।ହକିକୁ ଭଲ ପାଉଥିବା ସମସ୍ତଙ୍କୁ, ଖେଳାଳୀ, ସାଧାରଣ ଜନତା, ଓଡିଶାର ହକିପ୍ରେମୀ ଦେଶର ହକି କ୍ରୀଡାବିତ୍‌ ସମସ୍ତଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡିଅମକୁ ମୁଁ ଉତ୍ସର୍ଗ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ହକିକୁ ଭଲ ପାଉଥିବା ସମସ୍ତଙ୍କୁ ହକି ବିଶ୍ଵ କପ୍ ଭବ୍ୟ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ। ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳିଙ୍କୁ ଏକ କୋଟି ଟଙ୍କା ଦିଆଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ଉପସ୍ଥିତ ଜନସାଧାରଣ ଓ କ୍ରୀଡାପ୍ରେମୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ଓଡିଶାର ସମଗ୍ର ଦେଶକୁ ସବୁଠାରୁ ଶ୍ରେଷ୍ଠ ଉପହାର। ଏହା ଭାରତକୁ ହକି କ୍ଷେତ୍ରରେ ଏକ ବଡ ଶକ୍ତି ଭାବରେ ଗଢି ତୋଳିବ ଏବଂ ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ହକି ଖେଳରେ ଦେଶ ଏକ ମଜବୁତ ଦଳ ଭାବରେ ପ୍ରତିଷ୍ଠା ଲାଭ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହକିର ସ୍ବର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ବର ସବୁଠାରୁ ବଡ ଷ୍ଟାଡିଅମ ଓଡିଶା ମାଟିର ଗୌରବ ଗାନ କରୁଛି। ଏ ଷ୍ଟାଡିଅମ ସାରା ବିଶ୍ବ ପାଇଁ ହକିର ମୁଖ୍ୟ କେନ୍ଦ୍ର ହୋଇରହିବ ଏବଂ ଦେଶର ପ୍ରମୁଖ ଟିମ୍‌ ମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଚାଲିବ। ଆମର ଏହି ଉଦ୍ୟମ ଦେଶର ଯୁବ ଖେଳାଳୀ ମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଥିଲେ। ଦେଶରେ ଅନେକ ଚମ୍ପିଆନ ସୃଷ୍ଟି କରିବ ଏବଂ ଦେଶ ତଥା ରାଜ୍ୟର ଗୌରବ ବୃଦ୍ଧି କରିଚାଲିବ ବୋଲି ସେ କହିଥିଲେ।ମହାପ୍ରଭୁ ଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସଦିଚ୍ଛା ଓ ଭଲପାଇବା ଯୋଗୁ ଆମର ସ୍ବପ୍ନ ସାକାର ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ସବୁକ୍ଷେତ୍ରରେ ଶ୍ରେଷ୍ଠ ହେବାର ଉଦ୍ୟମର ଏହା ପ୍ରତିଫଳନ। ଦେଶର କ୍ରୀଡା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏହି ଷ୍ଟାଡିଅମ ଓଡିଶାର ଛବିକୁ ଆହୁରି ଉଜ୍ଜଳ କରିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଅନେକ ଯୁଗ ପର୍ଯ୍ୟନ୍ତ ଏହି ଷ୍ଟାଡିଅମ ଆମର ମୁକୁଟମଣି ହୋଇ ହକି ପ୍ରତି ଭାରତୀୟ ମାନଙ୍କର ଭାବାବେଗ ଓ ଭଲପାଇବାକୁ ପରିପ୍ରକାଶ କରିଚାଲିବ। ଏହା ଭାରତୀୟ ହକିର ଏନ୍ତୁଡିଶାଳା ହୋଇ ରହିବ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ତଥା କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡାଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।120 କୋଟି ଟଙ୍କା ଖର୍ଚ୍ଚରେ ରେକର୍ଡ ପନ୍ଦର ମାସ ସମୟ ମଧ୍ୟରେ ଏହି ଷ୍ଟାଡିୟମ୍ ନିର୍ମିତ ହୋଇଛି ।ଏହି କାର୍ଯ୍ୟକ୍ରମରେ କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା ,ହକି ଇଣ୍ଡିଆର ସଭାପତି ଶ୍ରୀ ଦିଲୀପ ତିର୍କୀ ,5T ସଚିବ ଶ୍ରୀ ପାଣ୍ଡିଆନ୍ ଓ ହକି ଇଣ୍ଡିଆ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଇଣ୍ଡିଆ A ଓ ଇଣ୍ଡିଆ B team ମଧ୍ୟରେ ଉଦଘାଟନୀ ମ୍ଯାଚ କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦଘାଟନ କରିଥିଲେ।

ମୁଖ୍ୟମନ୍ତ୍ରୀ ଆଜି ରାଉରକେଲାରେ ପହଞ୍ଚିବା ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ପରିଦର୍ଶନ କରି ସେଠାରେ ଭାରତୀୟ ହକି ଟିମ୍‌ର ଖେଳାଳୀ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ଏହାପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ମେଡିକାଲ କଲେଜ ଉଦ୍‌ଘାଟନ କରିବା ସହିତ ସୁନ୍ଦରଗଡ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଉରକେଲା ସହରରେ ମୋ ବସ୍‌ ଚଳାଚଳର ଶୁଭାରମ୍ଭ ମଧ୍ୟ କରିଥିଲେ। ଏହାପରେ ସେ ହକି ଷ୍ଟାଡିଅମ ଉଦ୍‌ଘାଟନ କରିଥିଲେ।

୨୬ ଦିନିଆ ସୋଆ କପ୍ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିର୍କ କ୍ରୀଡା ଉତ୍ସବ ‘ସୋଆ କପ୍‌’ ବୁଧବାର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ୨ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଠାରେ ଉଦ୍‌ଘାଟିତ ହୋଇଯାଇଛି । ୨୬ ଦିନ ଧରି ଚାଲିବାକୁ ଥିବା ଏହି ସୋଆ କପ୍‌ରେ ୧୨ ରୁ ଅଧିକ କ୍ରୀଡା ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେବେ ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟବଲ୍ (ପୁରୁଷ), କ୍ରିକେଟ, ଭଲିବଲ୍ (ପୁରୁଷ), ବାସ୍କେଟବଲ୍‌, ଲନ୍ ଟେନିସ୍‌, ଖୋଖୋ (ପୁରୁଷ), ଥ୍ରୋ ବଲ୍ (ମହିଳା), ଟେବୁଲ୍ ଟେନିସ୍‌, ସଫ୍ଟ ବଲ୍‌, ଚେସ୍ ଏବଂ କବାଡି ଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଛି । ସେହିପରି କେବଳ ପୁରୁଷମାନଙ୍କ ପାଇଁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରଖାଯାଇଥିବା ବେଳେ ପ୍ରଥମ ଥର ନିମନ୍ତେ ଚଳିତ ବର୍ଷ ଖୋଖୋକୁ ସୋଆ କପ୍‌ରେ ସାମିଲ କରାଯାଇଛି । ସୋଆ କପ୍‌ର ଉଦ୍‌ଘାଟନୀ ଉତ୍ସବରେ ଦୈନିକ ଇଂରାଜୀ ସମ୍ବାଦପତ୍ର ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଆବାସିକ ସମ୍ପାଦକ ଶ୍ରୀ ଶିବ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଶ୍ରୀ ମହାନ୍ତି କହିଥିଲେ ଯେ ଭାରତରେ କ୍ରୀଡାକୁ ବହୁତ ବଡ଼ ପ୍ରୋତ୍ସାହନର ଆବଶ୍ୟକତା ରହିଛି । କାରଣ ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର ୫.୭ ପ୍ରତିଶତ ଲୋକଙ୍କ ନିକଟରେ କ୍ରୀଡା ବିଷୟରେ ଜ୍ଞାନ ରହିଛି । ଏପରି ସ୍ଥଳେ ଚାଇନାରେ ୧ କୋଟି ଯୁବବର୍ଗ କେବଳ ବ୍ୟାଡମିଂଟନ ଖେଳିବାର ନଜିର ରହିଛି । ତେବେ ଚଳିତ ଅଲିମ୍ପିକ୍‌ରେ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ବେଶ ଭଲ ରହିଥିବାରୁ ସେ କହିଛନ୍ତି । ତେବେ ଓଡ଼ିଶା ମଧ୍ୟ କ୍ରୀଡା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଥିବା ଶୁଭ ସଂକେତ ବୋଲି ସେ କହିଛନ୍ତି । ଏହି ଅବସରରେ ରାଜ୍ୟ ସ୍ତରୀୟ ଟେବୁଲ୍ ଟେନିସ୍ ଖେଳାଳୀ ଅବିନାଶ ତ୍ରିପାଠୀ ପ୍ରତିଯୋଗୀାମାନଙ୍କ ପକ୍ଷରୁ ଶପଥ ଗ୍ରହଣ କରିଥିଲେ ।

ସୋଆ କପ୍‌ରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ସମ୍ ନର୍ସିଂ କଲେଜ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌, ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ, ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଲ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ ଭଳି ଅନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେଉଛନ୍ତି । ସେହିପରି ଚଳିତ ବର୍ଷ ପ୍ରଥମ ଥର ପାଇଁ ସୋଆର ପ୍ଲସ୍ ଟୁ ସାଇନ୍ସ କଲେଜ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର୍ ସେକେଣ୍ଡାରୀ ଏଜୁକେସନ୍‌)ର ଛାତ୍ରଛାତ୍ରୀମାନେ ଏହି କ୍ରୀଡା ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ, ପ୍ରୋ ଭାଇସ୍ ଚାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ପ୍ରୋ ଭାଇସ୍ ଚାନ୍‌ସେଲର ତଥା ରେଜିଷ୍ଟ୍ରାର୍ ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

ଭୁବନେଶ୍ବରର ଅନ୍ୟତମ ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର…

() ଭୁବନେଶ୍ବରର ଅନ୍ୟତମ ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର।

ଶିଖରଚଣ୍ଡୀ ମନ୍ଦିର ଉନ୍ନୟନ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,ଖର୍ଚ୍ଚ ହେବ ୨୫ କୋଟି।

{} ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ। ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମାଷ୍ଟରପ୍ଲାନକୁ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏହାର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ ଯୋଜନାକୁ ପରିବେଶ ଉପଯୋଗୀ କରିବାପାଇଁ ସେ ପରାମର୍ଶ ଦେଇଥିଲେ।

ଆଜି ସଂଧ୍ୟାରେ ଅନୁଷ୍ଠିତ ଏକ ବୈଠକରେ ବିଡିଏର ଉପାଧ୍ୟକ୍ଷ ଶ୍ରୀ ବଲବନ୍ତ ସିଂହ ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ। ଏହି ଯୋଜନା ଅନୁଯାୟୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ୫୩.୬୪ ଏକର ଜମିରେ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ବିଡିଏ ଏହି ଉନ୍ନୟନ କାର୍ଯ୍ୟ କରିବା ସହିତ ଆଗକୁ ମଧ୍ୟ ଏହି ଅଞ୍ଚଳର ପରିଚାଳନା ଦାୟିତ୍ବ ଗ୍ରହଣ କରିବ। ମାଷ୍ଟରପ୍ଲାନ ଅନୁଯାୟୀ ସମୁଦାୟ ଅଞ୍ଚଳକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଜୋନ୍‌-୧ରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଉନ୍ନତିକରଣ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ। ଜୋନ୍‌-୨ରେ ଭିୟୁ ପଏଣ୍ଟ ଓ ଟ୍ରେକିଂ ରୁଟ ରହିବ। ଜୋନ-୩ ଓ ୪ ରେ ମନୋରଞ୍ଜନ ମୂଳକ କାର୍ଯ୍ୟପାଇଁ ଭିତ୍ତିଭୂମି, କମ୍ୟୁନିଟି ସେଣ୍ଟର, ମୁଖ୍ୟ ମନ୍ଦିରର ଉନ୍ନତିକରଣ, ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଏହି ବୈଠକ ପରିଚାଳନା କରିଥିଲେ ।

ଭୁବନେଶ୍ବର ଉତ୍ତର ବିଧାୟକ ଶ୍ରୀ ସୁଷାନ୍ତ ରାଉତ, ଶିଖରଚଣ୍ଡୀ ଆଞ୍ଚଳିକ ସେବା ସଂଘର ସଭାପତି ଶ୍ରୀ କ୍ଷୀତିଶ ତ୍ରିପାଠୀ ଓ ମନ୍ଦିର ପୂଜକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ଶିଖରଚଣ୍ଡୀ ମନ୍ଦିରର ଉନ୍ନୟନ ସ୍ଥାନୀୟ ଜନତାଙ୍କର ବହୁ ଦିନର ଆଶା ଥିଲା। ଆଜି ମୁଖ୍ୟମନ୍ତ୍ରୀ ତାକୁ ପୂରଣ କରିଛନ୍ତି। ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ବୈଠକରେ ଭୁବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ପ୍ରମୁଖ ସଚିବ ମାନେ ଯୋଗ ଦେଇଥିଲେ।

ବିଶିଷ୍ଟ ସାମ୍ବାଦିକ ଆଳୟ ମହାନ୍ତି ଙ୍କ ପରଲୋକ…

() ଆଳୟ ମହାନ୍ତିଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

{} ବିଶିଷ୍ଟ ସାମ୍ବାଦିକ ଆଳୟ ମହାନ୍ତି ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ମହାନ୍ତି ଜଣେ ବରିଷ୍ଠ ସାମ୍ବାଦିକ ଭାବରେ ଭୁବନେଶ୍ୱର ଓ ସାରା ଓଡ଼ିଶାରେ ଜଣାଶୁଣା ଥିଲେ। ସାମ୍ବାଦିକ ମାନଙ୍କ ସମସ୍ୟା ସମାଧନ ପାଇଁ ସେ ସବୁବେଳେ ପ୍ରଯତ୍ନ କରୁଥିଲେ। ଏହା ସହିତ ସମାଜ ସେବା ଓ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ସେ ଅନେକ କାମ କରିଛନ୍ତି।

ରୋଗୀ ଓ ଗରୀବ ଲୋକଙ୍କୁ ସହାୟତା କ୍ଷେତ୍ରରେ ସେ ସବୁ ସମୟରେ ଆଗୁଆ ଥିଲେ। ତାଙ୍କ ବିୟୋଗ ସାମ୍ବାଦିକତା ଓ ସମାଜ ସେବା କ୍ଷେତ୍ରରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ଗଭୀର ସମ ବେଦନା ଜଣାଇଛନ୍ତି ।

ଓଡ଼ିଆ ଭାଷା ଓ ସଂସ୍କୃତିକୁ ସୁରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଲା ଗୃହ….

() ଓଡ଼ିଆ ଭାଷା ଓ ସଂସ୍କୃତିକୁ ସୁରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଲl ବିଧାନ ସଭାର ଗୃହ କମିଟି l ବାଚସ୍ପତି ଙ୍କ ଅଧକ୍ଷତାରେ ବସିଲା ପ୍ରଥମ ବୈଠକ l ବୈଠକ ପରେ ବାଚସ୍ପିତି ବିକ୍ରମ କେଶରୀ ଆରୁଖ ଙ୍କ ପ୍ରତିକ୍ରିୟା l ଦେଶରେ ବିଭିନ୍ନ ପାନ୍ତରେ ଥିବା ଓଡ଼ିଆ ସ୍କୁଲ ମାନଙ୍କରେ ଶିକ୍ଷକ ପ୍ରୋତ୍ସlହନ ରାଶି ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି l ସୀମାନ୍ତ ଅଂଚଳରେ ଓଡ଼ିଶା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ କ୍ରମ କରାଯିବ l ସୀମାନ୍ତ ଅଂଚଳରେ ଥିବା ସ୍କୁଲ ଗୁଡିକରେ ଓଡ଼ିଆ ଭାଷା ପ୍ରଚାର ଓ ପ୍ରସାର ପାଇଁ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି ଦିଆଯିବ l ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି l

କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ କଂଗ୍ରେସର ରାଜଧାନୀରେ ଗଣବିକ୍ଷୋଭ…

()  ଆଜି କେନ୍ଦ୍ରାପଡ଼ା ନଗର ଓ ବ୍ଲକ କଂଗ୍ରେସ ତରଫରୁ ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ରେଳଚଳାଚଳ ଦାବିରେ ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଚନ୍ଦ୍ରଶେଖରପୁର ଠାରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟର କେନ୍ଦ୍ରାପଡ଼ା ପ୍ରତି ଏହା ଏକ ଅବିଚାର ବୋଲି ଆରୋପ କରିଥିଲେ ଓ ଜିଲ୍ଲା ସ୍ୱାର୍ଥଦୃଷ୍ଟିରୁ ଯାତ୍ରୀବାହୀ ରେଳ ଚଳାଚଳର ତୁରନ୍ତ ନିଷ୍ପତି ନେବାକୁ ରେଳ କତୃପକ୍ଷଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଓ ବରିଷ୍ଠ କଂଗ୍ରେସ ବିଧାୟକ ତଥା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦାବିରେ ଯଥାର୍ଥତା ପ୍ରତିପାଦନ କରିବା ସହ ଅଯଥା ରେଳଚଳାଚଳରେ ବିଳମ୍ବ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଉଲ୍ଲେଖ କରିଥିଲେ ।

ଗଣେଶ୍ୱର ବେହେରା ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ ଯେ କଂଗ୍ରେସ ହରିଦାସପୁର- ପାରାଦ୍ୱୀପ ରେଳପଥର ଯାତ୍ରୀବାହୀ ରେଳ ଚଳାଚଳ ନିମନ୍ତେ ୨୦୨୧ରେ “ମାଟି ପାଇଁ ପାଟି ଖୋଲ” ଓ ଗୋପଠାରେ ରେଳ ରୋକା ଆନ୍ଦୋଳନ ସହ ୨୦୨୨ ରେ ମାଟି ପାଇଁ ମାଡ଼ିଚାଲ ଆନ୍ଦୋଳନ କରନ୍ତି । ଜିଏମଙ୍କୁ ଭେଟି ଦୁଇ ଦୁଇ ଥର ଦାବି ପତ୍ର ଦେଇଛି । ମାନ୍ୟବର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ମଧ୍ୟ ସେ ନିଜେ ତିନିଥର ଚିଠି ଲେଖି ବିଫଳ ହେବାରୁ ଆଜି ଗଣବିକ୍ଷୋଭ କରିବାକୁ ବାଧ୍ୟ ହୋଇଛନ୍ତି ଆଜିର ଆନ୍ଦୋଳନ ବ୍ୟର୍ଥ ହେଲେ “ମାଟି ପାଇଁ ଜେଲ ଚାଲ” ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି । ଗଣବିକ୍ଷୋଭ ସହ ପୂର୍ବତନ ରେଳପଥ ଜିଏମଙ୍କୁ ଏକ ପ୍ରତିନିଧି ଦଳ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଭେଟି ସ୍ମାରକପତ୍ର ମଧ୍ୟ ଦିଆଯାଇଛି । ସ୍ମାରକ ପତ୍ରରେ ରେଳ ବିଭାଗ ବର୍ଷକୁ ୨୦ ହଜାର କୋଟି ରାଜସ୍ୱ ପାଉଥିବା ଏବଂ ଯାତ୍ରୀବାହୀ ରେଳ ଚଳାଚଳ ନିମନ୍ତେ ତିନିଗୋଟି ଆବଶ୍ୟକତା ଯଥା ଏଚପିଆରସିଏଲ ଅନୁମତି କଲିକତା ସ୍ଥିତ ରେଳବାଇ ନିରାପତା କମିଶନଙ୍କ ସବୁଜ ସଂକେତ ଓ ୯ ଗୋଟି ଷ୍ଟେସନର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଶେଷ ହୋଇଥିବା ସତ୍ୱେ ରେଳ ଚଳାଚଳ ନିଷ୍ପତି ନହେବା ଅତ୍ୟନ୍ତ ଦୁଃଭାର୍ଗ୍ୟଜନକ ।

ରେଳ ବିଭାଗର ଏହି ଉଦାସୀନତା କେନ୍ଦ୍ରାପଡ଼ା ବାସୀଙ୍କୁ ବ୍ୟଥିତ କରିଛି । ଦାବି ପତ୍ରରେ ଦୁଇଟି ଯାତ୍ରୀବାହୀ ରେଳ ଯଥା କଟକ-ପାରଦ୍ୱୀପ ଭାୟା ହରିଦାସପୁର-କେନ୍ଦ୍ରାପଡ଼ା ଓ ଭଦ୍ରକ-ପାରଦ୍ୱୀପ ଭାୟ ହରିଦାସପୁର-କେନ୍ଦ୍ରାପଡ଼ା ଚଲାଇବା ପାଇଁ କୁହାଯାଇଛି । ବ୍ଲକ ଓ ନଗର କଂଗ୍ରେସ ତରଫରୁ ଜିଏ ମମହୋଦୟ ଏଥି ନିମନ୍ତେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଏହି ଗଣବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଚିନ୍ମୟ ପ୍ରସାଦ ବେଉରା, ଜ୍ଞାନଦେବ ବେଉରା, ନଗର ସଭାପତି ରାଜେଶ ମହାନ୍ତି, ବ୍ଲକ ସଭାପତି ଚିତ୍ରସେନ ପରିଡ଼ା, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ ଦାସ, ଆକବର ଅଲ୍ଳୀ, ମୁକ୍ତାର ଖାଁ, ନାରାୟଣ ଚନ୍ଦ୍ର ପରିଡ଼ା, ପିସିସି ମୁଖପାତ୍ର ଅମୀୟ ପାଣ୍ଡବ, ସତ୍ୟ ସାମଲ, ରମାକାନ୍ତ ଦାସ, ଅମୂଲ୍ୟ ପ୍ରଧାନ, ସର୍ବେସ୍ୱର ସେଠୀ, ପ୍ରଭାତ କୁମାର ଉଡାନ ସିଂ, ଜ୍ୟୋତିରଞ୍ଜନ ପ୍ରଧାନ, ଅଭିଷେକ ବିଶ୍ୱାଳ, ପରଭେଜ ଅକ୍ତର, ରତିକାନ୍ତ ସାମଲ, ସେଖ ଅରମାନ, ବୃଷଭାନୁ ଦାସ, ଗଣେଶ ମେକାପ, କ୍ଷମାନିଧି ସାମଲ, ରାକେଶ ମହାନ୍ତି, ମୀର ମୁରସୀଦ, କମଳାକାନ୍ତ ବେହେରା, ସଂଜୟ ରାଉତ, ଲକ୍ଷ୍ମୀଧର ବାରିକ, ପ୍ରଦୀପ ପ୍ରଧାନ, ରାଜକିଶୋର ବେହେରା, ବିଶ୍ୱକେଶରୀ ଜେନା, ପିସିସିଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଓ ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସ ପ୍ରମୁଖ ଭାଷଣ ଦେଇ କେନ୍ଦ୍ରାପଡ଼ାର ସ୍ୱାର୍ଥରେ କଂଗ୍ରେସ ନିରନ୍ତର ଆନ୍ଦୋଳନ କରିଚାଲିବ ବୋଲି ସତର୍କ କରାଇ ଦେଇଥିଲେ ।

ବଢିପାରେ ସଂକ୍ରମଣ…

() ନଭେମ୍ବର ୧୧ ତାରିଖରୁ କୋଭିଡ ସଂକ୍ରମିତ ସଂଖ୍ୟା ୧୨ ତଳେ ରହୁଚି। ବର୍ତ୍ତମାନ ରାଜ୍ୟରେ ମାତ୍ର ୫୦ଜଣ ରୋଗୀ ରହିଛନ୍ତି। ଆଗକୁ ସଂକ୍ରମଣ ବଢିପାରେ କିନ୍ତୁ ଏହା କେତେ କ୍ଷତି ପହଞ୍ଚାଇବ , ଲକ୍ଷଣ କେତେ ଭୟଙ୍କର ହେବ ତାହାର ତଥ୍ୟ ଆସିନାହିଁ। ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସମସ୍ତ ମେଡ଼ିକାଲ୍ କଲେଜରେ ୨୦ ଟି ଲେଖାଏଁ ବେଡ୍ ମହଜୁଦ ରହିଛି। ଜିଲ୍ଲା ଚିକିତ୍ସାଳୟରେ ବି ବେଡ୍ ମହଜୁଦ ରହିଛି। ଆବଶ୍ୟକ ପଡିଲେ ବେଡ୍ ସଂଖ୍ୟା ମଧ୍ୟ ବଢାଯିବ। ସେ ସାମର୍ଥ୍ୟ ସ୍ୱାସ୍ଥ୍ୟ ବିଭାଗ ପାଖରେ ରହିଛି।ହକି ପାଇଁ କଟକ, ଭୁବନେଶ୍ୱର ଓ ରାଉରକେଲା ର ସମସ୍ତ ଅର୍ବାନ ପି.ଏଚ. ସି ଏବଂ ସି. ଏଚ. ସି ରେ ସମସ୍ତ ଙ୍କ ଟେଷ୍ଟିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏହାସହ ହକି ଷ୍ଟାଡିୟମ ଭିତରେ ମଧ୍ୟ ଟେଷ୍ଟଙ୍ଗ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ।

ଆଗାମୀ ୩୦ ରୁ ୪୦ ଦିନ ଯାଏଁ ସତର୍କତା ଅବଲମ୍ବନ କରନ୍ତୁ…

() ଆଗାମୀ ୩୦ ରୁ ୪୦ ଦିନ ଯାଏଁ ଆମକୁ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛ । ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ୧୦ ଭିତରେ ରହିଛି। ଯେଉଁ ସ୍ଥାନରେ ହକି ଖେଳ ହେବ ସେଠାରେ ଅଧିକ ଟେଷ୍ଟଙ୍ଗ କରାଯିବ। ଷ୍ଟାଡିୟମ ମଧ୍ୟରେ ମଧ୍ୟ ଟେଷ୍ଟଙ୍ଗ ବ୍ୟବସ୍ଥା କରାଯିବ। ଯଦି ଅନ୍ୟ ରାଜ୍ୟରେ ବଢେ କିଛି ଦିନ ପରେ ଆମ ରାଜ୍ୟରେ ବଢ଼ିବ । ତେଣୁ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି।

xbb 1.5 ନୂଆ ଭାରିଏଣ୍ଟ ଦେଶରେ ଚିହ୍ନଟ ହୋଇଛି। ରୂପ ବଦଳାଇବା ହେଉଛି କରୋନାର ଚରିତ୍ର। ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଥର କୋରନା ରୂପ ବଦଳାଇଲାଣି। କିନ୍ତୁ ଏହାର ଲକ୍ଷଣ ଓ ଭୟାବହତା କେତେ ହେବେ ଜଣାପଡି ନାହିଁ। ସେ ନେଇ ପରୀକ୍ଷା ଚାଲିଛି।କେନ୍ଦ୍ର ସରକାରଙ୍କ ତରଫରୁ ଟିକା କରଣ ପାଇଁ କୌଣସି ନିର୍ଦ୍ଦେଶ ଆସିନାହିଁ। ରାଜ୍ୟରେ ଟୀକା କରଣ ପାଇଁ ସବୁ ବ୍ୟବସ୍ଥା ଅଛି । କେନ୍ଦ୍ରରୁ ନିର୍ଦ୍ଦେଶ ଆସିଲା ପରେ ଟୀକା କରଣ ଆରମ୍ଭ ହେବ।

ଲୋକସେବା ରେ ଖୋଲିଲା ପୁଷ୍ପ ଉଦ୍ୟାନ…

{} ଜାନୁଆରୀ ମାସ ର ସବୁ ଛୁଟି ଦିନ ଗୁଡିକ ଦର୍ଶକଙ୍କ ପାଇଁ  ଲୋକସେବା ଭବନ ପୁଷ୍ପ ଉଦ୍ୟାନ ଖୋଲା ରହିବ।

ସମୟ ଅପରାହ୍ନ ଚାରିଟା ରୁ ସନ୍ଧ୍ୟା ଛ ଟା ଆଜି ଅପରାହ୍ନ ରୁ ଆରମ୍ଭ ।

() ଜାନୁଆରୀ 2023 ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣ ଙ୍କ ପାଇଁ ଖୋଲା ରହିବ ।ଚଳିତ ମାସ ରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟି କୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ଚାରି ଟାରୁ ଛ ଟା ପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ବୁଲି ଦେଖି ପାରିବେ ।

ଆଜି ନୂଆ ବର୍ଷ ରେ ଜନସାଧାରଣ ଲୋକସେବା ଭବନ ଉଦ୍ୟାନ ବୁଲି ଦେଖି ପାରିବେ। ଏହି ଉଦ୍ୟାନ ବର୍ତ୍ତମାନ ବିଭିନ୍ନ କିସମର ଫୁଲରେ ସଜେଇ ହୋଇ ଅତ୍ୟନ୍ତ ମନୋରମ ପରିବେଶ ସ୍ରୁଷ୍ଟି କରିଛି।

ସ୍ଵାଗତମ୍ ୨୦୨୩…

() ରାତି ପାହିଲେ ନୂଆ ବର୍ଷ ଏବେଠୁ ସବୁ କିଛି ଲାଗୁଛି ନୂଆ ନୂଆ l ଯାହାକୁ ଦେଖିଲେ ନୂଆ ଅନୁଭବ ମନକୁ ଆସୁଛି l ସବୁଦିନ ସକାଳ ହେଉଛି , ହେଲେ ଆଜି ସୂର୍ଯ୍ୟ ଉଦୟ ହେଲା ମାତ୍ରେ କାହିଁକି ବଦଳିଗଲା ସବୁକିଛି  l କାରଣ ବର୍ଷେ ପରେ ଆଜି ପା ନୂଆ ବର୍ଷ l ସେହି ସକାଳ, ସେହି ପରିବେଶ ସେହି ସମାଜ l କେବଳ କ୍ୟାଲେଣ୍ଡର ତାରିଖ ଓ ବର୍ଷ ବଦଳିଛି l  କଣ ତାରିଖ ଓ ବର୍ଷ ବଦଳିଲେ ସବୁକିଛି ବଦଳିଯାଏ, ନା ଆମ ମନ ବଦଳିଗଲା ବୋଲି ଏଦୁନିଆ ବଦଳିଗଲା l ହ ଏକଥା ସତ ପ୍ରତିଶତ ସତ l ମଣିଷ ଯେବେ ନିଜକୁ ମନକୁ ବଦଳେଇ ପାରିବ, ତାକୁ ଦୁନିଆ ସୁନ୍ଦର ଓ ଶରସ ଲାଗିବ ।ଆଉକିଛି ମୁହୂର୍ତ୍ତର ଅପେକ୍ଷା ୨୦୨୩ କୁ ସ୍ବାଗତ କରିବା ପାଇଁ ଭାରତର କୋଣ ଅନୁକୋଣରେ ଜଗି ବସିଛନ୍ତି ଲୋକେ । ୨୦୨୨ ବର୍ଷକୁ ବିଦାୟ ଓ ୨୦୨୩ ବର୍ଷକୁ ସ୍ବାଗତ କରିବା ପାଇଁ ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବ ପିଢ଼ି ତଥା ବୟସ୍କ ସମସ୍ତେ ଲାଗି ପଢିଛନ୍ତି। ବିଭିନ୍ନ ପ୍ରକାରର ମଉଜ ମସ୍ତି ମଧ୍ୟରେ ଏହାକୁ ପାଳୁଛନ୍ତି ସମଗ୍ର ଭାରତ ବାସୀ। ନୂଆ ବର୍ଷ କୁ ସ୍ବାଗତ କରିବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ବଡ଼ ବଡ଼ ହୋଟେଲ୍ ଓ ରେଷ୍ଟୁରାଣ୍ଟରେ ଭବ୍ଯ ଆୟୋଜନ ମାନ ହୋଇଥିବା ନଜରକୁ ଆସୁଛି। ଏଠାରେ ପ୍ରଶ୍ନ ଆମେ ପାଳୁଥିବା ନୂଆ ବର୍ଷ କେବେଠାରୁ ଆରମ୍ଭ ହୋଇଛି ତାହା କଣ ଆମେ ଜାଣିଛନ୍ତି ? ଲୋକକଥା ଅନୁଯାୟୀ ଆମେ ପାଳୁଥିବା ଇଂରାଜୀ ନବବର୍ଷ ୧୯୪୦ ମସିହାରୁ ଭାରତରେ ଆରମ୍ଭ ହୋଇଥିଲା। ସେତେବେଳେ ଭାରତରେ ରାଜୁତି କରୁଥିବା ଇଂରେଜ ଶାସକ ଏହାକୁ ପ୍ରଚଳନ କରିଥିଲେ। ଏହା ଛଡା ବାବିଲୋନିଆରେ ପ୍ରଥମେ ପ୍ରାୟ ୪୦୦୦ବର୍ଷ ପୂର୍ବେ ୨୦୦୦ବି.ସି.ରେ ଆନସିଏଣ୍ଟ୍ ବାବିଲୋନ୍ ଦ୍ବାରା ପ୍ରଥମ ନୂଆ ବର୍ଷ ପାଳନ କରା ଯାଇଥିବା ପ୍ରବାଦ ରହିଛି। ସେ ଯାହା ବି ହେଉ। କିନ୍ତୁ ଭାରତରେ ଜାନୁୟାରୀ ମାସ ପ୍ରଥମ ଦିନ କୁ ନୂଆ ବର୍ଷ ଭାବେ ପାଳନ କରାଯାଏ। ଯୁବ ପିଢ଼ି ଠାରୁ ଆରମ୍ଭ କରି ଆବାଳ ବୃଦ୍ଧବନିତା ଏହାକୁ ଆଡମ୍ବରରେ ପାଳନ କରନ୍ତି। ଲୋକେ ବିଭିନ୍ନ ମାଧ୍ୟମରେ ଅନ୍ଯ ମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଦିଅନ୍ତି। । ଆଗାମୀ ବର୍ଷ ଆପଣଙ୍କ ପାଇଁ ମଙ୍ଗଳମୟ ହେଉ। ଜଗତର ନାଥ ଜଗନ୍ନାଥଙ୍କ ନିକଟ ରେ ଗୁହାରୀ l ସମସ୍ତେ ଖୁସିରେ ରୁହନ୍ତୁ ଓ ସଭିଙ୍କ ଜୀବନ ଆନନ୍ଦମୟ ହେଉ l Happy New year….

Follow us

20,832FansLike
0FollowersFollow
14,700SubscribersSubscribe

Latest news