ଫର୍ମକୁ ଫେରିଲେ ନବୀନ

- Advertisement -

ଠିକ ସମୟରେ ଠିକ ନିଷ୍ପତି ନିଅନ୍ତି ନବୀନ। ଏକଥା ସବୁବେଳେ ବିଜେଡିର ତୃଣମୂଳ ନେତାଙ୍କ ଠାରୁ ଆରମ୍ଭ କରି ଶୀର୍ଷ ନେତୃତ୍ବ ଯାଏ ଦମ୍ଭୋକ୍ତି ବାଢନ୍ତି । ବିଜେଡି ସବୁବେଳେ ଜାତୀୟସ୍ତରରେ ଏନଡିଏ ଓ ଇଣ୍ଡିମେଣ୍ଟ ଠାରୁ ଦୂରେଇ ରହିଛି । ତାହା ପୁଣିଥରେ ପ୍ରମାଣିତ କରିଛି ଉପରାଷ୍ଟ୍ରପତି ନିର୍ବାଚନର ଦିନକୁ ପୂର୍ବରୁ । ଉପରାଷ୍ଟ୍ରପତି ନିର୍ବାଚନ ଭୋଟରୁ ବିଜେଡି ବିରତ ରହିବ ବୋଲି ନବୀନ ପଟ୍ଟନାୟକ ବଡ ନିଷ୍ପତି ନେବା ପରେ ଜାତୀୟସ୍ତରରୁ ରାଜ୍ୟ ରାଜନୀତି ଯାଏ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ସାଢେ ଚାରିକୋଟି ଓଡିଆଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ ଦଳ ଏପରି ନିଷ୍ପତ୍ତି ନେଇଥିବା ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି । ଓଡିଶା ବିକାଶ ଓ ହକ ପାଇଁ ଜାତୀୟସ୍ତରରେ ବିଜେଡି ଲଢେଇ କରୁଛି ଓ କରିବ ବୋଲି ସେ କହିଛନ୍ତି । ୨୦୦୦ ମସିହାରୁ ଆଜି ଯାଏ ବିଜେଡି ସମଦୂରତା ନୀତିକୁ ଆପଣାଇଛି । କେତେବେଳେ ଏନଡିଏ ତ କେତେବେଳ ଇଣ୍ଡିମେଣ୍ଟକୁ ପୂର୍ବରୁ ବିଜେଡି ସମର୍ଥନ କରିଛି । ଆଜି ପୁଣିଥରେ ଏନଡିଏ ଓ ଇଣ୍ଡିମେଣ୍ଟ ଠାରୁ ଦୂରେଇ ରହିଛି ବୋଲି ବିଜେଡି ରାଜ୍ୟବାସୀଙ୍କୁ ଉପରାଷ୍ଟ୍ରପତି ନିର୍ବାଚନର ନିଷ୍ପତ୍ତି ନେଇ ବାର୍ତ୍ତା ଦେଇଛି ।
ତାରିଖ ଘୋଷଣା ଦିନଠାରୁ ବିଜେଡି କାହାକୁ ସମର୍ଥନ କରିବ ତାହାକୁ ନେଇ ଦିଲ୍ଲୀରୁ ପଲ୍ଲୀଯାଏ ଚର୍ଚ୍ଚା ହେଉଥିଲା।ରାଜନୈତିକ ଦଳ ଓ ସମୀକ୍ଷକ ଓ ସାଧାରଣରେ ଚର୍ଚ୍ଚା ହେଉଥିବା ବିଜେଡି ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରିବ । ସବୁବେଳେ ଚର୍ଚ୍ଚା ଓ ଆକଳନକୁ ଭୂଲ ପ୍ରମାଣିତ କରି ନବୀନ ତାଙ୍କ ନିଷ୍ପତ୍ତିରେ ସଭିଁଙ୍କୁ ଚକିତ କରନ୍ତି । ତାହା ପୁଣିଥରେ ପ୍ରମାଣିତ ହୋଇଛି। ସଶକ୍ତ ଆଂଚଳିତ ଦଳ ଭାବେ ବିଜେଡି ଓଡିଶାର ବିକାଶ ପାଇଁ କାମ କରୁଛି ବୋଲି ଦଳୀୟ ନେତାମାନେ ଦାବି କରିଛନ୍ତି । ନବୀନ ନିବାସରେ ରାଜନୈତିକ ବ୍ୟାପାର କମିଟି ବୈଠକରେ ଆଲୋଚନା କରି ଦଳ ଏପରି ନିଷ୍ପତି ନେଇଛି । ୨୦୨୪ ନିର୍ବାଚନ ଫଳାଫଳ ପରେ ବିଜେପି ଓ କଂଗ୍ରେସ ପ୍ରତି ବିଜେଡିର ରାଜନୈତିକ ଆଭିମୁଖ୍ୟ କଣ ତାହା ରାଜ୍ୟ ରାଜନୀତିରେ ବଡ ପ୍ରସଙ୍ଗ ହୋଇରହିଥିଲା। ନବୀନ ପଟ୍ଟନାୟକ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ନିଷ୍ପତ୍ତି ଘୋଷଣା କରିବା ପରେ ଏ ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡିଛି।
ବିଜେପି ଓ କଂଗ୍ରେସ ବିରୋଧରେ ପୁଣି ବିଜେଡି ଜୋରଦାର ଲଢେଇ କରିବାକୁ ଯାଉଛି ତାହା ବି ଉପରାଷ୍ଟ୍ରପତି ନିର୍ବାଚନ ଭୋଟ ନିଷ୍ପତ୍ତିରେ ବିରତ ରହି ସଙ୍କେତ ଦେଇଛି ବିଜେଡି । ଆଗକୁ ପଂଚାୟତ ଓ ପୌର ନିର୍ବାଚନ । ବିଜେଡିକୁ ନବୀନ ପଟ୍ଟନାୟକ ନୂଆକରି ଗଢିତୋଳିବା ସହ ଧୀରେଧୀରେ ଦଳ ଆଗକୁ ବଢୁଛି । ନବୀନଙ୍କ ଚତୁର କୋଟିଚାଳନ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles