ରାହୁଲ ଓ ନିରଞ୍ଜନଙ୍କୁ ଦାମଙ୍କ ଟାର୍ଗେଟ…..

- Advertisement -

ଭୁବନେଶ୍ୱର : “ବୁଦ୍ଧି ନ ଦିଶଇ ଘରକୁ,କହିଦେଉଥାଏ ପରକୁ ” ।  ଏମିତି କିଛି ବ୍ୟଙ୍ଗ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ଦାମ ରାଉତ। କଂଗ୍ରେସ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ମୁକାବିଲାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରୁଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସିଧାସଳଖ ରାଜ୍ୟରେ ଲକ୍ ଡାଉନ ବିଫଳ ହୋଇଛି ବୋଲି କହିଛନ୍ତି। ତାର ଉତ୍ତରରେ ବରିଷ୍ଠ ନେତା ଦାମ ରାଉତ କଂଗ୍ରେସ ଏପରି କଟାକ୍ଷ କରିଛନ୍ତି। ଶ୍ରୀ ରାଉତ କହିଛନ୍ତି , ଦେଶ ଏବେ କରୋନା ମହାମାରୀ ସହ ଲଢ଼ୁଛି।ହେଲେ କଂଗ୍ରେସ ଏଥିରୁ ରାଜନୈତିକ ଛକା ମାରିବାକୁ ପ୍ରୟାସ କରୁଛି। ଚାରିଆଡୁ କରୋନାର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାର ସୁଅ ଛୁଟୁଛି।ଖୋଦ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରର ଅନେକ ମନ୍ତ୍ରୀ ଏହା ମାନୁଛନ୍ତି। ସେତେବେଳେ କଂଗ୍ରେସର ଏପରି ଅଭିଯୋଗ ଭିତ୍ତିହୀନ ବୋଲି ଶ୍ରୀ ରାଉତ କହିଛନ୍ତି। କଂଗ୍ରେସ ପ୍ରଥମେ ତାର ଭାଗୁଆଳି ରାଜ୍ୟ ମହାରାଷ୍ଟ୍ର କଥା ଚିନ୍ତା କରିବା ଉଚିତ । କଂଗ୍ରେସ ୧୯୯୯ ମହାବାତ୍ୟା ଅନୁଭୂତିକୁ ଭୁଲିବା ଉଚିତ ନୁହଁ। ତାହାକୁ ମନେ ପକେଇ କରି ନବୀନଙ୍କ ପରାମର୍ଶ ନେବାକୁ ନିରଞ୍ଜନଙ୍କୁ ତେର୍ଚ୍ଚା ବାଣ ମାରିଛନ୍ତି ଦାମ ରାଉତ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles