ଫାଷ୍ଟଟ୍ରାକ କୋର୍ଟ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀଦଳ ନେତା..

- Advertisement -

ଭୁବନେଶ୍ୱର : ରାଜ୍ୟରେ ୪୫ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ସରକାରଙ୍କ ଘୋଷଣାକୁ ନେଇ ରାଜ୍ୟ ବିଜେପିର ଅଭିଯୋଗ । ବାଜପେୟୀଙ୍କ ସମୟରେ ସାରା ଦେଶରେ ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବା ଆରମ୍ଭ ହୋଇଥିଲା । ଆନ୍ଧ୍ରରେ ୭୨, ତାମିଲନାଡୁରେ ୬୯, ପଶ୍ଚିମବଙ୍ଗରେ ୮୮ ଓ ମହାରାଷ୍ଟ୍ରରେ ୧୦୦ ଫାଷ୍ଟଟ୍ରାକ୍ କୋର୍ଟ ଅଛି । କିନ୍ତୁ ୨୦ବର୍ଷ ଶାସନରେ ଗୋଟିଏ ମଧ୍ୟ କୋର୍ଟ ଖୋଲିପାରିଲେନି । ସାରା ରାଜ୍ୟରେ ୧୨ହଜାର ଦୁଷ୍କର୍ମ ଓ ପୋକସୋ ମାମଲା ବିଚାର ନହୋଇ ପଡ଼ିରହିଛି । ପୋଲିସ ରିପୋର୍ଟ , ସାକ୍ଷୀଙ୍କୁ ସୁରକ୍ଷା ନଦେଲେ ତ୍ୱରିତ ନ୍ୟାୟ ପ୍ରଦାନ ଅସମ୍ଭବ । ବିଜେପି ଶାସିତ ରାଜ୍ୟରେ ସବୁ ଜିଲ୍ଲାରେ ମହିଳା ଥାନା ଅଛି । କିନ୍ତୁ ରାଜ୍ୟରେ ମାତ୍ର ୬ଟି ମହିଳା ଥାନା ଅଛି । ଯେତେ ମହିଳା ଥାନା ହେବ କେନ୍ଦ୍ର ୬୦ଭାଗ ଅର୍ଥ ଦେବ । କିନ୍ତୁ ରାଜ୍ୟ ସରକାରଙ୍କ ଇଚ୍ଛାର ଅଭାବ ରହିଛି । ତେଣୁ ଦୁଷ୍କର୍ମ ବଢ଼ିଚାଲିଛି । କେବଳ ମୁହଁ ଲୁଚାଇବା ପାଇଁ ଏମିତି ଘୋଷଣା କରୁଛନ୍ତି । ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଭାବରେ ଉତ୍ତର ରଖନ୍ତୁ କେବେ ସୁଦ୍ଧା ଏହି କୋର୍ଟ ଓ ଅଧିକ ମହିଳା ଥାନା ପ୍ରତିଷ୍ଠା କରି କାର୍ଯ୍ୟକାରୀ କରିବେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles