ପୀଡାରେ ଅରୁଣଙ୍କ ବିପ୍ଲବୀ ପ୍ରଶ୍ନ : ଯଦି ଆମ ଯୋଗୁଁ ତୁମର ପ୍ରତିଷ୍ଠା, ତେବେ ଆମେ କାହିଁକି ପତିତ?
ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁଙ୍କ ସଙ୍ଗୀତ “ଶୀତୁଆ ସଂଧ୍ୟା” ଓ ପୁସ୍ତକ “ପୀଡା”ର ଶୁଭ ଉନ୍ମୋଚନ ହୋଇଛି l ପୀଡା ପୁସ୍ତକରେ ଚତୁର ରାଜନେତା ଅରୁଣ ସାହୁ ବିପ୍ଳବର ବାର୍ତ୍ତା ଦେଇଛନ୍ତି l ଗଣତନ୍ତ୍ର, ନିର୍ବାଚନ, ଶାସନ, ପ୍ରଶାସନ ଭୂମିକା କଣ ଓ ସେମାନେ କଣ କରୁଛନ୍ତି । ତାହା ନୂଆପଡାର ନିର୍ବାଚନ ସମୟରେ ଅରୁଣ ନିଜର ବାସ୍ତବ ଅନୁଭୂତି ଓ ବ୍ୟବସ୍ଥାକୁ ସାହିତ୍ୟ ଜରିଆରେ ଫୁଟେଇବା ଚାହିଁଛନ୍ତି l ରାଜନୀତି ଓ ସାମାଜିକ ବ୍ୟବସ୍ଥାରେ ସଂସ୍କାର ଏବେ କେତେ ଜରୁରୀ ତାହା ବି ନିଜ ଲେଖାରେ ପ୍ରକାଶ କରିଛନ୍ତି l ବ୍ୟକ୍ତିର ପ୍ରଶ୍ନ ପଚାରିବା ଅଧିକାର ଆଜି କିପରି ନାହିଁ ଓ ଭୟ ସୁଷ୍ଟି କରିଛି ତାହା ସେ ଲେଖିଛନ୍ତି l ଗୋଟିଏ ପରିବାର କାହାଣୀ ଲେଖି ଆଜିର ବ୍ୟବସ୍ଥା ଓ ରାଜନୀତି ଗତିଵିଧି ଓ ଲୋକସେବା ନାଁରେ କିପରି ଲୋକ ବିରୋଧୀ ନୀତି ଆଦର୍ଶକୁ ଆମେ ଆପଣାଇଛନ୍ତି ତାହା ଉଲ୍ଲେଖ କରିଛନ୍ତି l
ନିଜ ଦଳ ସହ ଅନ୍ୟ ଦଳକୁ ଏ ବ୍ୟବସ୍ଥା ପାଇଁ ସେ ପରୋକ୍ଷରେ ଦାୟୀ କରିଛନ୍ତି l ଅଧିକାର ଓ ପ୍ରାପ୍ୟ ନପାଇଲେ ସାଧାରଣ ମଣିଷଟି କିପରି ସବୁ ଭୟ ଛାଡି ପ୍ରଶ୍ନ କରେ ତାହା ସେ ନୋଚା ଚରିତ୍ର ମାଧମରେ ଲେଖିଛନ୍ତି l ସମାଜ ସେବା ନାଁ ରେ କିଛି ବ୍ୟକ୍ତି କିପରି କ୍ଷମତା ଅପହରଣ କରିବାକୁ ଚେଷ୍ଟା କରିଛନ୍ତି , ତାହା ଅରୁଣ ନିଜ ପୀଡା ପୁସ୍ତକରେ ଲେଖିଛନ୍ତି l ଯଦି ଆମ ଯୋଗୁଁ ତୁମର ପ୍ରତିଷ୍ଠା ତେବେ ଆମେ କାହିଁକି ପତିତ?
ବୋଲି ପ୍ରଶ୍ନ କରିବା ସହ ଉତ୍ତର ମାଗିଲେ କାହିଁକି ଡରଭୟ ଦେଖାଅ ବୋଲି ପଚାରିଛନ୍ତି। ଏହାସହ ସ୍ୱାଧୀନତା କଣ କେବଳ ତୁମମାନଙ୍କ ପାଇଁ l ଆମ ଅଧିକାର ତୁମେ କେମିତି ସତ୍ତ୍ଵାଧିକାରୀ? ଏହା କହିବା ସହ ମନର କ୍ଷୋଭକୁ ଆମ ଶ୍ରମ, ପରିଶ୍ରମ, ପାଇଁ କଷ୍ଟ ଲାଗେନି, ବରଂ ତୁମ ମାନଙ୍କର ପ୍ରବଞ୍ଚନା ଆମକୁ ପୀଡା ଦିଏ ବୋଲି ଦୁନିଆର ବାସ୍ତବ ଚିତ୍ରକୁ ପୁସ୍ତକରେ ଉଲ୍ଲେଖ କରିଛନ୍ତି।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy