କାଲି ବିଧାନସଭା ଆଗରେ ଓୟୁଜେ ଧାରଣା : ନେତା କହିଲେ ସାଜିବୁ ସାମ୍ବାଦିକଙ୍କ ସ୍ୱର
ମୋହନ ସରକାରଙ୍କ ବିରୋଧରେ ପ୍ରଥମ ଥର ଲାଗି ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଉଛନ୍ତି।ରାଜ୍ୟର ସାମ୍ୱାଦିକମାନଙ୍କୁ ପେନସନ୍, ସୁରକ୍ଷା, ଆକ୍ରିଡେସନ୍ ଦାବିରେ ଆସନ୍ତାକାଲି ଓଡ଼ିଶା ସାମ୍ୱାଦିକ ୟୁନିଅନ୍ (ଓୟୁଜେ) ପକ୍ଷରୁ ବିଧାନସଭା ଆଗରେ ଗଣଧାରଣା ଦିଆଯିବ। ଏହାରି ଭିତରେ ବିଜେପି ସରକାର ଦେଢବର୍ଷ ପୁରିଛି, ହେଲେ ନିର୍ବାଚନ ସମୟରେ ଦଳ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ ହୋଇନାହିଁ। ଯାହାକୁ ନେଇ ଓଡିଶା ସାମ୍ୱାଦିକ ୟୁନିଅନ୍ (ଓୟୁଜେ) ବାରମ୍ୱାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛି। ସରକାର ଏଯାଏ ଗୋଟିଏ ବି ପ୍ରତିଶ୍ରୁତିକୁ ପୂରଣ କରିନଥିବାରୁ ଏହାର ପ୍ରତିବାଦରେ ଓଡ଼ିଶା ସାମ୍ୱାଦିକ ୟୁନିଅନ୍ (ଓୟୁଜେ) ୨୨ତାରିଖ ସୋମବାର ବିଧାନସଭା ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେବ। ରାଜ୍ୟ ସରକାର ସାମ୍ୱାଦିକମାନଙ୍କ ଦୀର୍ଘଦିନର ଦାବି ପେନସନ୍, ସୁରକ୍ଷା, ଆକ୍ରିଡେସନ୍ ପୂରଣ କରିବାକୁ ସାମ୍ୱାଦିକ ୟୁନିଅନ୍ (ଓୟୁଜେ) ଦାବି କରିଛି। ବିଧାନସଭା ଆଗରେ ଧାରଣା ଦେବା ପୂର୍ବରୁ ସାମ୍ୱାଦିକ ୟୁନିଅନ୍ (ଓୟୁଜେ) ର ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ୱରେ ଓୟୁଜେ ଟିମ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ମାନଙ୍କୁ ଭେଟି ଦାବିପତ୍ର ଦେବା ସହ ଏହି ପ୍ରତିବାଦ ସଭାରେ ସାମିଲ ହେବାକୁ ନିମନ୍ତ୍ରୟ କରିଛି। ବିଜେପି ବିଧାୟକ ବାବୁ ସିଂ, ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ, ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖଙ୍କୁ ଭେଟି ଓୟୁଜେ ଟିମ୍ ଆଲୋଚନା କରିଛନ୍ତି । ସାମ୍ବାଦିକଙ୍କ ଦାବୀ ଯଥାର୍ଥ ଥିବାରୁ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକମାନେ ବିଧାନସଭାରେ ସାମ୍ବାଦିକଙ୍କ ସ୍ଵର ସାଜି ଗୃହର ଦାବି ପୂରଣ କରିବାକୁ ସରକାରଙ୍କ ଉପରେ ଚାପ ପକାଇବେ ବୋଲି ପ୍ରତିଶୃତି ଦେଇଛନ୍ତି । ଆସନ୍ତା କାଲି ଓୟୁଜେର ଆନ୍ଦୋଳନରେ ଓଡ଼ିଶାର ୩୦ଜିଲ୍ଲାରୁ ଶତାଧିକ କାର୍ଯ୍ୟରତ ସାମ୍ବାଦିକ ଯୋଗଦେବେ। ଓଡିଶା ସାମ୍ୱାଦିକ ୟୁନିଅନ୍ (ଓୟୁଜେ) ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ୱରେ ଓୟୁଜେର ସାଧାରଣ ସମ୍ପାଦକ କମ୍ଭୁପାଣି ମିଶ୍ର, କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ, ବରିଷ୍ଠ ସଦସ୍ୟ ପରୀକ୍ଷିତ ବିଶ୍ବାଳ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ କିଶାନ ରାଉତ, ରାଜ୍ୟ ସମ୍ପାଦକ ପ୍ରସନ୍ନ ପାଇକରାୟ ଓ ଭୁବନେଶ୍ଵର ଆବାହକ ଚିନ୍ମୟ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy