ବନଖଣ୍ଡ ଅଧିକାରୀ ଦେଲେ ସଚେତନତାର ବାର୍ତ୍ତା…

- Advertisement -

ଦେବଗଡ; ଦେବଗଡ ବନ ଖଣ୍ଡୀୟ ଅଧିକାରୀ କ୍ଷମା ଷଢଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କ ଦ୍ୱାରା ଜିଲ୍ଲାର ବିଭିନ୍ନ ବନ ସୁରକ୍ଷା ସମିତି ଅଂଚଳରେ କୋଭିଡ-୧୯ ଏବଂ ଜଙ୍ଗଲ ନିଆଁ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସଂପୃକ୍ତ ଅଂଚଳର ଜନସାଧାରଣଙ୍କୁ ବିଭିନ୍ନ ସଚେତନତା ବାର୍ତା ପ୍ରଚାର କରାଯାଇଥିଲା । ଏହି ଅବସରରେ ବିଭାଗୀୟ ଅଧିକାରୀମାନେ ବାରକୋଟ ରେଞ୍‌ର ବୁଢିବାହାଲ, ହରେକୃଷ୍ଫପୁର, ଖଜୁରୀବାହାଲ, କଦଳୀପାଳ, ନୀରପାଣି, ନୂଆମୁଣ୍ଡା,ବୀଜାଡିହି, କଟାସାହି, ତିଲେଇମାଳ, ଓ ଦେବଗଡ ରେଞ୍‌ର ବ୍ରଜମୋହନପୁର ଓ ଯଶୋବନ୍ତପୁର,ବଣିଆକିଲିଣ୍ଡା,ବାଘମୁଣ୍ଡା,ଗଜୁରୀବଣି,ସିଂଘବଲାନୀ, ରଙ୍ଗିଆଟିକିରା, ରିଆମାଳ ରେଞ୍‌ର ଅର୍ଜ୍ଜୁନଜାରି, ନଖବାହାଲ, ବାଲିପଟା, କଙ୍କଡାଝରଣ, ବିଜାନାଳି, କରଲଗା, ତାଲକୁଣ୍ଡି, ଖଇରୀପାଲି,ପୁରୁଣାପାଣି, ଅଂଚଳଗୁଡିକରେ କରୋନା ସଂକ୍ରମଣକୁ ରୋକିବାପାଇଁ ସାମାଜିକ ଦୂରତା, ବାରମ୍ବାର ସାବୁନରେ ହାତ ଧୋଇବା ଏବଂ ମୁହଁରେ ମାସ୍କ ବ୍ୟବହାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରାଯାଇ ମାସ୍କ ମଧ୍ୟ ବଣ୍ଟନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ଜଣାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles