ଜଳୁନି ହାଇମାକ୍ସ ଲାଇଟ୍ , ଅନ୍ଧାରରେ ଫାୟାର୍ ଷ୍ଟେସନ ଛକ ।

- Advertisement -

ବ୍ୟାସନଗର: ସରକାରଙ୍କ ତରଫରୁ ଜନସାଧାରଣଙ୍କ ସୁବିଧା ପାଇଁ ସହରର ବିଭିନ୍ନ ସ୍ଥାନରେ ଆଲୋକିକରଣ କରାଯାଇଛି । କିନ୍ତୁ ପର ମୁହୂର୍ତ୍ତରେ ସେଗୁଡିକର ରକ୍ଷଣାବେକ୍ଷଣ ହେଉ ବା ମରାମତି ସେଥିପ୍ରତି ସରକାର କିମ୍ବା ସରକାରୀ କଳର ନିଘା ନାହିଁ । ଫଳ ସ୍ୱରୂପ ବିଭିନ୍ନ ସ୍ଥାନରେ ବହୁ ଅର୍ଥ ବ୍ଯୟରେ ରଖାଯାଇଥିବା ହାଇମାକ୍ସ ଲାଇଟ୍ ଅଚଳ ହୋଇ ପଡୁଛି । କିଛି ଦିନ ତଳେ ଯାଜପୁର ରୋଡ ଥାନା ଓ ଫାୟାର୍ ଷ୍ଟେସନ ଛକରେ ଲାଗିଥିବା ହାଇମାକ୍ସ ଲାଇଟ୍ ଠିକ୍ ରୂପେ ଜଳୁନାହିଁ । ଲାଇଟ୍ ଟି ଲାଗିବାର କିଛି ମାସ ପର୍ଯ୍ୟନ୍ତ ଠିକ୍ ରୂପେ କାର୍ଯ୍ୟ କରିବା ପରେ ଗତ କିଛିଦିନ ହେବ ମାତ୍ର ଗୋଟିଏ ଜଳୁଛି । ତାହା ମଧ୍ୟ ମଝିରେ ମଝିରେ କିଛି ସମୟ ପାଇଁ ଲିଭିଯାଇ ପୁଣି ଜଳୁଛି । ଯାହାଫଳରେ ଦୂରଦୂରାନ୍ତକୁ ଯିବା ପାଇଁ ରାତିରେ ବସ୍ କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି କାରଣରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ପ୍ରଶାସନ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଚର୍ଚ୍ଚା ହେଉଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles