ସମୟୋଚିତ ଚିକିତ୍ସା ଓ ସଠିକ୍ ରୋଗ ନିରୂପଣ ଯୋଗୁଁ ସମ୍ ହସ୍ପିଟାଲରେ ନବଜାତ ଶିଶୁର ଜୀବନ ରକ୍ଷା
ତ୍ୱରିତ ରୋଗ ନିରୂପଣ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ସମୟୋଚିତ ଚିକିତ୍ସା ଯୋଗୁଁ ଏକ ନବଜାତ ଶିଶୁର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଚିକିତ୍ସକମାନେ ।ଖୋର୍ଦ୍ଧାରେ ଜନ୍ମ ଗ୍ରହଣ କରିଥିବା ଏହି ଶିଶୁଟି ଜନ୍ମର ମାତ୍ର ୮ ଘଂଟା ପରେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରିବାରୁ ଚିକିତ୍ସା ପାଇଁ ସମ୍ ହସ୍ପିଟାଲକୁ ଅଣାଯାଇଥିଲା ।ହସ୍ପିଟାଲର ନବଜାତ ଶିଶୁ ଗୁରୁତର ଚିକିତ୍ସା ବିଭାଗ (ଏନ୍ଆଇସିୟୁ)ରେ ଭର୍ତି ହେବା ପରେ ଶିଶୁଟିର ରକ୍ତଚାପ ହ୍ରାସ ପାଇଥିଲା । ରକ୍ତଚାପକୁ ସ୍ୱାଭାବିକ କରିବା ପାଇଁ ଏକାଧିକ ଔଷଧର ଆବଶ୍ୟକତା ପଡ଼ିଥିଲା । ଏହି ସମୟରେ କରାଯାଇଥିବା ୨ଡି ଇକୋକାର୍ଡିଓଗ୍ରାଫିରୁ ହୃତ୍ପିଣ୍ଡର ସଙ୍କୋଚନ କ୍ଷମତା ଦୁର୍ବଳ ଥିବା ଏବଂ ମହାଧମନୀ ଭାଲ୍ଭରେ ଗୁରୁତର ସଂକୋଚନ (କ୍ରିଟିକାଲ୍ ଏଓର୍ଟିକ୍ ଷ୍ଟେନୋସିସ୍) ଥିବା ଜଣାପଡ଼ିଥିଲା ।
ସମ୍ ହସ୍ପିଟାଲର ନବଜାତ ଶିଶୁରୋଗ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାଶିଷ ନନ୍ଦ ଏହି ଶିଶୁର ଚିକିତ୍ସାରେ ନିୟୋଜିତ ଡାକ୍ତରୀ ଦଳକୁ ସେମାନଙ୍କ ଉତ୍କୃଷ୍ଟ ସମନ୍ୱୟ ଓ ଉନ୍ନତ ରୋଗୀସେବା ପାଇଁ ଅଭିନନ୍ଦନ ଜଣାଇଥିଲେ ।ପ୍ରଫେସର (ଡାକ୍ତର) ସୌମ୍ୟ ରଞ୍ଜନ ମହାପାତ୍ର ଏବଂ ଆସୋସିଏଟ୍ ପ୍ରଫେସର ଡାକ୍ତର ଜ୍ଞାନରଞ୍ଜନ ନାୟକ ହୃଦ୍ରୋଗ ସମ୍ବନ୍ଧୀୟ ଚିକିତ୍ସା ପଦ୍ଧତି ସଂପାଦନ କରିଥିବା ବେଳେ ପ୍ରଫେସର (ଡାକ୍ତର) ଅନୁସ୍ପନ୍ଦନା ମହାପାତ୍ର ଇକୋକାର୍ଡିଓଗ୍ରାଫି କରିଥିଲେ ।
ଏହି ଶିଶୁର ଚିକିତ୍ସାରେ ପ୍ରଫେସର (ଡାକ୍ତର) ରତନ କୁମାର ଦାସ, ପ୍ରଫେସର (ଡାକ୍ତର) ଭବଗ୍ରାହୀ ମଲ୍ଲିକ, ଡାକ୍ତର ବିନୀତ ପାଣିଗ୍ରାହୀ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର ସୁଦୀପ୍ତ ସାହୁ, ଡାକ୍ତର ସୀତିକାନ୍ତ ନାୟକ, ଡାକ୍ତର ଶ୍ରୁତିପ୍ରଜ୍ଞା କର, ଡାକ୍ତର କଳ୍ପିତା ସାହୁ, ଡାକ୍ତର ଅଦ୍ୟାଶା କାନୁନ୍ଗେ।।, ଡାକ୍ତର ସୁରେଶ ତ୍ରିପାଠୀ, ଡାକ୍ତର ଶୁଭଲକ୍ଷ୍ମୀ ସାହୁ, ଡାକ୍ତର ସାରଥ ଚନ୍ଦ୍ରିକା ଏବଂ ଡାକ୍ତର ପୁଜିଥା ସାମିଲ ଥିଲେ ।
- Advertisement -
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy