ପଣା ସଂକ୍ରାନ୍ତିକୁ ଫିକା କରିଦେଲା ଲକ୍ ଡାଉନ

- Advertisement -

ଭୁବନେଶ୍ୱର: ଆଜି ଓଡ଼ିଆ ନବ ବର୍ଷ ଏବଂ ମହାବୀର ଜୟନ୍ତୀ । ଏହି ଦିନ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ହୋଇଥାଏ । ଓଡ଼ିଆ ପରମ୍ପରା ଅନୁସାରେ ଆଜିଠାରୁ ଓଡ଼ିଆ ପାଞ୍ଜି ମଧ୍ୟ ପ୍ରଚଳନ ହୋଇଥାଏ। ଏଥିପାଇଁ ପାଇଁ ସବୁ ମନ୍ଦିରରେ ଠାକୁରଙ୍କ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥାଏ । ଏଥିପାଇଁ ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ରୀତିନୀତିରେ ପୂଜା ହୋଇଛି । ହେଲେ ଏବେ ସାରା ଦେଶରେ ଲକ୍ ଡାଉନ ପରିସ୍ଥିତି । ତେଣୁ ଏ ବର୍ଷର ପଣା ସଂକ୍ରାନ୍ତି ଫିକା ପଡିଯାଇଛି । କେବଳ ଠାକୁରଙ୍କର ପୂଜାର୍ଚ୍ଚନା ଛଡା ଆଉ ସମସ୍ତେ କାର୍ଯ୍ୟକ୍ରମକୁ ପ୍ରଶାସନ ତରଫରୁ ବାତିଲ କରାଯାଇଛି।
ଏହି ଲକ୍ ଡାଉନର ସିଧାସଳଖ ପ୍ରଭାବ ଗାଁ ଗଣ୍ଡାରେ ପଡିଛି । ପଣା ସଂକ୍ରାନ୍ତି ଦିନ ଦଣ୍ଡ ଯାତ୍ରାର ଶେଷ ଦିନ ହୋଇଥାଏ ।ସେଥିପାଇଁ ସବୁ ଗାଁରେ ଆଜିର ଦିନରେ ପାର୍ବଣର ମାହୋଲ ଥାଏ। କିନ୍ତୁ ଏ ବର୍ଷ ସେ ସବୁ କିଛି ନାହିଁ। ଦେଶରେ ତାଲା ବନ୍ଦ ପାଇଁ ସୁନ୍ ଶାନ୍ ସବୁ ଗାଁ ଗଣ୍ଡା ଓ ଦେବୀ ପୀଠ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles