ପ୍ରଣବ ପ୍ରକାଶ ଦାସ (ବବି )। ବିଜେଡି ରାଜନୀତିର ବଡ଼ ଚେହେରା। ନବୀନ ପଟ୍ଟନାୟକଙ୍କ ବ୍ଲୁ ୟାର୍ଡ୍ ବୟ। ଦଳର ଜଣେ ଦକ୍ଷ ସଂଗଠକ ଓ ଯୁବ ଗୋଷ୍ଠୀଙ୍କ ଆଦର୍ଶ। 2ଳ୨୦୨୪ ନିର୍ବାଚରେ ବିଜେଡିର ଅପ୍ରତ୍ୟାଶିତ ପରାଜୟ ପରେ ବବି ବିଜେଡି ସଂଗଠନ କିପରି ପୁଣି ଚଳାଚଞ୍ଚଳ ହେବ ଓ ନବୀନ ପଟ୍ଟନାୟକ ପୁଣି କେମିତି ମୁଖ୍ୟମନ୍ତ୍ରୀ ହେବେ ସେନେଇ ଲମ୍ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ପ୍ରାୟ ଦୁଇ ବର୍ଷ ହେବ ବବି ପ୍ରଥମେ ବିଜେଡିର ଗଡ଼ ଯାଜପୁରରେ ସଂଗଠନ ଶକ୍ତିଶାଳୀ କରିବା ଉପରେ ଫୋକସ କରିବା ସହ ପୂର୍ବରୁ ନବୀନ ପଟ୍ଟନାୟକ ଦେଇଥିବା ଜିଲ୍ଲା ଗୁଡିକର ସଂଗଠନକୁ ପୁଣି କିପରି ତୃଣମୂଳ ସ୍ତରରେ ଅଧିକ ଶକ୍ତିଶାଳୀ କରାଯିବ ତାକୁ ଗୁରୁତ୍ୱ ଦେଇଥିଲେ। ଆଉ ଏବେ ପୂରା ଓଡ଼ିଶାର ବିଜେଡି ସଂଗଠନକୁ ସଜାଡି଼ଵା ପାଇଁ ବବି ପୁଣି ବାହାରିପଡ଼ିଛନ୍ତି।
୨୦୨୭ରେ ପଂଚାୟତ ନିର୍ବାଚନ ପାଇଁ ବିଜେଡି ପାଗଭିଡା ଆରମ୍ଭ କରିଛି। ୨ବର୍ଷର ବିଜେପି ସରକାର ବାଦନାମ ହେବାରେ ଲାଗିଛି। ବିଜେଡି ଅଭିଯୋଗ କରିଛି ଓଡିଶାବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ବିଜେପି ଶାସନକୁ ଆସିଥିଲେ ମଧ୍ୟ୍ୟ ନିଜେ ଦେଇଥିଵା ପ୍ରତିଶୃତି ପାଳନ କରିନାହିଁ। ଯାହାକୁ ନେଇ ଓଡିଶାବାସୀ ବିଜେପି ସରକାର ଆଡୁ ମୁହଁ ଫେରାଇଲେଣି। ଠିକ ଏତିକି ବେଳେ ଶଙ୍ଖ ଭବନରେ ୨୦୨୪ ନିର୍ବାଚନରେ ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସହ ନବୀନ ପଟ୍ଟନାୟକ ସାଙ୍ଗଠନିକ ବୈଠକ କରିଛନ୍ତି। ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ସହ ବିଜେପି ସରକାରର ବିଫଳତାକୁ ଗାଁ ଗାଁ ରେ ପହଞ୍ଚାଇବା ସହ ଲୋକଙ୍କ ସହ ଯୋଡି ହୋଇ ରହିବାକୁ ନବୀନ ଗୁରୁମନ୍ତ୍ର ଦେଇଛନ୍ତି ଦଳୀୟ ନେତାଙ୍କୁ। ନବୀନଙ୍କ ନେତାଙ୍କୁ ଦେଇଥିବା ଟ୍ୟାକ୍ସକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ଯେଉଁ କେତେଜଣ ନେତା ଅଣ୍ଟା ମଙ୍ଗ ଧରି ତ୍ୱରାନ୍ୱିତ କରିବେ ସେମାନଙ୍କ ମଧ୍ୟରୁ ପୂର୍ବତନ ସାଙ୍ଗଠନିକ ସମ୍ପାଦକ ତଥା ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସ (ବବି ) ଅନ୍ୟତମ।
ବବି ଦାସ ବିଜେଡି ସଂଗଠନରେ ପୁଣି ଟ୍ରାକକୁ ଆସିବା ଦୁଇ ଜାତୀୟ ଦଳକୁ ଚିନ୍ତାରେ ପକାଇଥିବା ବେଳେ ବିଜେଡି ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛି। ନବୀନ ପଟ୍ଟନାୟକଙ୍କ ପରି ସବୁବେଳେ ଚତୁର ରାଜନୈତିକ ଗୋଟି ଚଳାଉଥିବା ବବି ପଂଚାୟତ ଓ ପୌର ନିର୍ବାଚନରେ ଦଳକୁ କେତେ ସଫଳତା ଦେଉଛି ତାହା ସମୟ କହିବ। ବବି ଦାସଙ୍କ ସାଙ୍ଗଠନିକ ଦକ୍ଷତାକୁ ନବୀନ ପୁଣି ଦଳର ସଂଗଠନକୁ ଚଳାଚଞ୍ଚଳ କରିବାକୁ ଲମ୍ବା ରଣନୀତି ପ୍ରସ୍ତୁତ କରିଛନ୍ତି।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy