ରକ୍ତଦାନ କରି ଉଦାହରଣ ସାଜିଲେ ଜିଲ୍ଲାପାଳ….

- Advertisement -
- Advertisement -

ଯାଜପୁର : ରକ୍ତଦାନ ମହତ ଦାନ। କେହି କେହି ଏହି ବାଣୀକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ଆଜି ହେଉଛି ତାଙ୍କର ଜନ୍ମଦିନ। ତେଣୁ ଜନ୍ମଦିନରେ ସେ ରକ୍ତଦାନ କରି କରିଛନ୍ତି। ଏହାସହ ଅନେକ ଲୋକଙ୍କୁ ସ୍ୱଚ୍ଚାକୃତ ରକ୍ତଦାନ କରିବାକୁ ପରାମର୍ଶ ଦେଇଛନ୍ତି।
ଦେଶରେ କରୋନା ପ୍ରଭାବରେ ଲକ୍ ଡାଉନ ଚାଲିଛି। ଏହାର ସିଧାସଳଖ ପ୍ରଭାବ ରକ୍ତ ଭଣ୍ଡାର ଉପରେ ପଡିଛି। ସେଠାରେ ଗଚ୍ଛିତ ରକ୍ତର ପରିମାଣ ମଧ୍ୟ ହ୍ରାସ ପାଇଛି। ତେଣୁ ଯାଜପୁର ଜିଲ୍ଲାପାଳ ରକ୍ତଦାନ କରି ଜନ୍ମଦିନ ପାଳିବାକୁ ଅନେକ ଜିଲ୍ଲାବାସୀ ପ୍ରସଂଶା କରିଛନ୍ତି।ଯେଉଁଠି ଜିଲ୍ଲା ମୁଖିଆ ରକ୍ତଦାନ ପାଇଁ ଅଣ୍ଟା ଭିଡୁଛନ୍ତି ।ସେଠି କେବେ ରକ୍ତ ସଙ୍କଟ ଦେଖା ଯିବନାହିଁ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles