ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରାଯାଉ: ବିଜେପି ବିଧାୟକ
ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ବିରୋଧରେ vigilance ତଦନ୍ତ ପାଇଁ ଗୃହରେ ଦାବି କଲେ କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରତାପ ନାୟକ। ମେଗା ପାନୀୟ ଜଳ project ଦୁର୍ନୀତି ରେ ତାଙ୍କ ସମ୍ପୃକ୍ତି ଅଭିଯୋଗ କଲେ ପ୍ରତାପ।
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଙ୍କ ଉତ୍ତର ରେ ପୂର୍ବ ସରକାର କୁ ଟାର୍ଗେଟ। ପୂର୍ବ ସରକାର ରେ ନଳ ଥିଲା ହେଲେ ଜଳ ନଥିଲା। ଏବେ ନଳ ଆଉ ଜଳ ଅଛି। ତଥ୍ୟ ଦେଇ ବିଜେଡ଼ି ସରକାର ର ସ୍ଥାଣୁତା ବିଷୟ ରେ କହିଲେ। 2024 ଜୁନ୍ ସୁଦ୍ଧା ବିଜେଡ଼ି ସରକାର 3 ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କରିଥିଲେ ଆମେ 17 ମାସରେ 22 ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛୁ। ସେମାନେ 16 ଟି ସିଭିଲ project ସମ୍ପୂର୍ଣ୍ଣ କରିଥିଲେ ଆମେ 17 ମାସରେ 66 ଟି ସମ୍ପୂର୍ଣ୍ଣ କରିଛୁ। ସେମାନେ 3733 ଟି ସୋଲାର project ଶେଷ କଲେ ଆମେ ଆମେ 17 ମାସରେ 2702 project ସାରିଛୁ। ହର ଘର ଜଳ ଯୋଜନାରେ ରେ 6032 ପ୍ରୋଜେକ୍ଟ ସାରିଥିଲେ ଆମେ 4791 କରିଛୁ। 28350 ନଳକୂପ ସେମାନେ କରିଥିଲେ ଆମେ 22964 ନଳକୂପ ଖନନ କରିଛୁ। ପିଏମ ଗତି ଶକ୍ତି ରେ ଆମେ 71 ହଜାର କିମି ପାଇପ୍ ଲାଇନ ବିଛାଯାଇଛି।ବିଜେଡ଼ି ସରକାର ପାଣି ଦେଇନଥାନ୍ତେ। ପାଇପ୍ କିଣି ଖାଲି ବିଛେଇ ଥାନ୍ତେ। intake well କଲେନି। ଏ ହେଉଛି 24 ବର୍ଷ ର ନମୁନା। ସମସ୍ତେ ସହଯୋଗ କରନ୍ତୁ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy