କାଲିଠାରୁ ରାଜ୍ୟରେ ଗଡିବ ଗାଡି

- Advertisement -

ଭୁବନେଶ୍ୱର :ଆସନ୍ତାକାଲି ଠାରୁ ରାଜ୍ୟରେ ସ୍ୱଭାବକ ହେବ ବସ, ଅଟୋ ଓ ଟ୍ୟାକ୍ସି ଚଳାଚଳ କରିବ । ଏହାସହ ରାଜ୍ୟର ସମସ୍ତ ଦୁଇ ଚକିଆ ଓ ୪ ଚକିଆ ଗାଡି ଚଳାଚଳ ଉପରେ ଥିବା କଟକଣାକୁ ମଧ୍ୟ ଉଠାଇଛନ୍ତି ସରକାର। ଅନ୍ୟପଟେ ଅନ୍ତଃରାଜ୍ୟ ଟ୍ରେନ ଚଳାଚଳକୁ ମଧ୍ୟ ଧିରେ ଧିରେ ସ୍ୱାଭାବିକ ହେବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଶ୍ରୀ ଜେନା କହିଛନ୍ତି, ସୋମବାର ଠାରୁ ରାଜ୍ୟର ଦୁଇଟି ବିମାନ ବନ୍ଦରରୁ ବିମାନ ଉଡାଣ ଆରମ୍ଭ ହେବ । ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ସେହିପରି ଆନ୍ତଃରାଜ୍ୟ ଟ୍ରେନ ଚଳାଚଳ ମଧ୍ୟ ଧିରେ ଧିରେ ସ୍ୱାଭାବିକ ହେବ । ଟ୍ରେନ ଚଳାଚଳକୁ ରାଜ୍ୟ ସରକାର ଅନୁମତି ଦେଇଥିବା ବେଳେ ଏନେଇ କେନ୍ଦ୍ରସରକାର ନିଷ୍ପତି ନେଇ ଟ୍ରେନ ଚଳାଇପାରିବେ । ଏଥିସହିତ ରାଜ୍ୟରେ ବସ, ଅଟୋ, ଟ୍ୟାକ୍ସି ସେବା ମଧ୍ୟ ଆରମ୍ଭ ହେବ । ହେଲେ ବସରେ ସିଟ ଠାରୁ ଅଧିକ ଯାତ୍ରୀ ନେବା ଉପରେ କଟକଣା ଜାରି କରାଯାଇଛି । ବସରେ କୌଣସି ଯାତ୍ରୀଙ୍କୁ ଠିଆ କରି ନିଆଯାଇପାରିବ ନାହିଁ । ସେହିପରି ଅଟୋ ଓ ଟ୍ୟାକ୍ସିରେ ଡ୍ରାଇଭର ଛଡା ଅନ୍ୟ ଦୁଇ ଜଣଙ୍କୁ ବସିବାକୁ ଅନୁମତି ମିଳିବ । ଘରୋଇ କାରରେ ମଧ୍ୟ ଏହି ନିୟମ ଲାଗୁ କରାଯିବ । ସେହିପରି ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles