ସମ୍ମାନିତ ହେଲେ NAC ଆଠମଲିକ….

() PMAY (ସହରୀ) ପୁରସ୍କାର 2019 ଅଧୀନରେ ଭାରତରେ ଦ୍ୱିତୀୟ ଶ୍ରେଷ୍ଠ ପ୍ରଦର୍ଶନ NAC ପୁରସ୍କାର ପାଇଥିବାରୁ ଓଡିଶା ସହରୀ ହାଉସିଂ ମିଶନ୍ (OUHM) ଦ୍ୱାରା ଆଠମଲିକ NAC କୁ ସମ୍ମାନିତ କରାଯାଇଥିଲା | ବିଧାୟକ ଆଠମଲିକ, ଶ୍ରୀ ରମେଶ ଚନ୍ଦ୍ର ସାଇ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ଆରମ୍ଭରେ ଶ୍ରୀ ଦେବସିସ୍ ସିଂ ସରକାରୀ H&UD ବିଭାଗର ମିଶନ ନିର୍ଦ୍ଦେଶକ OUHM ର ଅତିରିକ୍ତ ସଚିବ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ପୁରସ୍କାର ଏବଂ ସମାରୋହ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।
PMAY (U) ମିଶନ୍ ଅଧୀନରେ ରାଜ୍ୟ, ULB ଏବଂ ହିତାଧିକାରୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାନୁୟାରୀ 2019 ରେ ଗୃହନିର୍ମାଣ ଏବଂ ନବସୃଜନ ପାଇଁ ‘PMAY ପୁରସ୍କାର’ ପ୍ରତିଷ୍ଠା କରାଯାଇଥିଲା। ଶ୍ରେଷ୍ଠ ପ୍ରଦର୍ଶନକାରୀ ମ୍ୟୁନିସିପାଲିଟି / NAC ବର୍ଗ ଅଧୀନରେ ପୁରସ୍କାରର ମୂଲ୍ୟାଙ୍କନ ପାଇଁ ଚାରୋଟି ପାରାମିଟରର ଏକ ସେଟ୍ ସ୍ଥିର କରାଯାଇଥିଲା ଯେଉଁଥିରେ PMAY (U) ର କାର୍ଯ୍ୟକାରିତା, ଅନୁଷ୍ଠାନର ସ୍ଥାପତ୍ୟ ସ୍ଥାପତ୍ୟ, ବର୍ଦ୍ଧିତ ମାସିକ ପ୍ରଗତି, ପ୍ରସାରଣ ଏବଂ ସ୍ୱଚ୍ଛତା ଅନ୍ତର୍ଭୁକ୍ତ | ସମସ୍ତ ଚାରୋଟି ପାରାମିଟରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆଠମଲିକ NAc ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି | NAC ସମୟ ଅନୁସାରେ ଆବଣ୍ଟିତ 2102 ମଧ୍ୟରୁ 1890 ଘର ସମାପ୍ତ କରିଛି | OUHM ଓଡିଶା ସହରୀ ଗୃହ ନିର୍ମାଣ ମିଶନ ହେଉଛି ଓଡିଶାରେ PMAY (U) କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସ୍ତରୀୟ ନୋଡାଲ ଏଜେନ୍ସି | ଅନ୍ୟମାନଙ୍କ ମଧ୍ୟରେ ଚେୟାରମ୍ୟାନ୍ ଆଠମଲିକ ଏନଏସି, ଶ୍ରୀମତି ଆଶା କୁମାରୀ ସାହୋ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ। ଆଠମଲିକ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତି କାଦମ୍ବିନୀ ଜେନା ଆଠମଲିକ ଏନଏସି ପକ୍ଷରୁ ପୁରସ୍କାର ଗ୍ରହଣ କରିଥିଲେ ଏବଂ ଭୁବନେଶ୍ୱରର ଉନ୍ନତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୋଆ ଏନ୍‌ଏସ୍‌ଏସ୍ ତରଫରୁ ବନ୍ୟା ବିପନ୍ନ ଅଚଂଳକୁ ସହାୟତା…

{}  ଶିକ୍ଷା ଓ ଅନୁସନ୍ଧାନ ( ସୋଆ)ର ଏନ୍‌.ଏସ୍‌.ଏସ୍ ଶାଖା ପକ୍ଷରୁ ଗୁରୁବାର ଦିନ ବନ୍ୟା ପ୍ରପୀଡିତମାନଙ୍କୁ ରିଲିଫ୍ ବଂଟନ କରାଯାଇଥିଲା ।  ସୋଆର ଛାତ୍ରଛାତ୍ରୀ ଓ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଥିବା ବେଳେ ଏହି ଟିମ୍ ଖୋର୍ଦ୍ଧା ଜିଲ୍ଲା ର ଶରଧାପୁର ଗ୍ରାମକୁ ଯାଇ ରିଲିଫ୍ ବଂଟନ କରିଥିଲେ ।

ଚୁଡା, ଚିନି, ବିସ୍କୁଟ, ମଶାଧୂପ, ଦିଆସିଲି, ମହମବତୀ ପ୍ରଭୃତି ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ନେଇ ୩୦୦-୩୫୦ ପ୍ୟାକେଟ କରାଯାଇଥିଲା । ମହାନଦୀର ପ୍ରଳୟଙ୍କରୀ ବନ୍ୟା କାଜୁଆ ଘାଇ ଭାଙ୍ଗି ଏହି ଗ୍ରାମକୁ କ୍ଷତିଗ୍ରସ୍ତ କରିଦେଇଛି । ସେଠାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଡଙ୍ଗା ମାଧ୍ୟମରେ ଏନ୍‌ଏସ୍‌ଏସ୍ ଟିମ୍ ଗ୍ରାମ ମଧ୍ୟକୁ ପ୍ରବେଶ କରିଥିଲା । ସେଠାରେ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ ସହିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ତରଫରୁ ଆସିଥିବା ଔଷଧ ମଧ୍ୟ ବଂଟନ କରାଯାଇଥିଲା । ଏହି ଟିମ୍‌ରେ ସୋଆ ଏନ୍‌ଏସ୍‌ଏସ୍‌ର ପ୍ରୋଗାମ ଅଫିସର କନକଲତା ଓଝା ଓ ସମ୍ ହସ୍ପିଟାଲ୍ ପକ୍ଷରୁ ଜୁନିୟର ହସ୍ପିଟାଲ୍ ଆଡ଼ମିନିଷ୍ଟ୍ରେଟର୍ ସାଗର କୁମାର ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ ।

ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ ।

ପ୍ଲାଷ୍ଟିକ କୁ ବାରଣ କଲେ ମୁଖ୍ୟ ଶାସନ ସଚିବ…

{} ପ୍ଲାଷ୍ଟିକ ନିଷିଦ୍ଧ ନିୟମକୁ କଡ଼ାକଡ଼ିଭାବେ ଲାଗୁ କର-ମୁଖ୍ୟ ଶାସନ ସଚିବ।

ନିଷିଦ୍ଧ ପ୍ଲାଷ୍ଟିକ୍ ଉତ୍ପାଦନକାରୀଙ୍କ ଉପରେ ରହିବ କଡ଼ା ନଜର।

ଘରୁ ବ୍ୟାଗ ନେଇ ବଜାରକୁ ଯିବା ନିମନ୍ତେ ଜନସାଧାରଣଙ୍କୁ ଅନୁରୋଧ।

() ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନ୍କୁ କଡ଼ାକଡ଼ିଭାବେ ସାରା ରାଜ୍ୟରେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ କମିଟି ବୈଠକରେ ଅଧ୍ୟକ୍ଷତା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡ଼୍ରେ ଅନୁଷ୍ଠିତ ଏହି ବୈଠକରେ ପରିବେଶ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ ପ୍ଲାଷ୍ଟିକ୍ ବ୍ୟବହାର ନିଷିଦ୍ଧ ନିୟମ ଏବଂ ତାହାର ଅନୁପାଳନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଏ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷାକରି ଆଇନ୍କୁ କଡାକଡି ଭାବେ ଲାଗୁ କରିବା ପାଇଁ ଶ୍ରୀ ମହାପାତ୍ର ଜିଲ୍ଲାପାଳ, ଡି.ଏଫ୍.ଓ ଏବଂ ସଂପୃକ୍ତ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଥରେ ବ୍ୟବହାର ଯୋଗ୍ୟ ନିଷିଦ୍ଧ ପ୍ଲାଷ୍ଟିକ୍ ଉତ୍ପାଦନ ୟୁନିଟ୍ ଓ ବିକ୍ରୀ କରୁଥିବା ଦୋକାନୀମାନଙ୍କ ବିରୁଦ୍ଧରେ କଡା ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ନିଜ ନିଜ ଜିଲ୍ଲା ଓ ବନଖଣ୍ଡରେ ହାଟ ବଜାର, ପର୍ଯ୍ୟଟନସ୍ଥଳୀ, ସାଧାରଣ ସମାଗମ ସ୍ଥାନ ଆଦିରେ ପ୍ଲାଷ୍ଟିକ୍ ବ୍ୟବହାର ବାରଣର ଅନୁପାଳନ ବିଷୟରେ ପ୍ରତି ମାସରେ ରିପୋର୍ଟ୍ ଦେବାପାଇଁ ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀମାନଙ୍କୁ କୁହାଯାଇଥିଲା ।

ଥରେ ବ୍ୟବହାର ଯୋଗ୍ୟ ନିଷିଦ୍ଧ ପ୍ଲାଷ୍ଟିକ୍, ପଲିଥିନ୍ ବ୍ୟାଗ୍, କ୍ୟାରି ବ୍ୟାଗ୍, ପ୍ଲାଷ୍ଟିକ୍ ଗ୍ଲାସ୍ ଆଦି ବ୍ୟବହାର ନକରିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଘନ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ବିଦ୍ୟାଳୟମାନଙ୍କରେ ଗଠନ ହୋଇଥିବା ଇକୋ-କ୍ଲବ୍, ସାମ୍ବାଦିକ, ବରିଷ୍ଠ ନାଗରିକ, ସମ୍ମାନଷ୍ପଦ ବ୍ୟକ୍ତି ବିଶେଷ, ନିର୍ବାଚିତ ପ୍ରତିନିଧି, ବାର୍ ଆସୋସିଏସନ୍, ରୋଟାରୀ ଓ ଲାୟନ୍ସ୍କ୍ଲବ୍ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଅଭିଯାନରେ ସକ୍ରିୟଭାବେ ସାମିଲ୍ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ସ୍ୱତନ୍ତ୍ର ସ୍କ୍ୱାର୍ଡ୍ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ାଉକରି ନିଷିଦ୍ଧ ପ୍ଲାଷ୍ଟିକ୍ ଉତ୍ପାଦନ, ବିପଣୀ ଓ ବ୍ୟବହାରକାରୀ ଦୋକାନୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା । ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ବିଷୟ ବୈଠକରେ ସବିଶେଷଭାବେ ଆଲୋଚନା ହୋଇଥିଲା । ଏଥିପାଇଁ ଗ୍ରାମ ପଂଚାୟତ ଏବଂ ସହରାଞ୍ଚଳ ମାନଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଦୃଢ଼ିଭୁତ ଓ ସୁଗମ କରାଯିବ ।

ପ୍ଲାଷ୍ଟିକ୍ ବର୍ଜ୍ୟର ପୁନଃ ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ରାସ୍ତା ନିର୍ମାଣ ଓ ସିମେଣ୍ଟ କାରଖାନା ଆଦିରେ ଏହାର ବ୍ୟବହାର ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।  ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ, ପୁର୍ତ୍ତ, ଗ୍ରାମ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ ବିଭାଗ ଯନ୍ତ୍ରୀ ଓ ବିଶେଷଜ୍ଞ ମାନଙ୍କ ସହ ବୈଠକ କରି ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ର ନିୟମିତ ଯୋଗାଣ ଓ ବ୍ୟବହାର ନିଶ୍ଚିତ କରାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସିମେଣ୍ଟ ପ୍ରସ୍ତୁତିରେ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟ ବ୍ୟବହାର ନିମନ୍ତେ ନିଜ ନିଜ ପ୍ଲାଣ୍ଟର ଦକ୍ଷତା ବଢ଼ାଇବାକୁ ସଂପୃକ୍ତ କଂପାନୀମାନଙ୍କୁ କୁହାଯାଇଥିଲା ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବର୍ତ୍ତମାନ ସୁଦ୍ଧା ୧୧,୬୯୩ ଟି ଗ୍ରାମରେ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ତିଆରି ହୋଇଛି । ୩୦୯୭ ଗ୍ରାମ ପଂଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା କଠିନ ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟି୍କ୍ ବର୍ଜ୍ୟ ପରିଚାଳନା କରାଯାଉଛି । ୧୩୦୬ ଗ୍ରାମରେ ଘରକୁ ଘର ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି । ୧୩,୮୩୪ ଟି ବର୍ଜ୍ୟ ପୃଥକୀକରଣ ସ୍ଥାନ ତିଆରି କରାଯାଇଛି । ପ୍ରାୟ ୧୩,୪୫୫ ତିନି ଚକିଆ ଗାଡ଼ିକୁ ଗ୍ରାମାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଇଛି ।

୨୦୨୧-୨୨ ବର୍ଷରେ ପ୍ରାୟ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୬ ଟନ୍ରୁ ଉର୍ଦ୍ଧ୍ୱ ପ୍ଲାଷ୍ଟିକ୍ ବର୍ଜ୍ୟ ଗ୍ରାମାଞ୍ଚଳରୁ ସଂଗ୍ରହ କରାଯାଇ ନିକଟତମ ସହରାଞ୍ଚଳ ବର୍ଜ୍ୟ ପରିଚାଳନା କେନ୍ଦ୍ରରେ ପହଞ୍ଚା ଯାଇଛି । ଏହା ବ୍ୟତୀତ ପ୍ରାୟ ୧୯୦୦ ବର୍ଜ୍ୟ ଏକତ୍ରୀକରଣ ସଂସ୍ଥା ଇତି ମଧ୍ୟରେ ୨୩୦୧ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ କରିଥିବାର ଜଣାଇଛନ୍ତି । ସଂଗୃହିତ ପ୍ଲାଷ୍ଟିକ୍କୁ ପୁନଃ-ବ୍ୟବହାର ପୂର୍ବବର୍ତ୍ତୀ ପ୍ରକ୍ରିୟାକରଣ ନିମନ୍ତେ ଘରୋଇ ନିବେଶ ସହଭାଗିତାରେ ସ୍ୱତନ୍ତ୍ର ୟୁନିଟ୍ମାନ ପ୍ରତିଷ୍ଠା କରାଯାଇଛି । ଗ୍ରାମ ପଂଚାୟତ ଓ ସ୍ୱଚ୍ଛ ଭାରତ ଅଭିଯାନର ସହଯୋଗିତାରେ ଗ୍ରାମସ୍ତରୀୟ ବର୍ଜ୍ୟ ମହଜୁଦ ସେଡ୍ ମାନ ମଧ୍ୟ ନିର୍ମାଣ କରାଯାଇଛି ।

ପର୍ଯ୍ୟାୟକ୍ରମେ ସମସ୍ତ ପଂଚାୟତ ଓ ଗ୍ରାମକୁ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ଏବଂ ପରିଚାଳନା କାର୍ଯ୍ୟକ୍ରମସହ ସଂଯୋଜିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବର୍ଜ୍ୟ ପୃଥକୀକରଣ ଏବଂ ପୁନଃ ବ୍ୟବହାର କେନ୍ଦ୍ର ଏବଂ ପ୍ଲାଷ୍ଟିକ୍ ରୂପାନ୍ତରଣ ୟୁନିଟ୍ ଗୁଡ଼ିକର ଦକ୍ଷତା ବଢ଼ାଇବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା । ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଆଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ୍, ପରିବେଶ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ, ପ୍ରଦ୍ୟୁଷଣ ନିୟନ୍ତ୍ରଣ ପରିଷଦର ସଦସ୍ୟ ସଚିବ ଡାକ୍ତର କେ. ମୁରୁଗେଶାନ୍ଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଉମାକାନ୍ତ ମହାପାତ୍ର,ସୂଚନା ଅଧିକାରୀ, ମୁଖ୍ୟ ଶାସନ ସଚିବ

ଜୟଦେବ ଜେନା ଶେଷ ସୁଯୋଗ ଉପରେ ମନ୍ତବ୍ୟ ରଖିଲେ: ସୁର ଓ ତାରା…

() ଜୟଦେବ ଜେନା ଙ୍କ ୨୪ ଶେଷ ସୁଯୋଗ ମନ୍ତବ୍ୟକୁ ସମର୍ଥନ କଲେ ସୁର ଓ ତାରା। ତାରା କହିଲେ ସେ ବରିଷ୍ଠ ନେତା। ତାଙ୍କ କଥାରେ ନିହାତି କେତେକାଂଶ ରେ ସତ୍ୟତା ଅଛି। ଏକଜୁଟ ହୋଇ ଲଢ଼ିବାକୁ ହେବ। ଆମ ପାଖରେ ସୁଯୋଗ ଅଛି। ସୁର କହିଲେ ଆମେ ଏକ ଅଛୁ। କିନ୍ତୁ ମୋକିମ ଅଲଗା ହେଇ ରହୁଛନ୍ତି। ଏକଜୁଟ ନହେଲେ ୨୪ ରେ ଶାସନ କୁ ଆସିବା କଷ୍ଟକର ହେବ।

ତାରାପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ

ସୁରେଶ ରାଉତରାୟ, କଂଗ୍ରେସ ବିଧାୟକ

ମାସମଲେଇ ମନ୍ଦିରରେ ଉନ୍ନୟନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ସମୀକ୍ଷା….

() ମୁଖ୍ୟ ଶାସନ ସଚିବ ଦକ୍ଷତା ବିକାଶ ପ୍ରମୁଖ ଶାସନ ସଚିବ ଓ ୫ଟି ସଚିବଙ୍କ ସମ୍ବଲପୁର ଗସ୍ତ।

ଭି.ଏସ୍.ଏସ୍.ୟୁ.ଟି ରୂପାନ୍ତରଣ ନିମନ୍ତେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ।

ମାସମଲେଇ ମନ୍ଦିରରେ ଉନ୍ନୟନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ସମୀକ୍ଷା।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ୫ ଟି ଶାସନ ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ସମ୍ବଲପୁର ଜିଲ୍ଲା ଗସ୍ତ କରିଥିଲେ । ପୂର୍ବାହ୍ନରେ ସମ୍ବଲପୁରରେ ପହଞ୍ଚି ଏହି ଉଚ୍ଚସ୍ତରୀୟଟିମ୍ ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭି.ଏସ୍.ଏସ୍.ୟୁ.ଟି) ପରିଦର୍ଶନ କରିବା ପୂର୍ବକ ବିଭିନ୍ନ ବିଭାଗ ଓ ଛାତ୍ରାବାସ ବୁଲି ଦେଖିଥିଲେ । ଏହି ସମୟରେ ସେମାନେ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ ଓ କର୍ତ୍ତୁପକ୍ଷମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ଭି.ଏସ୍.ଏସ୍.ୟୁ.ଟିକୁ ସଂପ୍ରସାରଣ ଓ ନବୀକରଣ କରିବା ନିମନ୍ତେ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ମହାପାତ୍ର କହିଥିଲେ ଯେ ଭି.ଏସ୍.ଏସ୍.ୟୁ.ଟିର ସିଟ୍ ସଂଙ୍ଖ୍ୟା ବଢ଼ାଇବା ସହ ବିଶ୍ୱବିଦ୍ୟାଳୟକୁ ଏକ ଉକର୍ଷ କେନ୍ଦ୍ର (ସେଣ୍ଟର ଅଫ୍ ଏକ୍ଲେନ୍ସ୍) ରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହି ମାଷ୍ଟରପ୍ଲାନ୍ ସହ ପ୍ରକଳ୍ପ ପ୍ରସ୍ତାବ ତୁରନ୍ତ ପ୍ରସ୍ତୁତ କରି ବୈଷୟିକ ଶିକ୍ଷା ବିଭାଗ ମାଧ୍ୟମରେ ସରକାରଙ୍କୁ ପଠାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ପରେ ପରେ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ଦ୍ୱାରା ବୈଜାମୁଣ୍ଡାଠାରେ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳୀ ଓ ସମନ୍ୱିତ ସହାୟତା ଓ ଥଇଥାନ କେନ୍ଦ୍ରର ଭିତ୍ତିଭୂମି ଓ ସୁବିଧା ଆଦିର ତନଖି କରିଥିଲେ । ଆଂଶିକଭାବେ କାର୍ଯ୍ୟକାରୀ ହୋଇଥିବା ଏହି କେନ୍ଦ୍ରକୁ ଆସନ୍ତା ୧ ରୁ ୨ ମାସ ମଧ୍ୟରେ ପୂର୍ଣ୍ଣମାତ୍ରାରେ କର୍ମକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କେନ୍ଦ୍ରର ମାଧ୍ୟମରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ଵ ଦିବ୍ୟାଙ୍ଗ, ଅସହାୟ ବୃଦ୍ଧ, ଭିକାରୀମାନଙ୍କୁ ଥଇଥାନ କରାଯିବ ।

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ରୂପାନ୍ତରିତ କରାଯାଇଥିବା ଲେଡ଼ି ଲୁଇସ୍ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ପୂର୍ବକ ସେଠାରେ ନିର୍ମାଣ କରାଯାଇଥିବା ସ୍ମାର୍ଟ କ୍ଲାସ୍ ରୁମ୍, ସ୍ମାର୍ଟ ଲାଇବ୍ରେରୀ, ବିଜ୍ଞାନାଗାର, ଆଇ.ସି.ଟି.ଲ୍ୟାବ୍, ଖେଳ ପଡିଆ ଆଦି ବୁଲି ସେସବୁର ବ୍ୟବହାର ବିଷୟ ନିରୀକ୍ଷଣ କରିଥିଲେ । ପରିଦର୍ଶନ କାଳରେ ୫ ଟି ଶାସନ ସଚିବ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ନୂଆ ଓ ଆଧୂନିକ ଭିତ୍ତିଭୂମି ସବୁର ଉପଯୁକ୍ତ ବ୍ୟବହାରକରି ବିଦ୍ୟାଳୟରେ ଶୈକ୍ଷିକ ପରିବେଶର ଗୁଣାତ୍ମକ ବୃଦ୍ଧି କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ା୍ରୀ ମହାପାତ୍ର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ପାଇଁ ସେମାନଙ୍କ ନିମନ୍ତେ ମଧ୍ୟ ନିର୍ଦ୍ଦିଷ୍ଟ ଲକ୍ଷ୍ୟମାନ ଧାର୍ଯ୍ୟ କରାଯାଇଥିଲା ।

ପରେ ପରେ ଏହି ଟିମ୍ ମାସମଲେଇ ମନ୍ଦିର ଚତୁପାର୍ଶ୍ୱ ବିକାଶ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଆରମ୍ଭ ହୋଇଥିବା ପ୍ରଚେଷ୍ଟାର କ୍ଷେତ୍ରସ୍ତରୀୟ ଅଗ୍ରଗତି ଲକ୍ଷ୍ୟ କରିଥିଲେ । ମନ୍ଦିର ପରିକ୍ରମା ପ୍ରକଳ୍ପ, ନଦୀ ସମ୍ମୁଖ ବିକାଶ, ମନ୍ଦିର ମଧ୍ୟରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଆଦିର କ୍ଷେତ୍ରାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଓଡ଼ିଶା ବ୍ରିଜ୍ ଓ କନ୍ଷ୍ଟ୍ରକ୍ସନ୍ ନିଗମଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ସମୟରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ଼ଃ ସୁରେନ୍ଦ୍ର ଦଳେଇ, ସମ୍ବଲପୁର ଜିଳ୍ଲାପାଳ ଅନନ୍ୟା ଦାସ, ଏସ୍.ପି. ବି.ଗଙ୍ଗାଧରଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ଉମାକାନ୍ତ ମହାପାତ୍ର,  ସୂଚନା ଅଧିକାରୀ, ମୁଖ୍ୟ ଶାସନ ସଚିବ

୧୫ ଦିନରେ ପ୍ରସ୍ତୁତ ହେବ Master Plan…

() VSSUT କୁ IIT ଓ NIT ପରି ଇଂଜିନିୟରିଙ୍ଗ ଶିକ୍ଷାର ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ।

ଏକ ହଜ଼ାର କୋଟି ଟଙ୍କା ଖର୍ଚ୍ଚ ହେବ, ୧୫ ଦିନରେ ପ୍ରସ୍ତୁତ ହେବ Master Plan।

ମା ସମଲେଶ୍ୱରୀ ମନ୍ଦିର ଉନ୍ନୟନ କାର୍ଯ୍ୟର ସମୀକ୍ଷା।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଆଜି ସମ୍ବଲପୁର ଗସ୍ତରେ ଯାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ମା’ ସମଲେଶ୍ୱରୀ ମନ୍ଦିର ଓ ଅନ୍ୟାନ୍ୟ ରୂପାନ୍ତର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ ।  VSSUT ରାଜ୍ୟର ଏକ ଅଗ୍ରଣୀ Engineering College ଏବଂ ସାରା ଦେଶରେ ଏହାର ସୁଖ୍ୟାତି ରହିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା VSSUT ଯାଇ ବିଶ୍ୱବିଦ୍ୟାଳୟର Academic Block ରେ ଥିବା ଶ୍ରେଣୀ ଗୃହ ଓ ପରୀକ୍ଷାଗାର, ବିଶ୍ୱେଶ୍ୱରାୟା Auditorium, ପୁଲହ ଓ ବଶିଷ୍ଠ Hall ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କର ବିଭିନ୍ନ ସମସ୍ୟା, ମିଳୁଥିବା ସୁବିଧା ତଥା ଭବିଷ୍ୟତ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।

ଦେଶରେ Technical Education କ୍ଷେତ୍ରରେ VSSUT ର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ କ୍ରମେ ଏହାକୁ Engineering ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ ଓ ଏଥିପାଇଁ ଏକ master plan ପ୍ରସ୍ତୁତ କରାଯିବ ଏବଂ ଆଗାମୀ ୧୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରାଯିବ । ଛାତ୍ର, ଶିକ୍ଷକ, ଶିଳ୍ପ ଜଗତ, ପୁରାତନ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ପ୍ରଶାସନ ସହିତ ବ୍ୟାପକ ଆଲୋଚନା କରାଯାଇ Master Plan ପ୍ରସ୍ତୁତକରାଯିବ । This master plan will be made in such a way to make vssut compete with IITs and other national institutes।ଛତ୍ରଛାତ୍ରୀମାନେ ମଧ୍ୟ ସେମାନେ କରିଥିବା Project ସବୁ ଉପସ୍ଥାପନା କରିଥିଲେ । ୫ଟି ସଚିବ ଶ୍ରୀ ପାଣ୍ଡିଆନ ଏଗୁଡିକୁ ଉଚ୍ଚ ପ୍ରଶଂସା କରିବା ସହିତ Industry Linkage ଉପରେ ଗୁରୁତ୍ୱ ଦେଇଥିଲେ ।ପରେ ସେମାନେ ବଇଜାମୁଣ୍ଡାଠାରେ ଚାଲିଥିବା ସମନ୍ୱିତ ଭିତ୍ତିଭୂମି ପ୍ରକଳ୍ପ ପ୍ରଦର୍ଶନ କରି ସେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଭିକାରୀ ଥଇଥାନ କେନ୍ଦ୍ରର ଅନ୍ତେବାସୀମାନଙ୍କ ସହିତ ଆଲୋଚନା କରିଥିଲେ ।ଏହି ସମନ୍ୱିତ ପ୍ରକଳ୍ପର ଅଗ୍ରଗତିରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ସନ୍ତୋଷ ପ୍ରକାଶ କରିବା ସହିତ ସମସ୍ତ ସେବା ଯେପରି ସୁବିଧାରେ ମିଳିପାରିବ ସେଥିପାଇଁ ସମୟବଦ୍ଧ କାର୍ଯ୍ୟସୂଚୀ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା Lady Lewis Girls High School ପରିଦର୍ଶନ କରି ଶିକ୍ଷକ, ଛାତ୍ରୀ ଏବଂ Alumni ସହିତ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ ।ସମଲେଶ୍ୱରୀ ମନ୍ଦିର ପଶ୍ଚିମ ଓଡିଶାର ଆଧ୍ୟତ୍ମିକ ପ୍ରାଣକେନ୍ଦ୍ର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ ଟି ରୂପାନ୍ତର କାର୍ଯ୍ୟକ୍ରମରେ ସମଲେଶ୍ୱରୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ସମଲେଇ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ସେବାୟତ ଓ ଜନସାଧରଣଙ୍କ ମତାମତ ନେଇଥିଲେ । ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ OBCC କର୍ତ୍ତୃପକ୍ଷ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କୁ ଅବଗତ କରାଇଥିଲେ । ପ୍ରକଳ୍ପ ଅଧିନସ୍ଥ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ୫ଟି ସଚିବ ନିର୍ଦ୍ଦେଶ ଦେଇଥିଲେ । ବରିଷ୍ଠ ଅଧିକାରୀମାନେ ପ୍ରଥମେ ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ମା’ଙ୍କର ପୂଜା ଅର୍ଚ୍ଚନା କରିଥିଲେ ।

ଦଳ କୁ ନେଇ କଣ କହିଲେ ବିଧାୟକ ସୁରେଶ ରାଉତରାୟ…

() ବର୍ତ୍ତମାନ କଂଗ୍ରେସ ଠିକ୍ ଦିଶା ରେ ଚାଲିଛି। କିନ୍ତୁ କିଛି ଲୋକ ବିଶୃଙ୍ଖଳା କରୁଛନ୍ତି। ବିଶୃଙ୍ଖଳା କାରୀ ଙ୍କୁ ଚେତାବନୀ ଦେଲେ ସୁର। ଶରତ ପଟ୍ଟନାୟକ ଙ୍କୁ ଯିଏ ବିରୋଧ କରିବ ଆମେ ତାକୁ ଘୋର ବିରୋଧ କରିବୁ। ସମସ୍ତେ ଏକଜୁଟ ହେଇ କାମ କର।

ଗାନ୍ଧୀ ପରିବାର କୁ ଛାଡି ଆଉ କିଏ ସଭାପତି ହେଲେ ବି ଆମେ ତାକୁ ସମର୍ଥନ କରିବୁ। ସୋନିଆ ଗାନ୍ଧୀ ଙ୍କ ବିଚକ୍ଷଣ ବୁଦ୍ଧି। ସେ ଯାହାକୁ ଦେବେ ଦାୟିତ୍ଵ ଆମେ ଗ୍ରହଣ କରିବୁ। ବନ୍ୟା ପରେ ପରେ ଆମେ ସଂଗଠନ କୁ ଫୋକସ୍ କରୁଛୁ। ନୂଆ ସଂଗଠନ ହେବା ପରେ ରାହୁଲ ଙ୍କୁ ଡାକି ବଡ ସମାବେଶ କରିବୁ।

ସୁରେଶ ରାଉତରାୟ, କଂଗ୍ରେସ ବିଧାୟକ

ଗଠନ ହେବ ନୂଆ କମିଟି…

() ସେପ୍ଟେମ୍ବର ସୁଦ୍ଧା ଗଠନ ହେବ ନୂଆ କମିଟି। ବ୍ଲକ୍ ସଭାପତି, ଜିଲ୍ଲା ସଭାପତି, ରାଜ୍ୟସ୍ତରୀୟ କମିଟି କୁ ନୂଆ ରୂପ ଦିଆଯିବ। ପ୍ରକ୍ରିୟା ଜାରି ରହିଛି। ଅଗଷ୍ଟ ୨୮ ରେ CWC ବୈଠକ ଅଛି। ଏଥିରେ କମିଟି କୁ ମୋହର ଲାଗିବ। ୨୦୨୪ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିସାରିଛୁ। ୯ ରୁ ୯୦ ଆମ ଲକ୍ଷ। କଂଗ୍ରେସ ସବୁବେଳେ ଲୋକଙ୍କ ଭିତରେ ଅଛି। ୨୦୨୪ ନିର୍ବାଚନ ରେ ଫଳ ମିଳିବ।

ପରିବାରବାଦ୍ ସବୁ ଦଳରେ ଅଛି। ଗାନ୍ଧୀ ପରିବାର ଲାଗି ସ୍ୱତନ୍ତ୍ର ଭୋଟ ବ୍ୟାଙ୍କ୍ ଆମର ଅଛି। ଆମେ ତାକୁ ଏନକ୍ୟାସ୍ କରିବାକୁ ହେବ। ମୋ ମତରେ ରାହୁଲ ଗାନ୍ଧୀ ସଭାପତି ହେବା ଉଚିତ୍।

ହୀରାକୁଦ DAM ଫାଟ ନେଇ ମତ ରଖିଲେ ପିସିସି ସଭାପତି। କହିଲେ ଏହା ଏକ ପ୍ରକ୍ରିୟା। ଲୋକ ଭୟଭୀତ। ସରକାର ଆବଶ୍ୟକ ପଦକ୍ଷେପ ନେବା ସହ ସ୍ପଷ୍ଟୀକରଣ ରଖନ୍ତୁ।

ଶରତ ପଟ୍ଟନାୟକ, ପିସିସି ସଭାପତି

କଂଗ୍ରେସ ପାଇଁ ଶେଷ ସୁଯୋଗ…

() ୨୦୨୪ ହେଉଛି କଂଗ୍ରେସ ପାଇଁ ଶେଷ ସୁଯୋଗ l ଯଦି କଂଗ୍ରେସ ୨୪ରେ ଏକାଠି ହୋଇ ଲଢ଼ିବନି ତେବେ କଂଗ୍ରେସକୁ ଆଉ କେହି ବଞ୍ଚାଇ ପାରିବେନି l ଭଗବାନ ବି କଂଗ୍ରେସ୍ କୁ ରକ୍ଷା କରିବେନି l CWC ବୈଠକରେ ନିଷ୍ପତ୍ତି ହେବ କିଏ ହେବ କଂଗ୍ରେସ ର ପରବର୍ତ୍ତୀ ସଭାପତି l ଗାନ୍ଧୀ ପରିବାର ସହ ଲୋକେ ରହିବେ l

ଜୟଦେବ ଜେନା,ପୂର୍ବତନ ପିସିସି ସଭାପତି

ମଦ୍ୟପାନ ଅଭ୍ୟାସକୁ ହ୍ରାସ କରିବା ଆବଶ୍ୟକ ବୋଲି କହିଲେ ଡକ୍ଟର ଏନ.ଏନ.ରାଜୁ…

{} ମଦ୍ୟପାନ ଯୋଗୁଁ ବର୍ଷକୁ ପୃଥିବୀରେ ୩୦ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି…

() ମଦ୍ୟପାନ ଯୋଗୁଁ ପ୍ରତିବର୍ଷ ପୃଥିବୀରେ ପ୍ରାୟ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି । ଏହା ସବୁ ମୃତ୍ୟୁର ପ୍ରାୟ ୫.୩ ପ୍ରତିଶତ । ତେଣୁ ମଦ୍ୟପାନ ଅଭ୍ୟାସକୁ ହ୍ରାସ କରିବା ପାଇଁ ସମସ୍ତ ପ୍ରଚେଷ୍ଟା ଆବଶ୍ୟକ ବୋଲି ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ଏନ.ଏନ.ରାଜୁ କହିଛନ୍ତି ।ଭାରତରେ ପ୍ରତିବର୍ଷ ୨.୬ଲକ୍ଷ ମଦ୍ୟପାନ ଜନିତ ମୃତ୍ୟୁ ଘଟୁଥିବାବେଳେ ଏହି ଅଭ୍ୟାସ ପ୍ରାୟ୨୦୦ ରୋଗର କାରଣ ହୋଇଥାଏ । ପୃଥିବୀର ସମସ୍ତ ମୃତ୍ୟୁରୁ ମଦ୍ୟପାନ ପାଇଁ ୭.୭ ପ୍ରତିଶତ ପୁରୁଷ ଓ ୨.୬ ପ୍ରତିଶତ ମହିଳା ମୃତ୍ୟୁବରଣ କରିଥାନ୍ତି । ଏହାଛଡା ୨୦ରୁ ୩୯ବର୍ଷ ମଧ୍ୟରେ ଥିବା ଯୁବବର୍ଗର୧୩.୫ ପ୍ରତିଶତ ମୃତ୍ୟୁ ମଦ୍ୟପାନ ଜନିତ ଅଟେ ବୋଲି ନିକଟରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲ ଓ ଇଣ୍ଡିଆନ ସାଇକ୍ରିୟାଟିଷ୍ଟସ ସୋସାଇଟି (ଆଇପିଏସ୍‌)ର ମିଳିତ ଆୟୋଜନରେ ଅନୁଷ୍ଠିତ ଏକ କଂଟିନ୍ୟୁଇଙ୍ଗ ମେଡିକାଲ ଏଜୁକେସନ (ସିଏମଇ) କାର୍ଯ୍ୟକ୍ରମରେ ଯୋଗ ଦେଇ ଡକ୍ଟର ରାଜୁ ଏହା କହିଥିଲେ ।

ଡକ୍ଟର ରାଜୁ, ଯିଏ କି ଇଣ୍ଡିଆନ ସାଇକ୍ରିୟାଟିଷ୍ଟସ ସୋସାଇଟିର ସଭାପତି, କହିଥିଲେ ଯେ ପୃଥିବୀର ମଦ୍ୟ ଆବଶ୍ୟକତାର ୬୫ ପ୍ରତିଶତ ମଦ୍ୟ ଭାରତରେ ପ୍ରସ୍ତୁତ ହୋଇଥାଏ । ମଦ୍ୟପାନ ଯୋଗୁଁ ଅବସାଦ, ଉତ୍କଣ୍ଠା, ସାଇକୋସିସି ତଥା ଆକ୍ୟୁଟ ଷ୍ଟ୍ରେସ ଡିସଅର୍ଡର ଭଳି ସମସ୍ୟା ସୃଷ୍ଟି ହୁଏ ଓ ପରିଶେଷରେ ଏହା ଆତ୍ମହତ୍ୟାରେ ପରିଣତ ହୋଇଥାଏ ।ସେ କହିଥିଲେ ଯେ ମଦ୍ୟପାନ ସମସ୍ତ ଆତ୍ମହତ୍ୟାର ୨୨ପ୍ରତିଶତ ନିମନ୍ତେ ଦାୟୀ ଏବଂ ରାସ୍ତା ଦୁର୍ଘଟଣା ଛଡା ଘଟୁଥିବା ଅନ୍ୟାନ୍ୟ ଦୁର୍ଘଟଣା ଜନିତ ମୃତ୍ୟୁର ୨୦ ପ୍ରତିଶତ ଏହି କାରଣରୁ ହୁଏ । ଗତ ତିନି ବର୍ଷ ମଧ୍ୟରେ ମଦ୍ୟପାନ ଯୋଗୁଁ ୩୮,୦୦୦ ରାସ୍ତା ଦୁର୍ଘଟଣା ଘଟିଛି ବୋଲି ସେ କହିଥିଲେ ।

ଶିକ୍ଷା ଓ ଅନୁସନ୍ଧାନ ର କୁଳପତି ପ୍ରଫେସର (ଡ) ଅଶୋକ କୁମାର ମହାପାତ୍ର, ଆଇଏମଏସ ଓ ସମ୍ ହସ୍ପିଟାଲର ଡିନ ପ୍ରଫେସର (ଡ) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡଂଟ ପ୍ରଫେସର (ଡ) ପୁଷ୍ପରାଜ ସାମନ୍ତସିଂହାର, ଆଇପିଏସର ସର୍ବଭାରତୀୟ ସଂପାଦକ ଡ. ଅରବିନ୍ଦ ବ୍ରହ୍ମା, ଆଇପିଏସର ଓଡିଶା ଶାଖା ସଭାପତି ଡ. ପ୍ରଣବ ମହାପାତ୍ର ଓ ସଂପାଦକ ଡ. ଅଶ୍ରୁମୋଚନ ସାହୁ, ସମ ହସ୍ପିଟାଲ ମନସ୍ତତ୍ୱ ବିଭାଗର ମୁଖ୍ୟ ପ୍ରଫେସର ସୁରଜିତ ସାହୁ ଓ ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ମଧ୍ୟ ଏହି ସେମିନାରରେ ବକ୍ତବ୍ୟ ରଖିଥିଲେ ।ସରକାରୀ ସ୍ତରରେ ମଦ୍ୟପାନର ମନ୍ଦ ପ୍ରଭାବକୁ ପ୍ରତିହତ କରିବା ନିମନ୍ତେ ପଦକ୍ଷେପର ଆବଶ୍ୟକତା ଥିବାବେଳେ ସରକାର ଏହାର ପ୍ରଚଳନ ଦ୍ୱାରା ଅଧିକ ଟିକସ ଆଦାୟ କରିବାକୁ ଉଦ୍ଦେଶ୍ୟ ରଖିବା ଦ୍ୱାରା ଜନ ସ୍ୱାସ୍ଥ୍ୟ କ୍ଷତିଗ୍ରସ୍ତ ହେଉଛି ବୋଲି ଡ. ରାଜୁ କହିଥିଲେ ।

ଗୁଜରାଟ, ବିହାର, ନାଗାଲ୍ୟାଣ୍ଡ ଓ ମଣିପୁର ଭଳି ୪ଟି ରାଜ୍ୟ ତଥା ଲାକ୍ଷାଦ୍ୱୀପରେ ମଦ୍ୟପାନକୁ ସଂପୂର୍ଣ୍ଣ ବା ଆଂଶିକ ଭାବେ ବନ୍ଦ କରାଯାଇଥିବା ପ୍ରକାଶ କରି ଡ.ରାଜୁ କହିଥିଲେ ଯେ ଜାତୀୟ ସ୍ତରରେ ଏକ ନିର୍ଦ୍ଦିଷ୍ଟ ପଲିସି ନଥିବାରୁ ଏ ବିଷୟରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକ ମଧ୍ୟରେ ମତଭେଦ ସୃଷ୍ଟି ହେଉଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news