ତାଳି, ଘଣ୍ଟ, ଘଣ୍ଟି ମାରି ଧନ୍ୟବାଦ ଜଣାଇଲେ ନବୀନ ଓ ପାଣ୍ଡିଆନ…

- Advertisement -

ଭୁବନେଶ୍ୱର : ଆଜି ସାରା ଦେଶ ଜନତା କର୍ଫ୍ୟୁକୁ ସ୍ୱଇଚ୍ଛାରେ ପାଳନ କରିଛି। ନିଜ ଜୀବନକୁ ବାଜି ଲଗେଇ ଜରୁରୀ ସେବା ପ୍ରଦାନକାରୀମାନେ ବର୍ତ୍ତମାନ କରୋନାକୁ ପରାସ୍ତ କରିବା ପାଇଁ ନିଜକୁ ନିୟୋଜିତ କରିଛନ୍ତି । ସେମାନଙ୍କ ମନବଳ ବଢ଼ାଇବା ପାଇଁ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ ଭି କେ ପଣ୍ଡିଆନ ଧନ୍ୟବାଦ ଜଣାଇଛନ୍ତି ।
ଯେମିତି କି ପୂର୍ବରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଥିଲେ ଆଜି ସନ୍ଧ୍ୟା ୦୫.୦୫ ମିନିଟ୍ ସମୟରେ ସମସ୍ତ ଡାକ୍ତର, ପୋଲସ,ଏବଂ ସାମ୍ବାଦିକମାନଙ୍କୁ ଅଭିବାଦନ ଜଣାଇବା ପାଇଁ ।ଏହି କ୍ରମରେ ସାମିଲ ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ । ସେ ନବୀନ ନିବାସରେ ଘଣ୍ଟ ଏବଂ ତାଳିମାରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହଲୋକସେବ ଭବନରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ,ମୁଖ୍ୟ ସାଶନ ସଚିବ ଅସିତ୍ କୁମାର ତ୍ରିପାଠୀ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ନିଜକୁ ସାମିଲ କରିଛନ୍ତି। ସମସ୍ତେ ଘଣ୍ଟ , ପ୍ଲାଗ କାର୍ଡ ଏବଂ ତାଳିମାରୀ ସମସ୍ତଙ୍କ ମନବଳ ବଢ଼ାଇଛନ୍ତି। ଯାହାକି ସାଧାରଣଙ୍କ ପାଇଁ ପ୍ରେରଣା ପାଲଟିଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles