କ୍ଷୁଧାର୍ତ୍ତ ଲୋକଙ୍କ ସାହା ସାଜିଛନ୍ତି ସ୍ବେଚ୍ଛାସେବୀ ।

- Advertisement -

କୋରାପୁଟ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦେଶରେ ସାରା ଭାରତ ଲକ ଡାଉନ ହୋଇଥିବା ଯୋଗୁଁ ସହର ଦୋକାନ ବଜାର ବନ୍ଦ ରହିଛି । ସୁନାବେଡା,ସେମିଲିଗୁଡା ସହରାଞ୍ଚଳ ଓ ଆଖପାଖ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ,ଭିନ୍ନକ୍ଷମ ଏବଂ ବୃଦ୍ଧ,ବୃଦ୍ଧାମାନେ ଦୁଇ ମୁଠା ଖାଇବାକୁ ନ ପାଇ ନାଇଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭିକ୍ଷା ବୃତ୍ତି କରି ଗୁଜୁରାଣ ମେଣ୍ଟାଉଥିବା ଏହି ଲୋକମାନଙ୍କୁ ଅଞ୍ଚଳର କିଛି ସ୍ବେଛାସେବୀ ସଂଗଠନ ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ଦେଇ ଏମାନଙ୍କ ଜୀବନ ସଂଘର୍ଷର ସାରଥି ସାଜିଛନ୍ତି । ଏପରି ଜଣେ ବ୍ୟକ୍ତିତ୍ୱ ସମାଜସେବୀ ଆନନ୍ଦ ମୌଳିପଟନାୟକ ଏହି ସମୟରେ କେବେ ପୋଲିସ ଅଧିକାରୀଙ୍କ ସହଭାଗୀତାରେ ସହରର ବିଭିନ୍ନ ଅଞ୍ଚଳରେ କରୋନା ସମ୍ପର୍କୀତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇ ଜନସାଧାରଣଙ୍କୁ ସଚେତନ କରୁଛନ୍ତି । ପୁଣି କେତେବେଳେ ସ୍ବେଛାସେବୀଙ୍କ ସହ ମିଶି ସ୍ଥାନୀୟ ଅଞ୍ଚଳର ଏଇଏଫ ମାର୍କେଟ, ହାଉସିଂ ବୋର୍ଡ କଲୋନୀ, ଡିପି କ୍ୟାମ୍ପ, ପୋଲିସ କ୍ୟାମ୍ପ, ପୌରପରିଷଦ ଟ୍ରାଫିକ ଛକ, ସେମିଲିଗୁଡାର ବିଭିନ୍ନ ଅଞ୍ଚଳରେ ବୁଲି ଭୋକିଲା ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି । କେତେବେଳେ ଡାଲି, ଚାଉଳ ତେଲ,ଲୁଣ ସହିତ ଶୁଖିଲା ଖାଦ୍ୟର ପୁଡିଆ ମାନ ଧରି ଆଖପାଖ ଗ୍ରାମାଞ୍ଚଳ ତଥା ଡୁମୁରୀପୁଟ, ଘାଟଗୁଡା, ରାଜପଲମା, ରାଉତପୁଟ, ଆଲମଗୁଡା, ଦୁଧାରି ଆଦି ଅନେକ ଗ୍ରାମରେ ପହଂଚି ଅସହାୟ,ଭୋକିଲା,ବୃଦ୍ଧ,ବୃଦ୍ଧା ମାନଙ୍କ ପାଖରେ କେତେବେଳେ ରନ୍ଧା ଖାଦ୍ୟ ତ କେତେବେଳେ ଶୁଖିଲା ଖାଦ୍ୟ ପହଞ୍ଚାଉଛନ୍ତି ।ଏଥିସହ ଅଞ୍ଚଳର ଜନସାଧାରଣଙ୍କୁ କରୋନା ଭୁତାଣୁ ଜନିତ ସଂକ୍ରମଣରୁ ନିଜକୁ କିପରି ରକ୍ଷା କରିପାରିବେ ସେ ନେଇ ବିଭିନ୍ନ ସଚେତନ ଏବଂ ସାମାଜିକ ଦୂରତା ଉପରେ ବିଶେଷ ଭାବେ ଧ୍ୟାନ ଦେବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି । ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ସ୍ବେଛାସେବୀ ଗଣେଶ ଚନ୍ଦ୍ର ସାହୁ, ଶ୍ରୀ ହରି, ଜ୍ୟୋତି କୁମାରୀ, ଉମା ପଟ୍ଟନାୟକ ଓ ପ୍ରଦୀପ କୁମାର ତ୍ରିପାଠୀ ପ୍ରମୁଖ ସହଯୋଗ କରୁଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles