ଆଠଗଡ ଯେଉଁଠି ମୁଁ ସେଇଠି

0
151

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସାମିଲ ହୋଇ ଚର୍ଚ୍ଚାରେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ (ରାଜା ସ୍ବାଇଁ) । ଯାହାକୁ ନେଇ ବିଜେପି ଓ ବିଜେଡି ଶିବିର ସହ ରାଜ୍ୟ ରାଜନୀତିରେ ନାନା ଚର୍ଚ୍ଚା ଓ ଆଲୋଚନା । ଏହି ଚର୍ଚ୍ଚା ଭିତରେ ରାଜା ସ୍ବାଇଁ ଗଣମାଧ୍ୟମକୁ ନିଜର ମତ ରଖିଛନ୍ତି । ମନ କୀ ବାତ କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସାମିଲ ହେବା ଚର୍ଚ୍ଚା ଆଲୋଚନା ଭିତରେ ପ୍ରତିକ୍ରିୟା ରଖି ରାଜା ସ୍ୱାଇଁ କହିଛନ୍ତି
ମୋର ଦିଲ କୀ ବାତ ତୁମେ ଶୁଣିନ, ଆଠଗଡ଼ ଯେଉଁଠି ମୁଁ ସେଇଠି. ଗତକାଲି ଆଠଗଡ଼ ଠାରେ ମନ କୀ ବାତ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସାମିଲ ହୋଇଥିଲେ ରାଜା. ଯାହାକୁ ଆରମ୍ଭ ହୋଇଥିଲା ରାଜନୈତିକ ଚର୍ଚ୍ଚା ଆଲୋଚନା । ତେବେ ନିଜ ପୁଅର ଭବିଷ୍ୟତ ପାଇଁ ରାଜା ସ୍ବାଇଁ ଙ୍କ ଆଗାମୀ ରଣନୀତି କଣ ହେବ ତାହାକୁ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।