ଗଡ଼ିଲା ବସ : ସ୍ୱାଭାବିକ ହେଲା ଯାତାୟତ…

- Advertisement -

ଭୁବନେଶ୍ୱର :ରାଜ୍ୟରେ ଆଜିଠୁ ଗଡିବ ଘରୋଇ ବସ । ଏନେଇ ଗତକାଲି ବସ ମାଲିକ ସଂଘର ନିଷ୍ପତ୍ତି ହୋଇଛି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଉଛି କି ବଢିବ ନାହିଁ ବସ୍ ଭଡା ।ମାର୍ଚ୍ଚ ୨୧ ରେ ନିର୍ଦ୍ଧାରିତ ବସ ଭଡା ଏବେ ମଧ୍ୟ ଲାଗୁହେବ। ସିଟ୍ ସଂଖ୍ୟା ଅନୁଯାୟୀ ବସରେ ଯାତ୍ରା କରିବେ ଯାତ୍ରୀ । ସାମାଜିକ ଦୂରତାକୁ ଦିଆଯିବ ଗୁରୁତ୍ୱ ।
ଦୀର୍ଘ ଦୁଇମାସ ପରେ ଆଜି ରାଜ୍ୟରେ ବସ ସେବା ଆରମ୍ଭ ହେବ। ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି।କୋଭିଡ ୧୯ ଗାଇଡ଼ ଲାଇନ ଅନୁଯାୟୀ ରାଜ୍ୟରେ ବସ ଚଳାଚଳ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ବସରେ ଯେତିକି ସିଟ ଆଛି ସେତିକି ଯାତ୍ରୀ ହିଁ ଯିବେ। କେହି ଠିଆ ହୋଇ ଯାଇପାରିବେ ନାହିଁ। ଏହାସହ ମାସ୍କ ପରିଧାନକୁ ବାଧ୍ୟତା ମୂଳକ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫୦ ପ୍ରତିଶତ ବସ ଚାଲିବ। ପରେ ୧୦ ଦିନ ମଧ୍ୟରେ ରାଜ୍ୟରେ ଶତ ପ୍ରତିଶତ ବସ ଚଳାଇବାକୁ ରାଜ୍ୟ ସରକାର ଯୋଜନା ରଖିଥିବା ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାସହ ଭଡାରେ କୌଣସି ପରିବର୍ତ୍ତନ ହେବ ନାହିଁ। ମାର୍ଚ୍ଚ ୨୧ତାରିଖରେ ନିର୍ଦ୍ଧାରିତ ଭଡା ଆଧାରରେ ଚାଲିବ। ଗତ କାଲି ଚଣ୍ଡୀଖୋଲରେ ବସିଥିବା ବସ ମାଲିକ ସଂଘର ବୈଠକରେ ନିଷ୍ପତ୍ତି ହୋଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles