ରାଜନୀତି Archives - Big News Odisha

ସମ୍ବଲପୁରରେ ଦେଶର ୫୧ତମ ଡପ୍‌ଲର ପାଣିପାଗ ରାଡାର୍ ଲୋକାର୍ପିତ
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ

ସମ୍ବଲପୁରରେ ଦେଶର ୫୧ତମ ଡପ୍‌ଲର ପାଣିପାଗ ରାଡାର୍ ଲୋକାର୍ପିତ

ପାଣିପାଗ ପୂର୍ବାନୁମାନରେ ନୂଆ ଯୁଗ: ସମ୍ବଲପୁରରୁ ପାଣିପାଗ ଉପରେ ନଜର ରଖିବ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ରାଡାର୍୧୩ଟି ଜିଲ୍ଲାର ପାଣିପାଗ ସମ୍ପର୍କରେ ତଥ୍ୟ ଯୋଗାଇବ ଏହି ରାଡାର୍ ବିକାଶ ପଥରେ ପଶ୍ଚିମ ଓଡ଼ିଶା: ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ୧,୯୧୦ କୋଟିର କାର୍ଯ୍ୟ ସହ ବଦଳୁଛି ସମ୍ବଲପୁରର ଚେହେରାଦେଶରେ ଆଉ ୪୦ ଡପଲର ରାଡାର୍ ସ୍ଥାପନ କରାଯିବ – କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ବାଲେଶ୍ୱର, ଭୁବନେଶ୍ୱର ଓ ପୁରୀରେ ମଧ୍ୟ ଡପଲର ରାଡାର୍ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଉଛି ଧନ ଜୀବନ ସୁରକ୍ଷା ଓ ଜଳସେଚନ ପାଇଁ ବରଦାନ ସାବ୍ୟସ୍ତ ହେବ ଡପ୍‌ଲର ରାଡାର୍: ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ଅବସରରେ ଜିଲ୍ଲାବାସୀଙ୍କୁ ଆଜି ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବଲପୁର ଏବଂ ସମଗ୍ର ପଶ୍ଚିମ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ଅତ୍ୟାଧୁନିକ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ପାଣିପାଗ ରାଡାର୍ (DWR)ର ଶୁଭାରମ୍ଭ କରିବା ସହ ପ୍ରାୟ ୯୬୦ କୋଟି ଟଙ୍କାର ୫୦ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁର ହେଉଛି ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ପ୍ରତୀକ ଏବଂ ‘ସମୃଦ୍ଧ ଓଡ଼ିଶା ୨୦୩୬’ ଗଠନ ସଂକଳ୍ପରେ ସମ୍ବଲପୁର ହେଉଛି ରାଜ୍ୟ ସରକାରଙ୍କ ବିକାଶ ଯାତ୍ରାର ମୁଖ୍ୟ କେନ୍ଦ୍ର।ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣର ଆରମ୍ଭରେ ମା’ ସମଲେଶ୍ଵରୀ, ବୀର ସୁରେନ୍ଦ୍ର ସାଏ, ଶହିଦ ମାଧୋ ସିଂ, ଛବିଲ ସାଏ, ସନ୍ଥକବି ଭୀମଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେ କହିଥିଲେ ଯେ ସମ୍ବଲପୁରୀ ଭାଷା, ସଂସ୍କୃତି, ଗୀତ ଓ ଶାଢ଼ୀ ସମଗ୍ର ଆଞ୍ଚଳିକ ପରିଚୟର ଗୌରବ। ଆଜି ଉଦ୍‌ଘାଟିତ ଓ ଶିଳାନ୍ୟାସ ହୋଇଥିବା ୯୬୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟରେ ୧୩୩.୪୭ କୋଟି ଟଙ୍କାର ୧୫ଟି ସମ୍ପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ଏବଂ ୮୨୫.୮୩ କୋଟି ଟଙ୍କାର ୩୫ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ସାମିଲ ଅଛି। ଏଥିରେ ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ (କୁଚିଣ୍ଡା ପାଇଁ ୬୦.୫୦ କୋଟି), କ୍ରୀଡ଼ା (୭୪.୭୨ କୋଟି), ସଡ଼କ ଓ କୋଠା ନିର୍ମାଣ (୫୮୫ କୋଟି) ଏବଂ ଜଳସମ୍ପଦ କ୍ଷେତ୍ରରେ ୨୨୦.୫୬ କୋଟି ଟଙ୍କାର ମେଗା ଲିଫ୍ଟ ଜଳସେଚନ ଓ ୮.୮୮ କୋଟି ଟଙ୍କାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଭୁକ୍ତ।

ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ଗତ ଜାନୁଆରୀ ୨୦୨୬ରେ ସେ ୯୪୮ କୋଟି ଟଙ୍କାର ପ୍ରକଳ୍ପ ସହ ୫୦ଟି ବୈଦ୍ୟୁତିକ ବସ୍‌ର ଶୁଭାରମ୍ଭ କରିଥିଲେ। ଅଇଁଠାପାଲି ବସ୍ ଟର୍ମିନାଲ୍ ଓ ଏହାର ୧୦ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୨୩୮.୧୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସହରରେ ଜଳସଙ୍କଟ ଓ ଜଣ୍ଡିସ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ AMRUT ୨.୦ ଅଧୀନରେ ୪୫୦ କୋଟି ଟଙ୍କାର ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପ୍ରକଳ୍ପ ଜରିଆରେ ୪୧ଟି ୱାର୍ଡକୁ ୧୦୦ ନିୟୁତ ଲିଟର ବିଶୁଦ୍ଧ ଜଳ ଯୋଗାଇ ଦିଆଯିବ। ଏତଦ୍‌ବ୍ୟତୀତ, ବୁର୍ଲା ଓ ହୀରାକୁଦ ରିଙ୍ଗ୍ ରୋଡ୍, ରେମେଡ୍-ହୀରାକୁଦ ୪-ଲେନ୍ ରାସ୍ତା ଆଦିର ସମ୍ପ୍ରସାରଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଏହି ଗୋଟିଏ ବର୍ଷରେ ସେପ୍ଟେମ୍ବର ସୁଦ୍ଧା ସମ୍ବଲପୁର ପାଇଁ ପ୍ରାୟ ୧,୯୧୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ କରାଯାଇଛି। ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ଭୁବନେଶ୍ୱର ବାହାରେ ସମ୍ବଲପୁରରେ ପ୍ରଥମ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ମଧ୍ୟ କରାଯାଇଥିଲା।

ପଶ୍ଚିମ ଓଡ଼ିଶାର ଶିଳ୍ପ ବିକାଶ ଓ ନିଯୁକ୍ତି ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲପଙ୍ଗାଠାରେ ହିଣ୍ଡାଲ୍‌କୋର ସମ୍ପ୍ରସାରଣ ପାଇଁ ୪୦,୦୦୦ କୋଟି ଏବଂ ରେଙ୍ଗାଲିଠାରେ JSW-JFE ଷ୍ଟିଲ୍ ଦ୍ୱାରା ୩୨,୦୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହା ସହିତ କୃଷି ଭବନ, ଛାତ୍ରୀ ନିବାସ, ସମ୍ବଲପୁର ଫୁଟବଲ୍ ଏକାଡେମୀର ଆଧୁନିକୀକରଣ ଏବଂ ‘ହୀରାକୁଦ ଡ୍ୟାମ୍ ମାଷ୍ଟର ପ୍ଲାନ’ ନିର୍ମାଣ କରାଯାଉଛି। ରାଜ୍ୟ ସରକାର ୨୦୩୬ ଶତାବ୍ଦୀ ପୂର୍ତ୍ତି ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ନାରୀ ସଶକ୍ତିକରଣକୁ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ‘ସୁଭଦ୍ରା’, ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଓ ‘କନ୍ୟା ସୁମଙ୍ଗଳ’ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆଗକୁ ନିଆଯାଉଛି ଏବଂ ରାଜ୍ୟ ବଜେଟର ୪୦ ପ୍ରତିଶତ ମହିଳାଙ୍କ ପାଇଁ ବ୍ୟୟ ହେଉଛି।କେନ୍ଦ୍ର ଓ ରାଜ୍ୟର ‘ଡବଲ ଇଞ୍ଜିନ’ ସରକାରର ସଫଳତା ଗଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାକୁ ୯୦ ହଜାର କୋଟିର ରେଳ, ୪୦ ହଜାର କୋଟିର ସଡ଼କ, ୨୫ ହଜାର କୋଟିର ବନ୍ଦର ଏବଂ ୨୫ ହଜାର କୋଟି ଟଙ୍କାର ଜାହାଜ ନିର୍ମାଣ ପ୍ରକଳ୍ପ ମିଳିଛି। ସମ୍ବଲପୁରରେ ୧,୫୨୧ କୋଟି ଟଙ୍କାର ୪-ଲେନ୍ ବାଇପାସ୍, VIMSARର ୧,୭୦୦ କୋଟିର ସମ୍ପ୍ରସାରଣ, ୧୦୦ କୋଟିର Aqua Park, ଏବଂ ୧୦୦ କୋଟି ଟଙ୍କାର ‘ସମଲେଇ ଫେଜ୍-୨’ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ରଙ୍ଗବତୀ’ ଗୀତର ତିନିଜଣ ସ୍ରଷ୍ଟା ଓ ଶିଳ୍ପୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ବିଭୂଷିତ କରାଯିବା ପ୍ରସଙ୍ଗ ଉଲ୍ଲେଖ କରି ସେ ସଂସ୍କୃତି ପ୍ରତି କେନ୍ଦ୍ର ସରକାରଙ୍କ ସମ୍ମାନକୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସ ଓ ବିଶ୍ୱକର୍ମା ପୂଜା ଅବସରରେ ମାସବ୍ୟାପୀ ସେବା ସଂକଳ୍ପ ଅଭିଯାନ, ‘ଆଶୀର୍ବାଦର ଦୀପ’ ଏବଂ ‘ଏକ ପେଡ ମା କେ ନାମ’ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦୀପ ଲଗାଇ ଟଙ୍କାର ଦୀର୍ଘ ନିରାମୟ ଜୀବନ କାମନା କରିବାକୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ।ଗଣମାଧ୍ୟମକୁ ସ୍ୱତନ୍ତ୍ର ବିବୃତ୍ତି ପ୍ରଦାନ କରୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମ୍ବଲପୁରଠାରେ ସ୍ଥାପିତ ଡପ୍‌ଲର ପାଣିପାଗ ରାଡାର୍ (DWR) ର ସ୍ୱତନ୍ତ୍ର ଆଞ୍ଚଳିକ ଗୁରୁତ୍ୱ ରହିଥିବା ବେଳେ ଏହାଦ୍ୱାରା ଓଡ଼ିଶାର ଏକ ବ୍ୟାପକ ଅଞ୍ଚଳ ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥା ସହିତ ସାମିଲ ହୋଇ ପାରିଛି।ସେ କହିଥିଲେ ଯେ ପାରାଦୀପ ଓ ଗୋପାଳପୁର ପରେ ଏହା ରାଜ୍ୟର ତୃତୀୟ ଡପଲର ରାଡାର। ୨୪ ଘଣ୍ଟା କାର୍ଯ୍ୟକ୍ଷମ ଏହି ରାଡାର ୨୫୦ କିଲୋମିଟର ପରିଧି ମଧ୍ୟରେ ସଠିକ୍ ତଥ୍ୟ ଏବଂ ୪୫୦ କିଲୋମିଟର ପର୍ଯ୍ୟନ୍ତ ପାଣିପାଗର ଗତିବିଧି ପୂର୍ବାନୁମାନ କରିପାରିବ। ଏହାଦ୍ୱାରା ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, ଅନୁଗୁଳ, କଳାହାଣ୍ଡି, କେନ୍ଦୁଝର ଓ ଢେଙ୍କାନାଳ ଆଦି ୧୩ଟି ଜିଲ୍ଲା ସହ ଛତିଶଗଡ଼ ଓ ଝାଡ଼ଖଣ୍ଡର କିଛି ଅଞ୍ଚଳ ଉପକୃତ ହେବେ। ପ୍ରାକ୍-ମୌସୁମୀ ବଜ୍ରଝଡ଼, ବଜ୍ରପାତ ଓ କୁଆପଥର ବର୍ଷାର ଆଗୁଆ ସୂଚନା ମିଳିବା ଫଳରେ ଓଡ଼ିଶାର ‘ଭାତ ହାଣ୍ଡି’ ବରଗଡ଼ ସମେତ ସମଗ୍ର ମହାନଦୀ ଅବବାହିକାର ଚାଷୀମାନେ ବିଶେଷ ଉପକୃତ ହେବେ।ଏହି ରାଡାର ପ୍ରତି ୧୦ ମିନିଟ୍‌ରେ ୧୫୦ ମିଟର ରିଜୋଲୁସନରେ ବୃଷ୍ଟିପାତର ଆକଳନ କରି ହୀରାକୁଦ ଜଳଭଣ୍ଡାରର ଜଳପ୍ରବାହ (Inflow) ପରିଚାଳନାକୁ ଅଧିକ ସୁଦୃଢ଼ କରିବ।ଏହା ସହିତ ବିଦ୍ୟୁତ, ଶିଳ୍ପ, ପରିବହନ ଓ ଗ୍ରୀଡ୍ ଅପରେସନ୍ କ୍ଷେତ୍ରରେ ମଧ୍ୟ ଏହା ସତର୍କତାମୂଳକ ପଦକ୍ଷେପ ନେବାରେ ସାହାଯ୍ୟ କରିବ। ସରକାର ‘ଟେକ୍ନୋଲୋଜି ଡ୍ରିଭିନ୍ ପ୍ରୋ-ଆକ୍ଟିଭ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ସିଷ୍ଟମ’ ଗଠନ କରୁଛନ୍ତି ଏବଂ ଆଗାମୀ ଦିନରେ ବାଲେଶ୍ୱର, ଭୁବନେଶ୍ୱର ଓ ପୁରୀରେ ମଧ୍ୟ ଡପ୍‌ଲର ରାଡାର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ଏହି ସମାରୋହ ଅବସରରେ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଭାସୀ ମାଧ୍ୟମରେ ନିଜର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ, ସମ୍ବଲପୁରଠାରେ ଉଦ୍‌ଘାଟିତ ଡପ୍‌ଲର ରାଡାର ଆମ ପୂର୍ବାନୁମାନ ପ୍ରଣାଳୀ (Forecast System) କ୍ଷେତ୍ରରେ ଏକ ବିରାଟ ସଫଳତା ଓ ମାଇଲଖୁଣ୍ଟ। ୨୦୧୪ ମସିହା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ପାଣିପାଗ ବିଭାଗ (IMD) ଏବଂ ମହାକାଶ ବିଜ୍ଞାନକୁ ସର୍ବୋଚ୍ଚ ପ୍ରାଥମିକତା ଓ ମାନ୍ୟତା ଦିଆଯାଇଛି।

ଆଜି ଭାରତ କେବଳ ନିଜ ଦେଶ ନୁହେଁ, ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ପାଣିପାଗ ପୂର୍ବାନୁମାନ ଓ ତଥ୍ୟ ଯୋଗାଇ ସହାୟତାର ହାତ ବଢ଼ାଉଛି। କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ଆଗାମୀ ଦିନରେ ଦେଶରେ ଆହୁରି ୪୦ଟି ଡପ୍‌ଲର ରାଡାର ଯୋଡ଼ାଯିବ, ଯାହାଦ୍ୱାରା ସମଗ୍ର ଓଡ଼ିଶା ରାଜ୍ୟର କୋଣ-ଅନୁକୋଣ ପାଇଁ ସଠିକ୍ ପାଣିପାଗ ପୂର୍ବାନୁମାନ ମିଳିପାରିବ। ଜଳବାୟୁ ସହନଶୀଳ ରାଜ୍ୟ (Climate Resilient State) ଭାବେ ଓଡ଼ିଶାର ଏହି ନୂତନ ଅଭ୍ୟୁଦୟ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୁଜାରୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ପଶ୍ଚିମ ଓଡ଼ିଶାରେ ଡପ୍‌ଲର ପାଣିପାଗ ରାଡାରର ସ୍ଥାପନା ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ଓ ଆବଶ୍ୟକତାକୁ ପୂରଣ କରିଛି। ସେ ଦର୍ଶାଇଥିଲେ ଯେ ଓଡ଼ିଶା ସରକାର ବିପର୍ଯ୍ୟୟ ପୂର୍ବପ୍ରସ୍ତୁତି ଓ ଆଗୁଆ ସୂଚନା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ପାଇଁ ଶୂନ୍ୟ ସହନଶୀଳତା (Zero Casualty) ନୀତି ଆପଣେଇଛନ୍ତି। ସମ୍ବଲପୁରଠାରେ କାର୍ଯ୍ୟକ୍ଷମ ହୋଇଥିବା ଏହି ରାଡାର ଦ୍ୱାରା କେବଳ ସମ୍ବଲପୁର ନୁହେଁ, ପଶ୍ଚିମ ଓଡ଼ିଶାର ୧୩ଟି ଜିଲ୍ଲାର କୃଷକ, ଆଞ୍ଚଳିକ ଜନସାଧାରଣ ଏବଂ ବିପର୍ଯ୍ୟୟ ପ୍ରଶମନ ବାହିନୀ ବିପଦର ବହୁ ଆଗରୁ ବଜ୍ରପାତ, ପ୍ରବଳ ବର୍ଷା ଓ ଝଡ଼ତୋଫାନର ସଠିକ୍ ତଥ୍ୟ ପାଇପାରିବେ। ଆଗାମୀ ଦିନରେ ବାଲେଶ୍ୱର, ଭୁବନେଶ୍ୱର ଓ ପୁରୀଠାରେ ମଧ୍ୟ ନୂତନ ଡପ୍‌ଲର ରାଡାର ସ୍ଥାପନ କରାଯାଇ ସମଗ୍ର ଓଡ଼ିଶାକୁ ଏକ ସୁରକ୍ଷିତ ଏବଂ ପ୍ରଯୁକ୍ତିବିଦ୍ଧି-ଭିତ୍ତିକ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ଅଧୀନକୁ ଅଣାଯିବ ବୋଲି ଶ୍ରୀ ପୁଜାରୀ ସୂଚନା ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମନମୋହନ ସାମଲ, ବିଧାୟକ ଜୟ ନାରାୟଣ ମିଶ୍ର, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର, SRC ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଉତ୍ତରାଞ୍ଚଳ ଡିଆଇଜି ଚରଣ ସିଂ ମୀନା, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।

The post ସମ୍ବଲପୁରରେ ଦେଶର ୫୧ତମ ଡପ୍‌ଲର ପାଣିପାଗ ରାଡାର୍ ଲୋକାର୍ପିତ appeared first on Big News Odisha.

ବିଜେପି ବେପାରୀଙ୍କ ଦଳ; ଲୋକଙ୍କଠୁ ଶୋଷିବା ଏମାନଙ୍କ କାମ: ଭକ୍ତ
*ବିଜେପି ବେପାରୀଙ୍କ ଦଳ; ଲୋକଙ୍କଠୁ ଶୋଷିବା ଏମାନଙ୍କ କାମ: ଭକ୍ତ*

*ମୋଦୀ-ଶାହ ଲୋକଙ୍କ ପକେଟମାର କରିବାରେ ବ୍ୟସ୍ତ: ଲାଲଜୀ*

> *ସଂସଦରେ ମିଛ କହିବା ବିଜେପି ମନ୍ତ୍ରୀମାନଙ୍କ ଅଭ୍ୟାସ*

> *୬ ଓ ୧୦ ଅଗଷ୍ଟରେ ଅର୍ଥମନ୍ତ୍ରୀ ସୀତାରମଣ କିଛି ହେଉନି କହିଲେ; ଅଥଚ ୫ ସପ୍ତାହ ଭିତରେ ବିଜ୍ଞପ୍ତି ପ୍ରକାଶ କଲେ*

> *ବ୍ୟାଙ୍କମାନଙ୍କର ଚଳିବାରେ ଅସୁବିଧା ନାହିଁ, ପୁଣି ଟିକସ କାହିଁକି?*

> *ତୁରନ୍ତ ଏହି ମୋଦୀ-ଟିକସକୁ ପ୍ରତ୍ୟାହାର କର*

ୟୁପିଆଇ ବ୍ୟବହାର ଉପରେ ଟ୍ୟାକ୍ସକୁ ନେଇ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇ, ଓପିସିସି ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମ ସାମ୍ନାରେ ନିଜ ମତବ୍ୟକ୍ତ କରିଛନ୍ତି l

ସଭାପତି ଶ୍ରୀ ଦାସ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ବା ୟୁପିଆଇ (UPI) ଆଜିକାଲି ସାଧାରଣ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି, ହେଲେ ଏହା ସହିତ ଜଡ଼ିତ ସାମ୍ପ୍ରତିକ ସମସ୍ୟା ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ପାଇଁ ବଡ଼ ଚିନ୍ତାର କାରଣ ସାଜିଛି। ସରକାର ପ୍ରଥମେ ନଗଦମୁକ୍ତ କାରବାରର ପ୍ରତିଶ୍ରୁତି ଦେଇ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେଇଥିଲେ, କିନ୍ତୁ ଏବେ ବିଭିନ୍ନ ୱାଲେଟ୍ ଓ ପ୍ଲାଟଫର୍ମ କାରବାର ଉପରେ ଲୁକ୍କାୟିତ ଚାର୍ଜ ଓ ଅତିରିକ୍ତ ଶୁଳ୍କ ଲଗାଯାଉଥିବାରୁ ଏହା ଛୋଟ ଦୋକାନୀ, ପରିବା ବିକ୍ରେତା ଏବଂ ସାଧାରଣ ଗ୍ରାହକଙ୍କ ଆର୍ଥିକ ବୋଝ ବଢ଼ାଇ ଦେଇଛି। ଏହାଛଡ଼ା, ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଏବଂ ବ୍ୟାଙ୍କ ସର୍ଭର ବାରମ୍ବାର ଡାଉନ୍ ରହିବା ଯୋଗୁଁ ଟଙ୍କା କଟିଯାଇ ମଧ୍ୟ କାରବାର ବିଫଳ (Transaction Fail) ହେଉଛି, ଯାହାଦ୍ୱାରା ଦିନ ମଜୁରିଆ ଓ ଖୁଚୁରା ବ୍ୟବସାୟୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ସବୁଠାରୁ ମାରାତ୍ମକ ବିଷୟ ହେଉଛି, ବର୍ତ୍ତମାନ ସମୟରେ ବଢ଼ି ଚାଲିଥିବା ୟୁପିଆଇ ସାଇବର ଠକେଇ ଓ ଫିସିଂ ସ୍କାମର ଶିକାର ଗ୍ରାମାଞ୍ଚଳର ଅପାଠୁଆ ଏବଂ ସରଳ ଲୋକମାନେ ହିଁ ହେଉଛନ୍ତି। ବ୍ୟାଙ୍କ କିମ୍ବା ପ୍ରଶାସନ ତରଫରୁ ତୁରନ୍ତ ସହାୟତା ବା ଅଭିଯୋଗର ସମାଧାନ ନ ମିଳିବା କାରଣରୁ ଜଣେ ସାଧାରଣ ନାଗରିକ ତାର ରକ୍ତଝାଳ ବୁହା ଧନ ହରାଇ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ୁଛି l

*ଏହା ସାଧାରଣ ଜନତାଙ୍କ ସହ ଏକ ବଡ଼ ବିଶ୍ୱାସଘାତକତା!* ମନେ ପକାନ୍ତୁ ସେଇ ଦିନଗୁଡ଼ିକ କଥା, ଯେତେବେଳେ ଏହି ସରକାର ବଡ଼ ବଡ଼ ଭାଷଣ ଦେଇ, ଛାତି ପିଟି କହୁଥିଲେ- “ଡିଜିଟାଲ୍ ପେମେଣ୍ଟ ଆପଣାନ୍ତୁ, ଦେଶ ବଦଳିବ, କାରବାର ସହଜ ହେବ।” ସେତେବେଳେ ଡିଜିଟାଲ୍ ଇଣ୍ଡିଆର କେତେ ବାହାବା ମାରୁଥିଲେ! ଆମର ଗରିବ ଚାଷୀ, ଛୋଟ ଦୋକାନୀ, ପରିବା ବେପାରୀ ଆଉ ମଧ୍ୟବିତ୍ତ ଲୋକମାନେ ସରକାରଙ୍କ କଥାକୁ ବିଶ୍ୱାସ କଲେ। ପକେଟ୍‌ରୁ ନଗଦ ଟଙ୍କା ଛାଡ଼ି ସମସ୍ତେ ମୋବାଇଲ୍‌ରେ ୟୁପିଆଇ (UPI) ବ୍ୟବହାର କରିବା ଶିଖିଲେ।କିନ୍ତୁ ଆଜି କଣ ହେଉଛି? ସାରା ଦେଶକୁ ଅଭ୍ୟାସ କରାଇ ସାରିବା ପରେ, ଏବେ ଏହି ‘ବେପାରୀ ପାର୍ଟି’ ନିଜର ଅସଲ ରୂପ ଦେଖାଇଛି। ଏବେ ସେମାନେ ୟୁପିଆଇ କାରବାର ଉପରେ ଟିକସ (Taxation) ଲଗାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଲେଣି!

ମୁଁ ପଚାରିବାକୁ ଚାହେଁ, ଏହା କେଉଁ ପ୍ରକାରର ନୀତି?ପ୍ରଥମେ ମାଗଣାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଜାଲରେ ଫସାଅ, ଆଉ ତା’ପରେ ସେମାନଙ୍କ ରକ୍ତଝାଳ ବୁହା ଧନ ଉପରେ ଟ୍ୟାକ୍ସ ବସାଅ! ଏହି ଜନବିରୋଧୀ ନିଷ୍ପତ୍ତି ଯୋଗୁଁ ଆମର ସାଧାରଣ ଗ୍ରାହକ ଏବଂ ଖୁଚୁରା ବ୍ୟବସାୟୀମାନେ ହିଁ ସବୁଠାରୁ ବେଶୀ ହଇରାଣ ହେବେ, ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ। କଂଗ୍ରେସ ଦଳ ଏହି ‘ବେପାରୀ ନୀତି’ କୁ କଦାପି ବରଦାସ୍ତ କରିବ ନାହିଁ। ଆମେ ଗରିବଙ୍କ ହକ୍ ପାଇଁ ରାଜପଥକୁ ଓହ୍ଲାଇବୁ ବୋଲି ସଭାପତି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି l

ଏହି ସରକାର ଏକ ମିଛୁଆ ସରକାର। ଖୋଦ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଗଷ୍ଟ ୬ ଓ ୧୦ରେ ଦୁଇଥର ପାର୍ଲାମେଣ୍ଟରେ କହିଥିଲେ, ସେପରି କିଛି ନାହିଁ। ଅଥଚ ୫ ସପ୍ତାହ ଗଲାନି, ସେପ୍ଟେମ୍ବର ୧୪ରେ ବିଜ୍ଞପ୍ତି ପ୍ରକାଶ କରିଦେଲେ ଯେ ଅକ୍ଟୋବର ୧୫ରୁ ଏଣୁଏଣିକି ୨୦୦୦ ଟଙ୍କାରୁ ଊର୍ଦ୍ଧ୍ବ ୟୁପିଆଇ କାରବାରରେ ଟ୍ୟାକ୍ସ ଲାଗିବ। ଏହା ମିଛୁଆ ସରକାରର ଆଉ ଏକ ମିଛ।

ଏଆଇସିସି ଓଡିଶା ପ୍ରଭାରୀ ଶ୍ରୀ ଦେଶାଇ କହିଛନ୍ତି ଯେ, ମୋଦୀ ଶାହା ଏବଂ ଅର୍ଥମନ୍ତ୍ରୀ ଲୋକଙ୍କ ପକେଟକୁ ଟଙ୍କା ଆସିବ ବୋଲି ଭୁତାଇ ପକେଟମାର କରୁଛନ୍ତି l ସେମାନେ ଏହି ଟ୍ୟାକ୍ସ ଦ୍ୱାରା ଲୋକେ ଲାଭବାନ ହେବେ ବୋଲି କହୁଛନ୍ତି ତାହା ସମସ୍ତଙ୍କ ବୁଝିବା ଶକ୍ତି ବାହାରେ l ବିଭିନ୍ନ ଉପାୟ ଅବଲମ୍ବନ କରି ଏମାନେ କେବଳ ଅର୍ଥ ଲୁଟ କରୁଛନ୍ତି l ଏମଏମଡିଆର ଏହାର ଏକ ନିଚ୍ଛକ ଉଦାହରଣ l କିନ୍ତୁ କଂଗ୍ରେସ ସବୁବେଳେ ଜନତାଙ୍କ ସାଥିରେ ଅଛି ଓ ଏହି ଡବଲ ଇଞ୍ଜିନ ସରକାରକୁ ଯେତେଦିନ ପର୍ଯ୍ୟନ୍ତ ହଟାଇବେ ନାହିଁ ସେତେଦିନ ପର୍ଯ୍ୟନ୍ତ ଏମାନେ ଜନତାଙ୍କ ରକ୍ତ ଚୋଷୁଥିବେ ବୋଲି ଶ୍ରୀ ଦେଶାଇ ମତବ୍ୟକ୍ତ କରିଥିଲେ l

The post ବିଜେପି ବେପାରୀଙ୍କ ଦଳ; ଲୋକଙ୍କଠୁ ଶୋଷିବା ଏମାନଙ୍କ କାମ: ଭକ୍ତ appeared first on Big News Odisha.

ପ୍ରକୃତ ଜିଡିପି ଅଭିବୃଦ୍ଧି ପ୍ରାୟ 2.6 ପ୍ରତିଶତ: କଂଗ୍ରେସ
ସେପ୍ଟେମ୍ବର ଭୂବନେଶ୍ବର କଂଗ୍ରେସ ଭବନଠାରେ ଆଜି ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶ୍ରୀ ପଞ୍ଚାନନ କାନୁନଗୋ କେନ୍ଦ୍ର ସରକାରଙ୍କ ପକ୍ଷରୁ 7.8 ପ୍ରତିଶତ ଜିଡିପି ଅଭିବୃଦ୍ଧିକୁ ନେଇ ଯେଊଁ ପରିସଂଙ୍ଖ୍ୟାନ ଜାରି କରାଯାଇଛି ଏହାକୁ ସେ ନା ପସନ୍ଦ କରିଛନ୍ତି। କେନ୍ଦ୍ର ସରକାରଙ୍କର ଏହି ଜଡିପି ସଂପର୍କିତ ଦାବି ଊପରେ କହଛନ୍ତି ଯେ କେନ୍ଦ୍ର ସରକାର ବିପର୍ଯ୍ୟସ୍ତ ଆର୍ଥ ବ୍ୟବସ୍ଥାକୁ ଘୋଡାଇବାକୁ ଯାଇ ଆର୍ଥିକ ଅଭିବୃଦ୍ଧି ଆଳରେ ମିଥ୍ୟା ପ୍ରଚାର କରି ଚାଲିଛନ୍ତି। ଶ୍ରୀ କାନୁନଗୋ କହିଛନ୍ତି ଯେ ପୂର୍ବତନ ଅର୍ଥ ସଚିବ ସୁଭାଷ ଗର୍ଗଙ୍କ ଆକଳନ ଅନୁଯାୟୀ, ପ୍ରକୃତ ଜିଡିପି ଅଭିବୃଦ୍ଧି ପ୍ରାୟ 2.6 ପ୍ରତିଶତ।ସେ ଅଭିଯୋଗ କରିଛନ୍ତି ଯେ ସରକାର ପରିସଂଖ୍ୟାନ ହେରଫେର ମାଧ୍ୟମରେ ଅର୍ଥନୀତିର ଚିତ୍ରକୁ ବଡ଼ କରିବାକୁ ଚେଷ୍ଟା କରୁଛନ୍ତି, ଯାହା କି ପ୍ରକୃତ ବାସ୍ତବତାଠାରୁ ଭିନ୍ନ। ପ୍ରକୃତ 2.6% ଥିବାବେଳେ 7.8% ଜିଡିପି ଅଭିବୃଦ୍ଧି ପ୍ରଚାର କରିବା ଅପରାଧିକ କାର୍ଯ୍ୟ ସହ ସମାନ l

ସେ କହିଛନ୍ତି ଯେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସରକାର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି । ନିଯୁକ୍ତିକୁ ନେଇ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ସେହିଭଳି ଚାହିଦା ଏବଂ ଲୋକଙ୍କର ଆୟ ବୃଦ୍ଧି କରିବା ଉପରେ ଧ୍ୟାନ ଦେବା ଉଚିତ ବୋଲି ସେ କହିଥିଲେ । ଯଦି ମୋଦୀ ସରକାର ଜିଡିପିକୁ ନେଇ ପ୍ରକୃତ ତଥ୍ୟ ପ୍ରଦାନ କରନ୍ତି ତେବେ ପ୍ରକୃତ ଜିଡିପି ବୃଦ୍ଧି ସଂଖ୍ୟା ବହୁତ କମ୍ ହେବ ବୋଲି ପୂର୍ବତନ ଅର୍ଥ ମନ୍ତ୍ରୀ କହିଛନ୍ତି ।

ସେ ପୂର୍ବତନ ଅର୍ଥ ସଚିବ ସୁଭାଷ ଗର୍ଗଙ୍କ ଏହି ଦାବି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇ କହିଛନ୍ତି ଯେ ଦେଶରେ ପ୍ରକୃତ ଜିଡିପି ଅଭିବୃଦ୍ଧି 7.8 ପ୍ରତିଶତ ପରିବର୍ତ୍ତେ ପ୍ରାୟ 2.6 ପ୍ରତିଶତ ହେବ।ଦେଶରେ ବର୍ତ୍ତମାନ ଆର୍ଥିକ ପରିସ୍ଥିତି ଯାହା ସମଗ୍ର ଦେଶବାସୀ ଏହାର ଅଙ୍ଗେ ନିଭାଊଛନ୍ତି। ଜିଡିପିର ପ୍ରକୃତ ମୂଲ୍ୟାଙ୍କନ ନ କରି ବେସ ଇଅର ଊପରେ ସମୀକ୍ଷା କରି ଏହି ଜିଡିପିକୁ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି।

ସେ କହିଛନ୍ତି ଯେ ମୋଦୀ ସରକାର ତାଙ୍କ ଦଳ ଏବଂ ଗଣମାଧ୍ୟମ ମାଧ୍ୟମରେ ଯେତେ ମିଥ୍ୟା ଜିଡିପି ଅଭିବୃଦ୍ଧିକୁ ପ୍ରଚାର କଲେ ମଧ୍ୟ ବାସ୍ତବତାକୁ ଆଦୌ ଏଡାଇ ଦେଇ ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁହୁକ ବିଦ୍ୟାରେ ଅତ୍ୟନ୍ତ ପାରଙ୍ଗମ, ଆଗାମୀ 2047 ବେଳକୁ ଦେଶ ଏକ ବିକଶିତ ଦେଶରେ ପରିଣତ କରିବା ପାଇଁ ଯେଊଁ ନାରା ଦେଇଛନ୍ତି ତାହା କେବଳ କୁହୁକ ଦେଖାଇବା ଛଡା ଅନ୍ୟ କିଛି ନୂହେଁ ବୋଲି ସେ କହିଛନ୍ତି। 2047 କଣ ବିଜେପି କେନ୍ଦ୍ରରେ 2087 ମସିହା ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିପାରିବେ ନାହିଁ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ GDP ବୃଦ୍ଧିକୁ ଏକ “ସଫଳତା” ବୋଲି କହିଛନ୍ତି।ଦେଶର ଲୋକମାନେ କେନ୍ଦ୍ର ସରକାରଙ୍କର ଏହି ଆକଳନକୁ ବିଶ୍ୱାସ କରନ୍ତି ନାହିଁ ବୋଲି ସେ କହିଛନ୍ତି।

କଂଗ୍ରେସର ବରିଷ୍ଟ ମୁଖପାତ୍ର ଶ୍ରୀ ଜଗଦାନନ୍ଦ ପ୍ରଧାନ କେନ୍ଦ୍ରର ମୋଦୀ ସରକାରଙ୍କ ପକ୍ଷରୁ ଜିଡିପିକୁ ନେଇ ଜାରି କରାଯାଇଥିବା ପରିସଂଙ୍ଖ୍ୟାନ କେବଳ ବିପର୍ଯ୍ୟସ୍ତ ଅର୍ଥ ନୈତିକ ବ୍ୟବସ୍ଥାକୁ ଘୋଡାଇବା ପାଇଁ ଜିଡିପି ହାରକୁ ବଢା ଚଢା କରି ପ୍ରଚାର କରାଯାଊଛି। ଜିଡିପି ପରିସଂଙ୍ଖ୍ୟାନବେଳେ ହୋଲ ସେଲ ପ୍ରାଇସ ଇଣ୍ଡେକସ(ଡବ୍ଲୁପିଆଇ) ଇନଫ୍ଲେସନ ବା ମୁଦ୍ରାସ୍ଫିତୀ ହାରକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଜିଡିପି ପରିସଂଙ୍ଖ୍ୟାନର ସଂପୂର୍ଣ୍ଣ ସୂରୂପକୁ ବଦାଳାଇ ଦିଆଯାଇଛି। ଯଦି ପ୍ରକୃତରେ ଦେଶରେ ଆର୍ତିକ ସ୍ଥିତିରେ ଦୃତ ସୁଧାର ହୋଇଛି, ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳର ପ୍ରଥମ ଦଶ ବର୍ଷରେ କାହିଁକି 100 ମିଲିଅନ ନୂଆ ନିଯୁକ୍ତି ସୃଷ୍ଟି କରାଯାଇ ପାରି ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରସ୍ନ କରିଛନ୍ତି।

ଦେଶରେ ଆତ୍ମ ନିର୍ଭିର ଭାରତ କଥା କୁହାଯାଊଛି। କିନ୍ତୁ ପ୍ରକୃତରେ ଆମେ ଚୀନଠାରୁ 131 ଦଶମିକ 63 ବିଲିଅନ ଡଲାର ମୂଲ୍ୟରେ ଊତ୍ପାଦିତ ସାମଗ୍ରୀ ବା ଦ୍ରବ୍ୟ ଆମଦାନୀ କରୁଥିବାବେଳେ ଚୀନକୁ ଭାରତ ମାତ୍ର 19 ଦଶମିକ47 ବିଲିଅନ ଡଲାରର ରପ୍ତାନୀ କରୁଛି। ସେହିଭଳି ମେକ୍ ଇନ ଇଣ୍ଡିଆ ଯୋଜନା ଦେଶରେ ଫେକ ଇଣ୍ଡିଆ ଯୋଜନାରେ ପରିଣତ ହୋଇଛି ଓ ଦେଶରେ ଏକ ପ୍ରତିଶତ ଲୋକଙ୍କ ହାତରେ 40 ପ୍ରତିଶତ ସଂପତ୍ତି ରିହିଥିବାବେଳେ ଦଶ ପ୍ରତିଶତ ଧନୀକ ଶ୍ରେଣୀଙ୍କ ହାତରେ ଶତକଡା 65 ଭାଗ ସଂପତ୍ତି ରହିଛି ଏବଂ ବାକି 50 ପ୍ରତିଶତ ଲୋକଙ୍କ ପାଖରେ ମାତ୍ର 15 ପ୍ରତିଶତ ସଂପତ୍ତି ରହିଥିବା ସେ କହିଛନ୍ତି।ଏହା ହିଁ ମୋଦଜୀଙ୍କ ଅର୍ଥନିତୀର ସ୍ବରୂପ ବୋଲି ଶ୍ରୀ ପ୍ରଧାନ କହିବା ସହ ଦେଶରେ ଆର୍ଥିକ ଅସମାନତା ଦୃତ ଗତିରେ ବୃଦ୍ଧି ପାଇ ଚାଲିଥିବା ସେ କହିଛନ୍ତି।

ସେହିଭଳି ମୋଦୀ ସରକାର GDP ଆକଳନକୁ ନେଇ ଯେଊଁ ଉତ୍ସବ ପାଳନ କରୁଛନ୍ତି,ତାହା କେବଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ। ତେବେ ପ୍ରଶ୍ନ ହେଉଛି: ଯଦି ମୋଦୀଙ୍କ ଅମଳରେ ଅର୍ଥନୀତି ସୁଦୃଢ ଅବସ୍ଥାରେ ରହିଛି ତାହେଲେ ପରିବାରର ଲୋକମାନେ ଦୈନନ୍ଦିନ ଖର୍ଚ୍ଚବାଚ ତୁଲାଇବାକୁ କାହିଁକି ସେମାନହ୍କୁ ଋଣ ନେବାକୁ ପଡ଼ୁଛି ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ଗତ ଦଶକରେ ଗ୍ରାମୀଣ ମଜୁରି କାହିଁକି ମୁଦ୍ରାସ୍ଫୀତିଠାରୁ ସାମାନ୍ୟ ଅଧିକ ରହିଛି? ବେସରକାରୀ ନିବେଶ କାହିଁକି ସ୍ଥିର ରହିଛି? GDPର ଅଂଶ ଭାବେ ଭାରତକୁ ଆସୁଥିବା ନେଟ୍ ବିଦେଶୀ ପ୍ରତ୍ୟକ୍ଷ ନିବେଶ କାହିଁକି ଶୂନ୍ୟ ହେଊଛି? ଯୁବ ବେକାରି କାହିଁକି 16%କୁ ଛୁଇଁଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ ପଚାରିଛନ୍ତି।

ମୋଦୀଙ୍କ ଶାସନ କାଳରେ ଘରୋଇ ନିବେଶ ହ୍ରାସ ପାଇବା ସହ ବୈଦେଶିକ ନିବେଶରେ ଜିଡିପି ହାର ସଂପୂର୍ଣ୍ଣ ଜିରୋ ବୋଲି ସେ କହିଥିଲେ।ସେହିଭଳି ମୋଦୀ ସରକାରଙ୍କ ସମୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୟୁପିଏ ସରକାରଙ୍କ ସମୟରେ 58 ଟଙ୍କା ଥିଲାବେଳେ ଏବେ ତାହା 95 ଟଙ୍କାରେ ପଂହଚିଛି। 14 ଜଣ ପ୍ରଧାନମନ୍ତ୍ରୀଙ୍କ କାଳରେ ଦେଶରେ ରୁଣ ହାର 53 ଲକ୍ଷ କୋଟି ଟଙ୍କା ଥିବାବେଳେ ମୋଦୀଙ୍କ ଶାସନ କାଳରେ ତାହା 270 ଲକ୍ଷ କୋଟିରେ ପହଞ୍ଚିଛି, ଯାହାର କେବଳ ସୁଧ ବାବଦକୁ ଆମକୁ 40 ପ୍ରତିଶତ ଅର୍ଥ ପଇଠ କରିବାକୁ ପଡୁଛି ବୋଲି ସେ କହିଥିଲେ।। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଶିଳ୍ପପତିଙ୍କୁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ ଆର୍ଥିକ ଅସମାନତା ହ୍ରାସ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ସେହିଭଳି କଂଗ୍ରେସର ରାଷ୍ଟ୍ରିୟ ପ୍ରବକ୍ତା ଡଃ ହାମିଦ ହୁସେନ କହିଛନ୍ତି ଯେ, 2013 ରେ UPA ସରକାର ସମୟରେ ଡଲାର ସହିତ ବିନିମୟ ହାରରେ ଟଙ୍କାର ମୂଲ୍ୟ Rs 54 ଥିବାବେଳେ ଏବେ 95 ଟଙ୍କାକୁ ହ୍ରାସ ପାଇବା ଏବଂ 274 ଲକ୍ଷ କୋଟି ପର୍ଯ୍ୟନ୍ତ ବିପୁଳ ଋଣ ନେବା ଦୁର୍ବଳ ଅର୍ଥନୈତିକ ପରିମାପକୁ ଦର୍ଶାଏ ବୋଲି ଶ୍ରୀ ହୁସେନ କହିଛନ୍ତି।

The post ପ୍ରକୃତ ଜିଡିପି ଅଭିବୃଦ୍ଧି ପ୍ରାୟ 2.6 ପ୍ରତିଶତ: କଂଗ୍ରେସ appeared first on Big News Odisha.

ଏମଏମଡିଆର ବିଲକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଓଡିଶାବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ: କଂଗ୍ରେସ
*ଏମଏମଡିଆର ବିଲକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଓଡିଶାବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ: କଂଗ୍ରେସ*

*ଏହି କଳା ଆଇନକୁ ନେଇ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ କାହିଁକି ପ୍ରତିକ୍ରିୟାହୀନ*

ଏମଏମଆରଡିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡିଶା ଜନତାଙ୍କୁ ବିଭ୍ରାନ୍ତକର ମନ୍ତବ୍ୟ ପ୍ରଦାନକୁ କଂଗ୍ରେସ ଭବନଠାରେ ପୂର୍ବତନ ବିଧାୟକ ତଥା ଓପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ କଂଗ୍ରେସର ପ୍ରତିକ୍ରିୟା ଉପସ୍ଥାପନ କରିଛନ୍ତି l

ଏହି ପ୍ରେସ ବିବୃତିରେ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଏମଡିଆର ବିଷୟରେ ଓଡିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ l ଯେଉଁ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି 22 ହଜାର ଟଙ୍କା ପାଇବାର ହକଦାର ସେହି ରାଜ୍ୟ 1 ଲକ୍ଷ କୋଟି ଟଙ୍କାରୁ ଉର୍ଧ୍ଵ କ୍ଷତି ସହିବାକୁ ବାଧ୍ୟ ହୋଇଛି l

ବର୍ତ୍ତମାନ ଜଣେ ଶିଳ୍ପପତିଙ୍କ 22 ହଜାର କୋଟି ଟଙ୍କା କେନ୍ଦ୍ର ଛାଡ଼ କରିଛି କିନ୍ତୁ ଏହା ଉପରେ ଶ୍ରୀ ପ୍ରଧାନ ମୁହଁ ଖୋଲୁ ନାହାନ୍ତି l

ସରକାର ସହଯୋଗୀ ସଂଘୀୟ ବ୍ୟବସ୍ଥା ଉପରେ ପ୍ରବଚନ ଦେଉଛନ୍ତି ଅଥଚ ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ କେନ୍ଦ୍ର ଏହି ବ୍ୟବସ୍ଥାକୁ ଉଲଂଘନ କରି ବିଲ ପାସ କରିଛି l

ଏହି ବିଲ ଲାଗୁହେବା ଫଳରେ ଶିଳ୍ପସମୃଦ୍ଧ ଅଞ୍ଚଳରେ ଲୋକେ ଭିକଥାଳି ଧରିବାକୁ ବାଧ୍ୟ ହେବେ l ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟପାଳ ଏହି କଳା ବିଲକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି l କଣ ଏମାନେ ଶାସନ କରିବା ପାଇଁ ଅଛନ୍ତି ନା ଅୟସ କରିବା ପାଇଁ ?

ଖଣିଜ ସମ୍ପଦପୂର୍ଣ୍ଣ ରାଜ୍ୟରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି l ଜମି ବାଡ଼ି, ଜଳ ଜଙ୍ଗଲ, ପରିବେଶ, ରାସ୍ତାଘାଟ ସମସ୍ତ ଉପରେ ଦୀର୍ଘକାଳୀନ କୁପ୍ରଭାବ ପଡେ l ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ରାଜ୍ୟର ଅଧିକାରକୁ କେନ୍ଦ୍ର ନିଜ ହାତକୁ ନେଇ ଯାଉଛି l ଏହି ଅଧିକାର କଣ ବିଧି ସଙ୍ଗତ ନା ସମ୍ବିଧାନିକ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ ପଚାରିଛନ୍ତି l

ଗତ 13 ଅଗଷ୍ଟରେ ମାନନୀୟା ରାଷ୍ଟ୍ରପତି ଏମଏମଡିଆର ବିଲକୁ ଅନୁମୋଦନ କଲେ l ଯେହେତୁ ରାଷ୍ଟ୍ରପତି ଓଡ଼ିଶାର ଏବଂ ରାଜ୍ୟର ପ୍ରଭୂତ କ୍ଷୟକ୍ଷତି ଘଟୁଛି ତେଣୁ ଅନୁମୋଦନ କରିବା ପୂର୍ବରୁ ଆଇନ କାନୁନ ଦିଗ ଉପରେ ତର୍ଜମା କରିବା ଆବଶ୍ୟକ ଥିଲା l ପୁଣି ଏହା କେବଳ ଓଡିଶା ନୁହଁ ସମସ୍ତ ଖଣି ସମୃଦ୍ଧ ରାଜ୍ୟ ପ୍ରଭାବିତ ହେବେ l ଏହି ବିଲ ଯୋଗୁଁ ରାଜ୍ୟ ପ୍ରଗତି ପ୍ରଭାବିତ ହେବା ସହିତ ଏହି ଆଇନ ଭବିଷ୍ୟତରେ ବିପର୍ଯୟ ସୃଷ୍ଟି କରିବାର ଆଶଙ୍କା ରହିଛି l

କଂଗ୍ରେସ ରାଜ୍ୟର ସମସ୍ତ ସାମ୍ବିଧାନିକ ପଦରେ ଥିବା ପ୍ରତିନିଧି ଏବଂ ବୁଦ୍ଧିଜୀବୀଗଣଙ୍କୁ ଆହ୍ୱାନ କରୁଛି ଏହି ବିଲ ଉପରେ ଆଲୋଚନା କରନ୍ତୁ l

ଧର୍ମେନ୍ଦ୍ର ପ୍ରଧାନ ତୈଳମନ୍ତ୍ରୀ ଥିବାବେଳେ ଗୁଜୁରାଟରେ ସର୍ଦାର ବଲ୍ଲଭ ଭାଇ ପଟେଲ ମୂର୍ତ୍ତି ତିଆରିବେଳେ ଅର୍ଥର ଭଣ୍ଡାର ଖୋଲି ଦେଇଥିଲେ l ଶିକ୍ଷାମନ୍ତ୍ରୀ ଥିବାବେଳେ ଗୋଟିଏ ମଧ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କରି ପାରିଲେ ନାହିଁ l ଓଡ଼ିଶାରେ କୌଣସି ବରପୁତ୍ରଙ୍କ ମୂର୍ତ୍ତିଟିଏ ଗଢି ପାରିଲେନି ତେଣୁ ସେ ରାଜ୍ୟ ସ୍ୱାର୍ଥହାନୀ ହେଉଥିବା ବିଲ ଉପରେ ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ l

ବିଧାନସଭାରେ ସର୍ବଦଳୀୟ ଅଧିବେଶନ ଡକାଯାଇ ଆଲୋଚନା କରାଯାଉ ବୋଲି କଂଗ୍ରେସ ଦାବି କରୁଛି ଏବଂ ରାଜ୍ୟର ଜନସ୍ୱାର୍ଥ ପାଇଁ କଂଗ୍ରେସ ସମସ୍ତ ପ୍ରକାର ପ୍ରତିରୋଧତ୍ମକ କାର୍ଯ୍ୟକ୍ରମ କରିବ ବୋଲି ଶ୍ରୀ ପଟ୍ଟନାୟକ ଦଳର ଦାବି ଉପସ୍ଥାପନ କରିଥିଲେ l

The post ଏମଏମଡିଆର ବିଲକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଓଡିଶାବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ: କଂଗ୍ରେସ appeared first on Big News Odisha.

ଯାଜପୁର ଜିଲ୍ଲାର ବଣ୍ଟାଯାଉଥିବା ରିଲିଫ ଫଣ୍ଡ, ମୁଖ୍ଯମନ୍ତ୍ରୀ ରିଲିଫ ଫଣ୍ଡ ନାଁ ବିଜେପି ରିଲିଫ ଫଣ୍ଡ?
*ଯାଜପୁର ଜିଲ୍ଲାର ବଣ୍ଟାଯାଉଥିବା ରିଲିଫ ଫଣ୍ଡ, ମୁଖ୍ଯମନ୍ତ୍ରୀ ରିଲିଫ ଫଣ୍ଡ ନାଁ ବିଜେପି ରିଲିଫ ଫଣ୍ଡ?*

*କଣ କ୍ଷୟକ୍ଷତି ଆକଳନ କରି ମୁଖ୍ୟମନ୍ତ୍ରୀ 1000 କୋଟି ସହାୟତା ଘୋଷଣା କରିଛନ୍ତି : ଅଶୋକ ଦାସ*

ମୌସୁମୀ ଋତୁରେ ପ୍ରବଳ ବନ୍ୟା ବିତ୍ପାତ ଘଟି ବିଶେଷତଃ ଯାଜପୁର ଜିଲ୍ଲାରେ ନାହିଁ ନଥିବା ଦୁର୍ଦଶା ଦେଖାଯାଇଛି l ଏବଂ ସରକାରଙ୍କ ଏପରିଣାମଦର୍ଶି ବନ୍ୟା ପରିଚାଳନା ଲୋକମାନଙ୍କ ଉପରେ ଅଧିକ ଦୁଃଖ ଲଦି ଦେଉଛି l ଏହି ବନ୍ୟା ବିଷୟକୁ ନେଇ ଭଦ୍ରକ ବାସୁଦେବପୁର ବିଧାୟକ ଅଶୋକ ଦାସ ଓ କଂଗ୍ରେସ ନେତା ପରିବେଶବିତ ସୁଧାଂଶୁ ଦେଓ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ କାର୍ଯ୍ୟକଳାପକୁ ଘୋର ସମାଲୋଚନା କରିଥିଲେ l

ବିଧାୟକ ଶ୍ରୀ ଦାସ କହିଥିଲେ ଯେ, ଯାଜପୁର ଜିଲ୍ଲାରେ ବିଗତ ୨ମାସ ହେଲା ଜନସାଧାରଣ ବନ୍ଯା ସହ ଲଢେଇ କରୁଛନ୍ତି ପ୍ରଥମ ପର୍ଯ୍ୟାୟରେ ସରକାର ୨୫୦ ଗ୍ରାମ ଚୁଡାରେ ଖସିଯିବାକୁ ଚେଷ୍ଟା କରୁଥିଲେ। ଓଡିଶା ପ୍ରଦେଶ କଂଗ୍ରେସର ସଭାପତି ଶ୍ରୀ ଭକ୍ତ ଚରଣ ଦାସ ବନ୍ଯାବିପନ୍ନଙ୍କ ଅସୁବିଧାକୁ ଉପଲବ୍ଧି କରି କଂଗ୍ରେସ ଦଳ ତରଫରୁ ରିଲିଫ ଓ ପାଲ ପ୍ରଦାନ କରିଥିଲେ। ପିସିସି ସଭାପତି ନିଜେ କଂଗ୍ରେସ ବିଧାୟକ ଦଳର ନେତା ବନ୍ୟାଞ୍ଚଳ ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦେଖିଥିଲେ ଏହା ବ୍ଯତୀତ ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ରେ ଦଳ ତରଫରୁ ରିଲିଫ୍ ପ୍ରଦାନ କରାଯାଇଥିଲା। ପିସିସି ସଭାପତିଙ୍କ ଗସ୍ତପରେ ମୁଖ୍ଯମନ୍ତ୍ରୀ ବାଧ୍ଯ ହୋଇ ବନ୍ୟାଞ୍ଚଳ ଗସ୍ତ କରିଥିଲେ ଓ 1000 କୋଟି ଟଙ୍କାର ବନ୍ଯା ସହାୟତା ଘୋଷଣା କରିଥିଲେ। ତେବେ କ୍ଷୟକ୍ଷତିର କିଛି ହିସାବ ନକରି କିପରି ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଆଶ୍ଚର୍ଯ୍ୟର ବିଷୟ l କିଛି ଦିନ ପରେ ଯାଜପୁର ଜିଲ୍ଲାରେ ଗୁଡିଏ ରିଲିଫ୍ ଟ୍ରକ ଧର୍ମଶାଳା ରେ ଦେଖିବାକୁ ମିଳିଥିଲା ପରେ ପରେ ବଡଚଣା କୁ ଛାଡି ଅନ୍ଯ ସମସ୍ତ ବନ୍ୟାଞ୍ଚଳ ରେ ବିଜେପି ନେତାମାନେ ରିଲିଫ୍ ବାଣ୍ଟିବାର ଦେଖାଗଲା। ତାଙ୍କର ମୁଖପାତ୍ର ବରି ଅଞ୍ଚଳରେ ରିଲିଫ ବଣ୍ଟନ ବେଳେ ପ୍ରକାଶ କଲେ ଯେ ଏହା ମୁଖ୍ଯମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆସିଛି ସେ ପର୍ଯ୍ୟନ୍ତ ଯାଜପୁର ଜନସାଧାରଣଙ୍କ ଏହାକୁ ବିଜେପି ଦଳର ରିଲିଫ୍ ବୋଲି ଭାବୁଥିଲେ। ଯଦି ଏହା ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିରୁ ଯାଇଛି ଏହାର ବାଣ୍ଚିବାର ଦାୟିତ୍ବ କିଏ ନେଇଛି ? କେତେ ପରିମାଣର ରିଲିଫ୍ ବଣ୍ଟନ ହେଇଛି?

ତାହା ସରକାର ସ୍ପଷ୍ଟ କରନ୍ତୁ। ରିଲିଫ ଓ ପାଲ ବଣ୍ଚାରେ ଯାହା ଅନୀୟମିୟତା ହେଉଛି ତାହା ତଦନ୍ତ ସାପେକ୍ଷ। ରିଲିଫ୍ ହଡପ୍ ର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ହଡପ କରିଥିବା ଓ ଅନୀୟମିୟତା କରିଥିବା ବିଜେପି ନେତାମାନଙ୍କୁ ଦଣ୍ଡ ପ୍ରଦାନ କରାଯାଉ। କଂଗ୍ରେସ ଦଳ ବନ୍ଯା ପ୍ଲାବିତ ଲୋକଙ୍କୁ ନ୍ଯାୟ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବ । ସାରା ରାଜ୍ୟରେ ବନ୍ୟା ଯୋଗୁଁ 242 ଗୋଟି ସାପ କାମୁଡା ଘଟଣା ଘଟିଛି ଏବଂ ଏଥିମଧ୍ୟରୁ 10 ଜଣଙ୍କ ମୃତ୍ୟୁ ଘଟିଛି l ବନ୍ୟା ପ୍ଲାବିତ ଅଞ୍ଚଳରୁ ଜଳସ୍ତର ନକମିବା ଯୋଗୁଁ ଲୋକେ ଗାଁ ମାନଙ୍କୁ ଭେଳା ଯୋଗେ ବିପଦଜନକ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି l ବୋଲି କହିବା ସହ ଏହି ଦୁଃସମୟରେ ସରକାର ଲୋକଙ୍କ ସହ ଅମଣିଷ ବ୍ୟବହାର କରୁଛି ବୋଲି କହିଛନ୍ତି l

କଂଗ୍ରେସ ନେତା ଶ୍ରୀ ଦେଓ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,

ଦଶରଥପୁର ଓ ବଡଚଣା ଅଞ୍ଚଳରେ ରିଲିଫ ହଡପ ହେଉଥିବା ଜାଣି ଜଣେ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ବିଜେପି କାର୍ଯ୍ୟକର୍ତ୍ତାମାନେ ମରଣାନ୍ତକ ଆକ୍ରମଣ କରିଥିଲେ ଏତେବେଳ ପର୍ଯ୍ୟନ୍ତ ସେହି ଆକ୍ରମଣକାରୀ ବିଜେପି କର୍ମୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

କଂଗ୍ରେସ ଦାବୀ କରୁଛି ଯେ, ବନ୍ୟାର ପ୍ରକୃତ ଆକଳନ କରାଯାଇ ବନ୍ୟାରାଶିର ଘୋଷଣା କରାଯାଇ ଲୋକଙ୍କ ପାଖରେ ସମସ୍ତ ସୁବିଧା ପହଞ୍ଚାଯାଉ.

The post ଯାଜପୁର ଜିଲ୍ଲାର ବଣ୍ଟାଯାଉଥିବା ରିଲିଫ ଫଣ୍ଡ, ମୁଖ୍ଯମନ୍ତ୍ରୀ ରିଲିଫ ଫଣ୍ଡ ନାଁ ବିଜେପି ରିଲିଫ ଫଣ୍ଡ? appeared first on Big News Odisha.

ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଦାବିରେ ଶୁକ୍ରବାର କଂଗ୍ରେସ ବିଧାୟକ ଦଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଭେଟିବ*
*ଏମଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ କଂଗ୍ରେସ ତୃଣମୂଳ ସ୍ତର ଯାଏ ନେବ: ଭକ୍ତ*

* *ପିଏସି ବୈଠକରେ କଂଗ୍ରେସ ନେତାଙ୍କ ଉତ୍ସାହ ଏହି ଆନ୍ଦୋଳନକୁ ସଫଳ କରିବାର ପୂର୍ବାଭାଷ: ଦେଶାଇ*

* *ପେସା ଆଇନକୁ ଅଣଦେଖା ପରେ ଏମଏମ୍‌ଡିଆର ଆଦିବାସୀଙ୍କ ବେଡ଼ି ଉପରେ କୋରଡ଼ା: କଡ଼ାମ*

> *ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଦାବିରେ ଶୁକ୍ରବାର କଂଗ୍ରେସ ବିଧାୟକ ଦଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଭେଟିବ*

କଂଗ୍ରେସ ଭବନଠାରେ ଆଜି ଦଳର ଗୁରୁତ୍ୱପୂର୍ଣ ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓପିସିସି ସଭାପତି ଭକ୍ତ ଚରଣ ଦାସ, ସହ ପ୍ରଭାରୀ ଜେଟ୍ଟୀ କୁସୁମ କୁମାରଙ୍କ ସମେତ କମିଟିର ପ୍ରାୟ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହା ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବିଶେଷତଃ ଏମଏମଡିଆର ବିଲକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ତଥା ଦଳର ଆଗାମୀ କାର୍ଯ୍ୟପନ୍ଥା ବିଷୟ ସ୍ଥିର ହୋଇଥିଲା l ଗତ ୧୮ ତାରିଖ ଏ ନେଇ ହୋଇଥିବା ସର୍ବଦଳୀୟ ବୈଠକର ନିର୍ଯାସକୁ ସର୍ବସମ୍ମତ କ୍ରମେ ଗୃହୀତ କରାଯାଇଥିଲା। ରାଷ୍ଟ୍ରପତି ତୁରନ୍ତ ଏହି ଓଡ଼ିଶା-ବିରୋଧୀ ଓ ଆଦିବାସୀ ବିରୋଧୀ ଆଇନକୁ ପ୍ରତ୍ୟାହାର ନ କଲେ ରାଜ୍ୟର ଖଣିଖାଦାନ ଥିବା ଜିଲ୍ଲାମାନଙ୍କରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ତୁରନ୍ତ ସର୍ବଦଳୀୟ ବୈଠକ ଡାକିବା ସହ ଏକ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ଦାବି ଦୋହରାଯାଇଥିଲା। ଅନ୍ୟ ପକ୍ଷରେ ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ଡାକି କେନ୍ଦ୍ର ସରକାର ଆଲୋଚନା କରନ୍ତୁ ବୋଲି ଦାବି କରାଯାଇଥିଲା। ଆବଶ୍ୟକ ସ୍ଥଳେ ଏହି ଆନ୍ଦୋଳନକୁ ପଂଚାୟତ ସ୍ତର ଯାଏ ନେବାକୁ ପ୍ରସ୍ତାବ ଦିଆଯାଇଥିଲା। ଦଳର ବରିଷ୍ଠ ନେତାମାନେ ପର୍ଯ୍ୟବେକ୍ଷକ ଭାବେ ତୃଣମୂଳ ସ୍ତରକୁ ଯାଇ ଆନ୍ଦୋଳନକୁ ସଠିକ ଦିଗ୍‌ଦର୍ଶନ ଦେବାକୁ ଆହ୍ବାନ କରାଯାଇଥିଲା। ଅସାଧୁ ଅଣଓଡ଼ିଆ ଖଣିମାଲିକମାନେ ଲୁଟ୍ କରୁଥିବାରୁ ଓଡ଼ିଶାର ସମସ୍ତ ଖଣିଖାଦାନର ପରିଚାଳନା ଓଏମ୍‌ସିକୁ ରାଜ୍ୟ ସରକାର ଅର୍ପଣ କରନ୍ତୁ ବୋଲି ପୂର୍ବତନ ସଭାପତି ଜୟଦେବ ଜେନା ପ୍ରସ୍ତାବ ଦେଇଥିଲେ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ, ତେବେ ସେ ଯଦି ତାଙ୍କ ରାଜ୍ୟର ବକେୟା ଦେୟ ସଂଗ୍ରହ କଲେ, ଓଡ଼ିଶାର ଆଦିବାସୀ ମୁଖ୍ୟମନ୍ତ୍ରୀ କାହିଁକି କଲେନାହିଁ ବୋଲି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ରାଜ୍ୟରେ ଏକ ବଡ଼ ଆନ୍ଦୋଳନ ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏକ ସୁଯୋଗ ଦେଇଛନ୍ତି। କଂଗ୍ରେସ ଏହି ସୁଯୋଗକୁ ଏକ ବଡ଼ ଆନ୍ଦୋଳନରେ ପରିଣତ କରୁ ବୋଲି ସେ କହିଥିଲେ। ପେସା ଆଇନ କାର୍ଯ୍ୟକାରୀ ନ କରିବା ପରେ ଏବେ ଏମଏମଡିଆର୍ ଆଦିବାସୀଙ୍କ ବେଡ଼ି ଉପରେ କୋରଡ଼ା ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ମତ ଦେଇଥିଲେ।

ଏହି ପରିପେକ୍ଷୀରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ପ୍ରଭାରୀ ଶ୍ରୀ ଦେଶାଇ କହିଛନ୍ତି ଯେ, ସରକାର କୌଣସି ଆଲୋଚନା ଓ ମତାମତ ଗ୍ରହଣ ନକରି ଏମଏମଡିଆର ଆଇନ ସଂସଦରେ ପାସ କରିଦେଲେ l ଏହି ଆଇନ ଦ୍ୱାରା ଦେଶରେ ସବୁଠୁ ବେଶୀ ଓଡ଼ିଶାର କ୍ଷତି ହେବ l ରାଜ୍ୟର ଖଣି କର ସ୍ୱାୟତ୍ତତା କେନ୍ଦ୍ର ନିଜ ହାତକୁ ନେଇ ନିଜ ଅନୁଗାମୀଙ୍କୁ ଖଣି ତଥା ସମସ୍ତ ସୁବିଧା ଯୋଗେଇଦେବା ପାଇଁ କେନ୍ଦ୍ର ସରକାର ଏକ ମସ୍ତବଡ଼ ଷଡଯନ୍ତ୍ର କରିଛନ୍ତି l ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଅଛନ୍ତି l ଦେଶକୁ ଆଦିବାସୀ ରାଷ୍ଟ୍ରପତି ଓ ରାଜ୍ୟକୁ ଆଦିବାସୀ ମୁଖ୍ୟମନ୍ତ୍ରୀ ଦେଲୁ ବୋଲି ବିଜେପି ବାରମ୍ବାର କହୁଛି l କିନ୍ତୁ ପ୍ରକୃତରେ ଏମାନଙ୍କଠାରୁ ସରକାର ବିଲ ଦସ୍ତଖତ କରାଇ ଓଡିଶାବାସୀଙ୍କୁ ଠକାମୀ କରି ଆଦିବାସୀଙ୍କ ଅଧିକାର ଉଚ୍ଛେଦ କରିଛନ୍ତି ବୋଲି ଶ୍ରୀ ଦେଶାଇ କହିଛନ୍ତି l

ପ୍ରେସ୍ ବିବୃତ୍ତି ସମୟରେ ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ଉପସ୍ଥିତ ଥିଲେ। ଆଜିର ପରିବର୍ଦ୍ଧିତ ପିଏସି ବୈଠକରେ ବିଧାୟକଗଣ ଓ ପ୍ରଭାବିତ ୧୦ ଜିଲ୍ଲାର ଡିସିସି ସଭାପତି ମଧ୍ୟ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ୨୧ ତାରିଖ ଶୁକ୍ରବାର କଂଗ୍ରେସ ବିଧାୟକମାନେ ଶ୍ରୀ କଡ଼ାମଙ୍କ ନେତୃତ୍ବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ସାକ୍ଷାତ କରି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ ଦାବି ଜଣାଇବେ।

ଆଜିର ପିଏସି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ନଗେନ୍ଦ୍ରନାଥ ପ୍ରଧାନ, ସୁରେଶ ରାଉତରାୟ, କିଶୋର ପଟେଲ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ଆଇନଜୀବୀ ଶିବାନନ୍ଦ ରାୟ, ବିଧାୟକ ଡା.ରାଜନ ଏକ୍କା, ସାଗର ଦାସ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ପିଓ୍ବାଇସି ସଭାପତି ରଣଜିତ ପାତ୍ର, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଉପସଭାପତି ସସ୍ମିତା ବେହେରା, ଛାତ୍ରକଂଗ୍ରେସ ସଭାପତି ବିଭୁତି ମହାପାତ୍ର ଓ ଡିସିସି ସଭାପତିବୃନ୍ଦ ଆନ୍ଦୋଳନର ରୂପରେଖ ନେଇ ନିଜନିଜ ମତ ରଖିଥିଲେ।

The post ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଦାବିରେ ଶୁକ୍ରବାର କଂଗ୍ରେସ ବିଧାୟକ ଦଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଭେଟିବ* appeared first on Big News Odisha.

ବବି ଅଛି ତ ସବୁ ଅଛି
ଜନସେବା ରାଜନୀତିର ମୂଳମନ୍ତ୍ର । କେବଳ ସ୍ଲୋଗାନ ନୁହେଁ, ଏହା ବାସ୍ତବତା।ରାଜନୀତିକୁ ଆସିବା ଦିନଠୁ ପ୍ରଣବ ପଦପଦବୀ କି କ୍ଷମତା ଲୋଭୀ ନଥିଲେ। ପଦପଦବୀ ଠାରୁ ଦୂରେଇ ରହି ନେତା ଓ ଲୋକଙ୍କ ପାଇଁ ଦିନରାତି ଏକ କରି କାମ କରିବାରେ ସେ ଆନନ୍ଦ ପାଆନ୍ତି । ପ୍ରଣବ ଯେବେ ରାଜ୍ୟ ରାଜନୀତିରେ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ଥିଲେ ସେତେବେଳେ ସେ ଯାଜପୁରକୁ ନୂଆ ବିକାଶର ପରିଚୟ ଦେଇଥିଲେ । ନବୀନଙ୍କ ନୀତିରେ କଥା କମ, କାମ ଅଧିକରେ ବିଶ୍ୱାସ ରଖନ୍ତି l ଦଳ କ୍ଷମତାରେ ଥିଲା ବେଳେ ଯେମିତି କ୍ଷମତାରୁ ଗଲା ପରେ ମଧ୍ୟ ବବିଙ୍କ କାମ କରିବାର ତରିକା ପୁରା ସମାନ। ସବୁବେଳେ ଲୋକଙ୍କ ସହ ରହି ଲୋକଙ୍କ ସମସ୍ୟା ବୁଝନ୍ତି। ଜନତାଙ୍କ ଦୁଃଖ ଓ ସୁଖର ସାଥି ବବି କାମ କରନ୍ତି। ପ୍ରବଳ ବର୍ଷା ଯୋଗୁଁ ଯାଜପୁର ବୈତରଣୀ ନଦୀରେ ଦୁଇଥର ବନ୍ୟା ଆସିବା ଯୋଗୁଁ ଯାଜପୁର ନିର୍ବାଚନୀ ମଣ୍ଡଳରେ ଥିବା ଦୁଇଟି ବ୍ଲକରେ ହଜାର ହଜାର ଲୋକ ପାଣି ଘେରରେ ରହିଲେ ଓ ପ୍ରଭାବିତ ମଧ୍ୟ୍ ହେଲେ । ଲୋକେ ଯେତେବେଳେ ଅସୁବିଧାରେ ରହିଲେ ଲୋକଙ୍କ ନେତା ବବି ଦିନରାତି ଏକ କରି ଲୋକଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କଲେ। କେଉଁଠି ଗାଁ ଲୋକଙ୍କ ସହ ମିଶି ବାଲିବସ୍ତା ପକାଇ ଘାଇ ରୋକିବାକୁ ପ୍ରୟାସ ତ କେଉଁଠି ବନ୍ୟା ବିପନ୍ନ ପାଖରେ କିପରି ରନ୍ଧାଖାଦ୍ୟ,ଚୁଡା ଗୁଡ଼, ପଲିଥିନ ପାଲ ଓ ଔଷଧ ପହଞ୍ଚାଇବାର ବ୍ୟବସ୍ଥା କଲେ। ବନ୍ୟାପାଣିକୁ ଖାତିର ନକରି ଅଣ୍ଟାଏ ପାଣିରେ ପଶି କାହା ଦାଣ୍ଡପିଣ୍ଡା ବାରଣ୍ଡାରେ ବସି ସାହସ ଜୁଟାଇଲେ ବନ୍ୟା ପ୍ରଭାବିତ ଲୋକଙ୍କର ତ କାହା ଭଙ୍ଗାଘର ଦେଖି ଭାବପ୍ରବଣ ହେଲେ ବବି । ନିର୍ବାଚନୀ ପ୍ରତିଶ୍ରୁତି ନୁହେଁ, ବର୍ଷାରେ ଭିଜିଭିଜି ବନ୍ୟା ସମୟରେ ବିପଦର ବନ୍ଧୁ ହୋଇ ଲୋକସେବାରେ ଲାଗିପଡିଲେ ପ୍ରଣବ ପ୍ରକାଶ ଦାସ (ବବି ) ଦାସ। ସେଥିପାଇଁ ପୁରା ଓଡିଶାରେ ଗୋଟିଏ କଥା ବବି ଅଛି ତ ସବୁ ଅଛି। ଆଜି ବି ଯାଜପୁରବାସିଙ୍କ ପାଖରେ ତାଙ୍କ ବବି ଭାଇ ପ୍ରଭାବଶାଳୀ ଓ କ୍ଷମତାଶାଳୀ। କାରଣ ବବି ହେଉଛନ୍ତି ବିଶ୍ୱାସ ଓ ଭରସାର ପ୍ରତୀକ। ସବୁବେଳେ ଯାଜପୁର ବାସୀଙ୍କ ସୁଖ ଓ ଦୁଃଖରେ ସେ ଓ ତାଙ୍କ ପରିବାର ଠିଆ ହୋଇଥାନ୍ତି ପରିବାରର ସଦସ୍ୟ ଭାବେ। ଜୁନ 4 ତାରିଖ ବିଜେଡି ଶାସନରୁ ଗଲା ପରେ ବବି ଯେମିତି କି ସେମିତି ଜନସେବା ଜାରି ରଖିଛନ୍ତି। ଯାଜପୁରବାସୀ କହୁଛନ୍ତି ଆମ ପାଖେ ଆମ ଭାଇ ଅଛି..

The post ବବି ଅଛି ତ ସବୁ ଅଛି appeared first on Big News Odisha.

ବିଜେଡି ରାଜନୈତିକ କମିଟି ବୈଠକ: ସେପଟେ ନବୀନ,ଏପଟେ ବବି
ବିଜେଡି ରାଜନୈତିକ କମିଟି ବୈଠକ ।

ଚାଷୀ ସମସ୍ୟା, ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥା, ଖଣି ବିଲ, SIR ପଂଚାୟତ ନିର୍ବାଚନ ଓ ସାଂଗଠନିକ ବିଷୟ ରେ ଆଲୋଚନା। ଖଣି ବିଲ ଓ ଶିକ୍ଷା ଅବ୍ୟବସ୍ଥା ପ୍ରସଙ୍ଗରେ ବିଜେଡି ରାସ୍ତାକୁ ଓଲ୍ହାଇବ।

ବିଜୁ ଜନତାଦଳ ରାଜନୈତିକ କମିଟି ବୈଠକ ଆଜି ଦଳ ସଭା ପତି ଶ୍ରୀ ନବୀନ ପଟ୍ଟ ନାୟକ ଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟତଃ ଚାଷୀ ପ୍ରସଙ୍ଗ, ଖଣି ବିଲ, ଶିକ୍ଷା ଅବ୍ୟବସ୍ଥା, SIR, ପଂଚାୟତ ନିର୍ବାଚନ ଓ ସଂଗଠନିକ ବିଷୟ ରେ ଆଲୋଚନା ହୋଇଥିଲା।

ଖରିଫ ଧାନ ବିକ୍ରି ନିମନ୍ତେ ରେଜିଷ୍ଟ୍ରସନ ପାଇଁ ଭାଗ ଚାଷୀ ମାନେ ଯେପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିରେ ସଭ୍ୟ ମାନେ ଉଦବେଗ ପ୍ରକାଶ କରିବା ସହ ଚାଷୀଙ୍କ ସ୍ୱାର୍ଥ ସହ ନ ଖେଳିବା ପାଇଁ ସରକାର ଙ୍କୁ ସତର୍କ କରିଦେଇଛନ୍ତି। ନିକଟରେ ପାର୍ଲାମେଣ୍ଟ ରେ ଗୃହୀତ MMDR ବିଲ ଯୋଗୁ ଓଡିଶା ପ୍ରଭୂତ କ୍ଷତି ସହିବ।

ଏ ବିଷୟ ନେଇ ସଭ୍ୟ ମାନେ ଚିନ୍ତା ପ୍ରକଟ କରିଥିଲେ। ଓଡିଶା ର ସ୍ୱାର୍ଥ ପାଇଁ ବିଜେଡି ଏଥିପାଇଁ ଆଇନ ଗତ ପଦକ୍ଷେପ ନେବା ସହ ରାସ୍ତା କୁ ଓଲ୍ହାଇବ ବୋଲି ନିଷ୍ପତ୍ତି ହୋଇଥିଲା। ସୂଚନା ଯୋଗ୍ୟ ଯେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟ ନାୟକ ଆଜି ଏ ବିଷୟରେ ମୁଖମନ୍ତ୍ରୀଙ୍କୁ ପତ୍ର ଲେଖି ସର୍ବଦଳୀୟ ବୈଠକ ଓ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବୀ ଜଣାଇଛନ୍ତି।  SIR ର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଏଵେ ଖୁବ ଶୀଘ୍ର ଶେଷ ହେବ। ତେଣୁ ଯେପରି ଯୋଗ୍ୟ ଭୋଟର ତାଲିକା ରୁ ବାଦ ନ ପଡିବେ ସେଥିପ୍ରତି ସଜାଗ ରହିବାକୁ ଶ୍ରୀ

ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏହା ସହତ ପଂଚାୟତ ନିର୍ବାଚନ ପାଇଁ ରଣକୌଶଳ ପୃସ୍ତୁତି ସହ ବ୍ଲକ ଓ ପଂଚାୟତ ସ୍ତରୀୟ କମିଟି ଗଠନ ଉପରେ ବୈଠକ ରେ ଗୁରୁତ୍ୱ ଆରୋପ କରାଯାଇଥିଲା।

ରାଜ୍ୟ ରେ ଶିକ୍ଷା କ୍ଷେତ୍ର ରେ ଚରମ ଅବ୍ୟବସ୍ଥା ଆଜି ସାରା ରାଜ୍ୟ ରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ପିଲାମାନଙ୍କୁ ସଂଶୋଧିତ ପୁସ୍ତକ ଯୋଗାଇବାରେ ବିଫଳ ହୋଇଥିବାରୁ ଏଥିପାଇଁ ଉତ୍ତରଦାୟିତ୍ୱ ଦାବୀ କରି ଆଗାମୀ ଦିନରେ ବିଜେଡି ତାର ଆନ୍ଦୋଳନ କୁ ଆହୁରି ତୀବ୍ର କରିବ ବୋଲି ବୈଠକ ରେ ନିଷ୍ପତ୍ତି ହୋଇଥିଲା।

The post ବିଜେଡି ରାଜନୈତିକ କମିଟି ବୈଠକ: ସେପଟେ ନବୀନ,ଏପଟେ ବବି appeared first on Big News Odisha.

ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ ଘରୁ ବାହାରିପାରିବେ ନାହିଁ
*ଗଣଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର କଂଗ୍ରେସ ଦେବ ଦୁଇ ଦିନିଆ ଅହରାତ୍ର ଧାରଣା*

ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ ଘରୁ ବାହାରିପାରିବେ ନାହିଁ

*ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କରାଯାଉ, ନଚେତ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ବିଭୂତି ମହାପାତ୍ର*

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛି ଓଡ଼ିଶା ଛାତ୍ର କଂଗ୍ରେସ। ଶିକ୍ଷା ବିଭାଗର ବିଭିନ୍ନ ସମସ୍ୟା, ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଦୀର୍ଘଦିନ ଧରି ଛାତ୍ର ସଂସଦ ନିର୍ବାଚନ ନହେବାକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଘୋଷଣା କରାଯାଇଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବ ନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ର କହିଛନ୍ତି ଯେ, ରାଜ୍ୟର ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସରକାର ଏଥିପ୍ରତି ଉଦାସୀନ ରହିଛନ୍ତି। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରାଯାଉଥିବା ଅଭିଯୋଗ କରି ସେ ଏହା ବିରୋଧରେ ଛାତ୍ର କଂଗ୍ରେସର ଲଢ଼େଇ ଜାରି ରହିବ ବୋଲି କହିଛନ୍ତି।

ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ। ଏହି ଦାବିରେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଦୁଇ ଦିନିଆ ଅହରାତ୍ର ଧାରଣା କରାଯିବ ବୋଲି ବିଭୂତି ଭୂଷଣ ମହାପାତ୍ର ଘୋଷଣା କରିଛନ୍ତି।

ସେ କହିଛନ୍ତି, “ମନ୍ତ୍ରୀ ଇସ୍ତଫା ନଦେବା ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଛାତ୍ର କଂଗ୍ରେସର ଆନ୍ଦୋଳନ ଜାରି ରହିବ।”

ସେହିପରି, ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ସରକାରଙ୍କୁ ଘେରିଛି ଛାତ୍ର କଂଗ୍ରେସ। ଦୁଇ ବର୍ଷ ଧରି ବିଶ୍ୱବିଦ୍ୟାଳୟ ଓ କଲେଜରେ ଛାତ୍ର ସଂସଦ ନିର୍ବାଚନ ନହେବାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଇସ୍ତଫା ଦେବାକୁ ଦାବି କରିଛି ଛାତ୍ର କଂଗ୍ରେସ।

ଶ୍ରୀ ମହାପାତ୍ର କହିଛନ୍ତି, “ଛାତ୍ର ସଂସଦ ନିର୍ବାଚନ ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାର। ଏହି ଅଧିକାରକୁ କେହି ଛଡ଼ାଇ ନେଇପାରିବେ ନାହିଁ। ସରକାର ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରନ୍ତୁ, ନଚେତ ଉଚ୍ଚଶିକ୍ଷା ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ।”

ଛାତ୍ର କଂଗ୍ରେସର ଦୁଇଟି ପ୍ରମୁଖ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଛାତ୍ର କଂଗ୍ରେସ ସଭାପତି ଚେତାବନୀ ଦେଇଛନ୍ତି।

ଛାତ୍ର କଂଗ୍ରେସର ପ୍ରମୁଖ ଦାବି:

1. ପାଠ୍ୟପୁସ୍ତକର ତ୍ରୁଟି ପାଇଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ।

2. ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରାଯାଉ।

3. ଛାତ୍ର ସଂସଦ ନିର୍ବାଚନ କରିବାରେ ବିଫଳତା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଇସ୍ତଫା ଦିଅନ୍ତୁ।

4. ଛାତ୍ରଛାତ୍ରୀଙ୍କ ଶିକ୍ଷା ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ କରାଯାଉ।

The post ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ ଘରୁ ବାହାରିପାରିବେ ନାହିଁ appeared first on Big News Odisha.

ଇସ୍ତଫା ପରେ ଏମିତି କହିଲେ ଧର୍ମେନ୍ଦ୍ର ପ୍ରାଧନ
ମୁଁ ବିଗତ ୪ ଦଶନ୍ଧିରୁ ଅଧିକ ସମୟ ଧରି ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷା ସୁଧାର ପାଇଁ ସମର୍ପିତ ରହିଆସିଛି । ମୋର ସଦାସର୍ବଦା ଏହି ବିଶ୍ୱାସ ରହିଛି ଯେ, ଗୋଟିଏ ସଶକ୍ତ, ସମାବେଶୀ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ହିଁ ଗୋଟିଏ ସଶକ୍ତ ରାଷ୍ଟ୍ରର ଆଧାରଶୀଳା ।

ମୁଁ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା, ଭାବନା ଏବଂ ସେମାନଙ୍କର ନ୍ୟାୟୋଚିତ ଅପେକ୍ଷାକୁ ଗଭୀର ସମ୍ମାନ କରେ । ଭାରତର ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ଆମ ସମସ୍ତଙ୍କ ରାଜନୈତିକ ଏବଂ ସାମାଜିକ ଜୀବନର ନୈତିକ ସଂକଳ୍ପ ରହିଆସିଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ ରାଷ୍ଟ୍ରର ସେବା କରିବାର ଯେଉଁ ସୁଯୋଗ ମୋତେ ମିଳିଛି, ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ଜୀଙ୍କୁ କୃତଜ୍ଞତା ଜଣାଉଛି ।

କିନ୍ତୁ ୩ ମଇ ୨୦୨୬ରେ ହୋଇଥିବା NEET-UG ପରୀକ୍ଷାରେ ଅନିୟମିତତା ନଜରକୁ ଆସିଥିଲା। ଭାରତ ସରକାର ତୁରନ୍ତ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଭାର CBIକୁ ହସ୍ତାନ୍ତର କଲେ, ପରୀକ୍ଷାକୁ ବାତିଲ କଲେ ଏବଂ ପୁନଃ ପରୀକ୍ଷାର ତାରିଖ ଘୋଷଣା କଲେ । ଏହା ସହିତ ଆସନ୍ତା ବର୍ଷ ଠାରୁ ଏହି ପରୀକ୍ଷାକୁ CBT (Computer-based-test) ମୋଡ୍‌ରେ କରାଇବାକୁ ନିଷ୍ପତ୍ତି ନିଆଗଲା।

ଏହି ସମୟ ମଧ୍ୟରେ ଆମର ମୁଖ୍ୟ ପ୍ରାଥମିକତା ଥିଲା ଯେ, ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଯେପରି ସୁଚାରୁରୂପେ ଆୟୋଜିତ ହୋଇପାରିବ । ଏଥିପାଇଁ Whole of Government Approach ଅଧୀନରେ କାମ କରାଗଲା । ଏଥିରେ ଭାରତ ସରକାରଙ୍କ ସହିତ ରାଜ୍ୟ ସରକାର, ବିଶେଷକରି ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏହା ସହିତ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ପିତାମାତାଙ୍କ ସହଯୋଗରେ ୨୧ ଜୁନ୍ ୨୦୨୬ରେ ଏହି ପରୀକ୍ଷା ସମ୍ପୂର୍ଣ୍ଣ ହେଲା।ପ୍ରଥମ ଦିନରୁ ହିଁ, ଏହା ଉପରେ ମୁଁ ନିଜେ ଦାୟିତ୍ୱ ନେଲି ଏବଂ ଏହି ପରିସ୍ଥିତିରୁ କେବେହେଲେ ମୁହଁ ଫେରାଇ ନାହିଁ । ମୋର ଏହି ସଂକଳ୍ପ ଥିଲା ଯେ, ଆମେ କୌଣସି ବି ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ମାଫିଆଙ୍କ ଯୋଗୁଁ ନଷ୍ଟ ହେବାକୁ ଦେବୁ ନାହିଁ ଏବଂ କୌଣସି ଛାତ୍ରଛାତ୍ରୀଙ୍କ ସହ ଅନ୍ୟାୟ ହେବାକୁ ଦେବୁ ନାହିଁ ।

୧୬ ଜୁଲାଇରେ ଘୋଷିତ ନିଟ୍-ୟୁଜି ଫଳାଫଳ ସନ୍ତୋଷଜନକ ରହିଥିଲା, ଯେଉଁଥିରେ ଗରିବ ପୃଷ୍ଠଭୂମିରୁ ଆସିଥିବା ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଫଳତା ମିଳିଛି ।

କିନ୍ତୁ ଏହି ସମୟ ମଧ୍ୟରେ ମଧ୍ୟ ଅନେକ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଦାୟିତ୍ୱପୂର୍ଣ୍ଣ ପଦବୀରେ ବସିଥିବା ବ୍ୟକ୍ତିବିଶେଷ ବାଧା ସୃଷ୍ଟି କରିବାକୁ ଚେଷ୍ଟା କଲେ, ଯାହା ଦ୍ୱାରା ମନ ଅତ୍ୟନ୍ତ ବ୍ୟଥିତ ହେଲା ।

ମୁଁ ସଦାସର୍ବଦା ଆମ ଗଣତନ୍ତ୍ରର ଶକ୍ତି ଉପରେ ଅଟଳ ବିଶ୍ୱାସ ରଖିଆସିଛି ଏବଂ ଯୁବପିଢ଼ିଙ୍କ ଆକାଂକ୍ଷା, ସ୍ୱପ୍ନ ଓ ଅପେକ୍ଷାକୁ ଗଭୀର ସମ୍ମାନ କରିଆସିଛି । ସେମାନେ କେବଳ ଭାରତର ଭବିଷ୍ୟତ ନୁହଁନ୍ତି, ବରଂ ଏକ ନୂତନ ଓ ବିକଶିତ ଭାରତର ବାହକ, ନିର୍ମାତା ଏବଂ ଭବିଷ୍ୟତର ଶିଳ୍ପକାର ମଧ୍ୟ ଅଟନ୍ତି ।

ବିଗତ ୧୦ ଦିନର ଘଟଣାକ୍ରମ ଦେଖି ମୋ ମନ ଦୁଃଖିତ ଅଛି । ଏହା ମୋ ପାଇଁ ବ୍ୟକ୍ତିଗତ ପ୍ରତିଷ୍ଠାର ବିଷୟ ନୁହେଁ ।

ଭାରତର ଯୁବଶକ୍ତି ହିଁ ଏହି ଦେଶର ପ୍ରକୃତ ଶକ୍ତି ।

ଦେଶର ଯୁବଶକ୍ତିଙ୍କୁ ଭ୍ରମର କୁଚକ୍ରରେ ଫସିବାକୁ ଦେବୁ ନାହିଁ, ଏହା ହିଁ ମୋର ସଂକଳ୍ପ ।

ଯନ୍ତର-ମନ୍ତରରେ ଏବଂ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ଏହାର ଫାଇଦା ଯେପରି ରାଷ୍ଟ୍ରବିରୋଧୀ ଶକ୍ତିମାନେ ନ ଉଠାନ୍ତୁ, ଦେଶର ଏକତା ବଜାୟ ରହୁ, ଭାରତର ଜଣେ ହେଲେ ବି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଆଇନଗତ ଜଟିଳତା ମଧ୍ୟରେ ନ ଫସୁ, ଆମ ପିଲାମାନେ ସେମାନଙ୍କ ସମୟ ପଢ଼ାପଢ଼ିରେ ଲଗାନ୍ତୁ ଏବଂ କ୍ୟାରିୟର ଗଢ଼ିବା ଉପରେ ଫୋକସ୍ କରନ୍ତୁ, ଏହି କଥାକୁ ବିଚାର କରି ମୁଁ ମୋର ଇସ୍ତଫା ପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀ ଜୀଙ୍କ ପାଖକୁ ପଠାଇ ଦେଇଛି ।

ମୁଁ ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀଙ୍କ ମାର୍ଗଦର୍ଶନ, ବିଶ୍ୱାସ ଏବଂ ନିରନ୍ତର ସହଯୋଗ ପାଇଁ ହାର୍ଦ୍ଦିକ କୃତଜ୍ଞତା ପ୍ରକାଶ କରୁଛି । ଏହା ସହିତ ମନ୍ତ୍ରୀ ପରିଷଦର ମୋର ସମସ୍ତ ସମ୍ମାନିତ ସହଯୋଗୀ, ମନ୍ତ୍ରାଳୟର ଅଧିକାରୀ ଓ କର୍ମଚାରୀ ଏବଂ ସେହି ସମସ୍ତ ବ୍ୟକ୍ତିବିଶେଷଙ୍କୁ ମଧ୍ୟ କୃତଜ୍ଞତା ପ୍ରକାଶ କରୁଛି, ଯାହାଙ୍କ ସହ ମୋତେ କାର୍ଯ୍ୟ କରିବାର ସୌଭାଗ୍ୟ ମିଳିଥିଲା । ରାଷ୍ଟ୍ରସେବା ମୋ ଜୀବନର ସର୍ବୋଚ୍ଚ ପ୍ରାଥମିକତା, ମୁଁ ଏହା ପାଇଁ ସଦାସର୍ବଦା ସମର୍ପିତ ରହିବି ।

ପ୍ରଭୁ ଶ୍ରୀଜଗନ୍ନାଥ ଜୀଙ୍କ ଆଶୀର୍ବାଦରୁ ମୁଁ ଭବିଷ୍ୟତରେ ମଧ୍ୟ ଭାରତ ମାତା, ଓଡ଼ିଶାର ଜନସାଧାରଣ ତଥା ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା ପୂରଣ ପାଇଁ ସବୁ ସମ୍ଭବ ନିଜକୁ ସମର୍ପିତ ରଖିବି ।

ଆପଣଙ୍କର,

ଧର୍ମେନ୍ଦ୍ର ପ୍ରଧାନ

The post ଇସ୍ତଫା ପରେ ଏମିତି କହିଲେ ଧର୍ମେନ୍ଦ୍ର ପ୍ରାଧନ appeared first on Big News Odisha.