କଣ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ…

() ମୁଲତବୀ ପ୍ରସ୍ତାଵ ଆଲୋଚନା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଜଙ୍ଗଲରେ ନିଆ ଲିଭାଇବା ପାଇଁ ରାଜ୍ୟରକାର ସ୍ୱତନ୍ତ୍ର ବୈଷୟିକ ଜ୍ଞାନ କୌଶଳ କକ୍ଷ ପ୍ରତିଷ୍ଠା କରିଛନ୍ତି। ଟାସ୍କଫୋର୍ସ ଗଠନ କରିଯାଇଛି। ତାଙ୍କ ସୁପାରିଶ ଅନୁସାରେ ପଦକ୍ଷପ ନିଆଯାଉଛି। ଜଙ୍ଗଳ ନିଆକୁ ନିୟନ୍ତ୍ରଣ କରିବା ପାଇଁ ଏସଓ ପି ଜରିକରାଯାଇ ଛି। ଜିଲ୍ଲା ସ୍ତରରେ ଜଙ୍ଗ ଳ ନିଆଁ କୁ ନିୟନ୍ତ୍ରଣ କରିବା ଆକ୍ସନ ପ୍ଲାନ କରାଯାଇଛି। ନିଆଁ ଲିଭାଇବା ପାଇଁ 399 ନିଆ ଲିଭଳି ଦଳଙ୍କୁ ନିୟୋଜିତ କରାଯାଇଛି। ଗାଡି, ଫାୟାର ବ୍ଲୋୟର, ସୁରକ୍ଷା ଯନ୍ତ୍ରପାତି ଯୋଗାଇ ଦିଆଯାଇଛି। 24 ଘଣ୍ଟିଆ କଣ୍ଟ୍ରୋଲରୁମ କାର୍ଯ୍ୟ କରୁଛି। ମାର୍ଚ୍ଚ 13 ତାରିଖ ସୁଧା ଲାଗିଥିବା 22786 ନିଆଁ ଲାଗିଥିବା ପଏଣ୍ଟ ରୁ 22316 ପଏଣ୍ଟ ରେ ନିଆଁ ଆୟତ୍ତ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତ। ଏପଟେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ସଦସ୍ୟ ମାନେ କକ୍ଷତ୍ୟାଗ କରିଥିଲେ।

ରାଜ୍ୟରେ ବିପଦ ପୂର୍ଣ୍ଣ ଅବସ୍ଥାରେ 11 ହଜାର 929 ସ୍କୁଲ ଘର….

() ରାଜ୍ୟରେ 11 ହଜାର 929 ସ୍କୁଲ ଘର ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି । ଏହି ସବୁ ଅସୁରକ୍ଷିତ ଶ୍ରେଣୀ ଗୃହ ଭାଙ୍ଗିବାକୁ ନିର୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗାଁରେ ପଞ୍ଚାୟତିରାଜ ବିଭାଗକୁ ସ୍କୁଲ ଗୁଡିକର ମରାମତି ପାଇଁ କୁହାଯାଇଛି । ସମୁଦାୟ 77 ହଜାର 931 ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରାଯିବ । 2022-23ରେ ଅତିରିକ୍ତ 3683 ଶ୍ରେଣୀ ଗୃହ ନିର୍ମାଣ କରାଯିବ । ଏଥିରୁ 1003ର ମରାମତି ଚାଲିଛି । 4195 ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲର ମରାମତି କରାଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଶଙ୍ଖ ମୋର ଗର୍ବ : ପ୍ରଣବ ପ୍ରକାଶ ଦାସ….

() ଶଙ୍ଖ ମୋର ଗର୍ବ ,ନବୀନ ମୋ ଆଦର୍ଶ l ଏହି ଦୁଇ ପଦ ଆଜି ସୋସିଆଲମିଡିଆରେ ବେଶ ଭାଇରାଲ ହୋଇଛି l ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ଵପ୍ନ ଦେଖିଛନ୍ତି ତାହାକୁ ସାକାର କରିବା ପାଇଁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତିରେ ଶପଥ ନେଇଛନ୍ତି ବିଜେଡି କର୍ମୀ ଓ ନେତାମାନେ l ଏକ ସମୃଦ୍ଧ , ସଶକ୍ତ ଓ ସ୍ବାଭିମାନୀ ଓଡ଼ିଶା ଗଢିବା ଦିଗରେ ଆଗେଇ ଚାଲିଛି ବିଜେଡି । ୨୫ ବର୍ଷ ଓଡିଶା ବାସୀଙ୍କ ପାଇଁ ଉତ୍ସର୍ଗୀକୃତସେବା କରିଛନ୍ତି ନବୀନ l ତେଣୁ ଆଗକୁ ନବୀନ ଓଡ଼ିଶା ଗଢିବାର ଲକ୍ଷ୍ୟ ନେଇ ଏକ ସମୃଦ୍ଧ , ସଶକ୍ତ ଓ ସ୍ବାଭିମାନୀ ଓଡ଼ିଶା ଗଠନ କରିବା ପାଇଁ ଶଙ୍ଖ ମୋର ଗର୍ବ ବୋଲି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । କୃଷି, ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା , ଶିଳ୍ପ , ଗମନାଗମନ , ଆଇଟି କ୍ଷେତ୍ରରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶା ସୃଷ୍ଟି କରିଛି ସ୍ବତନ୍ତ୍ର ପରିଚୟ । ସବୁ କ୍ଷେତ୍ରରେ ଓଡ଼ିଶା ଆଗକୁ ରୋଲ ମଡ଼େଲ ହେବ । ତେଣୁ ଓଡ଼ିଶାକୁ ନୂଆ ଭାବେ ଗଢିତୋଳିବା ପାଇଁ ଏବେ ଯୁବକ, ଛାତ୍ର, ମହିଳା ଓ ବିଜେଡି ନେତାମାନେ ଶଙ୍ଖ ମୋର ଗର୍ବ ,ନବୀନ ମୋ ଆଦର୍ଶ ବାଣୀ ଗାଁ ଗାଁ ରେ ପହଞ୍ଚାଇବାକୁ ପ୍ରଣବ ପ୍ରୟାସ ଆରମ୍ଭ କରିଛନ୍ତି । ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଶାସନ ଭାର ଗ୍ରହଣ କରିବା ପାଇଁ କୌଣସି କ୍ଷେତ୍ରରେ ଓଡିଶା ପଛକୁ ଯାଇନାହିଁ । ପ୍ରାକୃତିକ ମୁକାବିଲା ଠାରୁ ଆରମ୍ଭ ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଜି ଦେଶର ରୋଲ ମଡ଼େଲ ସାଜିଛି । ଦିନେ ଭୋକର ଭୂଗୋଳ ଓଡ଼ିଶା ଆଜି ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି । ନବୀନ ସ୍ବର୍ଚ୍ଚ ନିର୍ମଳ ଓ ନିରନ୍ତର ଶାସନ ଓ ୨୫ ବର୍ଷର ଜନସେବା ଏବେ ଓଡ଼ିଶାକୁ ସାରା ବିଶ୍ବରେ ପରିଚିତ କରଛି । ହକି ବିଶ୍ବକପ ଓଡ଼ିଶା ଆୟୋଜନ କରିବା ହେଉଛି ଏହାର ବଡ଼ ଉଦାହରଣ । ବିକାଶ ପୁରୁଷ ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ସମୃଦ୍ଧ ,ସଶକ୍ତ ଓ ସ୍ବାଭିମାନୀ ଓଡ଼ିଶା ଗଢିବା ପାଇଁ ଯେଉଁ ସ୍ବପ୍ନ ଦେଖିଚନ୍ତି ତାହା ନବୀନ ଓଡ଼ିଶା ଗଢିବାର ମୂଳଲକ୍ଷ୍ୟ l

୫ଟି ଏକ ପ୍ରଗତି ଶୀଳ ଆନ୍ଦୋଳନ : ଅରୁଣ ସାହୁ…

() ବିଜେଡି ବିଧାୟକ ଅରୁଣ ସାହୁ ବିରୋଧୀ ଦଳ ନେତା ଙ୍କୁ ଜବାବ ଦେଇ କହିଛନ୍ତି । ବିରୋଧୀ ଦଳ ନେତା ବାରମ୍ବାର ଅନେକ ଘଟଣା ଉଠାଉ ଛନ୍ତି ଯାହା କି ହାସ୍ୟାସ୍ପଦ। 5-T କଣ ତାହା ବୁଝି ଛନ୍ତି ବିରୋଧୀ ଦଳ ନେତା । କିନ୍ତୁ ବୁଝି ଅବୁଝା ହେଉଛନ୍ତି । ସେ ବୁଝିବା ପରି ଲାଗୁଛି । ଯଦି ଓଡ଼ିଶାର କୌଣସି ଗାଁ କୁ ଯିବେ ଯେଉଁ ଠି ପ୍ରଗତି ର ଲକ୍ଷଣ ଦେଖିବେ ସେଇଟା ହିଁ 5-T । ବିରୋଧୀ ଦଳ ନେତା 5-T ଠୁ ନେଇ ପାକିସ୍ତାନ ରେ ପହଂଚି ଲେଣି । ଜାତୀୟ ପତାକା ରେ ସବୁଜ ରଙ୍ଗ ରହିଛି । ବିରୋଧୀ ଦଳ ନେତା ସ୍କୁଲ ରେ ଲାଗିଥିବା ସବୁଜ ରଙ୍ଗ କଥା କେମିତି କହୁଛନ୍ତି । ପାକିସ୍ତାନ ରେ କଣ କଣ କରି ନିର୍ବାଚନ ଜିତୁଛନ୍ତି । 5-T କୁ ନେଇ ଯାହା ଯାହା କହୁଛନ୍ତି ସେଥିରେ ତାଳ ମେଳ ନାହିଁ । ବିଜେପି ଶାସିତ ରାଜ୍ୟର ଲୋକ ବି ଆସିକି 5-T କୁ ଅନୁକରଣ କରୁଛନ୍ତି । ତାଙ୍କୁ 5-T ଭୂତ ଲାଗିଛି । 5-T ହେଉଛି ଏକ ଚିନ୍ତା ଧାରା ଏକ ବିଚାର ଧାରା ।ସବୁଠି 5-T ସଜରିଆରେ ସ୍କୁଲ ର ରୂପାନ୍ତରିତ ହେଉଛି । ସବୁ ନିର୍ବାଚନ ମଣ୍ଡଳୀ ରେ ହେଉଛି । ସବୁଜ ରଙ୍ଗ କଥା ଯଦି କହୁଛନ୍ତି ପରିବା ଖାଇବା ଛାଡି ଦିଅନ୍ତୁ । 5-T ଭୁତ ଛାଡ଼ନ୍ତୁ ।

ଫିଲିପ୍ସ ଏଜୁକେସନ୍ ସହିତ ସୋଆର ବୁଝାମଣା ସ୍ୱାକ୍ଷରିତ…

() ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶିଳ୍ପ କ୍ଷେତ୍ରର ବିଭିନ୍ନ ସମସ୍ୟା ସହ ପରିଚିତ ହେବା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନଭି ମୁମ୍ବାଇସ୍ଥିତ ଫିଲିପ୍ସ ଏଜୁକେସନ୍‌, ଫିଲିପ୍ସ ମେସିନ୍ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି ।

ଶନିବାର ଦିନ ସ୍ୱାକ୍ଷରିତ ବୁଝାମଣା ଅନୁଯାୟୀ ଫିଲିପ୍ସ ଏଜୁକେସନ୍‌, ଫିଲିପ୍ସ ମେସିନ୍ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସୋଆ ସହ ମିଳିତ ଭାବେ ଏହାର ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ସ୍ୱଳ୍ପ ଏବଂ ଦୀର୍ଘ ମିଆଦୀ ପ୍ରଶିକ୍ଷଣ ପ୍ରଦାନ କରିବ ଏବଂ ପ୍ରତ୍ୟେକ ବର୍ଷ ନିଯୁକ୍ତି ମଧ୍ୟ ପ୍ରଦାନ କରିବ । ଏହି ଲକ୍ଷ୍ୟକୁ ପୂରଣ କରିବା ନିମନ୍ତେ ବିଭିନ୍ନ ପ୍ରଶିକ୍ଷଣ ଏବଂ ନିଯୁକ୍ତି କାର୍ଯ୍ୟକ୍ରମ ସହିତ କର୍ମଶାଳା ଏବଂ ସେମିନାର ମଧ୍ୟ ଆୟୋଜନ କରାଯିବ । ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଫିଲିପ୍ସ ଏଜୁକେସନ୍‌ର ମୁଖ୍ୟ , ସେଲ୍ସ ଷ୍ଟ୍ରାଟେଜୀ ଶ୍ରୀ କମଲ ବାତ୍ରା ଏ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।

ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍‌) ପ୍ରଫେସର ଡି.ଏନ୍‌. ଥାଟୋଇ, ଟ୍ରେନିଂ ଓ ପ୍ଲେସ୍‌ମେଂଟର ମୁଖ୍ୟ ଡକ୍ଟର ସୁଜିତ କୁମାର ଦାଶ, କ୍ୟାରିୟର ଡେଭଲପ୍‌ମେଂଟ ସେଲ୍‌ର ମୁଖ୍ୟ ଶ୍ରୀ ସୁମିତ ମିତ୍ର, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡକ୍ଟର ସରୋଜ କୁମାର ଆଚାର୍ଯ୍ୟ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡକ୍ଟର ଜୟଦେବ ବଳ, ଆସୋସିଏଟ୍ ପ୍ରଫେସର ଡକ୍ଟର ସସ୍ମିତା ତ୍ରିପାଠୀ, ଫିଲିପ୍ସ ଏଜୁକେସନ୍‌ର ମ୍ୟାନେଜର ସେଲ୍ସ ଶ୍ରୀ ପ୍ରସାଦ ଅଟି ଏବଂ ପିନାକୋର ମ୍ୟାନେଜର (ମାର୍କେଟିଂ) ଶ୍ରୀ ଏମ୍‌. ମଥାନ୍ ପ୍ରମୁଖ ଉପସ୍ଥିତ ଥିଲେ ।

ନିଜ ପରିଚୟ ନିଜେ ସୃଷ୍ଟି କର…

() ଗୋବିନ୍ଦପୁର ବୋଲି ଗୋଟିଏ ଗ୍ରାମ ଥିଲା। ସେହି ଗ୍ରାମରେ ପିଣ୍ଟୁ ବୋଲି ଜଣେ ଲୋକ ବାସ କରୁଥିଲା। ଦିନେ ସେ ଚିନ୍ତକଲା ଯେ,ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପରି ହେବା ପାଇଁ; ସେଥିପାଇଁ ସେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଜାଣିବା କୁ ଆଗ୍ରହୀ ହୋଇପଡ଼ିଲା। ଗାନ୍ଧିଜୀଙ୍କ ବିଷୟରେ ଜାଣିବା ପାଇଁ ସେ ଦିନରାତି ଏକ କରି, ତାଙ୍କ ରଚିତ ବହି ଓ ଜୀବନୀ ପଢିବାକୁ ଲାଗିଲା। ପିଣ୍ଟୁ ଦିନରାତି ପରିଶ୍ରମ କରି ଗାନ୍ଧିଜୀଙ୍କ ବିଷୟରେ ସବୁ କିଛି ଜାଣିଲା। ଦିନକର କଥା ବାଟରେ ଯିବାବେଳେ ସେ ତାର ଛୋଟବେଳ ର ବନ୍ଧୁ ଦିନେଶକୁ ଭେଟିଲା, ଦୁଇ ସାଙ୍ଗ କଥାବାର୍ତ୍ତା ହେଉଥାନ୍ତି। ଦିନେଶ ତାର ବନ୍ଧୁ କୁ ପଚାରିଲା- “ପିଣ୍ଟୁ ତୁ ଏପରି ଉଦ୍ୟମ କଣ ପାଇଁ କରୁଛୁ” ? ପିଣ୍ଟୁ ଉତ୍ତର ଦେଲା- “ମୁଁ ଗାନ୍ଧିଜୀଙ୍କ ଲେଖା ଓ ତାଙ୍କ ଜୀବନୀ ପଢି ପ୍ରଭାବିତ ହୋଇଛି। ଏବେ ମୋ ଜୀବନର ଏକ ମାତ୍ର ଲକ୍ଷ୍ୟ କିପରି ଭାବରେ ମୁଁ ମହାତ୍ମା ଗାନ୍ଧୀଙ୍କ ପରି ହେବି ଓ ଲୋକଙ୍କ ସେବା କରିବି”। ଦିନେଶ ଏହି ସବୁ କଥାଶୁଣି ପୁନର୍ବାର ତାର ସାଙ୍ଗ ପିଣ୍ଟୁ କୁ କହିଲା- “ଆରେ ତୁ କଣ ପାଗଳ ହୋଇଯାଇଛି!”? ଯଦି ଭଗବାନ୍ ଚାହିଁଥାନ୍ତେ, ତେବେ କଣ ଆଉ ଜଣେ ମହାତ୍ମା ଗାନ୍ଧୀଙ୍କୁ ଜନ୍ମ ଦେଈ ପାରିନଥାନ୍ତେ? ତେଣୁ ତୁ ଥରେ ଚିନ୍ତା କରି ଦେଖେ ତୋର ଯେତେବେଳେ ଆୟୁଷ ଶେଷ ହୋଇଆସିବ ସେତେବେଳେ ଭଗବାନ୍ ତୋର କର୍ମକୁ ବିଚାର କରି ପଚାରିବେ- “ଆରେ ବାବୁ, ତୋତେ ତ ମୁଁ ପିଣ୍ଟୁ କରି ପୃଥିବୀ କୁ ପଠେଇଥିଲି କିନ୍ତୁ ତୁ ପିଣ୍ଟୁ ହୋଇ ନରହି ତୁ ମହାତ୍ମା ଗାନ୍ଧୀ ହେବୁ ବୋଲି ଇଚ୍ଛାକଲୁ। ତୁ ପିଣ୍ଟୁ ହୋଇ ଲୋକଙ୍କ ସେବା କରିପାରିଥାନ୍ତୁ ଏବଂ ନିଜର ଏକ ନୂତନ ପରିଚୟ ସୃଷ୍ଟି କରି ପାରିଥାନ୍ତୁ । ହେଲେ ତୁ ଅନ୍ୟଙ୍କ ପରିଚୟରେ ପରିଚିତି ହେବାପାଇଁ ଇଚ୍ଛାକଲୁ”। କଥାଟି ପିଣ୍ଟୁ ମନକୁ ଛୁଇଁଲା। ସେ ଭାବିଲା କାହାପରି ନୁହେଁ ବରଂ ମୁଁ ମୋ ନିଜର ଏକ ପରିଚୟ ସୃଷ୍ଟି କରିବି,ଲୋକମାନଙ୍କ ସେବା କରିବି ଓ ସମାଜରେ ଏକ ପ୍ରତିଷ୍ଠିତ ବ୍ୟକ୍ତି ଭବରେ ସୁନାମ ଅର୍ଜନ କରିବା ପାଇଁ ଚେଷ୍ଟା କରିବି।
ଏଥିରୁ ଆମେ ଜାଣିବାକୁ ପାଇଲେ କେବେବି କାହାକୁ ଅନୁକରଣ ନକରି ନିଜେ ଯାହା ଅଛ ସେଥିରୁ କିପରି ଆହୁରି ଭଲ ହେବ, ସେ ଦିଗରେ ଧ୍ୟାନ୍ୟଦେବା ଉଚିତ୍ ଓ ନିଜର ଏକ ପରିଚୟ ସୃଷ୍ଟି କରିବା ଉଚିତ୍। ତେଣୁ ନିଜକୁ ଏହିପରି ଭାବରେ ଗଢିତୋଳ ଯେପରି ତୁମର ଅନୁପସ୍ଥିତ ମଧ୍ୟ ଲୋକେ ତୁମର ସ୍ମୃତି ଓ ଗାରିମା ମନେ ରଖିବେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଡାକ୍ତରୀ ଶିକ୍ଷାକୁ ନେଇ କର୍ମଶାଳା ….

() ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଅଧ୍ୟାପକ – ଅଧ୍ୟାପିକାମାନେ ଅଧିକ ଜ୍ଞାନ ଆହରଣ କରିବା ସହ କିପରି ସେମାନେ ଉତମ ଶିକ୍ଷକ ହୋଇପାରିବେ ସେ ଦିଗରେ ସେମାନଙ୍କୁ ପ୍ରଶିକ୍ଷିତ କରିବା ନେଇ ସୋମବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ୩ ଦିନିଆ କର୍ମଶାଳା ଆରମ୍ଭ ହୋଇଛି । ନ୍ୟାସ୍‌ନାଲ୍ ମେଡିକାଲ୍ କାଉନ୍‌ସିଲ୍‌ର ମାର୍ଗଦର୍ଶିକା ଅନୁଯାୟୀ ଏବଂ ଡାକ୍ତରୀ ଶିକ୍ଷା କ୍ଷେତ୍ରକୁ ନେଇ ଆୟୋଜିତ ଏହି କର୍ମଶାଳାକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଉଦ୍‌ଘାଟନ କରିଥିଲେ ।

ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଫ୍ୟାକଲ୍ଟିମାନେ ଅଧିକ ପ୍ରଶିକ୍ଷିତ ହେଲେ ସେମାନେ କିଭଳି ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଦକ୍ଷ ଓ ଗୁଣବତା ଭିତିକ ଡାକ୍ତର ହେବାରେ ସହାୟକ ହୋଇପାରିବେ ଏବଂ ସମାଜର ଆବଶ୍ୟକତା ଅନୁଯାୟୀ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ ତାହା ହିଁ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।

ଆୟୋଜିତ ଏହି କର୍ମଶାଳାରେ ନ୍ୟାସ୍‌ନାଲ୍ ମେଡିକାଲ୍ କାଉନ୍‌ସିଲ୍‌ର ଅବ୍‌ଜରଭର୍ ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ ପଣ୍ଡା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ମେଡିକାଲ୍ ଏଜୁକେସନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ, ଆଡିସ୍‌ନାଲ୍ ଡିନ୍ ପ୍ରଫେସର (ଡାକ୍ତର) ଅଜୟ ଜେନା, ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା, ପ୍ରଫେସର (ଡାକ୍ତର) ରଚିତା ଷଢ଼ଙ୍ଗୀ ଏବଂ ପ୍ରଫେସର (ଡାକ୍ତର) ଦେବାହୁତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ପ୍ରାୟ ୩୦ ଜଣ ଫ୍ୟାକଲ୍ଟି ଏହି କର୍ମଶାଳାରେ ଯୋଗ ଦେଇଥିଲେ ।

ରନ୍ଧନ ଗ୍ୟାସ ଦର ବୃଦ୍ଧି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ…

{} ରନ୍ଧନ ଗ୍ୟାସ ଦର ବୃଦ୍ଧି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ରାଜ ଭବନ ସମ୍ମୁଖରେ ବିକ୍ଷୋଭ।

() ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ସ୍ଥିତ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରାଯାଇଥିଲା । ସଭାପରେ ଶହ ଶହ ଛାତ୍ର ରାଜଭବନ ଅଭିମୁଖେ ଯାତ୍ରା କରୁଥିବା ବେଳେ ପୋଲିସ ସେମାନଙ୍କୁ ରାସ୍ତାରେ ଅଟକାଇ ଦେଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଥିଲେ ଯେ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିକରି ମୋଦି ସରକାର ସାଧାରଣ ଜନତାଙ୍କର ରକ୍ତ ଶୋଷଣ କରୁଛନ୍ତି । ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ, ୨୦୧୪ ପୂର୍ବରୁ ଯେତେବେଳେ ମନମୋହନ ସିଂଙ୍କ ସରକାର ଥିଲା ସେତେବେଳେ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ସାମାନ୍ୟ ବୃଦ୍ଧି ଓ ରନ୍ଧନ ଗ୍ୟାସର ସାମାନ୍ୟ ବୃଦ୍ଧିକୁ ନେଇ ତୁମ୍ବି ତୋଫାନ କରୁଥିଲେ । ବିଜେପି ରାଜରାସ୍ତାରେ ଚିତ୍କାର କରୁଥିଲା । ହେଲେ ୨୦୧୪ ପର୍ଯ୍ୟନ୍ତ ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ଦର ୪୧୦ ଟଙ୍କା ଥିବା ବେଳେ ୨୦୨୩ ମସିହା ଏହା ୧୧୩୦ ଟଙ୍କା ହୋଇଛି । ନିକଟରେ ଏହା ୫୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି କମରସିଆଲ ଗ୍ୟାସ ସିଲିଣ୍ଡର ପିଛା ୨୦୧୪ ରେ ୯୫୭ ଟଙ୍କା ଥିବା ବେଳେ ନିକଟରେ ୩୫୦ ଟଙ୍କା ବଢ଼ି ସିଲିଣ୍ଡର ପିଛା ୧୮୩୦ ଟଙ୍କା ହୋଇଛି । ମୋଦି ସରକାର ମୁଢ଼ି, ଚୂଡ଼ା, ଦହି ଭଳି ସାଧାରଣ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟରେ ଜିଏସଟି ଲଗାଇବା ପଛେଇ ନାହାନ୍ତି । ଗରିବ ଲୋକ ଚଢ଼ା ଦରର ହାଟ ସଉଦା କରି ଆଖିରୁ ଲୁହ ଝରାଉଛନ୍ତି । ସେହିଭଳି ଗ୍ୟାସ ଦରି ବଢ଼ି ହାଣ୍ଡିଶାଳରେ ମହଙ୍ଗା ମାଡ଼ ହୋଇଛି । ୨୦୧୪ ମସିହାରେ ଅଟା,ଡାଲି, ଚିନି, ତେଲ ଭଳି ଦ୍ରବ୍ୟର ଦର ଯାହାଥିଲା ଆଜି ତାହା ତିନି ଚାରିଗୁଣ ହୋଇପଡ଼ିଛି । କରୋନା ପରେ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି । କୋଟି କୋଟି ଜନସାଧାରଣ ନିଜର ବୃତି ଓ ଜୀବିକା ହରାଇଛନ୍ତି । ଏହି ଯନ୍ତ୍ରଣାମୟ ସମୟରେ ଗ୍ୟାସ ଦର ବୃଦ୍ଧି ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଆଁ ଦର ବୋଝ ଉପରେ ନଳିତା ବିଡ଼ା ସଦୃଶ । ନରେନ୍ଦ୍ର ମୋଦି ଯେଉଁ ଆଛାଦିନର ସ୍ୱପ୍ନ ଦେଖାଇଥିଲେ, ବିକାଶର ଯେଉଁ ନକ୍ସା ଦେଇଥିଲେ ଆଜି ସାଧାରଣ ଜନତା ତାକୁ ବାସ୍ତବରେ ଦେଖୁଛନ୍ତି । ମୋଦି ମାର୍କା ବିକାଶ ଏବଂ ମୋଦିଙ୍କ ଆଛାଦିନର ରୂପରେଖ ଆଜି ଦେଶର ଜନସାଧାରଣଙ୍କୁ ତଳିତଳାନ୍ତ କରିଦେଇଛି । ସୁତରାଂ ଏ ମହଙ୍ଗାମାଡ଼ ମୋଦି କୃତ । ପ୍ରତି ହାଣ୍ଡିଶାଳରୁ ବିପ୍ଳବ ହେବାକୁ ଶ୍ରୀ ନୱାଜ ଆହ୍ୱାନ ଦେଇଛନ୍ତି । ଶ୍ରୀ ନୱାଜ କହିଛନ୍ତି ଯେ ଯଦି ଦରଦାମ ନିୟନ୍ତ୍ରଣ ନ ହୁଏ ଏବଂ ରନ୍ଧନ ଗ୍ୟାସର ବର୍ଦ୍ଧିତ ଦର ଯଦି କମାନଯାଏ ତେବେ ବିଜେପି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଓଡ଼ିଶାରେ ଛାତ୍ର କଂଗ୍ରେସ ଗଣତାନ୍ତ୍ରିକ ପ୍ରକିୟାରେ ବିରୋଧ କରିବ ।

ଏହି ବିକ୍ଷୋଭ ସଭାପରେ ପ୍ରଦେଶ ଛାତ୍ର କଂଗ୍ରେସର ନେତୃବୃନ୍ଦ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ମାନସ ଚୌଧୁରୀ, ରଜତ ଚୌଧୁରୀ, ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ନଳିନୀକାନ୍ତ ନାୟକ, ବିଶ୍ୱଭୂଷଣ ମହାପାତ୍ର, ରଣଜିତ ସେନାପତି, ସାଗର ପଟ୍ଟନାୟକ, କାର୍ତିକେଶ୍ୱର କାଣ୍ଡି, ଶ୍ରୀ ମହାନ୍ତି, ଲିପିକା ପାତ୍ର, ଆର୍ଯ୍ୟାନ ସାସମଲ, ନିତେଶ ବେହେରା, ଉଦିତ୍ ପ୍ରଧାନ, ବିକ୍ରମ ସେନାପତି, ସମିର ରାଉତ, ଜ୍ୟୋତିରଞ୍ଜନ ଦାସ, ସୌମ୍ୟରଞ୍ଜନ ବରାଳ, ଅଭିଷେକ ପାତ୍ର, ଆଶୁତୋଷ ବେହେରା, ସାଇରାମ ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଦୟାନଦୀ : ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର…..

() ଓଡ଼ିଶାର କବି ଓ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା ଗ୍ରହଣ କରିଛନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ନୂଆଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପୁରସ୍କାର ଗ୍ରହଣ କରିଛନ୍ତି ଡକ୍ଟର ପଣ୍ଡା । କବିତା ସଂକଳନ ଦୟାନଦୀ ଲାଗି ତାଙ୍କୁ ଏହି ସମ୍ମାନ ମିଳିଛି । ପୁରସ୍କାର ସ୍ବରୂପ ତାଙ୍କୁ ୧ ଲକ୍ଷ ଟଙ୍କା ଏବଂ ତାମ୍ର ଫଳକ ପ୍ରଦାନ କରାଯାଇଛି । କଳିଙ୍ଗ ଯୁଦ୍ଧ ଉପରେ ୬୪ଟି କବିତାକୁ ନେଇ ସଂକଳନ ରଚିତ ହୋଇଛି। ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୩ଟି ଭାଷାରେ ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ କବିତା ସଙ୍କଳନ “ଦୟାନଦୀ” ୨୦୧୭ ମସିହାରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ଵାରା ପ୍ରକାଶିତ ହୋଇଥିଲା । ଏହା ପୂର୍ବରୁ ୨୦୧୧ ରେ ଡ. ଗାୟତ୍ରୀବାଳା ପଣ୍ଡା କବିତା ସଂକଳନ “ଗାଆଁ” ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ବାରା ଦୁଇ ଥର ପୁରସ୍କୃତ ହେବାରେ ଗାୟତ୍ରୀବାଳା ହେଉଛନ୍ତି ପ୍ରଥମ ଓଡ଼ିଆ କବି l କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ ହେବାରେ ଗାୟତ୍ରୀବାଳା କହିଛନ୍ତି ଯେ ଯୁବ ଲେଖକ କହୁଛନ୍ତି ଯେ ପ୍ରଚୁର ପଢାପଢ଼ି କରିବା ସହ ସାହିତ୍ୟ କ୍ଷେତ୍ରରେ ସାଧନା ଜାରୀ ରଖିବାକୁ l କେବଳ ସେତିକି ନୁହେଁ ଯୁବ ଲେଖକ ମାନେ କବି ଓ ଲେଖକ ଙ୍କ ସହ ସୁସମ୍ପର୍କ ରଖିବା ସହ ସେମାନେ କଣ ଲେଖୁଛନ୍ତି ତାହାକୁ ମଧ୍ୟ ଅନୁକରଣ କରିବା ଦରକାର l ନିଜ ଲେଖା ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଓଡିଆ ଭାଷାର ପ୍ରାଚୀନତା ବୁଝିବା ଦରକାର l

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି: ମୁଖ୍ୟମନ୍ତ୍ରୀ…

() ରାଉରକେଲା ୧୦ ମାର୍ଚ୍ଚ ୨୦୨୩; ଶୁକ୍ରବାର ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ୍‌ ଷ୍ଟାଡିୟମ୍‌ ସମେତ ବିର୍ସା ମୁଣ୍ଡା ସୁଇମିଂ କମ୍ପ୍ଳେକ୍ସ ଏବଂ ବହୁତଳ କାର ପାର୍କିଂ ସୁବିଧାର ଉଦ‌ଘାଟନ କରିଛନ୍ତି । ୧୫୭. ୨୧ କୋଟି ଟଙ୍କା ମୂଲ୍ୟରେ ୧୦ ଏକର ଜମିରେ ଏହି ଷ୍ଟାଡିୟମ୍‌ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନିର୍ମିତ ହୋଇଛି । ପ୍ରାୟ ୧୦ହଜାର ଦର୍ଶକ ଏକକାଳୀନ ଏଠାରେ ବସି ଖେଳ ଉପଭୋଗ କରିପାରିବେ । ଏଠାରେ ଫୁଟବଲ ସମେତ ଡ୍ରାଗ୍‌ ଆଣ୍ଡ ଫିଲ୍ଡ ବିଭାଗର ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରିବ । ଏଥିସହିତ ଏଠାରେ ନିର୍ମିତ ସୁଇମିଂ ପୁଲରେ ସନ୍ତରଣ ନେଇ ପ୍ରଶିକ୍ଷଣ ଦିଆଯିବା ସହ ରାଜ୍ୟ ତଥା ଜାତୀୟସ୍ତରୀୟ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ । ଏହା ସହିତ ୨ମହଲା ବିଶିଷ୍ଟ ମଲ୍ଟି ଲେବଲ୍‌ କାର‌ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି । ଆଜିର ଏହି ଷ୍ଟାଡିୟମ୍‌ର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାବାସୀଙ୍କ ପାଇଁ ଏହି ଷ୍ଟାଡିୟମ‌ ଉତ୍ସର୍ଗୀକୃତ କରିବା ସହ ଉପସ୍ଥିତ ହଜାର ହଜାର ଜନସଧାରଣଙ୍କୁ ଷ୍ଟାଡିୟମ‌ର ଉଦ୍‌ଘାଟନ ନେଇ ଆପଣମାନେ ଖୁସି ତୋ ପଚାରିଥିଲେ । ପ୍ରତିତ୍ତ୍ୟୁରରେ ଲୋକମାନେ ବହୁତ ଖୁସି ଥିବା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଲୋକଙ୍କ ଖୁସିରେ ସେ ଖୁସି ଥିବା କହିଥିଲେ ।

ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ସ୍ବାସ୍ଥ୍ୟ, ଶିକ୍ଷା, ରାସ୍ତା ଘାଟ, ପରିମଳ, କୃଷି ଏବଂ ପର୍ଯ୍ୟଟନ ଇତ୍ୟାଦିର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଉଦ‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଯେପରିକି ୫୩.୫୩ କୋଟି ଟଙ୍କାର ପାନପୋଷଠାରେ ବଜାର ଗୃହ ନିର୍ମାଣ, ୧୧.୭୭ କୋଟି ଟଙ୍କାର ଆସ୍ଥା ଗୃହ (ମାନସିକ ରୋଗଗ୍ରସ୍ତ ମହିଳାଙ୍କ ପାଇଁ), ୨୩୨ କୋଟି ଟଙ୍କାର ୫ଗୋଟି ଉଚ୍ଚ କ୍ଷମତା ସମ୍ପନ୍ନ ଉଠା ଜଳ ସେଚନ ପ୍ରକଳ୍ପ, ଟାଙ୍ଗରପାଲ୍ଲୀ ବ୍ଳକ୍‌ର ଉଜ୍ଜଳପୁର ଠାରେ ୨.୫୫ କୋଟି ଟଙ୍କା ମୂଲ୍ୟର ମାର୍କେଟ ୟାର୍ଡ ଓ ଗୋଦାମ ଗୃହ, ୩୩.୯୦ କୋଟି ଟଙ୍କାର ୧୪ ଗୋଟି ଅନୁସୂଚିତ ଜାତି ଓ ଜନଜାତି / ପଛୁଆ ବର୍ଗଙ୍କ ନିମନ୍ତେ ଛାତ୍ରାବାସ, ୨୩୭.୨୦ କୋଟି ଟଙ୍କାର ୬୬ ଗୋଟି ରାସ୍ତା ପ୍ରକଳ୍ପ, ୧୧.୫୦ କୋଟି ଟଙ୍କାର ୨୭୩ ଗୋଟି ପଞ୍ଚାୟତସ୍ତରୀୟ ବର୍ଜ୍ୟବସ୍ତୁ ପୃଥକୀକରଣ ଓ ଗୋଟିଏ କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ସରଫଗଡ଼ ଠାରେ ୭୫ ଲକ୍ଷ ଟଙ୍କାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ, ୬.୪୭ କୋଟି ଟଙ୍କାରେ ନିର୍ମିତ ୨୩ ଗୋଟି ଅଙ୍ଗନଓ୍ବାଡି କେନ୍ଦ୍ର, ୬୩.୨୯ କୋଟି ଟଙ୍କାରେ ନିର୍ମିତ ୪୭ ଗୋଟି ଗୋଷ୍ଠୀ ସଭା ଗୃହ, ୨୫.୩୭ କୋଟି ଟଙ୍କାରେ ନିର୍ମିତ ୮୫ ଗୋଟି ବିଦ୍ୟାଳୟ ଗୃହ, ୧.୩୪ କୋଟି ଟଙ୍କାରେ ନିର୍ମିତ ୩ଟି ଗୋଷ୍ଠୀ ଉପ ସ୍ବାସ୍ଥ୍ୟ କେନ୍ଦ୍ରର ଉଦ୍‌ଘାଟନ କରିଥିଲେ । ଏହା ସହିତ ୬୬.୯୩ କୋଟି ଟଙ୍କାର ବ୍ୟାୟରେ ନିର୍ମିତ ହେବାକୁ ଥିବା ୨୩ ଗୋଟି ରାସ୍ତା, କଲଭର୍ଟ ଏବଂ ଗୃହ ନିର୍ମାଣ କାର୍ଯ୍ୟ , ୮.୭୯ କୋଟି ଟଙ୍କାରେ ହେବାକୁ ଥିବା ୨୯ ଗୋଟି ଗୋଷ୍ଠୀ ସଭା ଗୃହ, ୩୫.୨୬ କୋଟି ଟଙ୍କା ମୂଲ୍ୟରେ ହେବାକୁ ଥିବା ୭୩ ଗୋଟି ସ୍ବାସ୍ଥ୍ୟ ସମ୍ପର୍କିତ ପ୍ରକଳ୍ପ, ୧୬.୧୦ କୋଟି ଟଙ୍କାରେ ଲାଇଙ୍ଗ‌ ଠାରେ ହେବାକୁ ଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳର ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନ ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ‌, କ୍ରୀଡ଼ା ଏବଂ ଯୁବ ସେବା ସଚିବ ଆର. ଭିନିଲ୍‌ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ କର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ମହାଜନ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news